ବିଧବା ବିବାହ — ଗୋବିନ୍ଦ ରଥ · ସ୍ୱର୍ଣ୍ଣଲିପି୧
ଶୁଣ ହେ କସଳ ଉତ୍କଳ ସନ୍ତାନବ୍ରାହ୍ମଣ କ୍ଷତ୍ରିୟ ବଇଶ୍ୟ କରଣବିଧବା ରମଣୀ ଯାତନା ପ୍ରଧାନହେଉଛି ଫିଟାଅ ମୁକ୍ତିର ବାଟ ।ଜ୍ଞାନଚକ୍ଷୁ ଧୀରେ କରି ବିମୋଚନଫିଟାଅ ବିଧବା ଶୃଙ୍ଖଳ ବନ୍ଧନଛାଡ଼ରେ ଅବାଧେ କଠୋର ଶାସନଉଜ୍ଜ୍ୱଳ କରରେ ସମାଜଘାଟ ।
୨
ସ୍ୱାର୍ଥପରତାକୁ ପକାଅ ଦୂରରେସମଜ୍ଞାନ ଭାବ ବିଚାର ମନରେବି ଭେଦ ରହିଛି ନାରୀ ପୁରୁଷରେଈଶ୍ୱର ପ୍ରଦତ୍ତ ସହଜଗୁଣେ ।ନିଶ୍ଚୟ ଦେଖିବ କିଛଇ ନାହିଁ ତହିଁସମ ତେଜ ଓଜ ରକ୍ତ ମାଂସ ବହିକାମ କ୍ରୋଧ ଲୋଭ ଅଛି ଦେହେ ରହିନାରୀ ପୁରୁଷ ଯେ ଆବଦ୍ଧ ୠଣେ ।
୩
ତେବେ ରେ କିପାଇଁ ପାଶବ ପ୍ରକୃତିଚରିତାର୍ଥ କର ନ ମଣ ବିକୃତିପ୍ରସ୍ଫୁଟିତ ଫୁଲେ କରାଅ ସଂହତିନିର୍ଦ୍ଦୟ ନିଷ୍ଠୁର ଘାତୁକ ଭାବେ ।କି ଗାଇବି ଆହା ସେ ଦୁଃଖ କାହାଣିଯେ ଯାତନା ସହେ ବିଧବା ରମଣୀବାଳୁତ ବିଧବା ଅତ୍ୟନ୍ତ ପାପିନୀକାନ୍ଦଇ ତା ହୃଦ ବିଷମ ରାଦେ ।
୪
ଖେଳୁଛି କମଳା ସଖୀବୃନ୍ଦସଙ୍ଗେରାଜମାର୍ଗେ ନାନା କଉତୁକରଙ୍ଗେଆଭରଣ ଅଛି କୋମଳାଙ୍ଗୀ ଅଙ୍ଗେପଡ଼େ ଏ ସମୟେ ନିଷ୍ଠୁର ବାଣୀ ।ପତିର ବିୟୋଗବାର୍ତ୍ତା ଆଣି ଚରକରନ୍ତେ ପିତାଙ୍କ ସଦନେ ଗୋଚରଦୁଷ୍ଟା ଭଣ୍ଡାରୁଣୀ କମଳାରକରଧରି ଆଭରଣ ଆଣଇ ଟାଣି ।
୫
ସରଳା କମଳା ନ ଜାଣଇଁ କିଛିଧରେ ଅଳଂକାର ହାତେ ବାଛି ବାଛିଡାକେ ଭଣ୍ଡାରୁଣୀ ମୋ ଖଡ଼ୁ ନେଉଛିମାତା ସମ୍ବୋଧନେ କୋମଳସ୍ୱରେ ।ବୋଲ ହେ ପୁରୁଷେ ଏ କି ବ୍ୟବହାରକମଳା କି ଜାଣେ ସଂସାର ବେଭାରତା ଠାରେ କିପାଇଁ ଆଚାରଏ ପାପ ଧରିବ କା କଳେବରେ ? ।
୬
ଯଦିବା ଏ ଅଟେ ଈଶ୍ୱର ବାଞ୍ଛିତକମଳା କିପାଇଁ ହେଲା ପ୍ରଷ୍ଫୁଟିତମକରନ୍ଦ ପାନେ ହୋଇ ଆକୁଳିତ
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପଗଙ୍ଗାଧର ମେହେର ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟଗଙ୍ଗାଧର ମେହେର ଗଙ୍ଗାଧର ମେହେର
ବ୍ୟଥିତ ହୃଦୟେ ବାଟେ ଦିବସ ।
ଏ ନୁହଇ ତେବେ ଜଗତ ନିୟମ
ନାରୀଜାତି ପ୍ରତି ପୁରୁଷ ନିର୍ମମ
ହୋଇ କରିଅଛି ବୈଧବ୍ୟ ଧରମ
କାଳ ଯୋଗେ ଏହା କରିଛି ଗ୍ରାସ ।
୭
ଦେଖ ଦେଖ ଆହା ନିମ୍ନକୂଳ ପ୍ରଥାଓଡ଼ିଶା ଦେଶରେ ଉତ୍ତମ ବ୍ୟବସ୍ଥାପତି ବିୟୋଗରେ ବିଧବା ସନାଥାହୁଅଇ ସକ୍ଷମ ଅବାଧେ ଖରେ ।ତେବେ ଅଟନ୍ତି ସେ ତେଲି କୁମ୍ଭକାରତୁମ୍ଭଠାରୁ ନିଶ୍ଚେ ଅତି ଶ୍ରେଷ୍ଠତରସମାଜ ସଂସ୍କାରେ ବିଶେଷ ତତ୍ପରଅଛନ୍ତି ଉନ୍ନତି ଶାଖର ଶିରେ ।
୮
କର ଭାଇମାନେ ସେ ଅନୁକରଣବାଳୁତ ବିଧବା ଦ୍ୱିତୀୟ ବରଣକରି ଧରୁ ଯାଇଁ ପତିର ଚରଣବୈଧବ୍ୟ ଯାତନା ଏଡ଼ି ଜୀବନେ ।ଏବେ ସର୍ବେ ଉଠ ହୋଇ ଅଗ୍ରସରଆପଦ ବିପଦ ସବୁ ତୁଚ୍ଛକରକମଳା ବରୁରେ ଆଜି ଅନ୍ୟବରଦେଖନ୍ତୁ ଜଗତେ ସକଳଜନେ ।
୯
ଦେଖ ଦୂରଦେଶେ ମହାରାଷ୍ଟ୍ରଗଣପଞ୍ଜାବୀ ବଙ୍ଗାଳୀ ଲକ୍ଷ ୨ ଜଣକରନ୍ତି ବିଧବା ଦୁଃଖ ବିମୋଚନଆର୍ଯ୍ୟ ଧର୍ମବାକ୍ୟ ଅନୁସରଣେ ।ସେହି ଧର୍ମବାକ୍ୟ ଥୋଇ ଅନୁକୂଳଭବିଷ୍ୟତ ପଥେ କରିଣ ସମ୍ବଳବିଧବା ବିବାହ ପ୍ରଚଳେ ଚଞ୍ଚଳହୁଅ ଗୁରୁଭାବ ଧରିଣ ମନେ ।
୧୦
ଉତ୍କଳଜନନୀ ପୁତ୍ରର ରୋଦନଶୁଣି କହୁଛନ୍ତି କରି ସମ୍ବୋଧନକେଉଁ ପୁତ୍ର ମୋର କରେରେ କ୍ରନ୍ଦନଉତ୍କଳ ଅରଣ୍ୟେ ପଳାଶ ବନେ ।କିପାଁ ବାପାଧନ କରୁଛୁ କ୍ରନ୍ଦନକେ ଶୁଣିବ ତୁମ୍ଭ କରୁଣ ନିଃସ୍ୱନଘୋର ନିଦ୍ରାବଣେ ଜ୍ୟେଷ୍ଠ ପୁତ୍ରଗଣରାଜା ଜମିଦାର ପଣ୍ଡିତ ଜନେ ।
୧୧
କୁମ୍ଭକର୍ଣ୍ଣ ସଙ୍ଗେ ପ୍ରତିବାଦ କରିନ ଉଠନ୍ତି କେବେ ଶଯ୍ୟା ପରିହରିନ ଦେଖନ୍ତି କେବେ ସୁମଦ୍ର ଲହରୀଉତ୍କଳ ଭୂମିକ ଯେ କ୍ଷୟ କରେ ।ଚକ୍ଷୁ ଥାଉଁ ଥାଉଁ ସର୍ବେ ଚକ୍ଷୁହୀନନ ସେବନ୍ତି ଜ୍ଞାନ ତପନ କିରଣତେଣୁ ତାଙ୍କ ମନ ଅତ୍ୟନ୍ତ ମଳିନଅଛନ୍ତି ଅଜ୍ଞାନ ଘୋର ଅନ୍ଧାରେ ।
୧୨
ନ ଦେଖନ୍ତି ବାଳବିଧବା ଯାତନାନିଷ୍ଠୁର ହୃଦୟେ ଅଛି କି କରୁଣାସରଳା ଅବଳା ପ୍ରତି ସବୁ ମନାସାଂସାରିକ ସୁଖ ଯା କିଛି ଯେତେ ।ବାଳୁତ ବିଧବା କୋମଳା ଅଙ୍ଗନାକରିବ ତପସ୍ୟା କଠୋର ସାଧନାଏ କିସରେ ବାବୁ ବିଧି ବିଡ଼ମ୍ବନାଦେଖ ଏ ଜଘନ୍ୟ ନିୟମ କେତେ ।
୧୩
ମୁ ବୋଲରେ ପୁତ୍ର ଶୁଣ ତୁ ନିଶ୍ଚୟବାଳବିଧବାର ସନ୍ତାପରେ କ୍ଷୟହୁଏ ମନୁଷ୍ୟର ପରମାୟୁଚୟଅଜ୍ଞାନ ଅନ୍ଧାର ଉତ୍କଳ ଦେଶ ।ଯେତେ ଯେତେ ଏଠି ଘଟେ ମନ୍ୱନ୍ତରମହାମାରୀ ଆଦି ରୋଗ ଭୟଙ୍କରସବୁରେ କାରଣ ଉଗ୍ର ଉଷ୍ଣତରଉଠେ ଯେ ନିଶ୍ୱାସ ନାସିକା ପାଶେ ।
୧୪
କେତେ ଭ୍ରୁଣ ହତ୍ୟା ହୁଏ ଦିବା ରାତିଏ ପାପ ଧରୁଛି ଏହି ବସୁମତିଉତ୍କଳ ଧରିତ୍ରୀ ଉର୍ବରା ଶକତିକ୍ଷୀଣ ହେଉଅଛି କ୍ଷଣକୁ କ୍ଷଣେ ।ଏପରି କଳଙ୍କ ଉତ୍କଳ ମସ୍ତକେତେବେ ନ ଦେଖନ୍ତି ବଡ଼ ବଡ଼ ଲୋକେବିଳାସେ ମଜ୍ଜିତ ରହିଛିନ୍ତି ଥୋକେପ୍ରାଣପଣେ ଚେଷ୍ଟା ନ କରେ ଜଣେ ।
୧୫
ଉତ୍କଳ ଜନନୀ କରୁଣ ବଚନଶୁଣି ପୁତ୍ର କୋହ ହୋଇଲା ଦ୍ୱିଗୁଣସମ୍ବୋଧିଣ ଡାକେ ଜ୍ୟେଷ୍ଠ ଭାଇଗଣଉଠ ନିଦ୍ରା ଭଙ୍ଗ କରି ସତ୍ୱରେ ।ମାତାଙ୍କ ରୋଦନ ଶୁଣରେ କର୍ଣ୍ଣରେକି କଳଙ୍କ ଅଛି ଉତ୍କଳ ଭାଗ୍ୟରେଦେଖ ଦେଖ ଶୀଘ୍ର ନ୍ୟାୟ ଦର୍ପଣରେଲିଭାଅ ସେ ଚିହ୍ନ ଅତି ତତ୍ପରେ ।
୧୬
ଯାହାର ଜନନୀ ଦୁଃଖରେ କ୍ରନ୍ଦନକରନ୍ତି ସର୍ବଦା ଲୋତକ ବର୍ଷଣତାହାର କାହିଁକି ଜୀବନ ଧାରଣଜୀବନ୍ତେ ମରଣ ଅଟଇ ସାର ।ପୁରୁଷ ଯେ ଭାବେ କରେ ସନ୍ତରଣସମାଜେ ଯେ ତରୀ କରେ ଆରୋହଣନାରୀ ପକ୍ଷେ କିପାଁ ନିଷେଧ ବିଧାନସେ ନାବେ ନୋହିବ କିପାଇଁ ପାର ।
୧୭
ପୁରୁଷ ପକ୍ଷରେ ସ୍ୱାଧୀନ ନିୟମପତ୍ନୀ ବିୟୋଗରେ ହୁଅଇ ସକ୍ଷମଦ୍ୱିତୀୟ ତୃତୀୟ ବିବାହ କରମକରଇ ଆନନ୍ଦେ ସମ୍ଭାର ଭରେ ।ନାରୀତ ଅଟଇ ଏଡ଼େ ଅଭାଗିନୀଦେଖିଅଛି ତାକୁ କେଡ଼େ ପାତକିନୀସର୍ବଦା ହୋଇଛି ସେ କାରାବାସିନୀପତିର ବୟୋଗେ ଅନ୍ଧାର ଘରେ ।
୧୮
ଏ ନୁହଇ ଭାଇ ବିଧିର ବିଧାନକେବଳ ଅତ୍ୟନ୍ତ କଠୋର ଶାସନପୁରୁଷ ପ୍ରକୃତି ବଜ୍ରଠାରୁ ଟାଣଏଣୁ ଘଟିଅଛି ନାରୀ ଦୁର୍ଦ୍ଦଶା ।ରହିଛି ନିଶ୍ଚୟ ଜଗତ ଭିତରେସମ ଅଧିକାର ନାରୀ ପୁରୁଷରେଅବଳାର ସ୍ୱତ୍ୱ ଲୋପ କରିବାରେଘଟାଉଛି କେଡ଼େ ଏ ଲୋକହସା ।
୧୯
କମଳା ଗୋପନେ କରୁଛି କ୍ରନ୍ଦନଚକ୍ଷୁର ଲୋତକ ବହେ ଘନ ଘନଦେଖ ରେ ଏ ଲୁହ ରକତସମାନଲୁହ ନ କାନ୍ଦି ସେ ଭକତ କାନ୍ଦେ ।କମଳା ହୃଦୟ ବଡ଼ବାଅନଳପୋଡ଼ୁଛି ଜଳୁଛି ଅତ୍ୟନ୍ତ ପ୍ରଜ୍ୱଳଉଠୁଛି ନିଶ୍ୱାସଧୂମ ଅପ୍ରତୁଳଛଟପଟ ବାଳା ସେ ଜ୍ୱାଳା ଫାନ୍ଦେ ।
୨୦
ଏ ଅଗ୍ନିକି ଶୀଘ୍ର କର ରେ ନିର୍ବାଣଘଟାଇ ଉଚିତ ଉପାୟ ବିଧାନବିଧବା ବିବାହ ବାରି ବରଷଣକରି କରି ଶାନ୍ତି ବିଭୂତି ସାର ।ନୋହିଲେ ଏ ଅଗ୍ନି ସହଜ ବ୍ୟାପାରନୁହେ ପୋଡ଼ିବ ଏ ଉତ୍କଳ ଆଗାରହେବା ସବୁ ଭାଇ ଅତି ଛାଇ ଖାରକଳଙ୍କ ଅଙ୍ଗାର ମସ୍ତକ ଭାର ।
୨୧
କେତେ ଅପବାଦ କେତେ ଗର୍ଭପାତନିତ୍ୟ ନିତ୍ୟ ଦେଶେ ହେଉଅଛି ଜାତଏ ସବୁ ମସ୍ତକେ ଘେନୁଛ ନିୟତଚନ୍ଦ୍ର ଦେହେ ଯେହ୍ନେ କଳଙ୍କ ରାଜେ ।ଛି ଛି ଘୃଣ୍ୟ ଏହା ଅତି ତୁଚ୍ଛକରଯେତେ ଶୀଘ୍ର ପାର ତାହା କର ଦୂରଭେଦେ ଏ କୁପ୍ରଥା ହୃଦୟ ଭିତରବ୍ୟାଧ ବାଣ ମୃଗେ ଯେସନ ବାଜେ ।
୨୨
ସତୀଦାହ ପ୍ରଥା ପୂରବୁ କାଳରେଥିଲା ଏ ବିସ୍ତୃତ ଭାରତ ରାଜ୍ୟରେଦେଖ କି ଯାତନା ଭାବତ ମନରେଶୁଣି ଲୋମବାଳୀ ଟଙ୍କୋରି ଉଠେ ।ତାହାଠାରୁ ନ୍ୟୁନ ବିଧବା ଯନ୍ତ୍ରଣାନୁହେ କେଉଁ ସଭ୍ୟ ଜନପଦେ ଗଣାଜାଣି ଶୁଣି ଆମ୍ଭେ ସମସ୍ତହେଁ କଣାସକରୁଣ ଜନ ହୃଦୟ ଫୁଟେ ।
୨୩
କର ସ୍ଥାନେ ସ୍ଥାନେ ସଭା ସଂଗଠନବିଧବା ବିବାହ ହେଉ ଆନ୍ଦୋଳନଯାହାର ଯେ ମତ କରନ୍ତୁ ବର୍ଣ୍ଣନଶାସ୍ତ୍ରରେ ଯୁକ୍ତିରେ ଯା କିଛି ଥାଏ ।ବଳବାନ ହେବ ଯୁକ୍ତିର ପ୍ରମାଣବିଧବା ବିବାହ ଧର୍ମର ବିଧାନବିକଳ୍ପ ପ୍ରମାଣ ନାହିଁ କିଛି ଆନଯୁକ୍ତିଟି ପ୍ରଧାନ ତାକୁ କି ପାଏ ? ।
୨୪
ଯେ ଶାସ୍ତ୍ର ବୋଲିବ ବିଧବା ବିବାହଅସଙ୍ଗତ କଥା କାହାକୁ ନ କହମୁ ବୋଲେ ସେ ଶାସ୍ତ୍ର ଘରେ ବାନ୍ଧି ଥାଅଭସାଇ ଦିଅ ବା ମହାନଦିରେ ।ସେ ଶାସ୍ତ୍ର ଏଣିକି ଚଳିବାର ଭାରନ୍ୟାୟ ଶାସ୍ତ୍ର ଏକା ଜଗତରେ ସାରସ୍ୱଭାବେ ଯେ ଭାବ ହୁଏ ଅବତାରତା ପକ୍ଷେ କା ଜୟ ହେଲେ ବାଦିରେ ।
୨୫
ବିଧବା ବିବାହ ଭାରତ ରାଜ୍ୟରେନ ଥିଲା କି ଭାଈ ପୁରୁବ କାଳରେଶୁଣି ନାହିଁ କିହେ ପୁରାଣ ଶାସ୍ତ୍ରରେତାରା ମନ୍ଦୋଦରୀ ରାଣିର କଥା ।ଦେଖ ଶଚୀ ଦେବୀ ଦେବତାର ରାଣୀଏକ ଇନ୍ଦ୍ର ଗଲେ ଅନ୍ୟ ଇନ୍ଦ୍ର ପାଣିଗ୍ରହଣ କରନ୍ତି ଦୋଷ ନାହିଁ ଜାଣିତୁମ୍ଭର କାହିଁକି ଏମନ୍ତ ପ୍ରଥାମ ।
୨୬
କମଳାର ପିତା ପର୍ଷୁରାମ ଦାସଦେଶର କୁପ୍ରଥା କରିବ ବିନାଶଦୃଢବ୍ରତ ହୋଇ କଲାକ ସାହସଦ୍ୱିତୀୟ ବରଣ କମଳା ପାଇଁ ।ବୋଲେ ଏ ଯାତନା ସହ୍ୟ ନୁହେ ଆଉଯେ ଯାହା ବୋଲନ୍ତୁ ଯାହା କିଛି ଥାଉଜ୍ଞାତିରେ ଯେ ଅବା ଅପମାନ ପାଉମୋହର ତହିଁକି ଭ୍ରୂକ୍ଷେପ ନାହିଁ ।
୨୭
ଜୟ ହେଲେ ହେବି ପର୍ଷୁରାମ ବୀରନୋହିଲେ ଭିକ୍ଷୁକ ବ୍ରାହ୍ମଶହିଁ ସ୍ଥିରଲଙ୍ଗିବି ବିପଦ ସମୁଦ୍ରର ତୀରଅଗ୍ନିରେ ପଶିବ କର୍ତ୍ତବ୍ୟ ପାଇଁ ।ମେଦିନୀ ବକ୍ଷରେ କେତେ ସାଧୁଜନଦେଶ ପାଇଁ ଦେଲେ ନିଜର ଜୀବନଏ ଛାର ଜୀବନେ କିସ ପ୍ରୟୋଜନଭୋଜନ ଶୟନେ ନିଯୁକ୍ତ ଥାଇଁ ।
୨୮
ଏତେ ଭାବି ଦାସ ପ୍ରତିଜ୍ଞା ବନ୍ଦିନକରି କରୁଛନ୍ତି ପାତ୍ର ଅନ୍ୱେଷଣବୋଲେ ଭାଇ ସବୁ ଉତ୍କଳ ନନ୍ଦନଯୋଗ ଦିଅ ଯାଇ ଦାସଙ୍କ ସଙ୍ଗେ ।ଯେତେରେ ବିଧବା କୁମାରୀ ଭଗିନୀଅଛନ୍ତି ସର୍ବଦା ପିଞ୍ଜର ବାସିନୀଧରନ୍ତୁ ସକଳେ ହୋଇ ଆହ୍ଲାଦିନୀମସ୍ତକେ ମୁକୁଟ ଭୂଷଣ ଅଙ୍ଗେ ।
୨୯
ନାଚନ୍ତୁ ଆମରେ ହାତେ ବୀଣାଧରିବିଧବା ବିବାହ ଉଚ୍ଚସ୍ୱର କରିଉଠାଇ ଆନନ୍ଦ ସାଗର ଲହରୀବିଧବା ବିବାହ ମିଳାଇ ତାନ ।ହାତେ ତାଳଧରି ନାଚନ୍ତୁ ସୁନ୍ଦରୀଦେବରାଜରାଣୀ ଅପ୍ସରା କିନ୍ନରଲତା ଦୋଳାସନେ ବନ ରାଜ୍ୟେଶ୍ୱରୀମଧୁର ସଙ୍ଗୀତ କରିଣ ଗାନ ।
୩୦
ଦେଖନ୍ତୁ ସ୍ୱର୍ଗରେ ମୁନି ପରାଶରକପିଲ ଲୋମଶ ବଶିଷ୍ଠ ପ୍ରବରପ୍ରକାଶି ଅନ୍ତରେ ଆନନ୍ଦ ଅପାରପୁଷ୍ପ ବୃଷ୍ଟି କରି ଉତ୍କଳ ଦେଶେ ।ଉଠ ଭାଇ ଏବେ କର ଜାଗରଣବ୍ରାହ୍ମଣ କ୍ଷତ୍ରିୟ ବଇଶ୍ୟ କରଣବିଧବା ଯନ୍ତ୍ରଣା ହେଉ ବିମୋଚନସଭ୍ୟ ଜଗତର ସମାଜ ପାଶେ ।
ଅଛତ ଅନ୍ତରେଲକ୍ଷ୍ମୀନାରାୟଣ ସାହୁ