ଭୂପତି ଚଉତିଶା — ଉପେନ୍ଦ୍ର ଭଞ୍ଜ · ସ୍ୱର୍ଣ୍ଣଲିପିକହଇ ଦୁତୀ ରାଧିକା କର ଧରି ଶ୍ରୀକୃଷ୍ଣ ବିରହ-ଦୁଃଖ ।କେଉଁ ଦୋଷକୁ ରୋଷ କର କାନ୍ତକୁ ହେଲୁ ତୁ ଏଡ଼େ ବିମୁଖ ॥
କେ ସେ କାହାକୁ କେତେ ଦୂର ଅନ୍ତର ଏହା ନା ବିଚାରୁ ମନେ ।କଞ୍ଜ କୁମୁଦ କାନ୍ତ ରବି ଚନ୍ଦ୍ରମା ବୋଲନ୍ତି ଜଗତଜନେ ॥
କାନକଟା କୀଟ କା କାନ କାଟିଛି କେହି ନ କରେ ବିବେକ ।କଳଙ୍କ ଦିଅନ୍ତି ଅକଳଙ୍କ ଜନେ ଏହିମତି ଅବିବେକ ॥
କଲହେଁ ଦୋଷ ନିଜ ଦାସେ କରିବା ଭୟ ଦେଖାଇ ସଦୟେ ।କଠିନ କୋମଳ ବାହାର ଅନ୍ତର କଉଦରୀ ଫଳ ପ୍ରାୟେ ॥
ଖଣ୍ଡହିଁ ଖଣ୍ଡନ କରେ ପ୍ରାଣୀ ପ୍ରାଣ କୋଚିଳା ସଙ୍ଗତେ ଯତି ।ଖାଉଥାଇ ଯେହ୍ନେ କୁଭକ୍ଷ କୋକିଳ ବାୟସ ବସାରେ ପଡ଼ି ॥
ଖଚହିଁ ଭଲ ଭଲଲୋକେ କହନ୍ତି କ୍ଷିତିପତି ଆଶ ଚାହିଁ ।କ୍ଷୀରସମୁଦ୍ର ସଙ୍ଗମେ ଗଙ୍ଗା ଯେହ୍ନେ ଲବଣଭାବକୁ ବହି ॥
କ୍ଷୀର ନୀର ଯେହ୍ନେ ଅଭେଦ ପୀରତି ଖାର ମିଶିଯାଏ ଛିଡ଼ି ।ଖଚ ଗୋବିନ୍ଦ ବିଷୟରେ ଶୁଣିଲେ ଗୁରୁ ପ୍ରଭୁଙ୍କୁହିଁ ଛାଡ଼ି ॥
ଖଣ୍ଡିଏ ଲେମ୍ବାଉ ମିଶିଲେ କର୍ପୂର ପଇଡ଼ ଗରଳ ସରି ।ଖଳମନ୍ତ୍ରୀ ବୋଲେ କ୍ଷଣକେ ନାଶିଲା ମାନଗୋବିନ୍ଦର ଶିରୀ ॥
ଗୁପତ ଗାଢ଼ ପୀରତି ଦୂର କଲୁ କଟାକ୍ଷ ଥାଉ ତୋ ଦୂରେ ।ଗ୍ରୀଷମଋତୁ ରବି ପ୍ରାୟେ ପଦ୍ମକୁ ରାଗେ ନ ଚାହିଁଲୁ ଗାରେ ॥
ଗାଳିହିଁ ଦେଇ କଥାଏ ନ କହିଲୁଗୋବିନ୍ଦ ଏହି ତା ଘୋଷେ ।ଗର୍ଜ୍ଜନ ବଜ୍ରଘାତ ସହେ ଚାତକ ଜଳଟୋପିକର ଆଶେ ॥
ଗୁଣଗ୍ରାହୀ ହୋଇ ଦୋଷଗ୍ରାହୀ ହେଲୁ ଭଙ୍ଗ ତୁ ହେଲୁ ମଣ୍ଡୁକ ।ଗାଢ଼ ସମ୍ପଦ ବୁଡ଼ି ପୋଡ଼ି ଗଲେହେଁ କେ ଛାଡ଼େ ପାଣି ପାଚକ ॥
ଗଣ୍ଠି କଲା ହରି ପୀରତି ହୀରା ତା ଅଭଙ୍ଗ ଅପୁରାତନ ।ଗଳାରେ ରଖୁ ରଖୁ ହେଲା ମଳିନ ସ୍ଫଟିକମାଳା ଯେସନ ॥
ଘୃଣକ୍ଷର ପ୍ରାୟେ ଦୋଷ ଯେବେ ହେଲା ଘେନିଥିବୁ ନିକି ଚାହିଁ ।ଘଷି କଷି ହେମ କିଣିଲେ ତାହାକୁ କମାରଶାଳେ କି ଦାହି ॥
ଘୋଷୁଥାଇଁ ତୁମ୍ଭ ଦୁହିଁଙ୍କ ପୀରତି ସୁଧାସିନ୍ଧୁ ଅପ୍ରମିତ ।ଘଡ଼ିକେ କୁମ୍ଭଜ ପ୍ରାୟେ ଚଳୁ କରି ଆଚମନ କଲୁ ତୁତ ॥
ଘେନିଥିଲୁ ଚିତ୍ତେ ଚେତାଇଲା ଚିତା ସମାନ କରି ଯାହାକୁ ।ଘଡ଼ିକେ ଘେନିଲା ଫୁଲ ପ୍ରାୟେ କଲୁ ଏଡ଼େ ଅନ୍ତର ତାହାକୁ ॥
ଘଟଜଳରେ ଚନ୍ଦ୍ରବିମ୍ବ ପରାୟେ ଘେନାଘେନି ଅନୁଭବୀ ।ଘଡ଼ି ଅର୍ଦ୍ଧକେ ତେଡ଼େ ରାଗ ବୁଡ଼ିଲା ଯେସନେ ପଶ୍ଚିମରବି ॥
ସମ୍ବନ୍ଧିତ ରଚନା
ବୈଦେହୀଶ ବିଳାସ (ଚତୁର୍ଥ ଭାଗ)ଉପେନ୍ଦ୍ର ଭଞ୍ଜ ଉପେନ୍ଦ୍ର ଭଞ୍ଜ
ବୈଦେହୀଶ ବିଳାସ (ତୃତୀୟ ଖଣ୍ଡ)ଉପେନ୍ଦ୍ର ଭଞ୍ଜ ଉପେନ୍ଦ୍ର ଭଞ୍ଜ
ଉର୍ଦ୍ଧ୍ୱନିଶ୍ୱାସ ଛାଡ଼ି କୃଷ୍ଣ କହିଛି କଳା ବୋଲି ଅବା ମୋତେ ।
ଅନ୍ତର କଲା ଏତେଦିନେ ଗଉରୀ ଅଣହେଳା କରି ଚିତ୍ତେ ॥
ଅମିୟକର ଅଙ୍କରେ କିସ ଦିଶେ ଉମାପତି କଣ୍ଠେ କିସ ।ଅଙ୍ଗୀକାର କରି ମହତ ନ ଛାଡ଼େ ହେଲେହେଁ କଳଙ୍କ ବିଷ ॥
ଏହି କଥା ତାର ଛାମୁରେ ଦୂତୀ ତୁ କହିବୁ ବିନୟ କର ।ଅଙ୍ଗୁଳ ଅଧିକ ହେଲେହେଁ ଅଶୋଭା ହସ୍ତନିକି ପରିହରି ॥
ଉରଗ ଶାବକ ପୋଷି ନ ବିନାଶି ଅନୁଗତଜନେ ବଧ ।ଆଖି ପରା କଳା କିପାଇଁ କରିଛୁ କଳଙ୍କ ଭୂଷଣେ ସଧ ॥
ଚତୁରବର-ଚିତ୍ତଚୋର-ଚାତୁରୀ ତୋ ଆଗେ ଚତୁରକଥା ।ଚଣ୍ଡକର ଆଗେ ଖଦ୍ୟୋତ କିରଣ ପ୍ରକାଶ କରିବା ଯଥା ॥
ଚାମୀକର ଚୋଖ ଚହଟ ଚିକ୍କଣ ପରଶ ଆଗେ କହିବା ।ଚିନ୍ତାମଣି ଆଗେ ପରଶ ପ୍ରଶଂସା ଯେସନେ ନ ପାଇ ଶୋଭା ॥
ଚନ୍ଦ୍ରକୁ ଯେସନେ କ୍ଷୀରସିନ୍ଧୁ ମୀନ ଜଳଚର ସଙ୍ଗେ ଗଣି ।ବେତନାହୀନେ ଆମ୍ଭେ ତୁମ୍ଭେ ଦୁହିଁଙ୍କି ଗୋପସୂତା ସୂତ ମଣି ॥
ଚତୁର୍ଦ୍ଦଶ ଲୋକେ ଯେଉଁ ଦୁହିଁଙ୍କର ଉପମା ଦେବାକୁ ନାହିଁ ।ଚହ୍ଲାବିକାଳୀଗୁଆଳୀ ଗଉଡ଼ୁଣୀ ଆମ୍ଭେ ତା ଜାଣିବୁଁ କାହିଁ ॥
ଛଇଳ ପ୍ରାଣ ପବନ ପନ୍ନଗ ତୋ ମାନ ଜାଣି କଲୁ ଯହିଁ ।ଛେଳି ପୋଷିଲାରୁ ଜାଣିଲି ମାଳିର ଫୁଲରେ ଶରଧା ନାହିଁ ॥
ଛପନକୋଟି ଜୀବଙ୍କର ଜୀବନ ପାଣି ପବନତ ଜାଣି ।କ୍ଷଣକେ ସୁପଥ ପଙ୍କିଳ ପ୍ରଦୀପ ନାଶ ଦୋଷ ନିକି ଘେନି ॥
ଛ-ଦଶକଳା ସମ୍ପୂର୍ଣ୍ଣ ଚନ୍ଦ୍ର ଉଦେ ସକଳ ନେବ ସମ୍ପତ୍ତି ।କ୍ଷୀଣ ନଳୀନ ଦୋଷେ ନିକି ନିନ୍ଦିବା ସଜନି ! ରଜନୀପତି ॥
କ୍ଷଣେ କ୍ଷଣେ ସବୁ ଯୁମନାମାନଙ୍କ ମନ ମୋହେ ମଧୁକର ।ଛାଡ଼ିଲା ଚମ୍ପା ଏହି ଦୋଷେ ନିନ୍ଦିବା ରସିକ ନୁହେ ଭ୍ରମର ॥
ଜଳ ମୀନ ପ୍ରାୟେ ଏକାଙ୍ଗ ପୀରତି ଯାହା ଦେଖିଛ ସ୍ୱରୂପ ।ଜୀବନତ୍ୟାଗୀ ମୀନ ଜଳ ଅନ୍ତରେ ଜଳର କି ଭୂରୁକ୍ଷେପ ॥
ଜଳଜ ପଙ୍କ ଛାଡ଼ିଲେ ପ୍ରଫୁଲ୍ଲିତ ନୁହେ ପଦ୍ମବନ୍ଧୁ ଦେଖି ।ଜୀବନଦାତା ଜୀବନଗ୍ରାହୀ ହେଲେ କେ ପାରେ ଜଗତେ ରଖି ॥
ଜୂତକାର ଯେହ୍ନେ ପରଧନ ଲୋଭେ ଯତନେ ହରାଇ ମୂଳ ।ଯୁବତୀ ଷୋଳସହସ୍ର ମଧ୍ୟେ କୃଷ୍ଣ ତୋ ବିନୁ ଅତି ଆକୁଳ ॥
ଜାହ୍ନବୀ ଆଦି ନାନା ତୀର୍ଥଜଳର ନିକଟେ ଥାଇ ଚାତକ ।ଜଳଦଜଳ ଟୋପି କି ଆଶା କରି ଅବିରତରେ ତୃଷିକ ॥
ଝାସଲ ଯେସନେ ପତଙ୍ଗ ପ୍ରଦୀପେ ସ୍ୱରୂପ ଦେଖି ଲୋଚନେ ।ଝଳଇ ଚିତ୍ତ ପରବଧୂ ସଙ୍ଗତେ ମହତ ହତ ଚେତନେ ॥
ଝାଡ଼କୂପେ ଯେହ୍ନେ ମିଥ୍ୟା ବୀରରସେ ମୃଗରାଜ ମଲା ବୁଡ଼ି ।ଝାଡ଼ମୃଗ ଯେହ୍ନେ ଶର ନ ହେଜିଲା ଶ୍ରବଣ ଲାଳସେ ପଡ଼ି ॥
ଝସ କୃଷ୍ଣକୁ ତୋ ଅଧରୁ ଆହାର କଟାକ୍ଷ କଣ୍ଟା ପୂରୋଇେ ।ଝସକେତନ ହାତେ ଦେଲୁ ବିରହ ବଡ଼ସୀ ଛାଟିକା ନେଇ ॥
ଝରଇ ନେତ୍ର ସରସଦାରୁ ଯେହ୍ନେ ଅଧିକ ପଡ଼ି ପାବକେ ।ଝିମିଣ୍ଟେ ଉପ୍ରୋଧ ନ କରି ନାଶୁଛୁ ଚିହ୍ନା ଖଣ୍ଟା ପ୍ରାୟେ କିକେ ॥
ନାରୀ ନଦୀ ନିଆଁ ନାଗ ନରେଶଙ୍କୁ ନିରନ୍ତରେ ଥିବ ଦକା ।ନିମିଷମାତ୍ରକେ ଉପ୍ରୋଧ ଛାଡ଼ି ଏ ନିଶ୍ଚୟେ କରନ୍ତି ଡ଼କା ॥
ନୟନ ପିତୁଳୀ ଦୁହେଁ ଦୁହିଁଙ୍କର ନିମିଷାର୍ଦ୍ଧ ହରଶନେ ।ନିଶ୍ଚେ ଜାଣିଲି ତୁମ୍ଭ ତାଙ୍କ ପୀରତି ଚନ୍ଦ୍ର ଚକୋର ଯେସନେ ॥
ନିଷ୍ଠୁର ନିର୍ଦ୍ଦୟ ନାରୀଙ୍କ ହୃଦୟ ପୁରୁଷବିଷାଦ ସୀମା ।ନଳ, ରାବଣ, ବାଳି, ବାଣ, ରୁକ୍ମଣ, ଇନ୍ଦ୍ର, ଚନ୍ଦ୍ର, ବିଷ୍ଣୁ, ବ୍ରହ୍ମା ॥
ନାଗରୀମାନେ କାହାକୁ କି ନ କଲେ ରୁଧିରେ ବାନ୍ଧିଲେ ଜୂଡ଼ା ।ନାଗ ନାରାଚ ନାରୀ ଯେଡ଼େ ସୁନ୍ଦର ତେଡ଼ିକହିଁ ଘରବୁଡ଼ା ॥
ଟାଣ କହୁଥାଉ ଅଟଳ ପରାୟେ ନ ଟଳିବ ଆମ୍ଭ ଚିତ୍ତ ।ଟିକାକେ ମାନ ମହତ୍ତ୍ୱ ପତିବ୍ରତ ଟାଳିବ ମୂରଲୀ ଗୀତ ॥
ଟାଣ କରି କେବା ତୋ ନାମ ଧରିବ ରଜାର ଉଚ୍ଚାର ଶୁଣି ।ଟଙ୍କଧରପର ଅବଶେ ପଡ଼ୁଛି ଟୋପ ଟିକର ନ ମଣି ॥
ଟଳଟଳ ହୋଇ ଟଳି ପଡ଼ୁଛନ୍ତି ଦେହରେ ଚେତନା ନାହିଁ ।ଟିକାଏ ଚେତ ମୂରଲୀହାତ ହେଲେ ଦୂତୀ ଯାଏ କଥା କାହିଁ ॥
ଟାଙ୍ଗଣା ମିଶାଇ ଝାଳି ଦେବା ଯାଏ ହେମକମ ଏକଲୀନା ।ଟେକି କହୁଥାନ୍ତି ନାଉରୀକି ଭାଇ ପାରି ହେବା ଯାଏ ସିନା ॥
ଠକଶିରୋମଣି ରମଣୀମଣି ତୁ ଠାବକଲି ସେହିଦିନୁ ।ଠାରି କୃଷ୍ଣକୁ ବୃନ୍ଦାବନେ ରମିଲୁ ରତିଚିହ୍ନେ ଚିତ୍ର ତନୁ ॥
ଠେସିଁ କହିଲୁ କେତକୀ କଣ୍ଟକ ଏ ଠିକ ନଖ-ରେଖ କୁଚେ ।ଠୁଳେ ଲାଜ କରି ଲୁଚାଇଲେ ନିକି ଧାଈକି ନିତମ୍ବ ଳୁଚେ ॥
ଠାକୁରାଣୀ ବଡ଼ ହେଲେହେଁ ସାନ ତୁ ମୋ କୋଡ଼ର ହେବା ଭଳି ।ଠକକଥା ଏତେ କାହୁଁ ତୁ ଶିଖିଲୁ କାଲି ଧୂଳିଖେଳାଉଳୀ ॥
ଠାବେ ଠାବେ ତୋର ପାଦପଦ୍ମ ଚିହ୍ନ ବାଲିକୁଦରେ ଅନାଇଁ ।ଠୁଳ ପ୍ରେମଭରେ ଅନଙ୍ଗଆତୁରେ ଚୁମ୍ବନ ଦିଏ କହ୍ନାଇଁ ॥
ଡ଼ାହୁକହେମାଙ୍ଗୀ କୃଷ୍ଣଚଉପାଶେ ଡ଼େରି କୁଚକୁମ୍ଭ ଉଭା ।ଡ଼ମରୁସରୁମଧ୍ୟା ଚାରୁନିତମ୍ବା ବସନ ଭୂଷଣେ ଶୋଭା ॥
ଡ଼ୋଳେ ମୃଗ-ମୀନ-ଖଞ୍ଜନ-ଗଞ୍ଜନା ରଞ୍ଜି ନ ପାରିଲେ ଚିତ୍ତ ।ଡେରିଲା ରତ୍ନପଞ୍ଜରୀ ମଧ୍ୟରେ ଯେ ପଡ଼ିଲା କୋକିଳ ମତ ॥
ଡାଳେ ଶୁଖିଲା ପଲ୍ଲବ ପ୍ରାୟେ ତନୁ ବିରହ ଉଗ୍ର ଅନଳ ।ଡମରୁଧର ସମ କରୁଁ ମଦନ ରହୁନାହିଁ ନେତ୍ରଜଳ ॥
ଡେରି ଶ୍ରୁତି ଯାର ସଙ୍କେତସ୍ଥାନକୁ ଡର ଛାଡ଼ି ପଶୁ ବନେ ।ଡଂଶିଲା ଅନଙ୍ଗ-ଉରଗ ଡାକିଲେ ଡାକ ନ ଶୁଣୁ ଶ୍ରବଣେ ॥
ଢଗଢ଼ମାଳି ସଙ୍ଗୀତ ଆଦି ରସ ଆରମ୍ଭ କରନ୍ତି ବାଳୀ ।ଢାଳେ ଜଳ ନାହିଁ ସ୍ଥୂଳମୀନ ପରେ ମଧୁରସ ଯେହ୍ନେ ଢାଳି ॥
ଢୋକଇ ନାହିଁ ତୃଷିକ ଶାମୂକ ଯେ ଗଙ୍ଗାଦି ସୁପୁଣ୍ୟଜଳ ।ଢାଳେ ସ୍ୱାତୀଜଳ ଆଶାରେ ଆଶାୟୀ ମନୋରଥ ମୂକ୍ତାଫଳ ॥
ଢଳହଳ ହୋଇ ଢାଙ୍କନ୍ତେ ଲୋତକ ପଡ଼ିଲା ପଦ୍ମନୟନେ ।ଢାଳେ ବୋଝ କଥା ମଥା ସେ ଜାଣଇ ଢିରା ବାଡ଼ି ଆମ୍ଭେମାନେ ॥
ଢମ ପ୍ରାୟେ ମଣୁ ଏତେସରି ଶୁଣି ଢଳଇ ନାହିଁ ତୋ ମନ ।ଢୋଲ ବଜାଇ କହୁଛି ମୋର ଦୋଷ ନାହିଁ ତୁ ଘେନି ନ ଘେନ ॥
ଆଣି ତୁଳାଅଂଶୁ ନାସାପୁଟେ ଦେଲେ ଚଳାଚଳ ସନ୍ଧି ଦେଖି ।ଅଶ୍ରୁ, ନେତ୍ର ହୋଇ ଧାଇଁ ମୁଁ ଅଇଲି ମନ ତାଙ୍କ ପାଶେ ରଖି ॥
ଅଣହେଳା କଲେ ଆଉ ନ ପାଇଟି ଏବେ ତୁ ଚଳ ବହନ ।ଅନଙ୍ଗବ୍ୟାଧିକି ଅମୋଘ ଔଷଧ ଅଧରପାନାଲିଙ୍ଗନ ॥
ଅନୁପାନ ଚାରୁଚନ୍ଦନ ତହିଁ କି ଆନ ଉପାୟ ନ ଦେଖି ।ଆଣି ଲଗାଅ ନାଟିକା ରତିରସ ବଟିକା ଦେଇ ରେ ସଖୀ ॥
ଅନେକ ବାଳା ବୈଦ୍ୟ ବସିଅଛନ୍ତି ନ ପାରିଲେ ସାଧ୍ୟ କରି ।ଏଣଅଙ୍କ ଏକ ବିନୁ ଉଡ଼ୁଗଣେ କେ ପାରେ ତିମିର ହରି ॥
ତୃଷା ତନୁତାପ ପାପ ହରଣକୁ ତିନିଧାର ତିନିପୁରେ ।ତହୁଁ ଥାଇ ରାଜହଂସ ମନ ଯେହ୍ନେ ମାନସରୋବର ଠାରେ ॥
ତରଳମତି ଭୃଙ୍ଗ ସବୁ ପୁଷ୍ପରେ କ୍ଷଣେ କ୍ଷଣେ ମନ ବୋଧେ ।ତୀକ୍ଷ୍ମଦାଢ଼ ଥାଉଁ ବନ୍ଦୀ ପଡ଼ଇ ସେ ପଦ୍ମିନୀ ପ୍ରେମ ଉପ୍ରୋଧେ ॥
ତିଳଫୁଲ ପ୍ରାୟେ ସ୍ନେହ ଜାଣିଥିଲି ତନୁ ଅନ୍ତରେଣ ଥିବ ।ତୃଣ ତୁଷାର ସଙ୍ଗ ପ୍ରାୟେ କେ ଜାଣେ ରବି ଉଦୟରେ ଯିବ ॥
ତେଡ଼େ ମହାରାଜ ସମ୍ପଦରେ ରାମ ଦ୍ୱିତୀୟ ରାମା ନ କଲେ ।ତହୁଁ ଅଧିକ ତୋର ବ୍ରତେ ବ୍ରତିକ ଗୋବିନ୍ଦ ଗୋପୀମଣ୍ଡଳେ ॥
ଥରେ ଚିତ୍ରଫୁଲ ଚୁମ୍ବିଲେ ଭ୍ରମର ଥୟ କର ତା ନ ଘେନି ।ଥିଲା ଯେ ହେମପ୍ରତିମା ରାମ ପାଶେ ସେ କି ସୀତା ସପତଣୀ ॥
ଥାଣୁର ଉମା ବାହିଯ୍ୟ ଅର୍ଦ୍ଧଅଙ୍ଗ ଥାଇ ବ୍ରହ୍ମଭାଗେ ମନ ।ଥୟ କଲି କୃଷ୍ଣ ବାହାର ଅନ୍ତରେ ତୋର ରୂପ ଲୟେ ହୀନ ॥
ଥୁଆ ସୁତ ସଙ୍ଗେ କ୍ଷୀର ଥାଇ ଯେହ୍ନେ ତମ ପ୍ରଦୀପ ପଛରେ ।ଥାଇ କଜ୍ଜ୍ୱଳ ସବୁ ବାମା ନୟନେ ସ୍ଥିତ ଶିଖି ଶିଖା ପରେ ॥
ଥିବ କି ନାହିଁ ମନରୁ ପାଶୋରିଲୁ ଥିଲୁ ରସି ବିପରୀତେ ।ସ୍ଥକିତ ହେଲୁ ଗବାକ୍ଷମାର୍ଗେ ଚାହିଁ କୃଷ୍ଣ ସୁବଳ ସଙ୍ଗତେ ॥
ଦାଣ୍ଡରେ ଦେଖୁ ପୁଣି ଦେଖୁ ପଲଙ୍କେ ଦୁଇ ରୂପ ଏକ ଦେହ ।ଦୟିନୀ ହୋଇ ପଚାରିଲୁ କୃଷ୍ଣକୁ ଏ କି ଅଲୋକିତ କହ ॥
ଦରହସିତେ କୃଷ୍ଣ ବୋଲେ ସୁବଳ ଇଚ୍ଛାକଲା ମୋର ଭେଟ ।ଦର୍ଶନ ଦେଲି ତା ଇଚ୍ଛାରୁ ପ୍ରକଟି ଦାଣ୍ଡରେ ଦେଖ ପ୍ରକଟ ॥
ଦଇବେ ଦିଗମ୍ବରଙ୍କୁ ଅଗୋଚର ମୁଁ ଥାଇଁ ତୋ ସ୍ନେହ ଯଡ଼େ ।ଦୁଧ ଦେବାକୁ ଯଶୋଦା ଇଚ୍ଛା କଲେ ଅଛି ମୁଁ ତାହାଙ୍କ କୋଡ଼େ ॥
ଦଧି ସର କୃଷ୍ଣ ଚୋରାଇ ଖାଇବେ ଦକା କଲା ବୃନ୍ଦା ମନେ ।ଦକାରୁ ପ୍ରକାଶି ଦଧି ଖାଉଛି ମୁଁ ଦେଖ ଯା ତାର ଭୁବନେ ॥
ଧରି ନ ପାରନ୍ତି ଦୟାଳୁ ଭୟାଳୁ ଧାତା ଧର୍ମି କର୍ମିମାନେ ।ଧାଇଁ ମନୋରଥ ଦେଇ ମୁଁ ଆସଇ ଧରା ନ ପଡ଼ଇଁ ତେଣେ ॥
ଧାତିକାରେ ଯାଇଁ ଆଭାସଇଁ ଯେହ୍ନେ ସ୍ୱରୂପ ରୂପ ମୁକୁରେ ।ଧ୍ରୁବ ଜାଣ ତୋର ବିନୁ ମୋର ଆନ ନାହିଁ ସେହି ପରକାରେ ॥
ଧଇର୍ଯ୍ୟ ଧରି ସଂଶୟ ଦୂର କରି ଯେଉଁ ସୁଖ ଜାତ କଲୁ ।ଧୋଇଲା ମାହୁନ୍ତ କରିଣ ପରାୟେ ପୁଣି ଧୂଳି ମଣ୍ଡି ହେଲୁ ॥
ଧନ୍ୟ ଯେ ଧନ୍ୟ ତ୍ରିଭୁବନେ ଅଟୁ ତୁ ଧିକ କହିବା ଆମ୍ଭର ।ଧାତା ଧୂର୍ଜଟି ଧ୍ୟାନେ ଯେ ଆଗୋଚର ସେ ଧ୍ୟାନ କରୁଛି ତୋର ॥
ନାରାଚ ପରାୟେ ଯେତେ ଓଟାରିଲେ କେତେହେଁ ଯାଉଛୁ ଦୂର ।ନିଏ ପ୍ରାଣ ଶର ଧନୁ ଯେତେ ନୁଏଁ ନାରୀଏ ସେହି ପ୍ରକାର ॥
ନରେନ୍ଦ୍ର ପ୍ରାୟେ ଅନୁଗ୍ରହ ନିଗ୍ରହ ଅଧିକ ତୋର ସୁନ୍ଦରୀ ।ନୟନ ଶୋଭା ହେମ ଲୋହ ଚିତ୍ରରେ ନୁହଇଁ ବିପଦ ତରି ॥
ନିଦାନ ଜ୍ୱରନାଡ଼ୀ ତୁ ଅଟୁ ନାରୀ ଛାଡ଼ି ଛଡ଼ାଇବୁ ପ୍ରାଣ ।ନିଜ ଶଯ୍ୟା ଛାଡ଼ି ଅବନୀଶୟନ ଗଙ୍ଗଶିଉଳୀ ଯେସନ ॥
ନବଅଙ୍କୁର ରବି କରେ ଶୁଖିଲେ କି କରିବ ଘନରସ ।ନଦୀସ୍ରୋତରେ ଭାସିଗଲା ଉତ୍ତାରେ ନାବେ ପ୍ରୟୋଜନ କିସ ॥
ପୀରତିପଥେ ପାଦ ଦେଲେ ପ୍ରମାଦ ପରମାନନ୍ଦ ସମାନ ।ପ୍ରଥମ ପାବଚ୍ଛ ରେଣୁ କରି ରଖେ ପ୍ରତିଷ୍ଠା ମହତପଣ ॥
ପିତା ପତି କୁଳ ଲାଜ ଲଘିଂ ଯାଇ ଉଚ୍ଛିଷ୍ଟପତର ମତ ।ପାଣ୍ଡବ ପଶାଖେଳ ପ୍ରାୟେ ହାରଟି ନିଜ ସମ୍ପଦ ସହିତ ॥
ପରପୁତ୍ର ସଙ୍ଗେ ପରପୁତ୍ରୀ ଯେହ୍ନେ ପାଉଁଶ କରଇ ଦେହ ।ପିଣ୍ଡ ପ୍ରାଣ ପୃଥ୍ୱୀ ପ୍ରତିଷ୍ଠା ଲୋଡ଼ିଲେ ସେ କିପାଁ କରେ ସେନେହ ॥
ପୀରତି ପ୍ରତିପାଳି କରି କାମିନୀ ଉପକାନ୍ତ କୋଳେ ନାହିଁ ।ପ୍ରଥମା ଦ୍ୱିତୀୟା ଶଶୀ ଆଦରତା ତୃତୀୟା ଦିନକୁ ନାହିଁ ॥
ଫଣୀମଣିଧର ଦକ୍ଷିଣାବର୍ତ୍ତକ ଶଙ୍ଖ କୋଟିକରେ ଏକ ।ପାଇ ରୂପବତୀ ଗୁଣଜ୍ଞ ଯବତୀ ଅନେକ ଦୁର୍ଲ୍ଲଭେ ଏକ ॥
ଫଳ ମହାକାଳ ସୁରଙ୍ଗ ଖାଇକି କଲେହେଁ ଉପାସ ତିନି ।ଫୁଲଶିମିଳୀ ପଦ୍ମାକାର ସୁନ୍ଦର ତା ନିକି ମଥାରେ ଘେନି ॥
ଫଳ ପୂର୍ଣ୍ଣ କରି ଟାଣ ଗୁଣେ ଧରି ନାୟକ ସାୟକ ବେନି ।ଫାଟି ଫୁଟି ଆସି ପୁଣି ଗୁଣେ ବସି ତେବେ ସେ ଧନୁକି ଧନୀ ॥
ଫୁଙ୍କିଲେ ମଳିନ ମକୁର ଯେସନେ ଫୁଲା ନାଗରୀଙ୍କ ଚିତ୍ତ ।ଫେରାଇଲେ ପିଠି ପ୍ରୀତି ପ୍ରତିବିମ୍ବ କୋଳ କଲେ ବିପରୀତ ॥
ବୀଜରୁ ବୃକ୍ଷ ବୃକ୍ଷରୁ ବୀଜ ଯେହ୍ନେ ବେଦୁଁ ବ୍ରହ୍ମ ବ୍ରହ୍ମୁ ବେଦ ।ବାରିରୁ ବାରିଧି ବାରିଧିରୁ ବାରି ବେନିରୂପ ଏକଭେଦ ॥
ବିଧୂ ବିଭାବରୀ ବିଭାବରୀ ବିଧୂ ବେନି ସଂଯୋଗରେ ଶୋଭେ ।ବାହାର କରେ କେ ଅଧମ ସୁବର୍ଣ୍ଣ ଶାଳଗ୍ରାମ ଗର୍ଭ, ଲୋଭେ ॥
ବିପ୍ରପାଦଚିହ୍ନ ପ୍ରାୟେ ବନମାଳୀ ଅଛାଡ଼ କରିଛି ତୋତେ ।ବିଶ୍ୱନାଥ ଅର୍ଦ୍ଧଅଙ୍ଗରୁ ଅମ୍ବିକା ଅନ୍ତର କଲା ପ୍ରତୀତେ ॥
ବଡ଼ ଖଣ୍ଡାରୁ ପ୍ରଖର ଖଳବାଣୀ ବୁଝିଲି ମୁଁ ବର୍ତ୍ତମାନେ ।ବାରି ବେନି ଖଣ୍ଡ ଛାଇକି ଛଖଣ୍ଡ କରନ୍ତି ବଚନବାଣେ ॥
ଭଲ ମନ୍ଦ ଭାଷା ନ ବୁଝି କରି ଯେ ଭଲଲୋକ ବୋଲାଉଛି ।ଭବ ନିନ୍ଦା କରି ଭବାନୀ ଅଗ୍ରତେ ବ୍ରହ୍ମାହିଁ ନାଶ ଯାଇଛି ॥
ଭାବ ଅଭାବ କଲା ଲୋକ ଲାଭ ଗୋ ବୁଝ ତୋହରି ସମ୍ମୁଖେ ।ଭାବ ଆଗେ ପଛେ ଅଭାବ କଲାକୁ ଭସ୍ମଟି ମୁକୁର ମୁଖେ ॥
ଭଲ କଲା ସେ ପ୍ରମଦା ମୟ ହେଲା ମାନ ଅନଳେ ସଂଯୋଗ ।ଭଣେ ଭୂପତି ଦୁଗ୍ଧରସ ଅନ୍ତରେ ଅତି ସ୍ୱାଦୁ ସୁଖଭୋଗ ॥
ଭାଇ ବୋଲି ଚନ୍ଦ୍ର କିରଣେ କମଳା ନାରାୟଣ ସଙ୍ଗ ଛାଡ଼େ ।ଭାଗେ ପଡ଼ିଛି ତୋହର ସୁଧାକର ଭୋଗ ଭଗବାନ କୋଡ଼େ ॥
ମୁଣ୍ଡ ଲଗାଇ ଚରଣ ଛୁଇଁ ଦୂତୀ ନିୟମ କରି କହିଲା ।ମୂରଲୀଧର ଆତୁର ଏତେ ମୋତେ ତୁମ୍ଭେ ପାଦ ଛୁଁଆଇଲା ॥
ମୂର୍ଚ୍ଛିତ ଦଶାନନର ଶରାଘାତେ ଲକ୍ଷ୍ମଣ ହତ ଯେସନ ।ମାନିନୀ ରମଣୀ ମୃତସଂଞ୍ଜିବନୀ ମିଳିଲେ ରହେ ଜୀବନ ॥
ମୋର ଯିବାଯାଏ ଜୀବନ ଅବଧି ମିଛ ନୋହେ ସତ ବାର ।ମାନ ଛାଡ଼ ମଣିଚୂଡ଼ମୋକ୍ଷଣକୁ ମାର ମୁଖୁଁ ରକ୍ଷାକର ॥
ମଇତ୍ରଦ୍ରୋହ ଦୂରିତ ନିକି ନୋଦେ ବନାନଳ ବାରୁଦହେ ।ମଣିମା ଶୁଣିମା ବୃଷଭାନୁଜେମା ନ ପଡ଼ ମଇତ୍ରଦ୍ରୋହେ ॥
ଯଶୋଦାସୁତ ଅଗ୍ରଜ ସଖାବୃନ୍ଦ ଯାର ପ୍ରିୟତମଗଣ ।ଜଗଜ୍ଜୀବନ ସଙ୍ଗତେ ଜୀବ ଯିବ ତା ଦୁଃଖ ଘେନ ନ ଘେନ ॥
ଜାଣୁ ଶିରୋମଣି ରମଣୀମଣି ତୁ ଜାଣୁ ସବୁ ରସକଳା ।ଯୋଗୀଲୋକଙ୍କୁ ଚଲଣାଚୋରୀ ଦୋଷ ମରଣହୁଁ ବଳିଗଲା ॥
ଜୟ ସଙ୍କେତ ଦୁର୍ଜ୍ଜୟମାନେ ଦୂତୀ ହ୍ରହାସ ଦର୍ଶନ କଲା ।ଜଳ ସଙ୍କଟୁ ବ୍ରହ୍ମଜାତି ହୀରା କି ଛଟକେ ଝଟକ ଦେଲା ॥
ଯନ୍ତ୍ର ମନ୍ତ୍ରମଣି ମୁଳିକା ନ ମଣି ଯୁବାଭୁଜଙ୍ଗୀର ବିଷ ।ଯତନେ ଜବରେ ସିଞ୍ଚି ଶାନ୍ତି କଲା ଦୂତୀ ବଚନପୀୟୁଷ ॥
ରୋଷ ସଙ୍ଗେ ଊର୍ଦ୍ଧ୍ୱନିଶ୍ୱାସ ଛାଡ଼ିଣ ରାଧା ମୁଖ ଟେକି କହେ ।ରତିରସ ଆଶାଭ୍ରଷ୍ଟ କ୍ରୋଧାନଳେ ରସିକା ହୃଦୟ ଦହେ ॥
ରତ୍ନ ଚିନ୍ତାମଣି ପ୍ରତିବୋଧ ରଙ୍କେ ନ ଦେଇ କରିବୁ ତୋଷ ।ରାଜୀବଚନ ଦହନେ କି ସଞ୍ଚିବୁ ସୁଧାକର ଯହିଁ ବିଷ ॥
ଜୁଆଇଁ ଜାରାପତି ରାଜା ଭଣଞ୍ଜା ଆପଣା କରି କେ ଜାଣେ ।ରଙ୍କ ପୁରୁଣାରୁ ତାଟଙ୍କ ଦେଇଣ ଯେସନ ରତନ କିଣେ ॥
ରତିପତି ତାପ ପାପକଳଙ୍କେ ସେ ସର୍ବାଙ୍ଗ କଳା ହୋଇଲା ।ରାଗ ହୃଦରୁ ବାହାରି ନେତ୍ର ଅନ୍ତେ କର ଚରଣେ ରହିଲା ॥
ଲକ୍ଷେକ କହିଲେ ଏକ ସତ ନୋହେ ସେ ଲୁଗାଚୋର ବଚନ ।ଲାଜ ଥିଲା ଲୋକ ମାଧବ ହେବ କି ଏହା ବିଚାରୁଛୁ ମନ ॥
ଲଘଂଇ ସବୁ ନିୟମ ମିଛ ତାର ଡାହାଣ ହାତହିଁ ମିଛ ।ଲମ୍ପଟ କପଟ କଥାହିଁ ନ ଛାଡ଼େ ଛୁଁଅଇ ବାମା ଶ୍ରୀବତ୍ସ ॥
ଲତାସଙ୍କେତ ଦିନେ ମୋତେ ରଖି ସେ ଯାଉଛି ବୋଲି ନଇଲା ।ଲାଗେ ଲାଗେ ପାଞ୍ଚଶର ପାଞ୍ଚଶରେ ପାଞ୍ଚ ପାଞ୍ଚ ଶୂନ୍ୟ ଦେଲା ॥
ଲଘୁଶିରୋମଣି ଉଭା ଆଶାୟୀ ମୁଁ ଲୋଭେ ଭିଡ଼ିଲ ତମାଳ ।ଲୟେ ଥାଏ କଲି ଘନଶ୍ୟାମ ନୋହେ ବିଟପୀ ଘନଶ୍ୟାମଳ ॥
ବିଧୁମୁଖୀ ଚାହିଁ କ୍ରୀଡ଼ାଭର ହୋଇ ବୃକ୍ଷତଳେ ମୁଁ ଅବଶ ।ବଧ କୋଟିବାର କଲା ପ୍ରାୟେ କଲା ବନିତାଙ୍କ ବିଧୂହାସ ॥
ବସନ ପାଲଟ ଯମଭଗ୍ନୀ ଭେଟ ବାଞ୍ଛାଲତା ସକାଶରୁ ।ବିଚଳିତ ବନପଲ୍ଲବ ବଲ୍ଲଭ ବିଜେ ପଥ ଅନୂସରୁ ॥
ବିରହ ଚଷୁ ଅନଳେ ପଡ଼ିଲି ମୁଁ କା ଆଗେ କହିବି କିସ ।ବିଟପ ପୁରୁଷ ରତିରସେ ଆଶ ପୋଡ଼ୁ ମୋ ବୟସ ବେଶ ॥
ବୃନ୍ଦାବନେ ଆଉ କ୍ଷଣେହେଁ ନ ଥିବି ଗୋପ ଛାଡ଼ି ଯିବି କେଣେ ।ବନମାଳୀ ନାମ ରୂପ ଗୁଣ କୀର୍ତ୍ତି ପ୍ରସଙ୍ଗ ନ ଶୁଣି ଯେଣେ ॥
ଶୋକମୁଖ ହୋଇ ରାଧା ଏହା କହି ସ୍ୱର ଉଚ୍ଚ କଲା କୋହେ ।ସେନେହ-ସିନ୍ଧୁ-ତରଙ୍ଗ ମାନ-ବାଲିବନ୍ଧରେ ସମ୍ଭାଳି ନୋହେ ॥
ସହି ନ ପାରି ସୁକୁମାରୀ କୁମାରୀ ଶୋକାକୁଳେ ମୋହ ଗଲା ।ସହଚରୀ ସଙ୍ଗେ ଦୂତିକା ଅନେକ ଯତନେ ସଚେତ କଲା ॥
ସଜ ଯୁବ ସିତ କୁବଳଏ ଦଳ ଆଣି କଣ୍ଠେ ଲମ୍ବାଇଲେ ।ଶକ୍ରଚାପ ଘନ ବିଦ୍ୟୁଲତାମାନ କି ଶୋଭା ଦେଖ ବୋଇଲେ ॥
ସଘତ ତମାଳ ସୂର୍ଯ୍ୟପୂତା ଜଳ ଭୃଙ୍ଗ ଇନ୍ଦୀବରମାଳା ।ସଖି ଉଠ ଘେନି ପିନ୍ଧ ସୁପତନୀ ସମ୍ମୁଖେ ସଖୀ ଶ୍ୟାମଳା ॥
ଶ୍ୟାମଳାକୁ ଚାହିଁ ସ୍ନେହଭର ହୋଇ ଅଙ୍ଗ ପୁଲକେ ପୂରିଲା ।ସୁଆଲିଙ୍ଗନ ସୁପ୍ରମୋଦ ବଚନ ଅଧର ଆସ୍ୱାଦ କଲା ॥
ଶରଦରାଜା ରଜନୀକର ଚାହିଁ ରାଧା ଦୂତୀଙ୍କି କହିଲେ ।ଶୁକ୍ଳଅଭିସାର ସଜମୋତେ କର ନେତ୍ରାନ୍ତରେ ଆଜ୍ଞା ଦେଲେ ॥
ଶ୍ୱେତବସନ ସବୁ ଶ୍ୱେତଭୂଷଣ ସମୂହ ଶ୍ୱେତସୁମନ ।ଶ୍ରୀଖଣ୍ଡଚନ୍ଦନ ଚନ୍ଦ୍ରମା ସହିତେ ସର୍ବାଙ୍ଗେ କଲେ ଲେପନ ॥
ଶ୍ରୀ ଗଜପତି ଭୂପତି କୀର୍ତ୍ତି ରସସିଦ୍ଧି ବିଷହିଁ ସଙ୍ଗମେ ।ସାନନ୍ଦେ ଦୂତୀ ଘେନି ପ୍ରିୟଯୁବତୀ କୃଷ୍ଣଙ୍କୁ ହସି ପ୍ରଣାମେ ॥
ଶ୍ରୀରାଧା କୃଷ୍ଣ ସଙ୍କେତ ଭେଟି ରସ ସଂସାରେ ଉପମା ନାହିଁ ।ଶତେ ଅଂଶେ ଲକ୍ଷ୍ମୀ ନାରାୟଣ ହେଲେ ସେ ସୁଖ ଲଭିବେ କାହିଁ ॥
ଶିବା ଶିବ ବ୍ରହ୍ମା ବ୍ରାହ୍ମଣୀ ଅନେକ ଶଚୀ ଇନ୍ଦ୍ର ରତି କାମ ।ଶ୍ୟାମା ଶ୍ୟାମବନ୍ଧୁ ରତିସୁଖସିନ୍ଧୁ ବିକେ କେ ସରିସମ ॥
ସୁଖନଦୀ ସିନ୍ଧୁ ସଙ୍ଗମ ଅଭେଦ ସମାନ ଦେବାରେ ମନ ।ସ୍ନେହକଳ୍ପଲତା ସ୍ନେହଲତାରୁ ଦୁହେଁ ଦୁହିଁଙ୍କି ସମାନ ॥
ସମ୍ପୂର୍ଣ୍ଣକୃଷ୍ଣ କାମନା ରାଧା କରେ ଶ୍ରୀକୃଷ୍ଣହିଁ ରାଧାଙ୍କର ।ଶୂନ୍ୟ ଚେତ ରୂପେ ଦୂତୀ ରାଧାଆରେ ଶୂନ୍ୟଦେହ ଲତାନ୍ତର ॥
ହେମାଙ୍ଗୀ ଚତୁରୀ ଚେତନାରୁ କରି ହରି ସଙ୍ଗତେ ବିହାର ।ହେଜିଲେ ଦେହ ହୋଇବ ସେହିପରି ହୃଦଦ୍ୱାରା ଗୋବିନ୍ଦର ॥
ହୁତାଶନ ପ୍ରାୟ ହରିଙ୍କି ମଣ ତୁ ଭାବ ବନ୍ଧନୁ ଉଦିତ ।ହିରଣ୍ୟପୁତ ଅଭିରୀ ପୁତଙ୍କର ସ୍ତମ୍ଭ ମନରୁ ସମ୍ଭୂତ ॥
ହେଜି ନ ଆଣୁ ଭୂମିଚିତ୍ତ ଖୋଳା ତୁ ନିକଟେ ପଡ଼ିବ ଝର ।ହୋଇ ତୃଷାକୁଳ ଗିରି ଶିଖ ଖୋଳି କେ ପାନ କରିଛି ନୀର ॥
ହେଲେ ନମ୍ରତା ବିନୟଭାବ ଭକ୍ତି ହତଗର୍ବ ସର୍ବ ହିତ ।ହର ହୃଦ ପରିହର ହରି ଆସି ହୋଇବେ ତୋହରି ମିତ ॥
ଛିଡ଼ଇ ଗୁଣ ଟାଣ ଧନୁ ମଧ୍ୟରୁ ଛନ୍ଦି ନୂଆଇବାବେଳେ ।ଛାର ଶାମୂକପଙ୍କ ପାନ ସହିତେ ନରେନ୍ଦ୍ର ମୂଖ କମଳେ ॥
ଛାଡ଼ କର୍କଶ ହୃଦ କର କୋମଳ ପ୍ରେମଅଙ୍କୁର ପ୍ରକାଶୁ ।ଛନ୍ଦେ ମନକୁ ମୁକୁର ମଣ ତୁ ହରି-ପ୍ରତିବିମ୍ବ ଦିଶୁ ॥
ଛାଡ଼ ଧର ତୁ ଅସାଧୁ ସାଧୁସଙ୍ଗ ଗରଳ ଅମୃତଭୋଗ ।ଛିଡ଼ଇ ବଢ଼ଇ ଶଶୀ ଶ୍ୟାମ ଶ୍ୱେତପକ୍ଷରେ ହେଲେ ସଂଯୋଗ ॥
ଛାଇ ଯେମନ୍ତ ଯେମନ୍ତକୁ ତେମନ୍ତ କ୍ଷମାନିଧି ସେହିରୂପ ।କ୍ଷଣକେ ଭକତି ଭୂମିଦାନ ଦ୍ୟନ୍ତି କୃପା କଲେ ଭକ୍ତରୂପ ॥
ବୈଦେହୀଶ ବିଳାସ (ପ୍ରଥମ ଖଣ୍ଡ)ଉପେନ୍ଦ୍ର ଭଞ୍ଜ ଉପେନ୍ଦ୍ର ଭଞ୍ଜ