ଭୀମ ଟାଙ୍ଗୀ
୧୮୭୫–୧୯୨୮
- ସଂକଳନ: ସନ୍ଧ୍ୟା ସଙ୍ଗୀତ
- ପଢ଼ିବା ସମୟ
- ୪ ମିନିଟ୍
- ଶବ୍ଦ
- ୫୬୪
- ସ୍ଥିତି
- ସାର୍ବଜନୀନ (Public domain)
ହେ ଭୈରବ ଭୀମ ଟାଙ୍ଗୀ ତୋର ଦର୍ଶନରେ,ଗଲି ଥରେ ବୈଶାଖର ଭୀମ ମଧ୍ୟାହ୍ନରେ ।କି କରାଳ କି ଭୀଷଣ ସ୍ୱରୂପ ଦେଖିଲି !ପ୍ରଳୟଦେବତା ରୁଦ୍ରଯୋଗ୍ୟ ପୀଠସ୍ଥଳୀ ।କି ଉନ୍ମତ୍ତ ବାତାବର୍ତ୍ତ ଭୀଷଣ ଘୂର୍ଣ୍ଣନ,ଘୋର ଘୋଷେ ମହାଦ୍ରୁମ−ମୂଳ−ଉତ୍ପାଟନ ।ଉନ୍ନତ୍ତ ଧୂର୍ଜ୍ଜଟି କାଳ−ହିଲ୍ଲିଷକ ଖେଳ,ସୃଷ୍ଟି−ପାରାବାର ଯେହ୍ନେ କରାଳ ଉଦ୍ବେଳ ।ତପ୍ତ−ତୋୟା ନଦୀଶୂନ୍ୟ ତଡ଼ାଗ ପଳ୍ୱଳ,କାଳ−ଅହି ଫୁତ୍କାରଇ ଉଷ୍ଣ ହଳାହଳ ।ଲୋଳଜିଦ୍ୱା କୃଷ୍ଣଜିହ୍ୱା ମରୀରିକା−ଛଳେ ।ତୃଷ୍ଣାର୍ତ୍ତ ଆଶାୟି−ପାଣ ଓଟାରେ ସବଳେ ।ପତ୍ରହୀନ ତରୁତୃଣ ମହାଦୁଃଖଭରେଶୋଚନ୍ତି ଅଭ୍ୟସ୍ତ ଆତିଥେୟତା ଅନ୍ତରେ ।ଦାରୁଣ ନିଦାଘ ତାଙ୍କ ସଦ୍ଗୁଣ ସୁମରି,ଦିଏ ତାଙ୍କୁ ଅବା ଦଣ୍ଡ ଦ୍ୱିଗୁଣିତ କରି ।ମହାରୁଦ୍ର କେଳିପୀଠ ଏକ୍ରାମ୍ର−ପାନ୍ତର,ଭୀମ ଟାଙ୍ଗୀ ସିଂହାସନ ଅଟେ ସେ ପୀଠର ।ତପ୍ତ ବାତାବର୍ତ୍ତ ବହୁଥାଏ ହାଉ ହାଉ,ଜଳି ଉଠେ ଚିତାଗ୍ନି ତା ସ୍ପର୍ଶେ ଦାଉ ଦାଉ !ରାତ୍ରେ ପ୍ରେତଗଣ କରି ଘୋର କିଳିକିଳା,ଫୋପଡ଼ା ଫୋପଡ଼ି ହେଉଥାନ୍ତି ଖଣ୍ଡଶିଳା ।ରୌଦ୍ର ବିଭତ୍ସ ରସର ଦେଖି ନିଦର୍ଶନ,ଭୀମ ଟାଙ୍ଗୀ ତୋ ପାଶରୁ କଲି ପଳାୟନ ।ବହୁ ଦିନେ ତୋର ସ୍ମୃତି ନିଶୀଥ ସମୟମାତ୍ର ଦିନେ ରୌଦ୍ର ବୀର−ଶାନ୍ତ−ଆଦି−ଆଦିଶାଶ୍ୱତରେ ଲଭିବଟି ନୀରବ ସମାଧି ।ସୁଖଦୁଃଖ
୧
ସୁଖେ ପ୍ରଭୁ ସହଜ ତୋ ପୂଜା, ରଖିଥାଅ ସୁଖେ ସଦା ମୋତେ,ଦୁଃଖ−ଅଭିଭୂତ ହେଲେ ବିଭୁ ! କାଳେ ଭୁଲିଯିବି ପ୍ରଭୁ ତୋତେ ।ଦୁଃଖ−ଅଶ୍ରୁ−ପୂରିତଲୋଚନ ପ୍ରଭୁ କାଳେ ଦିଶିବ ଅସ୍ପଷ୍ଟତେଣୁ ନିବେଦଇଁ ପାଦପଦ୍ନେ ନ ଦିଅ ହେ ପ୍ରଭୁ ଅତି କଷ୍ଟ ।ସୁଖେ ଯଦି ହରାଏ ତୁମ୍ଭଙ୍କୁ ପ୍ରଭୁ ହେ ସେ ସୁଖ ନାହିଁ ଲୋଡ଼ା,ତୁମ୍ଭଙ୍କୁ ପାଇବା ପାଇଁ ପ୍ରଭୁ ଦିଅ ଦୁଃଖ ସୁଖ ଥୋଡ଼ା ଥୋଡ଼ା ।
୨
ସୁଖ ଯେତେ ଦେଇଅଛ ପ୍ରଭୁ, ଭୁଞ୍ଜିଅଛି ଆନନ୍ଦରେ ଯେବେ,ଦୁଃଖ ଯେତେ ଦେଇଅଛ ସବୁ ନ ସହିବ କିପରି ବା ତେବେ ?ନେବା ନ ନେବାରେ କିଛି ନାହିଁ ଅଲଙ୍ଘ୍ୟ ତ ତୁମ୍ଭର ବିଧାନ,ଶକ୍ତି ଦିଅ ସହିବାର ପାଇଁ ଅନ୍ତର୍ଯ୍ୟାମୀ ସର୍ବଶକ୍ତିମାନ ।ଧନ ଜନ ମାନ ସ୍ୱାସ୍ଥ୍ୟ ଜ୍ଞାନ ଅକାତରେ କଲ ଯେବେ ଦାନ ।ଆନନ୍ଦରେ ପାଣି ପ୍ରସାରିଣ ଶିରେ ନେଲି ପ୍ରଭୁ ଭଗବାନ ।
ସମ୍ବନ୍ଧିତ ରଚନା
ନାନାବାୟା ଗିତ
ନନ୍ଦକିଶୋର ବଳ
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ