ଭକ୍ତବୀର ସୁଧନ୍ୱା
ବୈଷ୍ଣବ ପାଣି · ଭାଗ ୪ / ୫
ସମ୍ପୂର୍ଣ୍ଣ ସୂଚୀପତ୍ର
ଦ୍ୱିତୀୟ ଦୃଶ୍ୟ – ଗଡ଼ ବହିର୍ଭାଗ
ନେପଥ୍ୟେ- ଜୟ ପାଣ୍ଡବକୁଳ ତିଳକ ଯୁଧିଷ୍ଠିର ଜୟ ।ସେନାପତି ଓ ସୁରଥ ପ୍ରବେଶସେନାପତି- ଚାହିଁ ଦେଖ ଏଣେ ରାଜପୁତ୍ର,ଗଡ଼ଦ୍ୱାରେ ପାଣ୍ଡବ ସେନାଙ୍କ ଜୟ କୋଳାହଳ ନାଦ,ଚାଲ ଯୋଦ୍ଧା ଘେନି ଆମ୍ଭେ ପଶିବା ସମରେ,କରିବା ସରବେ ମିଳି ଗଡ଼ରକ୍ଷା ଚେଷ୍ଟା,ଦେଇଛନ୍ତି ରାଜା ନିଜେ ଆଦେଶ ସ୍ୱମୁଖେ,ପାଳନ ନ କରି ତାହା କରିଲେ ହେଳନ,ଅନୁତାପ ଭୋଗିବା ଶେଷରେ ।ସୁରଥ- ସେନାପତି ରଣଦକ୍ଷ ! ନାହିଁ ମୋର ଆପତ୍ତି ତହିଁରେ,କିନ୍ତୁ ଅସ୍ଥିର ଅନ୍ତର ଅତି ଭ୍ରାତାଙ୍କ ବିହୀନେ,ପିତା ଘେନି କେଣେ ଗଲେ ନ ମିଳେ ସନ୍ଧାନ !ଓଃ, କି ଭୀଷଣ ପ୍ରତିଜ୍ଞା,ମନେକଲେ ରଙ୍ଗ ରକ୍ତ ହୁଏ ପରିଣତ ଜଳେ,ତେବେ ଭାବୁଛି ଏତିକି,ଯେବେ ଦୟାମୟ ହରି ରାଜିତ ସର୍ବଥା,କିମ୍ପା ହେବ ଭାଇଙ୍କ ବିପଦ ?ଜଳେ, ସ୍ଥଳେ, ଅନଳେ ତ ପୂରିଛନ୍ତି ସେହି,ରଖିବେ ନାହିଁ କି ତାଙ୍କ ଭକତେ ସେ କ୍ଷେତ୍ରେ ?ନେପଥ୍ୟେ-ଜୟ କୃଷ୍ଣାର୍ଜୁନଙ୍କର ଜୟ ।ସେନାପତି-ଓଃ, ଉଠେ ବାରବାର ପାଣ୍ଡବଙ୍କ ଜୟଧ୍ୱନି,ଭାଙ୍ଗିଲେ କି ଗଡ଼ର ପ୍ରାଚୀର ?ପଶିଲେ କି ରାଜ ଉଆସରେ ?ସୁରଥ-ଏହି ଯେ ଆସଇ ଦୂତ ଘେନି ସମାଚାର ।ଦୂତ-(ପ୍ରବେଶି) ପାଟ ଯୁବରାଜଙ୍କର ଜୟ ହେଉ ।ସୁରଥ-ଶୁଣ ଦୂତ ! ଆସିଲୁ କି ରଣସ୍ଥଳୁ ତୁହି,ଜାଣୁ କି ରେ ରଣ ସମାଚାର ?ଗୀତ- ଦୂତ ପ୍ରତି ସୁରଥ- ସଙ୍ଗାତ ଏତିକି ମାଗୁଣି- ବୃତ୍ତେରେ ଚାର ଆଣିଛୁ କି ସମାଚାର ।ଜାଣିଛୁ କି ରଣକ୍ଷେତ୍ରେ ଐରିଗଣ କରନ୍ତି କିସ ବିଚାର ।ପଦ ।ଚକ୍ରପାଣି ତୁଲେ ’ ଛନ୍ତି କି ଗାଣ୍ଡିବପାଣି ବହନ ପ୍ରଚାର ।ବୁଣିଲେ କି ଯଶରାଶି ଧରଣୀରେ କରନ୍ତି ଜୟ ଉଚ୍ଚାର ।ବଞ୍ଚାଇ ନ ଭାଷା ସଞ୍ଚାଇଛି ବିଷ ମଧୁରେ ବିଧାତା ଚୋର(ତେଣୁ) ବାଣକୁ ଉଞ୍ଚାଇ ଛାଡ଼ିପାରୁନାହିଁ ହୋଇଲିଣି ନାଆଚାର ।ତାତ ଭ୍ରାତ ଗତି ଭୀତି ଦିଏ ଚିତ୍ତେ କଲେ କେଡ଼େ ଅବିଚାରଶରଣତାରଣ ଥାଉଁ ଥାଉଁ କେହ୍ନେ ସହିବେ ଏ ଅତ୍ୟାଚାର ।ଦୂତ-ପାଟ ଯୁବରାଜ ! ସେନାପତେ ! ଆଉ ରକ୍ଷାନାହିଁ, ପାଣ୍ଡବ ବୀରଗଣେ ଗଡ଼ ବେଢ଼ି ଜୟନାଦରେ ଗଗନ କମ୍ପାଉଛନ୍ତି ।ସେନାପତି-ଆସ ପାଟ ଯୁବରାଜ, ଆଉ ବିଳମ୍ବ କଲେ ସର୍ବନାଶ ହେବ, ଶୀଘ୍ର ପାଣ୍ଡବବାହିନୀକି ହଟାଇବାକୁ ହେବ ।(ସମସ୍ତଙ୍କ ପ୍ରସ୍ଥାନ)
ତୃତୀୟ ଦୃଶ୍ୟ – ଅନଳ କୁଣ୍ଡ !
ସୁଧନ୍ୱା, ହଂସଧ୍ୱଜ, ମନ୍ତ୍ରୀ, ପୁରୋହିତ ପ୍ରବେଶ
ସୁଧନ୍ୱା-ଓଃ ଅନାଇଲେ, ଯେ ଅଙ୍ଗରୁ ରକ୍ତ ଶୁଷ୍କ ହୋଇଯାଏ, ପଞ୍ଚଦଶ ଜିହ୍ୱା ଲହ ଲହ କରି ଅଗ୍ନି କେତେ ପ୍ରଖର ତେଜରେ ଉର୍ଦ୍ଧ୍ୱକୁ ଉଠୁଅଛି, ତହିଁ ମଧ୍ୟେ ଉତ୍ତପ୍ତ ତୈଳ ଦ୍ରୋଣି ଟକମକ ହୋଇ ଦାହ ସୁବର୍ଣ୍ଣ ବର୍ଣ୍ଣ ଜିଣି ତେଜ ବିକାଶୁଛି, ଦେଖୁ ଦେଖୁ ଏହିକ୍ଷଣି ମୋର ଅସ୍ଥି ଚର୍ମ ମାଂସ ସମସ୍ତ ଭସ୍ମୀଭୂତ ହୋଇ ବାୟୁମଣ୍ଡଳରେ ମିଶିଯିବ । ହରି ! ହରି ! ହରି ! ଏହି ପିଣ୍ଡରେ ପ୍ରାଣ ଥାଉଁ ଥାଉଁ ତୁମ୍ଭର ଭକ୍ତକୁ ଥରେ ଦେଖା ଦେଲନାହିଁ ? ଆଉ କେତେବେଳେ ଦେଖାହେବ ?
ଗୀତ- ସୁଧନ୍ୱାଦେଖ ଗୋ ଆସିଲା ପରା- ବୃତ୍ତେଆସେ ହେ ମୋ ଆଶା ତରଣୀ,ସଂସାରୁ କି ସରିଗଲା ତବ କରଣୀ ।ପଦ ।ଅସାର ବୋଲି କି ମୋତେ, ରସାରୁ ତଡ଼ିବ ସତେ ?ବସାରେ ନ ଦେବ ରଖି ମୁରଲୀ ପାଣି ॥
ଆହେ ଶରଣବତ୍ସଳ, ଭୃତ୍ୟରେ ଆଉ ନ ଛଳ ।ବାସ ପ୍ରସାରି ଡାକୁଛି କରି ବରଣୀ ॥
ତ୍ରିଭଙ୍ଗ ଠାଣିରେ ଠିଆ, ହୁଅ ବରଜ ବେଠିଆ ।ନ ସାଧ ହଟ ହଟିଆ ମଉଡ଼ମଣି ॥
ପୁରୋହିତ-ଯୁବରାଜ ! ଆଉ ବିଳମ୍ବ କରନା, ତେଣେ ଯେ ପାଣ୍ଡବବାହିନୀଙ୍କର ମୁଖ ଗୋଳରେ ଦରଣୀ ଟଳମଳ, ଏଠାରେ କାର୍ଯ୍ୟ ଶେଷ କରିଲେ ପୁଣି ସେଠାରେ କାର୍ଯ୍ୟରେ ଲାଗିବାକୁ ହେବ ଶୀଘ୍ର ଶୀଘ୍ର ପ୍ରତିଜ୍ଞା ପାଳନ କର ।
ସୁଧନ୍ୱା-ପିତଃ ! ପଶୁ, ପକ୍ଷୀ, ଯକ୍ଷ, ରକ୍ଷ, ନାଗ, ନର, କିନ୍ନର, ଗୁହ୍ୟକ, ଚାରଣ ସାକ୍ଷୀ । ଦେବରାଜ ଇନ୍ଦ୍ର, ବ୍ରହ୍ମା, ଶିବ, ଅନୀଳ ତେତ୍ରିଶକୋଟି ଦେବବୃନ୍ଦ ଦେବବୃନ୍ଦ ସାକ୍ଷୀ, ଅଷ୍ଟବସୁ, ନବଗ୍ରହ, ଚନ୍ଦ୍ର, ତାରା ସାକ୍ଷୀ ଆଦି ସୁଧନ୍ୱା ସମସ୍ତଙ୍କୁ ସାକ୍ଷୀରଖି ଅନଳ ଗର୍ଭସ୍ଥିତ ଉତ୍ତପ୍ତ ତୈଳଦ୍ରୋଣି ଜଠରକୁ ହସି ହସି ପିତୃ ପ୍ରତିଜ୍ଞା ପାଳନ ପାଇଁ ଡେଇଁ ପତୁଛି ।
(ଡେଇଁବାକୁ ଯାନ୍ତେ ହଂସଧ୍ୱଜ ଧରିବା)
ହଂସଧ୍ୱଜ-ବତ୍ସ ବତ୍ସ ! ରହ ରହ କେଉଁଠିକି ଯାଉଛୁ ? କେ ତୋତେ ଗ୍ରାସ କରିବ ? ମୁଁ ଥାଉଁ ଥାଉଁ କେ ତୋର ପ୍ରାଣ ନେବ ଧର୍ମ କର୍ମ ଲୋପ ହେଉ, ମୋର ଅକଳଙ୍କ କୀର୍ତ୍ତିରେ କଳଙ୍କ ଲାଗୁ, ପୃଥିବୀ ରସାଗତ ହେଉ, ଚନ୍ଦ୍ର ସୂର୍ଯ୍ୟ ମହୀରେ ଲୋଟୁ, ଏହା ହେବନାହିଁ, ହେବନାହିଁ, ହେବନାହିଁ ।
ସୁଧନ୍ୱା- ପିତା ପିତା ! ବାଧା ଦିଅନାହିଁ, ମୋତେ ବିଦାୟ ଦିଅ ।ଗୀତ– ସୁଧନ୍ୱା- ଦେଖ କୁଞ୍ଜବନ କୋଣରୁ-ବୃତ୍ତେହେ ଜନମଦାତା ! ଲକାଳେ ଚିନ୍ତା ଚିତ୍ତରୁ ଛାଡ଼,ପିତା ପରା ସୁତେ ଉପେକ୍ଷି ରଖ ଆପଣା ପୀଢ଼ ।ମାତାଙ୍କ ଚରଣ ମରଣକାଳେ ଦେଖିଲି ନାହିଁ,ସହିଥିଲେ ଯେତେ କଷଣ ଗରଭଭାର ବହି ।ପ୍ରଭାବତୀ ପ୍ରଭାବମଞ୍ଜୁଳା ସୁଖ ହେଲା ସ୍ୱପନ,ଅଙ୍ଗନାର ଦୁଃଖ ଭାବନ୍ତେ ଅଙ୍ଗ ଭଜେ କମ୍ପନ ।କୁଳଗୁରୁ ! ଛଳ ଛାଡ଼ିଣ ଦିଅ ପଦର ଧୂଳି,ତବ କୃପା ଥିଲେ ଆପଦ କେଣେ ଯିବ ଝାଉଁଳି ।ହେ ମନ୍ତ୍ରୀ ! ଲାଗିଲା ତୁମ୍ଭକୁ ବୃଦ୍ଧ ପିତାଙ୍କ ଚିନ୍ତା,କେ ରହିବେ ନାହିଁ ଏ ଭବେ ଥିବ କାଳକୁ କଥା ।ପୁରୋହିତ–ରାଜପୁତ୍ର ! ଆଉ ଏଣେ ତେଣେ ଅନାଇ ସମୟ ନଷ୍ଟ କରନା, ଶୀଘ୍ର ପ୍ରତିଜ୍ଞା ପାଳନ କର ।
ରାଜା ହଂସ-ହା ପୁତ୍ର ! ସୁଧନ୍ୱା ମୋର, ନାହିଁରେ ନାହିଁରେ, ନ୍ୟାୟ ଅନ୍ୟାୟ, ଧର୍ମହୀନ, ବଚନ ଭ୍ରଷ୍ଟରେ ଯେ ପାପ ନାରୀ ବଧ, ଭ୍ରୁଣ ହତ୍ୟା, ଗୋ-ବ୍ରହ୍ମ ହତ୍ୟାରେ ଯେ ପାପ, ଗୃହ ଦାହ, ବିଷଦାନ, ପରସ୍ୱ ହରଣରେ ଯେ ପାପ ହେବ, ନିନ୍ଦା ଶିବଲିଙ୍ଗରେ ଯେ ପାପମାନ ହୁଏ ସେ ପାପ ମୋର ହେଉ । କୁମାର, କୁମାର, କଦାପି ତୁ ମୋ ଆଗରେ ସେକଥା କହନା । ପିତା ସମ୍ମୁଖରେ ପୁତ୍ରର ଆତ୍ମ ବିସର୍ଜ୍ଜନ ? ଓଃ, ପ୍ରାଣ ଯେ ହୃତ୍ପିଣ୍ଡରୁ ବାହାରିଗଲା ପରା ଲାଗୁଛି ।
ସୁଧନ୍ୱା- ପିତଃ ! ଧୈର୍ଯ୍ୟଧର, ବାତୁଳପରି କଥା କୁହନା । ଯେବେ ବିଧାତାର ଇଚ୍ଛାହେଲା, ଯେବେ କୁଳଗୁରୁ, ମନ୍ତ୍ରୀ, ଅମାତ୍ୟ, ପ୍ରଜାବର୍ଗ ଓ ଦର୍ଶକବର୍ଗଙ୍କ ଇଚ୍ଛାହେଲା, ସର୍ବଶେଷରେ ତ୍ରିଭୁବନ ପୂଜିତ ଓ ପାଳିତ ବାଞ୍ଛାକଳ୍ପତରୁ ହରିଙ୍କର ଇଚ୍ଛା ହେଲା, ସୁଧନ୍ୱା ଅନଳସ୍ଥିତ ତୈଳ କଟାହରେ ନିଶ୍ଚୟ ଝାସ ଦେଇ ପିତୃପଣ ରକ୍ଷାକରିବ । ହରି ହରି, ଯେବେ ତୁମ୍ଭର ନାମ ସତ୍ୟ, ତୁମ୍ଭର ଗୁଣ ଯେବେ ସତ୍ୟ, ତେବେ ତୁମ୍ଭର ଭକ୍ତକୁ ତୁମ୍ଭେ ରକ୍ଷାକରିବାରେ କୁଣ୍ଠିତ ହେବ ନାହିଁ ।
ଗୀତ- ସୁଧନ୍ୱା- ତା ଅକ୍ଷିର ଦେଖା- ବୃତ୍ତେଭବ କର୍ଣ୍ଣଧାର, ଭକ୍ତ ଗଳାହାରକେହି ନ ବୋଇଲେ ମୋହର ମୋତେ ।ଉଦ୍ଧାର କରତା ବସୁଧାରେ ତୋରବିନା କେ ସାରଥି ଏ ଦେହ ରଥେ । ପଦ ।ଦର ଦର ହସେ ଯେଉଁ ଫୁଲଟିଚାହୁଁ ଚାହୁଁ କ୍ଷଣେ ଯିବ ଓଲଟି,ନ ରହିବ ଛାୟା କାୟା ସୁଧା ମାୟାଧରା ତା ଦେଖିବ କେମନ୍ତେ ନେତ୍ରେ ।ରାହୁଗ୍ରସ୍ତ ଶଶି ସମାନ ଦଶା,ଘଟିବ ଘୋଟିବ ଅନ୍ଧାର ନିଶା ।ବସା ଛାଡ଼ି ପକ୍ଷୀ ଉଡ଼ିବ ସହସାପଡ଼ିବ ଯାଇ ସେ କାହିଁ ଅଜ୍ଞାତେ ।
କଥା- ହରି , ହରି ହରି, ଅନାଥ ବନ୍ଧୁ ହରି ! ପଥର ପଥିକ ହରି- ଅରକ୍ଷ ରକ୍ଷଣ ହରି ତୁମ୍ଭେ ଭରସା, ହରିବୋଲ ହରିବୋଲ ହରିବୋଲ । (ନେପଥ୍ୟେ ଅନଳ କୁଣ୍ଡରେ ପ୍ରବେଶ)
ହଂସଧ୍ୱଜ-ସଃ ଜଳିଲା, ଜଳିଗଲା, ଭସ୍ମ ହୋଇଗଲା, ପୁତ୍ର ମୋର କନକ ତନୁ କି ଭୟଙ୍କର ତେଜରେ ଧୂମରାଶିରେ ପରିଣତ ହୋଇ ଆକାଶକୁ ଉଡ଼ି ବାୟୁମଣ୍ଡଳରେ ମିଶିଯାଉଛି ! ଓଃ, କି ବିକଟଅଗ୍ନି ପଞ୍ଚଦଶ ରସନା ଦୋହଲାଇ ପୁତ୍ରକୁ ମୋର ଗ୍ରାସ କଲା... ଗଲା ଗଲା ଗଲା । (ରାଜାର ପତନ ଓ ମୂର୍ଚ୍ଛା)
ପୁରୋହିତ-ଓହୋ, ଜଗତ ମୋତେ ଅନ୍ଧାରମୟ ଦିଶୁଛି । ହାୟ, ମୁଁ ନିଷ୍ଠୁର ପିଶାଚ ଏ ମହାପାପର ପ୍ରଧାନ କାରଣ ମୁହିଁ ସିନା । ହାୟ ଭକ୍ତବୀର ସୁଧନ୍ୱା, ଧନ୍ୟ ତୁମ୍ଭେ, ଧନ୍ୟ ତୁମ୍ଭେ, ତୁମ୍ଭେ ଏକା ପ୍ରକୃତ ହରିଭକ୍ତ ।
ମନ୍ତ୍ରୀ- ହାୟ ହାୟ, ଦେଖୁ ଦେଖୁ ପ୍ରସ୍ଫୁଟିତ କୁସୁମଟି ବୃନ୍ତଚ୍ୟୁତ ହୋଇ କେଣେ ଝଡ଼ିପଡ଼ି ତପନ ତାପରେ ନଷ୍ଟହୋଇଗଲା । ଧନ୍ୟ ଭକ୍ତ ବୀରଚୂଡ଼ାମଣି ସୁଧନ୍ୱା । (ସୁକୁମାରୀ ରାଜାରାଣୀର ପ୍ରବେଶ)
ରାଣୀ- କାହିଁରେ ମୋ ହୃଦୟମଣି ମୋ ଆଶାର ଖଣି ସୁଧନ୍ୱା କାହିଁ ? ହାୟ, ହାୟ, ଶୁଣିଲି ପୁତ୍ର ମୋର ତପ୍ତତୈଳରେ ପଡ଼ି ପ୍ରାଣ ଦେଲା, କାହିଁ ଗଲୁ ରେ ବାପ ସୁଧନ୍ୱା ! ତୋର ମାଆକୁ କି ମାଆ ବୋଲି ଡାକିବୁ ନାହିଁ ?
(ବାୟାଣୀପରି ଏଣେତେଣେ ଧାଇଁ ଧାଇଁ)ଗୀତ- ରାଣୀ- ସବୁ ଅନ୍ଧକାର ସବୁ ଏକାକାର- ବୃତ୍ତେଆସ ଆସ ବଳା, ମୋର ଗଳାମାଳାକାହିଁଗଲୁ ରେ ଦୁଃଖିଧନ,ମାଆ ମାଆ ଡାକ, ଦେଖା ଚାଳି ମୁଖ,ବାପ କରିଛୁ କି ଅଭିମାନ ॥ ପଦ ।ତୋର ବିହୁନେ ସାରା ସଂସାର,ମୋତେ ଲାଗଇ ପରା ଅସାର ।ଆସ ଆସ ପଦେ ଭାଷ,ପୋଛି ଦେଏ ରେ ନୟନୁ ବନ,ରଙ୍କରେ, ଅଙ୍କରେ, ବସି ଦିଶିବମୁ କି ଶୋଭାବନ ।୧।(ପତନ ଓ ମୂର୍ଚ୍ଛା)
ହଂସଧ୍ୱଜ- (ଚେତା ପାଇ ବସି) ବାପ ସୁଧନ୍ୱା, ଯାଅ ନାହିଁ, ଯାଅ ନାହିଁ । ତୋର ପ୍ରାଣହନ୍ତା ପିତାକୁ ଛାଡ଼ି ଯାଅନାହିଁ । ରେ ନିଷ୍ଠୁର ବିପ୍ର ! ତୁ ବ୍ରାହ୍ମଣ ନୋହୁ, ବ୍ରହ୍ମ ରାକ୍ଷସ, ନରରକ୍ତ ଲିପ୍ସୁ ପିଶାଚ । ଏ କିଏ ? ପ୍ରିୟେ ! ପ୍ରିୟେ ! ସୁକୁମାରୀ ପ୍ରିୟେ ! ତୁମ୍ଭେ ମୋତେ ଛାଡ଼ି ଯାଅନା । ମାତା ପୁତ୍ର କି ସଙ୍ଗ ହେଲ ? ଏ ହତଭାଗ୍ୟ ମହା-ପାତକୀ କୁ ତ୍ୟାଗ କରି ଚାଲିଯାଉଛ ?
ସୁକୁମାରୀ–(ଚେତା ପାଇ) ନା ନା, ନାଥ ! ଏ ଦାସୀର ସେ ସୁଦିନ ହୋଇନାହିଁ, ତାହାହେଲେ ଏ ସମସ୍ତ ଜ୍ୱାଳା ଯନ୍ତ୍ରଣ ଭୋଗ କରିବ କିଏ ? ହା ବସ୍ତ୍ର ସୁଧନ୍ୱା !
ପ୍ରଭାବତୀର ପାଗଳିନୀ ଭାବେ ଗୀତ ଗାଇ ଗାଇ ପ୍ରବେଶଗୀତ- ପ୍ରଭାବତୀ- ଏହି କି ଦୁଃଖିନୀ ନୟନ ତାରା-ବୃତ୍ତେକାହିଁ ମୋ, କାହିଁ ମୋ, ମୋର ହୃଦୟ ଆରାଧ୍ୟ ନିଧି ।କାହିଁ ମୋର ତପ ଜପ ବିଧି ସିଦ୍ଧି ।ପଦ ।ଯେଣେ ଅନାଇଲେ ମୁଖ ଦିଶେ,ତାଙ୍କୁ ମନାଇଁ ଆଣନ୍ତେ ପାଶେ ।ଧାଇଁ ଗଲାବେଳେ କାହିଁକି ସେ,ଘୁଞ୍ଚି ଲୁଚି ଯାଉଛନ୍ତି ନିନ୍ଦି ।୧।ମୋତେ ଆସିଲାକାଳରେ କହି,ଆସିଥିଲ ସେ ମୋ ଦେହ ଛୁଇଁଦାସୀ କିଛି ଦୋଷ କରି ନାହିଁ,ତାଙ୍କ ଚରଣ ଯୁଗେ ଅବଧି ।୨।କେତେବେଳେ ବସିଥିବି ଜାଗି,ନାଥ ସ୍ନେହେ ହୋଇ ଅନୁରାଗୀ ।କି ସେ ସାଜି ପ୍ରୀତି ବଇରାଗୀ,ଭ୍ରମୁଛନ୍ତି ଗିରି ବନ ଭେଦୀ ।୩।କଥା-ନାଥ, ନାଥ !ଦେଖାଦିଅ ଅବଳା ବାଳାରେ,ନାହିଁ କି ସେହି ପୂରବର ସ୍ନେହ ?ପିତା ! ପ୍ରତିଜ୍ଞା କି ପୋଷିଥିଲେ ସନ୍ତାନ ନିଧନେ,ଦେଖିବ ବିଧବା ବଧୂ ବିଧୁମୁଖ ଗୋଟି ?ସୁନ୍ଦୂର ବିହୀନ ସୀମନ୍ତର,ଶୂନ୍ୟ କର ଧଟିହୀନ ବାସ ପରିଧାନ,ଏତେ କଥା ଥିଲା ମନେ ତବ ?ରେ ହୃଦୟ, ନ ଫାଟି ରହିଚୁ ?ରେ ନୟନ, ଦେଖିବୁ କି କାନ୍ତ ମୁଖ ସୁମନ ତଳପେସେଥିପାଇଁ ପଡ଼ୁନାହୁଁ ଖସି ?ହେ ନାଥ ! ହା ପ୍ରାଣର ପ୍ରାଣ ମୋ ...(ପତନ)ଗୁରୁ- ବଧୂ ! ଉଠ, ଉଠ,ଆଉ କି ପାଇବ ଫେରି ହଜିଲା ବିତ୍ତକୁ ?ଅବଧି କେ ପାଇନାହିଁ, ପାଉନାହିଁ,ତୁମ୍ଭେ ପାଇବ କେମନ୍ତେ ?ପ୍ରଭାବତୀ- ଗୁରୁଦେବ ! ଦେବ କି ନ ଦେବମୋର ଧନେ କହ ସତ୍ୟ ?ନା, ସେ ନୁହେ ତୁମ୍ଭ ଆୟତ୍ତ କେଭେ,ଆସ ନାଥ ! ଆସ ବଧୂ,ପୁତ୍ର ସହଗାମୀ ହେବା ତପ୍ତ ତୈଳ ପଡ଼ି ।ହଂସ- ଚାଲ ପ୍ରିୟେ ! ଉତ୍ତମ ବିଚାର ତବ,ପୁତ୍ର ଶୋକ ନ ବାଧିବ ଏ ଜୀବ ନଥିଲେ ।(ଧାଇଁଯାନ୍ତେ ତିନିଜଣ ଦୂତକୁ ଆଗେ ଦେଖି)ଦୂତ-କେଣେ ଯାଅ ତିନିପ୍ରାଣୀ ଶୀଘ୍ରଗତି ହୋଇ ?ହଂସ- ଛାଡ଼ ଦୂତ, ଏ ଜୀବନେ କିସ କାର୍ଯ୍ୟ,ପୁତ୍ରହରା ଜନକ ଜନନୀ, ପୁତ୍ରବଧୂ,ଦେବୁପ୍ରାଣ ତପ୍ତ ତୈଳ କୁଣ୍ଡେ ।ଦୂତ- ସ୍ଥିର ହୁଅ ରାଜା !କୁଣ୍ଡ ମଧ୍ୟେ ଶୁଣି ହରି ଧ୍ୱନି ଧାଇଁଚି ମୁଁଦେବାକୁ ଖବର ଛାମୁ ଆଗେ,ଏହି ଶୁଣ ସର୍ବେ କର୍ଣ୍ଣ ଡେରି,କି ମଧୁର ହରିଧ୍ୱନି ଉଠେ ଘନ ଘନ ।ଗୀତ- ସୁଧନ୍ୱା-କିମ୍ପା ମନ ଅକାରଣ –ବୃତ୍ତେ ହରି ନାମ କି ମଧୁର ସୁଧା କରେ ହଳାହଳହରି ନାମରେ ଆନନ୍ଦ ଶୀତରୁ ବଳେ ଶୀତଳ ।ପଦ ।ହରି ସର୍ବ ମୂଳାଧାର, ନାଶେ ଦୁରିତ ଅନ୍ଧାର,ଜଳେ ହରି ସ୍ଥଳେ ହରି ହରି ଅଟଳ ଅଚଳ ।୧।ଅବିଳ ନୀରେ ବଦନ, ଦିଶି କି ଆରେ ମନ,ଦେବେ ଯେବେ ଦରଶନ ଚିତ୍ତ କର ନିରମଳ ।୨।ଭାଇବନ୍ଧୁ ଭାର୍ଯ୍ୟା ପୁତ୍ର ଦୁଇଦିନ ସାଥି ମାତ୍ର,ସଙ୍ଗେ କେ ଯିବାକୁ ପାତ୍ର ନୋହିବେ ଆସନ୍ତେ କାଳ ।୩।ତପ୍ତ ତୈଳରୁ ଶ୍ରୀକୃଷ୍ଣ ସୁଧନ୍ୱାକୁ କୋଳେ ଧରି- ଗୀତଗୀତ- ଶ୍ରୀକୃଷ୍ଣ- ଜଗତରେ ଭକତ ମୋ –ବୃତ୍ତେଗଳାହାର ଭକ୍ତ ବୀର ମୋର,ଆଜ ଅଟୁ ରେ ତୁହି ଜାଣିଲି ମୁହିଁ । ପଦ ।ମୋତେ ଭଜି ଯେତେ ଦୁଃଖ ଭୋଗିଲୁ ଧନ,ପରିମାଣେ ସେ ଫଳର ପରୀକ୍ଷା ଏହି । ୧ ।ଭବେ ଚିର ହେଉ ତୋର କାମନା ପୁଞ୍ଜ,ଭୁଞ୍ଜ ଭୁଞ୍ଜ ଅନ୍ତଃକାଳେ ବୈକୁଣ୍ଠ ଭୂଇଁ । ୨ ।ମୁଁ ଯାରେ ରଖିବି ବତ୍ସ କ୍ଷିତି ଉପରେ,ଜଳ ଅନଳକୁ ତାର ଭ୍ରାନ୍ତି ନ ଥାଇ । ୩ ।(ସୁଧନ୍ୱାକୁ ଛାଡ଼ିଦେଇ ଅନ୍ତର୍ଦ୍ଧାନ)
ସୁଧନ୍ୱା– ହରି ! ହରି !! କେଣେ ଛାଡ଼ିଗଲ ! ଆହା, ତୁମ୍ଭର ସେ ଅଙ୍ଗ କେଡ଼େ ସୁଶୀତଳ ! ଆହା, ତୁମ୍ଭର ସେ କମଳ କର କେମନ୍ତ କୋମଳ ! ଆହା ତୁମ୍ଭ ବଚନ ସୁଧାରୁ ମଧୁମୟ । ସେ ସ୍ପର୍ଶ ସୁଖର ତୁଳନା ନାହିଁ, ପ୍ରଭୁ ! ଯାହା କହିଛ ଅନ୍ତିମ ସମୟରେ ତୁମ୍ଭର ବାସରେ ଏ ଦୀନ ଭକ୍ତ ତୁମ୍ଭର ଯେପରି ସ୍ଥାନ ପାଇବ ।
ସୁକୁମାରୀ–ଆସରେ, ଆସରେ ଧନ ମୋର ! (କୋଳେଇ ନେବା)ହଂସଧ୍ୱଜ–ବତ୍ସ ସୁଧନ୍ୱା ! ତୋର ଏ ଅଧମ ପିତାର ଦୋଷ ଧରିବୁ ନାହିଁ । (କୋଳକରିବା)ପ୍ରଭାବତୀ–ନାଥ ! ନାଥ !! ନାଥ !!! ମୋର ଜୀବନ ନାଥ ।ଗୀତ–ସୁଧନ୍ୱା ପ୍ରତି ପ୍ରଭାବତୀ – ନାଗର ନିଅ ତୁମ୍ଭ–ବୃତ୍ତେକାନ୍ତ ହେ ପରତେ ନ ଥିଲା ପାଇବି ।ମୋ ପ୍ରେମ ପଢ଼ା ମନ୍ଥର ଅନ୍ତର ଦୁଃଖ ବହିବି । ପଦ ।ସାଗର ଗରଭ ଜଳେ, ହଜିଲା ରତନ କୂଳେ,ଆସେ କି ସେ ଭାବ ଫଳେ ହୃଦେ ଆଦରେ ବହିବି । ୧ ।ମୋ ସିମନ୍ଥିର ମଥାମଣି, ଖଣ୍ଟ ଫେରିଦେବ ଆଣି,ଜାଣି କେ ଥିଲା ଏକଥା, ବ୍ୟଥା କାଳିମା ଧୋଇବି । ୨ ।ଅନଳ ଭାଣ୍ଡୁ ଉବୁରି, ଆସିଲ କହ କିପରି ?ଅନିଳେ କେ ପରିଣତ କଲା ତା ଗୁଣ ଗାଇବି । ୩ ।ସୁଧନ୍ୱା– ପିତା ! ମାତା ! ପ୍ରିୟେ ! ମନ୍ତ୍ରୀ ବୀରବାବୁ ! କୁଳଗୁରୋ !ସମସ୍ତେ ଶୁଣ, ଯେକାଳେ ପଡ଼ିଲି ଡେଇଁ ତପ୍ତ ତୈଳକୁଣ୍ଡେଫୁଟୁଥିଲା ସେହି ତୈଳ ଟକମକ ନାଦେ,ହରି ହରି ବୋଲୁ ବୋଲୁ ଆସି କେହି ଜଣେ,କୋଳେ ତୋଳି ଧରିବା ମାତ୍ରକେ,ସେ ଉତ୍ତପ୍ତ ତୈଳ ଭାଣ୍ଡ ଗୋଟି,ସୁଧାକରଠାରୁ ମୋତେ ଲାଗିଲା ଶୀତଳ ।ଆହା ! ମଧୁର ମଧୁମୟ ମୂରତିଙ୍କି,ଦେଖି ନ ଥିଲି ଜୀବନେ କେବେ,ପରିଚୟ ପାଇଲି ସେ ମୋ ଜୀବନ ବନ୍ଧୁ,ମଧୁକୈଟଭ ନାଶନ ବନମାଳୀ,ଗଳେ ଶୋଭେ ବାରମିଶା ଫୁଲ ହାରମାନ,ହୃଦୟରେ ଶ୍ରୀବତ୍ସର ପଦ,ଶିରେ ଶିଖିପୁଚ୍ଛ ଚୂଡ଼ା ରୁଞ୍ଜଗୁଞ୍ଜ ଛନ୍ଦା,ଅନଳୁ ବାହାର କରି ପ୍ରବେଧି ବଚନେ,କେଣେ ହେଲେ ଅନ୍ତର୍ଦ୍ଧାନ ।ମନ୍ତ୍ରୀ– (ପଦତଳେ ପଡ଼ି) ଧନ୍ୟ ଭକ୍ତିମଣି ତୁମ୍ଭେ,ଏ ବୃଦ୍ଧର ଅପରାଧ ନ ଧରିବ ତିଳେ ।ସୁଧନ୍ୱା– ମନ୍ତ୍ରୀ ! ଏ କି କଥା, ବୃଦ୍ଧ ତୁମ୍ଭେ ?ପୂଜ୍ୟ ଅଟ ମୋର, କେସନେ କରୁଛ ନମସ୍କାର ମୋ ଚରଣେ !ମନ୍ତ୍ରୀ– ହରିଭକ୍ତ ବୃଦ୍ଧଠାରୁ ଶ୍ରେଷ୍ଠ,ତାରେ କଲେ ପ୍ରଣିପାତ ଅପରାଧ ନାହିଁ !ସମସ୍ତେ–ଜୟ ଭକ୍ତବୀର ସୁଧନ୍ୱାଙ୍କର ଜୟ ।
ପୁରୋହିତଃ–ଓଃ ! କ୍ରୋଧନଳେ ଅନ୍ତର ମୋ ହେଲା ଜର୍ଜରିତ, ଶୁଣି କର୍ଣ୍ଣେ କପଟତାଯୁକ୍ତ ଜୟ ନାଦ । ଭୃତ୍ୟେ ନିଶ୍ଚେଁ କରିଛନ୍ତି ଏଥିରେ ଛଳନା, ତାତି ନଥିଲା କଟାହସ୍ଥିତ ତୈଳ ତଳ ।
ଦୂତ–ଗୁରୁଦେବ ! ନିଶ୍ଚେ ତୈଳ ଫୁଟୁଥିଲା ଟକମକ ନାଦେ, ମିଥ୍ୟା କହୁନାହୁଁ ଆମ୍ଭେମାନେ ।ହଂସଧ୍ୱଜ–ଗୁରୋ ! ବଞ୍ଚିଅଛି ପୁତ୍ର ମୋର ହରିଙ୍କ କୃପାରୁ । ଅକାରଣେ ନ ହୁଅନ୍ତୁ କ୍ରୋଧ ।
ପୁରୋହିତ–ନ ମାନିବି କାହାକଥା ନ କରିବି ବିଶ୍ୱାସ କାହାକୁ, ସକଳେ କରି କୌଶଳ ଭଣ୍ଡିଦେଲେ ମୋତେ । ଅଭିଶାପାନଳେ ଦଗଧ୍ ହେବ ତୁମ୍ଭେମାନେ, କରିବି ପରୀକ୍ଷା । ବେଗେ ଆଣ ଯାଇ ଶୀଘ୍ର ଜଳପୂର୍ଣ୍ଣ ଏକ ନାରୀକେଳ ।
ହଂସଧ୍ୱଜ–ଯାଅ ଦୂତ ଶୀଘ୍ରଆଣ ପନିର ଗୋଟିଏ ।ଦୂତ–ଯେ ଆଦେଶ ଦେବ ! (ନାରୀକେଳ ଘେନି ପ୍ରବେଶ) ନିଅ ଗୁରୁ ଏହି ନାରୀକେଳ ।ପୁରୋହିତ–ଆଚ୍ଛା ! ତୈଳମଧ୍ୟେ ଏହି ଜଳଦେଇକରି ଆସେ ପରୀକ୍ଷା ମୁଁ ଯାଇ ।(ପ୍ରସ୍ଥାନ । ନେପଥ୍ୟେ ମଲି, ମଲି.....ଶବ୍ଦ)
ହଂସଧ୍ୱଜ–ଦେଖ ଦୂତ, ଦେଖ ଶୀଘ୍ର କି ହେଲା ଘଟଣା ? (ଦୂତ ଦେଖି ଆସି) ମହାରାଜା ! ପୁରୋହିତ ଅନଳରେ ଢାଳୁ ଜଳ ନେଇ, ଉଠିଣ ଅନଳ ମହା ପ୍ରଚଣ୍ଡ ଭାବରେ, ଅର୍ଦ୍ଧଦଗ୍ଧ କଲା ତାଙ୍କ କପାଳ ଦେଶକୁ, ଆସୁଛନ୍ତି ଅସ୍ତବ୍ୟସ୍ତ ଭାବେ ।
(ପୁରୋହିତ ବ୍ୟସ୍ତଭାବେ ପ୍ରବେଶ)
ପୁରୋହିତ–ମହାରାଜ, ଫଳାଫଳ ପାଇଛି ସ୍ୱହସ୍ତେ, ବଡ଼ ଅଟେ ମୁହିଁ ଅପରାଧୀ, ପ୍ରକୃତରେ ହରିଭକ୍ତ ଅଟନ୍ତି ସୁଧନ୍ୱା, ତପ୍ତତୈଳ ନିକ୍ଷେପନ୍ତେ ନାରୀକେଳ ଜଳ, ଡେଇଁ ଅନଳ ଗ୍ରାସିଲା ମୋ କପାଳଦେଶ, ଭାଗ୍ୟବଳୁ ରହିଗଲି ପ୍ରାଣେ । ଦେଖ ରାଜା ! କପାଳରେ କାଳିମାର ଚିହ୍ନ । (ଓଃ ଓଃ ଜଳିଲା ଜଳିଲା କହି ବସିଯିବା) ।
ହଂସଧ୍ୱଜ– ଗୁରୁଦେବ ! ଦେଇ ଅଉଷଧି ଆରୋଗ୍ୟ କରିବା କ୍ଷଣେ ତାହା, ବ୍ୟସ୍ତ ହୁଅନାହିଁ ଆଉ ଏତେ ।ସୁଧନ୍ୱା–ମା, ଆଉ ନ ପାଇବ ଏଡ଼େ ଶୁଭବେଳ ତିଳେ, ସାଜି ଦିଅ ବୀର ବେଶେ ପୁତ୍ରକୁ ତୁମ୍ଭର ଏହିଠାବେ ।(ସୁଧନ୍ୱାର ପ୍ରବେଶ)ଗୀତ–ମାତା ପ୍ରତି ସୁଧନ୍ୱା – କୁଞ୍ଜ ବନରେ କାଳିଆ – ବୃତ୍ତେସାଜି ଦେ ମାଆ ଆଜି ମୋତେ ବୀର ସାଜରେ ।ମାଜିଛି ଅସ୍ତ୍ର ବାନ୍ଧିଛି ବାଜୀ ରଥରେ ସଜାରେ । ପଦ ।ବିରାଜି ଥିବେ ପାର୍ଥ ସଙ୍ଗେ, ରାଜିବନୟନ ରଙ୍ଗେ,ପୂଜି ତାଙ୍କୁ ଭକ୍ତବରେ, ମଜ୍ଜିବି ମହା ସମରେ,ମାନସୁ ବରଜି ବ୍ୟାଜରେ । ୧ ।ଏ ଜୀବେ ମୋ ଅଧିକାର, ନାହିଁଟି ଅଟେ ତାଙ୍କର,କରିବେ କିମ୍ପା ଫଜିତ, ଆଗରୁ ଅଛି ବୁଝି ତ,ନନ୍ଦସୁତ ବ୍ରଜଗାରରେ । ୨ ।ମଞ୍ଜୁ ମଞ୍ଜୁଳ କାଳିଆ, ଗୁଞ୍ଜରାପାଟି ମାଳିଆ,କୁଞ୍ଜବନ ରସାଳିଆ, କଞ୍ଜନେତ୍ର ବିଟାଳିଆ,ମୂରତି ଦେଖିବି ନଜରେ । ୩ ।ପ୍ରଭାବତୀ–ନାଥ ! ସତେ ଯିବ ଶ୍ରୀକୃଷ୍ଣ ଅର୍ଜୁନ ସମରେ ?ଯାହାଙ୍କର ବାଣକୁ ଡରଇ ଜନ୍ତୁରାଣ,ତାଙ୍କ ଆଗୁଁ ଫେରି କି ଆସିବ ପ୍ରାଣ ଘେନି ?ସୁଧନ୍ୱା– ଜାଣିଲି ରମଣୀହୃଦ ଅତିହିଁ କୋମଳ,ସହିପାରେ ନାହିଁ ତିଳେ କଷ୍ଟ,ପ୍ରିୟେ ଦେଖିଲ ତ ପ୍ରମାଣ ଆଗରେ,ନିଜେ ବଞ୍ଚାଇଲେ କି ସେ ନିଜେ ମାରିବାକୁ,ପିତଃ, ମାତ ! ଆଶିଷ କରି କୁମରେ ଦିଅ ପଦରଜ ।ହଂସଧ୍ୱଜ–ଯାଅ ବତ୍ସ ! ରଣେ ଯଶ କର ଅରଜନ,ଯାଉଛି ମୁଁ ତୋର ପଛେ ପଛେ କୃଷ୍ଣ ପାଶେ,ତୁ କି ମୁକ୍ତି ହେବୁ ମୋହଠାରୁ ଜାତ ହୋଇ ?ମୁ କି ପଡ଼ିଥିବି ଅଜଗର ଆଦି ପରି ? (ସୁଧନ୍ୱା ଓ ହଂସଧ୍ୱଜ ପ୍ରସ୍ଥାନ)ସୁକୁମାରୀ– ଚାଲ ବଧୂ ମାତ ସଦନକୁ, ଶୁଖାନାହିଁ ଚାନ୍ଦବଦନକୁ ।(ପ୍ରଭାବତୀକି ଘେନି ପ୍ରସ୍ଥାନ)