ବାରବାଟୀ ବକ୍ଷେ
୧୮୯୮–୧୯୬୫
- ସଂକଳନ: ଉଠ କଙ୍କାଳ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୨୦୯
- ସ୍ଥିତି
- ସାର୍ବଜନୀନ (Public domain)
ଉତ୍କଳ ବୁକେ ପାନିପଥ ମୋର, କଥା କହ ବାରେ ବାରବାଟୀରକ୍ତ ଉଜଳ କୋହିନୁର କଣା ଧୂଳି ତୋର, ଖାଲି ନୁହେ ମାଟି ।ଦମ ଦମ ବୁକୁ ତଳେ ଉନ୍ମୁଖେ ଶମଶାନ ନିଆଁ ଉଠେ ଜଳିସଙ୍ଗୀତ ମୋର ଯଉବନ ବନେ କମ୍ପନ ଆଣେ ତାନ ତୋଳି ।ଅସ୍ତ ଶିଖରୀ ପରପାରେ ରବି, ଯାଆନା ଯାଆନା, ଚାହାଁ ଥରେଢାଳି ଦେ ରେ ତୋର ତରଳ ଅନଳ ଗରଳ ଏ ମୋର ଅନ୍ତରେ ।ଉଦ୍ଗାରି ବିଷ ଏ ମଡ଼ା ମଣିଷ ଦେଶେ ବସି ଗୀତ ଗାଇସାରେହସାଇ ପାଷାଣ, ପ୍ରେତ ପ୍ରତିମାରେ ମରଣ ମଧୁର ଅଭିସାରେ ।ବାରବାଟୀ ମୋର ଜୀବନ ତୀର୍ଥ, ମହିମା କ୍ଷେତ୍ର ଓଡ଼ିଶାରବିପୁଳ ଗର୍ବ କରିଲୁ ଖର୍ବ କେତେ ରାଜା କେତେ ବାଦଶାର ।ଟଳିଲା ଭୂଧର, ଭେଦି ପାରାବାର ଚଳିଲା କେତେ ଯେ ରଣତରୀଅକୂଳ ବିହାରେ ଗଜପତି କରେ ଉଡ଼ିଲା କେତନ ଥରି ଥରି ।ଝମ୍ ଝମ୍ ଯେବେ ବୀର ଗଉରବେ କର କରବାଳ ଥରେ ଥରେଜାହ୍ନବୀ ତୀରୁ ପାନ୍ନାର ପାରେ ଚମକାଇ ଦେଲା ଯବନରେବାରବାଟୀ ମୋର ଓଡ଼ିଶା ଚିତୋର ! ବୁକୁଚିରା ତୋର ସଙ୍ଗୀତ,ଦୁଃଖ ଶୋକରେ ମରଣ ଲୋକରେ ଜାଳିଲା ଜୀବନ ଇଙ୍ଗିତ ।ମଡ଼ା ପରେ ବସି ଆସ ବିଶ୍ୱାସୀ ଗଣିବା ଏ ରେଣୁ ଗୋଟି ଗୋଟିଏ କ୍ଷୀଣ ରେଣୁରେ ଜୀବନ ବେଣୁରେ ଗାଇ ଉତ୍କଳ ଜୟଗୀତି ।ଏ ବାୟୁ ଲହରେ ପାଇକ ବିହରେ, ପାଇକ ତରୁଣୀ କହେ କଥା,ଏ ମଧୁ ଅଧରେ ଚୁମ୍ୱନ ଭାରେ ଅସୀ ତଳେ ପତି ଦେଲେ ମଥା !ଜଳ ଜଳ ଜଳ, ଜଳ ରେ ଅନଳ, ଉଠୁ ଆଗ୍ନେୟଗିରି ତଳୁଶତ ବରଷର କୋଟି କଙ୍କାଳ ରୁଦ୍ଧ ବାସନା ଫିଟି ପଡ଼ୁ ।ଉଛୁଳୁ ରୁଧିର ବୀର ବାରିଧିର ପ୍ରାଣ-ମନ୍ଦିର ଚହଲାଇମରଣ ଶଙ୍ଖ ଚିର ନିଶିଙ୍କ, ବାଜୁ ଚଞ୍ଚଳ, ବେଳ ନାହିଁ !
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର