ବଜାର ସଉଦା
ଗୋଦାବରୀଶ ମହାପାତ୍ର
୧୮୯୮–୧୯୬୫
- ସଂକଳନ: ବଙ୍କା ଓ ସିଧା
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୬୮
- ସ୍ଥିତି
- ସାର୍ବଜନୀନ (Public domain)
ବୟସ ସତର, ଅତି ତରତରପୁତ୍ର କୁମରମଣିପିତୃବଚନ ପାଳେ ଅନୁଦିନଦେବତା ବଚନ ମଣି ।ଯେ ଦିନ ଦେଶାଇ କରିଲେ ଘୋଷଣା‘ଚଉଦ କ୍ୟାରେଟ୍’ ସୁନାପୁଅ ହାତେ ହେଲା ସେଦିନ ବଜାରସଉଦା ଅଧେକ ଊଣା ।କହିଲେ ଜନକ ଜନନୀ - ପୁଅ ରେ,ବଢ଼େ କି ବଜାର ଦର ?ପୁଅ କହେ - ଏ ତ ‘ଚଉଦ କ୍ୟାରେଟ୍’ସୁନା ପରି କାରବାର ।ନ’ଅଣା ଦୁଧରେ ସାତ’ଣା ପାଣିଏ ‘ଚଉଦ କ୍ୟାରେଟ୍’ ହେଲାପଚାରିବାରୁ ମୁଁ ବୁଝେଇ ଶୁଝେଇଗଉଡ଼ ବିଚରା ଦେଲା ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର