ଅଥ ଦେଶସ୍ଥାନନିର୍ଣ୍ଣୟଃ
୧୮୪୮–୧୯୧୮
- ପଢ଼ିବା ସମୟ
- ୫ ମିନିଟ୍
- ଶବ୍ଦ
- ୭୪୪
- ସ୍ଥିତି
- ସାର୍ବଜନୀନ (Public domain)
ଏକାନ୍ତେ ବିଜନେ ଚୈବ ଜନସମାଦବର୍ଜିତେ ।ଜଳାଶୟେ ସ୍ୱଗୃହେ ବା ତଥା ଦେବାଦିମନ୍ଦିରେ। ୩୦ ।
ଅର୍ଥ :- ଏକାନ୍ତ ସ୍ଥାନରେ, ନିର୍ଜନ ସ୍ଥାନରେ, ଜନସମାଜରହିତ ସ୍ଥାନରେ, ଜଳାଶୟରେ ବା ସ୍ୱଗୃହରେ ଅଥବା ଦେବମନ୍ଦିରରେ ପୂଜା ଆରମ୍ଭ କରିବ । ୩୦ ।
ଗତ୍ୱା ସ୍ନାନକ୍ରିୟାଂ କୃତ୍ୱା ତଥା ନିତ୍ୟକ୍ରିୟାଂ ପୁନଃ ।ବିଧିନା ମଣ୍ଡପଂ କୁର୍ଯ୍ୟାତ୍ତଚ୍ଚୈବ ପ୍ରଥମେଽହନି। ୩୧ ।ଅର୍ଥ :- ସ୍ନାନକ୍ରିୟା ଓ ନିତ୍ୟକ୍ରିୟା ସାରି ପ୍ରଥମ ଦିବସରେ ବିଧି ପୂର୍ବକ ପୂଜାମଣ୍ଡପ କରିବ । ୩୧ ।——————ଅଥ ମଣ୍ଡପରକନାପ୍ରାରମ୍ଭଃ
ତତ୍ରାଦୌ କଥିତସ୍ଥାନେ ଶୁଦ୍ଧୟାଂ ଭୂମୌ ଗୋମୟମିଶ୍ରିତଆମ୍ରମୂଳବଲ୍ମୀକମୃତ୍ତିକାବ୍ୟାଂ ସହ ପୀତବର୍ଣ୍ଣମୃତ୍ତିକୟୋପଲିପ୍ୟ ତନ୍ମଧ୍ୟେ ଦ୍ୱାବିଂଶତିହସ୍ତପରିମିତସୀମ୍ନା ଉତ୍ତରଦ୍ୱାରସହିତଂ ଚତୁଷ୍କୋଣମଣ୍ଡପଂ କୁର୍ଯ୍ୟାତ୍ । ତସ୍ୟ ପୂର୍ବସୀମାଂ ପଞ୍ଚହସ୍ତପ୍ରମିତାଂ କୁଶମୂଳମୃତ୍ତିକୟା କୁର୍ଯ୍ୟାତ୍ । ତଥା ପଶ୍ଚିମଦିକ୍ସୀମାଂ ପଞ୍ଚହସ୍ତପ୍ରମିତାଂ ସିଦ୍ଧୁସଙ୍ଗମମୃତ୍ତିକୟା ।
ଅର୍ଥ :- ପ୍ରଥମ ପୂର୍ବକଥିତସ୍ଥାନରେ ଶୁଦ୍ଧଭୂମିକୁ ଆମ୍ବମୂଳମାଟି ଓ ହୁଙ୍କାମାଟିରେ ଗୋବର ଓ ପୀତବର୍ଣ୍ଣମାଟି ମିଶାଇ ଲିପି ତା ମଧ୍ୟରେ ୨୨ ହାତ ପରିମାଣରେ ଗୋଟିଏ ଚତୁଷ୍କୋଣ ମଣ୍ଡପ କରିବ ଓ ତାହାର ଦ୍ୱାର ଉତ୍ତରକୁ କରିବ । କୁଶମୂଳ ମୃତ୍ତିକାରେ ତାହାର ପୂର୍ବଭାଗକୁ ପାଞ୍ଚହାତ ପରିମାଣରେ ନିର୍ମାଣ କରିବ ଓ ପଶ୍ଚିମଦିଗରୁ ପାଞ୍ଚହାତ ସାଗର ସଙ୍ଗମ ମୃତ୍ତିକାରେ କରିବ ।
ଏବ ଦକ୍ଷିଣଦିକ୍ସୀମା ଷଡ଼୍ହସ୍ତପ୍ରମିତା ଧେନୁସ୍ଥାନମୃତ୍ତିକୟା ତଦ୍ଗତ୍ ଉତ୍ତରଦିକ୍ସୀମା ଷଡ଼୍ହସ୍ତପ୍ରମିତା ବଲ୍ମୀକମୃତ୍ତିକୟା ତସ୍ୟାଂ ଦ୍ୱିହସ୍ତପ୍ରମିତଂ ଦ୍ୱାରଂ କୃତ୍ୱା ଦେହଲ୍ୟାଂ ରାଜଦ୍ୱାରମୃତ୍ତିକାଂ କ୍ଷିପେତ୍ ।
ଅର୍ଥ-ସେହିପରି ଦକ୍ଷିଣଭାଗରୁ ଛହାତ ଗୋରୁଗୁହାଳମୃତ୍ତିକାରେ ଓ ଉତ୍ତରଦିଗରୁ ଛହାତ ହୁଙ୍କାମାଟିରେ ତିଆର କରି ତହିଁରେ ଦ୍ୱିହସ୍ତପରିମିତ ଗୋଟିଏ ହାର କରିବ । ଦେହଳିରେ ରାଜଦ୍ୱାର ମୃତ୍ତିକା ପକାଇବ । ୦ ।
ପୁନର୍ଦ୍ୱାରାଗ୍ରେ ବାମଭାଗେ ସପାଦହସ୍ତ ପ୍ରମିତାଂ ସରଳାଂ ସମ୍ମୁଖୀଭୂତାଂ ଗଜସ୍ଥାନମୃତ୍ତିକୟା ବାମଭୁଜାଂ କୁର୍ଯ୍ୟାତ୍ । ତଦ୍ଗଦ୍ ଦକ୍ଷିଣଭାଗେଽପି ସପାଦହସ୍ତପ୍ରମିତାଂ ଅଶ୍ୱସ୍ଥାନମୃତ୍ତିକୟା ଦକ୍ଷଭୁଜାଂ କୁର୍ଯ୍ୟାତ୍ ।
ଅର୍ଥ :- ପୁନର୍ବାର ଦ୍ୱାରର ଆଗରେ ବାମଭାଗରେ ପାଞ୍ଚପା ପରିମାଣରେ ସରଳ ସମ୍ମୁଖୀଭୂତ ବାମଭୁଜ ଗଜସ୍ଥାନମୃତ୍ତିକାଦ୍ୱାରା ନିର୍ମାଣ କରିବ । ସେହପରି ଦକ୍ଷିଣଭାଗରେ ଅଶ୍ୱସ୍ଥାନମୃତ୍ତିକାଦ୍ୱାରା ପାଞ୍ଚପା ପରିମାଣରେ ଦକ୍ଷିଣଭୁଜ କରିବ । ୦ ।
ତତ୍ପଶ୍ଚାନ୍ମଣ୍ଡପମଧ୍ୟେ ଦେଶେ ବଲ୍ମୀକମୃତ୍ତିକୟା ସର୍ବତଃ ସପାଦହସ୍ତପ୍ରମିତମଧ୍ୟଂ ଶିଖରାକାରଂ ଏକାଦଶାଙ୍ଗୁଳୋଚ୍ଚମଷ୍ଟଦଳପଦ୍ମଂ ଯଦ୍ୱା ପୂର୍ଣ୍ଣଚନ୍ଦ୍ରମଣ୍ଡଳବତ୍ କୈଳାସଂ ବିଭତ୍ୟ ତସ୍ୟୋପରି ତାମ୍ରପାତ୍ରଂ ନିଧାୟ ଅଗ୍ରଭାଗେ ଦ୍ୱାରସମ୍ମୁଖେ ଈଶାନକୋଣାଶ୍ରିତାର୍ଦ୍ଧଃ ବିବରଂ ବର୍ତ୍ତୁଳଂ ନିଖନେତ୍ ପ୍ରାଦେଶମାତ୍ରାଦପ୍ୟଧିକମିତି ମାନଂ ।
ଅର୍ଥ :- ତତ୍ପଶ୍ଚାତ୍ ମଣ୍ଡପର ମଧ୍ୟରେ ହୁଙ୍କାମାଟିଦ୍ୱାରା ପାଞ୍ଚପା ପରିମାଣରେ ଶିଖରାକାର ଏଗାର ଆଙ୍ଗୁଳ ଉଚ୍ଚ ଅଷ୍ଟଦଳପଦ୍ମ କରିବ । ଅଥବା ପୂର୍ଣ୍ଣଚନ୍ଦ୍ରମଣ୍ଡଳବତ୍ କୈଳାସ ନିର୍ମାଣ କରିବ । ତାହା ଉପରେ ତାମ୍ରପାତ୍ର ରଖି ଅଗ୍ରଭାଗ ଦ୍ୱାରସମ୍ମୁଖରେ ଈଶାନକୋଣରେ ବର୍ତ୍ତୁଳାକାର ଅର୍ଦ୍ଧ ବିବର ଖୋଳିବ । ସେ ଯେପରି ପ୍ରାଦେଶରୁ ଅଧିକ ହେବ । ୦ ।
ବିବରସ୍ୟ ଦକ୍ଷିଣଭାଗେ ମଣ୍ଡଳସ୍ୟେଶାନକୋଣସମ୍ମୁଖେ ଅଗ୍ନିସ୍ଥାପନହେତୁତ୍ୱାତ୍ ସୁଚୂର୍ଣ୍ଣିତକୁଶମୂଳମୃତ୍ତିକୟା ସାର୍ଦ୍ଧଦ୍ୱୟହସ୍ତ ପରିମିତସୀମ୍ନା ତ୍ର୍ୟଙ୍ଗୁଳୋଚ୍ଚାଂ ତତୁଷ୍କୋଣଦବେଦିକାଂ କୁର୍ଯ୍ୟାତ୍ । ମଣ୍ଡଳସ୍ୟେଶାନକୋଣେ କଳସସ୍ଥାପନଂ ।
ଅର୍ଥ :- ବିବରର ଦକ୍ଷିଣଭାଗରେ ମଣ୍ଡଳର ଈଶାନକୋଣସମ୍ମୁଖରେ ଅଗ୍ନିସ୍ଥାପନସକାଶେ ସୁଚୂର୍ଣ୍ଣିତ କୁଶମୂଳ ମୃତ୍ତିକା ଦ୍ୱାରା ଅଢ଼େଇହାତ ପରିମାଣରେ ତିନିଅଙ୍ଗୁଳିଉଚ୍ଚରେ ଗୋଟିଏ ଚାରି କୋଣିଆ ବେଦି କରିବ । ମଣ୍ଡଳର ଈଶାନକୋଣରେ କଳଶ ସ୍ଥାପନ କରିବ । ୦ ।
ମଣ୍ଡଳସ୍ୟ ପୂର୍ବଦିଶାୟାଂ ଶିବଶିଖରଦକ୍ଷଭାଗେ ସମୀପେ ଚୈବ ତୀର୍ଥାବାହନହେତୁତ୍ୱାତ୍ ପ୍ରାଦେଶମାତ୍ରଚତୁଃସୀମାସହିତଂ ପ୍ରାଦେଶମାତ୍ରାଗାଧଂ ଚ ତତୁଃକୋଣବିବରଂ ନିଖନେତ୍ ।
ଅର୍ଥ :- ମଣ୍ଡଳର ପୂର୍ବଦିଗରେ ଶିବଶିଖରର ଦକ୍ଷିଣଭାଗନିକଟରେ ତୀର୍ଥାବାହନସକାଶେ ପ୍ରାଦେଶ ପରିମିତ ଦୀର୍ଘ ପ୍ରତି ପ୍ରାଦେଶ ପରିମିତ ଗର୍ତ୍ତର ଗଭୀର ଓ ଚାରି କୋଣିଆ କରି ଗୋଟିଏ ଗର୍ତ୍ତ ଖୋଳିବ ।
ଶିଖରସ୍ଥଲିଙ୍ଗମୁତ୍ତରାଭିମୁଖଂ ତସ୍ୟ ବାମଭାଗେ ପୂର୍ବାଭିମୁଖମାଚାର୍ଯ୍ୟାସନଂ ତୟୋର୍ମଧ୍ୟେ ପୁସ୍ତକସ୍ଥାପନାୟ ଚନ୍ଦନାଦିନିର୍ମିତକାଷ୍ଠପଟ୍ଟଂ ।
ଅର୍ଥ :- ଶିଖରସ୍ଥିତ ଲିଙ୍ଗକୁ ଉତ୍ତରାଭିମୁଖ କରି ତାହାର ବାମଭାଗେ ପୂର୍ବମୁଖ କରି ଆଚାର୍ଯ୍ୟର ଆସନ ରଖିବ । ସେ ଦୁହିଙ୍କ ମଧ୍ୟରେ ପୁସ୍ତକ ରଖିବା ନିମିତ୍ତ ଚନ୍ଦନାଦି କାଷ୍ଠ ନିର୍ମିତ ଖଣ୍ଡିଏ ପଟା ରଖିବ ।
ମଣ୍ଡଳସ୍ୟବାହ୍ୟଭୌମଦ୍ୱାରଦେଶେ ବାମଭାଗ ଭୁଜପୃଷ୍ଠକକ୍ଷାଭ୍ୟାଂ ହନୁମନ୍ମୂର୍ତ୍ତିପତାକାଦଣ୍ଡସହିତା-। ମଣ୍ଡଳସ୍ୟ ଚତୁଷ୍କୋଣେଷୁ ଚତୁଃସଂଖ୍ୟକାଃ କଦଳୀସ୍ତମ୍ଭାଃ ସ୍ଥାପ୍ୟାଃ । ସପ୍ତଶେଷା ତ୍ରୟୋ ଦ୍ୱାରଂ ବିନା ଅନ୍ୟାସୁ ସୀମାସୁ ମଧ୍ୟେ ମଧ୍ୟେ । ସ୍ତମ୍ଭାନାମୁପରି ସର୍ବତସ୍ତୋରଣାନି ଚ ।
ଅର୍ଥ :- ମଣ୍ଡଳର ବାହାର ଦ୍ୱାରଦେଶରେ ବାମଭାଗଭୁଜର ପଶ୍ଚାତ୍ କକ୍ଷାରେ ହନୁମତ୍ମୂର୍ତ୍ତି ଓ ଦଣ୍ଡସହିତ ପତାକା ପୋତି ଦେବ । ମଣ୍ଡଳର ଚାରି କୋଣରେ ଚାରିଗୋଟି କଦଳୀଗଛ ପୋତି ଦେବ । ଅବଶେଷ ସପ୍ତ ଦ୍ୱାରରେ ତିନିଦ୍ୱାର ଛାଡ଼ି ମଧ୍ୟେ ମଧ୍ୟେ ସ୍ତମ୍ଭଉପରେ ତୋରଣ ବାନ୍ଧିବ । ୧୦ ।
ମଣ୍ଡଳସ୍ୟ ବାହ୍ୟଭୂମୌ ଚତୁରାଶାସୁ ବିଶେଷେଣ ତୁ ଦ୍ୱାରଭାଗେ ସପୁଷ୍ପଲଘୁବୃକ୍ଷାଶ୍ଚ। ୧୦ ।ଅର୍ଥ :- ମଣ୍ଡଳର ବାହ୍ୟଭୂମିର ଚାରିଦିଗ ଦ୍ୱାରମାନଙ୍କରେ ପୁଷ୍ପିତ କ୍ଷୁଦ୍ରବୃକ୍ଷ ସ୍ଥାପନ କରିବ । ୧୦ ।
ତତ୍ସର୍ବଂ ପ୍ରଥମଦିନେ ବିଧାୟ ତତ୍ ପଶ୍ଚାନ୍ନିତ୍ୟ କାର୍ଯ୍ୟାଣି ଲିଙ୍ଗନିର୍ମାଣାଦୀନି ପ୍ରତିଦିନଂ ପୂଜନପ୍ରକାରବିଷୟିକତୃତୀୟତନ୍ତ୍ରାନୁସାରେଣ କୁର୍ଯ୍ୟାତ୍ । ଇତି ଦ୍ୱିତୀୟତନ୍ତ୍ରଃ । ୧୦ ।
ଅର୍ଥ :- ସେ ସବୁ ବିଧାନ ପ୍ରଥମ ଦିନରେ କରି ତତ୍ପରେ ନିତ୍ୟ କାର୍ଯ୍ୟ ଲିଙ୍ଗନିର୍ମାଣ ଆଦି ପ୍ରତିଦିନ ପୂଜା ପ୍ରକାର ତୃତୀୟ ତନ୍ତ୍ର ଅନୁସାରେ କରିବ ।
ଇତି ଦ୍ୱିତୀୟ ତନ୍ତ୍ରଃତୃତୀୟତନ୍ତ୍ରଃମଣ୍ଡଳସଂସ୍କାରଃ ।
ଅଥ ତନ୍ତ୍ରୋକ୍ତସକାମଶିବପୂଜନପ୍ରକାରରମାହ । ତତ୍ରାଦାବେକାନ୍ତସ୍ଥାନେ ଜନସଂଘାତବର୍ଜିତେ ପୂର୍ବୋକ୍ତଦ୍ୱିତୀୟତନ୍ତ୍ରାନୁସାରେଣ କୃତମଣ୍ଡପେ ଗତ୍ୱା କୃତନିତ୍ୟକ୍ରିୟୋ ନବବସ୍ତ୍ରଂ ପରିଧାର୍ଯ୍ୟ ଆଚମ୍ୟ ସୁଚୂର୍ଣ୍ଣିତାଶ୍ଚୈକାଦଶମୃତ୍ତିକାଃ ସ୍ୱହସ୍ତେ କୃତ୍ୱା ମୌନମାସ୍ଥାୟ ମନସା ଷଡ଼କ୍ଷରେଣ ମନ୍ତ୍ରଣୈକାଦଶବାରଂ ଶିବଂ ସ୍ମୃତ୍ୱା ସର୍ବତୋ ମଣ୍ଡଳବିଷୟେ ଅନ୍ତର୍ବାହ୍ୟଭୂମୌ ଦଶଦିକ୍ଷୁ ପ୍ରକ୍ଷିପେତ୍ । ପୁନଶ୍ଚ ଅପବିତ୍ରଃ ପବିତ୍ରୋତା ସର୍ବାବସ୍ଥାଂ ଗତୋଽପିବା । ଯଃସ୍ମରେତ୍ ପୁଣ୍ଡରୀକାକ୍ଷଂ ସବାହ୍ୟାଭ୍ୟନ୍ତରଃ ଶୁଚିଃ । ଓଁ ସଦାଶିବଃ ପୁନାତ୍ ମାଂସ୍ଥାନଂ ଚୈବଂ ଇତ୍ୟେତନ୍ମନ୍ତ୍ରଂ ପଠିତ୍ୱା-ଗଙ୍ଗୋଦକମିଶ୍ରିତପଞ୍ଚଗବ୍ୟେନୈକାଦଶକୁଶାଗ୍ରଭାଗୈର୍ବା । ଦୂର୍ବାଙ୍କୁରୈର୍ବା ମଣ୍ଡଳସଂସ୍କାରଂ କୁର୍ଯ୍ୟାତ୍।
ଅର୍ଥ :- ପ୍ରଥମ ଜନଶୂନ୍ୟ ଏକାନ୍ତ ସ୍ଥାନରେ ଦ୍ୱିତୀୟତନ୍ତ୍ର ଅନୁସାରେ କରିଥିବା ମଣ୍ଡପକୁ ଯାଇ ନିତ୍ୟକର୍ମ ଶେଷକରି ନୂଆଲୁଗା ପିନ୍ଧି ଅଚମନ କରି ସୁଚୂର୍ଣ୍ଣିତ ଏକାଦଶମୃତ୍ତିକା ହାତରେ ଧରି ମୌନହୋଇ ମନମଧ୍ୟରେ ଷଡ଼କ୍ଷର ମନ୍ତ୍ରରେ ଏକାଦଶ ବାର ଶିବଙ୍କୁ ସ୍ମରଣ କରି ମଣ୍ଡଳର ଅନ୍ତର ବାହାର ଦଶଦିଗ ଓ ସବୁ ପ୍ରଦେଶରେ ପକାଇବ । ପୁଣି (ଅପବିତ୍ରଃ ପବିତ୍ରୋବା) ଏହି ମନ୍ତ୍ର ଓ ‘‘ସଦାଶିବ ପୂଜା ତୁ ମା’’ ଏହିମନ୍ତ୍ର ପଢ଼ି ଗଙ୍ଗୋଦକ ମିଶ୍ରିତ ପଞ୍ଚଗବ୍ୟରେ ଏକାଦଶ କୁଶର ଅଗ୍ରଭାଗ ଦ୍ୱାରା କିମ୍ବା ଦୂବନାଡ଼ ଦ୍ୱାରା ମଣ୍ଡଳସଂସ୍କାର କରିବ ।
ଅଥ ଆସନସଂସ୍କାରଃ ।
ଓଁ ପୃଥ୍ୱୀ ତ୍ୱୟା ଧୃତା ଲୋକା ଦେବି ତ୍ୱଂ ବିଷ୍ଣୁନା ଧୃତା । ତ୍ୱଂ ଚ ଧାରୟମାଂ ଦେବି ପବିତ୍ରମାସନଂ କୁରୁ । ଇତ୍ୟେତନ୍ମନ୍ତ୍ରଂ ପଠିତ୍ୱା ପୂର୍ବୋକ୍ତପଞ୍ଚଗବ୍ୟାଦିନା ଆସନସଂସ୍କାରଂ କୁର୍ଯ୍ୟାତ୍ । ତତଃ ଶିବଶିଖର ସମୀପବର୍ତ୍ତିବାମଭାଗେ ପୂର୍ବାଭିମୁଖମାସନ ସ୍ଥାନମଭିଷିଞ୍ଚେତ୍ । ତତ୍ରାସନମାସ୍ତୀର୍ଯୋପବିଶେତ୍ ।
ଅର୍ଥ-‘‘ପୃଥ୍ୱି ତ୍ୱୟା ଧୃତା ଲୋକା’’ ଏହି ମନ୍ତ୍ର ପଢ଼ି ପୂର୍ବୋକ୍ତ ପଞ୍ଚଗବ୍ୟାଦିରେ ଆସନ ସଂସ୍କାର କରିବ-। ତତ୍ପରେ ଶିବଶିଖରସମୀପରେ ଥିବା ବାମଭାଗ ଆସନସ୍ଥାନରେ ପୂର୍ବୋକ୍ତ ପଞ୍ଚଗବ୍ୟ ସିଞ୍ଚି ପୂର୍ବକୁ ମୁଖକରି ତହିଁରେ ଆସନ ପକାଇବ । ତାହା ଉପରେ ତଳଲିଖିତ ଉପବେଶନ ମନ୍ତ୍ର ପଢ଼ି ବସିବ ।
ଉପବେଶନ ମନ୍ତ୍ରତଦ୍ପଥା-ବିଦ୍ୟାମୃତାର୍ଥଂ ମଥିତେ ମହାବ୍ଧୌ ଦେବାସୁରୈର୍ବାସୁକିମନ୍ଦରାଦ୍ୟୈଃ ।ଭୂମେର୍ମହାବେଗବିଘୃର୍ଣ୍ଣିତାୟାସ୍ତାଂ କୂର୍ମମାଧାରଗତଂ ନମାମି। ୧ ।ସମୁଦ୍ରକାଞ୍ଚୀସବିଦୂତ୍ତରୀୟା ବସୁନ୍ଧରା ମେରୁକିରୀଟଭାରା ।ଦନ୍ତାଗ୍ରତୋୟେନ ସମୁଦ୍ଧତାଭୂସ୍ତମାଦିକୋଳଂ ଶରଣଂ ପ୍ରପଦ୍ୟେ। ୨ ।ଇତ୍ୟୁପବେଶ୍ୟ ଚନ୍ଦନାଦିକାଷ୍ଠକୃତପଟ୍ଟଂ ତୁ ଶିବଶିଖରାସନୟୋର୍ମଧ୍ୟଦେଶେ ସମାଧାୟ ତସ୍ୟୋପରି ପୁସ୍ତକଂ ନ୍ୟସେତ୍ ।ଅର୍ଥ :- ଆସନ ଉପରେ ବସି ଚନ୍ଦାନାଦି କାଷ୍ଠକୃତ ପଟାକୁ ଶିବଶିଖର ଓ ଆସନର ମଧ୍ୟ ଦେଶରେ ରଖିବ ।