ଆସୁଛ ରଙ୍ଗରେ
୧୮୯୮–୧୯୬୫
- ସଂକଳନ: ବଙ୍କା ଓ ସିଧା
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୨୦୦
- ସ୍ଥିତି
- ସାର୍ବଜନୀନ (Public domain)
‘ଅଷ୍ଟମହାଗ୍ରହକୂଟ’ ଆଣୁଛ କି ତୁମରି ସଙ୍ଗରେ ?ଆତଙ୍କିତ ଏ ଜନତା, ସେ ପାଖରେ 'ମେଗାଟନ୍' ବୋମା,ନ ମାନେ ସେ ଦୁନିଆର ଧଳା କଳା ସରହଦ ସୀମା ![ଜାନୁଆରୀ-୧୯୬୨]ଛବିଶି ଜାନୁଏରୀହେ ଛବିଶି ଜାନୁଏରୀ ।ଖୋଲ ଖୋଲ ତୁମ ସିଂହଦ୍ୱାରବହୁ ଦୂରୁ ଆସିଚି ମୁଁଶ୍ରମକ୍ଳାନ୍ତ ଶ୍ରାନ୍ତ ପଥଚାରୀଦେଖିବାକୁ ତୁମର ଏସାଜସଜ୍ଜା ରାଜ-କାରବାର,ଜନତାର. କାହିଁ ସ୍ଥାନ ?ନେତା ଆଜି ଗଗନବିହାରୀ !ଉଡୁଛି ତ୍ରିରଙ୍ଗ ଧ୍ୱଜାଏଇ ଦିଶେ ଅଶୋକସ୍ତମ୍ଭରେଫଉଜ ବନ୍ଧୁକଧାରୀଶ୍ରେଣୀବଦ୍ଧ, ବିସ୍ତୀର୍ଣ୍ଣ ପ୍ରାନ୍ତର,ତମ୍ବାପଟା ବାନ୍ଧି ମୁଣ୍ଡେ' ବସିଛନ୍ତି ମନ୍ତ୍ରୀ ବା ଦମ୍ଭରେ,ଜନତାର ସାମ୍ୟବାଦ କାନ୍ଦି ଖୋଜେବନୁ ବନାନ୍ତର ।କାନ୍ଦେ ଏ ପର୍ବତ ଆଜି,ବକ୍ଷ ତାର ଯାଏ ସତେ ଫାଟି,ସମୁଦ୍ର କହୁଛି ଦୂରେ ସତେଅବା ଯିବ କୂଳ ଲଙ୍ଘି,ବନାନୀ ତଟିନୀ ତଟେପ୍ରତିବାଦେ ନିର୍ଜନତା ହଟିସୀମାହୀନ ମହାଶୂନ୍ୟୁଦେଖାଉଚି କୁଟିଳ ଭ୍ରୂଭଙ୍ଗୀ ।ବିଷ-ଦଗ୍ଧ ଏ ସଭ୍ୟତା,ବିଦୀର୍ଣ୍ଣ ଏ ଗ୍ରାମ ସମାବେଶନଗର ବକ୍ଷରେ ଉଠେଚିମିନିର ଧୂମଶିଖା ଦୂରେ,ସମାଧି ଘେନୁଛି ଆଜିପରମ୍ପରା ପ୍ରାକ୍ତନ ବିଶ୍ୱାସହେ ଛବିଶି ଜାନୁଏରୀ !ଉଭା ମୁହିଁ ତୁମ ରାଜଦ୍ୱାରେ !କି ଦେବ ସମ୍ବାଦ ମୋତେ,କିବା ମୁହିଁ ମାଗିବି, ଭିକ୍ଷାଶୀ ?ଗ୍ରାମ ମୋର ଜନଶୂନ୍ୟ,ଭାଇ ବୁଲେ ଦୂର-ଦୂରାନ୍ତରେ,ଛାଡ଼ି ନବାଗତ ବଧୂ ପୁତ୍ର ତା'ରହୋଇଛି ପ୍ରବାସୀପିତା କା'ର ନିରୁଦ୍ଦିଷ୍ଟ,କାନ୍ଦେ ମାତା ବସି ଏକାନ୍ତରେ !!ଉଦର-ସଂଗ୍ରାମ ତୀବ୍ର,ନିରପେକ୍ଷ ଧର୍ମ ଆଜି ଦେଶେ,ବୁଦ୍ଧ ନାମେ ଶକୁନିରରାଜନୀତି ଚତୁର୍ଦ୍ଦିଗେ ଚାଲେଅଜ୍ଞ ଆଜି ବିଶେଷଜ୍ଞ,ରାମରାଜ୍ୟ ବନ୍ଧା ନାଗଫାଶେପାଣ୍ଡିତ୍ୟ ଯାଉଚି ଲୁଚିଶଠତାର ଘୋର ଇନ୍ଦ୍ରଜାଲେ !
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର