ଆସିବ ପରା
ଗୋଦାବରୀଶ ମହାପାତ୍ର
୧୮୯୮–୧୯୬୫
- ସଂକଳନ: ଯେ ଫୁଲ ଫୁଟିଥିଲା
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୧୩
- ସ୍ଥିତି
- ସାର୍ବଜନୀନ (Public domain)
ବେଳ ଯେ ଆସିବା ହେଲା ସତେ,ଫୁଲ ଫୁଟେ ବନ ପଥେ ପଥେ;ତାରା କି କହିବ କଥା ତାର ?ଥରେ ଲୁଚି ଥରେ ଘନ ରଥେ ?ଦେଲା ଯେ ପ୍ରଥମ ପରଶରେଭରି ଏ ଜୀବନ କଳସରେଅଧର ସୁଧାର ଧାରା ଧାରଭୁଲିବି କି ଭଳି କହ ଥରେ ?ସେଇ ଗୀତି ରବ କଳକଳନଦୀ ଜଳେ କରେ ଛଳଛଳ ।ଏ ତରୁ ଶାଖାରେ ପିକ ବୁକେଯୁଗ ଯୁଗ ହେବ ଢଳଢଳ !ଖୋଜୁଥାଏ ମୁହିଁ ଥିରି ଥିରି;ଫୁଲ ବୁକେ ମହୁମାଛି ପରିଶୋଇଛି ଏ ତଳ ବାଲୁକାରେସପନେ ସପନେ ସଞ୍ଚରି ।ନାମଟି ତାହାର - ନାହିଁ - ନାହିଁ-ପ୍ରାଣେ ଗାନେ ମୋର ମିଶିଥାଇପରାଣ କୁସୁମ ତାହା ଆଶେ,ଦିନ ଦିନ ମଧୁ ବରଷଇ !ସେ ଯେ ଧରିଥିଲା ଏଇ କର,ବଂଶୀ ତାହାର ପୀରତିରଏ ନୀପ ମୂଳରେ ଥିଲା ବାଜିଆସିବ ପରା ସେ ଆସୁ ମୋର ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର