ଆର୍ଶୀର୍ବାଦ
୧୮୭୫–୧୯୨୮
- ସଂକଳନ: ସନ୍ଧ୍ୟା ସଙ୍ଗୀତ
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୨୭୯
- ସ୍ଥିତି
- ସାର୍ବଜନୀନ (Public domain)
ଧନ୍ୟ ଧନ୍ୟ ମହାପ୍ରଭୁ ଆଶୀର୍ବାଦ ତବ,ପବିତ୍ର ଏ ଗୃହ ଆଜି, ଦୃଶ୍ୟ ଅଭିନବ ।ସହାସ ନୟନ ଶିଶୁ ଦରୋଟିଆ କଥାକେଉଁ ଦୂର ସ୍ୱରଗର ଦିଅଇ ବାରତା ।ବଡ଼ ମା ଆନନ୍ଦେ ସୁଖେ ସାଧୁ ଆଚରଣେମହକୁ ଚରିତ୍ର ଗୁଣ ଏ ବିଶ୍ୱଭୁବନେ ।ପିତୃକୁଳ ପତିକୁଳ କର ମା ପବିତ୍ର ।ଲଭ ମା ସତୀର ପୁଣ୍ୟ ସତୀର ଚରିତ୍ର ।ଭୋକୀ ଶୋଷୀ ଅତିଥି ମା ନ ଫେରନ୍ତୁ ଦ୍ୱାରୁଁ,କଲ୍ୟାଣ ଲଭ ମା ଦୀନ ଦରିଦ୍ରଙ୍କ ଠାରୁ ।ଅନ୍ନପୂର୍ଣ୍ଣାରୂପେ ମାତା ବାଣ୍ଟିଅନ୍ନପାନସ୍ୱଜନ କୁଟୁମ୍ୱେ କର ସନ୍ତୋଷବିଧାନ ।ବଜ୍ର ହେଉ କାଚ ହୁଏ ପତି−ପୁତ୍ରବତୀଏ କଲ୍ୟାଣ କରନ୍ତୁ ମା ! ପ୍ରଭୁ ଜଗତପତି ।ବାଞ୍ଚାବତୀ(ରୂପକ)ପ୍ରେୟସୀ କାମିନ ସଦା ସୁହାଗିନୀନିଶିଦିବା ମୁଁ ତା ସେବାରେ ଥାଏଁ,ଚରଣକୋୟର ପ୍ରେମ ଭିକାରୀ ମୁଁକ୍ଷଣେ ହିଁ ମୁଁ ତାର ମନ ନ ପାଏ ।ଚାତକ ପରାଏ ପଥ ଚାହିଁ ଥାଏଁଆଡ଼ ଆଖିରେ ସେ ମୋତେ ନ ଗୃହେ,ବିବିଧ ଯତନେ ବିବିଧ ସାମଗ୍ରୀସଜାଡ଼େ, ସଜନୀ ଠେଲିଣ ଯାଏ ।ଅଛନ୍ତି ମୋହର ପଞ୍ଚ ପରିଚାରୀପ୍ରାଣପ୍ରିୟା ସେବା କରନ୍ତି ନିତି,ଚିର ଅତୃପତ ମୋ ପ୍ରାଣସଙ୍ଗୀନୀକେସନ ଜନ୍ମିବ ପ୍ରେୟସୀପ୍ରୀତ ?ଏକ ଅନୁଚରୀ ଅନନ୍ତ ଗଗନୁଁସୂର୍ଯ୍ୟ ଚନ୍ଦ୍ର ତାରା ଜ୍ୟୋତିଷ୍କଗଣବନ ଉପବନୁଁ ବିବିଧ କୁସୁମତରୁଲତା ଡାଳୁଁ କରେ ଚୟନ ।ବିବିଧ ବିହଙ୍ଗ ବିଭିନ୍ନ ଦେଶରୁଧରି ଆଣି ରଖେ ହେମ ପିଞ୍ଜରେ,ବିଚିତ୍ର ସୁନ୍ଦର ନେତ୍ର ତୃପ୍ତିପ୍ରଦଯେତେ ଦୃଶ୍ୟରାଜି ସଜ୍ଜିତ କରେ ।ଆନ ପରିଚାରୀ ବିଶ୍ୱ ଚରାଚରୁଁଆଣିଣ ଶୁଣାଏ ବିବିଧ ତାନ ।ବିହଙ୍ଗକାକଳି ନଦୀ କଳ କଳସିନ୍ଧୁଗରଜନ ସୁକଣ୍ଠଗାନ ।ତୃତୀୟ କିଙ୍କରୀ ସ୍ପର୍ଶ ସୁଖକରୀକୋମଳ ଚିକ୍କଣ ପଦାର୍ଥରାଶି,ପ୍ରିୟାପାଦ−ପଦ୍ମେ ଖଟାଇଣ ଥାଏପାଦଦଳେ ତା ମୋ ମାନସବାସୀ ।ଚତୁର୍ଥ ସଜନୀ ଚୟନ କରଇସୁବାସ କୁସୁମ ଚୁଆ ଚନ୍ଦନେ,ପଞ୍ଚମ ପରଜା ଯୋଗାଏ ନିୟତସୁସ୍ୱାଦୁ ଆହାର ଚାରୁ ଚରଣେ ।କିନ୍ତୁ ଅଦଭୁତ କିବା ସେ ଯୋଷିତ
ସମ୍ବନ୍ଧିତ ରଚନା
ନାନାବାୟା ଗିତ
ନନ୍ଦକିଶୋର ବଳ
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ