ଅର୍ଜୁନର ଗୀତ
ଗଣକବି · ୧୮୮୨–୧୯୫୬
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୬୨
- ସ୍ଥିତି
- ସାର୍ବଜନୀନ (Public domain)
[ରାଜା ଦିଅ ତୋର ଝିଅକୁ - ବୃତ୍ତେ]
ଆରେ ରହ ରହ ଦଇତ । କି ବିଚାର ହରି ନାରୀକି ହରିଲୁ ମୋ ଆଗରେ କହ ତ ।ପଦ । ଚିହ୍ନ ଅଟେ ମୁହିଁ ଗୋବିନ୍ଦ ସଖା । ମନ୍ଦମତି କର ଯମକୁ ଦେଖ । ଅର୍ଜୁନବାଣରୁ ପ୍ରାଣ ନ ପାଇବୁ ଦେଲି ସମଜାଇ ତ ।୧। କେଉଁ ବାପ ଆସି ରକ୍ଷା କରିବ ! ଚାହାଁ ଏ ଶର ତୋ ଶିର ଚୂରିବ । ପଳାଇବା ବରଟ ନାହିଁ ରେ ନିଲଠ ଗର୍ବେ ହେଲୁ ମୋହିତ ।୨। ମଦମାଂସଗିଳା ଅସୁର ଜାତି । ଜନମରୁ ତୁହି ଏଡ଼େ କୁଜାତି । ପର ରମଣୀକୁ ଚୋରି କରି ଚିତ୍ତେ ତିଳେ ଡର ନାହିଁ ତ ।୩। ଜଳଜଳ କରି ଅନାଉ କେତେ । ବଳ ଥିଲେ ରଣ କର ତୁରିତେ । ବଇଷ୍ଣବ କହି ଅହି ପରି ତୋତେ ହୋଇଲି ମୁଁ ଅହିତ-।୪।
ଗୋସିଂହ – ରଣ କର ଆଗେ ବୀରପଣ ଜଣାଯିବ ।ଅର୍ଜୁନ – ବୃଥାରେ କିପାଁ ଗରବ କରୁ ରେ ଦାନବ ?ଗୋସିଂହ – ନରଜାତି ହୋଇ ତୋର ଏଡ଼ିକି ବଡ଼ାଇ ?ଅର୍ଜୁନ – ଏହି ଶରେ ତୋର ଶିର ଦେବିରେ ଉଡ଼ାଇ । (ଯୁଦ୍ଧ)ଗୋସିଂହ – ଦେଖ ଏ ବାରୁଣା ଶର କାଟିଲା ତୋ ଧନୁ ।ଅର୍ଜୁନ – ବାୟାବାସ୍ତ୍ରେ ଚାହାଁ ଉଡ଼ାଇଲି ରକ୍ଷସୂନୁ । (ଯୁଦ୍ଧ)ଗୋସିଂହ – ଏ କାଳାନଳ ଶର ତୋତେ ଦହିବ ପାଣ୍ଡବା ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର