ଅନ୍ତର ବେଦନାକୁ ଜାଣ
୧୮୪୮–୧୯୧୮
- ସଂକଳନ: ଶୀତଳା ସ୍ତୋତ୍ରଂ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୫୩
- ସ୍ଥିତି
- ସାର୍ବଜନୀନ (Public domain)
ଶରଣ ମୁଁ ତୁମ୍ଭ ଶ୍ରୀଚରଣଦୟା କର ତତକ୍ଷଣ ମୁ ଯେହୋଇଯାଏ ଉଦ୍ଧାରଣ ହେ
୧୧
ଅଚ୍ୟୁତ ଅନନ୍ତ ମୁରାରିଶ୍ୟାମସୁନ୍ଦର ଦଇତାରିଗୋବର୍ଦ୍ଧନ ହେ ଗିରିଧାରିପ୍ରଭୁ ବୃନ୍ଦାବନ କୁଞ୍ଜବିହାରୀ ହେ
୧୨
ଗୋବିନ୍ଦ ଗୋପାଳ ତୋ ନାମରାମକୃଷ୍ଣ ଯେ ଭଗବାନଜୟ ଶିରୀ ମଧୁସୂଦନମୋତେ ରକ୍ଷାକର ନନ୍ଦନନ୍ଦନ ହେ
୧୩
ଜୟ ଶ୍ରୀମଦନ ମୋହନଫେଡ ଯେ ମୋର ଅଭିମାନଦୟା କର ଜଗନ୍ମୋହନଢଳି ନ ଯାଉ ଏ ମୋର ଜୀବନ ହେ
୧୪
ତୁମ୍ଭେ ପରା ନନ୍ଦନନ୍ଦନବୋଲାଅ ରଙ୍କ ଲୋକଙ୍କ ଧନଗୋପୀ ଜନଙ୍କର ଜୀବନରାଧା ହୃଦପଦ୍ମ ଶ୍ରୀଚନ୍ଦନ ହେ
୧୫
ଏବେ ମୁଁ ଜଣାଉଛି ଯେତେଶୁଣନା କିପାଁ କଦା ଚିତ୍ତେସୁଦୟା ନୋହିଲେ ମୋତେନିନ୍ଦା ହୋଇବଟି ପ୍ରଭୁ ଏଜଗତେ ହେ
୧୬
ମୁ ତୁମ୍ଭର ଦାସର ଦାସମୋଠାରେ ନ କର ନିରାସଆହେ ପ୍ରଭୁ ପୀତବାସନିଶ୍ଚେ ପତିତ ଗଲାଟି ନାଶ ହେ
୧୭
ମୁଁ ବଡ଼ ଅଧମଜୀବମୋଠାରେ ସୁଦୟା ହୋଇବଅନ୍ତର୍ଗତେ ଜାଣ ସର୍ବବାରେ କରୁଣା ଯେବେ ନୋହିବ ଯେ
୧୮
ଏ ଜଗତେ ଚାପଖ୍ୟାତିହେବ ଆହେ ଶିରୀପତିମୁଁ ତୁମ୍ଭ ଚରଣେ ଭକତିକରି ଭାବୁଅଛି ନିତିନିତି ହେ
୧୯
ସୁଦୟା ଯେବେ ନୋହିବଅପଯଶ ଖ୍ୟାତି ହୋଇବମୋହର କ୍ରମେ ଦଇବଯାହା ଲେଖିଥିବ ତାହା ହୋଇବ ହେ