ଅମ୍ଭି-ପୁରୁ — ବିଶ୍ୱନାଥ କର · ସ୍ୱର୍ଣ୍ଣଲିପିରଣ ବାଦ୍ୟ ସଗର୍ବେ ଜୟଭେରୀ ବାଇ ମନ୍ଦ୍ର ତାନେ,ପ୍ରକଂପିତ କରି ମହୀ ଆସେ ଦର୍ପେ ବୀର ସିକନ୍ଦର,ସ୍ୱର୍ଣ୍ଣପ୍ରସୂ ଭାରତରେ ଯୁଦ୍ଧ ଅଭିଯାନେ ।କିବା ଭୂମିକମ୍ପ ହେଲା ଭାରତର ଶାନ୍ତ ସ୍ନିଗ୍ଧ ଉରେ,ଜାଗ୍ରତ ପଞ୍ଜାବ ଆଜି, ରଣସଜ୍ଜା ହେଲା ପୁରେ ପୁରେ ।ରଣସଜ୍ଜା ବିଲୋକ ନୟନେ, ତକ୍ଷଶିଳା ରାଜ୍ୟ ନରପତିଅମ୍ଭି ମନେ ଜାଗିଲାକ ଶଂକା ନିଜକୁ ସେ ମଣି ତୁଚ୍ଛ ଅତି ।ସିକନ୍ଦର ସମର ଆହ୍ୱାନେ, ହୃଦେ ତା’ର ଜାଗିଲା ସ୍ପନ୍ଦନ,ପ୍ରାଣରଙ୍କା ଦୁର୍ବଳ ସେ କଲା, ସିକନ୍ଦର ଚରଣ ବନ୍ଦନ ।ପ୍ରାଣ ରକ୍ଷା ଲାଗି ନୀଚ ଅମ୍ଭି,ମଣୁଥିଲା ନିଜକୁ ଯେ ଦମ୍ଭୀ,କରବାଳେ ଯବନର ପଦ କରି ପୂଜା;ୟୁନାନୀ ପତାକା ତଳେ, ନତ କଲା-ଭାରତର ଜାତିଜୈତ୍ରୀ ଧ୍ୱଜା ।ମୃଦୁହାସେ ସିକନ୍ଦର ଧରି ତା’ର ହସ୍ତ,ଉଚ୍ଚାରିଲେ, ‘‘ଉଠ ଅମ୍ଭି । ନୁହଁ ଆଉ ତ୍ରସ୍ତ,ରକ୍ଷାକଲି ରାଜ୍ୟ ପ୍ରାଣ ତବ,କିନ୍ତୁ-ସର୍ତ୍ତ ଭାରତ ବିଜୟେ,ସାହାଯ୍ୟ କରିବ ମୋତେ ସୈନ୍ୟ ସମାବେଶେଯୁଝିବ ହେ ମୋ ପକ୍ଷେ ନିର୍ଭୟେ’’ ।ଦୁର୍ଦ୍ଧର୍ଷ ସେ ଦର୍ପୀ ସିକନ୍ଦର ଦେଶଦ୍ରୋହୀ ଅମ୍ଭିର ସାହାଯ୍ୟେ,ଆତଙ୍କ ସୃଷ୍ଟି କରାଇ କଲା କରଗତ,ତକ୍ଷଶୀଳା ପ୍ରତିବେଶୀ ରାଜ୍ୟେ ।ସମ୍ମାନରେ ବଳି ଦେଇ ରାଜ୍ୟ ପ୍ରାଣ ଆଶେ,ପଶିଲା ଶରଣ ଅମ୍ଭି ଯବନର ପାଶେ ।ରାଜ୍ୟ ପରେ ରାଜ୍ୟ ଧ୍ୱଂସି, ସିକନ୍ଦର ବାଏ ଜୟଭେରୀ;ହାୟ ଦେଶଦ୍ରୋହି ଅମ୍ଭି! ଏ ଦୃଶ୍ୟକୁ ପାରିଲୁ ତୁ ହେରି ?କିନ୍ତୁ...ଭାରତ ଜନନୀ ବକ୍ଷେ ଧରି ଥିଲା ବୀର ପୁତ୍ର ଏକ,ପ୍ରତାପୀ ସେ ପୁରୁ ରାଜା, ରଖିବାକୁ ଜନ୍ମଭୂମି ଟେକ,ଧନ, ପ୍ରାଣ ମୋହ ତେଜି, ଅରି ସାଥେ କରିବାକୁ ଯୁଦ୍ଧ,ଆହ୍ୱାନେ ଆହ୍ୱାନ ଦେଇ ଅମ୍ଭିପରେ ହେଲେ ବହୁ କ୍ରୁଦ୍ଧ ।ଝେଲମ୍-ଚେନାବ୍ ନଦୀ, ଉପତ୍ୟକା ରାଜ୍ୟ ନରପତି,ବୀର ପୁରୁ ସିକନ୍ଦରେ ମଣିଲେକ ହେୟ ତୁଚ୍ଛ ଅତି ।ବୀର ଦର୍ପେ ବାଇ ଜୟଭେରୀ,ଉତ୍ତରିଲେ ସିକନ୍ଦର ଦୂତେ, ‘‘ଯାଅ ଯାଅ ରାଜ୍ୟୁଁ ମୋର ଫେରି ।ନ ଚାହେଁ ମୁଁ ସନ୍ଧି, ସେ ତ ଦୁର୍ବଳର ଅଟଇ ପ୍ରତୀକ,ଭାରତମାତାର ମୁହିଁ ଅଟଇ ସନ୍ତାନ,ସମ୍ମାନ ନିକଟେ ପ୍ରାଣେ ମଣେ ମୁଁ ଅଳୀକ ।ଯାଉ ରାଜ୍ୟ, ଯାଉ ପ୍ରାଣ, ଯାଉ ମୋର ଧନରତ୍ନରାଜି,ଶତ୍ରୁର ନିକଟେ ନମ୍ର ହେବ ବୀର ପୁରୁ ?ଶିର ତା’ର ପଡ଼ିବନି ଭାଜି ।ବୀର ରକ୍ତ ପ୍ରବାହିତ ମୋର ଧମନୀରେ,ବିନା ଯୁଦ୍ଧେ ଶିର ମୋର ନ କରିବି ନତ,
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପଗଙ୍ଗାଧର ମେହେର ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟଗଙ୍ଗାଧର ମେହେର ଗଙ୍ଗାଧର ମେହେର
ହିନ୍ଦୁସ୍ଥାନ ସନ୍ତାନ ମୁଁ ବୀର ରକ୍ତେ ଗଢ଼ା
ଯବନ ପଦ ବନ୍ଦନେ ନ ହୋଇବି ରତ’’ ।
ସିକନ୍ଦର ରାଜଦୂତ ବାହୁଡ଼ିଲା ବିମର୍ଷେ ଶିବିରେ,
ଜଣାଇଲା ପ୍ରଭୁ ଆଗେ ପୁରୁ ରାଜା ପ୍ରତ୍ୟାଖ୍ୟାନ ଧୀରେ ।
ହୁଙ୍କାରେ କମ୍ପାଇ ଦିଗ ବୀର ସିକନ୍ଦର,
ଉଚ୍ଚାରିଲା, ‘‘ଏତେ ଦମ୍ଭ, ଏତେ ସ୍ପର୍ଦ୍ଧା, ଏତେ ଅହଂକାର
ପୁରୁରାଜ୍ୟ ଆକ୍ରମଣେ ରଣସଜ୍ଜା କର ।’’
ଝେଲମ୍ ନଦୀର ବେନି ତୀରେ,
ରଣସଜ୍ଜା ବେନିପକ୍ଷ ରଚିଲେ ଅଚିରେ ।
ରଣଶିଙ୍ଗା ଉଛୁଳାଇ ଗଗନେ ପବନେ,
ସିକନ୍ଦର ସେନାପତି ସଂଗେ,
ସଜାଡ଼ିଣ ରଣ ଥାଟ ସଗର୍ବ ଉରସେ,
ବିଚରଇ ହର୍ଯ୍ୟକ୍ଷର ରଙ୍ଗେ ।
ଭାରତର ଜୈତ୍ରୀବାନା ଅମ୍ବରେ ଉଡ଼ାଇ,
ଅଶ୍ୱ, ରାଜ, ପଦାତିକ, ଧନୁର୍ଦ୍ଧାରୀ ସାଥେ ।
ଯୁଦ୍ଧ ଆକ୍ରମଣ ଲାଗି ହେଲେ ସଳ୍ମୀଭୂତ,
ଝେଲମ୍ ତଟିନୀ ତୀରେ ଅନ୍ଧକାର ରାତେ ।
ନଦୀ ତଟୁଁ ସିକନ୍ଦର ହେରି ପୁରୁ ସୈନ୍ୟ ସମାବେଶ,
ପ୍ରକଂପିତ ହେଲା ତାର ବକ୍ଷ, ନିଜ ସୈନ୍ୟସଂଖ୍ୟା ମଣି ଲେଶ ।
ଅନ୍ଧକାର ନିବିଡ଼ ନିଶୀଥେ, ଗୁପ୍ତ ପଥେ ହୋଇ ନଦୀ ପାର,
ଅତର୍କିତେ ଆକ୍ରମିଣ ଖରେ ପୁରୁ ସୈନ୍ୟେ କଲା ଛାରଖାର ।
ଅବିରତ ବୃଷ୍ଟି ପାତେ ଆର୍ଦ୍ର ଥିଲା ସମତଳ ଭୂମି,
ପୁରୁପକ୍ଷ ସୈନିକ ସାୟକ, ନ ପାରିଲା ଶତ୍ରୁ ଶିର ଚୁମି ।
ଆତର୍କିତ ଆକ୍ରମଣ ଫଳେ ଛତ୍ରଭଙ୍ଗ ଦେଲେ ସୈନ୍ୟଗଣ,
ଏକମାତ୍ର ବୀର ପୁରୁ ଆଶା ତେଜି କଲେ ରଣ ।
ୟୁନାନୀ ସୈନିକ ସାଥେ ଏକା ପୁରୁ ଲଢ଼ିଲେ ନିର୍ଭୟେ,
ଅସ୍ତ୍ର କରେ ଧରି ଏକ ଲୟେ ।
କିନ୍ତୁ ହାୟ ! ଦୈବଗତି ହୋଇଲା ଅନ୍ୟଥା,
ବୀର ପୁରୁ ହୋଇଲେକ ବନ୍ଦୀ,
ସିକନ୍ଦର ଦର୍ପ ଭରୋଉତ୍ତଳିଲା ମଥା ।
ସୁଦୃଢ଼ ଲୌହ କଙ୍କଣେ ବେନି ପାଣି ଛନ୍ଦି,
ଘେନିଗଲେ ଗ୍ରୀସ୍ସୈନ୍ୟେ ସିକନ୍ଦର ପାଶେ,
ପୁରୁଙ୍କୁ ସେ କରି ହାୟ ! ବନ୍ଦୀ ।
ଦିଗ୍ ବିଦିଗ କମ୍ପାଇଣ ସିକନ୍ଦର ଦୀର୍ଘ ଅଟ୍ଟହାସେ
ପୁଚ୍ଛିଲେ, ‘‘କହ କେସନ ବ୍ୟବହାର ଚାହିଁ ମୋର ପାଶେ ।’’
ଶ୍ରବଣେ ଏ ଉକ୍ତି ପୁରୁ ଉତ୍ତରିଲେ ଗମ୍ଭୀର ବଚନେ,
ଫୁଲାଇ ପ୍ରଶସ୍ତ ବକ୍ଷ ବିସ୍ଫାରିଣ ହର୍ଯକ୍ଷ-ଲୋଚନେ ।
‘‘ବୀର ମୁହିଁ, ଯୋଦ୍ଧା ମୁହିଁ, ଏବେ ସୁଦ୍ଧା କରିବାକୁ ଯୁଦ୍ଧ,
ତବ ସାଥେ ଅଛି ମୋର ଶକ୍ତି, ଭୟେ ଚିତ୍ତ ନୋହିଛି ମୋ ରୁଦ୍ଧ ।
ହେବା ପୁର୍ବୂନତ ମୋର ଶିର, ଖଡ଼୍ଗଧାରେ ଲୋଟିପାରେ ଭୂମି,
ବୀର ପୁରୁ ଉନ୍ନତ ମସ୍ତକ, ନ ପାରିବ ଶତ୍ରୁ ପଦ ଚୁମି ।
ବନ୍ଦୀ ସିନା ଭାଗ୍ୟ ଦୋଷେ ପ୍ରକୃତିର ନିର୍ଦ୍ଦୟ ପର୍ଯ୍ୟାୟେ,
ଗୁପ୍ତ ପଥେ ତସ୍କର ସମାନ ଅତିର୍କିତେ ଅତ୍ରମି ଅନ୍ୟାୟେ ।
ପୁରୁଜୟୀ ହୋଇଛ ହେ ଆଜି,
ଦିବା ଯୁଦ୍ଧେ କିମ୍ପା ତୁମେ ରହିଲ ମଉନ ?
ନ ଥିଲେ କି ତବ ସୈନ୍ୟ ରାଜି ?
ଉଦୟେ ସବିତା ରକ୍ତ, ରକ୍ତ ବର୍ଣ୍ଣ ତଥା ଅସ୍ତ କାଳେ,
ଜୟେ ପରାଜୟେ ତଥା ଏକ ରୂପ ଥାଏ ବୀରଠାରେ ।
ଭାଗ୍ୟଲକ୍ଷ୍ମୀ ହେଲେ ପ୍ରତିକୂଳା, ଜୈତ୍ରୀବାନା ପଡ଼ିଲା ମୋ ଖସି,
କିନ୍ତୁ ଅଛି ଏବେ ସୁଦ୍ଧା ଶକ୍ତି,
ଚଳାଇବି ବୀର ଦର୍ପେ ଅସି ।
ରାଜା ମୁହିଁ ଧମନୀରେ କ୍ଷତ୍ରିୟର ଉଷ୍ଣ ରକ୍ତ ଧାର,
ପ୍ରବାହିତ ଏବେ ସୁଦ୍ଧା, ରାଜା ସମ ଚାହେଁ ବ୍ୟବହାର ।’’
ଦିଗ୍ବିଜୟୀ ସିକନ୍ଦର ପଡ଼ିଲା ଚମକି,
ଦେଖି ପୁରୁବୀର ଦମ୍ଭ ପଣ,
ଆଲିଙ୍ଗିଲା ଗାଢ଼ତରେ ବୀର ପୁରୁରାଜେ,
ଶୃଙ୍ଖଳାକୁ କରିଣ ମୋଚନ ।
ଉଚ୍ଚାରିଲା, ‘‘ଧନ୍ୟ ବନ୍ଧୁ ! ଧନ୍ୟ ତୁମ ଶୌର୍ଯ୍ୟ ପରିଚୟ,
ତବ ଶୌର୍ଯ୍ୟ ବୀର୍ଯ୍ୟ ପାଶେ, ବିକ୍ରମ ମୋ ଭଜିଛି ବିଲୟ ।
ଭାରତ ଜନନୀ ଧନ୍ୟ ଅଙ୍କେ ଯା’ର ଶୋହେ ପୁରୁବୀର,
ଆତଙ୍କିତ ନୋହେ ଯେହୁ ଶତ୍ରୁର ସମ୍ମୁଖେ,
ମହା ପଦେ ଅଟେ ଯେ ଗମ୍ଭୀର ।
ଆସ ବନ୍ଧୁ ! ଆଉ ଥରେ କରି ଆଲିଙ୍ଗନ,
ସାର୍ଥକ ମୁଁ ମଣେ ଏ ଜୀବନେ ।
ଅର୍ଦ୍ଧ ବିଶ୍ୱ ଜୟ କରି ନ ଦେଖିଲେ ନେତ୍ରେ,
ତୁମ୍ଭ ସମ ବୀର କେହୁ ଜଣେ ।
କି ଚାହିଁ କି ଚାହିଁ ବନ୍ଧୁ ! ମୋର ପାଶୁଁ ଏବେ,
କହ ବାରେ ନ କର ଶୋଚନା,
ବନ୍ଧୁ ପାଶେ ବନ୍ଧୁର ଯେ ପୂର୍ଣ୍ଣ ଅଧିକାର
ତା କି କେବେ ବୋଲାଏ ଯାଚନା ?’’
ସ୍ମିତ ହାସ୍ୟ ଉକୁଟାଇ ଅଧର ପଲ୍ଲବେ
ଉତ୍ତରିଲେ ପୁରୁ ହୋଇ ସ୍ଥିର,
‘‘ନ ଚାହେଁ ମୁଁ ରାଜ୍ୟଧନ, ନ ଚାହେଁ ମୁଁ ପ୍ରାଣ,
କାଳଗର୍ଭେ ଏ ସବୁ ଅଚିର ।
ନିଃସ୍ୱ ହୋଇ ବିଶ୍ୱେ ପଛେ ବୁଲିବି ମୁଁ ଘୁରି,
ତେଜି ରାଜ୍ୟ ଧନ ସବୁ ମୋର,
କିନ୍ତୁ ଜାତି ଜୈତ୍ରୀ ବାନା, ମାତୃଭୂମି ନିନ୍ଦା
ଦେବ ମୋର ହୃଦେ ଦୁଃଖ ଘୋର ।
ବୀର ତୁମେ ସୁଦୂର ଗ୍ରୀସ୍ର ମୁହିଁ ଏହି ଭାରତ ସନ୍ତାନ,
ଅର୍ଦ୍ଧ ବିଶ୍ୱ କରିଛ ବିଜୟ,
ତେଣୁ ଲଭ ବୀରର ସମ୍ମାନ ।
ଭାରତ ଜନନୀ ବକ୍ଷେ ସଦା ମୁହିଁ ଲାଲିତ ପାଳିତ,
ଭାରତୀୟ ପୁତ ରକ୍ତ ଧମନୀରେ ମୋର ପ୍ରବାହିତ ।
ବନ୍ଧୁ ବୋଲି ସଂବୋଧିଣ ଚାହିଁ ଯେବେ ରଖି ବନ୍ଧୁ ମାନ,
ଜାତୀୟ ବାନାକୁ ମୋର ଦିଅ ଦିଅ ଉଚିତ ସମ୍ମାନ ।
ଗ୍ରୀସ ଜୈତ୍ରୀ ପତାକାର ସଙ୍ଗେ
ଭାରତୀୟ ଧ୍ୱଜା ଉଡ଼ୁ ରଙ୍ଗେ ।’’
ବୀର ପୁରୁ ବଚନ ଶ୍ରବଣେ ସିକନ୍ଦର ହେଲେ ସମ୍ଭୀଭୂତ,
ଉତ୍ତରିଲେ, ‘‘ଧନ୍ୟ ତୁମେ ଜନ୍ମଭୂମି ଉପଯୁକ୍ତ ସୁତ ।
ବୀର ତୁମେ ବୀରର ସମ୍ମାନ-
ପ୍ରଦାନେ ତୁମକୁ ଆଜି ଦେଲି ମୁକ୍ତିଦାନ ।
ଭୁଲିପାରେ ସବୁ କିଛି କିନ୍ତୁ ତବ ଶୌର୍ଯ୍ୟ ବୀର୍ଯ୍ୟ କଥା,
ଶିଳାଲେଖ ସମ ତାହା ମାନସେ ମୋ ରହିବ ସର୍ବଥା ।
ରାଜ୍ୟ ତବ ଦେଉଛି ଫେରାଇ,
ବନ୍ଧୁତାର ଦୃଢ଼ ସମର୍ଥନେ,
ଶୌର୍ଯ୍ୟ ଲାଗି ଅନ୍ୟ କେତେ ରାଜ୍ୟ,
ଅର୍ପୁଛି ମୁଁ ନ ଘେନିବି ମନେ ।
କିନ୍ତୁ ବନ୍ଧୁ ! ନ ଶୋଚିବ ତିଳେ,
ପାରିବି କି ପ୍ରଶ୍ନ ଏକ ପୁଚ୍ଛି ?’’
ଉତ୍ତରିଲେ ବୀର ପୁରୁ ଆଲିଙ୍ଗିଣ ଉରେ,
‘‘କହ ବନ୍ଧୁ ! ସଂଶୟ ମୁରୁଛି ।’’
ଦୀର୍ଘ ଶ୍ୱାସ ଫେଇ ବାରେ ବୀର ସିକନ୍ଦର,
ପୁରୁ ଆଗେ ମୃଦୁମନ୍ଦ ସୁରେ ।
ପ୍ରଶ୍ନ କଲେ, ‘‘ଭାରତ ଜନନୀ
ରଖିଅଛି ଯେହୁ ତା’ର ଉରେ,
ତୁମ୍ଭ ସମ ଗୌରବ-ସନ୍ତାନ,
ଯା’ ଲାଗି ଭାରତବର୍ଷ ଇତିହାସ ହୋଇଲା ମହାନ,
ତା’ର ଅଙ୍କେ ଅମ୍ଭି ସମ ନୀଚ ଦେଶଦ୍ରୋହୀ,
କହ କେହ୍ନେ ଲଭିଲା ଜନମ,
ରାଜ୍ୟ ପ୍ରାଣ ଭୟେ ବିନା ଯୁଦ୍ଧେ ମୋର ପଦେ
ଶିର ଥାପି ମାଗିନେଲା ଆଶ୍ରୟ ଯେ ମମ ।
ପଞ୍ଜାବ ବିଜୟେ ଯେହୁ ଦକ୍ଷ କର ସମ
ପ୍ରତିବେଶୀ କ୍ଷୁଦ୍ର ରାଜ୍ୟ ଧ୍ୱଂସେ,
ବହ୍ନି ପ୍ରାୟ ଜଳିଲା ନିର୍ମମ ।
ସେହି ସେ ଭାରତଭୂମେ ସମ୍ଭବିଲା ଜନମ ତୁମ୍ଭର,
ଶୌର୍ଯ୍ୟ ବୀର୍ଯ୍ୟ ଧୌର୍ଯ୍ୟର ପ୍ରତୀକ
ସ୍ପର୍ଶେ ଶିର ଦର୍ପେ ଯା’ ଅମ୍ବର ।
କହ ବନ୍ଧୁ କିରେ ସମ୍ଭବ,
ଏକ ଦିଗେ ନୀଚ ଅମ୍ଭି ବିନା ଯୁଦ୍ଧେ ମାନେ ପରାଭବ ।
ଦେଶ ଆକ୍ରମଣକାରୀ ପଦେ କରେ ସହସ୍ର ପ୍ରଣାମ,
କିନ୍ତୁ ତୁମେ ଯୁଝିଲ ହେ ପ୍ରାଣ ମୂର୍ଚ୍ଛି,
ରଖିବାକୁ ଦେଶ ଜାତି ନାମ ।
ତୁମ ପରି ରତ୍ନ ଯେଉଁ ଜନ୍ମଭୂମି ଧରିଅଛି ଅଙ୍କେ,
କହ ହେ ନିଃଶଙ୍କେ,
କେସନ ଧରିଲା ବକ୍ଷେ ଅମ୍ଭି ସମ ଦେଶଦ୍ରୋହୀ ଭୀରୁ,
ନ ପାରେ କଳି ମୁଁ କିଛି,
ଭାରତରେ ବୈଚିତ୍ର୍ୟ ଏଥିରୁ ।’’
ଉତ୍ତରିଲେ ବୀର ପୁରୁ ସସ୍ମିତ ବଦନେ,
‘‘ଶୁଣ ବନ୍ଧୁବର ! ତୁମେ ଉତ୍ତର ଏହାର,
ରତ୍ନପ୍ରସୂ ବସୁନ୍ଧରା ଅସୀମିତ ଗର୍ଭୁ,
ସ୍ୱର୍ଣ୍ଣ ସାଥେ ପିତ୍ତଳ କି ନୁହଇ ବାହାର ??’’
ଅଛତ ଅନ୍ତରେଲକ୍ଷ୍ମୀନାରାୟଣ ସାହୁ