ଆଦ୍ୟ ଅବକାଶେ
୧୮୯୮–୧୯୬୫
- ସଂକଳନ: ଯେ ଫୁଲ ଫୁଟିଥିଲା
- ପଢ଼ିବା ସମୟ
- ୩ ମିନିଟ୍
- ଶବ୍ଦ
- ୪୫୫
- ସ୍ଥିତି
- ସାର୍ବଜନୀନ (Public domain)
ନିକୁଞ୍ଜ ମଣ୍ଡପତଳେ ପ୍ରେମରଙ୍ଗେ ନିତିଲଭେ ଦରହସା ପୁଷ୍ପ ନିସର୍ଗ ପୀରତି ।ମଧୁପ ମୋହନ ଗୀତି ପ୍ରେମ କୁତୂହଳେଶୁଣ ଗୋ ସୁନ୍ଦରି ! ତହିଁ ସନ୍ତତ ନିରୋଳେ ।ସେ ଦେଶ କୁସୁମ ନୁହେ ଏ କୁସୁମ ପରିସେ ବିହଗ ଗାନେ ଭରା ସରଗ ମାଧୁରୀ ।ସେ ଦେଶ ପ୍ରଭାତ ସନ୍ଧ୍ୟା ଗଗନ-ସମୀରମଧୁମୟ, ପୁଣ୍ୟମୟ ସେ ଦେଶେ ସକଳ ।୧।ବହୁ ଦିନ ଅବକାଶେ ପଡୁଅଛି ମନେଭାସୁଛି ମୋ କେତେ ଛବି ମାନସ-ଗଗନେ ।ଆକୁଳ ମଉନେ କେତେ ମରମ ବାସନାଫୁଟିଆସେ ସୁନ୍ଦରି ଗୋ, ଭେଦି କଳପନା ।ଭାବିଥିଲି ବିରଚି ମୁଁ ସେ ଦେଶେ କୁଟୀରବରଷା ନିଦାଘେ ତହିଁ ପାତିବି ଏ ଶିର ।ଯେତେ ନିନ୍ଦା ଅପମାନ ସହି ମର ପ୍ରାଣେସଜାଡ଼ି ରଖିବି ପ୍ରୀତି ଆନନ୍ଦେ ଯତନେ ।୨।ଯେ ଦିନୁ ଛାଡ଼ିଚି ଦେଶ ହୋଇ ମୁଁ ଅତିଥିଜାଣିଛୁ ସେଦିନୁଁ ଦୁଃଖ ପ୍ରାଣ ଚିର ସାଥୀସେଦିନ ସ୍ମୃତିଟି ପ୍ରାଣେ ଖେଳୁଛି ଗୋ ଆଜିକୋଳେ ବହି କେତେ ସୁଖ ଦୁଃଖ ଚିନ୍ତାରାଜି ।ଭେଟିଥିଲି ତୋ ନିମିଷେ ସେ ଦେଶ ବିଭବେତଟିନୀ ସରସୀ ବନ ନିକୁଞ୍ଜ ଗରଭେକୁସୁମ କୁସୁମେ ହାସ ବହି ଏ ପରାଣେଭୋଗିଥିଲି ପୁଣ୍ୟ ପ୍ରୀତି ଏ ମଧୁ ଜୀବନେ ।୩।ତରଳ ଆନନ୍ଦେ ଚାଳି ଯୁଗଳ ପୟରେସରଳ ବିହାରେ ଆସୁଥିଲି ଗୋ ସରଳେ !ଭେଟିଲି ସରଣୀ ପ୍ରାନ୍ତେ କନକପ୍ରତିମାସେହି ତୁମ୍ଭେ ଏ ପରାଣ ପ୍ରୀତି-ମଧୁରିମା ।ଲୋଡ଼ି ତ ନଥିଲି କ୍ଷଣେ ଆସିବାକୁ ପାଶେକିପାଇଁ ଗୋ ଆସ ଆଜି ଏ ଦୂର ପ୍ରବାସେ ।ଦିନେହେଲେ ସ୍ୱପନରେ ନଥିଲି ତ ଚିନ୍ତିକିପାଇଁ ହୋଇଛୁ ଆଜି ପରାଣ ଅତିଥି ।୪।ବାଧା ବନ୍ଧ ବିପଦର ଭୀଷଣ ତାଡ଼ନେକର୍ମେ ରତ ବିଶ୍ୱବାସୀ ଏ କର୍ମ ଅଙ୍ଗନେ ।ଏ ମୋ କ୍ଷୁଦ୍ର ହୃଦୟର କ୍ଷୁଦ୍ର ଆଶା ଧରିଏକାକୀ ଯାଉଛି ତହିଁ କର୍ମ ଅନୁସରିସଖା କେ ନାହାନ୍ତି ପ୍ରାଣ ଆଶ୍ୱାସନେ ପାଶେନିଜେ ଧାଇଁଅଛି, ନିଜ ବିଭବ ସକାଶେହୃଦୟ ତୋରଣେ ବସି ବିଦ୍ୟୁ ମୃଦୁହାସେଡାକ କି କାରଣେ ସତ ସନ୍ତତ ଉଲ୍ଲାସେ ।୫।ମଣଇ ଜୀବନ ଏବେ ମହାଗୁରୁଭାରବର୍ଣ୍ଣିବାର ଶକ୍ତି ନାହିଁ ଏ ମୋର ଭାଷାରକି ଅବା ପଳିବ ଫଳୁ ଦୂର ଭବିଷ୍ୟତେଆସିଛି ତ ଧରିବି ଏ ଜୀବନ ଉଷତେ ।ଏତିକି ମାଗୁଣି ପଦେ ଘେନିଯାଅ ସତୀକୁସୁମ ଦର୍ଶନେ ଯେବେ ହସନ୍ତି ବ୍ରତତୀ
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର