ଆଧୁନିକ ଗୋପୀଭାଷା
୧୮୯୮–୧୯୬୫
- ସଂକଳନ: ହାଣ୍ଡିଶାଳର ବିପ୍ଳବ
- ପଢ଼ିବା ସମୟ
- ୪ ମିନିଟ୍
- ଶବ୍ଦ
- ୬୯୦
- ସ୍ଥିତି
- ସାର୍ବଜନୀନ (Public domain)
ଜୟ ଜୟ ପୋଲିସ ଦଣ୍ଡପାଣିନାଲି ପଗଡ଼ିକି କିଏ ନ ଜାଣି !ମୁଁ ଯେ ସେହିଠାରେ ମନ ନିବେଶି‘ଗୋପୀଭାଷା’ ଗାଇବାକୁ ଭରସି ।କୁରୁକ୍ଷେତ୍ର ଯେଉଁ ଯୁଦ୍ଧ ହୋଇଲାକୃଷ୍ଣ ଯୋଗୁଁ କୁରୁ ନାମ ରହିଲା,କଳି କାଳେ ସେହି ହେଲେ ପୁଲିସିସତ୍ୟ-ଶାନ୍ତିର ସେ ହାତବାରିସି ।ଦିନେ ବାରବାଟୀ ପୁରେ ପାର୍ବତୀଗୋପୀମାନଙ୍କର କଥା ଭାଳନ୍ତି -କୃଷ୍ଣେ ଗଲେ କେବେ ଗସ୍ତ-ପ୍ରୋଗ୍ରାମେଗୋପୀ ଭାଳେ ଘରେ ଓଦା ନୟନେ ।କୃଷ୍ଣ ଗଲେ କରି ସତ୍ୟ ତଦନ୍ତଭାଳେ ଗୋପୀ ଘରେ ହୋଇ ତଦ୍ଗତ ।କୃଷ୍ଣ ବାସକତା କାହିଁ ରହିଲେଗୋପୀ ଚିନ୍ତା ହୁଏ କୃଷ୍ଣେ ପହିଲେ ।ଏବେ କଳିକାଳେ ଶୁଣ ସେ କଥାସେ ପୁଲିସି, ସେହି ଗୋପୀବାରତା ।ଦିନେ ଦଶ ପାଞ୍ଚ କୃଷ୍ଣ-ପ୍ରେୟସୀକାହା ଘରେ ବସି ମନ ନିବେଶି,ଏକୁ ଆନେ ଯାହା କଥା କହିଲେଦାସ ଦନାଇ ତା ଗୀତେ ଭଣିଲେ -ଏକ ଗୋପୀ ମନୋ ଦୁଃଖେ କହିଲା -ତାଙ୍କ ବିନୁ ଘର ମୋର ନୋହିଲା ।ଆଜି ହିନ୍ଦୋଳକୁ କାଲି ତିର୍ତ୍ତୋଲପରଦିନେ କରାପୁଟେ ବଦଳ ।ମୁଁ ଗୋ ଅଭାଗିନୀ ଏକା ରହିଲିଭାଳି ଭାଳି ହୃଦ-ବନ ଦିହିଲି ।ଦିନେ ନ ଖାଇ ମୁଁ ରାତି ନ ଶୋଇନେଲି ଯୁବାକାଳ ଦୁଃଖେ କଟେଇ ।ଏକ ଗୋପୟେ କହିଲା ସଂଗାତ,ମୋର କୃଷ୍ଣ କଲେ ମୋତେ ଯେମନ୍ତ ।ରାନ୍ଧିବାଢ଼ି ଦିନେ ଅଛି ଅନାଇଆଉ ନ ଆସିଲେ କଳା କହ୍ନାଇ ।ଏସ୍.ପି. ଡଗର ବରଗିଲା କାହଁସାତ ଯୋଜନ ସେ ବାଟ ବଣାଇ ।ପାଞ୍ଚ ଦିନେ ଚିଠି ଘରେ ବସିଲାସଜ ଶେଯ ମୋର ଲୁହେ ଭାସିଲା ।ଆନ ଗୋପୀ କେ ବୋଇଲା ମିତଣି;ମୋର ମନକଥା କିଏ ନ ଜାଣି ।ପାଣି ଶୀତଳ ଗୋ ରାତିବେଳରେଫୁଲ ସୁନ୍ଦର ବୟସ ଥିବାରେ ।ସବୁ ଥାଇ ମୋର କିଛି ନ ହେଲିଭଡ଼ାଘର ବିନା ଏକା ରହିଳିଦୁଃଖ କି କହିବି, ସମବୟସୀ !ଶହେ ଦରମାକୁ ଭଡ଼ା ଚାଲିଶି !!ହେଲେ ବି ସେଥିରେ ନ ତୁଟେ ଆଶଟଙ୍କା ମିଳୁ ମିଳୁ ଗଡ଼େ ଛ’ମାସଘରବାଲା କରେ ଦୁଆରେ ନାଟଦେଖି ମୁଁ କରଇ ଆଡ଼ କବାଟ ।ମନୋଦୁଃଖେ କେଉଁ ଗୋପୀ ବୋଇଲାକି କଥା କହିବି ଆଗୋ ଛଇଳା ?ମାସକଯାକ ସେ ହୁଅନ୍ତି ବ୍ୟସ୍ତଜଗି ଜଗି ଖାଲି ମନ୍ତ୍ରୀଙ୍କ ଗସ୍ତ ।ନାହିଁ ଖିଆପିଆ, ନ ଥାଏ ଶୁଆତରତର ହୋଇ ଦରଗାଧୁଆବସନ୍ତି ନାହିଁ ସେ ଶୁଅନ୍ତି ନାହିଁମୋଭଳି ଅଭାଗୀ କିଏ ସେ କାହିଁ ।କିଏ ଗୋପୀ କହେ, ମିତଣି ଶୁଣ,ଆଜିକି ହେଲାଣି ନ’ କୋଡ଼ି ୠଣ ।ତେର ମାସ ତଳ ବଦଳିଭତ୍ତାକେବେ ଯେ ମିଳିବ କରନ୍ତି ଚିନ୍ତା ।କାନକୁ ଦୋଦୁଲ, ନାକକୁ ଚଣାକିଣିସାରି ଏବେ ହୋଇଚି ବଣା ।କିଏ କହେ ଆହା ! ପୁଲିସି ବଡ଼ଯେଡ଼ିକି ବାଉଁଶ ସେଡ଼ିକି ପୋଲ ।ଶୁଣି ଗୋପୀ କିଏ କହେ ସହି ଗୋ,ଲାଭ କିବା ମୋର କଥା କହି ଗୋ ?ଦିନେ ଯାହା କଲେ - ଦିନ ଦଶଟାଫିଙ୍ଗିଦେଲା କୁନି କାଜଗ, ପଟା ।କୁନି କଲମଟା ନେଲେ ସେ ଥରେ,ରଡ଼ିକଲା କୁନି ବଡ଼ କାତରେ ।କହିଲି ମୁଁ କେତେ ପଥ ଓଗାଳି -ନେଲା ତା କଲମ, ବୁଝ ତା ଅଳି ।ମୋତେ କହିଲେ ସେ ଭାଷା ନରମ -ଅଫିସରେ ନାହିଁ କାଳି କଲମ ।କିଭଳି କରିବି ‘ଡିଉଟି’ ବସିବୁଝିପାରୁଥିବ ସମବୟସୀ !ଶୁଣି ଏ ସୋହଗ ହେଲି ମୁଁ ତୁନି -କାନ୍ଦି କାନ୍ଦି ଶୋଇପଡ଼ିଲା କୁନି !!ଆନ ଗୋପୀ ଥାଇ କହିଲା ମିତ,ଯାହା କହିଲ ଗୋ ମଣୁଚି ସତ ।ଦିନେ ବଡ଼ପୁଅ ଦୁଆତ ଧରି,ଯାଇଥିଲେ ସେହୁ ବଡ଼ କଚିରି ।ଘରେ ଖୋଜି ପୁଅ ରହିଲା ଥିରିଭାବିଲା କିଏ ସେ କରିଚି ଚୋରି ।ଚୋର ଧରାଗଲା ରାତି ଦଶରେଦୁଆତ ଧରି ସେ ଫେରନ୍ତେ ଘରେ ।ଗୋପୀ କିଏ ତହୁଁ କହିଲା ଶୁଣ -ଆମ ଘରଲୋକ ବିଚାରପଣ ।ଦିନେ ମୋର ମୋଟା ଶାଢ଼ିକୁ ଧରିସୂତା କାଢ଼ୁଥିଲେ ଗୋଟା ଦି’ଚାରି ।ପଚାରିଲି କିସ କରିବ ସୂତା ?କହିଲେ - ବାନ୍ଧିବି ଫାଇଲି କିତା ।ଅଫିସେ ମୋ ସୂତା ଦଉଡ଼ି ନାହିଁ,କିଛି ବିଚରନା ଚନ୍ଦ୍ରମାମୁହିଁ !ଗାଲେ ହାତ ଦେଇ ହୋଇଲି ଛିଡ଼ା -ହାୟ ! ମୋ କପାଳେ ! ଫାଇଲି ବିଡ଼ା !!ଦିନେ ମୋ ଅଳତା-ଚରଣେ ଚାହିଁରହିଲେ ସେ ଠିଆ - କହିଲା କେହି -ପଚାରିଲି - କିବା ବିଚାର କର ?ଅଳତାଚରଣ ଦିଶେ ସୁନ୍ଦର ?ହସି ସେ କହିଲେ ନିମିଷେ ରହି, -ଅଫିସେ ନାହିଁ ଗୋ ନାଲିଆ ସ୍ୟାହିବିଚାରେ ଏଥିରୁ ନେବି କି, ଗୋରି,ଅଳତା ବୋତଲ ବଢ଼ାଇ ଦେଲି !କଥା ଶୁଣି ଶୁଣି କହେ କେ ବାଳା -ଏତେ ଦୁଃଖ ମୋର କପାଳେ ଥିଲା ?ରୂପ ଦେଖି ବାପା ଛନ୍ଦିଲେ କରଘର ଦେଖି ମାଆ କରିଲେ ବର !ତାଙ୍କ ହଟାହଟା ଦେଖି ମୁଁ କାନ୍ଦେଥରେ ବାସି ଖାଇ ଥରେ ମୁଁ ରାନ୍ଧେ ?ଦିନେ ସେ ଆସିଲେ ଦିନେ ସେ ନାହିଁ,ଫାଇଲି ଉପରେ ପଡ଼ନ୍ତି ଶୋଇ ।ସବୁ ବାଳା ମିଳି ବିଚାର କଲେ -‘‘ଏକର ଦୁଃଖ ତ ଆରକୁ ବଳେ ।ଆମକୁ ଯେ ଦଶା ସଂସାରେ ହେଲାସେ ଦଶା ନ ଭୋଗୁଁ ଆନ କେ ବାଳା !‘ଘର‘ ‘ବର’ ସ୍ତିରୀ ଜାତିର ଯାହାଶତକରା ଅଶୀ ନ ମିଳେ ଆହା ?ଜଗତରେ ଯେତେ ଜାତିର ବର -ଡେପୁଟି, ହାକିମ, ଇଞ୍ଚିନିୟର,ଗ୍ରୋ ମୋର୍ଫୁଡ଼୍, ମାଙ୍କଡ଼ମରା,ପଶୁ ଡାକତର, ବିଲୁଆଧରା,ଫାଇଲିଭୂଷଣ କିରାଣି ଜାତି,ଟି.ଏ.ଡି.ଏ. ଭିଡ଼ା ସବ୍ଡେପୁଟି,କଲେଜପାଠୁଆ, ଅଧିଆପକ,ଛୋଟ ବେତନିଆ ଗାଁ ଶିକ୍ଷକ,ହୋଇକୋଟ ଜଜ, ଓକିଲକୁଳ,ଦିନ-ମଜୁରିଆ ମିସ୍ତିର ଦଳ,ଯୁବା ମୁନ୍ସଫ, ଯୋଗାଣ ବୀରଜଗତରେ ଯେତେ ଜାତିକା ବର -ସବୁ ବରେ କେଉଁ ବରଟି ଭଲକିଏ ସେ କହିବ ଆମକୁ ବୋଲ !ଗଲା ଏ ଜନମ, ଇମିତି ଯାଉଭଲ ବର ଆର ଜନମେ ଥାଉ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର
ଅଛତ ଅନ୍ତରେ
ଲକ୍ଷ୍ମୀନାରାୟଣ ସାହୁ
ଗୀତାଭିଧାନ
ଉପେନ୍ଦ୍ର ଭଞ୍ଜ