ଉର୍ବଶୀ — ରାଧାନାଥ ରାୟ · ସ୍ୱର୍ଣ୍ଣଲିପିପ୍ରଥମ ସର୍ଗଅତି ମନୋହର- କାଳ ଶୀତଋତୁଧରା ଛାଡ଼ି ଛାଡ଼ି ନାହିଁ,ପଲ୍ଲବ-ପାଟଳ- ମଧୁ-ଋତୁ-ରାଟଧରା ମାଡ଼ି ମାଡ଼ି ନାହିଁ ।ନଦୀତୀର ସ୍ୱର୍ଣ୍ଣ- ବର୍ଣ୍ଣ ରାମତିଳାସର୍ଷପ କୁସୁମେ ଦିଶେ,ମଧ୍ୟେ ନୀର-ବେଣୀ ସନ୍ଧ୍ୟା-ମେଘ-ରନ୍ଧ୍ରେନୀଳ ନଭ-ରେଖା କି ସେ ?ଖଳା ଅଗଣାରେ କଳେଇ ଗଦାରଆମୋଦ ସଙ୍ଗତେ ମିଶି,ବବୁର ପ୍ରସୂନ- ବାସ ଜନପଦେପ୍ରସରଇ ଅହର୍ନିଶି ।ଥରେ ଥରେ ଚୋରା ମଳୟ ଚୋରାଇଆସି ଚୁମ୍ବିଯାଏ ଧରା,ଛାୟାରେ ଲାଗଇ ଶୀତ, ପୁଣି ଗଲେ,ଖରାକୁ କାଟଇ ଖରା ।ଖରାବେଳେ ପାନ୍ଥ- ଭ୍ରାନ୍ତି ଜନମାଏନିଦାଘ ଅଗ୍ରଦୂତିକା,ସମୟେ ସମୟେ ଭରତ କୂଜିତଦିଗନ୍ତ ମୃଗ-ତୃଷ୍ଣିକା ।କୁହେଳିକି ଡରି ଜଳୁଁ କମଳିନୀ,ତୋଳିପାରୁ ନାହିଁ ମୁଣ୍ଡ,ମୁକୁଳ-ଉଦ୍ଗମ ଲାଗି ଚୂତଡାଳେବାନ୍ଧୁଅଛି ପର୍ଣ୍ଣକୁଣ୍ଡ ।ମଦ-ସ୍ରାବି-ପୁଷ୍ପ- ସ୍ତବକେ-ସରାଗେମଣ୍ଡିବାକୁ ନିଜଅଙ୍ଗ,ଡେମ୍ଫେ ଡେମ୍ଫେ କ୍ଷୁଦ୍ର, କ୍ଷୁଦ୍ର ପର୍ଣ୍ଣକୋଷସଜାଡ଼ୁ ଅଛି ବାସଙ୍ଗ ।ହିମ ଯୋଗୁ ଅଳି- ସଂଯୋଗ ବିହୁନେସୁନ୍ଦରୀ-ରଦନ-ଛବି,କୁନ୍ଦ ସୁନ୍ଦରୀଙ୍କ କଟାକ୍ଷ-ଲକ୍ଷ୍ମୀରଲୀଳା ପାରୁନାହିଁ ଲଭି ।ଚୌଦିଗେ ଶୁଭଇ ସିନ୍ଦୁରମୁଣ୍ଡିରସ୍ୱାଗତ ଊରୁନାୟକେ,ମଧୁ ଚାଖି ଚାଖି ପ୍ରଜାପତି ବୁଲେଗେଣ୍ଡୁ ଫୁଲେ, କୁରୁବକେ ।ଯାମେ ଯାମେ ଆମ୍ର- କୁଞ୍ଜ ନଦୀତୀରେସମସ୍ୱରେ ତୋଳି ଧ୍ୱନି,ହୁଳହୁଳି ହର୍ଷେ ଦିଅନ୍ତି ସଘନେଘଟରଘୁମା-ଘରଣୀ ।କାନନେ ଅସ୍ଫୁଟେ ଶୁଭେ କେବେ କେବେକଳଗୀତି କୋକିଳାର,ଟଙ୍କାରି ଚଢ଼ାଉ- ଅଛି କି ସେ ନିଜକଣ୍ଠ ଯନ୍ତ୍ରେ ନୂଆ ତାର ?କାନନେ କାନନେ ଠାବେ ଠାବେ ଶ୍ୱେତପଲ୍ଲବେ ସ୍ୱବପୁ ମଣ୍ଡି,କାନନ ଲକ୍ଷ୍ମୀର ଚନ୍ଦନ ରଚନାପରାୟେ ଶୋଭେ ଅତଣ୍ଡି ।ନିଆଳୀ ବସନ୍ତ- ପୂଜା ଇଚ୍ଛି କଳିଗୁରୁକୁ କରୁଛି ସଜ,ବଉଳିଛି ବନେ ପିଆଳ-କିଟପୀ
ମାତ୍ର ବାନ୍ଧିନାହିଁ ରଜ ।
(ରାଟ- ରାଜା, ସର୍ଷପ- ସୋରିଷ)
ସୁଖ ଆଶେ ଭୋଳ ସରବେ ଏ କାଳେ
ସୁଖ ତ ଭବେ କ୍ଷଣିକ,
କିଏ ନ ଜାଣଇ ସୁଖଠାରୁ ସୁଖ
ଆଶାରେ ସୁଖ ଅଧିକ ?
ହିମାଦ୍ରି କାନ୍ତାରେ, ମୃଗୟା ରଚନ୍ତି
ହସ୍ତେ ଧରି ଧନୁଶର,
ପ୍ରଦୋଷେ ଏ କାଳେ ଯୁବା ପୁରୁରବ
ବତ୍ସଦେଶ ଅଧିଶ୍ୱର ।
ସୁପଣ୍ଡିତ ଶାସ୍ତ୍ରେ, ଶସ୍ତ୍ରେ ମହାବୀର
ନିଖିଳ ସଦ୍ଗୁଣ ଧାମ,
ରୂପ ଦେଖି ଚେତ୍ତେ ଆସଇ ମର୍ତ୍ତ୍ୟେ କି
ମୂର୍ତ୍ତି ଧରି ବିଜେ କାମ ।
ସିଂହ ବ୍ୟାଘ୍ର ମାରି ଭ୍ରମନ୍ତି ଏକାକୀ
ନରେନ୍ଦ୍ର ନିର୍ଭୀକ ମନେ,
ମଦକଳ ପକ୍ଷି- ରୂତେ ଝଙ୍କାରିତ
ସେ ଘୋର ନିର୍ଜନ ବନେ ।
ନିର୍ଝର-ସୀକରେ ଶ୍ୟାମଳ ସେ ବନ
ଚିତ୍ର ପକ୍ୱ-ପର୍ଣ୍ଣଜାଳେ,
ଉତ୍ପୁଚ୍ଛେ ବରହୀ ନାଚୁଥାନ୍ତି ଯହିଁ
ମତ୍ତ-କରି-କର୍ଣ୍ଣ-ତାଳେ ।
ଗୁଞ୍ଜରଇ କାହିଁ ମଧୁଚକ୍ରେ ମଧୂ
ମକ୍ଷିକା ତରୁ କୋଟରେ,
କାହିଁ ଝରେ ଝର ଝର୍ଝରେ, ଝିକାରୀ
କାହିଁ ରାବେ ଝିଁ ଝିଁ ସ୍ୱରେ ।
କବି ପ୍ରାୟେ ସଦା କୋଳାହଳ ଦ୍ୱେଷୀ
ବିବିକ୍ତ ସ୍ଥଳ ବିଳାସୀ,
ମୃଦୁନାଦେ କାହିଁ ରଟେ ଟିକଟିକ
ବିହଙ୍ଗ ଜାଙ୍ଗଳବାସୀ ।
ଭ୍ରମୁ ଭ୍ରମୁ ଠାବେ ଠାବେ ଉଲା ହୋଇ
ସ୍ତମ୍ଭିତେ ରହନ୍ତି ରାୟେ,
ସ୍ୱମର୍ଦିତ-ଶୁଷ୍କ- ପତ୍ର ଖଡ଼ଖଡ଼େ
ଚମକି ପଡ଼ିଲା ପ୍ରାୟେ ।
ଗୋଟିଏ ଗୋଟିଏ ପତ୍ର ତରୁ ଡାଳୁ
ବସାଇଣ ପବମାନ,(୩)
ମଧ୍ୟେ ମଧ୍ୟେ ଆସି ଶ୍ରୀଛାମୁରେ ଭେଟି
ହେଉଅଛି ଅନ୍ତର୍ଦ୍ଧାନ ।
ପାଦ୍-ଗିରି-ଇନ୍ଦ୍ର- ନୀଳ-ବେଦୀ ପରେ
ଅଗ୍ରତେ ହିମ-ଶିଖରୀ,
କୌବେରୀ-ଲଲାଟେ ଶୋଭେ କଟିମଣି
ଶିଳା-ଚନ୍ଦ୍ରଶାଳା ପରି;
ଶାଶ୍ୱତ ଦର୍ପଣ- ବିମାନେ ବିମାନ
ଚାରିଣୀ ସୁରବାଳାର,
ସୂର-ତରଙ୍ଗିଣୀ ରଙ୍ଗାର ଶାଶ୍ୱତ-
ତୁଷାର-ସୂତିକାଗାର ;
ବିରାଟ ମୂରତି ବ୍ୟୋମକେଶ ଗିରି
କୋଟି କୋଟି ସାନୁମାନ
ଭେଦି ଉଠିଅଛି ଊର୍ଦ୍ଧ୍ୱେ ଗଢ଼ା କିସେ
ସ୍ଫଟିକେ ସ୍ୱର୍ଗ-ସୋପାନ ?
କୋଟି ଇନ୍ଦ୍ର-ଚାପ- ଲାଞ୍ଛିତ ପ୍ରପାତେ
ମଣ୍ଡିର ବପୁ ବିଶାଳ,
କୋଟି ରତ୍ନପୂର୍ଣ୍ଣ ଚାକ୍ଷୁଷ ବିଶ୍ୱେ କି
ବିଶ୍ୱକର୍ମା-ବିଶ୍ୱଶାଳ ?
ଝଟକେ ଆଲୋକେ ଧଳା ମେହେରାବି
ହିମର ହିମାଦ୍ରି ଶିଖେ,
ଗଢ଼ା ହୋଇଛି କି ବିରାଟ ବିମାନ
ଦିଗ୍ଦନ୍ତି-କନ୍ତ-ମୌକ୍ତିକେ ?
ଠାବେ ଠାବେ ଘୃଷ୍ଟ- ମସୃଣ ରଜତ-
ଧବଳ ମେଘମାଳିକା,
ଲଭଇ ବିଶ୍ରାମ- ସୁଖ ଆଶ୍ରିପାଦ
ଗିରି-କ୍ରୋଡ଼-ପର୍ଯ୍ୟଟ୍ଟିକା ;
(ମଦକଳ-ମଦମତ୍ତ, ବିବିକ୍ତ-ଏକାନ୍ତ, ଜାଙ୍ଗଳ-ଧାନ ରବି ଶସ୍ୟ ଥିବା ଦେଶ ପବମାନ-ପବନ, କୌବେରୀ-ଉତ୍ତର ଦିଗ, ମଣିଶିଳା- ମାର୍ବଲ ପ୍ରସ୍ତର, ମେହେରାବି-କୋଠାଘର)
ଏ ଅଦ୍ଭୁତ ଶୋଭା- ନିରୀକ୍ଷଣ ଲୋଭାସହସା ନେତ୍ର ନୃପର,ରଜ୍ଜୁରେ ଓଟାରି ନେଲା ପ୍ରାୟେ ନେଲାସ୍ତ୍ରୀକଣ୍ଠ-ସମ୍ଭବ ସ୍ୱର ।ଅତୁଳନା ଭାବେ ସେ ସ୍ୱର ମାଧୁରୀ,ତୁଳିବାର ସପ୍ତସ୍ୱରା-ସ୍ୱର ସଙ୍ଗେ ତାହା ତୁଳିବାର ସିନାକର୍କରା ସଙ୍ଗେ ଶର୍କରା !ଖଣ୍ଡେ ଦୂର ଯାଇ ଦେଖିଲେ ଭୂପତିଭୂତଳେ ଏକ ସୂନ୍ଦରୀ,ପଡ଼ିଛି ଅଚେତେ ବାତାହତ ଆହା,କନକ ଲତିକା ପରି !ଦୂର ପତନର ବେଗ-ବଶେ ପଡ଼ିନିଷ୍ପନ୍ଦେ ରହିଛି ଅବା,ନଗେନ୍ଦ୍ର-ବିହାରୀ- ମେଘକୋଳୁ ଖସିମହୀରେ ଅଚିର-ପ୍ରଭା !ସଖୀ ଅନିନ୍ଦ୍ୟାଙ୍ଗୀ କାନ୍ଦେ ପାର୍ଶ୍ୱେ ବସିସୌନ୍ଦର୍ଯ୍ୟେ କାନନ ଦ୍ୟୋତିକମଳ-ନୟନୁ ଅବିରତେ ଝରେଅମଳ କରୁଣା-ମୋତି ।ଅଶ୍ରୁସିକ୍ତ-ମୂଖେ ନିରୁପମ ଶୋଭାବହି ସେ ମତ୍ତକାଶିନୀ,ହିମ-ବିନ୍ଦୁ-ସ୍ତବ କିନୀ ଅମ୍ବୋଜିନୀଶୋଭା ଯାଇଥିଲା ଜିଣି ।ଦୟାର୍ଦ୍ର ବଦନ ନରେନ୍ଦ୍ରର ଦେଖିସୁନ୍ଦରୀ ହୃଦ-ଆଶ୍ୱାସେ ।ଶ୍ରୀଛାମୁରେ ଦୁଃଖ କାହାଣୀ ଏ ରୂପେବୋଇଲା ଗଦ୍ଗଦ୍ ଭାଷେ ;"ଭୋ ଦେବ, ନିଶାନ୍ତେ ଦିବାକର ବିଜେହେଲେ ଏକଚକ୍ର ରଥେ,ଇନ୍ଦ୍ର ଦେଶେ ନୃତ୍ୟ ଗୀତ କରି ଯାଉଁଆମ୍ଭେ ସେ ରଥ ଅଗ୍ରତେ ।ବ୍ୟୋମେ ଆମ ପଥେ ହରୁଥାଇ ଖରତାପ ଖର ଧିପତିର,ସୁରଗଜ-ମଦ- ସୁରଭି ସ୍ୱର୍ଣ୍ଣଦୀ-ଶୀକର-ଶୀତ-ସମୀର ।ତିଳୋତ୍ତମା (୧) ବିସ୍ୱ-ରମା, ଏଣୀ-ନେତ୍ରାମେନା, ରମ୍ଭା, ରମ୍ଭଊରୁ,ସୁକେଶିନୀ ମିଶ୍ର,- କେଶୀ ଯା ସଙ୍ଗୀତେ-ଆଶ୍ଚର୍ଯ୍ୟ ନିଜେ ତୁମ୍ଭୁରୁ (୨)ସହଜନ୍ୟା ରୂପ- ଧନ୍ୟା, ପ୍ରେମଶୀଳାପ୍ରେମଲୋଚା ସୁମଧ୍ୟମା,ଅଣୂଦରୀ କ୍ରନୁ- ମ୍ଳୋଚା ଦ୍ୱିଜରାଜଜିତମୁଖୀ ଦ୍ୱିଜୋତ୍ତମା,ବିଶ୍ୱନେତ୍ର-ରୁଚି ଘୃତାବୀ, ବିଶ୍ୱାଚବିଶ୍ୱ-ମନୋମୃଗ-ଫାଶ,ଚିତ୍ରଲଖା ମୁହିଁ ଏ ସଖୀ ମୋହରଉର୍ବଶୀ, ହେ ମହେଷ୍ୱାସ !ବଜ୍ରର ଅସାଧ୍ୟ ତ୍ରିଦିବ-ସମ୍ପଦୀ-ଲୋଭେ ତୀବ୍ର-ତପୋଶ୍ଚାରୀଶତୃ ଜିଣିବାକୁ ସୁକୁମାର ଅସ୍ତ୍ରଶକ୍ରର ଏ ସୁକୁମାରୀ ।ହେମ-ବଲ୍ଗାଧାରୀ ଅନୂରୁ ଛାମୁରୁ (୩)ବେନିଏ ମେଲାଣି ମାଗି,ଖଟଣି ବଢ଼ାଇ ଆସିଥିଲୁଁ ଆଜଏ ବନେ ଭ୍ରମିବା ଲାଗି ।ମହୋଲ୍ଲାସେ ନୀଳ- ବ୍ୟୋମୁ ଅବତରିନିରାତଙ୍କ ମଣି ମନ,ନିଃଶଙ୍କେ ବେନିଏ ନିକାଞ୍ଚନେ ଏଥିକରୁଥିଲୁ ବିଚରଣ ।ସହସା ଦାନବ- ଯୁବା ଜଣେ ଏହିକନ୍ଦରୁ ହୋଇ ବାହାର,ବଳେ ଘେଏଇ ଯାଉ- ଥିଲା ସଜନୀକିପାପ ପାଞ୍ଚି ଦୂରାଚାର ।ପାପଚିନ୍ତା ମାତ୍ରେ ପାପଦଣ୍ଡଦାତାତୁମ୍ଭକୁ ଦେଖି ସେ ଡରେ,କମଳିନୀ-ସଖୀ ଆଗେ ତମ ପ୍ରାୟେପଳାଇଲା ଦୁଷ୍ଟ ଖରେ ।ତ୍ରିଦିବ-ଚନ୍ଦ୍ରମା- ମୁକ୍ତ କଲା ଆଜଦାରୁଣ ଦାନବ-ରାହୁ-ମୁଖୁ ସିନା, ବୀର, ଅଭୟ ଦକ୍ଷିଣାଦାନ-ଦକ୍ଷ ତୁମ୍ଭ ବାହୁ ।ତ୍ରାସେ ମୂର୍ଚ୍ଛା ଭଜି କି ବିକଳେ ଆହାଭୁତଳେ ପଡ଼ିଛି ବାଳା !ହୃଦ-କମ୍ପ ଯୋଗୁଁ ଦେଖ ଉଠେ ପଡ଼େବକ୍ଷେ ପାରିଜାତମାଳା ।ଅମରୀ ହେଲେହେଁ ଶୁଝିବାକୁ ମୋରଶକତି କାହିଁଛି ପୁଣ,ଶରଣପଞ୍ଜର ଭୋଦେବ, ତୁମ୍ଭରକାତରେ ଏ ଦୟା ଋଣ ।"ଅଚେତେ ଅବଶ ସେ ତ୍ରଦଶ ଯୋଷାମଉଳି କୁସୁମ ଗଭା,ଉର୍ବଶୀକି ଦେଖି ଅବଶେ ସେ ରୂପେମୁଗ୍ଧ ହେଲେ ପୁରୁରବାଭାବିଲେ, 'ଅମରେ ଅପଲକ କରିଗଢ଼ିଲା ବିହିକି ସତେ !ଏ ରୁପ-ନିର୍ଝର ନେତ୍ରେ ରୁପାମୃତପିଇବାକୁ ଅବିରତେ ?କିରୀଟେ ନିର୍ଝରୁ ନୀର ଆଣି ରାଜାସିଞ୍ଚାଇ ସଜନୀ-ହାତେ,ଚେତା କରାଇଲେ ଉର୍ବଶୀକି ନବପଲ୍ଲବ ବିଞ୍ଚଣା ବାତେ ।ଚେତନା ପ୍ରବେଶେ ଉର୍ବଶୀର କାନ୍ତିଝଟକିଲା ଅଭିରାମେ,ସେ ଚେତନା ଯଥା ଭଜେ ନିର୍ମଳତାଯାମିନୀ-ଅନ୍ତିମ-ଯାମେ ; (୧)ଯମିନୀର ଅଙ୍ଗ ରସାଣିର, ଆହା,ଉଇଁ କି ନବ ଚନ୍ଦ୍ରିକା ?କିବା ସେ ଯାମିନୀ- ଯୋକେ ଉଜ୍ଜ୍ୱଳେ କିଜଳିଲା ଅନଳ ଶିଖା ?ବିଶ୍ୱତ୍ରାସକର ବିଷମେଷୁ ଶରଖାଲିକି ତ ରକ୍ଷା ନାହିଁ,ସେ ଶରକୁ ଦେଲା ମାର କି ସେ ତୀବ୍ରବିସର୍ପି-ବିଷେ ବିଷାଇ ?‘‘ବରାରୋହା, ନେତ୍ର ଫେଡ଼ି ଚାହାଁ ଦୈତ୍ୟ-ତସ୍କର ଭୟ ଗଲାଣି,ତୋ ଭାଗ୍ୟେ ପ୍ରହରି- ରୂପେ ଅଗ୍ରେ ଉଭାପୁରୁରବା ଧନୁଷ୍ପାଣି,ମଧ୍ୟଲୋକ-ପାଳ ତ୍ରଦଶ ବାନ୍ଧବଚନ୍ଦ୍ରପ୍ରଭା-ଚନ୍ଦ୍ରବଂଶୀ,ତରୁଣୀ-ନଳିନୀ- ବିକାଶି ତରୁଣୀଦିତିସୁତ-ଧ୍ୱନ୍ତ-ଧ୍ୱଂସୀ ।"ଏ ଆଶ୍ୱାସ ଗିରେ ସଖୀର ନୟନଫେଡ଼ିଲା ନାକ-ନାଗରୀମୁଦ୍ରିତ ପଙ୍କଜ ମୋଦେ ପନ୍ଦଜିନୀପ୍ରାଦେ ଫୁଟାଇଲା ପରି ।(୧-ରାତ୍ରିର ଶେଷ ପ୍ରହରରେ ମନୁଷ୍ୟର ଚୈତନ୍ୟ ଅର୍ଥାତ୍ ବୁଦ୍ଧି ବୃତ୍ତି ନିର୍ମଳ ହୁଏ, ୨ ବିଷମେଷୁ-କନ୍ଦର୍ପ, ୩ ବରୋହା-ପଦ୍ମମୁଖୀ)ରାଜମୁଖ ଦେଖି ଲାଜେ ଚନ୍ଦ୍ରମୁଖୀଆଡ଼ କଲା ଚନ୍ଦ୍ରମୁଖମାତ୍ର ଅନାୟତ୍ତେ ମନ ହେଲା ତାରମନୋଜ-କ୍ରୀଡ଼ା-କନ୍ଦୁକ ।ଲାଜେ ପାଟଳିତ ହେଲା ଗଣ୍ଡସ୍ଥଳଶୁଲକ ବହିଲା ପୁଣ,ମନୋଜ-ତରୁରେ ପଲ୍ଲବ କଅଁଳିଫୁଟିଲା ପରା ପ୍ରସୂନ ?ଉତ୍ସ୍ୱାସର ବ୍ୟାଜେ ଦ୍ରବିଭୁତ ହୃଦଅଜାଡ଼ିଦେଲା ଅବଳା,ସୁରଭି ସମୀର ମୁଞ୍ଚିଲା କି ଦିଗଦକ୍ଷିଣା-ସିନ୍ଧୁ-ମେଖଳା ?ଭାଳିଲା ସୁନ୍ଦରୀ, "ଭଲ ପ୍ରହରୀ ତଦଇବ ଦେଲା ଭେଟାଇ,ଚୋର ଥିଲା ଭଲ, ଏ ଭଳି ପ୍ରହରୀହସ୍ତରୁ ତ ରକ୍ଷା ନାହିଁ !ବଳାତ୍କାରେ ଦେହ ମାତ୍ର ବନ୍ଦୀ କରିଥିଲା ଦୈତ୍ୟ ଦୁରାଶୟ,ଦେହ ମୁକୁଳାଇ ପ୍ରହରୀ ହୋଇ ଏଚୋରାଇ ନେଲା ହୃଦୟ !ଅବା ଏ ଭ୍ରମଇ ମରତେ କପଟ-କିଞ୍ଚିତ-ରୁପ ଅନଙ୍ଗ,ବଗୁରାରେ ଯାର ମଙ୍କୁ ପଡ଼ଇଅବଳା-ମନ-ବିହଙ୍ଗ ;ଜାଣିଲି ନିଶ୍ଚେ ସେ ଦୈତ୍ୟ ଆସି ମତେକରିଥିଲା ଶୁଭକ୍ଷଣେ,ସେ ବିପଦ ଯୋଗୁଁ ଏ ରୁପ ସମ୍ପଦଦେଖିଲି ସିନା ନୟନେ !ନିଜ ସ୍ଥଳୀ ବୋଲି ସ୍ୱର୍ଗ ଟେକ ସିନାବଢ଼ାନ୍ତି ଅମରଗଣ,ଏ ମୂର୍ତ୍ତିକି ବହି ଉତ୍ସଙ୍ଗେ ସ୍ୱର୍ଗରସ୍ୱର୍ଗ ଏ ମର୍ତ୍ତ୍ୟ ଭୁବନ !"ପ୍ରେମାବେଶେ ବାଳୀ ଏହିରୂପେ ଭାଳିଅପାଙ୍ଗେ ନୃପଙ୍କୁ ଚାହିଁ,ଲଜ୍ଜାବଶେ ଆଣୁ- ଥାଇ ସେ ଚାହାଣିମୁହୁର୍ମୁହୁ ବାହୁଡ଼ାଇ ।ସାଧୁବାଦ ନୃପେ ଦେବାଲାଗି ଧନୀମନାସିଲା ବାରମ୍ବାର,ମାତ୍ର ସାଧୁବାଦ ହୃଦୁ ଉଠି ତାରରହିଲା ଲାଖି ଗଳାର ।ମନ-ପ୍ରାଣ-ଦାନ- ସ୍ଥଳେ ଶିଷ୍ଟାଚାରକି ଛାର ଅବା ସମ୍ପତ୍ତି ?ରତ୍ନ ଦେଇ ପୁଣି ବରାଟକ-ଦାନେବଳେ କି କାହାର ମତି ?ସାରଥି ଏ କାଳେ ବନେ ବନେ ଭ୍ରମିରାଜାଙ୍କ ପାଇ ସନ୍ଧାନ,ଶ୍ରୀଛାମୁରେ ଆଣି ରଥ କଲା ଉଭାଦିବା ଜାଣି ଅବସାନ ।ଦିଗ୍ବଳୟ ପାରେ ରବିରଥ ଏଣେନେବାରୁ ବାହି ଅନୂରୁ,ଅଭିନବ ମୂର୍ତ୍ତି ପ୍ରକଟିଲେ ଗିରିଚକ୍ରବର୍ତ୍ତୀ ଗୌରୀଗୁରୁ ।ସନ୍ଧ୍ୟାତପ ଅର୍ଦ୍ଧ- ଅଙ୍ଗେ, ଅର୍ଦ୍ଧଅଙ୍ଗେଜ୍ୟୋତ୍ସ୍ନା ପ୍ରତିବିମ୍ବ ଲଭି,ପ୍ରତିଶରଙ୍ଗ ବିଡ଼- ମ୍ବିଲା ମାହେଶ୍ୱରୀଅର୍ଦ୍ଧ ନାରୀଶ୍ୱର-ଛବି ।ଆସି-ଶ୍ୟାମ ବ୍ୟୋମ- ଭିତ୍ତିରେ ଏ ଚିତ୍ରଦେଖି ସର୍ନେ ଭକ୍ତିଭରେ,ଗିରିଜା ଗିରିଶ- ମୂର୍ତ୍ତୀ ମଣି ତାକୁପ୍ରଣମିଲେ ଯୋଡ଼ କରେ ।ବନସ୍ପତି ଡାଳେ ପକ୍ଷୀରୁଣ୍ଡ ଦେଖିହୃଦୟେ ହେଲା ପ୍ରତୀତି,ଦିନର ଚରିତ- ଳ୍ପନା ଲାଗି କିବସିଲା ପକ୍ଷୀ ସମିତି ?ଗାଇଲେ ସ୍ୱାଗତ କଳରୂତେ ପ୍ରେମ-ଅନୁକୂଳା ରଜନୀଙ୍କି,ନିବିଡ଼ କୀଚକ- କୁଞ୍ଜେ ମଦକଳଜଳବିଙ୍ଗ କକବିଙ୍କୀ ;ପ୍ରବେଶିଲେ ଶୈଳେ ମୃଦୁପଦେ ଆସିଶଶି-ଚାରୁ-ବିଳାସିନୀତାରାସୀମନ୍ତନୀ- ସନ୍ଧ୍ୟା ପଛେ ପଛେତାରାହାରା ନିଶୀଥିନୀ ।ଭୀରୁଶୀଳା ଚିତ୍ର- ଲେଖା ଅଗ୍ରେ ଦେଖିଉପସ୍ଥିତ ବିଭାବରୀ,ସ୍ୱର୍ଗେ ବାହୁଡ଼ିବା ଲାଗି ହେଲା ବ୍ୟଗ୍ରସଙ୍ଗେ ଘେନି ସହଚରୀ ।ରଥେ ତହୁଁ ବେନି ବାଳୀକି ବସାଇସ୍ୱହସ୍ତେ ସେ ରଥ ବାହି,ଦାନବ-ଅଗମ୍ୟ ହେମକୂଟ-ଶୈଳେଦେଲେ ରାଜା ପହୁଞ୍ଚାଇ ।ସଂକଳ୍ପ-ରମଣୀ- ସଙ୍ଗେ ଗଳ୍ପୋଲ୍ଲାସେବାହିଲେ ନୃମଣି ରଥ,ସଂକଳ୍ପ ଘୋଡ଼ାରେ ଦଉଡ଼ିଲା ସଙ୍ଗେରଙ୍ଗେ ତାଙ୍କ ମନୋରଥ ।ପଥେ ରଥକ୍ଷୋଭୁଁ ଭେଟିବାରୁ ନିଜଖୂଆରେ ଖୁଆ ପ୍ରିୟାର,ସେ ସ୍ପର୍ଶ ମଣିଲେ ନରେଶ ଶ୍ରମରକୋଟିଗୁଣ ପୁରସ୍କାର ।ନେତ୍ରଭଙ୍ଗୀ, ସ୍ମିତ, ସ୍ପର୍ଶ ଆଦି ମୁଦ୍ରାହୁଏ ଯାହା ପ୍ରଚଳନ,ପ୍ରେମ ବିପଣୀରେ, ଚିହ୍ନରା ଗ୍ରାହକତାର ସିନା ପ୍ରେମି-ଜନ !ମୋହ୍ନ ପରଶେ ନରେନ୍ଦ୍ରର ବପୁସ୍ୱଦେ ହେଲା ଜରଜର,ସଞ୍ଚରିଲା ପ୍ରତି- ଶିରାରେ ପ୍ରେମରବୈଦୁତ-ସ୍ରୋତ ପ୍ରଖର ,ମୋହନ ପରଶେ ଉର୍ବଶୀର ମନତରଳି ଗଲା ନିତାନ୍ତ,ତରଳିଲା ଗିରି- ତଟେ ସେହି କାଳେଯଥା ମଣି ଚନ୍ଦ୍ରକାନ୍ତ ।କ୍ରମେ ନଭେ ଶଶୀ ଉଠନ୍ତେ କନ୍ଦରେତମସ୍ତୋମ ପଶିଗଲା,ସହସ୍ର-ସ୍ଫଟିକ- ସଙ୍ଗେ ଚମକିଲାଜ୍ୟୋତ୍ସ୍ନା ଜାଲ ଝଲା ଝଲା ।ଶଶିକରଜାଳେ ତରଳି ଶଇଳେଶଶିମଣି ପ୍ରେମାନନ୍ଦେ,ବଦଳିଲା ପୁଣି ଚନ୍ଦ୍ରିକା କି ସେହିଶଶିମଣି-ମକରନ୍ଦେ !କଳ୍ପାପାଦପର ହୀରା ଶାଖାପୁଞ୍ଜମୁକ୍ତାଗୁଣେ ଯଥା ଶୋହେ,ମଞ୍ଜୁଳ ଦିଶିଲା ପ୍ରତି ଶୃଙ୍ଗ ସେହିଉଜ୍ଜ୍ୱଳ ଜ୍ୟୋତି ପ୍ରରୋହେ ।ଚନ୍ଦ୍ରିକା ସ୍ପନ୍ଦନେ ଗିରିନ୍ଦ୍ରର ଶୋଭାଅପ୍ସରୀଏ ଅନୁଭବି,ସ୍ମରିଲେ ସ୍ୱଜନ୍ମ- କାଳୀନ ମନ୍ଦର-କ୍ଷୁଭିତ-କ୍ଷୀରୋଦ-ଛବି ;ହେମକୁଟ ଗିରି ନିତମ୍ବେ ପ୍ରବେଶିସ୍ୱପୁରେ ଯିବା ସକାଶେ,ଘେନିଲେ ମେଲାଣି ବେନି ନିତମ୍ବିନୀବିନୟ ମଧୁର ଭାଷେ ।ବିନୟ-ମଧୁର- ଭାଷେ ସୂନ୍ଦରୀଙ୍କିମେଲାଣି ଦେଲେ ରାଜନମାତ୍ର ପ୍ରିୟା ପଛେ ପଛେ ଦଉଡ଼ିଲାପ୍ରେମୋଚ୍ଛନ୍ନ ଯୁବା ମନ ।ଉପୁଜାଉଥିଲା ଏ କାଳେ ବିରହବିରହିଣୀ କର୍ଣ୍ଣଜ୍ୱର,କୌମୁଦୀ-ମୁଦିତ- ଚକୋର ଚକୋରୀସ୍ୱର ହର୍ଷ-ବିକସ୍ୱର ।ଯାଉଁ ଯାଉଁ ମୁଖ ପଛକୁ ବୁଲାଇକାନ୍ତକୁ ମିଳିନ୍ଦ ମାଳାରମ୍ୟ ନେତ୍ରେ ବକ୍ରେ ଚାହୁଁଥିଲା ଖେଳାଖଞ୍ଜନ-ଲୋଚନା ବାଳା ।ଶୃଙ୍ଗେ ଉଠୁ ଉଠୁ ଉର୍ବଶୀର ମଠଦେଖି ଡାକିବାରୁ ସଖୀ,କଣ୍ଟାବନେ ଲାଗି ପଣତ ବାଳାରସହସା ଗଲା ଅଟକି ।ବିକମ୍ବର ବ୍ୟାଜ ଲୋଡ଼ନ୍ତି ଏପରିଘାରି ହୋଇ କାମ ବାଣେ,କାମିନୀଏ ସବୁ ଦିନେ, ଏ କଥା ତପ୍ରସିଦ୍ଧ ପ୍ରିତୀ ପୁରାଣେ ।"ରହ, ଅଟକିଲା କଣ୍ଟାରେ ବସନ"ବୋଲିବାରୁ ଉରୁବଶୀ,"ଅଟକିବ, ଜାଣି ଥିଲି ଛଟକିନି"ସଜନୀ ବୋଇଲା ହସି ।ଶୃଙ୍ଗୁ ଉଠି ସଖୀ- ସଙ୍ଗେ ଶଶୀମୁଖୀମିଶିଗଲା ନଭସ୍ଥଳେ,ଏକଦୃଷ୍ଟେ ତାର ପ୍ରୟାଣ ଦେଖିଲେନରେନ୍ଦ୍ର ଗିରି ମେଖଳେ ।ରାଜଦେହୁଁ ମନ ଓଟାରୁଣ ଥିଲାଉର୍ଦ୍ଧେ ଉଠି ସୁରବାଳୀ,ଛିନ୍ନ ମୃଣାଳରୁ ଥଣ୍ଟେ ସୂତ୍ର ଯଥାଓଟାରି ଉଡ଼େ ମରାଳୀ ।