ତ୍ସାନ ସ୍ମରଣ ଚଉତିଶା
ପ୍ରାୟ ୧୬୫୦–୧୭୧୦
- ପଢ଼ିବା ସମୟ
- ୭ ମିନିଟ୍
- ଶବ୍ଦ
- ୧୧୯୭
- ସ୍ଥିତି
- ସାର୍ବଜନୀନ (Public domain)
ଦିଶ-ସିନ୍ଧୁଡ଼ାକହେ ଦୀନକୃଷ୍ଣ ଶୁଣ ରେ ସଙ୍ଗାତ ଧିକ ହୋଉ ମୋ ଜୀବନକୋଟି-ବ୍ରହ୍ମାଣ୍ଡ-ନାଥ ସ୍ନାନ-ଉତ୍ସବ କଲିନାହିଁ ଦରଶନ ସେକଉଁ ଅଭାଗ୍ୟ ମୋରକଲା ସେ ସୁଖ ବିହି ଅନ୍ତର ସେ ।କହିବାକୁ ତ ନୋହେ ଗୋଚର ସେ ।କହ କହ ମତେ ସେ ଉତ୍ତର ସେ ।୧।ଖଦି ଚାମର ଆଲଟ ପଙ୍ଖା ଘେନି ଖଟଣୀ ସାମନ୍ତମାନେଖଗପତି-ନାଥ ବିଜେ କରାଇବା ଦେଖିଲି ନାହିଁ ନୟନେ ସେକ୍ଷଣ କ୍ଷଣକ ସୁଖଖଣ୍ଡେ ଅଶେଷ ଜନମ ଦୁଃଖ ସେ ।ଖେଦ-ତିମିରି ଶୀତ-ମୟୂଖ ସେ ।ଖମଣ୍ଡଳେ ଦେଖୁଥିବେ ଲୋକ ସେ ।୨।ଗୀତ ବାଦ୍ୟ ନୃତ୍ୟ ଅତି ଅପ୍ରମିତ ଅନେକ ଚନ୍ଦ୍ରଉଦିଆଗହଳେ ହୁଳା ଦିହୁଡ଼ି ଲାଗି ହତ କରିବା ଚନ୍ଦ୍ରଉଦିଆ ସେଗଲା ନ କହି ମତେଗଞ୍ଜି ନୋହିବି ଅବା କେମନ୍ତେ ସେ ।ଗୁଣୁଅଛି ଏହି କଥା ଚିତ୍ତେ ସେ ।ଗଙ୍ଗା ତେଜିଲେ ତୃଷା ଆରତେ ସେ ।୩।ଘଟଣ ଆକାଶ ମଣ୍ଡଣି ମଣ୍ଡିତ ନୋହିଲା ବାରେ ଲୋଚନଘୋଷିଲି ନାହିଁ ଘନଶ୍ୟାମ ସୁନ୍ଦର ନାମ ଅମୃତ ବଚନ ସେଘନ ଘଣ୍ଟ ଶବଦଘେନି ମର୍ଦ୍ଦଳ ମଧୁର ନାଦ ସେ ।ଘୋଟି ଯାଉଥିବ ବିଷ୍ଣୁ ପଦ ସେ ।ଘୁଞ୍ଚେ ଯାହା ଶୁଣି ଘନ ମୁଦ ସେ ।୪।ନୟନାନନ୍ଦ ଶ୍ରୀ ନୀଳାମ୍ବର ଲୀଳା ବିଜେ ମତ୍ତ ସିଂହ ଠାଣିନ ପାରିଲି ଦେଖି ଆହା ସେ ରଙ୍ଗିମା ନେତ୍ର ଭଙ୍ଗିମା ଚାହାଁଣୀ ସେନିଶାକର-ବଦନନେତ୍ର-ଚକୋର-ସୁଖ-ସଦନ ସେ ।ନାନା ଦୁଃଖ-ତିମିରି-ଛେଦନ ସେ ।ନୃପ-ମନ-କୁମୁଦ-ମୋଦନ ସେ ।୫।ଚନ୍ଦ୍ର ଉଜ୍ଜ୍ୱଳ ପର୍ବତରେ ବିଚିତ୍ର ରଜତ ଶୃଙ୍ଗ ପରାୟେଚରାଚର ନାଥ ମଣ୍ଡିବାରୁ ମଞ୍ଚା ମଣ୍ଡପକୁ ଅତିଶୟେ ସେଚକ୍ଷୁ ଭିତରେ ଆସିଚାହୁଁ ଚାହୁଁ ଯାଉଅଛି ମିଶି ସେଚିତ୍ତ ନଉଛି ବଳେ ଆକର୍ଷି ସେ ।ଚିନ୍ତ ଚନ୍ଦ୍ରକୁ ଦେଉଛି ନାଶି ସେ ।୬।ଛାଡ଼ି ଚକା ଅପସର ଚକା ଆଖି ଚାର ଓହ୍ଲାଇବା ବେଳେଛଛନ୍ଦ ହୋଇ ମୁଁ ଦେଖି ନ ପାରିଲି ଆହା ସେ ମହା ଗହଳେ ସେଛତ୍ର ଚାମର ତ୍ରାସେଛାଇ ହୋଇଥିବେ ଚଉପାଶେ ସେ ।ଛାୟାନାଥ ଚନ୍ଦ୍ର ଯହିଁ ବସେ ସେ ।ଛାୟାରେ ମନ ନୟନ ତୋଷେ ସେ ।୭।ଜଗମୋହନରୁ ଶ୍ରୀ ଜଗମୋହନ ବାହାର ହେବା ସମୟେଯାଉନାହିଁ ମୋର ମନରୁ ସେ ଶୋଭା ଯେମନ୍ତ ସେ ସୁଖମୟେ ସେଯଉଁ ସିନ୍ଦୁରୀ ପାଗଯୋଗୀ ଯୋଗ କରେ ଉଦବେଗ ସେ ।ଯାହା ଦେଖି ବଢ଼େ ଅନୁରାଗ ସେ ।ଯାଉ ଜୀବ ତା ସୁମରି ଆଗ ସେ ।୮।ଝୁଲନ୍ତା ମତ୍ତଗଜ ପ୍ରାୟେ ଝୁଲି ସେ ବେନି ପାଶକୁ ଚାହିଁବାଝମକିଲା ସିଂହ ପରାୟେ ଚମକି ଝଲକି ଯାଇଁ ରହିବା ସେଝଳି ଚନ୍ଦ୍ରମା ମୁଖଝଟ ଝଟ ଝଟକିବା ସୁଖ ସେ ।ଝାଳ ବିନ୍ଦୁକୁ କର୍ପୂର ରେଖ ସେ ।ଝିମିଟିକେ ହରେ କେତେ ଦୁଃଖ ସେ ।୯।ନିଶି ଦିବସ ସମାନ କରି ବିଜେ କରିବା ସାନ ମଣ୍ଡପେନୋହିଲା ନୟନ ସଙ୍ଗେ ସୁନ୍ଦର ସେହ୍ନା ଲାଗି ଶୋଭା ରୂପେ ସେନାନା ଜଳରେ ସ୍ନାନନାଶ କରେ ନାନା ଦୁଃଖମାନ ସେ ।ନାହିଁ କଲା ଗର୍ଭଜଳ ସ୍ନାନ ସେ ।ନିଶ୍ଚେ ଦେଲା ଚଉବର୍ଗ ଦାନ ସେ ।୧୦।ଟେକ କଜ୍ଜ୍ୱଳ ପର୍ବତରୁ ନିର୍ଝର ଝରିଲା ପ୍ରାୟେକ ହୋଇଟଳି ଆସନ୍ତେ ଶ୍ରୀମୁଖୁଁ ଜଳଧାରା ଟେକି ଅନାଇଲି ନାହିଁ ସେଟେକ ଚନ୍ଦନ ପଙ୍କଟେକେ ପୂରେ ଶ୍ରୀମୁଖ ଶଶାଙ୍କ ସେ ।ଟେକେ ହରିଲା ଭବ ଆତଙ୍କ ସେ ।ଟାଣ ପାପୀଙ୍କି କଲା ନିଶଙ୍କ ସେ ।୧୧।ଠାଠିକ କରି ଠାକୁର ସ୍ନାନ ଜଳ ଆନନ୍ଦେ ନ କଲି ସେବାଠେଲାଠେଲି ପେଲାପେଲି ଯହିଁ ପାଇଁ ସକଳ ମାନବ ଦେବା ସେଠଣ ପଦ୍ମ ନୟନଠିକେ ଦେଖିଲା ନାହିଁ ନୟନ ସେ ।ଠାବ କରନ୍ତା ଗତି ନୟନ ସେ ।ଠୂଳେ ଲଭନ୍ତା ଆନନ୍ଦ ଦାନ ସେ ।୧୨।ଡୋଳେ ନ ଦେଖିଲି ପୀତବାସ ଲାଗି ଡାଳିମ୍ବନେତ୍ରାଡେରି ହୋଇଛି ଏବେହେଁ ରୋମ ଅଙ୍ଗେ କରି ଦର୍ଶନ ବାଞ୍ଛା ସେଡକା କଲା ଦଇବଡାକି ଦେଲା କେତେ ପରାଭବ ସେଡାଳମୃଗ କରି ମୋ ସ୍ୱଭାବ ସେଡିଆଁଇବାରେ ଦେଲା ସେ ଭାବ ସେ ।୧୩।ଢାଳେ ନ ଦେଖିଲି ନୀଳାଦ୍ରିସିଂହର ନାନା ଫୁଲେ ହାଥୀ ସାଜଢୋକିଲା ଅମୃତ ହାଥୁ ନେଇ ମତେ ଏହା କଲା କୁଶଧ୍ୱଜ ସେଢାଳେ ହୋଇଲି ନାଶଢଗ ପସରାକୁ କରି ଆଶ ସେଢମ ପଣେ ହୋଇଲି ଆବେଶ ସେଢାଳେ ନ ଚାହିଁଲି ଜଗଦୀଶ ସେ ।୧୪।ଆହା ସେ ଫୁଲ ଚୂଳ କର ପଲ୍ଲବ ଆହା ସେ ଅଳକା ପନ୍ତିଆହା ସେ ଫୁଲମାନଙ୍କରେ ବିସ୍ତାର ହୃଦୟରେ ଯନ୍ତାଯନ୍ତି ସେଆହା ସେ ଶୋଭା ଦେଖିଅତି ପବିତ୍ର କରନ୍ତି ଆଖି ସେ । ଆନନ୍ଦରେ ହୋଉଥାନ୍ତି ସୁଖୀ ସେ ।ଆଉ କାହିଁକି ହୁଅନ୍ତି ଦୁଖୀ ସେ ।୧୫।ତୈଲୋକ୍ୟ ମୋହନ ତ୍ରିତାପ ଦହନ ମଧୁର ମୂର୍ତ୍ତିକି ଚାହିଁତ୍ରାହି କର ମହାପ୍ରଭୁ ମହାବାହୁ ବୋଲି ଡାକ ଦେଲି ନାହିଁ ସେତେଡ଼େ ସମୟ ଗଲାତିନି ତାପ ମୋହର ନ ଗଲା ସେ ।ତହିଁ ଯେତେ ମୋର ଆଶା ଥିଲା ସେ ।ତେତେ ଦଇବ ନିରାଶ କଲା ସେ ।୧୬।ଥାବର ଜଙ୍ଗମ କୀଟ ପତଙ୍ଗରେ କାହିଁ ମୁଁ ନୋହିଲି ଲେଖାଥରେ ନ ଦେଖିଲି ରଦ୍ରମାବଦନେ କର୍ପୂର ଚନ୍ଦନ ରେଖା ସେଥିଲା କର୍ମରେ ଏହାଆଉ ପ୍ରାଣେ ନ ଦେଖିବି ତାହା ସେଆଉ ଅମୃତ ବିଷେ ସୋରେହା ସେଥରେ ପ୍ରଭୁହିଁ ନ କଲେ ଆହା ସେ ।୧୭।ଦୀନଜନ ବନ୍ଧୁ ଦୟେଣା ଭୂଷଣ ଦୟାସିନ୍ଧୁ ଜଗନ୍ନାଥଦାଣ୍ଡ ଯାକ ପୂରି ଦେଖୁଥିବେ ଲୋକେ ଆହା ଶଙ୍ଖ ଚକ୍ର ହାଥ ସେଦିବ୍ୟ ସୁବେଶ ଶୋଭାଦରଶନେ କେ ନୋହିବ ଲୋଭା ସେଦେବତାଙ୍କ କରିଥିବ ଲୋଭା ସେଦଶଦିଶେ ପୂରିଥିବ ପ୍ରଭା ସେ ।୧୮।ଧବଳ ଛତ୍ର ଚାମର ଚନ୍ଦ୍ର ସୂର୍ଯ୍ୟ ତରାସ ମେଘ ଡମ୍ବରଧରଣୀର ପ୍ରଭୁଙ୍କ ପାଶରେ କି ଦିଶୁଥିବେ ଆଡ଼ମ୍ବରଧନ୍ୟ ସେବକ ଜନେଧରି ଚନ୍ଦନ ଜଳ ବସନେ ସେଧର ଧର ବୋଲି ତୋଷ ମନ ସେଧୀରେ ଦେଉଥିବେ ଯଜମାନେ ସେ ।୧୯।ନୀଳାଦ୍ରି ସିଂହ ଛାମୁରେ ନୃପ ସିଂହ ପଟୋଆର ହୋଇ ରହିନିଶାକରକୁ ଚକୋରପନ୍ତି ପ୍ରାୟେ ସମସ୍ତେହେଁ ଥିବେ ଚାହିଁ ସେନାନା ପ୍ରକାରେ ଗୀତନାନା ବାଦ୍ୟ ନାନା ରୂପେ ନୃତ୍ୟ ସେନିରନ୍ତରେ ହେବାରୁ ଏକତ୍ୱ ସେନିରାନିଧି ଉଛୁଳିଲା ମତ ସେ ।୨୦।ପୋଡ଼ୁ ପୋଡ଼ୁ ମୋର ପାପିଷ୍ଠ କରମ ଧିକ ଧିକ ମୋ ଜୀବନପଦ୍ମଲୋଚନ ଧୂପ ଦୀପ ଆଳତି କଲି ନାହିଁ ଦରଶନ ସେପରମାନନ୍ଦ ସୁଖପରଶରେହେଁ ପଳାନ୍ତା ଦୁଖ ସେପଲକେହେଁ ନ ଛାଡ଼ନ୍ତି ପାଖ ସେପୁଷ୍ପ ଯେଡ଼େ କରେ ଶିଳାମୁଖ ସେ ।୨୧।ଫୁଲମାଳ ଚୂଳ ଉଲାଗି କର ସେ ସେବକେ ଅଙ୍ଗେ ମିଶିବାଫଳଲୋଭେ ମହା କଳପ ବୃକ୍ଷକୁ ବେଢ଼ିଲା ପ୍ରାୟେ ଦିଶିବା ସେଫୂରୁଅଛି ଲୋଚନେଫେଡ଼ି କହିବି କେତେ ବଚନେ ସେଫଣୀଧର ଧରେ ଯାହା ମନେ ସେଫନ୍ଦା ଏହିଟି ଭବମୋଚନେ ସେ ।୨୨।ବାମଦେବ କଇଳାସ ପର୍ବତରୁ ଓହ୍ଲାଇଲା ପ୍ରାୟେ ହୋଇବାହୁଡ଼ା ବିଜେ କରିବା ନ ଦେଖିଲି ରେବତୀଙ୍କ ପ୍ରାଣସାଇଁ ସେବନ୍ଦାପନା ବଢ଼ାଇବେନି ପାଶକୁ ହସି ଅନାଇ ସେବାଞ୍ଛାପୂର୍ଣ୍ଣ ଲୋକକୁ କରାଇ ।ବଡ଼ ଦେଉଳେ ପଶିଲେ ଯାଇଁ ସେ ।୨୩।ଭଦ୍ର ଦାୟିନୀ ସୁଭଦ୍ରାଙ୍କ ବିଜୟେ ଝଟକ ବିଜୁଳି ପ୍ରାୟେଭଲା ଝଟକି ଅଦୃଶ୍ୟ ହୋଇଥିବେ ଗୁଣ୍ଡିଚା ଉତ୍ସବ ଯାୟେ ସେଭଲା ଭଲା ସେ ଛବିଭବଭୟ-ପର୍ବତକୁ ପବି ସେଭକ୍ତଜନ-ମନ-ପଦ୍ମ ରବି ସେଭାଗ୍ୟ ଥିଲେ ସେ ଛବି କି ଲଭି ସେ ।୨୪।ମର୍କତ ପର୍ବତ ଶୃଙ୍ଗ ପ୍ରାୟେ ହୋଇ ମହାବାହୁ ଥିବେ ରହିମହା ମେଘକୁ ଚାତକ ପକ୍ଷୀ ପ୍ରାୟେ ଭକ୍ତଜନେ ଥିବେ ଚାହିଁ ସେମାଳ ଚୂଳ ଉତ୍ତାରିମନ ନେତ୍ରେ ଆନନ୍ଦ ବିସ୍ତାରି ସେମହା କଷ୍ଟୀ ଲୋକଙ୍କ ନିସ୍ତାରି ସେମହା ମହୋତ୍ସବ ଥିବେ କରି ସେ ।୨୫।ଜଗତବ୍ରହ୍ମାଣ୍ଡଧରକୁ ଧରି ସେ ଚକା ଛଡ଼ାଇବା ବେଳେଜଗତ ଯାକ ଉଛୁଳି ପଡ଼ୁଥିବ ଜୟ ଶବଦ ଗହଳେ ସେଯଉଁ ସୁଖ ସେ କାଳେ ।ଯୋଗୀ ନ ଜାଣନ୍ତି ଯୋଗବଳେ ସେ ।ଜୀବ ପରମକୁ ଘେନି ଖେଳେ ସେ ।ଜାଣିଥିବ ଯେ ଦେଖିଛି ଡୋଳେ ସେ ।୨୬।ରଜତ-ଗିରି ଶିଖରୁ ମତ୍ତଗଜ ପଡ଼ିଲା ପରାୟେ ହୋଇରାଜୀବ ନୟନ ବିଜୟେ କୃତ୍ୟଙ୍କୁ ଶ୍ରୀକର-ପଇଠ ଦେଇ ସେରହି ଦକ୍ଷିଣ ମୁଖେ ।ରଖି ସେବକମାନଙ୍କୁ ପାଖେ ସେ ।ରଙ୍ଗେ ବନ୍ଦାପନା ହେବା ସୁଖେ ସେରହିଥିବେ ଲୋକେ ଯେଝା ସୁଖେ ସେ । ୨୭।ଲାବଣ୍ୟ ବାରାଧି ଲୀଳା ନିଜେ ସୁଧା ଜଳଧିରେ ପଡ଼ି ଜନେଲୋଳାୟିତ ହୋଇ ସ୍ନାନ କରୁଥିବେ ପରମ ଆନନ୍ଦ ମନେ ସେଲୀଳା ଏବେ ସୁମରି ।ଲୋଭେ ହୃଦୟ ହୋଉଛି ଭାରୀ ସେ ।ଲୋତକରେ ନେତ୍ର ଅଛି ପୁରି ସେ ।ଲକ୍ଷେ ଗୁଣେ ରୋମ ହୁଏ ଡେରି ସେ ।୨୮।ବାହାକୁ ବାହା ହିଆକୁ ହିଆ ଭର ପିଠିକି ପିଠି କେ ଦେଇବିଚିତ୍ରଗତି କରିବାକୁ ହୁଙ୍କାର ଧ୍ୱନିମାନ ଥିବ ହୋଇ ସେବିଷ୍ଣୁପାଦ ଶବଦବ୍ରହ୍ମାଣ୍ଡରେ ବାଜି ପ୍ରତି ନାଦ ସେ ।ବିଷ୍ଣୁପଦ କରିଥିବ ଭେଦ ସେ ।ବିନାଶିବ ସଂସାର ପ୍ରମାଦ ସେ ।୨୯।ଶ୍ରୀଅଙ୍ଗ ସୁବାସ ପୂରି ଦଶଦିଶ ସବୁରୀ ମନ ତୋଷିବାସୁଧାବିନ୍ଦୁ ପ୍ରାୟେ ସ୍ୱର୍ଗରୁ ସତତେ ଫୁଲମାନ ବରଷିବା ସେଶୋଭା କହିବି କେତେ ।ସିନ୍ଧୁ ଲହରୀ କଳି କି ଚିତ୍ତେ ସେ ।ସବୁପ୍ରକାରେହେଁ ନୋହେ ପ୍ରତେ ସେସୁରମାର୍ଗ ବୋଲି ଏତେ ତେତେ ସେ ।୩୦।ସିଂହ ପର୍ବତ କନ୍ଦରାରୁ ପ୍ରବେଶ ପରାୟେ ଅତି ସହରେଶ୍ରୀ ଜଗମୋହନ ବିଜେ କରିଥିବେ ଶ୍ରୀଜଗମୋହନ ଘରେ ସେସୁଧାକର ଯେମନ୍ତ ।ଶ୍ୱେତ ମେଘେ ହୋୟେ ଅବିଦିତ ସେ ।ସେହି ରୂପେ ସେ କମଳାକାନ୍ତ ସେଶୀଘ୍ରେ ହୋଇଲେ ଅନ୍ତରହିତ ସେ ।୩୧।ସକଳ ବ୍ରହ୍ମାଣ୍ଡ ନାଥ ସବୁ ସୁଖ ଶ୍ରୀ ଗୋପୀନାଥଙ୍କୁ ଦେଇଶୁଭେ ବିଜେ କଲେ ଅଣଅପସରେ ଛାମୁରେ ତାଟି ବନ୍ଧାଇ ସେସ୍ନାନ ଯାତ୍ରାହିଁ ଗଲା ।ଶ୍ରୀଗୁଣ୍ଡିଚା ନିକଟ ହୋଇଗଲା ସେ ।ସବୁଆଡ଼େ ଉଛହା ହୋଇଲାସଜ ହେବାକୁ ମନ ଧାଇଁଲା ସେ ।୩୨।ହୃଦୟ ଏତେବେଳେ ଯାହା ହୋଉଛି କାହାକୁ କହିବି ତାହାହରି ବାହାରେ ଏ ଦୁଖ ଜାଣିମାକୁ ଆଉ କେହି ନାହିଁ ସାହା ସେହାନିଲାଭ କରତା ।ହେଲେ ପରମପଦ ବିଧାତା ସେ ।ହର ବ୍ରହ୍ମାଦି ଦେବ ଦେବତା ସେହେବେ ସତେ ପ୍ରଭୁ ପ୍ରସନ୍ନତା ସେ ।୩୩।କ୍ଷମାସାଗର ନାଗରବର ଆହେ ପ୍ରଭୁ କୃପା-ରତ୍ନାକରକ୍ଷଷନ୍ଦେ ନନ୍ଦିଘୋଷ ରଥେ ବିଜୟେ ଦରଶନ ଦତ୍ତ କର ସେକ୍ଷେତ୍ରବରକୁ ନେଇ ।କ୍ଷାର କ୍ଷୋଭ ମନରୁ ଛଡ଼ାଇ ସେ ।କ୍ଷେମେ ନେତ୍ର ଉତ୍ସବ କରାଇ ସେକ୍ଷାମୁ କ୍ଷଣେ ଛଡ଼ାଇବ ନାହିଁ ସେ ।୩୪।
ସମ୍ବନ୍ଧିତ ରଚନା
ଅମୃତନିଧି ଚଉତିଶା
ଦୀନକୃଷ୍ଣ ଦାସ
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ
ଓଗାଳ ଖଣ୍ଡ ପ୍ରଥମ ଭାଗ
ଅଚ୍ୟୁତାନନ୍ଦ ଦାସ