ସ୍ପର୍ଶମଣି
ଚିନ୍ତାମଣି ମହାନ୍ତି
୧୮୬୭–୧୯୪୩
- ସଂକଳନ: ବ୍ରଜରେଣୁ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୮୧
- ସ୍ଥିତି
- ସାର୍ବଜନୀନ (Public domain)
ସ୍ପର୍ଶମଣି ସ୍ପର୍ଶେ ଲୁହା ହୋଇଯାଏ ସୁନା,ନୁହେଁ ସେ ପଡିଆ, ତାକୁ ବରବାନୀ ଊଣା ।ସେ ମଣିର ମହାଜ୍ୟୋତି ଅନନ୍ତ ଅପାର,ଆଲୋକିତ କରିଦିଏ ଭିତର ବାହାର ।କିନ୍ତୁ ସବୁ ଲୁହାଭାଗ୍ୟେ ନ ଘଟେ ଏ ସୁଖ,ନ ପାଏ ସେ, ଦେବକୃପା ଯାହାକୁ ବିମୁଖ ।ଛୁଇଁଲେ ଜ୍ଞାନର ଜ୍ୟୋତି, ହୁଏ ଜ୍ୟୋତିର୍ମୟ-ନିବିଡ ଅନ୍ଧାରପୂର୍ଣ୍ଣ ଅଜ୍ଞାନ ହୃଦୟ ।ଧର୍ମ ଏକା ସ୍ପର୍ଶମଣି ଦୁର୍ଲଭ ରତନ,କଳଙ୍କିତ ନର-ଲୌହେ କରେ ସେ କାଞ୍ଚନ ।ସ୍ପର୍ଶମଣି ପରଂବ୍ରହ୍ମ ସେ ମଣିପରଶେ,ମାଟି ସୁଦ୍ଧା ସଇସୁନା ଆସନରେ ବସେ ।ସେ ମଣି ସନ୍ଧାନ ଯେବେ ପାରନ୍ତା କେ କହି,ଖଟନ୍ତି ମୁଁ ତା ପୟରେ ଭୃତ୍ୟପଣେ ରହି ।
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ