ଶେଷଡ଼ାକ
୧୮୬୭–୧୯୪୩
- ସଂକଳନ: ବ୍ରଜରେଣୁ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୫୨
- ସ୍ଥିତି
- ସାର୍ବଜନୀନ (Public domain)
ଦିନରାତି ସଦା ବିକଳେ ବିନୟେଡ଼ାକି ଡାକି ହେଲି ଶ୍ରାନ୍ତ,ଶୁଭୁ ନାହିଁ କି ହେ କାନକୁ ତୁମ୍ଭରଜଗବନ୍ଧୁ ଜଗନ୍ନାଥ ! ୧ ।ଶୁଣିବ ନାହିଁ କି ଗରିବ ଗୁହାରିବୋଲାଉଛ ବଡଲୋକ,ଉଚିତ କି ପ୍ରଭୁ ଆଶ୍ରିତ ଜନରବଢ଼ାଇବା ଦୁଃଖଶୋକ । ୨ ।କିମ୍ବା ଯେଉଁ ବାଗେ ଡ଼ାକନ୍ତି ସେ ବାଗେଡାକି ମୋତେ ଆସୁ ନାହିଁ,କହିଦିଅ ତେବେ କିଭଳି ଡ଼ାକିବିକୃପାନେତ୍ରେ ଥରେ ଚାହିଁ । ୩ ।ଡାକୁଛି ତ ମୁହିଁ ମନେ ପ୍ରାଣେ ଦୃଢ଼େଉଚ୍ଚାରି କାତର ବାଣୀ,କେଉଁଠି ବା ଫାଙ୍କ ରହିଯାଉଅଛିପାରୁ ନାହିଁ କିଛି ଜାଣି । ୪ ।ବିଚିତ୍ର ନୁହେଁ ତ ମାନବ ପକ୍ଷରେଅପୂର୍ଣ୍ଣତା, ତ୍ରୁଟି, ଭ୍ରମ,ଦୁର୍ବଳର ଦୋଷ ସଂଶୋଧନ ସିନାବଡ଼ଲୋକଙ୍କର କର୍ମ । ୫ ।କଣା କଳସୀରୁ ବିନ୍ଦୁ ବିନ୍ଦୁ ହୋଇଝରିଲା ପରାଏ ଜଳ,ସରି ଆସୁଅଛି କ୍ରମେ କ୍ରମେ ଆୟୁତୁଟି ଆସୁଅଛି ବଳ । ୬ ।କାମ ସରିଗଲା ଆଉ କିପାଁ ତେବେରହିଥିବି ତୁଚ୍ଛା ବସି,ଚାହାଳୀ ଭାଙ୍ଗିଲା ଆଉ ବା କାହିଁକିବୃଥା ହେବି ଖଡି ଘଷି । ୭ ।ଚିନ୍ତାମଣି କହେ ଶେଷ ଡ଼ାକ ମୋରଶୁଣ ପ୍ରଭୁ କାନ ଡ଼େରି,ଆଣ ଶୁଭଦିନ କୃତାର୍ଥ ହୁଏ ମୁଁତବ ବିଶ୍ୱରୂପ ହେରି । ୮ ।
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ