ସାରଳା ମହାଭାରତ ମୂଷଳୀପର୍ବ
ସାରଳା ଦାସ · ଭାଗ ୪ / ୬
ସମ୍ପୂର୍ଣ୍ଣ ସୂଚୀପତ୍ର
ଶ୍ରୀକୃଷ୍ଣଙ୍କ ପିଣ୍ଡ ଅନ୍ୱେଷଣାର୍ଥେ ଚତୁର୍ଦ୍ଦିଗେ ଦୂତ ପ୍ରେରଣ ଓ
ବାସୁବ୍ରାହ୍ମଣର ମାଧବ ଦର୍ଶନଶୁଣ ବଇବସୁତ ମନୁ ବଦୟନ୍ତି ଅଗସ୍ତିୟେ ବିଧିରେ ସହସ୍ର ବରଷ ଗୋପ୍ୟ ଗତି ।୧।ନୀଳମାଧବ ରୂପ ଯେ ହୋଇଣ ଭାବଗ୍ରାହୀଜାରାଶବର ତାହାଂକୁ ନିତ୍ୟେହେଂ ପୂଜଇ ।୨।ହରିହର ବଂଶେ ଋତୁପର୍ଣ୍ଣ ବୋଲି ରାଜାଜାନୁଘଣ୍ଟ ବୋଲିଣ ଯେ ତାହାର ଆତ୍ମଜା ।୩।ତାହାର ନନ୍ଦନ ଯେ ହୋଇଲା ଅଂଶୁମାଳୀତାହାର ନନ୍ଦନ ଯେ ହୋଇଲା ଗୋପାଳି ।୪।ଗୋପାଳିର ପୁତ୍ର ଯେ ଅଟଇ ପାଶୁପତ୍ରଜଯନ୍ତ ବୋଲି ୟେହାର ନିଜ ସୁତ ।୫।ଜୟନ୍ତର ନନ୍ଦନ ଅନନ୍ତ ସଦାଶିବତାହାର ପୁତ୍ର ହୋୟେ ନୃପତି ଗାଲବ ।୬।ସେ ଗାଲବ ନୃପତିର ପୁତ୍ର ଯେ ନଥିଲାକେମନ୍ତ କରି ରାଣୀ ଗାଲବଂକ ସେବା କଲା ।୭।ଗାଲବଂକ ପ୍ରସନ୍ନେ ଉପୁଜିଲା ସନ୍ତତିତେଣୁ ସେ ପୁତ୍ର ନାମ ହୋଇଲା ଗାଲମାଧବ ନୃପତି ।୮।ବଡାଇ ପ୍ରତାପୀ ସେ ହୋଇଲା ମହାରାଜାଦିବାରାତ୍ର ସେହୁ କରଇ ବିଷ୍ଣୁପୂଜା ।୯।କୃଷ୍ଣ ଅବତାର ଯହୁଂ ହୋଇଲାକ ଲୀନକୃଷ୍ଣଂକୁ ନଦେଖିଲେ ନଭୁଞ୍ଜେ ରାୟେ ଅନ୍ନ ।୧୦।ମନ୍ତ୍ରୀଜିତ ବୋଲିଣ ଯେ ତାହାର ନିଜ ମନ୍ତ୍ରୀସେହୁ ଜଣାଇଲେ ଦେବ ଶୁଣିମା ନୃପତି ।୧୧।ଧବଳି ପର୍ବତ ତଳେ ଶବରଂକ ମେଳେମାଧବ ବିଜେ କରିଅଛନ୍ତି ଅଗ୍ରବୃକ୍ଷ ତଳେ ।୧୨।ଶୁଣିଣ ନରେନ୍ଦ୍ର ପେଷିଲାକ ଦୂତହିଂଚାରି ଦିଗକଇଂ ଚାରିଦୂତ ବରଗାଇ ।୧୩।ପୂର୍ବଦିଗକୁ ବିଷ୍ଣୁଦାସ ବୋଲି ବିଜେଉତ୍ତର ଦିଗେଣ ହରିଦାସ ବ୍ରାହ୍ମଣ ଖୋଜେ ।୧୪।ପଚ୍ଛିମ ଦିଗକଇଂ ସୁବେଦୀ ଦ୍ୱିଜବରବାସୁଦେବ ଦାସ ବୋଲି ବ୍ରାହ୍ମଣ ଦକ୍ଷିଣ ଦିଗର ।୧୫।କାଳନ୍ଦୀ ତୀରେ ଯେ ମନୋହର ବନଲୋଡନ୍ତି ସର୍ବସ୍ଥାନେ ବିପ୍ର ମାଧବର ଚିହ୍ନ ।୧୬।ବୁଲନ୍ତେଣ ପ୍ରବେଶ ସେ ବୃନ୍ଦାଅର୍କ ବନେଭ୍ରମଇ ଦ୍ୱିଜବର ବଡାଇ ଗହନେ ।୧୭।ଛିଦ୍ରେହେଂ ନ ଛାଡଇ ଅନେକ ବନ ବୁଲିଭେଟିଲା ବନେ ବୃନ୍ଦଅର୍କ ଶବରପଲ୍ଲୀ ।୧୮।ଜାରାଶବରର ସେହୁ ଅଟଇ ନିଜବାସକୃଷ୍ଣର ମୃତୁପିଣ୍ଡ ରଖଇ ରାତ୍ର ଯେ ଦିବସ ।୧୯।ଜାରାଶବର ନାମ ହୋୟେ ବସୁଶବର ବୋଲିବସୁ ନାମେ ବ୍ରାହ୍ମଣ ଭେଟିଲା ତାର ପଲ୍ଲୀ ।୨୦।ଲମ୍ବିତ ଜୁଡା ଯେ ତ୍ରିକଚ୍ଛ ବସନଉତ୍ତରୀ ପବିତ୍ରା କନ୍ଧେ ଶ୍ରୀବତ୍ସ ଲାଞ୍ଛନ ।୨୧।ଗୋପ୍ୟାନ ଦୋହାରା ବେଦ ଯେ କରାଣ୍ଡିପୋଥି ଛତା କମଣ୍ଡଳ ଧୋତି କୁଶ ବିଡି ।୨୨।ଗଡୁ ପାତ୍ରୀ ରୁଦ୍ରାକ୍ଷ କରେଣ ଜପାମାଳୀଯାଇଣ ଦ୍ୱିଜବର ଶବର ପଲ୍ଲୀରେ ମିଳି ।୨୩।ଦେଖିଣ ବସୁଶବର କଲାକ ପାଦ ପୂଜାଭଗତି ଦେଖିଣ ସେ ତହିଂ ରହିଲାକ ଦ୍ୱିଜା ୨୪।ବ୍ରାହ୍ମଣ ବୋଇଲା ମୋର ନାମ ବସୁଦେବକିରା ତବୋଇଲା ବିପ୍ର ମୋର ମଇତ୍ର ହୋଇବ ।୨୫।ଶବର ମଇତ୍ର ହେଲା ଶବରୁଣୀ ମଇତ୍ରୁଣୀଅନେକ ପ୍ରୀତି ଉପୁଜାଇଲା ଆତ୍ମା ଅଭେଦ ଜାଣି ।୨୬।ୟେମନ୍ତ ଦ୍ୱିଜବର ରହିଲା କିଛୁଦିନନିତି ଦେଖଇ ପ୍ରସାଦ ଲାଗିଥାଇ କୋପରେଣ ।୨୭।ବ୍ରାହ୍ମଣ ପଚାରଇ ଯେ ଶବରଣୀ ପାଶକଥାୟେ ପଚାରିବା ମିତଣୀ ନ ଘେନିମା ଦୋଷ ।୨୮।ଶବରଣୀ ବୋଇଲା ହୋ ତୁମ୍ଭେ ଅଟ ଶ୍ରେଷ୍ଠକିସ ତୁମର ସନ୍ଦେହ ନ କର କପଟ ।୨୯।କିସ ପଚାରିବ ମୋତେ କୁହସି ଗୋସାଇଂତୁମ୍ଭରି ବଚନ ଥରେ ଶୁଣଇ କିନା ମୁହିଂ ।୩୦।ବ୍ରାହ୍ମଣ ବୋଇଲା ମିତଣି ଶୁଣସି ବଚନଯାହା ପଚାରିବି ତାହା କରସି ସାବଧାନ ।୩୧।ମିତଣୀ ହେ ମଇତ୍ର ପାଣିପତ୍ର ଘେନି ଯାନ୍ତି ନିତ୍ୟେଂକେବଣ ଦେବତା ସେ ପୂଜନ୍ତି ନିୟତେ ।୩୨।ଶବରଣୀ ବୋଇଲା ସେ ପୁରୁଷଂକ ଉତ୍ତମାସ୍ୱୟେଂ ନାରାୟଣ ସେ ମାଧବ ପ୍ରତିମା ।୩୩।ମିତଂକର ତୁଲେ ଦେଖକିନା ଯାଇଂଅନେକ ପୁଣ୍ୟ ଅରଜିବ ତାହାଂକୁ ଯେ ଚାହିଂ ।୩୪।ପୂଜା ସାରିଣ ତହୁଂ ଅଇଲା ଶବରପ୍ରୀତି ଉପୁଜାଇ କରି ପୁଚ୍ଛଇ ଦ୍ୱିଜବର ।୩୫।କେବଣ ପ୍ରତିମା ମିତେ ନିତ୍ୟେ ହେଂ କର ପୂଜାମୋତେ ଦେଖାଅକିନା ପ୍ରସନ୍ନ ଶବର ରାଜା ।୩୬।ଶବର ବୋଇଲା ମିତ ଯାଇତ ନୁଆରିବ୍ୟାଘ୍ର ଭାଲୁଂକ ଦୁଷ୍ଟ ଜୀବନ୍ତ ହାଦେ ଡରି ।୩୭।ବିଶ୍ୱାସଘାତକ ହୋୟେ ଆବର ମଇତ୍ର ଦ୍ରୋହୀଆରେକ ବେଳେ ମିତ୍ର ୟେ କଥା ନକହି ।୩୮।ଶବରଣୀ ବୋଇଲା ମିତ କଠୋର ନ କରପ୍ରାଣହୁଂ ଅଧିକ ସେ ଅଟନ୍ତି ଆମ୍ଭର ।୩୯।ଆହୋ ଗୁରୁ ପ୍ରୋହିତ ବିଶେଷ ମିତ୍ର ହୋୟେୟେହାଂକୁ ଗୋପ୍ୟ କଲେ ଶଉଚ ନୋହେ କାୟେ ।୪୦।ଘରଣୀ ବଚନେ ଯେ ତ୍ରିପୁତି କିରାତକାଲି ପୂଜା ବେଳରେ ତୁମ୍ଭନ୍ତ ନେମା ମିତ ।୪୧।ୟେକା କଥାୟେ ଅଛଇ ମଇତ୍ରଅନ୍ଧପଟଳ ବାନ୍ଧିବି ମିତ୍ର ତୁମ୍ଭ ନେତ୍ର ।୪୨।ୟେମନ୍ତ କହିଣ କୁହାକୁହି ହୋଅନ୍ତିଯେ ଯାହାର ନିଶାରେ ଶୟନ କରନ୍ତି ।୪୩।ଯହୁଂ ନିଶି ପାହି ଆର ଦିନ ହୋଇଲା ପ୍ରଭାତଅନ୍ଧପଟଳ ବାନ୍ଧିଲା ଶବର ତାର ମୁଖାଗ୍ରତ ।୪୪।ବିପ୍ରକୁ ଘେନି କିରାତ ହୋଇଲା ବାହାରତତକ୍ଷଣେ ପ୍ରବେଶ ହୋଇଲା ବନସ୍ତ ଭିତର ।୪୫।ପାଣି କମଣ୍ଡଳୁ ଘେନଇ ବିପ୍ର ହାଥେଯବଧାନ ଗୁଡାୟେ ବୁଣୁଥାୟେ ଅନୁବ୍ରତେ ।୪୬।ଶବରପଲ୍ଲୀ ଯେ ରୁଦ୍ରନଦୀ ତୀରବେନିକୋଶ ଅନ୍ତର ଅଟଇ ୟେତେଦୂର ।୪୭।ଯାଇଣ ମିଳିଲା ସେ ରୁଦ୍ରନଦୀ ତୀରେବିଜେ ଜଗମୋହନ ଅଗ୍ରବୃକ୍ଷ ତଳେ ।୪୮।ବ୍ରହ୍ମଣ ଅନ୍ଧପଟଳ ଫିଟାଇ ଦିଲାକ କିରାତଦେଖିଲା ମାଧବ ବିପ୍ର ସ୍ୱୟେଂ ଜଗନ୍ନାଥ ।୪୯।ବିନୋୟୀ ବ୍ରହ୍ମଣ କରଇ ଅନେକ ସ୍ତୁତିଜୟ ତୁ ମାଧବ ବଇକୁଣ୍ଠ ଅଧିପତି ।୫୦।ସର୍ବ ଧାରଣ ନାଥ ଅଭୟେ ପରମ ଯୋଗୀଜଗତ ଭୂତନାଥ କିମର୍ଥେ ଅଭୋଗୀ ।୫୧।ସ୍ୱାମୀ ଗାଲବ ନୃପତିକି ଭେଟଇ ମୁହିଂ ଭଲେକୋଟିୟେ ପୂଜା କରାଇବି ମୋହୋର ୟେଥୁ ଗଲେ ।୫୨।ଜୟ ତୁ ଯୋଗେଶ୍ୱର ଅନାଦି ପୁରୁଷ ପ୍ରଭୁଆରତ ନାଶନ ତୁମ୍ଭେ ଅଟହେ ମହାବାହୁ ।୫୩।କରୁଣାକର ନାଥ ଶରଣ ମଚ୍ଛଳାକାମେନୀ ମୋହନ ବତିଶ ଗୁଣେ କଳା ।୫୪।ବେଦ ଶାହାସ୍ର ପୁରାଣ ତୁହି ୟେହା ଜାଣୁକେମନ୍ତେ ରହିଲୁ ନାଥ ଦୁର୍ଗମ ଭୁବନୁଂ ।୫୫।ଶବର ମାତ୍ରକ ହୋଇ କରଇ ତୋତେ ପୂଜାଅନୁଗ୍ରହ କର ନାଥ ଗାଲ ମାଧବ ରାଜା ।୫୬।ତୋତେ ଭଗତି ହେବାକୁ ତାର ବଡାଇ ଆଶତାହାର ଆଗ୍ୟାଂରେ ମୁଂ ପାଞ୍ଚ ମାସ ବନବାସ ।୫୭।ଜୟ ତୁ ମାଧବ ପ୍ରସନ୍ନ ଦେବରାଜାଯମନିକ ତୀର୍ଥେ ଘେନିମାକ କୋଟିପୂଜା ।୫୮।ଚଞ୍ଚଳାର ମନୋରଥ କଇଚ୍ଛା ଜଗଜ୍ଜେଠୀମମ ହୃଦେ ବିଘଂସୁ ତବ ନାମ ଗୋଟି ।୫୯।ତୁଳୁସାର ବଲ୍ଲଭ ହୃଦଗତେ ଅଭ୍ୟାସବଦୟନ୍ତି ଶୁଦ୍ରମୁନି ସାରୋଳଦାସ ଜନ୍ମେ ଜନ୍ମେ ତବ ଦାସ ।୬୦।୮୧୩।ଗାଲମାଧବ ରାଜାଙ୍କୁ ବାସୁବ୍ରାହ୍ମଣ ମାଧବ ଦର୍ଶନ ସଂବାଦଦେବା ଓ ରାଜାଙ୍କର ସସୈନ୍ୟେ ତହିଂ ପ୍ରବେଶୟେଥୁ ଅନନ୍ତରେ ଯେ ବିଲଂକ ଦେଶ ରାଜାଅଗସ୍ତିଂକ ପାଦପଦ୍ମେ କଲା ଦିବ୍ୟପୂଜା ।୧।ତବ ମୁଖୁଂ ଶୁଣିଲି ଅମୃତ ରସ କଥାବଞ୍ଚିଲି ଯମଦଣ୍ଡ ବିଷ୍ଣୁରେ ଭଗୀତା ।୨।ସେ ମାଧବଂକୁ ବ୍ରାହ୍ମଣ ଠାବକଲାଶବରକୁ ଅନେକ ଶଳାଘନା କଲା ।୩।ୟେ ତୁମ୍ଭଂକୁ ବିହିତ ନଯେଗାଇ ମିତେୟେ ଯେ ବିଷ୍ଣୁ ଦେବତା ତୁମ୍ଭେ ୟେହାଂକୁ ପୂଜୁଛ କେମନ୍ତେ ।୪।କିରାତ ବୋଇଲା ମଇତ୍ର ସ୍ୱାମୀର ଅନୁଗ୍ରହେଜନ୍ମେ ଜନ୍ମେ ମୋତେ ଠାକୁର ସଦୟେ ।୫।ଚାଲ ମିତ ଯିବା ୟେ ବନେ ବଡ ଡରଦିବସେ ଦିଶଇ ୟେଥେ ମହା ଅନ୍ଧକାର ।୬।ପୁଣି ହିଂ ଅନ୍ଧପଟଳ ବାନ୍ଧିଲା ନୟନେଆଗେ ଶବର ପଛେ ଚଳଇ ବିଦୁଜନେ ।୭।ପାଣି କମଣ୍ଡଳୁ ବିପ୍ରେ କାଢଇ ଜବଧାନପଛେଣ ପୁଣି ଆସଇ ସେହୁ ସନ୍ନିଧାନ ।୮।ଆସିଣ ଦ୍ୱିଜବର ପ୍ରବେଶ ହୋଇଲେ ପଲ୍ଲୀମାସକର ଅନ୍ତେ ସେ କିରାତକୁ ବୋଲି ।୯।ମୁହିଂ ଯିବଇଂ ମଇତ୍ର ମୋହୋର ଗୃହବାସକଇଂପୁତ୍ରପଉତ୍ର ଦେଖି ମୁଂ ବାହୁଡି ଆସିବଇଂ ।୧୦।ବଡାଇ ମୁହାଂସ ମିତ ଲାଗିଲା ଯେ ତୁକୁକଦାଚିତେ ଇଚ୍ଛାନାହିଂ ଛାଡି କରି ଯିବାକୁ ।୧୧।ବ୍ରାହ୍ମଣ ଶବରଇ କୋଳ ସମ୍ଭାଷଣପୁତ୍ରପଉତ୍ର ଭଗତି ତାର ଅନୁଦିନ ।୧୨।ଚଳଇ ଦ୍ୱିଜବର ତାହାକୁ କଇଲାଣ କରିପ୍ରବେଶ ହୋଇଲା ଯାଇଂ ସେ କାଞ୍ଚୀ ନାମ ନଗ୍ରୀ ।୧୩।ତିନି ଦିଗର ଦୂତ ନିବ୍ରତ୍ତି ଅଇଲେପଚ୍ଛିମ ଉତ୍ତର ପୂର୍ବ ତିନି ଦିଗହିଂ ବୁଲିଲେ ।୧୪।ଲୋଡିଣ ନପାଇଲେ କାହିଂ ଦେବ ନାରାୟଣନପାଇଲେ ବାରତା ସେ ବିଷ୍ଣୁ ପାଷାଣ ।୧୫।ଗାଲମାଧବ ନୃପତି ପାତ୍ର ଅମନାତ୍ୟଂକୁ ବୋଇଲାଦକ୍ଷିଣ ଦିଗରୁ ତ ବସୁପଣ୍ଡା ଦୂତ ନଅଇଲା ।୧୬।ବୁଲିଲା ଗହନବନ ଘୋର ପଶିଲା ଅକାଦକି ଅବା ବିପ୍ରକଇଂ ପଡିଲା ପରମାଦ ।୧୭।ମନ୍ତ୍ରୀ ବୋଲନ୍ତି ଦେବ ନ ଜଣୁଂ ଗୁଣନିଧିଦୂର ବିଳମ୍ବେଣ ସକଳ କାର୍ଯ୍ୟସିଦ୍ଧି ।୧୮।ୟେସନେକ ଭାଳନ୍ତି ରାଜା ବିପ୍ର ବସୁବରପ୍ରବେଶ ହୋଇଲା ଯାଇଂ ରାଜାଂକ ଛାମୁର ।୧୯।ଦେଖଇ ନରପତି ଯେ ହରଷ ବଦନୟେହି ସେ କାର୍ଯ୍ୟ ମୋର କଲାକ ସୁବିଧାନ ।୨୦।ସାହାନ ଭୋଜନ ଯେ କରାଇ ମହାରାଜାବିପ୍ରକଇଂ ଅନେକ ରତ୍ନେ କଲା ପୂଜା ।୨୧।ସନିଧ୍ୟେ ବିପ୍ରକଇଂ ବସାଇ ମହୀପାଳେପଚାରଇ ଗାଲମାଧବ ପ୍ରସନ୍ନର ବେଳେ ।୨୨।ତୋହର ବଚନକଇଂ ବିପ୍ର କରିଅଛି ଆଶକୃଷ୍ଣର ଅଭାବେ ମୋର ଜୀବନକୁ ନିଆଶ ।୨୩।ବୋଲଇ ଦ୍ୱିଜବର ଅନେକ ଗହନେଠାବକଲି ବିଷ୍ଣୁ ପାଷାଣ ମାନବୀ ନଦୀର ସନ୍ନିଧାନେ ।୨୪।କିରାତ କୁଳରେ ଯେ ଅଜର ବୋଲି ରାଜାଅଜପତି ବୋଲି ତାହାର ତନୁଜା ।୨୫।ଅଜପତିର ନନ୍ଦନ ଶବର ବିରାଜବିରାଜର ନନ୍ଦନ ଅଟଇ ଜରାଜ ।୨୬।ଜରାଜର ନନ୍ଦନ ଜାରାଶବର ବୋଲିଶୀତଳାଙ୍ଗୀ ନଦୀତୀରେ ତାହାର ଯେ ପଲ୍ଲୀ ।୨୭।ସେ ଶବରକଇଂ ପ୍ରସନ୍ନ ହେଲେ ନାରାୟଣବିପୁଣ୍ୟର ମଧ୍ୟେ ଦେବ ମାଧବ ପାଷାଣ ।୨୮।ସମୟକ ଦେବ ଧର୍ମଂକ ସଭାରେ ଥିଲେ ସେ ପ୍ରତିମାଅନେକ ଯତନେ ତାହାକଇଂ ଖଟିଲେ ଯମଧର୍ମା ।୨୯।ମୃତଗତ ଲୋକେ ସେ ବିଷ୍ଣୁ ପାଷାଣକଇଂ ଦେଖିନକ୍ଷତ୍ର ହୋଇ ବସିଲେ ସେ ସ୍ୱର୍ଗପୁରେ ପାତକ ଉପେକ୍ଷି ।୩୦।ଯମ ଦେବତାର ଯହୁଂ ନ ଲାଗିଲା ଦଣ୍ଡପାତକ ବିହି ନୁଆରିଲେ ବସିଲେ ଆକାଶ ବ୍ରହ୍ମାଣ୍ଡ ।୩୧।ଅନେକ ବିମୁଖ ଯେ ହୋଇଲା ତହୁଂ ଯମବାହୁଡାଇ ସେ ବିପୁଣ୍ୟେ ଥୋଇଲେ ମାଧବ ପ୍ରତିମ ।୩୨।ଋଷି ବୋଇଲେ ନଦୀ ଉତ୍ତର କୂଳେବିଜୟେ ରାଜୀବ ଲୋଚନ ଅଗ୍ରବୃକ୍ଷ ତଳେ ।୩୩।ସେ ଜାରା ଶବରର ପୁତ୍ର ବସୁଦେବ ବୋଲିତାହାଂକର ତୁଲେ ମୁହିଂ ମଇତ୍ର ହୋଇଲି ।୩୪।କେତେହେଂ ଦିନେ ସେ ଦେଖାଇଲା ମୋତେଠାବକରି ଅଇଲି ଶୁଣ ଗାଲମାଧବ ନୃପନାଥେ ।୩୫।ଶୁଣିଣ ଗାଲବ ରାଜା ସନ୍ୟବଳ ସାଜେପାତ୍ର ଅମାନତ୍ୟ ଘେନି ଚଳଇ ମହାରାଜେ ।୩୬।ଆଗେଣ ବସୁ ବ୍ରାହ୍ମଣ ପଛେଣ ସଇନିଚଳନ୍ତି ସମଦଣ୍ଡ ଦିବସ ରୟଣୀ ।୩୭।ତୁଳମାସ ଚଉଠୀର ଦିନ ଦିଜ ଦେଖିଗଲାମକର ଶୁକଳ ଚଉଠୀ ଦିନ ନେଇଣ ଭେଟାଇଲା ।୩୮।ଶବରପଲ୍ଲୀ ମଧ୍ୟେ ନେଇ ଭେଟାଇଲା ନରପତିଶବର ଶବରୁଣୀକି ଭେଟିଲେ ତଡତି ।୩୯।ବାତସେନ ମନ୍ତ୍ରୀକି ଯେ ଇନ୍ଦ୍ରସେନ ପାତ୍ରବସୁନାମେ ବିପ୍ର ଗମଇ ଆଗତ ।୪୦।ତୁଳମାସେ ବୁଣିକରି ଗଲା ଜବଧାନମକର ମାସକୁ ସେ ଫଳ ଫଳି ହୋଇଲା ବିତପନ ।୪୧।ତାହା ଗୋଡାଇ କରି ଚାଲିଲେ ଜଣ ଚାରିତହୁଂ ଅନ୍ତର୍ଦ୍ଧାନ ହୋଇଗଲେ ଦେବହରି ।୪୨।ଅଗ୍ରବୃକ୍ଷ ମୂଳେ ଯାଇ ଦେଖେ ଦଣ୍ଡଧାରୀପୂଜିଲାର ପୂଷ୍ୟ ସଞ୍ଚାମାନ ଅଛି ତହିଂ ପୂରି ।୪୩।ବ୍ରାହ୍ମଣ ବୋଇଲା ଦେବ ଥିଲେ ୟେହିଠାରେକେ ୟେଥୁଂ ଗୋପ୍ୟ କଲା ପ୍ରଭୁ ଚକ୍ରଧରେ ।୪୪।ଶବରମାନଙ୍କୁ ପଚାରଇ ଗାଲମାଧବ ନୃପମଣିଶବରେ ନକହନ୍ତି ପକାଇଲା ହାଣି ।୪୫।ଶୟେଛତିଶ ଜଣ ଶବର ଯେ ଥିଲେବିଷ୍ଣୁ ଆଶ୍ରେ କରି ସମସ୍ତେ ନାଶଗଲେ ।୪୬।ବଂଶ ନାଶ ଦେଖିଣ ଯେ ବିଜେ କଲା ଜାରାମହା ଶହସ୍ରଧାରୀ ସେ ଅଟଇ ମହାବୀରା ।୪୭।ରାଜମୁଖ ଚାହିଣ ସେ କିରାତ କରଇ ରାଗକିମ୍ପାଇଂ ରାଜା ମୋହର ଅଦୋଷେ ନାଶିଲୁ ବର୍ଗ ।୪୮।ଆମ୍ଭେ ବନଚର ଆମ୍ଭରେ କିସ ହେତୁକନ୍ଦମୂଳ ଭକ୍ଷଣରେ ଜୀବନ ପୋଷି ବ୍ରତୁଂ ।୪୯।ଡାମଣା କାଠର ଧନୁକଣ୍ଟା ବାୟେଂଶର ଗୁଣଫିରିକି ନାରାଜ ଯେ ଶୋହଇ ଧନୁ ତ୍ରୋଣ ।୫୦।ସୋଦର ମୃତୁପିଣ୍ଡ ଦେଖି କୋପକଲା ଜାରାଧନୁରେ ଫିରିକି ନାରାଜ ପୁରୋଇଲା ଶବରା ।୫୧।ଗୁଣେ ବସାବନ୍ତେ ବାରଣ ନ ଜାଇ ଶୂନ୍ୟଗଜ ଅଶ୍ୱ ଅନେକ ପାଦାନ୍ତି ନାଶ ଗଲେ ଅନେକ ସଇନ ।୫୨।ଚାରି ସହସ୍ର ହାଥୀ ଚାରି ଅହିବ୍ରତେ ହୟେଲକ୍ଷେକ ପାଦାନ୍ତି ସେ ୟେକାୟେ କଲା କ୍ଷୟେ ।୫୩।ୟେକା ଶବରକଇଂ ସେ ନୁଆରିଲେ ଜିଣିଆଦିତ୍ୟ ଅସ୍ତଗଲା ହୋଇଲାକ ରୟଣୀ ।୫୪।ବିସର୍ଜି ନରେନ୍ଦ୍ର ଯେ ଶୋଇଲା ସେହି ଠାବେଜାରା ବଇକୁଲ୍ୟ ଯେ କୁଟୁମ୍ବ ଅଭାବେ ।୫୫।ଭାଳଇ ନରପତି ହୋଇଣ ବିମୁଖତୋତେ ଲୋଡନ୍ତେ ସ୍ୱାମୀ ମୋହୋର ୟେତେ ଦୁଖ ।୫୬।ତୋତେ ଆଶ୍ରେ କରି ଯେ ଥିଲେ ଶବରପଲ୍ଲୀଅଗ୍ୟାଂନେ ପଣେ ମୁଁ ସବୁନ୍ତି ମାଇଲି ।୫୭।ୟେକା ଶବରକେ ୟେବେ ମାଇଲା ମୋର ବଳରାତ୍ର ପାଇଲେ ପୁଣ ସେ ମାରିବ ସକଳ ।୫୮।ପଶିଲି ଗହନ ବନେ ୟେ ଅନ୍ଧାରମୟ ଭୂମିୟେ ଦୁସହ ସଙ୍କଟୁ ମୋତେ ଉଦ୍ଧରି ଧର ସ୍ୱାମୀ ।୫୯।କିରାତ ବଂଶ ମାଇଲି ୟେବେ ମୁଁ ମରିବିସାଖା ସନ୍ୟ ନାଶ ଗଲେ ମୁଁ କିସ ଯେ କରିବି ।୬୦।ୟେତେ ବୋଲି ଆକୁଳେ ସେ ଭାଳଇ ଗାଲବନିଶାକାଳେ ଦୃଶ୍ୟ ଆସି ହୋଇଲେ ଶ୍ରୀମାଧବ ।୬୧।ଦେଖିଣ ଗାଲବ ନୃପତି ପରିଣାମିଦେଖିଲି ଶଙ୍ଖ ଚକ୍ର ଚିହ୍ନ ୟେବେ ମରଇ କିନା ସ୍ୱାମୀ ।୬୨।ମାଧବ ବୋଇଲେ ରାଜା ତୁ ମନ୍ଦକୃତ୍ୟ କଲୁଶବର ପୁତ୍ରନ୍ତ ମୋର କିମ୍ପାଇ ମାଇଲୁ ।୬୩।ତାହାଙ୍କର ଉପର ବଂଶେ ମୋତେ କରିଥିଲେ ପୂଜାତେଣୁ କରି ଭୟେଟି କଲା ଯମରାଜା ।୬୪।ୟେ ମୃତୁ ଭୁବନେ ଥିଲେ ମାଧବ ପ୍ରତିମାସମସ୍ତେ ମୋକ୍ଷ ହୋଇଲେ ମୁହିଂ କିସ କ୍ଷମା ।୬୫।ୟେତେ ବିଚାରି ମନେ ଯମ ଧର୍ମ ବେନିସଂଜୀବନୀକଇଂ ମୋତେ ଗଲେ ଘେନି ।୬୬।ଅନେକ ପାପୀମାନେ ହୋଇଲେ ତହିଂ ମୋକ୍ଷତହୁଂ ନାଶକର ପାଇଲା ବିମୁକ୍ଷ ।୬୭।ପୁଣ ତହୁଂ ଆଣି ମୋତେ ଛାଡିଲା ଶବର ପାଶେପୁଣ ମୋତେ ଶବର ଖଟିଲା ଆଦେଶେ ।୬୮।ଆହୋ ରାଜା ଶବରୀନାରାୟଣ ରୂପ ଧଇଲି ସତ୍ୟଯୁଗେଶବରଙ୍କ ସଙ୍ଗେ ମୁ ମିଳିଲି ସଂଯୋଗେ ।୬୯।ବିଧୁମତି ବୋଲି ୟେକଇ ଶବରଶୀୟା ନାମରେ ଯେ ଦୋହିତା ତାହାର ।୭୦।ସେ ଶବରୀକି ଆମ୍ଭେ ହୋଇଲଇଂ ବିଭାଶବରୀ ନାରାୟଣ ରୂପେ ପାଇଂଲୁ ଆମ୍ଭେ ଶୋଭା ।୭୧।ଆହୋ ଶବରୀ ନାରାୟଣଙ୍କ ଭୋଗ ତୋତେ କହୁଂଯେତେ ତୋତେ ଭୋଜନ କରୁ ଆମ୍ଭେ ତହୁଂ ।୭୨।ଗଣ୍ଡା ମୃଗ ମାଂସ ଶିଆଳୀପତ୍ରେ ଲୋଚି କରିଲୁଣ ବେସର ତହିଂ ସଙ୍ଗତରେ ଭରି ।୭୩।ୟେ ବିଧି ଯୋଗାଡ଼ ମାନନ୍ତ ଭିଆଇପତ୍ରପୁଡା କରି ତହିଂ ଲତା ଗୁଡ଼ିଆଇ ।୭୪।ନିର୍ଧୁମ ଅଗ୍ନିରେ ବସାଇ ତାହାଆଣିସେ ପକ୍ୱ ମେଞ୍ଜନ ହୋୟେ ପାକସିଦ୍ଧ ପୁଣି ।୭୫।ସୁପକ ମାଂସ ହୋଇ ପାକସିଦ୍ଧିସ୍ୱଶରୀରକୁ ନିର୍ମଳ ସେ ସଉରୀ ଯୋଗ ବିଧି ।୭୬।ତଣ୍ଡୁଳ ଗୁଡ଼ାୟେ ବାଟି ପତ୍ର ଦନାୟେ ଭରିନିର୍ଧୂମ ଅଗ୍ନିରେ ତାହା ସଂଜାତ କରି ପୋଡି ।୭୭।ସେ ମହାସ୍ୱାଦ ହୋୟେ ୟେକ ବର୍ଣ୍ଣ ପିଠାଶରୀରକୁ ହିତ ସେ ସଉରୀ ଯୋଗାଡ଼ ଶ୍ରେଷ୍ଠା ।୭୮।ଲୁହାର ଚଟୁରେଣ ପିଠଉ ଲୋଚିୟେ ଭରଇଅଗ୍ନିର ଭିତରେଣ ବସାଇ ତାହାନେଇ ।୭୯।ମହା ପରମହିତ ସେ ନକରଇ ରୋଗ ବାଧାସଉରୀ ଯୋଗାଡକୁ ଆମ୍ଭର ବଡ ଶ୍ରଦ୍ଧା ।୮୦।ୟେମନ୍ତ କରି ସେ ଆମ୍ଭକୁ ଦେଖେ ଶବରଣୀମାତାହୁଂ ଅଧିକ କରି ଆମ୍ଭେ ତାହାଂକୁ ଜାଣି ।୮୧।ୟେତେ ବାଗେ ସେ ହୋଇଲା ମୋହୋର ଭଗତକି ନିମନ୍ତେ ତାହାଙ୍କର ବଂଶ କଲୁ ହତ ।୮୨।ମମ ଭଗତଂକୁ କଲୁ ଯେ ଝିଂଘାସଆହୋ ଗାଲବ ରାଜା ତୋର ନରହିବ ବଂଶ ।୮୩।ୟେକା ଗୋଟିୟେକ ସିନା ରହିଲା କିରାତୟେକୁ ଅନେକ ବଂଶ ତାହାର ହୋଇବ ବର୍ଦ୍ଧୁତ ।୮୪।ଆସ ଆସ ଗାଲବ ରାଜା ତୋତେ ଜାରାକୁ ସମର୍ପୁତାହାର ତୋହର ଆଉ ଯେମନ୍ତେ ନୋହିବାକ ରିପୁ ।୮୫।ୟେତେ ବୋଲି ଦେବ ଗାଲବନ୍ତ ନେଲେଜାରା ଶବର ତୁଲେ ପ୍ରୀତି କରାଇଲେ ।୮୬।ଦ୍ୱାପର ଯୁଗଅନ୍ତେ ପ୍ରବେଶ କଳିଯୁଗଆମ୍ଭନ୍ତ ଥିତି ଆଉ ନାହିଂନା ମଧ୍ୟସ୍ୱର୍ଗ ।୮୭।ଆହୋ ତୋହୋର ଛାମୁରେ ଆମ୍ଭେ ହୋଉଅଛୁ ପାଷାଣଯାମନିକ ତୀର୍ଥେ ତୁ ପ୍ରାସାଦ କର ଆରୋପଣ ।୮୮।ସେ କ୍ଷେତ୍ରେ ଆଧିପତି ଯମେଶ୍ୱର ଦେବଆମ୍ଭର ନାମ ତହିଂ ହୋଇବ ନୀଳ ଯେ ମାଧବ ।୮୯।ୟେ ଜାରାଶବର ବଂଶ ଥିବ ମୋର କତିୟେହାଂକୁ ଦେଖିଲେ ଆମ୍ଭେ ହୋଇବୁ ତ୍ରିପୁତି ।୯୦।ନାଉକା ବିମାନେ ଆମ୍ଭକୁ ଘେନି ଯାଅ ନୃପନୀଳଗିରି ସନ୍ନିଧାନେ ଆମ୍ଭନ୍ତ ନେଇ ଥାପ ।୯୧।ୟେତେକ ବୋଲିଣ ଦେବ ହୋଇଲେ ଅନ୍ତର୍ଦ୍ଧାୟେପାଷାଣ ରୂପେ ଦେବ ପ୍ରକାଶିଲେ କାୟେ ।୯୨।ହୟିହୟେ ବଂଶେ ଯେ ଗାଲମଧବ ରାଜାସେହି ସେ ମାଧବନ୍ତ ବନୁଂ ଆଣି କଲା ପୂଜା ।୯୩।ଯମେଶ୍ୱର ବୋଲି ତହିଂ ଅଟନ୍ତି ଆଦିଦେବତାପ୍ରଳୟ ମହାପ୍ରଳୟ ସେ ବିଜେ କରିଥାନ୍ତା ।୯୪।ଶ୍ରୀନୀଳମାଧବ ଚରଣ ମମ ହୃଦେପରମ ଗତି ଲଭିଲି ଶ୍ରୀମାଧବ ପ୍ରସାଦେ ।୯୫।ଦଧି ରସ ଜାଣି ଯାର ଶ୍ୱେତ ବର୍ଣ୍ଣ କାୟେଶୁଦ୍ଧ ସଷ୍ଟିକ ବିକାଶଇ ନୀଳା ରେଖମୟେ ।୯୬।ମାଧବ ସୁମର ନରେ ଅନକୂଳ ସିଦ୍ଧିମାଧବ ସୁମର ନରେ ପ୍ରାପତ ହୋଉ ନିଧି ।୯୭।ମାଧବ ସୁମର ନରେ ପ୍ରାପତ ହେଉ ଧର୍ମମାଧବ ସୁମର ନରେ ପ୍ରାପତ ହେଉ କର୍ମ ।୯୮।ମାଧବ ସୁମର ନରେ ଦୁଷୁକୃତ ଫିଟୁମାଧବ ସୁମର ନରେ ପ୍ରମାଦମାନ ତୁଟୁ ।୯୯।ମାଧବ ସୁମର ନରେ ନ ପୀଡୁ ପାପବୃତ୍ତମାଧବ ସୁମର ନରେ ଲକ୍ଷ୍ମୀ ହେଉ ପ୍ରାପତ ।୧୦୦।ମାଧବ ସୁମର ନରେ ଜନ୍ମର ସୁଫଳମାଧବ ସୁମର ନରେ ଫିଟୁ ଯମର ଅର୍ଗଳ ।୧୦୧।ମାଧବ ସୁମର ନରେ ଜ୍ୱର ରୋଗ ତୁଟୁମାଧବ ସୁମର ନରେ କ୍ରୋଧ ବନ୍ଧନ ଫିଟୁ ।୧୦୨।ମାଧବ ସୁମର ନରେ ରଣେ ହେଉ ଯଶମାଧବ ସୁମରନରେ ବର୍ଦ୍ଧୁତ ହେଉ ବଂଶ ।୧୦୩।ମାଧବ ସୁମର ନରେ କୋଟିୟେ ତୀର୍ଥ ଦିଶୁମାଧବ ସୁମର ନରେ ଅରଷ୍ଟି ନ ପଶୁ ।୧୦୫।ଯୁଗାନ୍ତେକ ନାଥ ୟେ ଯମେଶ୍ୱର ଲିଙ୍ଗଦୁତୀୟେ ଦ୍ରଶନକର ନୀଳମାଧବ ଶ୍ରୀଅଙ୍ଗ ।୧୦୬।ଚାରିଲକ୍ଷ ବତିଶ ସହସ୍ର ବରଷ ଶ୍ରୀପୁରୁଷୋତ୍ତମେତୁଳୁସାର ବଲ୍ଲଭନାଥ ଅବ୍ୟକ୍ତ ଜନ୍ମେ ଜନ୍ମେ ।୧୦୭।ଜୟ ତୁ ମାଧବ ଉଦିତ ନାମ ଗୋଟିକବି ସାରୋଳଦାସ ମାଧେବ ଚରଣେ ଲୋଟି ।୧୦୮।ହେଉଛି ବୁଧଜନମାନେ ନ ଘେନିମା ମୋର ଦୋଷଜନ୍ମେ ଜନ୍ମେ ମୁର୍ଖ ମୁହିଂ ଜ୍ଞାନ ମୋର କିସ ।୧୦୯।ଗ୍ୟାନେ ଅଗ୍ୟାନେ ହେଉ ସବ୍ୟେ ଅସବ୍ୟେମମ ମନରେ ଭାବଇ ଶ୍ରୀବାସୁଦେବ ।୧୧୦।ଅଭୟ ବାଳଖିଳ ଅଗସ୍ତି ମହାବଳେବାରାନିଧି ଗଣ୍ଡୁଷ କଲା ଯେ ଖେଡ଼ର କୁତୂହୋଳେ ।୧୧୧।ସେ ଅଗସ୍ତି ବକତା ବଇବସୁତ ମନୁ ଶ୍ରୋତାକଥୟନ୍ତି ଅଗସ୍ତି ବ୍ରହ୍ମବେତ୍ତା ଗତ ଆଗତ ବାରତା ।୧୧୨।୮୭୩।