ସର୍ ସୟଦ୍ ଅହମ୍ମଦ୍
ଭକ୍ତକବି · ୧୮୫୩–୧୯୧୨ · ରାଧାନାଥ ଯୁଗ
- ସଂକଳନ: ସାହିତ୍ୟ କୁସୁମ
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୩୯୨
- ସ୍ଥିତି
- ସାର୍ବଜନୀନ (Public domain)
ଯେଉଁ ମହାତ୍ମାଙ୍କର ନାମ ଉପରେ ଲେଖା-ହୋଇଅଛି ଏବଂ ଯାହାଙ୍କର ଛବି ନିମ୍ନରେ ଦିଆଯାଉଅଛି, ସେ ଦିଲ୍ଲୀ ନଗରୀରେ ୧୮୧୭ ଖ୍ରୀଷ୍ଟାବ୍ଦରେ ଜନ୍ମଗ୍ରହଣ କରିଥିଲେ । ଭାରତୀୟ ମୁସଲମାନଙ୍କ ମଧ୍ୟରେ ସେ ବିଦ୍ୟା, ବୁଦ୍ଧି, ଚରିଲୁ, ଦେଶହିତୈଷିତା ଓ ରାଜଭକ୍ତି ବିଷୟରେ ଜଣେ ଶ୍ରେଷ୍ଠ ପୁରୁଷ ଥିଲେ ।
ସର୍ ସୟଦ୍ ଉଚ୍ଚକୁଳରେ ଜନ୍ମଗ୍ରହଣ କରିଥିଲେ । ତାଙ୍କାର ପିତାମହ ଦିଲ୍ଲୀର ବାଦଶାହଙ୍କର ଜଣେ ପ୍ରଧାନ ଅମାତ୍ୟ ଥିଲେ ଏବଂ ତାହାଙ୍କର ମାତାମହ ପାରସ୍ୟ ଦେଶର ରାଜଦରବାରରେ ଇଂରେଜ ଗଭର୍ଣ୍ଣମେଣ୍ଟଙ୍କର ପ୍ରତିନିଧି ପଦରେ ଅଧିଷ୍ଠିତ ଥିଲେ । ତାହାଙ୍କର ପିତା ଜଣେ ସଦାଶୟ ଧାର୍ମିକ ଲୋକ ଥିଲେ ଏବଂ ତାହାଙ୍କର ମାତା ମଧ୍ୟ ପରମଗୁଣବତୀ ଥିଲେ ।
ସୟଦ୍ ଅହମ୍ମଦ୍ ଦ୍ୱାଦଶବର୍ଷ ବୟସ ପର୍ଯ୍ୟନ୍ତ ନିଜ ଜନନୀଙ୍କ ନିକଟରେ ଶିକ୍ଷା ଲାଭ କରିଥିଲେ । ବାଲ୍ୟକାଳରୁ ତାହାଙ୍କର ଅନେକ ସଦ୍ଗୁଣର ପରିଚୟ ମିଳିଥିଲା । ସେ ବାଲ୍ୟକାଳରୁ ସତ୍ୟବାଦୀ ଓ ଦୃଢପ୍ରତିଜ୍ଞ ଥିଲେ । ଯେଉଁ ଲୋକ ଭୟ ବିପଦରେ ସୁଦ୍ଧା ଭୀତ ନ ହୋଇ ସତ୍ୟ କଥା କହେ ଏବଂ ଚାରିଆଡ଼େ ଲୋକେ ଦନ୍ୟାୟ ଓ ସତ୍ୟର ପାଳନ ବିଷୟରେ ଅଟଳ ରହି ନିଜର ସତ୍ସଙ୍କଳ୍ପକୁ କାର୍ଯ୍ୟରେ ପରିଣତ କରେ, ସେହି ଲୋକ ପ୍ରକୃତ ବୀର ଅଟେ ।
ସୟଦ୍ ଅହମ୍ମଦ୍ ୪୦ ବର୍ଷ କାଳ ଇଂରେଜ ସରକାରଙ୍କ ଅଧୀନରେ କାର୍ଯ୍ୟ କରିଥିଲେ । ୧୮୫୭ ସାଲରେ ସେ ବିଜନୁର ନାମକ ସ୍ଥାନରେ ସବ୍-ଜଜ୍ କର୍ମରେ ଥିଲାବେଳେ, ଇଂରେଜ ଗଭର୍ଣ୍ଣମେଣ୍ଟଙ୍କ ମଧୀନ ଅନେକ ଦେଶୀୟ ସିପାହିସେନା କୁପରାମର୍ଶରେ ପଡ଼ି ଗଭର୍ଣ୍ଣମେଣ୍ଟଙ୍କ ବିରୁଦ୍ଧରେ ବିଦ୍ରୋହ କରିଥିଲେ । ବିଜ୍ନୁରରେ ଯେଉଁ ଇଂରେଜମାନେ ଥିଲେ, ସେମାନଙ୍କୁ ହତ୍ୟା କରିବା ଆଶୟରେ ଏକ ଦଳ ବିଦ୍ରୋହୀ ସେ ସ୍ଥାନକୁ ଆକ୍ରମଣ କଲେ । ସୟଦ୍ଙ୍କ ଯତ୍ନରେ ସେ ସ୍ଥାନର ଇଂରେଜମାନେ ଦିପଦରୁ ଉଦ୍ଧାର ପାଇଲେ । ସେ ଇଂରେଜମାନଙ୍କ ସପକ୍ଷ ହେବାରୁ ବିଦ୍ରୋହୀମାନେ ତାହାଙ୍କର ଗୃହ ଓ ସମ୍ପତ୍ତି ବିନଷ୍ଟ କରି ଏବଂ ତାହାଙ୍କର କେତେକ ମଧ କରିବାପାଇଁ ଚେଷ୍ଟା କରିଥିଲେ; କିନ୍ତୁ ସେ ଭାଗ୍ୟକ୍ରମେ ଅତି କଷ୍ଟରେ ପଳାଇଗଲେ । ସିପାହି ବିଦ୍ରୋହର ଦମନ ଉତ୍ତାରେ ଗଭର୍ଣ୍ଣମେଣ୍ଟ ତାହାଙ୍କୁ ବହୁ ପୁରସ୍କାର ଦେଇଥିଲେ ।
ସିପାହି-ବିଦ୍ରୋହ ସମୟରେ ଭାରତବର୍ଷର ମୁସଲମାନମାନେ ବିଦ୍ୟା ବିଷୟରେ ଅତ୍ୟନ୍ତ ଅନୁନ୍ନତ ଥିଲେ । ସେମାନଙ୍କ ଜ୍ଞାନୋନ୍ନତି ନିମିତ୍ତ ସୟଦ୍ ଅହମ୍ମଦ୍ ଅନେକ ଇଂରାଜୀ ବିଦ୍ୟାଳୟ ସ୍ଥାପନ କଲେ ଏବଂ ମୁସଲମାନ ସମ୍ପ୍ରଦାୟର କଲ୍ୟାଣ ନିମିତ୍ତ ତାହାଙ୍କର ସମୟ, ଧନ ଓ ଜୀବନ ଉତ୍ସର୍ଗ କରିଦେଲେ । ଜ୍ଞାନ ମନୁଷ୍ୟର ପାରମ ଧନ । ଅନ୍ନଦାତା ଓ ଧନଦାତାଙ୍କ ଅପେକ୍ଷା ଜ୍ଞାନଦାତାଙ୍କର ଗୌରବ ଅଧିକ । ସୟଦ୍ ମୁସଲମାନମାନଙ୍କୁ ଜ୍ଞାନ ଦାନ କରି ଧନ୍ୟ ହୋଇଅଛନ୍ତି । ଆଲିଗଡ଼ ନାମକ ସ୍ଥାନରେ ମୁସଲମାନମାନଙ୍କ ଉଚ୍ଚ ଶିକ୍ଷା ନିମିତ୍ତ ସେ ଗୋଟିଏ ଆଦର୍ଶ କଲେଜ ସ୍ଥାପନ କରିଯାଇଅଛନ୍ତି । ସେହି କଲେଜରେ ଶତ ଶତ ମୁସଲମାନେ ଯୁବକ ସୁଶିକ୍ଷା ଲାଭକରି ଦାଶରେ ଏବଂ ନିଭ ସମ୍ପ୍ରଦାୟର ମୁଖ ଊଜ୍ଜ୍ୱଳ କରୁଅଛନ୍ତି । ତାହାଙ୍କର ଏହି ସବୁ ଦେଶକଲ୍ୟାଣକର କାର୍ଯ୍ୟନିମିତ୍ତ ଗଭର୍ଣ୍ଣମେଣ୍ଟ ଶେଷରେ ତାହାଙ୍କୁ ‘ସର’ ଉପାଧି ପ୍ରଦାନ କରିଥିଲେ-।
ସୟଦ୍ ଅହମ୍ମଦ୍ ୧୮୯୮ ଖ୍ରୀଷ୍ଟାବ୍ଦରେ ପରଲୋକ ଗମନ କଲେ । ସେ ଜଣେ ଉଦାର ଓ ମହାମନା ବ୍ୟକ୍ତ ଥିଲେ । ସେ ଥରେ ଗୋଟିଏ ସଭାରେ କହିଲେ, ‘‘ଭାରତବର୍ଷ ହିନ୍ଦୁ ଓ ମୁସଲମାନ ଉଭୟଙ୍କର ଦେଶ । ହିନ୍ଦୁ ଓ ମୁସଲମାନ ଏକ ଦେହର ଦୁଇ ଚକ୍ଷୁ ପରି । ଗୋଟିଏ ଚକ୍ଷୁ ଅନ୍ଧ ହେଲେ ଅନ୍ୟ ଚକ୍ଷୁର ଓ ସର୍ବ ଶରୀରର କ୍ଷତି ହୁଏ । ଅତଏବ ହିନ୍ଦୁ ଓ ମୁସଲମାନ ଉଭୟେ ଜ୍ଞାନଲାଭ କରି, ପରସ୍ପରକୁ ଭ୍ରାତୃବତ୍ ସ୍ନେହ କରି ପ୍ରୀତି ଓ ସଦ୍ଭାବରେ ପରସ୍ପରର କଲ୍ୟାଣସାଧନ କରନ୍ତୁ, ଏହାହିଁ ମୋର ଆନ୍ତରିକ କାମନା ।’’
ସମ୍ବନ୍ଧିତ ରଚନା
ଚିଲିକା ହ୍ରଦ
ମଧୁସୂଦନ ରାଓ
ମନୁଷ୍ୟର ଧର୍ମବୁଦ୍ଧି
ମଧୁସୂଦନ ରାଓ
ଦ୍ୱିତୀୟ ପ୍ରସ୍ତାବ
ମଧୁସୂଦନ ରାଓ
ତୃତୀୟ ପ୍ରସ୍ତାବ
ମଧୁସୂଦନ ରାଓ