ଯା ଶିଖରେ ମୁଦେସୃଜେ ଘନ ଶଯ୍ୟା ।ସରଡ଼ା ପାହାଡ଼ସରଟ ୫ ପରାୟଟେକିଛି ମସ୍ତକବିସ୍ତାରିଣ କାୟ ।ପଛୁ ଗୋଡ଼ ଟେକିହେଲା ପ୍ରାୟ ଠିଆ, ୫- ଏଣ୍ଡୁଅଦିଶେ ବହୁଶିରହଜାରମୁଣ୍ଡିଆ ୬ହରଗୌରୀପ୍ରିୟ-ପୀଠ କଇଳାସ,ଝର-ଝଙ୍କାରିତଶବର ୭ ଆବାସ ।ନିର୍ଭୟରେ ତାହାପାଦତଳେ ଶୋଇ୬- ଗିରିପୁଞ୍ଜ ବିଶେଷ ସମ୍ଭବତଃ ଅସଂଖ୍ୟ ଗିରି ପୁଞ୍ଜୀଭୂତ ହୋଇଥିବାରୁ୭- ଢେଙ୍କାନାଳ ଅନ୍ତର୍ଗତ କପିଳାସ ପର୍ବତରେ ଏହାର ନାମ ହଜାରମୁଣ୍ଡିଆ ହୋଇଅଛି । ଅନେକ ଶବର ବାସ କରନ୍ତି ।ବତ୍ସ ପ୍ରାୟ ତାରଦିଶେ ଶଙ୍ଖପୋଇ । ୮ ।ଏ ଆଦି ଯେତେକମହୀଧରଗଣଉଦ୍ ଗ୍ରୀବେ କରନ୍ତିସମାଧୀ ଦର୍ଶନ ।ଚିତ୍ରୋତ୍ପଳା-ନୀର-ଅଭିଷିକ୍ତ ହର,୮-ଆଠଗଡ଼ର ସର୍ବୋଚ୍ଚ ପର୍ବତ ।ଅନନ୍ତପ୍ରତାପୀଶ୍ରୀ ଧବଳେଶ୍ୱର ୯ମହାନଦୀ ଗର୍ଭଶୈଳଚୂଳେ ଥାଇସମାଧିକୁ ତବଅଛନ୍ତି ଅନାଇଁ !ବର୍ଷୁଛନ୍ତି ତହିଁଆଶୀର୍ବାଦରାଶି ୯- ମହାନଦୀ ମଧ୍ୟସ୍ଥ ସ୍ୱନାମଖ୍ୟାତ ଶିବଲିଙ୍ଗ ।ସଦା ଶିବଦାତାଶ୍ମଶାନପ୍ରବାସୀ ।ଭୁଆସୁଣୀ ପ୍ରାୟଭୂଆସୁଣୀ ତରୁ ୧୦ନଦୀ ପୂତ ଜଳେସ୍ନାନି ପ୍ରଭାତରୁଦେଖଇ ତୁମ୍ଭଙ୍କୁହୋଇ ଭକ୍ତିରତା,୧୦- ଏହାର ନାମ ଭୁଆସୁଣୀ ବୃକ୍ଷ ବୋଲି ବହୁକାଳରୁ ପ୍ରବାଦଅଛି ।-ବୃକ୍ଷଟି ଆଠଗଡ଼ର ସୀମାରେ ଅବସ୍ଥିତ । ସମ୍ବଲପୁର ଅଞ୍ଚଳରେ ଏହା ‘‘ସେନା’’ ନାମରେ ଅଭିହିତ ।ନର ନୁହ ତୁମ୍ଭେଥିଲ ଯେ ଦେବତା ।ମେଘମାନେ ତବଦର୍ଶନ ମନାସିସପ୍ତଶଯ୍ୟାଶିଖୁଖରେ ଉଡ଼ି ଆସିପାତନ୍ତି ଆସନଶଙ୍ଖପୋଇ ଶିରେ,କରନ୍ତି ସମ୍ଭାଷନିନାଦି ସଧୀରେ ।ସମାଧି ଦ୍ୱିପାଶେଫୁଲକୁଳକଟିକା,ଉଭା ପତ୍ର-ଛତ୍ରଧରି ଶେଫାଳିକା ।ଅବୁର ଭବିଷ୍ୟେଧରି ପୁଷ୍ପଭାରସେ ଶିଙ୍ଗାରେ ୧ତବ ରଚିତେ ସିଂହାର, ୨ଜୀବନରେ ପ୍ରିୟଥିଲେ ସେ ତୁମ୍ଭରି,ଜୀବନାନ୍ତେ ପୁଣିହେଲେ ସେହିପରି । ୩ ।୩- ଶିଙ୍ଗାରହାର ଫୁଲକୁ କବିବର ବିଶେଷ ଆଦର କରୁଥିଲେ ।୧- ଶିଙ୍ଗାରହାର ଗଛ ।୨- ସିଂହାର ବେଶ ।ସଜ୍ଜନର ପ୍ରୀତିଏହିପରି ଭବେଜୀବନେ ମରଣେନ ତୁଟେ ତା ଲବେ ।କର୍ମବୀର ତୁମ୍ଭେଥିଲ କବିମଣି !ଅଚିନ୍ତ୍ୟ ଅଦ୍ଭୁତତୁମ୍ଭର କରଣୀ ।ନ ଧରିଣ ଚିତ୍ତେସୁଯଶକାମନାକରୁଥିଲ ବସିନୀରବେ ସାଧନା ।ମାତ୍ର ଅଲକ୍ଷିତେଅଯାଚିତ ଯଶକରୁଥିଲା ପଛୁଁତୁମ୍ଭଙ୍କୁ ପରଶ ।ଶୋଭା ପାଇଁ ବୃକ୍ଷଖୋଜେ ନାହିଁ ଲତା,ବଳେ ହୁଏ ସିନାସେ ତା ପଦାନତା ।ପ୍ରକୃତି ଯୋଗାଇଦିଏ ଆଣି ତାହା ।ପ୍ରକୃତି ମହିମାକେ ବୁଝିବ ଆହା ।କର୍ମ ସାଧନରେଅଟେ ମହାକୃତୀସମସ୍ତଙ୍କ କର୍ମଦେଖେ ସେ ପ୍ରକୃତି ।ଯାଚି ଦିଏ କର୍ମଦେଖି ପୁରସ୍କାର,ଚିରନ୍ତନ ରୀତିଅଟେ ଏ ତାହାର ।ଗୁଣଗ୍ରାହୀ ରାଜାଗୁଣ ଅନୁଭବିଅର୍ପିଲେ ତୁମ୍ଭଙ୍କୁଗୌରବ-ପଦବୀ ।ଅବଧୀ ଉତ୍କଳସେ ଗୌରବ-ଧନେସୁଗୌରବାନ୍ୱିତଆପଣାକୁ ମଣେ ।କି ବର୍ଣ୍ଣିବି ଦେବ !ତୁମ୍ଭଣ ମହିମା,କ୍ଷୁଦ୍ର ଲେଖନୀ କିବଳିକି ତା ସୀମା ।ଅସମ୍ପୂର୍ଣ୍ଣ ଛାଞ୍ଚେପୂର୍ଣ୍ଣ ପ୍ରତିଛବିଉଠିବ ବା କାହୁଁହେ ଗୌରବ-ରବି ?ତୁମ୍ଭର ମହତ୍ତ୍ୱକି ବର୍ଣ୍ଣିବ କିଏ,ତବ କାବ୍ୟମାଳାତାର ସାକ୍ଷ୍ୟ ଦିଏ ।ଭାରତୀ ଆଶ୍ରମେଥିଲି ତୁମ୍ଭେ ବଟୁ ୪କଳ୍ପନା ସାଗର-ସନ୍ତରଣ-ପଟୁ ।ଦେଖାଇଲ ମର୍ତ୍ତ୍ୟେନନ୍ଦନ-କାନନ, ୪- ତପସ୍ୱୀ ।ଫୁଟାଇଲ ତହିଁସୁମନ-ସୁମନ ।୫କି ଅସାଧ୍ୟ ତବ,ମହାମରୁସ୍ଥଳେବହେ କଲ୍ଲୋଳିନୀତବ ଆଜ୍ଞାବଳେ ।ମାର୍ଜିତ ରୁଚିରେମାର୍ଜିତ ଭାଷାରେ୫- ଦେବପୁଷ୍ପ ଅର୍ଥାତ୍ ପାରିଜାତ ।ରଚିଲି ସାହିତ୍ୟଶକ୍ତି ଅନୁସାରେ ।ନବ ଭାବ ତହିଁକରି ସଂଯୋଜିତଶିଖାଇଲ ଦେଶେଆଦର୍ଶ ସାହିତ୍ୟ ।ମଣିମୟ ତବବିରଚିତ ଗ୍ରନ୍ଥ,ନବ ସାହିତ୍ୟରତାହା ଆଦ୍ୟ ସନ୍ଥ ।ଉତ୍କଳର ଅଙ୍ଗତନ୍ନ ତନ୍ନ କରିଦେଖି ଗ୍ରାମ ନଦୀବନ ଗିରି ଦରୀ,ଚିତ୍ରିଲି ତାହାକୁନବୀନ ତୂଳିରେ,ସେ ଚିତ୍ର ସୁଷମାବର୍ଣ୍ଣି ନୁହେଁ ଗିରେ ।ଜଳେ ପଦ୍ମ ପ୍ରାୟନ ମିଶି ଜଗତେଖେଳୁଥିଲ ସଦାପ୍ରକୃତ ସଙ୍ଗତେ ।ପଙ୍କିଜ ପିଚ୍ଛିଳଏ ସଂସାର ପଥ,ନ ରୁଚିଲା ତହିଁତୁମ୍ଭ ମନୋରଥ ।ତେଣୁ ଭିନ୍ନ ପୁଅସୃଜି ନିଛାଟିଆ,ଚାଲୁଥିଲ ତହିଁତୁମ୍ଭେ ଏକାଟିଆ ।ଜନ୍ମଭୂମି ଦୁଃଖେସଦା ଖିନ୍ନ ମନେକନ୍ଦାଉଣଥିଲନିଜେ କାନ୍ଦି ଅନ୍ୟେ ।ଥିଲ ତୁମ୍ଭେ ଦେଶ-ଗୌରବ-କେତନ,ଉତ୍କଳ-ସାହିତ୍ୟ-ଗର୍ବ-ଗଣ୍ଠିଧନ ।ସୌଜନ୍ୟ ତୁମ୍ଭରଯେ ଦେଖିଛି ଥରେ,ନ ହେବ ବିସ୍ମୃତକେବେ ଜୀବନରେ ।ଉତ୍ସାହର ପୁଣିଥିଲ ପ୍ରତିମୂର୍ତ୍ତି,ସ୍ମରଣେ ତା ହୃଦେଧରି ନୁହେଁ ଧୃତି ।ନବୀନ ଲେଖକ-ମାନଙ୍କର ଆହାଥିଲ ତୁମ୍ଭେ ଦେବ !ଏକମାତ୍ର ସାହା ।ହରାଇ ତୁମ୍ଭଙ୍କୁସେମାନେ ଅନାଥ,କାନ୍ଦୁଛନ୍ତି କହିହା ହା ରାଧାନାଥ !ସାରଲ୍ୟରେ ତୁମ୍ଭେସାରଲ୍ୟଦାୟାଦ,ସିନ୍ଧୁ ସମ ତବପାଣ୍ଡିତ୍ୟ ଅଗାଧ ।ବିବିଧ ଭାଷାରେଥିଲ ସୁମଣ୍ଡିତ,ବିବିଧ ସାହିତ୍ୟ-ଶାସ୍ତ୍ର-ସୁପଣ୍ଡିତ ।ଧରିଲା ତୁମ୍ଭଙ୍କୁଏ ଉତ୍କଳ ଧରାଶୁଭକ୍ଷଣେ କୋଳେକୀର୍ତ୍ତି-କଳେବର ।ମାହେନ୍ଦ୍ର ମୂହୂର୍ତ୍ତେଧରିଲ ଲେଖନୀ,କାବ୍ୟ-ବନ-ପିକଆହେ ସୁଧୀମଣି !ଲଘୁ କଲ ତୁମ୍ଭେମାତୃଭାଷା ଦୁଃଖ ।ଉଜ୍ଜ୍ୱଳିଲ ପୁଣିମାତୃଭୂମି ମୁଖ ।ମାଗୁଛି ମେଲାଣିଏବେ କବିବର,ଜୁହାରି ଉଦ୍ଦେଶ୍ୟେଯୋଡ଼ି ବେନି କର ।ଥିଲ ତୁମ୍ଭେ ମଞ୍ଚେଚାରିତ୍ର୍ୟଦେବତା,ସୂକର୍ମେ ଲଭିଛିମରି ଅମରତା ।ପାର୍ଥିବ ଶରୀରହରିଅଛି କାଳ,ଯଶ-ଦେହ ତବଥିବ ଚିରକାଳ ।ଯେତେ କାଳ ଥିବଏ ଉତ୍କଳଧାମ,ଯେତେ କାଳ ଥିବମାତୃଭାଷା ନାମ,ରହିବ ତାବଚଚବ ସ୍ୱର୍ଣ୍ଣସ୍ମୃତି,ମହୋଚ୍ଛ୍ୱକପ୍ରଭଶୁଭ୍ର-କୀର୍ତ୍ତୀ-ମୂର୍ତ୍ତି ।ତରା ତା’ ଶରୀରନ ପାରିବ ସ୍ପର୍ଶି,କାଳ-କ୍ରୂର କୀଟନା ପାରିବି ଦଂଶି ।କବିତାରୂପିଣୀକନ୍ୟାଏ ତୁମ୍ଭରଉତ୍କଳ ପ୍ରଦେଶେଭ୍ରମି ନିରନ୍ତର,ତୁମ୍ଭର ମାହାତ୍ମ୍ୟଆଦର୍ଶ ଶିଖାଇତବ ଶୁଭ ସ୍ମୃତିରଖିବେ ଜଗାଇ ।ରଖିବେ ଜଗାଇଯୋଗ୍ୟପୁତ୍ର ଶଶୀତବ ସୁପବିତ୍ର-କୁଳ-ପୂର୍ଣ୍ଣଶଶୀ ।ଆଦଶ ତାଙ୍କରପିତୃଭକ୍ତି ନିଷ୍ଠା,କରିଛନ୍ତି ଏହିସମାଧି ପ୍ରତିଷ୍ଠା ।ପିତା ତାଙ୍କ ଧର୍ମ,ପିତା ତାଙ୍କ ସ୍ୱର୍ଗ,ପିତା ଜପ ତପ,ପିତା ଅପବର୍ଗ ।ପିତୃ-ପ୍ରତିମୂର୍ତ୍ତି-ଦର୍ଶନର ସଦାଦେଖିଛି ତାଙ୍କରଅସାମାନ୍ୟ ଶ୍ରଦ୍ଧା ।ପିତୃ ଅସ୍ଥିକୁ ସେମହାମଣି ମଣିଧରିଛନ୍ତି ବକ୍ଷେସୁପୁତ୍ର-ଅଗ୍ରଣୀ ।ପିତୃଖ୍ୟାତ ବୃଦ୍ଧିତାଙ୍କ ନିତ୍ୟବ୍ରତ,ପିତୃପୂଜା-ଯଜ୍ଞେଦୀକ୍ଷିତ ସତତ ।ହୋଇଛ ଆଶ୍ୱସ୍ତଦେଖି ତାଙ୍କ କାମ,ରଖିବେ ସେ ନିଶ୍ଚେତବ ପୁଣ୍ୟ ନାମ ।