ସାଗର
ଚିନ୍ତାମଣି ମହାନ୍ତି
୧୮୬୭–୧୯୪୩
- ସଂକଳନ: କଳ୍ପନାକୁଞ୍ଜ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୦୯
- ସ୍ଥିତି
- ସାର୍ବଜନୀନ (Public domain)
କି ଅଚିନ୍ତ୍ୟ ମହାଶକ୍ତି ଧରୁ ରେ ସାଗର,ଇଚ୍ଛାକଲେ ଗ୍ରାସିପାରୁ ଲବେ ଚରାଚର ।ମାତ୍ର ଲଙ୍ଘୁ ନାହିଁ ଗାରେ ବେଳାଭୂମି ସୀମା,ଧନ୍ୟ ତୁହି ସତ୍ୟସନ୍ଧ ଧନ୍ୟ ତୋ ମହିମା ।ରତ୍ନାକର ହେଲେ ସୁଦ୍ଧା ସେ ରତ୍ନ ସହିତ,ନାହିଁ ପାରାବାର ତୋର ସମ୍ପର୍କ କିଞ୍ଚିତ ।ତାହା ଯୋଗେ ଆନ ହୁଏ ପୂଜ୍ୟ ଭାଗ୍ୟବାନ,ସାଧୁ ସିନା ଅର୍ଜେ ଧନ କରିବାକୁ ଦାନ ।ନୋହିଲେ କି କାଦମ୍ବିନୀ ଶୋଷି ତୋ ପୟ,ରଖନ୍ତା ସଯତ୍ନେ କରି ଗର୍ଭରେ ସଞ୍ଚୟ ।ବିପୁଳ କୁଟୁମ୍ବୀ ସିନ୍ଧୁ, ସର୍ବ ପରିବାରେ,ପାଳୁଅଛୁ ନିତ୍ୟ ତୁହି ସମାନ ପ୍ରକାରେ ।କହ କହ ତୀର୍ଥରାଜ ପ୍ରାଣମନ ସହ,କାହାକୁ ତୁ ଡାକୁଅଛୁ ଉଚ୍ଚେ ଅହରହ ।କାହା ଭାବେ ତନ୍ମୟ ତୁ ଅସମ୍ଭାଳ ବେଶେ,ଶୁଭେ କି ତୋ ଡାକ ସେହି ଅନୁଦ୍ଦେଶ୍ୟ ଦେଶେ ।ଡାକୁଥା ଡାକୁଥା ସଦା ଅତି ଉଚ୍ଚସ୍ୱରେ,କେବେହେଲେ ଶୁଭିବ ତୋ ଡାକ ନିଶ୍ଚେ ଥରେ ।
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ
ଅମୃତନିଧି ଚଉତିଶା
ଦୀନକୃଷ୍ଣ ଦାସ
ଓଗାଳ ଖଣ୍ଡ ପ୍ରଥମ ଭାଗ
ଅଚ୍ୟୁତାନନ୍ଦ ଦାସ