ରଙ୍ଗନାଥ ଶାସ୍ତ୍ରୀ
ଭକ୍ତକବି · ୧୮୫୩–୧୯୧୨ · ରାଧାନାଥ ଯୁଗ
- ସଂକଳନ: ସାହିତ୍ୟ କୁସୁମ
- ପଢ଼ିବା ସମୟ
- ୫ ମିନିଟ୍
- ଶବ୍ଦ
- ୮୨୪
- ସ୍ଥିତି
- ସାର୍ବଜନୀନ (Public domain)
ମାନ୍ଦ୍ରାଜ ଅଞ୍ଚଳରେ ଗୋଟିଏ ଗ୍ରାମରେ ୧୮୧୯ ଖ୍ରୀଷ୍ଟାବ୍ଦରେ ପଣ୍ଡିତ ରଙ୍ଗନାଥ ଶାସ୍ତ୍ରୀ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିତା ଜଣେ ଅତି ଦରିଦ୍ର ବ୍ରାହ୍ମଣ ଥିଲେ; କିନ୍ତୁ ସେ ବହୁଶାସ୍ତ୍ରରେ ପଣ୍ଡିତ ଥିଲେ । ତେଣୁ ଶୈଶବରେ ରଙ୍ଗନାଥଙ୍କର ସଂସ୍କୃତ ଶିକ୍ଷାର ସୁବିଧା ହୋଇଥିଲା । ପ୍ରବାଦ ଅଛି ଯେ, ରଙ୍ଗନାଥ ବାଲ୍ୟକାଳରେ ସଂସ୍କୃତରେ ଅଳ୍ପ ଅଳ୍ପ କଥାବାର୍ତ୍ତା କରିପାରୁଥିଲେ । ଦଶ ବର୍ଷ ବୟସରେ ତାଙ୍କର ଗୁଣ ଚାରିଆଡ଼େ ଜଣାଗଲା । ଗୋଟିଏ ବିଶେଷ ଘଟନାରେ ତାହାଙ୍କର ଜୀବନର ମାର୍ଗ ଉଜ୍ଜ୍ୱଳ ହୋଇଯାଇଥିଲା ।
ଉକ୍ତ ଘଟନା ଏହି ଯେ, ତାହାଙ୍କର ପିତା ସହକାରଙ୍କଠାରୁ କିଛି ଜମି ଇଜାରା ନେଇଥିଲେ । ନିର୍ଦ୍ଦିଷ୍ଟ ସମୟରେ ତହିଁର ରାଜସ୍ୱ ଦେଇ ନ ପାରବାରୁ ସରକାରୀ ନିୟମ ଅନୁସାରେ ତାହାକୁ କାରାବାସ ଦଣ୍ଡ ଭେଗ କରିବାକୁ ହୋଲା । ସେହି କାରାବାସ ସମୟରେ ରଙ୍ଗନାଥଙ୍କର ପିତାମହଙ୍କ ଶ୍ରାଦ୍ଧଦିନ ପଡ଼ିଲା । ଶ୍ରାଦ୍ଧର ପୂର୍ବଦିନ ଶ୍ରାଦ୍ଧକାରୀଙ୍କି ଉପସ୍ଥିତ ନ ଦେଖି ରଙ୍ଗନାଥଙ୍କର ଜନନୀ ଶୋକରେ ବିଳାପ କରିବାକୁ ଲାଗିଲେ । ମାତାଙ୍କ ନେତ୍ରରୁ ଅବିରଳ ଅଶ୍ରୁପାତ ଦେଖି ବାଳକ ରଙ୍ଗନାଥ ଆଉ ଧୌର୍ଯ୍ୟ ଧରି ପାରଲେ ନାହିଁ । ସେ ତତ୍କ୍ଷଣାତ୍ ପିତାଙ୍କର କାରାମୁକ୍ତି ବିଷୟରେ କୃତସଂକଳ୍ପ ହୋଇ ନିକଟବର୍ତ୍ତୀ ନଗର ଅଭିମୁଖରେ ଧାବମାନ ହେଲେ । ନଗରରେ ପ୍ରବେଶକରି ସର୍ବପ୍ରଥମେ ସେ ଜଜ୍ସାହେବଙ୍କ କୋଠ ଠାରେ ଉପସ୍ଥିତ ହେଲେ ଏବଂ ଶ୍ରାଦ୍ଧଦିନ ପାଇଁ ପିତାଙ୍କୁ ମୁକୁଳାଇ ଦେବା ନିମନ୍ତେ ସାହେବଙ୍କୁ ବହୁତ ବିନୟ କରି କହିଲେ । ସେ ଜଜ୍ସାହେବ ବଡ଼ ଦୟାଳୁଥିବାରୁ ଜଣେ ବାଳକର ଏ ପ୍ରକାର କାକୁତିମିନତିରେ ସନ୍ତୁଷ୍ଟ ହୋଇ କହିଲେ, ‘‘ମୁଁ ତୁମ୍ଭ ପିତାଙ୍କୁ ମୁକ୍ତ କରିଦେଇପାରେ; କିନ୍ତୁ ନିୟମାନୁସାରେ ଜଣେ ପ୍ରତିଭୂ ଆବଶ୍ୟକ-। ତୁମ୍ଭ ପିତା ଫେରି ନ ଆସିଲା କଣ ହେବ ?’’
ରଙ୍ଗନାଥ ତତ୍କ୍ଷଣାତ୍ ଉତ୍ତର ହେଲେ, ‘‘ମୁଁ ସତ୍ୟ କରୁଅଛି ଯଦି ମୋହର ପିତା ନ ଆସନ୍ତି, ତାହାହେଲେ ମୁଁ କୟେଦରେ ରହିବି ।’’ ଜଣେ ଦଶ ବର୍ଷ ବୟସ୍କ ବାଳକର ଏ ପ୍ରକାର ପ୍ରତିଜ୍ଞା ଶୁଣି ସାହେବଙ୍କୁ ବଡ଼ ଆଶ୍ଚର୍ଯ୍ୟ ବୋଧହେଲା । ସେ ରଙ୍ଗନାଥଙ୍କ କଥାରେ ପରିତୋଷ ଲାଭ କରି ତାଙ୍କ ପିତାଙ୍କୁ କାରାମୁକ୍ତ କରିଦେଲେ ଏବଂ ପୂତ୍ରଙ୍କୁ କହିଲେ, ‘‘କାଲି ସକାଳେ ତୁମ୍ଭେ ମୋତେ ଆସି ଦେଖାଦେବ ।’’ ରଙ୍ଗନାଥ ମହାନନ୍ଦରେ ପିତାଙ୍କୁ ଘେନି ରାତ୍ରି ଦ୍ୱପହର ସମୟରେ ଆସି ଗୃହରେ ଉପସ୍ଥିତ ହେଲେ । ଉଭୟଙ୍କୁ ଦେଖି ଜନନୀଙ୍କର ଆଉ ଆନନ୍ଦର ସୀମା ରହିଲା ନାହିଁ । ପିତା ମାତେ ଦୁହେଁ ଯୋଗ୍ୟପୁତ୍ରର ବହୁତ ପ୍ରଶଂସା କରିବାକୁ ଲାଗିଲେ । ମାତ୍ର ତହିଁ ଆରଦିନ ଅତି ପ୍ରତ୍ୟୁଷରେ ରଙ୍ଗନାଥ ସହରକୁ ଯିବାପାଇଁ ବାହାରିବାରୁ ମାତାଙ୍କ ମୁଖ ବିଷଣ୍ଣ ହୋଇଗଲା । କିନ୍ତୁ ରଙ୍ଗନାଥ ଆଜି ସେଥିପ୍ରତି ଦୃଷ୍ଟିପାତ ନ କରି; କୌଣସି ଆପତ୍ତି ନ ଶୁଣି ନିଜ ପ୍ରତିଜ୍ଞା ପାଳନ ନିମନ୍ତେ ଜଜ୍ସାହେବଙ୍କ ନିକଓକୁ ଯାତ୍ରାକଲେ ଏବଂ ତାହାଙ୍କ କୋଠିର କବାଟ ନ ଫିଟୁଣୁ ବାରଣ୍ଡାରେ ଯାଇ ଉପସ୍ଥିତ ହେଲେ ।
ସାହେବ ପ୍ରଥମେ ଆସି ଦେଖିଲେ ଯେ, ବାରଣ୍ଡାରେ ବାଳକଟି ଦଣ୍ଡାୟମାନ । ଦେଖିଲାକ୍ଷଣି ସେ ପ୍ରୀତହୋଇ କହିଲେ, ‘‘ତୁମ୍ଭେ ବଡ଼ ସତ୍ୟବାଦୀ ବାଳକ । ମୁଁ ବଡ଼ ସନ୍ତୁଷ୍ଟ ହୋଇଅଛି । ତୁମ୍ଭେ ଇଂରାଜୀ ଲେଖାପଢା ଶିଖୁନାହିଁ କାହିଁକି ? ତୁମ୍ଭର ସବୁ ବ୍ୟୟ ଚଳାଇଲେ ପଢିବ ତ ?’’ ରଙ୍ଗନାଥ ଉତ୍ତର ଦେଇ, ‘‘ପିତାମାତାଙ୍କୁ ନ ପଚାରି କିଛି ସାହେବ ଆହୁରି ସନ୍ତୁଷ୍ଟ ହୋଇଗଲେ ।
ପିତାମାତାଙ୍କ ଅନୁମତି ପାଇ ରଙ୍ଗନାଥ ଇଂରାଜୀ ପଢିବାକୁ ଲାଗିଲେ । ଅବସରକ୍ରମେ ନିଜେ ଜଜ୍ସାହେବ ମଧ୍ୟ ତାହାଙ୍କୁ ପଢାଇବାକୁ ଆରମ୍ଭ କଲେ । ରଙ୍ଗନାଥଙ୍କର ସ୍ମରଣଶକ୍ତି ଏପରି ପ୍ରବଳ ଥିଲା ଯେ, କେତେ ମାସ ମଧ୍ୟରେ ସେ ଇଂରାଜୀ ଲେଖିପଢିପାରିଲେ । ସେଠା ସ୍କୁଲର ଶିକ୍ଷା ସମାପ୍ତ ହେବାରୁ ଉଚ୍ଚ ଶିକ୍ଷା ନିମିତ୍ତ ସାହେବ ତାହାଙ୍କୁ ମାନ୍ଦ୍ରାଜ ସହାରକୁ ପଠାଇଦେଲେ । ମାନ୍ଦ୍ରାଜକୁ ଯାଇ ସେ ଇଂରାଜୀ ଶିକ୍ଷାରେ ବିଶେଷ ଉନ୍ନତି ଲାଭକଲେ ଏବଂ ତତ୍କାଳୀନ ସର୍ବୋଚ୍ଚ ପରୀକ୍ଷାରେ ପ୍ରଶଂସା ପାଇ ଉତ୍ତୀର୍ଣ୍ଣ ହୋଇଥିଲେ । ରାଜଭାଷା ଶିକ୍ଷା ସଙ୍ଗେ ସଙ୍ଗେ ସେ ଅନ୍ୟାନ୍ୟ ଦେଶୀୟ ଭାଷା ମଧ୍ୟ ଶିକ୍ଷା କରୁଥିଲେ । ଅବସରକ୍ରମେ ଏହିପରି ଶିକ୍ଷା କରୁ କରୁ ସେ ତେଲୁଗୁ, ତାମିଲ, କର୍ଣ୍ଣାଟ, ମହାରାଷ୍ଟ୍ରୀ, ପାରସୀ ପ୍ରଭୃତି ଅନେକ ଭାଷା ଜାଣିପାରିଥିଲେ । ତାହାରି ଫଳରେ ସେ ମାନ୍ଦ୍ରାଜ ହାଇକୋର୍ଟର ଇଣ୍ଟରପ୍ରିଟର୍ ବା ବିଭିନ୍ନ ଭାଷାର ମୌଖିକ ଅନୁବାଦକର କାର୍ଯ୍ୟ ପ୍ରାପ୍ତ ହୋଇଥିଲେ; ଅର୍ଥାତ୍ ଅଦାଲତର ଆସାମୀ ଏବଂ ସାକ୍ଷୀମାନେ ନାନା ଭାଷାରେ କଥା କହିଲେ ସେ ତାହା ବିଚାରପତିଙ୍କୁ ଇଂରାଜୀରେ ବୁଝାଇ ଦେଉଥିଲେ । ଏ କାର୍ଯ୍ୟ ସେ ଏପରି ସୁଚାରୁରୂପେ ଚଳାଇ ଥିଲେ ଯେ, ସମସ୍ତ ବିଚାରପତି ତାଙ୍କ ପ୍ରତି ସନ୍ତୁଷ୍ଟ ହୋଇଥିଲେ । ଅବଶେଷରେ ସରକାର ବାହାଦୁର ତାହାଙ୍କ କାର୍ଯ୍ୟରେ ଅତ୍ୟନ୍ତ ପ୍ରୀତ ହୋଇ ସାନ ଅଦାଲତର ଜଜ୍ କାର୍ଯ୍ୟରେ ତାହାଙ୍କୁ ନିଯୁକ୍ତ କଲେ । ସେ କାର୍ଯ୍ୟରେ ରଙ୍ଗନାଥ ଏପରି ବିଚକ୍ଷଣ ଭାବରେ ବିଚାର କରିବାକୁ ଲାଗିଲେ ଯେ, ଲୋକେ ଦେଖି ଅବାକ୍ ହୋଇଗଲେ । ତାହାଙ୍କର ଅପକ୍ଷପାତ ବିଚାର ଦେଖି ସବୁ ଶ୍ରେଣୀର ଲୋକେ ସନ୍ତୁଷ୍ଟ ହୋଇ ଯାଉଥିଲେ ।
ପଣ୍ଡିତ ରଙ୍ଗନାଥ ଟିକିଏ ସମୟ ପାଇଲାକ୍ଷଣି ପୁସ୍ତକ ଅଧ୍ୟୟନ କରୁଥିଲେ । ତେତେବେଳେ ପ୍ରାୟ ଚୌଦଟା ଭାଷାରେ ତିନିହଜାର ଉତ୍କୃଷ୍ଟ ପୁସ୍ତକ ଥିଲା । ସେ ସମସ୍ତ ପୁସ୍ତକ ରଙ୍ଗନାଥ ଯେ କେବଳ ଅଧ୍ୟୟନ କରିଥିଲେ ତାହା ନୁହେଁ; ସେଗୁଡ଼ିକ ଆମୂଳ ପଢିଯାଇ ପୃଷ୍ଠାଦାଢରେ ଆପଣାର ମତାମତ ପେନ୍ସିଲରେ ଲେଖିଥିଲେ ।
ଏହିରୂପେ ପ୍ରଶଂସିତ ଭାବରେ ସ୍ୱକାର୍ଯ୍ୟ ସମ୍ପାଦନକରି ରଙ୍ଗନାଥ ୧୮୮୦ ଖ୍ରୀଷ୍ଟାବ୍ଦରେ ଅବସର ଗ୍ରହଣକଲେ । ଅବସର ପାଇ ସେ ମାନ୍ଦ୍ରାଜ ଲାଟ୍ଙ୍କ ମନ୍ତ୍ରିସଭାର ସଭ୍ୟ ହୋଇଥିଲେ ଏବଂ ଗଭର୍ଣ୍ଣମେଣ୍ଟଙ୍କୁ ଅନେକ ସୁପରାମର୍ଶ ଦେଇ ଦେଶର ବହୁ ଉପକାର କରିବାର ଚେଷ୍ଟା କରିଥିଲେ । କିନ୍ତୁ ଏ କାର୍ଯ୍ୟ ସେ ଅଧିକ କାଳ କରିପାରି ନ ଥିଲେ । ୧୮୮୧ ଖ୍ରୀଷ୍ଟାବ୍ଦରେ ରଙ୍ଗନାଥ ଇହଧାମ ପରିତ୍ୟାଗ କରି ପରଲୋକ ପ୍ରସ୍ଥାନ କରିଅଛନ୍ତି ।
ତାହାଙ୍କାର ପାଣ୍ଡିତ୍ୟ, କାର୍ଯ୍ୟଦକ୍ଷତା ଏବଂ ସୁଚରିତ୍ରତା ବିଷୟ ଆଲୋଚନା କଲେ ଅବାକ୍ ହେବାକୁ ହୁଏ । ତେତେବେଳେ ଶିକ୍ଷା ଲାଗି ଆଜିକାଲି ପରି ଉଚ୍ଚ ବିଦ୍ୟାଳୟ ବା ସଙ୍ଗ ନିମିତ୍ତ ଯୋଗ୍ୟ ସଭ୍ୟସମାଜ ନ ଥିଲା । ଚରିତ୍ରଗଠନ ଲାଗି କୌଣସି ଶିକ୍ଷା ସୁବିଧା ଥିବା ଦୂରକୁ ଥାଉ; ବରଂ କୁସଙ୍ଗର ଆଶଙ୍କା ପୂର୍ଣ୍ଣମାତ୍ରାରେ ଥିଲା । ତଥାପି ରଙ୍ଗନାଥ ଯେ କି ପ୍ରକାରେ ଏତେ ବଡ଼ ହୋଇଥିଲେ ଏହା ଜାଣିବାର ବିଷୟ । ତାହାଙ୍କର ଜୀବନୀ ଆଲୋଚନା କଲେ ଦେଖାଯିବ ଚାରୋଟି ସଦ୍ଗୁଣ ତାହାଙ୍କୁ ଏତେ ଉନ୍ନତ କରିପାରିଥିଲା ।
ପ୍ରଥମରେ ଉଲ୍ଲେଖଯୋଗ୍ୟ ଏହି, ସେ ବାଲ୍ୟକାଳରୁ ସତ୍ୟବାଦୀ ଥିଲେ । ସେ ଅତି ଦରିଦ୍ରର ସନ୍ତାନ ଥିଲେହେଁ ଏହି ସତ୍ୟବାଦିତା ଗୁଣରୁ ଜଜ୍ସାହେବଙ୍କର ପ୍ରିୟ ହୋଇ ଉଚ୍ଚଶିକ୍ଷା ପାଇବାର ସୁବିଧା ପାଇଥିଲେ । ତେଣୁ ଏ ସତ୍ୟକଥନକୁ ସେ ଆଜୀବନ ଦୃଢ ରଖିଥିଲେ । ଦ୍ୱିତୀୟତଃ ସେ ଯାହା ପ୍ରତିଜ୍ଞା କରୁଥିଲେ ତାହା ପାଳନ କରୁଥିଲେ ଏବଂ ଉତ୍କୃଷ୍ଟଟ ପୁସ୍ତକମାନେ ପଢିବାକୁ ବଡ଼ ଭଲ ପାଉଥିଲେ । ଅନ୍ୟମାନେ ଯେଉଁ ସମୟ ଆମୋଦପ୍ରମୋଦରେ କଟାଉଥିଲେ, ସେ ସମୟରେ ରଙ୍ଗନାଥ ଭଲ ଭଲ ପୁସ୍ତକ ପଢି ଆନନ୍ଦଲାଭ କରୁଥିଲେ । ତୃତୀୟ ଗୁଣ ଏହି ଥିଲା, ସେ ନିୟମିତ ଭାବରେ ସବୁ କାର୍ଯ୍ୟ କରୁଥିଲେ । ତେଣୁ ସମସ୍ତ ବୈଷ୍ୟିକ କାର୍ଯ୍ୟ କରେ ପଢାଶୁଣା କରିବାକୁ ସେ ଯଥେଷ୍ଟ ସମୟ ପାଉଥିଲେ । ଚତୁର୍ଥ କଥା, ତାଙ୍କର ସ୍ୱାସ୍ଥ୍ୟପ୍ରତି ବିଶେଷ ଦୃଷ୍ଟି ଥିଲା । ସର୍ବଦା ମାନସିକ ପରିଶ୍ରମ ଅନୁପାତରେ ଶାରୀରିକ ଶ୍ରମ କରୁଥିଲେ । ପ୍ରତ୍ୟହ ସେ ବ୍ୟାୟାମ ଏବଂ ଅଶ୍ୱାରୋହଣାଦି ଦ୍ୱାରା ଯଥେଷ୍ଟ ଶାରୀରିକ ଶ୍ରମ କରୁଥିଲେ । ତେଣୁ ସେ ବୃଦ୍ଧାବସ୍ଥା ପର୍ଯ୍ୟନ୍ତ ବେଶ୍ ସୁସ୍ଥକାୟ ଥିଲେ ଏବଂ ସର୍ବଦା ସୁସ୍ଥ ଥିବାରୁ ସେପରି କାର୍ଯ୍ୟକ୍ଷମ ଥିଲେ । ତାହାଙ୍କର ଏହି ଗୁଣମାନ ସମସ୍ତଙ୍କର ଅନୁକରଣୀୟ ।
ସମ୍ବନ୍ଧିତ ରଚନା
ଚିଲିକା ହ୍ରଦ
ମଧୁସୂଦନ ରାଓ
ମନୁଷ୍ୟର ଧର୍ମବୁଦ୍ଧି
ମଧୁସୂଦନ ରାଓ
ଦ୍ୱିତୀୟ ପ୍ରସ୍ତାବ
ମଧୁସୂଦନ ରାଓ
ତୃତୀୟ ପ୍ରସ୍ତାବ
ମଧୁସୂଦନ ରାଓ