ଭାଗ ୨ — ରାଜା ତ ଫକୀର — ଫକୀରମୋହନ ସେନାପତି · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ମହାରାଷ୍ଟ୍ର ଦେଶର ସୁପ୍ରସିଦ୍ଧ କବି ଏବଂ ସାଧୁ ତୁକାରାମଙ୍କୁ ଦର୍ଶନ କରିବା ସକାଶେ ଛତ୍ରପତି ଶିବାଜି ନିମନ୍ତ୍ରଣ କରିବାରୁ ଭକ୍ତ ପ୍ରଧାନ ତୁକାରାମ ଗୋଟିଏ ଅଭଙ୍ଗ ଅର୍ଥାତ୍ କବିତାଦ୍ୱାରା ଯେଉଁ ଉତ୍ତର ଦେଇଥିଲେ, ସେଥିର ସାର ମର୍ମ ଏହି-
ଶୁଣିବାକୁ ଆଜ୍ଞା ହେଉ ଆହେ ଛତ୍ରପତି!ତୁମ୍ଭ ମତି ଭକ୍ତି ଥାଉ ବିଠୋବାଙ୍କ ପ୍ରତି । (୧)ଲେଖିଅଛି ମୋତେ ତୁମ୍ଭ ପାଶେ ଯିବାପାଇଁ,ମାତ୍ରକ ଯିବାର କିଛି ହେତୁ ଦେଖୁ ନାହିଁ ।(୧) ତୁକାରାମଙ୍କର ଉପାସକ ଏବଂ ମହାରାଷ୍ଟ୍ର ଦେଶର ସର୍ବଜନପୂଜନୀୟ ବିଠୋବା ଦେବଙ୍କ ମନ୍ଦିର ପଥିରପୂରରେ ବିଦ୍ୟମାନ ।କାନନନିବାସୀ ମୁହିଁ ଉଦାସୀନ ବେଶେବାସନାବିହୀନ ଚିତ୍ତେ ଭ୍ରମେ ଦେଶେ ଦେଶେ ।କଦାକାର ଧୂଳିମୟ ବସନବିହୀନ,ଫଳମୂଳାହାରୀ ତନୁ ଅଟେ ଜୀର୍ଣ୍ଣ ଶୀର୍ଣ୍ଣ ।ଆହାର ବିହାର ମୋର ଯେପ୍ରକାର ରୀତି,ଦେଖି ମୋତେ କେଭେ ଜାତ ହେବ ନାହିଁ ପ୍ରୀତି ।ବନ୍ଧୁଭାବେ ଏହି କଥା କରେଁ ନିବେଦନ,ମୋତେ ଦେଖିବାର କଥା ଭୁଲନ୍ତୁ ରାଜନ!ଆଉ ଏକ କଥା ଜାଣ, ବିଠୋବାସେବକେଉପାସନା ନ କରନ୍ତି ଯାଇ ଆନ ଲୋକେ ।ରକ୍ଷକ ପୋଷକ ମୋର ପ୍ରଭୁ ଭଗବାନ,ଏକମାତ୍ର ତାଙ୍କୁ ସଦା କରିଥାଏଁ ଧ୍ୟାନ ।ଜଗତରେ ନାହିଁ ମୋର କିଛି ଅଭିଳାଷ,କାହିଁ ପାଇଁ ଯିବି ବୋଲ ଆଉ ତୁମ୍ଭ ପାଶ?ତେଜିଛି ବିଷୟ ତୃଷ୍ଣା ଜଗତର କାର୍ଯ୍ୟ,ବିଠୋବାଙ୍କ ଆଜ୍ଞା ମାତ୍ର ମୋର ଶିରୋଧାର୍ଯ୍ୟ ।ପାଷାଣଶଯ୍ୟାରେ କରିଥାଏଁ ମୁଁ ଶୟନ,ଗଗନମଣ୍ଡଳ ମୋର ଅଙ୍ଗ ଆବରଣ ।ଆହାର ସକାଶେ ଅଛି ଅରଣ୍ୟରେ ଫଳ,ପାନପାଇଁ ନଦୀ ତଡ଼ାଗରେ ପୂର୍ଣ୍ଣ ଜଳ ।ମାଗିବି ଅନ୍ୟର ଅନୁଗ୍ରହ କି ସକାଶେ?ଆୟୁ ମାତ୍ର ହୁଏ କ୍ଷୟ ବାସନାଭିଳାଷେ ।ଯେଉଁ ମାନଙ୍କର ଥାଏ ଅର୍ଥ ଅଭିଳାଷ,ସେହୁ ଲୋକମାନେ ସିନା ଯାନ୍ତି ରାଜା ପାଶ ।ସେଥିରେ କି ହୁଏ ତାଙ୍କ ବାସନା ସଫଳ?ହୀନତା ଲାଞ୍ଛନା ଲାଭ ହୁଏଟି କେବଳ ।ମର୍ଯ୍ୟାଦା ଲଭନ୍ତି ରାଜା ପାଶେ ଧନବାନ,ଅର୍ଥହୀନ ଲୋକ ତହିଁ ପାଏ ଅପମାନ ।ଆପଣଙ୍କ ଦରଶନେ ନାହିଁ ଫଳୋଦୟ,କିପାଇଁ କରିବି ବୋଲ ବୃଥା କାଳକ୍ଷୟ?ଗତାୟାତ ପଥଶ୍ରମ ହେବ ମାତ୍ର ସାର,ଏଥିରେ ମୋହର ନାହିଁ କିଛି ଉପକାର ।ପ୍ରଭୁଙ୍କ କାର୍ଯ୍ୟରେ ଦେଇଛି ତ ପ୍ରାଣ ମନ,ଭ୍ରମ ହେଉ ପଛେ ତାହା କରିବି ପାଳନ ।ମହାପ୍ରଭୁ ତୁମ୍ଭ ହାତେ ଦେଇଛନ୍ତି ରାଜ୍ୟ,ପ୍ରଜାଙ୍କୁ ପାଳିବା ଅଟେ ତୁମ୍ଭ ନିତ୍ୟକାର୍ଯ୍ୟ ।କରିବ କର୍ତ୍ତବ୍ୟ କାର୍ଯ୍ୟ ରଖି ଧର୍ମେ ମତି,ନିରନ୍ତରେ ପାଞ୍ଚୁଥିବ ପ୍ରଜାଙ୍କ ଉନ୍ନତି ।ଆଶାରାଗ-ମଙ୍ଗଳ lଅମର ବିହଗୀ ସେ କି? ବିଚିତ୍ର ବରଣ,କେଉଁ ମହାଗଗନରେ କରେ ବିଚରଣ?ଆକର୍ଷଣ କରେ ମନ ଆଶ୍ୱାସେ, ବିଶ୍ୱାସେ,ତାହା ପଛେ ଗଗନରେ ଭ୍ରମିବା ସକାଶେ ।କି ଆଲୋକ ସୁଖମୟ ଦେଶେ ଯିବାପାଇଁଦିବା ନିଶି ପ୍ରାଣ ତାହା ପଛେ ଥାଏ ଧାଇଁ ।ଉଦାର ଆହ୍ୱାନେ ସବୁ ଭୁଲି ଯାଏ ପ୍ରାଣ,ଲଙ୍ଘିଯାଏ କେତେ ବାଧାବିଘ୍ନ ବ୍ୟବଧାନ ।ସ୍ୱର୍ଣ୍ଣରଥେ ଘେନିଯାଏ ଅନ୍ଧକାର ଦେଶେ,ସଂକୀର୍ଣ୍ଣତା ଭୁଲି ମନ ଧାଏଁ ମହାବେଶେ ।ନ ବୁଝେ ସେ ରୂପାନ୍ତରା-ମରୁ ମରୀଚିକା,ଭ୍ରମ ଚକ୍ରେ ଭୁଲିଯାଏ ରୂପ ବିଭୀଷିକା ।ମାତ୍ରକ ନ ଥିଲେ ଆଶା-ରଜ୍ଜୁର ବନ୍ଧନ,ଭାସୁଥାନ୍ତା ତମୋମୟ ଗଗନେ ଜୀବନ ।କକ୍ଷଭ୍ରଷ୍ଟ ତାରକାରାଗ – ଚକ୍ରକେଳି lଲେଖିବାକୁ ହୃଦେ ଉପୁଜେ ଭୀତି,ଶୁକ୍ଳା ଭାଦ୍ରପଦ ଦଶମୀ ତିଥି,ଢାଙ୍କିଛି ଚନ୍ଦ୍ରମା ଜଳଦ ଛାୟା,ବିଷାଦ ଯେସନେ ସୁନ୍ଦର କାୟା ।ଗଗନ ପ୍ରାଙ୍ଗଣେ ଦୀପ ସଦୃଶଥିଲା ତାରାଟିଏ ହେଲା ଅଦୃଶ୍ୟ ।ଆତଙ୍କେ ଆଶାରେ ରହିଛି ଚାହିଁ,କକ୍ଷଭ୍ରଷ୍ଟ ହୋଇ ଗଲା ସେ କାହିଁ ।ଅନନ୍ତ ବ୍ରହ୍ମାଣ୍ଡ ବିଶାଳ ବକ୍ଷେଡୁବି ଲୁଚିଗଲା କାହିଁ ଅଲକ୍ଷେ ।ମାନବ ହୃଦୟେ ଆଶା ସମାନ,ଚାହୁଁ ଚାହୁଁ ହେଲା ସେ ଅନ୍ତର୍ଦ୍ଧାନ ।ସୁଖ ଶାନ୍ତି ଆଶା ଭରସା ସର୍ବଏପରି ହରାଇଥାନ୍ତି ମାନବ ।ଲୋକଚିହ୍ନାରାଗ-ଚକ୍ରକେଳି lସାଗର ଗର୍ଭକୁ କେ ପାରେ କଳି,ମାନବର ମନ ତହିଁରୁ ବଳି ।ବାକ୍ୟରେ ଆକାରେ ଯା ଯାଏ ଜଣା,ନ କର ସେଥିରେ ଧ୍ରୁବ ଧାରଣା ।ନାସା ନେତ୍ର କର୍ଣ୍ଣ ବଦନାକୃତି,କେବଳ ଅଟେ ତା ମାଂସ ବିକୃତି ।ମାନବର ମନ ସ୍ୱତନ୍ତ୍ର ବସ୍ତୁ,ତାହାକୁ କଳିବା କଠିନ କିନ୍ତୁ ।ନ କର ବିଶ୍ୱାସ ଚିହ୍ନିଛ ଲୋକ,ପାଇଛ ତ ଭେଟ ଏହି ମାତ୍ରକ ।ମଣିଛ ଯାହାକୁ ଦେବ-ଉପମ,ଦେଖି ପାର ତାକୁ ରାକ୍ଷସାଧମ ।ମାନବ ତ ନୁହେ ନିଜ ଆୟତ୍ତ,ଚାଳିତ ପ୍ରକୃତିବଶେ ସନ୍ତତ ।ବିଶେଷ ବିଶେଷ ଘଟନା ସ୍ଥଳ,ଲୋକ ଚିହ୍ନିବାର ହେତୁ କେବଳଲୋକ କଳିବାକୁ ଯେବେ ବାସନା,ଦେଖିବ ତା ଜୀବନର ଘଟନା ।ଘର୍ଷଣ, ସୋହାଗା, ଜଳନ୍ତାନଳସୁନା ପିତ୍ତଳର ପରୀକ୍ଷା ସ୍ଥଳ ।ବିଶେଷ ବିଶେଷ କାର୍ଯ୍ୟ ବେଭାରେଭିତର ମାନବ ପଡ଼େ ବାହାରେ ।ଆପଣା ବୁଦ୍ଧିରେ ଚିହ୍ନିଛ ଜନେ,ସହସା ଧାରଣା ନ ରଖ ମନେ ।ଘଟନା ଚକ୍ରରେ ମାନବ ମନବିବିଧ ସ୍ୱରୂପ କରେ ଧାରଣ ।ଜାଣିବ ଅଛି ଯା ଧର୍ମର ବଳ,ସବୁ ଅବସ୍ଥାରେ ସେହି ଅଟଳ ।ଲୋକ ଚିହ୍ନିବାକୁ ଯେବେ ବାସନା,ଧର୍ମଭାବେ କଥା ପଡ଼ିବ ଜଣା ।ଜୀବ ବ୍ରହ୍ମରାଗ - ମଙ୍ଗଳଜୀବ ବ୍ରହ୍ମ ବିରାଜିତ ଶରୀର ମଧ୍ୟରେ,ବିହଗ ଯୁଗଳ ଯଥା ନିବାସ ବୃକ୍ଷରେ ।ଜୀବନ ବିହଗ ନିତ୍ୟ ଭୁଞ୍ଜେ ନାନାଫଳ,ବ୍ରହ୍ମ ପକ୍ଷୀଥାନ୍ତି ସାକ୍ଷିସ୍ୱରୂପ କେବଳ ।ଅକାଟ୍ୟ ସମ୍ବନ୍ଧ କିନ୍ତୁ ଉଭୟ ମଧ୍ୟରେ,ତିଷ୍ଠି ନ ପାରଇ ଜୀବ ବ୍ରହ୍ମ ଅଭାବରେ ।ଏକ ଦାତା ଅନ୍ୟ ଭୋକ୍ତା ସମ୍ବନ୍ଧ ଏପରି,ତଥାପି ସେ ଜୀବ ଥାଏ ବ୍ରହ୍ମଙ୍କୁ ବିସ୍ମରି ।ମାତ୍ର ଜୀବ ବ୍ରହ୍ମ ବିନା ବ୍ୟାକୁଳହୃଦୟ,ଯେଣୁ ସେହି ଏକମାତ୍ର ପରମ ଆଶ୍ରୟ ।ଜାଗ୍ରତ କାଳରେ ଅବା ଶୟନେ ସ୍ୱପନେ,ଜୀବ ପ୍ରତି ବ୍ରହ୍ମ ଦୃଷ୍ଟି ଥାଏ ଅନୁକ୍ଷଣେ ।ଜଗତ ଜଞ୍ଜାଳେ ହେଲେ ଜୀବନ ବିକଳ,ବ୍ରହ୍ମ ଆଶ୍ରୟରେ ଶାନ୍ତି ଲଭଇ କେବଳ ।ଜୀବ ପକ୍ଷୀ ସୁଖ ଲୋଡ଼ି ଭ୍ରମେ ନିରନ୍ତରେ,ମାତ୍ର ଶାନ୍ତି ଲଭେ ନାହିଁ ଜଗତସୁଖରେ ।ନିର୍ମଳ ହୃଦୟେ ଯେବେ ପାଏ ମିତ୍ର ସଙ୍ଗ,ଲଭଇ ପରମ ଶାନ୍ତି ଜୀବନ ବିହଙ୍ଗ ।ପୁନର୍ମିଳନସେ କି ଅନ୍ଧକାରମୟ ଦେଶେ କରେ ବାସ?ଅବା ଯହିଁ କୋଟି ସୂର୍ଯ୍ୟ କିରଣ ପ୍ରକାଶ?ଅଥବା ପାର୍ଥିବ ଏହି ଅନ୍ଧାର, ଆଲୋକ,ସେ ଅଜ୍ଞାତ ଦେଶେ ନାହିଁ କିଛିହିଁ ସମ୍ପର୍କ!ନିଶ୍ଚୟ ସେ ଦେଶେ ଥିବ ଭିନ୍ନ ରୀତି ନୀତି,ସ୍ୱତନ୍ତ୍ର ପ୍ରକାର ତହିଁ ଉଲ୍ଲାସ ବା ଭୀତିପଞ୍ଚଭୂତାତୀତ ଆତ୍ମା ବାସ ଯେଉଁ ଦେଶେ,ତସ୍ୟ ଅନରୂପ ବସ୍ତୁ ଥିବ ତ ବିଶେଷେ ।ସମ୍ପର୍କ ଶରୀର ଆତ୍ମା ଅଧେୟ ଆଧାର,ଶରୀର ବିନାଶେ ସେ କି ଛନ୍ତି ନିରାକାର?ଦେହ ବିନା ବର୍ତ୍ତମାନ ଛନ୍ତି ସେ ଯେମନ୍ତ,ସେହିରୂପ ଦିନେ ମୁଁ ତ ହେବି ପରିଣତ!ଛାଡ଼ି ରହିଛନ୍ତି ସେହି ଅଜ୍ଞାତ ବାସରେ,ଆତ୍ମା ସିନା ତାକୁ ଲୋଡ଼ୁଅଛି ନିରନ୍ତରେ!ଯେ ରୂପରେ ଯେ ସ୍ଥାନରେ ଥାନ୍ତି ସେ ଯେସନେ,ଭେଟାଭେଟି ହେବ ଆତ୍ମା ଆତ୍ମା ଆକର୍ଷଣେ ।ଜୀବନେ ବିଡ଼ମ୍ବନା lବାରମ୍ବାର ସେହି ଏକ କଥା କହି କହିଯୁଗ ଯୁଗାନ୍ତର କେତେ କାଳ ଗଲା ବହି ।ଅବସାଦ, ବିଷଣ୍ଣତା, ଦୁଃଖ ଆଣେ ମନେ,ତଥାପି ସେ କଥା ବାରମ୍ବାର ପଡ଼େ ମନେ ।ଜଳେ ସ୍ଥଳେ, ଶୂନ୍ୟମାର୍ଗେ, ଜାଗ୍ରତେ, ସ୍ୱପନେ,ସେହି ଏକମାତ୍ର ଚିତ୍ର ଭାସୁଛି ନୟନେ ।ମନ ପ୍ରାଣେ ପରିପୂର୍ଣ୍ଣ, ପୁଷ୍ପେ ଗନ୍ଧ ଯଥା,ହେବାକୁ କି ପାରେ ସେହି ପାସୋରିବା କଥା!ପଟରେ ଆଲେଖ୍ୟ ଚିତ୍ର ଯାଏ ଦେଲେ ପୋଛି,ଶଶଙ୍କ ଲାଞ୍ଛିତ ଚିହ୍ନ ପାରିବ କି ଲୁଚି?ଯେଉଁ ଦୁଃଖ ଭାବନାରେ ହୁଏ ସୁଖୋଦୟ,ବରଞ୍ଚ ସେ ଶାନ୍ତିମୟ ଚିନ୍ତାର ବିଷୟ ।ଯେ ଦିନ ମନରୁ ଦୂର ହେବ ସେ ଭାବନା,ଜାଣିବି ଘଟିଲା ଜୀବନରେ ବିଡ଼ମ୍ବନା ।ବିହଗ ଯୁଗଳଏକ ତରୁବରେ ବାସ ଯୁଗଳ ବିହଙ୍ଗ,ଏକକୁ ଆରେକ ସାହା ସଖା ଅନ୍ତରଙ୍ଗ ।ଏକ ପକ୍ଷୀ ବୃକ୍ଷେ ଥାଇ ଫଳ ଭୋଗ କରେ,ଦ୍ୱିତୀୟ ବିହଙ୍ଗ ଥାନ୍ତି ସାକ୍ଷୀସ୍ୱରୂପରେ ।କରନ୍ତି ଛଅଟା ବ୍ୟାଧ ବୃକ୍ଷ ମଧ୍ୟେ ବାସ,କରିବାକୁ ଫଳଭୋଜୀ ପକ୍ଷୀକୁ ବିନାଶ ।ଜୀବାତ୍ମା ପରମ ଆତ୍ମା ମାନବ ଦେହରେକରନ୍ତି ନିୟତ ବାସ ପ୍ରଣୟଭାବରେ ।ଭୁଞ୍ଜଇ ଜୀବାତ୍ମା ସର୍ବ ଶୁଭାଶୁଭ ଫଳ,ପରମାତ୍ମା ଥାନ୍ତି ସାକ୍ଷୀସ୍ୱରୂପ କେବଳ ।କାମ, କ୍ରୋଧ, ଲୋଭ ଆଦି ରିପୁ ଛଅ ଜଣ,ଜଗିଥାନ୍ତି ଜୀବାତ୍ମାର ବିନାଶ କାରଣ ।ଥିଲେକ ଜୀବାତ୍ମା ପରମାତ୍ମାଙ୍କ ଶରଣେ,ନାଶ କରି ନ ପାରନ୍ତି ତାକୁ ରିପୁଗଣେ ।ମାନବର ମନଉଚ୍ଚଠାରୁ ଉଚ୍ଚତମ କିବା? ନୀଳନଭ,ଗଭୀରୁ ଗଭୀରତମ? ମହାସିନ୍ଧୁ ଗର୍ଭ ।ଅତି ଦ୍ରୁତତମ ଗତି କାହାର? ପବନ,ପାରେ କେ ସମସ୍ତ ଜିଣି? ମାନବର ମନ ।ଜଗତ ମଙ୍ଗଳମୟମଙ୍ଗଳନିଧାନ ହରି ମଙ୍ଗଳ ବିଧାନେସଜନ, ପାଳନ, ଲୟ କରନ୍ତି ସମାନେ ।ଅନନ୍ତ କୌଶଳେ ବିଶ୍ୱ ବ୍ରହ୍ମାଣ୍ଡ ସଚଳ,ଅନନ୍ତ ମହିମା ସତ୍ତା ପ୍ରକାଶେ କେବଳ ।ନିଖିଳ ମଙ୍ଗଳମୟ ବିଶ୍ୱ ଚରାଚର,ସୁପ୍ରତିଷ୍ଠ ସର୍ବ ଦ୍ରବ୍ୟ ମଙ୍ଗଳ ଆକର ।କିପାଁ ହାହାକାର ରବ? ଅଶାନ୍ତି? ଯନ୍ତ୍ରଣା?ବିପରୀତ ସମାବେଶ ଯାଏ ନାହିଁ ଜଣା ।ଏହି ମାତ୍ର ତତ୍ତ୍ୱବୋଧ ଅଭାବେ ତିମିର,ଅସମ୍ଭବ ପ୍ରକାଶିବା ମହିମା ମିହିର ।କରୁଁ ଯାହା ଦୁଃଖ ବୋଧ-ସୁଖର ନିଦାନ,ଆଶୁ କଷ୍ଟକର ମାତ୍ର କଲ୍ୟାଣନିଧାନ ।ଅଶେଷ କଲ୍ୟାଣ ହେତୁ ଭୂତ ବୈଶ୍ୱାନର,ଆପାତ ଦାହିକା ଶକ୍ତି ମହା କଷ୍ଟକର ।କାଞ୍ଚନ ଅନଳ ଦଗ୍ଧ-କମନୀୟ କାନ୍ତି-ପ୍ରକାଶର ହେତୁଭୂତ, କଷ୍ଟ ମନେ ଭ୍ରାନ୍ତି ।ପଚ୍ୟମାନ ବୀଜ ଶୀତାତପ ମୃତ୍ତିକାରେ,ପରିଣତ ଫଳବନ୍ତ ପାଦପ ଆକାରେ ।ବିପଦ ଯନ୍ତ୍ରଣା ସହି ସହି ନିତ୍ୟପ୍ରାଣ,ଉପଯୁକ୍ତ ଲଭିବାକୁ ସମୁନ୍ନତ ସ୍ଥାନ ।ମୃତ୍ୟୁ ବଳି କଷ୍ଟକର ନାହିଁ ଜୀବଲୋକେ,କିପାଁ ନାମମାତ୍ର ଶୁଣି ମୁହ୍ୟମାନ ଲୋକେ?ଉନ୍ନତ ନୂତନ ଭାବ ଦିଏ ଯେବା ଆଣି,ସେ ପବିତ୍ର ନାମେ କିପାଁ ମୁହ୍ୟମାନ ପ୍ରାଣୀ?ସଞ୍ଚାର ଅଭାବେ ବିଶ୍ୱେ ସଂହାରିଣୀ ଶକ୍ତି-ଅସମ୍ଭବ ନବ ପ୍ରାଣୀ ଜଗତେ ଉତ୍ପତ୍ତି ।ଉତ୍ପାଦିନୀ, ସଂରକ୍ଷିଣୀ, ପୁଣି ସଂହାରିଣୀ,ବିଶ୍ୱକାର୍ଯ୍ୟ ମୂଳୀଭୂତା ଏହି ଶକ୍ତି ତିନି ।ଆତ୍ମକୃତ କର୍ମଫଳ ଅଲଙ୍ଘ୍ୟ ବିଧାନେଭୁଞ୍ଜିବେ ଅବଶ୍ୟ ଜଗତର ପ୍ରାଣିମାନେ ।ଅନନ୍ତ ବିଧାନେ ଚକ୍ରେ ମାନବ ଜୀବନଘୂର୍ଣ୍ଣିତ, ସନ୍ତତ ଘଟେ ଉତ୍ଥାନ ପତନ ।ବିଧି ପ୍ରେରଣାରେ ଯାହା ଘଟିବ ମହୀରେ,ଗ୍ରହଣ ଉଚିତ ଭକ୍ତି ଅବନତ ଶିରେ ।ପ୍ରତ୍ୟେକ ଘଟଣା ମୂଳେ ମାନବ ଜୀବନ,ବିଧାତା ମଙ୍ଗଳମୟ ବିଧାନ ପ୍ରଚ୍ଛନ୍ନ ।ଆତ୍ମା ଅବିନାଶୀବ୍ରହ୍ମାଣ୍ଡ ବିରାଟ ଗ୍ରନ୍ଥ କରି ଅଧ୍ୟୟନଏତିକି ମାତ୍ରକ ଶିକ୍ଷା ଲଭିଛି ଜୀବନ ।ନିକ୍ଷିପ୍ତ ଗଗନ ମାର୍ଗେ ଅସଂଖ୍ୟ ଗୋଲକ,ପ୍ରତ୍ୟେକ ସହିତ ଅଛି ମୋହର ସମ୍ପର୍କ ।ଜଡ଼ୀୟ ଶରୀର ତେଜି ଯିବ ଯଦା ପ୍ରାଣ,ମହାନନ୍ତେ ମହାମାର୍ଗେ କରିବ ପ୍ରୟାଣ ।ଭ୍ରାମ୍ୟମାଣ ଏ ଜଗତ ଦେଖୁଛି ପ୍ରତ୍ୟକ୍ଷ,ଅବଶ୍ୟ ମୋ ଜୀବନର ଅଛି ଏକ କକ୍ଷ ।ଅଣୁ ପରମାଣୁ ଥିବେ ଜଗତେ ପ୍ରକାଶି,ଜଡ଼ାତୀତ ସୁମହାନ ଆତ୍ମା ଅବିନାଶୀ ।ରୂପାନ୍ତର ଅବିନାଶୀ ବିଶ୍ୱରେ କେବଳ,ଆତ୍ମାର ଅବସ୍ଥାନ୍ତର ସ୍ୱକାର୍ଯ୍ୟ ସମ୍ବଳ ।ଥିବ ମୋର ଅବସ୍ଥାନ ବିଶ୍ୱ ସମକାଳେ,ଗତି ମଧ୍ୟ ହେବ ବିଶ୍ୱ ସମଅନ୍ତରାଳେ ।ଯେଉଁକାଳେ ପରିତେଜି ଯିବି ଇହଲୋକ,ଓଁକାର ମାତ୍ରକ ହେବେ ମାର୍ଗ ପ୍ରଦର୍ଶକ!ସ୍ନେହ ନିମନ୍ତ୍ରଣମରଣ! ମରଣ! ବଡ଼ ଭୟଙ୍କର କଥା,କାଟିଦେବ ଜଗତର ସମ୍ପର୍କ ମମତା ।ଆଜନ୍ମ ସଞ୍ଚିତ କଷ୍ଟ ଉପାର୍ଜିତ ଧନ,ହେବ ସର୍ବ ବ୍ୟର୍ଥ କଲେ ମୁଦ୍ରିତ ନୟନ ।ପୁତ୍ରେ ମିତ୍ରେ ଜଗଚ୍ଚିତ୍ରେ ନ ଦେଖିବି ଆଉ,ଏ ସୁନ୍ଦର ଦେହ ଛାଡ଼ି ଯିବ ପ୍ରାଣବାୟୁ ।ଯତ୍ନରେ ପାଳିତ ଦେହ ସୁନ୍ଦର ଆକାର,ନିମିଷକେ ସେ କି ହୋଇଯିବ ଭସ୍ମସାର?ବୃଥାରେ ମାନବ ବୋଲ ଅଶୁଭ ମରଣ,ଦୟାମୟୀ ଜନନୀଙ୍କ ସ୍ନେହ ନିମନ୍ତ୍ରଣ ।ଜରାବ୍ୟାଧି ଶୀତାତପ ପୀଡ଼ିତ ଶରୀର,ବିପଦବେଷ୍ଟିତ କ୍ଷଣଭଙ୍ଗୁର ଅଚିର ।ଯାଉ ଏ ପାର୍ଥିବ ଦେହ, ଜ୍ୟୋତିର୍ମୟ କାନ୍ତିଲଭି ଯିବ ନିତ୍ୟଧାମେ, ନାହିଁ ଏଥି ଭ୍ରାନ୍ତି ।ଜଗତରେ ଥୋକେ ଦିନ ଥିଲ ପାନ୍ଥବେଶେ,ଯିବ ଚାଲି ନିତ୍ୟଧାମେ ଜନନୀ ଆଦେଶେ ।କ୍ରୀଡ଼ାରତ କ୍ଷୁଦ୍ର, ଶିଶୁ ଦେହେ ଧୂଳି ବୋଳେ,ଦିବା ଅବସାନେ ଚଳିଯାଏ ମାତା କୋଳେ ।ଧୂଳିର ସମଷ୍ଟି ମାତ୍ର ଜଗତ ସମ୍ପତ୍ତି,ଯିବ ଚାଲି ଝାଡ଼ି ଧୂଳି ଧରି ଦିବ୍ୟ ଜ୍ୟୋତି ।ନ ହୁଅ ବ୍ୟାକୁଳ ଦାରା ପୁତ୍ର ପ୍ରିୟ ଜନେ,ସମସ୍ତେ ଏକତ୍ର ହେବେ ସ୍ନେହ ନିମନ୍ତ୍ରଣେ ।କି ଭୟ ମରଣେ ତେବେ, ଯିବି ମାତା ପାଶେ,ପ୍ରସ୍ତୁତ ରହିବି ସ୍ନେହ ନିମନ୍ତ୍ରଣ ଆଶେ ।ଜୀବନର ପରିଣାମପଶ୍ଚାତେ ଅନନ୍ତାତୀତ, ଭବିଷ୍ୟତ ସୀମାତୀତ,କ୍ଷଣସ୍ଥାୟୀ ବର୍ତ୍ତମାନ, ପରିମାଣ ଅନିଶ୍ଚିତ ।ଛିନ୍ନ ହେବ ସନ୍ଧିଗ୍ରନ୍ଥି, ଅନନ୍ତେ ଅନନ୍ତ ଯୋଗ,ଭାସି ଭାସି ମହାନନ୍ତେ କର୍ମଫଳ ମାତ୍ର ଭୋଗ ।ଉତ୍କଳ କୃଷକଦେଖିଛ କି ଭାଇ! କେଭେ ଉତ୍କଳ କୃଷକ?କଙ୍ଗାଳ କଙ୍କାଳସାର ଦେଖ ଏହି ଲୋକ!ମଳିନ ବସନ ଖଣ୍ଡେ ଆଣ୍ଠୁ ଲୁଚୁ ନାହିଁ,ଧନ କାହିଁ ଲୁଗା ଖଣ୍ଡେ କିଣେ ପିଲାପାଇଁ?ଧୂଳିରେ ଧୂଷର ପିଲାଗୁଡ଼ିକ ଉଲଙ୍ଗ,କି କଥା ବୋଲିବି ଅବା ଘରଣୀ ପ୍ରସଙ୍ଗ!ଅଣ୍ଟାରେ ଦେଇଛି ପିନ୍ଧା ଲୁଗା ଖଣ୍ଡ ଆଣ୍ଟି,କାଦୁଅ ପାଣିରେ ଦିନଯାକ ହୁଏ ଘାଣ୍ଟି ।ଆଣ୍ଠୋଇ ପଡ଼ିଛି କାଦୁଅରେ ବିଲ ବାଛି,ପିଠିରୁ ରକତ ଶୋଷି ଖାନ୍ତି ମଶା ମାଛି ।ଜ୍ୟେଷ୍ଠମାସ ମୁଣ୍ଡଫଟା ଖରା ତାହାପାଇଁ,ମାଡ଼ି ବସିଥାଏ ଈଷ ତଳକୁ ଅନାଇ ।ବଳଦ ହଳକ ସାହା, ଜ୍ଞାତି, ବନ୍ଧୁ, ଆଶା,ସବୁବେଳେ ସେମାନଙ୍କ ସଙ୍ଗେ କଥା ଭାଷା ।ବାରମ୍ବାର ଆକାଶକୁ ଚାହୁଁଥାଏ ଚଷା,କେବଳ ତାହାର ଇନ୍ଦ୍ରଦେବତା ଭରସା ।ଦେବତା କୃପାରେ ଯେବେ କାଟେ ଚାରିଛେଲା,କି ହେବ ସେଥିରେ ପରପାଇଁ ଘର ମେଲା ।ଖଳାମୁଣ୍ଡେ ଆସି ଜଗି ବସିଥାଏ ସାହୁ,ଘେନିଯାଏ ଅଧେ, ମୂଳ କଳନ୍ତର ଆଉ ।ପାଞ୍ଚପଣୁ ଅଧିକରେ ଯାଏ ରାଜକରେ,ବଳକା ମୁଠାକ ମାତ୍ର ପଶେ ଆସି ଘରେ ।ଲୁଗାପଟା ତେଲ ଲୁଣ ଗଲା ଦୁଇପଣି,ଫଗୁଣ ପାହାନ୍ତି ପଡ଼ିଗଲା ଟଣାଟଣି ।ଆହା ରେ! କି ପାପ କରିଥିଲୁ ଜଣା ନାହିଁ,ଚଷାକୁଳେ ଜନ୍ମ ଦେଲା ବିଧାତା କିପାଇଁ?ଆନନ୍ଦ ଉତ୍ସବ ତୋତେ କିଛି ନାହିଁ ଜଣା,ସମାଜର ନିମ୍ନଶ୍ରେଣୀ ମଧ୍ୟେ ତୋ ଗଣନା ।ଜଗତକୁ ଦେଉ ଅନ୍ନ ଆପେ ଉପବାସୀ,ସୁଖ ଦୁଖ ବେଳେ କେହି ନ ପଚାରେ ଆସି ।ରାଜା ବୋଲ ମନ୍ତ୍ରୀ ବୋଲ ଅମଲା କରଣ,ଯାହା କୃପାବଳେ ସମସ୍ତଙ୍କ ବଡ଼ପଣ!ହାକିମ, ଓକୀଲ, ମହାଜନ, ଗ୍ରନ୍ଥକାର,ସମସ୍ତଙ୍କୁ ଦିଏ ଏହି କୃଷକ ଆହାର!ଯାହା କୃପାବଳେ କର ଜୀବନ ଧାରଣ,ଯାହା କୃପା ବଳେ ସମସ୍ତଙ୍କ ବଡ଼ପଣ,ଏକମାତ୍ର ପ୍ରାଣରକ୍ଷାକାରୀ ଯେ ଲୋକର,ଧିକ! ଧିକ! କର ତାକୁ ଏଡ଼େ ହତାଦାର!ସମସ୍ତଙ୍କୁ ବାଣ୍ଟେ ଅନ୍ନ, ସମସ୍ତଙ୍କୁ ଭୟ!ଆହା ରେ ସମାଜ! କେଡ଼େ କଠିନ ନିର୍ଦୟ!ଆଜିକାଲି ବାବୁମାନେ ଲାଗି ପଡ଼ିଛନ୍ତି,ଦଶ ଦିନେ କରିଦେବେ ଦେଶର ଉନ୍ନତି!କେହି ଭାଳେ ଶିଳ୍ପକଥା, କେହି ବା ସ୍ୱଦେଶୀ,ମାତୃଭାଷା ଉନ୍ନତିଟା କେହି ଭାଳେ ବେଶି,କୃଷକ ଆଡ଼କୁ କେହି ନ ଅନାଏ ବାରେ,ଭାତ କଣ ମିଳୁ ନାହିଁ? ଚିନ୍ତା ସେ କଥାରେ?କୃଷକ ତ କରେ ନାହିଁ ବକ୍ତୃତା, ରଚନା?କେ କରିବ ତାହା କଥା କିପାଇଁ ଭାବନା?ବାହାରେ ମିଳନ ବେଶ ଅନ୍ତରେ ସରଳ,ମୁଣ୍ଡଝାଳ ପୋଛା ଶସ୍ୟ ମୁଠାକ ସମ୍ବଳ ।ଦୁଃଖେ ରାମ! ସୁଖେ ରାମ! ଯାଉଥିଲା ଚଳି,ଏଣିକି ଚଷାର ଦଶା ପଡ଼ିଲାଣି ବଳି ।ଜମି ପାଞ୍ଚମାଣ ଖାଉଥିଲା ଚଷି ମସି,ପିଲାପିଲୀ ମୁହଁ ଦେଖୁଥିଲା ଘରେ ବସି ।ଖଜଣା ଗଣ୍ଡାକ ଜମିଦାରକୁ ବୁଝାଇ,ଖାଉଥିଲା କିଏ ଜମି ନିଅନ୍ତା ଛଡ଼ାଇ?ପାଞ୍ଚ ପୁରୁଷର ଜମି ଖଣ୍ଡ ଥିଲା ପୁଞ୍ଜି,ତେତିକି ବଳରେ ପଡ଼ିଥିଲା ମୁଣ୍ଡ ଗୁଞ୍ଜି!ସରକାର ବାହାଦୂର କଲେ ଦୟା ଭାରି,ପ୍ରଜାସ୍ୱତ୍ୱ ଆଇନଟା କରିଦେଲେ ଜାରି ।କୃଷକର ବଢ଼ିଗଲା ଗୋଟାଏ ଜୀବିକା,ରେଜେଷ୍ଟରୀ ଅଫିସରରେ ଜମି କିଣା ବିକା ।ସବୁଦିନେ ଟାଣ ଟୁଣ ଘରେ ନାହିଁ ଭାତ,ଜମିଖଣ୍ଡ ବିକିବାକୁ ବଢ଼ାଇଲା ହାତ ।ଗଲା ଅଙ୍କ ପୁଅବାହା ବିକିଥିଲା ମାଣେ,ବାପଶୁଦ୍ଧି ବେଳେ କେତେ ବିକିଲା କେ ଜାଣେ?ବାକୀ ଖଣ୍ଡକରେ ହେଲା ଭାରି ଟାଣ ଟୁଣ,ମାଘ ଫଗୁଣରେ ଘରେ ନାହିଁ ଲେମ୍ବୁ ଲୁଣ!ଭାଗରେ ଲଗାଇଦେଲା ଜମା ଦେଢ଼ମାଣ,ହଡ଼ା ହଳକର ହାଲ ଏଥୁଁ ସବୁ ଜାଣ!ବାହାରିଲା ଘର ଛାଡ଼ି ଲାଗିବାକୁ ମୂଲ,ଜୟ! ଜୟ! ପ୍ରଜାସ୍ୱତ୍ୱ ହରି ହରି ବୋଲ!ଶ୍ରୀ ଦାମୋଦର ପଟ୍ଟନାୟକସାହିତ୍ୟସଂସାରେ ତବ ବିକାଶେ ଗୌରବ,କାଞ୍ଚନ ଆକରେ କାଚ ଜାତ ଅସମ୍ଭବ ।ଲଭିଲେ କବିତ୍ୱ କୀର୍ତ୍ତି ଉତ୍କଳ ରମଣୀ,ବନ୍ଦନୀୟା ସୁଲୋଚନା ତୁମ୍ଭରି ଜନନୀ ।ଲୁପ୍ତପ୍ରାୟ ହେଉଥିଲା ଉତ୍କଳ ସଙ୍ଗୀତ,ବାଛି ବାଛି ସାଧାରଣେ କଲ ପ୍ରକାଶିତ ।କବି କରେ କବିତ୍ୱର ଗୁଣ ଅନୁଭବ,ଗୁଣୀ ବୁଝିପାରେ ଗୁଣ ମର୍ଯ୍ୟାଦା ଗୌରବ ।ଜନନୀର ଯୋଗ୍ୟପୁତ୍ର ଆହେ ଦାମୋଦର,ପ୍ରାଣପଣେ କର ମାତୃଭାଷାର ଆଦର ।ତୁମ୍ଭର କବିତା ମାତ୍ର ପ୍ରକୃତି ବର୍ଣ୍ଣିତ,ପାଠକାଳେ ହୁଏ କିବା ପ୍ରତ୍ୟକ୍ଷ ଚିତ୍ରିତ ।କାଳସ୍ରୋତେ ଦିନେ ତୁମ୍ଭେ ଯାଇପାର ଭାସି,ଥିବ ସେ କବିତାମାଳା ଜଗତେ ବିକାଶି ।ତୁମ୍ଭଙ୍କୁ ଅନାଇଁଦେଖିନାହିଁ ଶୁଣି ନାହିଁ ତୁମ୍ଭେ ଅଛ କାହିଁ,ନିୟତ ମୋ ଚିତ୍ତ ତୁମ୍ଭ ପାଶେ ଅଛି ଧାଇଁ ।ଭାଳେଁ ଯେବେ ଏକାନ୍ତରେ-ତୁମ୍ଭେ କି ପ୍ରକାର?ଅନନ୍ତ ଅନ୍ଧାରେ ଦେଖେଁ ଅନନ୍ତ ଆକାର ।ଥାଉ ତ ଦେଖିବା କଥା, ନ ଶୁଣେ ଶ୍ରବଣେ,କେବେ ତ ପାରିଲି ନାହିଁ ଧରି ବାକ୍ୟେ ମନେ ।କି ସମ୍ବନ୍ଧ ତୁମ୍ଭ ସଙ୍ଗେ ନ ପାରିଲି ଜାଣି,ଜନକ, ଜନନୀ, ବନ୍ଧୁ, ଜଡ଼ କିମ୍ବା ପ୍ରାଣୀ?ପଡ଼ି ଯନ୍ତ୍ରଣାରେ ଯେବେ ପ୍ରାଣେ ଆସେ କ୍ଳାନ୍ତି,ତୁମ୍ଭଙ୍କୁ ସ୍ମରଣ କରି ଲଭେ ସୁଖ ଶାନ୍ତି ।ତୁମ୍ଭଙ୍କୁ ପାସୋରି ଯେବେ ଥାଏଁ ଦୂରେ ଦୂରେ,ଅସ୍ଥିର ଜୀବନ ହୁଏ ଆକୁଳେ ଆତୁରେ ।ଯେ ହୁଅ, ଯେ ସ୍ଥାନେ ଥାଅ, କିଛି ଚିନ୍ତା ନାହିଁ,କାଟିବି ଜୀବନକାଳ ତୁମ୍ଭଙ୍କୁ ଅନାଇ ।ମିଷ୍ଟ କଥାଯେତେ ସୁଖକର ଦ୍ରବ୍ୟ ଅଛି ଜଗତରେ,କେହି ନୁହେ ଶ୍ରେଷ୍ଠ ମିଷ୍ଠ କଥା ସମାନରେ ।ମୋ ହୃଦୟ ନିରନ୍ତର ସୁଖ ଶାନ୍ତି ଶୂନ୍ୟ,ଜ୍ଞାନଗାରିମା ବା ଅର୍ଥେ ହେବ ନାହିଁ ପୂର୍ଣ୍ଣ ।ଚନ୍ଦ୍ରମା-କିରଣ ଅବା କୁସୁମ-ସୌରଭ,ଲୋକରେ ସୁଖ୍ୟାତି, ପଦମର୍ଯ୍ୟାଦା ଗୌରବ ।ଏଥିରେ ତ ସୁଖ ଶାନ୍ତି ନ ଲଭେ ଜୀବନ,କେବଳ ମୁଁ ଲୋଡ଼େ ମିଷ୍ଟ ସରଳ ବଚନ ।ମିଷ୍ଟ କଥା ନୁହେଁ ପରା ପାର୍ଥିବ ପଦାର୍ଥ,ଦେବତାର ଉପଭୋଗ୍ୟ ଅମିୟ ଯଥାର୍ଥ ।ଶୁଣୁଛି ଲୋକଙ୍କ ମୁଖୁଁ କେତେ ମିଷ୍ଟ କଥା,ନୁହେ ତ ସରଳ-ପ୍ରବଞ୍ଚନା କପଟତା ।ସେଥିରେ ତ ହୁଏ ନାହିଁ ଜୀବନ ଶୀତଳ,ପ୍ରାଣହନ୍ତାରକ ବ୍ୟାଧସଙ୍ଗୀତ କେବଳ ।ଥିଲା ଯେବେ ମୋର ପଦମର୍ଯ୍ୟାଦା ସମ୍ପତ୍ତି,ଆସି ପାଶେ ଲୋକେ ମିଷ୍ଟ କଥା କହିଛନ୍ତିସେହି ମିଷ୍ଟ କଥା ଶୁଣି ଯାଉଥିଲି ଭୁଲି,ନ ବୁଝିଲି ଏହା ସ୍ୱାର୍ଥସାଧନାର ବୋଲି!ମୁଁ ତ ଏବେ ସେହି ମିଷ୍ଟ କଥାର କଙ୍ଗାଳୀ,ଥାଉ ମିଷ୍ଟ-ଲୋକେ ବୃଥା ଦେଉଛନ୍ତି ଗାଳି ।ସନ୍ତପ୍ତ, ଉନ୍ମତ୍ତ, ଦଗ୍ଧ ହୃଦୟ ଉନ୍ମନା,କପଟ କଥାରେ ଲଭି ପାରେ କି ସାନ୍ତ୍ୱନା?ହତାଶ ଉଦାସ ଦୁଃଖ ଯନ୍ତ୍ରଣା କାଳରେ,ମିଷ୍ଟ ବାକ୍ୟେ ତୁଷ୍ଟ କେହି ନ କଲା ତ ଥରେ ।ବନ୍ଧୁରୂପେ, ଜ୍ଞାନିରୂପେ ଆସି କେତେ ଜଣ,ସଜାଇ ରଞ୍ଜାଇ କେତେ ବୋଲନ୍ତି ବଚନ!ସେଥିରେ କି ମାନେ ମନ? ବରଞ୍ଚ ଯନ୍ତ୍ରଣାବଢ଼େ, ମଣେ ଏ ତ କପଟତା ପ୍ରତାରଣା ।କୋକିଳ କାକଳୀ କିମ୍ବା ସୁକଣ୍ଠ ସଙ୍ଗୀତଶୁଣି ତ ଶୀତଳ ହେଲା ନାହିଁ ଦଗ୍ଧଚିତ୍ତ?ପ୍ରତ୍ୟୁତ ନିଦ୍ରିତ ହୃଦ ମଧ୍ୟେ ଦୁଃଖରାଶିଶୁଣି ସେ ସଙ୍ଗୀତ ତାନ ଉଠେ ଭାସି ଭାସି ।ଯିବି କାହା ପାଶେ ଶୁଣିବାକୁ ମିଷ୍ଟ କଥା?ଜଗତ ଯେ ପୂର୍ଣ୍ଣ ସ୍ୱାର୍ଥପରତା ଶଠତା ।!ଯାହାପାଇଁ ଥିଲି ପ୍ରାଣ ଦବାକୁ ପ୍ରସ୍ତୁତ,ତାହାଙ୍କ ବେଭାର ଦେଖେଁ ଆଶ୍ଚର୍ଯ୍ୟ ଅଦ୍ଭୁତ!ହୃଦୟ ନିଭୃତ ସ୍ଥଳେ ଯାକୁ ଗଣ୍ଠିଧନସଞ୍ଚି ରଖିଥିଲି କରି ଜୀବର ଜୀବନ;ସର୍ବସ୍ୱ ଦେଇଛି ଢାଳି ଯାହା ମଙ୍ଗଳରେ,ଡାକିଛି ପ୍ରଭୁଙ୍କୁ କେତେ ବସି ନିର୍ଜନରେ;ମୁଖ ଅର୍ଦ୍ଧ ଗ୍ରାସ କାଢ଼ି ଦେଇଛି ଖୁଆଇ,ଆପଣା ପିନ୍ଧିଲା ବାସ ଦେଇଛି ପିନ୍ଧାଇ;ନିମେଷ ବିଚ୍ଛେଦ ହେଲେ ଲଭେଁ ମୁଁ ମରଣ,ସ୍ୱର୍ଗ ଅନୁଭବେଁ ହେଲେ ପୁନଶ୍ଚ ମିଳନ;ଯାହାପାଇଁ କରିଛି ମୁଁ ଅସାଧ୍ୟସାଧନା,ଦିବା ନିଶି କରେଁ ଯାହା ଉନ୍ନତିକାମନା,ଧିକ! ଧିକ! ସେହି ମୋତେ କହେ କଟୁ କଥା,ମୋ ଜୀବନେ ନାହିଁ ତାର ମାୟା ବା ମମତା!ବିଧାତା ଗଢ଼ିଲେ ରକ୍ତ ମାଂସରେ ହୃଦୟ,ପାଷାଣରୁ ବଳି ଦେଖେଁ କଠିନ ନିଶ୍ଚୟ!ଛନ୍ତି ଲୋକ କେତେ ପଶୁ ପିଶାଚ ସମାନ,ସ୍ୱାର୍ଥରେ ଦିଅନ୍ତି ପରସୁଖ ବଳିଦାନ ।ତେବେ କି ଜଗତ ସ୍ୱାର୍ଥପରତାରେ ପୂର୍ଣ୍ଣ?ନାହିଁ କି ସହାନୁଭୂତି? ଦେବଭାବଶୂନ୍ୟ?ପିଶାଚରାକ୍ଷସଧର୍ମୀ ହେଲେ ସର୍ବ ନର,ହୁଅନ୍ତା ଯେ ଜଗତଟା ନରକ ଆକାର !ନାହିଁ ନାହିଁ, ଭ୍ରାନ୍ତମନ! ଈଶ୍ୱରରାଜ୍ୟରେଅଛନ୍ତି ଦେବତା ନରନାରୀସ୍ୱରୂପରେ ।ନ ଥିଲେ ସ୍ୱର୍ଗୀୟ ଭାବ-ମାନବସମାଜଲଣ୍ଡଭଣ୍ଡ ନଷ୍ଟ ହୋଇ ଯାଇଥାନ୍ତା ଆଜଛିନ୍ନ ହୋଇଯାନ୍ତା ଲୋକସମାଜ ବନ୍ଧନୀ,ଅଶାନ୍ତି ଦୁର୍ଦଶା ପୂର୍ଣ୍ଣ ହୁଅନ୍ତା ଅବନୀ ।ପ୍ରତ୍ୟକ୍ଷ ଦେବତାରୂପା ଅଟନ୍ତି ଜନନୀ,କେବଳ ତାହାଙ୍କ ମିଷ୍ଟ ବାକ୍ୟ ସୁଧା ମଣି ।ତାଙ୍କ ମିଷ୍ଟବାକ୍ୟ ସଙ୍ଗେ ଦେବାକୁ ତୁଳନାଜଗତେ ପଦାର୍ଥ ନାହିଁ କରେଁ ବିବେଚନା ।କେ ଅଛି ଜଗତେ ଆଉ ଜନନୀ ସମାନେନିସ୍ୱାର୍ଥେ ପ୍ରସ୍ତୁତ ପୁତ୍ରପାଇଁ ପ୍ରାଣଦାନେ?ଆହୁରି ଅଛନ୍ତି ମଧ୍ୟ ଦେବୀ ଜଗତରେ,କଦାଚିତ ବିରାଜିତା ଭାଗ୍ୟବନ୍ତ ଘରେ ।ନ ଥିଲେ ତପସ୍ୟା ଘୋର, ସେ ଦେବୀ ଦର୍ଶନପାଇବାର ଅସମ୍ଭବ ମାନବ ଜୀବନ ।ବିପଦ ଯନ୍ତ୍ରଣା ବ୍ୟାଧି ସନ୍ତାପ କାଳରେଚକିତେ ଆତଙ୍ଗେ ଉଭା ଥାଏ ଯେ ପାଶରେ,ସେ ପରଶମଣି ଗୁଣ ଜାଣେ ଯେ ମାନବ,ସ୍ୱର୍ଗୀୟ ପୀୟୂଷ କରିଅଛି ଅନୁଭବ ।ସୋଽହଂସର୍ବଭୂତ ବୀଜୀଭୂତ ବ୍ରହ୍ମ ସନାତନ,ସେହି ପରବ୍ରହ୍ମ ଅଂଶ ମାନବ ଜୀବନ ।ସିନ୍ଧୁଜାତ ବିନ୍ଦୁମାତ୍ର ଥାଏ ପୃଥକରେ,ସିନ୍ଧୁ ଧର୍ମାକ୍ରାନ୍ତ କିନ୍ତୁ ସମ୍ପୂର୍ଣ୍ଣରୂପରେ ।ତ୍ରିଦଶା ବିନ୍ଦୁର- ‘ଜଳ’ ‘ବାଷ୍ପ’ ‘ହିମ’ ଭିନ୍ନ,ମିଳିଲେ ସିନ୍ଧୁରେ ଲୁପ୍ତ ଆତ୍ମଚିହ୍ନ ।‘ଜାଗ୍ରତ’ ‘ସୁଷୁପ୍ତି’ ‘ସ୍ୱପ୍ନ’ ତ୍ରିଦଶା ଜୀବନେ,‘ବାଷ୍ପ’ ‘ଜଳ’ ‘ହିମ’ ଦଶା ସୈନ୍ଧବେ ଯେସନେ;ଜାଗ୍ରତ ଜଳୀୟ ଭାବ, ସୁଷୁପ୍ତି ହିମାନୀ,ବାଷ୍ପାକାର ସ୍ୱପ୍ନଦଶା, ହେଜ ମନେ ଜ୍ଞାନୀ ।ତୁରୀୟ ଚତୁର୍ଥ ଦଶା ମାନବ ଜୀବନେ,ସାଗର-ମୁହାଣଗତ ସରିତ ଯେସନେ ।ପତିତ ସାଗର ଗର୍ଭେ, ମିଶିନାହିଁ ଜଳେ,ନାହିଁ ମଧ୍ୟ ଆତ୍ମରୂପ ଥିଲା ଯଥା ସ୍ଥଳେ ।ଜୀବନ-ତ୍ରିଦଶାତୀତ ପ୍ରକୃତି ଅତୀତ,ତୁରୀୟ ଚତୁର୍ଥ ଦଶା ନାମେ ଅଭିହିତ ।ମିଳିଲେ ସିନ୍ଧୁରେ ବିନ୍ଦୁ ସାଗର କେବଳଂଜୀବ ଶେଷଦଶା ‘ଶାନ୍ତଂ’ ‘ଶିବଂ’ ଓ ‘ମଙ୍ଗଳଂ’ ।ହଜିଲା ଧନକି ଧନ ସେ ଥିଲା ଯାଇଛି ହଜି,ଦିବାନିଶି ହୁଏ ଯା ନାମ ଭଜି ।ଶୟନେ ସ୍ୱପନେ ପଡ଼େ ମନରେ,ଭୁଲି ନ ପାରିଲି ତାହାକୁ ଥରେ ।କେତେ ପଢ଼ା ପାଠ ଗଲି ପାସୋରି,ଗାଉଥିବି ଗୀତ ତା ନାମ ଧରି ।ବାସନ୍ତ ପବନ ଶାରଦ ରାତି,ଫୁଲ୍ଲ କମଳିନୀ କୌମୁଦୀ ଭାତି ।ଆନନ୍ଦ ଉତ୍ସବେ ସଙ୍ଗୀତ ତାନେ,ନ ଦେଖେଁ ମାଧୁରି ତାହା ସମାନେ ।ସରି ତ ଯାଇଛି ଆଶା ଭରସା,ନ ବୁଝିଲା ମନ କି ହେବ ଦଶା?ହୃଦୟେ ବିତୁଛି ବେଦନା ଯେତେ,ଲୋକଦେଖା ହସ ହସିବି କେତେ!କାହାକୁ କହିବି ହୃଦୟ କଥା!କେ ବୁଝିବ ମୋର ମରମ ବ୍ୟଥା!ଦଗ୍ଧ ପ୍ରାଣୁ ସୁଖ ଶାନ୍ତି ସକଳଯାଇଛି ତ ସରି, କଷ୍ଟ କେବଳ!କି ଧନ-ପାଇଲେ ଭୁଲିବି ତାକୁ,ଖୋଜି ନ ପାଇଲି ପୃଥ୍ୱୀ ଗୋଟାକୁ ।ଯେତେଦିନ ଥିବ ପିଣ୍ଡରେ ପ୍ରାଣ,ଧରିଥିବି ଦୁଃଖ ସଙ୍ଗୀତ ତାନ!ଅନନ୍ତଅନନ୍ତ ଆକାଶେ ଅନନ୍ତ ବିକାଶେଅନନ୍ତ ତାରକା ରାଜେ,ଅନନ୍ତ ଭୁବନ ଅନନ୍ତ ଜୀବନଅନନ୍ତ କୌଶଳେ ସାଜେ ।ଅନନ୍ତରୁ ଆସି ଅନନ୍ତରେ ଭାସିଯାଏ ଅନନ୍ତ ମାର୍ଗରେ,ଅନନ୍ତ ବାସନା ଅନନ୍ତ କଳ୍ପନାଲିପ୍ତ ଅନନ୍ତ କାର୍ଯ୍ୟରେ,ଅନନ୍ତ ଦିଗରେ ଅନନ୍ତ ରୂପରେଅନନ୍ତେ ଅନନ୍ତ ମେଳା,ଅନନ୍ତୁ ଉତ୍ପତ୍ତି ଅନନ୍ତରେ ସ୍ଥିତିମହା ଅନନ୍ତର ବେଳା ।ଅନନ୍ତ ଐଶ୍ୱର୍ଯ୍ୟ ଅନନ୍ତ ସୌନ୍ଦର୍ଯ୍ୟରୂପ ରସ ତଥା ଗନ୍ଧ ।ଅନନ୍ତ ମହାନେ ସର୍ବ ଉପାଦାନେପ୍ରାଣୀ ଜୀବନ ସମ୍ବନ୍ଧ ।ଅନନ୍ତ ଭାବରେ ସାନ୍ତ ବିଷୟରେତୃପ୍ତିଲାଭ ଅସମ୍ଭବ ।ସେ ଅନନ୍ତ ଆସେ ଅନନ୍ତ ପ୍ରୟାସେସଦା ଉଦ୍ବିଗ୍ନ ମାନବ ।ପାତୁଆ-ପାତୁଈନିବିଡ଼ ବିଜନ ବନେ ଆନନ୍ଦ ମନରେପାତୁଆ ପାତୁଈ ଦୁହେଁ ଭ୍ରମନ୍ତି ସୁଖରେ ।ଶ୍ୱାପଦ ଆପଦ ପୂର୍ଣ୍ଣ ନାହିଁ ଚିତ୍ତେ ଭୟ,ଆତ୍ମଶକ୍ତି ଅସ୍ତ୍ର ପ୍ରତି ଅଭ୍ରାନ୍ତ ପ୍ରତ୍ୟୟ ।ପତିପତ୍ନୀ ଭିନ୍ନଦେହୀ ଏକମନପ୍ରାଣ,ଉଦର ପୋଷଣ ବିନା ନାହିଁ ଆନ ଜ୍ଞାନ ।କପୋତ ମିଥୁନ ସମ ପାତୁଆ ଦମ୍ପତି,ଖନିତ୍ର, ଟୋକାଇ, ଧନୁ ଟାଙ୍ଗିଆ ସମ୍ପତ୍ତି ।କେତେଗୋଟା ଶୁଷ୍କ ଶାଖା ତୃଣ କେତେ ବିଡ଼ା-ନିର୍ମିତ କୁଟୀର ବୃକ୍ଷମୂଳେ ଅଛି ଛିଡ଼ା ।ଦିନଯାକ ଥାଏ ନାହିଁ କୁଟୀର ସମ୍ପର୍କ,ରାତ୍ରିରେ କେବଳ ଶୋଇଥାନ୍ତି ଦୁଇଲୋକ ।ପ୍ରଭାତେ ପାତୁଆ ଯୁବା ଚାଲେ ଧୀରେ ଧୀରେ,ହାତେ ଧନୁର୍ବାଣ ଖଣ୍ଡେ ଟାଙ୍ଗିଆ ଅଣ୍ଟିରେ ।ଦିଗମ୍ବରୀ ଶ୍ୟାମାଙ୍ଗିନୀ ପାତୁଈ ଯୁବତୀ,କାଖରେ ଟୋକାଇ ଗୋଟେ ହାତରେ ଖଣତୀ ।କଟୀ ନିମ୍ନେ ଆଗେ ପଛେ ଗୁଚ୍ଛ ପଲ୍ଲବରେପାତୁଈ ସୁନ୍ଦରୀ ଲଜ୍ଜା ନିବାରଣ କରେ ।*
ଚାଳିଶ ବର୍ଷ ପୂର୍ବେ ପାତୁଆ ଜାତି ସମ୍ପୂର୍ଣ୍ଣ ଉଲଙ୍ଗାବସ୍ଥାରେ ପାର୍ବତ୍ୟ ନିବିଡ଼ ଅରଣ୍ୟରେ ଭ୍ରମଣ କରୁଥିଲେ । ଢେଙ୍କାନାଳର ପ୍ରାତଃସ୍ମରଣୀୟ ମହାରାଜା ଭାଗୀରଥି ମହେନ୍ଦ୍ର ବାହାଦୂର ବହୁ ଯତ୍ନରେ ସେମାନଙ୍କୁ ବସ୍ତ୍ର ପରିଧାନ କରାଇଥିଲେ । ତଦବଧି ସେମାନଙ୍କ ଅବସ୍ଥା କ୍ରମଶଃ ଉନ୍ନତ ହୋଇ ଆସୁଅଛି । ବର୍ତ୍ତମାନ ସେମାନେ କୃଷି କାର୍ଯ୍ୟରେ ନିଯୁକ୍ତ ଅଛନ୍ତି ।
କୌପୀନ ମାତ୍ରକ ପାତୁଆର ପରିଧାନ,ନାହିଁ ଭାବୀ ଚିନ୍ତା, ମାନ, ଅପମାନ ଜ୍ଞାନ ।ମସିଆ, କଡ଼ବା, ଟୁଙ୍ଗା, ବନଆଳୁ ପିତା,ପାତୁଈ ଆଣଇ ଖୋଳି, ଆହାରେ କି ଚିନ୍ତା?ପ୍ରକୃତିର ଗନ୍ତାଘର ଯାଠାରେ ଉନ୍ମୁକ୍ତ,ରହିବ କି କଦାଚିତ ସେ ଲୋକ ଅଭୁକ୍ତ?ନେଉଳ, ଠେକୁଆ, ଶାରୀ, ଶୁଆ, ବଣି, ଗୋଧି,ଘେନି ଆସେ ବନୁ କରି ପାତୁଆ ପାରିଧି ।ମୂର୍ତ୍ତିମତୀ ସରଳତା ପାତୁଆକାମିନୀ,ଖଟିଥାଏ ସ୍ୱାମୀପଦେ ଦିବସ ଯାମିନୀ ।ଶୟନେ, ଭୋଜନେ, ଉପବେଶନେ, ଗମନେ,ନିରନ୍ତର ସ୍ୱାମୀ ସଙ୍ଗେ ସଜନେ ବିଜନେ ।ନାହିଁ ଚିନ୍ତା ନାହିଁ ଜ୍ଞାନ ଭୂତ ଭବିଷ୍ୟତ,ନିୟତ ପ୍ରଫୁଲ୍ଲ ମନ ଆନନ୍ଦେ ଉନ୍ମତ୍ତ ।କାନନ କୁସୁମ ଗୁନ୍ଥି ପାତୁଆ ହସ୍ତରେମଣ୍ଡାଏ ପାତୁଈ ଦେହ ପରମ ଯତ୍ନରେ ।ପାତୁଆ ଭୂମିରେ ଗଛମୂଳେ ଥାଏ ଶୋଇ,ଜଗି ବସିଥାଏ ତାହା ପାଶରେ ପାତୁଈ ।ନାହିଁ ଧର୍ମାଧର୍ମ ଜ୍ଞାନ ଭୂତ ଭବିଷ୍ୟତ,ପ୍ରକୃତିଚାଳିତ କାର୍ଯ୍ୟ କରନ୍ତି ସମସ୍ତ ।ସଭ୍ୟତା, ସୌଭାଗ୍ୟ, ବିଦ୍ୟା, ବିଳାସ, ବାସନା,ସ୍ୱଭାବର ଶିଶୁଗଣେ ନାହିଁ କିଛି ଜଣା ।ବନ୍ୟ ମଧୁ, ଫଳ, ମୂଳ, ବନ୍ୟ ପଶୁ, ପକ୍ଷୀ,ପ୍ରକୃତି ସନ୍ତାନଗଣପାଇଁ ଛନ୍ତି ରଖି ।ବିଳାସ ବାସନା ଅନ୍ନପାଇଁ ହାହାକାର,ପ୍ରବଞ୍ଚନା ପ୍ରତାରଣା ଅଳୀକ ବେଭାର,ସ୍ୱାର୍ଥ ଆଶେ ପରାର୍ଥକୁ ଦେବା ବଳ ଦାନ,ନିତ୍ୟ ବ୍ୟସ୍ତ ସମାଜରେ ଲଭିବା ସମ୍ମାନ ।ନାହିଁ ଲୋଡ଼ା ସେ ସଭ୍ୟତା, କି ହେବ ସେ ଜ୍ଞାନେ?ଦେବାକୁ ଯଦ୍ୟପି ହେବ କଷ୍ଟ ପରପ୍ରାଣେ!ଯେ ବିଦ୍ୟା ସଭ୍ୟତା- କ୍ଷଣଭଙ୍ଗୁର ଜୀବନକଳୁଷିତ କରେ- କିବା ତହିଁ ପ୍ରୟୋଜନ?ସାଧିବାକୁ ପାର ଯେବେ ସ୍ୱଦେଶ କଲ୍ୟାଣ,କର ଯେବେ ପ୍ରଭୁପଦ ଭକ୍ତି ଭାବେ ଧ୍ୟାନ,ହୁଅ ସଭ୍ୟ ଭବ୍ୟ କର ବିଦ୍ୟା ଆଲୋଚନା,ଅନ୍ୟଥା ଜୀବନେ ଜାଣ ସର୍ବ ବିଡ଼ମ୍ବନା ।ବରଞ୍ଚ ପାତୁଆ ବେଶେ ଭ୍ରମିବା ବନରେଉଚିତ, କଳୁଷ ପ୍ରାଣେ ସଭ୍ୟ ସମାଜରେଅନୁଚିତ ବାସ- ଯାହା ନରକ ଆକର ।ପାତୁଆ ଜୀବନ ବହୁଗୁଣେ ଶ୍ରେଷ୍ଠତର ।ଜନ୍ମଭୂମିଗିରିକିରୀଟୀନି! କାନନଶୋଭିନୀ!ଜନନୀ! ଉତ୍କଳଭୂମି!ପୂଜନୀୟେ ଅମ୍ବ! ମହାସିନ୍ଧୁ ତବଚରଣ ଯାଉଛି ଚୁମି ।ଶସ୍ୟଶ୍ୟାମାଙ୍ଗିନୀ ସଉଧମାଳିନୀସ୍ରୋରସ୍ୱତୀତ୍ୱାରା ଦେବୀ!
ଗଛ ଡାଳ ଛାଡ଼ି ବଣି ପକ୍ଷିଣୀଟି ଚିଲ ଛଞ୍ଚାଳ ଜାଳାରେ ପକ୍ଷୀ ଘର ବାନ୍ଧି ଡ଼ିମ୍ବ ପାଡ଼ିଥିଲା କୋଠା କାନିଶ ନଳାରେ l ଶଙ୍ଖୀ ବିରାଡ଼ୀଟା ଦିନେ କାହୁଁ ଆସି ତରାଟି ଚାହାନ୍ତେ ବସା, ବିରାଡ଼ୀକୁ ଦେଖି ଚମକି ପଡ଼ିଲା, ବଣିର ଉଡ଼ିଲା ହଂସା । ଦଶ ଦିଗ ତାକୁ ଅନ୍ଧାର ଦିଶିଲା- ଭାଳିଲା ଭାଗ୍ୟେ ଯା ଥିବ, ଭରସି ବୋଇଲା- ସଲାମ ସଲାମ ଆସନ୍ତୁ ମେମ ସାହିବ । ଶୁଣିଛି ବିରାଡ଼ି ରାଜ୍ୟରେ ଆପଣ ଲାଟ ସାହେବଙ୍କ ବିବୀ, ନ ହେବ କିପାଇଁ ଏପରି ସୁନ୍ଦରୀ ଆଉ କାହିଁ ନ ଦେଖିବି l ଚନ୍ଦ୍ରମା ସମାନେ ଆପଣଙ୍କ ମୁଖ ସୁନ୍ଦର କୋମଳ ନିଶେ, ନାକଟି ସୁନ୍ଦର, କାନଟି ସୁନ୍ଦର, ଲାଞ୍ଜଟି ସୁନ୍ଦର ଦିଶେ l ନେତ୍ରରେ କିଞ୍ଚିତ ସାଦୃଶ୍ୟ ଥିବାରୁ ବିବୀଏ ଏଡ଼େ ସୁନ୍ଦରୀ, ହେଲେ- ଆପଣଙ୍କ ଚିଲାଆଖି ସଙ୍ଗେ ହେବେ କେଉଁଗୁଣେ ସରି! ଧଳା ମଖମଲ ପରାଏ ଚିକ୍କଣ ଦେହଟି କେଡ଼େ ସୁନ୍ଦର, ଦାନ୍ତଗୁଡ଼ିକ କେଡ଼େ ନିର୍ମଳ ଦିଶୁଛି ଗଜମୋତି ପଟାନ୍ତର । ଆପଣଙ୍କ ପରି ଅପୂର୍ବ ସୁନ୍ଦରୀ ଦେଖି ନାହିଁ ବ୍ରହ୍ମାଣ୍ଡରେ, କି ଯୋଗରେ ଆଜି ରାତି ପାହିଥିଲା, ଦେଖିଲି ଯାହା ନେତ୍ରରେ । କେତେଦିନୁ ମନେ ମନେ ଭାଳୁଥାଏଁ ଚରଣ ଦର୍ଶନପାଇଁ, ହୀନ କପାଳୀକୁ ଠାକୁରାଣୀ ଭେଟ ସହଜେ ମିଳିବ କାହିଁ? କାଙ୍ଗାଳୁଣୀ ବୁଢ଼ୀ ଭାଗ୍ୟରେ ମିଳିଲେ ଦାଣ୍ଡଦୁଆରରେ କାଶି, ଅଳସୀ କପାଳେ ଗଙ୍ଗା ବିଜେ କଲେ ବାଡ଼ିଦୁଆରକୁ ଆସି । ପକ୍ଷୀଙ୍କ ମୁଖରୁ ନିତି ଆପଣଙ୍କ ଶୁଣୁଛି କେତେ ପ୍ରଶଂସା, କେବଳ ଦେବୀଙ୍କ ଚରଣ ପ୍ରସାଦୁଁ ବାନ୍ଧିଛି ଏଠାରେ ବସ ॥ ଆପଣଙ୍କ ପାଦ କଲ୍ୟାଣରୁ ମୁହିଁ ପାଇଛି ପିଲା ଦୁଇଟି, ଦେବୀଙ୍କ ଦର୍ଶନ କରିବା ସକାଶେ ଚାହୁଁଛନ୍ତି ମିଟିମିଟି । କଲ୍ୟାଣ କରନ୍ତୁ ଅଛମର ହୋଇ ପଡ଼ିଥାନ୍ତୁ ପିଲାମାନେ, ବଡ଼ ହେଲେ ପଦେ ଖଟି ରହିଥିବେ କିଣା କିଙ୍କର ସମାନେ । ଏହିପରି ବଣି ପ୍ରଶଂସାଗୁଡ଼ାକ ଦିଅନ୍ତେ ମୁଣ୍ଡରେ ଢାଳି, ବଡ଼ ଖୁସି ହୋଇ ବିରାଡ଼ୀ ଆପଣେ ବିଚାରିଲା ମନେ ଭାଳି- ହେଉ ହେଉ, ବଣି ଏଠାରେ ଅଛି ତ, କାହିଁ ଯିବେ ପିଲା ଦ୍ୱିଟା, ଚାରି ଛଅ ଦିନ ଗଲେ ବଡ଼ ହେବେ ଲାଗିବ ମାଉଁସ ମିଠା । ମନକଥା ମନ ମଧ୍ୟରେ ରଖିଲା, ବୋଇଲା ବଣିକୁ ହସି, ଆଲୋ ବଣି ତୋର କିଛି ଚିନ୍ତା ନାହିଁ, ମଜା କରି ଥାଅ ବସି । ରାତି ନ ପାହୁଣୁ ନିତି ନିତି ଆସି ବଣିକୁ ବୋଲେ ବିରାଡ଼ୀ, ଆଲୋ ଆଲୋ ବଣି! ଦେଖିବି ବେଳେ ମୁଁ ପିଲାଙ୍କୁ ଆଣ ତ କାଢ଼ି ।
ବଣି ବୋଲେ- ଆଜ୍ଞା ଆଜ୍ଞା ସେହି କଥା ମୁହିଁ ତ ଥିଲି ବିଚାରି, ପିଲା ଦୁଇଟିକୁ ଘେନି ଆପଣଙ୍କ ପଦରେ ଦେବି ଜୁହାରି । ମାତ୍ର ହାଡ଼ ଗିଜିଗିଜି ପିଲା ଦ୍ୱିଟା ବଳ ନାହିଁ ଉଠିବାକୁ, ଆଉ ଚାରିଦିନେ ମୋଟାମୋଟି ହେବେ, ଧାଇଁବେ ଛାମୁଠାକୁ । ପିଲା ମୋଟା କଥା ଶୁଣି ବିରାଡ଼ିର ମୁହଁ ସଡ଼ସଡ଼ ଲାଳେ; ଭାଳିଲା ମନରେ, ଯେରୂପରେ ହେଉ ଖାଇବି କାଲି ସକାଳେ । ଏତେ ଭାଳି ଧୀରେ ଧୀରେ ଚାଲିଗଲା ହଲାଇ ହଲାଇ ମଥା, ତରକିଲା ବଣି ଭାବ ଭଙ୍ଗି ଦେଖି ବିରାଡ଼ି ମନର କଥା । ଭାଳିଲା ବସାରେ ପିଲା ଦୁଇଟିକୁ ଆଉ ରଖିହବ ନାହିଁ, ବିରାଡ଼ୀଟା ଦଣ୍ଡେଯାଏଁ ମୋ ପିଲାକୁ କଟମଟ ଥିଲା ଚାହିଁ । ଖଣ୍ଡିଉଡ଼ା ଦେଉଥିଲେ ବଣିପିଲା ଉଠିଥିଲା ଗଜାପରୁ, ବଣି ତାଙ୍କୁ ଧରି ଉଡ଼ି ବସିଥିଲା ଡାଳେ ବଡ଼ ସଖାଳରୁ । ବଡ଼ ଉଷତରେ ଅଇଲା ବିରାଡ଼ୀ ଦୁଇ କଳ ଚାଟି ଚାଟି, ବେଳେ ବେଳେ ହାଇ ମାରି ହେଉଥାଏ, ମେଲି ଯାଉଥାଏ ପାଟି । ବସା ପାଶେ ଆସି ବୋଇଲା ଉଚ୍ଚରେ, ଆଲୋ ବଣି ଗଲୁ କାହିଁ? ଘେନି ଆସ ତୋର ପିଲା ଦୁଇଟାକୁ ଆସିଛି ଦେଖିବାପାଇଁ । ବଣିପିଲା ଦୁଇ ଡେଣାରେ ଘୋଡ଼ାଇ ବୋଇଲା ଉଚ୍ଚରେ ରାଗେ, ଡ଼ାଆଣି! ପିଶାଚି! ରାକ୍ଷସି! ପୋଇଲି! ପାଶକୁ ଆସ ତ ଆଗେ! ପୋଡାମୁହିଁ! ଲକ୍ଷ୍ମୀଛାଡ଼ି! ହାଣ୍ଡିଖାଇ! ଦୂର ଦୂର! ମର ରାଣ୍ଡି! ବାପା ଲୋ! ମୋ ମନ ଛାଞ୍ଚୁଣୀ ମଣ୍ଡିରେ ମୁଣ୍ଡଟା ଦିଅନ୍ତି କାଣ୍ଡି । ଚୁଲିପଶି! ବାରବୁଲି! ଖାଇ ବୁଲୁ ସାତ ଦୁଆରୁ ଅଇଣ୍ଠା, ପଳା ପଳା ନନେ ଧାଇଁଯାଇଁ କଷି ଦେବିଟି ଦୁଇ ଗୋଇଣ୍ଠା! ପୋଡ଼ାଖୁଣ୍ଟା ପରି ମୁହଁଟା ଦିଶୁଛି ଗିଜିଡ଼ି ହେଉଛି ଦାନ୍ତ, ଦୁର୍ଗନ୍ଧ! ଦୁର୍ଗନ୍ଧ! ଛି ଛି ଛି! ପେଟରୁ ବାହାରି ପଡ଼ୁଛି ଭାତ । ଡାଆଣି! ତରାଟି ମରାଟି ଚାହୁଁ ଛୁ ମୋ ପିଲା ଦୁହିଙ୍କୁ ତୁ ତ! ଯାଆ ଯାଆ, ଖାଆ, ବସାରେ ପଡ଼ିଛି ମୋ ପିଲାଙ୍କ ଗୁହ ମୃତ । ଦେଖିଲା ବିରାଡ଼ୀ ଏଡ଼େ ଶିକାରଟା ହାତରୁ ଗଲାଣି ଖସି, ଅପମାନ କରି ଗାଳି ଦେଉଅଛି ବଣିଟା ଡାଳରେ ବସି! ଏକେତ ନିରାଶ ପୁଣି କଟୁ କଥା, କି କରିବ ରାଗି ରାଗି, ଲାଙ୍ଗୁଡ଼ ଫୁଲାଇ ଆମ୍ପୁଡ଼ି କାମ୍ପୁଡ଼ି ବସା ପକାଇଲା ଭାଙ୍ଗି । ବଣି ବିରାଡ଼ୀର ଯାବନ୍ତ ପ୍ରସଙ୍ଗ ଶୁଣିଲ ପିଲା ସକଳେ, ବଳବନ୍ତ ଶତ୍ରୁ ହାତରୁ ଉଦ୍ଧାର ପାଆନ୍ତି ଲୋକ କୌଶଳେ ।
ଦୁଃଖୀ ମାନବଧନ ଅଭାବେ ଦୁଃଖୀ କେହି,କେହି ବା ଦୁଃଖୀ ପୀଡ଼ାଦେହୀ,କେ ଦୁଃଖୀ ଜ୍ଞାତି ପରିଜନେ,ସମ୍ପୂର୍ଣ୍ଣ ସୁଖୀ ନାହିଁ ଜଣେ ।ଅଜ୍ଞେୟ ଜୀବନ ଗତିଅଜ୍ଞେୟ ଜୀବନ ଗତି- ଅସୀମ ଅନନ୍ତ,ସଙ୍କୀର୍ଣ୍ଣ ମାନବ ଜ୍ଞାନ ପାଇବ କି ତତ୍ତ୍ୱ?ଜୀବନର ଭାବ ଘୋର ତିମିର ଆଚ୍ଛନ୍ନ,ସାଧ୍ୟ କି- ପ୍ରବେଶେ ତୁଚ୍ଛ ସାମାନ୍ୟ ବିଜ୍ଞାନ ।ନିହିତ କି ଦ୍ରବ୍ୟ ଅଛି ସାଗର ଗର୍ଭରେ-କଳିବାକୁ ଲୋଡ଼ିବାର ହସ୍ତନିକ୍ଷେପରେ ।ମାନବ ସ୍ୱାଧୀନ? କିମ୍ବା ଅଲକ୍ଷ୍ୟ ସୂତ୍ରରେଚାଳିତ? ନ ଯାଏ ଜଣା ସାମାନ୍ୟ ବୁଦ୍ଧିରେ ।ପାପ ପୁଣ୍ୟ ବେନି ମାର୍ଗେ ଜୀବନର ଗତି,କେ ଚଳେ ଅଧର୍ମ ମାର୍ଗେ-ଧର୍ମା କାହା ମତି ।ପ୍ରତ୍ୟକ୍ଷରେ ଦେଖୁଁ ଏହି ରୀତି ବିଦ୍ୟମାନ,କେ ବୁଝାଇ ଦେବ ବୋଲ ପାର୍ଥକ୍ୟ ବିଧାନ?ଚାଳିତ ହେଲେହେଁ ଦୈବୀ ମାୟା ପ୍ରଭାବରେ,ଆତ୍ମକୃତ ଫଳ ଭୁଞ୍ଜେ ଦେଖୁଁ ପ୍ରତ୍ୟକ୍ଷରେ ।ଜାଣି ମଧ୍ୟ ଲୋକ ଧର୍ମାଧର୍ମ ପରିଣାମ,ଅଧର୍ମେ ଧାବିତ ଚିତ୍ତ, ଏ କି ବୁଦ୍ଧି ବାମ!କେ ବୋଲେ ସହଜସାଧ୍ୟ ପାପ ଅନୁଷ୍ଠାନେ?କରେ ଲୋକ କେତେ ଯତ୍ନେ କେତେ ସାବଧାନେ ।ଆଶୁ ସୁଖ, ପରିଶେଷେ ବିଷମ ଯନ୍ତ୍ରଣା,ସହଜ ଜ୍ଞାନରେ ପାପ ପରିଣାମ ଜଣା ।ଅନଳ ଦାହିକା ଶକ୍ତି ନ ଜାଣେ ପତଙ୍ଗ,ମାନବ ସନ୍ତାନ ଜାଣେ ଅଧର୍ମ ପ୍ରସଙ୍ଗ ।ଯେ ବଂଶେ ଚୈତନ୍ୟ, ଯୀଶୁ, ବୁଦ୍ଧ ବ୍ରହ୍ମଚାରୀ,ସେ ବଂଶେ ସିଜାରୋ, ନୀରୋ ନରହତ୍ୟାକାରୀ ।ଦେବତା ପିଶାଚ ନରକୁଳେ ସମ୍ମିଳନ,ନୁହେଁ କି ଏହାର ହେତୁ ପ୍ରଚ୍ଛନ୍ନ କାରଣ ।ଶିକ୍ଷା ସହବାସେ ଘଟିଥାଏ ଏ ପ୍ରକାର,ମାତ୍ର ପ୍ରତ୍ୟକ୍ଷରେ ଦେଖୁଁ ନିତ୍ୟ ବ୍ୟଭିଚାର ।ସ୍ୱଭାବ ଅଭ୍ୟାସ ଉଭ ହେଲେହେଁ ସମାନ,ମାତ୍ର କାର୍ଯ୍ୟକ୍ଷେତ୍ରେ ଦେଖୁଁ ସ୍ୱଭାବ ପ୍ରଧାନ ।କାହା ପ୍ରେରଣାରେ ଲୋକ କାର୍ଯ୍ୟରେ ପ୍ରବୃତ୍ତ?ସ୍ୱଭାବର ଶକ୍ତି ରୀତି ଅସୀମ ଅଦ୍ଭୁତ ।ମାନବ ସ୍ୱାଧୀନ ଇଚ୍ଛା କେ କରେ ସ୍ୱୀକାର?ଅଲଙ୍ଘ୍ୟ ନିୟମେ ଚଳେ ଜଗତ ସଂସାର ।ବିଶ୍ୱବ୍ରହ୍ମାଣ୍ଡର ନେତା ପ୍ରକୃତି ନିୟମ,ସାଧ୍ୟ କି ସ୍ୱାଧୀନ ଇଚ୍ଛା କରେ ଅତିକ୍ରମ?ଦେଶ କାଳ ପାତ୍ର ଭେଦେ ବିବେକ ପରାସ୍ତ,କାର୍ଯ୍ୟ କାରଣର ରୀତି ପ୍ରଚ୍ଛନ୍ନ ନିତାନ୍ତ ।ମାନବ ଜୀବନ ଭାବୀ ଯାବନ୍ତ ଘଟଣାଭୂତଭବିଷ୍ୟତଦର୍ଶୀ ଈଶ୍ୱରଙ୍କୁ ଜଣା;
ବାଡ଼ିଦୁଆରରେ କାଳିଆ କୁକୁର ପାଉଁଶ ଗଦା ପାଶରେ, ଚମ ଧୁଡ଼ୁ ଧୁଡ଼ୁ ଲାଞ୍ଜ ଲୁଡ଼ୁ ଲୁଡ଼ୁ ପଡ଼ିଛି ଏକ ଧ୍ୟାନରେ । ଦୁଆରକୁ ଚାହିଁ ଅନାଇ ବସିଛି ଓଦା ଜିଭଟାକୁ କାଢ଼ି, କେତେବେଳେ କେହି ଅଇଣ୍ଠା ପତର ଦେବ ତା ପାଶେ ଫୋପାଡ଼ି । ଏହି ସମୟରେ ଭୂଆ ବିରାଡ଼ିଟା ଅଇଲା ଘରୁ ବାହାରି, ମନ ଫୁଲଣାରେ ମିଆଁଉ ମିଆଉଁ ଡାକି ଥର ଦୁଇ ଚାରି । ଖାଇ ପିଇ ଆଚ୍ଛା ଥାକୁଲୁ ଥୁକୁଲୁ ଦେହଟି ନିର୍ମଳ ଦିଶେ, ଚିକଣ ଚାକଣ ମୁହଁଟି ସୁନ୍ଦର ଦିଶୁଛି ଜାଉଁଳି ନିଶେ । କୁକୁର ଉପରେ ନଜର ପଡ଼ନ୍ତେ ବୋଇଲା ତାକୁ ଅନାଇ, କାଳିଆ କୁକ୍କୁର ପଡ଼ିଛୁ ପରା ତୁ ଅଇଁଠା ମୁଠାକ ପାଇଁ । ରାତିଯାକ ଭୁକି ଭୁକି ମରୁଥାଉ ଶୋଇବାକୁ କାହିଁ ତର, ସାଆନ୍ତଙ୍କ ଘରେ କାଳେ ପଶିଯିବ ଆସି ଡକାଇତ ଚୋର! କେମନ୍ତ ସୁନ୍ଦର ଦିଣୁଛି ମୋ ଦେହ ଅନାଇ ଦେଖ ତୁ ଥରେ, କାମ ଧନ୍ଦା ନାହିଁ ବାବୁ ପରି ମୁହିଁ ବୁଲୁଥାଏଁ ଆନନ୍ଦରେ । ଦୁଧ ଭାତ ମାଛ ପେଟେ ପେଟେ ଖାଇ ଚୁଲିମୁଣ୍ଡେ ଥାଏଁ ଶୋଇ । ଅଇଁଠାଖିଆଟା ଜାତିରେ କୁକ୍କୁର ମୋ ସଙ୍ଗେ ହେବୁ କି ତୁହି । ଶୁଣି ନ ଶୁଣିଲା ପରି ସେ କୁକ୍କୁର ରହିଲା ହୋଇଣ ତୁନି,ଅବଶ୍ୟ ମନକୁ ବାଧିଥିବ ପରା କଠିଣ ବଚନ ଶୁଣି ।
ଦିନେ ସାଆନ୍ତାଣୀ ଚାକରକୁ ଡାକି ବୋଇଲେ ଆରେ ଗୋପଳ! ନିତିପ୍ରତି ଆସି ଭୁଆବିରାଡ଼ିଟା କଲା ତ ଭାରି ଜଞ୍ଜାଳ! ତାହା ଡରେ ଘରେ ମାଛ ଶୁକୁଆ ତ ଆଉ ରଖି ହେଲା ନାହିଁ, ହାଣ୍ଡି କୁଣ୍ଢାଇ ତ ଗଡ଼ାଇ ଖାଇଲା ଥାଏ ଗୋଡ଼କୁ ଅନାଇଁ । ଆଟିକାରେ ପୂରି ଶିକାରେ ଥୋଇଲେ ଦୁଧ ଦହି ଖଜା ମିଠା, ଚିଲା ମାରି ହାଣ୍ଡି ଗଡ଼ାଇ ଖାଇଲା ନିଆଁ ଲଗା ବିରାଡ଼ିଟା । ସେ ଦିନ ତାହାକୁ ଅଖାରେ ପୂରାଇ ଛାଡ଼ି ଆସିଥିଲୁଁ ହାଟେ, ତହିଁ ଆରଦିନ ପଳାଇ ଆସିଲା ଉଣ୍ଡି ଉଣ୍ଡି ବାଟେ ବାଟେ । ଆଜି ରେ ତୁ ନେଇ ଯେରୂପରେ ହେଉ ଦେଏ ତାହାକୁ ଘଉଡ଼ି; ଗୋପାଳିଆ ଶୁଣି ଭାରି ଖପା ହେଲା, ଆଣି ପନାଶି ଦଉଡ଼ି ବାନ୍ଧିଲା ଭୁଆକୁ ଅଣ୍ଟାରେ ବେକରେ, ଘୋଷାଡ଼ି ନେଲା ଦାଣ୍ଡରେ, ଗାଆଁ ପିଲାଯାକ ଧାଇଁ ଆସି ପୁଣି ପିଟୁଥାନ୍ତି ପାଞ୍ଚଣରେ । ଦାଣ୍ଡେ ଦାଣ୍ଡେ ତାକୁ ଘୋଷାଡ଼ି ଘୋଷାଡ଼ି କରୁଥାନ୍ତି କୁଆବୁଆ, ଦାନ୍ତକୁ ନିଫିଡ଼ି ଦରମଲା ହୋଇ ପଡ଼ି ରହିଥାଏ ଭୁଆ । କୁକୁରଟି ଆସି ବୋଲେ ହସି ହସି, କିଏ ରେ
ବିରାଡ଼ି ଭାଇ! ସାଆନ୍ତଙ୍କ ଘରେ ମଜା ଲୁଟୁଥିଲୁ ଦୁଧ ଭାତ ମାଛ ଖାଇ ! ଚୋରୀ ଚପାଟିରେ ଆଚ୍ଛା ସୁଖ ଅଛି ରାତିକେ ହୁଅନ୍ତି ରଜା, ଚୋର ଘରେ ନିତି ଆଲୁଅ ନ ଥାଏ, ଶେଷକୁ ବାହାରେ ମଜା । ଚୋରା ମାଲ ଭାଇ ଦୁଇ ଦିନ ପାଇଁ, ପଛକୁ ହୁଏ ସେ ସଲ, ଗତର ଖଟାଇ ଅଇଣ୍ଠା ପତର ସହସ୍ର ଗୁଣରେ ଭଲ ।
ଅଚିନ୍ତ୍ୟ ଶକ୍ତିବିଚିତ୍ର ଚିତ୍ରିତ ଏହି ଅନନ୍ତ ବ୍ରହ୍ମାଣ୍ଡ,ଆଦ୍ୟନ୍ତ ଅପରିଜ୍ଞେୟ ଅବଭୂତ କାଣ୍ଡ!କେ ତୁମ୍ଭେ? କିଏ ବା ମୁହିଁ? ଆସିଅଛୁଁ କାହୁଁ?ଯିବୁଁ କାହିଁ? ଅଛୁଁ କିପାଁ? ତତ୍ତ୍ୱ ଜାଣୁ ନାହୁଁ ।କରିଛନ୍ତି ଆର୍ଯ୍ୟ ଋଷି ସନ୍ଧାନ ବିସ୍ତର,ପ୍ରକୃତ ପ୍ରଶ୍ନରେ କେବା ଦେଇଛି ଉତ୍ତର?ଊନବିଂଶ ଶତାବ୍ଦୀର ୟୁରୂପା ବିଜ୍ଞାନ-ମୂଳତତ୍ତ୍ୱ ପ୍ରକାଶରେ ଦେଖୁଛୁଁ ଅଜ୍ଞାନ ।ଦର୍ଶନ ନୟନହୀନ, ବିଜ୍ଞାନ ନିର୍ବାକ,ଆଉ ବା ପାଇବ କାହିଁ ଘାଣ୍ଟି ଗ୍ରନ୍ଥଯାକ ।ଅସୀମ ବ୍ରହ୍ମାଣ୍ଡ କେ ବା କରିଛି ନିର୍ମାଣ,କିପରି ଜାଣିଲ ତୁଚ୍ଛ ମାନବ ଅଜ୍ଞାନ?ଭ୍ରାମ୍ୟମାନ ସୌର ସୃଷ୍ଟି ଅନନ୍ତ ଆକାଶେସୁନିୟମେ କି ଉଦ୍ଦେଶ୍ୟ ସାଧନ ସକାଶେ?ପ୍ରଭାତେ କାଞ୍ଚନ କାନ୍ତି ବିକାଶି ତପନଜଗତକୁ ଦେଲା କିବା ନୂତନ ଜୀବନ!ଗାଇଲେ ମଙ୍ଗଳ ଗୀତ ବିହଙ୍ଗମଦଳ,ନବୋଦ୍ୟମେ କାର୍ଯ୍ୟେ ବ୍ୟସ୍ତ ମାନବ ସକଳ ।ଆମୋଦିତ ବନସ୍ଥଳୀ କୁସୁମପରାଗେ,ଧାବିତ ମଧୁପବୃନ୍ଦ ନବ ଅନୁରାଗେ ।ହେ ମାନବ, ଯେଉଁ ଦିଗ ଦେଖ ଲକ୍ଷ୍ୟ କରି-ସର୍ବତ୍ର ପ୍ଳାବିତ ଯେହ୍ନେ ଆନନ୍ଦଲହରୀ ।ଆନନ୍ଦେ ଆନନ୍ଦେ ପରିପୂର୍ଣ୍ଣ ସର୍ବସ୍ଥାନ,କାହାର ପ୍ରକାଶେ କୀର୍ତ୍ତି ଅନନ୍ତ ମହାନ?କିପାଇଁ, କାହାର ପାଇଁ ଏ ଅନନ୍ତ ରାଜ୍ୟ?କେ ମହାମହିମ ଶିଳ୍ପୀ ନିର୍ମିତ ଏ କାର୍ଯ୍ୟ?ମଧ୍ୟାହ୍ନେ ପ୍ରଖର ତପ୍ତ ତପନ କିରଣନିବାରଣ କରେ ସୁଶୀତଳ ସମୀରଣ!ନିୟମେ ତପନ କରି କାର୍ଯ୍ୟ ସମାଧାନପଶ୍ଚିମ ଆକାଶ ପ୍ରାନ୍ତେ ହେଲେ ଅନ୍ତର୍ଦ୍ଧାନ-ଦିବା କାର୍ଯ୍ୟେ କ୍ଳାନ୍ତ ଜୀବ ବିଶ୍ରାମ କାରଣେଆଚ୍ଛାଦିତ ପୃଥ୍ୱୀ ଅନ୍ଧକାର ଆବରଣେ ।ପୁଣି ଦେଖ ଏ ଜଗତ କିବା ଭୟଙ୍କର!ଯାଏ ଜଣା ଯଥା ଦୁଃଖ ଯନ୍ତ୍ରଣା ଆକର!ଯେତେ ସୁଖକର ଦ୍ରବ୍ୟ ଦେଖୁଁ ଜଗତରେପ୍ରଚ୍ଛନ୍ନ ରହିଛି ଦୁଃଖ ସର୍ବ ଅଭ୍ୟନ୍ତରେ ।କୁସୁମରେ କୀଟ- ବିଷ ଅମୃତ ମଧ୍ୟରେ-ଜୀବନରେ ପାପ- ତାପ ପୂର୍ଣ୍ଣ ମରଣରେ-ପବିତ୍ର ପ୍ରଣୟପାଶେ ଦ୍ୱେଷ ଅତ୍ୟାଚାର-ଆନନ୍ଦ ଉତ୍ସବ ଆଳୟରେ ହାହାକାର!ରୋଗର ଯାତନା- ସାଧୁ ଭକ୍ତର ଲାଞ୍ଛନା-ସ୍ଥବିରର ଅପମାନ- ଦୁର୍ବଳ ଗଞ୍ଜନା-ନିସର୍ଗ ଘଟଣା କେତେ ବିବିଧପ୍ରକାରପୃଥିବୀ ସୌନ୍ଦର୍ଯ୍ୟ କରି ଦିଏ ଛାରଖାର!ଦିବସ ଆଲୋକ ପଶ୍ଚାତରେ ଅନ୍ଧକାର-
*କଟକ ସମୀପସ୍ଥ କାଠଯୋଡ଼ୀ ନଦୀ ଫତେମୁଖା ଘାଟ ବିପରୀତ କୂଳରେ ଲଛମନ ହାଜିରା ମୁକାମେଣ୍ଟରଠାରେ ଯେଉଁ ଶିବମନ୍ଦିର ନିର୍ମାଣ କରିଥିଲେ, ନଦୀ ବଢ଼ିଲେ ତାହା ଭାଙ୍ଗି ବୁଡ଼ି ଯାଇଅଛି ।
‘‘ମନ୍ଦ କବିଯଶଃପ୍ରାର୍ଥୀ’’ରାଗ - ମଙ୍ଗଳ‘ମନ୍ଦଃ କବିଯଶଃପ୍ରାର୍ଥୀ’ ଏହି ପରିଚୟମୋ କବିତା ପାଠ କରି ପାଇବ ନିଶ୍ଚୟ ।ନାହିଁ ମୋ ପ୍ରତିଭା ନାହିଁ ଗ୍ରନ୍ଥ ଅଧ୍ୟୟନ,କି ଗୁଣେ କରିବି କବିଯଶ ଉପାର୍ଜନ?ତଥାପି ଚଞ୍ଚଳ ମନ ସଦା ଅଛି ଧାଇଁ,ସାଧାରଣେ କବିଯଶ ଲଭିବାର ପାଇଁ ।ଜନ- ସମାଜରେ କବି ଜୀବନ ଦୁର୍ଲଭ,ଲଭିବାକୁ ସେ ଐଶ୍ୱର୍ଯ୍ୟ ବ୍ୟାକୁଳ ମାନବ ।ଥାଉ ବା ନ ଥାଉ ଜ୍ଞାନ ପ୍ରତିଭାର ଶକ୍ତି,ହେବି କବି ଅକିଞ୍ଚନ ତହିଁ ମତି ଗତି ।କେ କାହିଁ ହୋଇଛି କବି ଆପଣା ଯତ୍ନରେ?ଏ କଥା ତ ମୁହିଁ ବେଳେ ନ ଭାବିଲି ଥରେ ।ମାତ୍ର ଦୃଢ଼ରୂପେ ମନ ମଧ୍ୟେ ଅଛି ଜାଣି,କାଳିଦାସ ମହାକବି ସେବି ବୀଣାପାଣି ।ପାଏ କି ସେ ମହାବର ଲୋକ ସହଜରେ?ହେବି ବା ଶାରଳାଦାସ ଶାରଳାଙ୍କ ବରେ ।ଲଭୁଛି ସାନ୍ତ୍ୱନା ମନେ ପୋଷି ଏହି ଅଶା,କରୁଛି ସାର୍ଥକ ପ୍ରାଣ ସେବି ମାତୃଭାଷା ।କବି ଅନ୍ନପୂର୍ଣ୍ଣାରାଗ - ମଙ୍ଗଳଅନ୍ନ ଶୂନ୍ୟା ଅନ୍ନପୂର୍ଣ୍ଣା ମହିଳାମଣ୍ଡନା,କବି ନାମେ ମୁହିଁ ତୋତେ କରୁଛି ଗଣନା ।ସାମାନ୍ୟ ଗୃହିଣୀ ତୁହି ନୋହୁ ଧନବତୀ,ମାତ୍ର ମୋ ବିଶ୍ୱାସ ତୁହି ମହାଭାଗ୍ୟବତୀ ।ଧର୍ମନିଷ୍ଠା ପତିଭକ୍ତି କରିଛୁ ସମ୍ବଳ,କୁଳବତୀ ପକ୍ଷେ ଯାହା ସମ୍ପତ୍ତି କେବଳ ।ଦାରିଦ୍ର୍ୟର ବେତ୍ରାଘାତେ ନୋହି ବିଚଳିତ,ସୁଖେ ଦୁଃଖେ ରଖିଅଛୁ ପ୍ରଭୁପଦେ ଚିତ୍ତ ।ରୋଗେ ଦୁଃଖେ ପଡ଼ି ମଧ୍ୟ ସ୍ଥିର କରି ମନ,ସାହିତ୍ୟ ସେବାରେ କଲୁ ଚିତ୍ତ ସମର୍ପଣ ।ଜଗତର ସୁଖ ଦୁଃଖ ନୁହେ ଚିରସ୍ଥାୟୀ,ଭୁଞ୍ଜନ୍ତି ମାନବଗଣ ଭାଗ୍ୟ ଅନୁଯାୟୀ ।ଆସୁ ବା ଐଶ୍ୱର୍ଯ୍ୟ କିମ୍ବା ବିପଦ ଭୀଷଣ,ଧୈର୍ଯ୍ୟ ଧରି କରିବୁ ତା ମସ୍ତକେ ଧାରଣ ।ବିଚଳିତ ହେବୁ ନାହିଁ ସମ୍ପଦେ ବିପଦେ,ଦୃଢ଼ରୂପେ ରଖିଥିବୁ ଚିତ୍ତ ପ୍ରଭୁପଦେ ।ଯେ କୀର୍ତ୍ତି ରଖିଲୁ ମା! ତୁ ଉତ୍କଳ-ମଣ୍ଡଳେ,ଗାଇବେ ତା ଭବିଷ୍ୟତ ମାନବ ସକଳେ ।ଆଶୀର୍ବାଦ କରୁଅଛି ଆଗୋ ସାଧ୍ୱୀ ସତୀ,ମହାପ୍ରଭୁ ପାଦପଦ୍ମେ ଥାଉ ତୋର ମତି ।ମୋର ଏହି ଅଭିଳାଷ ଶୁଣ ରେ ନନ୍ଦନୀ,କାଟିବୁ ଜୀବନ ବ୍ରତ ଧରି ତପସ୍ୱିନୀ ।ମଣିବୁ ତୋ ଜଗତରେ ଶତ୍ରୁ ମିତ୍ର ନାହିଁ,ନିରନ୍ତରେ ରହିଥିବୁ ପ୍ରଭୁପଦ ଚାହିଁ ।ଦେବୀପ୍ରତିମା ବିସର୍ଜନ
କେତେ ମହାକବି ଅମର ପଦବୀ
ଲିଭିଲେ ଚରଣ ସେବି ।
ବିଶାଳ ଅବନୀ ମଧ୍ୟେ ଜୟଧ୍ୱନି
କରି କେତେ ଜାତି ସୁଖେ
ଧାଇଁଛନ୍ତି, ମାତଃ! କେବଳ ନିତାନ୍ତ
ତୁମ୍ଭ ପୁତ୍ରେ ଛନ୍ତି ଦୁଃଖେ ।
ତୁମ୍ଭେ ତ ପବିତ୍ରା, ସୌଷ୍ଠବେ ବିଚିତ୍ରା,
କୃପଣା ନୁହ ତ ଦାନେ!
ଶସ୍ୟ ଶଷ୍ଟ ଜଳ ବିପୁଳ ନିର୍ମଳ
ଭୁଞ୍ଜଛନ୍ତି ପୁତ୍ରମାନେ ।
ତେବେ କିପାଁ ମାତଃ! ତୋ ପୁତ୍ରେ ନିତାନ୍ତ
ହେଉଛନ୍ତି ହୀନମାନ,
ଜାଣିଲି ନିକର କେବଳ ତାଙ୍କର
ନାହିଁ ଜାତି ଅଭିମାନ ।
ମାତାକୁ ସମ୍ମାନ ନ କରେ ଯେ ଜାଣ,
ସେହି ତ ଅଧମ ସୁତ,
ସେହି ସର୍ବସ୍ଥାନେ ଥାଏ ଅପମାନେ
ସମାଜରେ ଅନାଦୃତ ।
ଯେ କରେ ଜନନୀ ସେବା, ସେହି ଧନୀ
ହୁଏ ସକଳ ଧନରେ,
ତାହାର ଗୌରବ ଦେଶବାସୀ ସର୍ବ
ରଟନ୍ତି ସଦା ମୁଖରେ ।
ପଶୁପକ୍ଷୀ ଯେତେ ଅଛନ୍ତି ଜଗତେ
ପୋଷନ୍ତି ସର୍ବେ ଉଦର,
ତୁମ୍ଭେ ସେ ପ୍ରକାର ହେଲେ ସ୍ୱାର୍ଥପର
କି ଭେଦ ହେଲା ତୁମ୍ଭର?
ଚାହଁ ଦେଶ ପ୍ରତି, ଭାଷାର ଉନ୍ନତି
ଲୋଡ଼ ଜାତୀୟ ଗୌରବ,
ଦେଶବାସିଗଣ ଜାଣନ୍ତୁ ଆପଣ
ଯଥାର୍ଥ ଜଣେ ମାନବ ।
ଗର୍ଦଭର ସୂକ୍ଷ୍ମ ବୁଦ୍ଧି
ଗୋଟାଏ ଗର୍ଦଭ ଗୋଟାଏ କୁକୁର ଥିଲେ ଏକ ଧୋବାଘରେ,
ପ୍ରତିଦିନ ଗଧ ଗାଆଁ ଲୁଗାଯାକ ଛେଲା ବହି ବହି ମରେ ।
ତୁଠରୁ ବାହୁଡ଼ି ଧୋବା ଗଧଟାକୁ ଖୁଣ୍ଟରେ ପକାଏ ବାନ୍ଧି,
ଏଣେ ଥକା ମକା ତେଣେ ପେଟେ ଭୋକେ ଶୋଇପଡ଼େ କାନ୍ଦିକାନ୍ଦି ।
ତାଠାକୁ ଫୋପାଡ଼ି ଦିଏ ଦିନେ ଦିନେ ଧୋବଣୀ ମୁଠାଏ ଘାସ,
ହେଲେ ତାହା କିଛି ସବୁଦିନେ ନୁହେ ଅଧଦିନ ଉପବାସ ।
ପଡ଼ିଆରେ ଚରି ବୁଲିଲେ ଅଥବା ତହିଁରେ ପୂରନ୍ତା ପେଟ,
ସବୁବେଳେ ଧନ୍ଦା ଲାଗି ରହିଅଛି ଘାସ ସଙ୍ଗେ କାହୁଁ ଭେଟ!
କୁକୁରର କିଛି କାମ ଦାମ ନାହିଁ ସବୁବେଳେ ବୁଲୁଥାଏ,
ମଜା କରି ବସି ଦୁଇ ଓଳି ମାଂସ ଭାତ ପେଟେ ପେଟେ ଖାଏ ।
ବିଚାରିଲା ଗଧ ତୁଛା ବସି ବସି କୁକର ଚୋବାଏ ହାଡ଼,
କାମରେ ଅଳପ ଢିଲା ହୋଇ ଗଲେ ମୋ ପିଠିରେ ପଡ଼େ ମାଡ଼ ।
କିପାଇଁ ସାଆନ୍ତ କୁକୁରକୁ ଏଡ଼େ ସ୍ନେହରେ ଖୁଆନ୍ତି ଭାତ,
ଦିନ ଯାକ କାମ କରି କରି ମରେଁ ମୋ ବେଳକୁ ଠେଙ୍ଗା ବେତ ।
ବିଚାରି ବିଚାରି ସ୍ଥିର କଲା ଗଧ ଆପଣା ସୂକ୍ଷ୍ମ ବୁଦ୍ଧିରେ,
ଜଣାଗଲା କଥା, ସାଆନ୍ତେ ଶୋଇଲେ କୁକୁର ଭୁକେ ରାତିରେ ।
ଲାଙ୍ଗୁଡ଼ ହଲାଇ ଆଗ ଦୁଇ ଗୋଡ଼ ସାଆନ୍ତ ଉପରେ ମାରେ,
ସାଆନ୍ତଙ୍କ ତେଣୁ ଏତେ ଦୂର ସ୍ନେହ ଅଛି ସେ କୁକୁର ଠାରେ ।
ସେହିପରି କଲେ ମୋ ଉପରେ ହେବେ ସାଆନ୍ତ ନିଶ୍ଚୟ ଖୁସି,
ଲୁଗାଛେଲା ବହିବାକୁ ହେବ ନାହିଁ ମଜାରେ ଖାଇବି ବସି ।
ଦିନକରେ ଧୋବା ଲୁଗା କାଚି କାଚି ଥକିଥିଲା ଶୋଇପଡ଼ି,
ଅଧରାତି ବେଳେ ଗଧ ଉଠିପଡ଼ି ଉଚ୍ଚରେ ଛାଡ଼ିଲା ରଡ଼ି ।
ରଡ଼ି ପରେ ରଡ଼ି! ପ୍ରହରେକଯାଏଁ କଲା ଚିତ୍କାର ଉତ୍କଟ,
କି କରିବ ଧୋବା, ନିଦ ଭାଙ୍ଗିଗଲା ଦଣ୍ଡେ ହେଲା ଛଟପଟ ।
ଭାଳିଲା ମନରେ ନିଶ୍ଚୟ ଗଧକୁ ହେଲାଣି ଉତ୍କଟ ପୀଡ଼ା,
ଆଖି ମଳି ମଳି ଧୀରେ ଧୀରେ ଆସି ଗଧ ପାଖେ ହେଲା ଛିଡ଼ା ।
କୁକୁର ସମାନ ଆଗ ଦୁଇ ଗୋଡ଼ ଟେକି ଗଧ ଆନନ୍ଦରେ
ଲାଞ୍ଜକୁ ହଲାଇ ହଲାଇ ପିଟିଲା ଧୋବା ଛାତିରେ ମୁଣ୍ଡରେ ।
ବୋପାଲୋ! ମଲି ଲୋ! ରଡ଼ି ଛାଡ଼ି ଧୋବା ବାଉଁଶ ଠେଙ୍ଗାଟା ଆଣି,
ଦୁମ୍ ଦୁମାଦୁମ୍ ଗର୍ଦଭ ପିଠିରେ ମୁଣ୍ଡରେ ପିଟିଲା ଟାଣି ।
ପଡ଼ିଗଲା ଗଧ ଜୀଭଟାକୁ କାଢ଼ି ଭାଙ୍ଗିଲା ପଞ୍ଜରା ହାଡ଼,
ଅକର୍ତ୍ତବ୍ୟ କାମ କଲେ ପିଲାମାନେ ଖାଇବ ଏପରି ମାଡ଼ ।
ଯାହାର ଯେ କାମ ନିରୂପିତ ଅଛି, ତାହାକୁ ସେ କାମ ସାଜେ,
ନ ଜାଣିଲା ଲୋକ ତହିଁ ହାତ ଦେଲେ ପିଠିରେ ପାଞ୍ଚଣ ବାଜେ ।
ଚାନ୍ଦମଣିର ଅଙ୍ଗା
ଚାନ୍ଦମଣି ଦିନେ ଅଙ୍ଗାଟିଏ ପାଇଁ ମାତା ପାଶ; କଲେ ଅଳି,
ଶୁଣି ଶୁଣି ମାତା ବୋଇଲେ ପୁତ୍ରକୁ ବହୁତ ହୋଇ ସେ ଚଳି ।
ଆରେ ଦୁଷ୍ଟ ପିଲା! ତୋ ଦେହ ମାପରେ ଅଙ୍ଗା ଆଣିବି କିପରି?
ନିତି ନିତି ତୁହି ପଦାକୁ ବାହାରୁ ନାନାବିଧ ରୂପ ଧରି!
ଦ୍ୱିତୀୟା ଦିନର ତୋହର ଆକାର ନ ଥାଏ ତୃତୀୟା ଦିନେ,
ଚତୁର୍ଥୀ ପଞ୍ଚମୀ ପଷ୍ଠୀରେ ତୋ ରୂପ ହୋଇ ଯାଏ ଭିନେ ଭିନେ ।
ଉଆଁସ ଦିନରେ ଏକାବେଳକେ ତୁ ପଦାକୁ ବାହାରୁ ନାହିଁ,
ତୁଛାରେ ପଇସା ଖରଚ କରି ମୁଁ ଅଙ୍ଗା କିଣିବି କିପାଇଁ?
ଶରୀର ସମାନେ ଆହେ ପିଲାମାନେ! ନ ଥିଲେ ମନ-ସ୍ଥିରତା-
ତୁମ୍ଭପାଇଁ ଦ୍ରବ୍ୟ କିଣିବା ବେଳକୁ ହେବ ଚାନ୍ଦମଣି କଥା ।
କର୍ମଫଳ
କି ଥିଲି, କାହିଁ ଥିବା ଥିଲି, କିପାଁ ପୃଥିବୀରେ
ଜନ୍ମିଲି, ନ ଯାଏ ଜଣା ସହଜ ବୁଦ୍ଧିରେ ।
ସମସ୍ତ ମାନବ କିପାଁ ନୁହନ୍ତି ସମାନ?
ସୁଖେ ଦୁଃଖେ ପାପ ପୁଣ୍ୟେ ପନ୍ଥା ଆନ ଆନ?
ଅଦୃଷ୍ଟ ବା କର୍ମଫଳ ଜୀବନନିୟନ୍ତା,
ସର୍ବଶାସ୍ତ୍ର ଅଭିମତ-ମାତ୍ର ତତ୍ତ୍ୱକଥା
ନ ପାରିଲି ଜାଣି- ଜାତ ମନରେ ସଂଶୟ-
କର୍ମ ଅଗ୍ରେ, ଅବା ଫଳ ଅଗ୍ରେ, ଏ ବିଷୟ ।
ପାପେ ରତି, ଧର୍ମେ ଭକ୍ତି, ଜାତ ସ୍ୱଭାବରେ-
କର୍ମ ଫଳ କର ଯେବେ ସିନ୍ଧାନ୍ତ ମନରେ-
ସୃଷ୍ଟି ଅଦ୍ୟେ ସର୍ବଭୂତ ଥିଲେ ବିଦ୍ୟମାନ,
ଅବଶ୍ୟ ମୋହର ଥିଲା ଆତ୍ମା ଅବସ୍ଥାନ,
କର୍ମକ୍ଷେତ୍ରେ ପ୍ରବେଶିକା ପୂର୍ବେ ମୋର ପ୍ରାଣ
ଥିଲା ତ ଅପାପବିଦ୍ଧ ହୁଏ ଅନୁମାନ ।
ସର୍ବ ପ୍ରଥମରେ କିପାଁ ଜାତ ପାପେ ରତି?
ଯାହା ଯୋଗେ ଭୁଞ୍ଜେ ପ୍ରାଣ ଅଶେଷ ଦୁର୍ଗତି!
ସ୍ୱଭାବେ ଜଡ଼ୀୟ ଦେହ ଯଥା ରୂପାନ୍ତର,
ଅଧ୍ୟାତ୍ମ ବିଧି କି ତଥା? ନୁହେ ସ୍ୱତନ୍ତ୍ରର?
ନିହିତ ସୃଷ୍ଟିର ତତ୍ତ୍ୱ ନିବିଡ଼ ତିମିରେ,
କରି ପାର ଅନୁମାନ ସହଜ ବୁଦ୍ଧିରେ-
ଭୁଞ୍ଜେ କର୍ମଫଳ ଲୋକ ବିଧିର ବିଧାନ,
ବିଧିଠାରୁ ବଳି କର୍ମଫଳ କି ପ୍ରଧାନ?
କର୍ମଫଳ ମେଣ୍ଟିବାକୁ ବିଧିର ଆୟତ୍ତ
ନାହିଁ ଯେବେ, ସ୍ଥିର କର ଏହାର ଶ୍ରେଷ୍ଠତ୍ୱ ।
ଜୀବନର ସୁଖଦୁଃଖଦାତା କର୍ମଫଳ,
ବିନାଶକ, ରକ୍ଷାକାରୀ, ସହାୟ ସମ୍ବଳ ।
କର୍ମଫଳ ପ୍ରଭାବରେ ଜୀବନର ଗତି,
ନମସ୍ତତ୍ କର୍ମଭ୍ୟୋ ବିଧିରପି ନ ଯେଭ୍ୟଃ ପ୍ରଭବତି ।
ନଭୋ l
ହେ ଅନନ୍ତ ମହାଦେବ! କରେଁ ନମସ୍କାର;
ନ ଜାଣେ କେ ତୁମ୍ଭେ! ତୁମ୍ଭ କିରୂପ ଆକାର ।
ଅନନ୍ତ ନକ୍ଷତ୍ର ଗ୍ରହ ତୁମ୍ଭ ଅଭ୍ୟନ୍ତରେ
ବିରାଜିତ କ୍ଷୁଦ୍ରତମ ବିନ୍ଦୁ ସ୍ୱରୂପରେ ।
ମମ ଅଧିଷ୍ଠାନଭୂତା ବିଶାଳ ମେଦିନୀ-
ଅନନ୍ତ ଜୀବନ ବନପର୍ବତଧାରିଣୀ ।
କଳ୍ପନାରେ କରି ଏହା ସୀମା ନିରୁପଣ,
ସ୍ତମ୍ଭିତ ବିସ୍ମିତ ହୁଏ ଚିତ୍ତ ଅବସନ୍ନ ।
ଅନନ୍ତ ବିଶାଳ ଗ୍ରହେ ବ୍ୟାପ୍ତ ତୁମ୍ଭ ଗାତ୍ର,
ତୁଳନାରେ ଏ ମେଦିନୀ ଅଟେ କଣା ମାତ୍ର ।
ଆଜନ୍ମ ଦେଖୁଛି ତବ ରୂପ ନୟନରେ,
ବିଭିନ୍ନ ବିଚିତ୍ର ବର୍ଣ୍ଣ ପ୍ରତି ନିମିଷରେ ।
ଅନନ୍ତ ବିଶାଳ ଗ୍ରହ ନକ୍ଷତ୍ର ଆଧାର-
ହେ ନଭୋ! ବୋଲନ୍ତୁ-ତୁମ୍ଭେ ଆଧେୟ କାହାର?
ଧର୍ମ ଚତୁଷ୍ପଦ
ଜଗତ ମଧ୍ୟରେ ଯେତେ ମାନବ ସନ୍ତାନ,
ଗତ, ଆଗନ୍ତୁକ, ଯେତେ ଛନ୍ତି ବର୍ତ୍ତମାନ,
ଧର୍ମ ମାତ୍ର ସମସ୍ତଙ୍କ ଜୀବନ ଆଧାର,
କରିଛି ଧାରଣ ଧର୍ମ ଜଗତ ସଂସାର ।
ମାନବୀୟ ଧର୍ମଶାସ୍ତ୍ର କଲେ ଆଲୋଚନା-
ଚତୁଷ୍ପଦେ ଅବସ୍ଥିତ ଧର୍ମ- ଯାଏ ଜଣା ।
ବିଶ୍ୱାସ, ବୈରାଗ୍ୟ, ପ୍ରେମ, ଭକ୍ତି ଚତୁଷ୍ପଦେ
ଅବସ୍ଥିତ ଧର୍ମ ଲୋକରକ୍ଷାର ଆସ୍ପଦେ ।
ଇସଲାମ ଧର୍ମୁ ଶିଖ ବିଶ୍ୱାସର ମର୍ମ,
ବୈରାଗ୍ୟ ଗୌରବରକ୍ଷାକାରୀ ବୌଦ୍ଧଧର୍ମ ।
ଚୈତନ୍ୟଦେବଙ୍କ ଭକ୍ତି, ଯିଶୁଖୀଷ୍ଟ ପ୍ରୀତି,
ଏହି ଚାରି ଧର୍ମ ଶିକ୍ଷା ଦିଏ ଚାରି ନୀତି ।
ନ ବୁଝନ୍ତି ଆତ୍ମ ପର ବ୍ରହ୍ମଜ୍ଞାନିଗଣ,
ସର୍ବଶାସ୍ତ୍ର ସାରତତ୍ତ୍ୱ କରନ୍ତି ଗ୍ରହଣ ।
ଶ୍ରୀ ଚୈତନ୍ୟଦେବଙ୍କ ସଂକୀର୍ତ୍ତନ
ଶ୍ରୀ ଚୈତନ୍ୟଦେବ ନାଚି ନାଚି ଗୀତ ଗାଇ,
ନଦୀୟା ଦାଣ୍ଡରେ ଡାକୁଛନ୍ତି-ଆସ ଭାଇ!
ମିଳି ମିଶି କରୁଁ ପ୍ରଭୁନାମ ସଂକୀର୍ତ୍ତନ,
ଆସ ଆସ ଅଛ ଯହିଁ ସାଧୁ ଭକ୍ତଗଣ!
ତେଜ ମନୁ ଅହଙ୍କାର- ଭେଦାଭେଦ ଜ୍ଞାନ,
ସମସ୍ତଙ୍କ ଏକମାତ୍ର ପିତା ଭଗବାନ ।
ଚଣ୍ଡାଳ, ଯବନ, ବିପ୍ର ସର୍ବେ ମୋର ଭାଇ,
ଆସ ମିଳି ମିଶି ନାଚୁ ହରିଗୁଣ ଗାଇ ।
ଜାତିଭେଦ, ଧର୍ମଭେଦ, କିପାଁ ଗଣ୍ଡଗୋଳ?
ଭାଇ ଭାଇ ମିଳି ନାଚୁଁ, ହରି ହରି ବୋଲ ।
ଦେଖନ୍ତୁ କୋରାନ ଫେଇ, ବାଇବେଲ, ବେଦ,
ସମସ୍ତଙ୍କ ଲକ୍ଷ୍ୟ ବ୍ରହ୍ମ-ନାହିଁ ଭେଦାଭେଦ ।
ରଚିତ ସକଳ ଶାସ୍ତ୍ର ଏକ ଉପାଦାନେ,
ପତିତ ସାଗର ଗର୍ଭେ ଯଥା ନଦୀମାନେ ।
ଭେଦବୁଦ୍ଧି, ଦ୍ୱେଷ, ହିଂସା, ନରକନିଦାନ,
ଭ୍ରାତୃପ୍ରେମ, ସମଜ୍ଞାନ ସ୍ୱର୍ଗର ସୋପାନ ।
ସର୍ବଘଟେ ସ୍ଥିତ ଚିଦାନନ୍ଦ ଭଗବାନ,
ଗୀତା ଭାଗବତ ଶାସ୍ତ୍ର ସେଥିର ପ୍ରମାଣ ।
ଧର୍ମ ମାର୍ଗ ମାତ୍ର ଜୀବେ ଦୟା, ନାମେ ଭକ୍ତି,
ଦେହ ମନ ଶୁଦ୍ଧି, ଯୋଗସିଦ୍ଧି, ଅନାସକ୍ତି ।
ବାହ୍ୟ ଆଡ଼ମ୍ବର ଜାଣ ସର୍ବ ମିଥ୍ୟାଚାର,
ଅଭ୍ୟନ୍ତରଗତ ସର୍ପ ବଲ୍ମୀକେ ପ୍ରହାର
ବିକଶେ ମାନବ ମଧ୍ୟେ ଶ୍ରୀହରି ମହିମା,
ପ୍ରଭୁଙ୍କ ମଧ୍ୟରେ ଦେଖ ମାନବର ସୀମା ।
ଅଣୁ ପରମାଣୁ କିମ୍ବା ଅନନ୍ତ ଆକାଶେ,
ଏକମାତ୍ର ମହାପ୍ରଭୁ ମହିମା ବିକାଶେ ।
ବିଶ୍ୱାସେ ପାଇବ ହରି- ତର୍କେ ବିଡ଼ମ୍ବନା,
ପ୍ରହ୍ଲାଦ ଲଭିଲେ ହରି ସ୍ତମ୍ଭେ ଅଛି ଜଣା
ବୃଥା କୋଳାହଳେ ଭାଇ ବଢ଼ିବ ଅଶାନ୍ତି,
ଆମ୍ଭ ଧର୍ମ ସତ୍ୟ, ତୁମ୍ଭ ମିଥ୍ୟା-ମନେ ଭ୍ରାନ୍ତି ।
ହରି ହରି ବୋଲ ଭାଇ ନାମ ମାତ୍ର ସାର,
ଭବସିନ୍ଧୁ ଲଙ୍ଘିବାକୁ ନାମ କର୍ଣ୍ଣଧାର
ଶଙ୍ଖୀ ବିରାଡ଼ୀ-ବଣି ପକ୍ଷିଣୀ
ଜାଣନ୍ତି ଈଶ୍ୱର ଯାହା-ଅଭ୍ରାନ୍ତ ସମସ୍ତ,
କାହା ସାଧ୍ୟ ଅଣୁମାତ୍ର କରେ ଇତସ୍ତତ?
ଜନମି ଜଗତେ ଲୋକ କରିବ ଯେ କାର୍ଯ୍ୟ,
ଅଜ୍ଞେୟ ଆଦେଶ ପୂର୍ବୁଁ କରିଛନ୍ତି ଧାର୍ଯ୍ୟ,
ରଙ୍ଗାଳୟେ ଯେ କରିବ ଯେଉଁ ଅଭିନୟ,
ପୂର୍ବୁଁ ସୂତ୍ରଧର କରି ଅଛନ୍ତି ନିଶ୍ଚୟ ।
ସୀମା ଲଙ୍ଘିବାର ଅଭିନେତା ଶକ୍ତି କାହିଁ?
ସ୍ୱାଧୀନ ମାନବ- କର ଚିତ୍କାର କିପାଇଁ?
ଜୀବନର ଗତିତତ୍ତ୍ୱ କଲେ ଅନ୍ୱେଷଣ,
ଅନନ୍ତ ତିମିରେ ମନ ମଗ୍ନ ଅବସନ୍ନ ।
ବିଜ୍ଞାନର ଜଡ଼ବାଦ, ଦାର୍ଶନିକ ତତ୍ତ୍ୱ,
ଦେଶଭେଦେ ପାତ୍ରଭେଦେ ଭିନ୍ନ ଭିନ୍ନ ମତ
ଥିଲେ ଏକା ଜଣେ ମହାଜ୍ଞାନୀ ନିଉଟନ,
ଯାହାଙ୍କ ପ୍ରତିଭା ଖ୍ୟାତ ସମସ୍ତ ଭୁବନ;
ତାଙ୍କ ନିଜ ବାକ୍ୟ- ‘‘ପୂର୍ଣ୍ଣ ଜ୍ଞାନସିନ୍ଧୁ ଜଳ,
କରିଛୁଁ ବେଳାରେ ମାତ୍ର ସଂଗ୍ରହ ଉପଳ ।’’
ବିନ୍ଦୁ କି ସିନ୍ଧୁର ତତ୍ତ୍ୱ କଥା ପାରେ ଜାଣି?
ନ ଭୁଲ ବିଶ୍ୱର କଥା- ମାତ୍ର ତୁଚ୍ଛ ପ୍ରାଣୀ ।
ଲୋଡ଼ ବ୍ରହ୍ମାଣ୍ଡର କାର୍ଯ୍ୟ କାରଣ ପ୍ରସଙ୍ଗ,
ଅନନ୍ତ ଗଗନ ସୀମା ଲଙ୍ଘିବା ପତଙ୍ଗ ।
ଯେତିକି ଜାଣିବା ମାତ୍ର ଅଛି ପ୍ରୟୋଜନ,
ସେହି ମାତ୍ର ତତ୍ତ୍ୱମାର୍ଗ କର ଅନ୍ୱେଷଣ ।
ନ ଜାଣେ ମାନବ ଜାତି ଭୂତ, ଭବିଷ୍ୟତ,
ବର୍ତ୍ତମାନ ମଧ୍ୟ ପ୍ରତ୍ୟକ୍ଷରେ ଅନାୟତ୍ତ ।
ଭୀଷଣ ପ୍ରବାହ ନିଏ ଭସାଇ ଜୀବନେ,
ସାଧ୍ୟ କି ତୁମ୍ଭର-ସ୍ଥିର ରହି ପାର କ୍ଷଣେ?
ଏତିକି ମାତ୍ରକୁ ଜଣା ଅନନ୍ତ ଜୀବନ,
ନିୟତ ଉନ୍ନତି ମାର୍ଗ କରେ ଅନ୍ୱେଷଣ ।
ରଖି ଉଚ୍ଚତମ ସ୍ଥାନେ ଲକ୍ଷ୍ୟ ଆହେ ଭାଇ
ଅନନ୍ତ ପ୍ରବାହେ ଦିଅ ଜୀବନ ଭସାଇ
ଥିଲ, ଥିବ, ଅଛ, ଏହି କଥା ରଖି ମନେ
ଅନୁଗତ ରହ ବିଶ୍ୱବିଧାତା ଚରଣେ ।
ସ୍ୱାଧୀନ ମାନବ-ଭ୍ରାନ୍ତ ଧାରଣା କେବଳ,
ହେବ ବିଧାତାର ବିଧି ଜୀବନେ ସଫଳ ।
ଭୁଆ ବିରାଡ଼ି ଓ କାଳିଆ କୁକ୍କୁର
ଆନନ୍ଦ ପଶ୍ଚାତେ କେତେ ଭୀଷଣ ଆକାର
ବସ୍ତୁ ବିଦ୍ୟମାନ-ନିତ୍ୟ ଦେଖୁଁ ପ୍ରତ୍ୟକ୍ଷରେ
ବିଜଡ଼ିତ ସୁଖ ଦୁଃଖ ଛନ୍ତି ପରସ୍ପରେ ।
ସୁନ୍ଦର ସୁମନେ ପ୍ରସ୍ଫୁଟିତ ଯେ ବନରେ,
ଭୀଷଣ ଭୁଜଙ୍ଗ ଛନ୍ତି ଶାୟିତ ବିବରେ ।
ଯେଉଁ ମଧୁକର କରେ ପୀୟୂଷ ପ୍ରଦାନ,
ବହେ ପୁଣି ବିଷମୟ ଭୀଷଣ ବିଷାଣ!
ଜଗତ ଜୀବନ ଜଳ ଯେଉଁ ବାରିଦରେ,
ପ୍ରଚ୍ଛନ୍ନ ଭୀଷଣ ବଜ୍ର ତାହା ଅଭ୍ୟନ୍ତରେ ।
ରତ୍ନାକର ଗର୍ଭ ମଧ୍ୟେ ଭୁଜଙ୍ଗ ସଞ୍ଚାର,
କମନୀୟ ଦେହେ ବ୍ୟାଧି ବିବିଧପ୍ରକାର ।
ଦିବା ନିଶି ସୁଖ ଦୁଃଖ ବିଷାଦ ଉଲ୍ଲାସେ
ବିଜଡ଼ିତ ସୃଷ୍ଟି ସ୍ଥିତି ସାଧନ ସକାଶେ ।
ହେ ମାନବ! ଏଥି ତତ୍ତ୍ୱ ପାରିବ କି ଜାଣି?
ତୁମ୍ଭେ ଯେ ଜଗତେ କ୍ଷୁଦ୍ରାଦପି କ୍ଷୁଦ୍ର ପ୍ରାଣୀ!
ଅନନ୍ତ ବ୍ରହ୍ମାଣ୍ଡ ସଙ୍ଗେ କଲେକ ତୁଳନା,
କେତେ କ୍ଷୁଦ୍ର, ତୁମ୍ଭେ ସହଜରେ ଯିବ ଜଣା
ମାନବର କ୍ଷୁଦ୍ର, ଦୃଷ୍ଟି ସୀମା ଅଭ୍ୟନ୍ତରେ
ଘଟେ କି ଅଭୁତ କାଣ୍ଡ, ଦେଖ ପ୍ରତ୍ୟକ୍ଷରେ
ଦେଖ ଏହି ପୃଥିବୀର ବିସ୍ତାର ପ୍ରାଚୁର୍ଯ୍ୟ,
ଏହାଠାରୁ କେତେ ଲକ୍ଷ ଲକ୍ଷ ଗୁଣ ସୂର୍ଯ୍ୟ!
ଗ୍ରହ ଉପଗ୍ରହ ଘେନି ସୌରପରିବାର
ଅଚିନ୍ତ୍ୟ ନିୟମେ କରେ ଗଗନେ ସଞ୍ଚାର ।
କୋଟି କୋଟି ସୂର୍ଯ୍ୟ କରି ରଶ୍ମି ବିକୀରଣ
ଧାବିତ ପ୍ରବଳ ବେଗେ ଦେଖୁଁ ଅନୁକ୍ଷଣ ।
ସୂର୍ଯ୍ୟର ଉପରେ ସୂର୍ଯ୍ୟ ନିୟମିତ କକ୍ଷେ
ଘୂର୍ଣ୍ଣିତ ପ୍ରଚଣ୍ଡ ବେଗେ ଦେଖୁଛୁଁ ପ୍ରତ୍ୟକ୍ଷେ ।
ଅକୂଳ ସାଗର ଗର୍ଭେ କେତେ ଜଳକଣା,
ମରୁ କ୍ଷେତ୍ରେ ରେଣୁ କରି ପାର କି ଗଣନା?
ଗଗନେ ଅଚିନ୍ତ୍ୟ କାର୍ଯ୍ୟ ସେହିପରି ଜାଣ,
ଅନନ୍ତ ଅନନ୍ତ ଇତସ୍ତତଃ ବିଦ୍ୟମାନ ।
ନାହିଁ ଭେଦ ସ୍ଥୂଳ-ସୂକ୍ଷ୍ମ- ଆଲୋକ-ଅନ୍ଧାର,
ଶ୍ୱେତ-କୃଷ୍ଣ-ପାପ-ପୁଣ୍ୟ ସର୍ବ ଏକାକାର ।
ଦୃଷ୍ଟି ସୀମା ରେଖା ପ୍ରାନ୍ତେ କଳ୍ପନାର ରାଜ୍ୟ,
ତଦନ୍ତେ ଅସୀମ ମଧ୍ୟ ବିଶ୍ୱପତି କାର୍ଯ୍ୟ ।
ମ୍ଳାନ ତହିଁ କୋଟି କୋଟି ଚନ୍ଦ୍ର ସୂର୍ଯ୍ୟ ଜ୍ୟୋତି,
ସ୍ଥିର ବିକାଶିତ ମାତ୍ର ପରଂବ୍ରହ୍ମଦ୍ୟୁତି ।
ଲଘୁ ଗୁରୁ ନାହିଁ ଭେଦ, ଜ୍ଞାନ ବା ଅଜ୍ଞାନ,
ଦକ୍ଷିଣ ଉତ୍ତର ପୂର୍ବ ପଶ୍ଚିମ ସମାନ ।
ଅଛି ସର୍ବ ବିଦ୍ୟମାନ ନାହିଁ ଭେଦାଭେଦ,
ଅଶକ୍ତ ମାନବ ଜ୍ଞାନ ରହସ୍ୟ ପ୍ରଭେଦ ।
ଏ ସମସ୍ତ ଭାବି ସ୍ତବ୍ଧ ଭୀତ ମନ ପ୍ରାଣ,
ଦେଖୁଁ ମାତ୍ର ବିରାଜିତ ପ୍ରଭୁ ଭଗବାନ ।
ଭୟ ଭକ୍ତିଚିତ୍ତେ ନାମେ ପ୍ରଭୁ ଶ୍ରୀଚରଣେ,
ଅଚିନ୍ତ୍ୟାବ୍ୟକ୍ତରୂପାୟ, ଦେବ ବିଶ୍ୱାତ୍ମନେ ।
କାହିଁ ସେ?
କାହିଁ ଅଛି – କାହିଁ ଗଲେ ଦେଖିବି ସେ ମୁଖ?
ଶାରଦ ଶର୍ବରୀ- ସେ କି ଶଶିଙ୍କ ମୟୂଖ?
ପ୍ରତପ୍ତ ସାହାରା ମରୁ ସିକତା ପ୍ରାନ୍ତରେ-
ଅଛି କି ଗଭୀର କୂପେ ସୁଧା ସ୍ୱରୂପରେ?
ସାଧନାର ସିଦ୍ଧି-କିବା ତପପସ୍ୟାର ଫଳେ-
ଅଛି କି ଲହରୀ ଲୀଳା ନୀଳାମ୍ବୁ ହିଲ୍ଲୋଳେ?
ତୁଷାରଧବଳ ଶୀତପ୍ରଧାନ ଦେଶରେ-
ମନ୍ଦାରଲୋହିତ ଦୀପ୍ତ ରବି କିରଣରେ-
ନିଦାଘ ନିଶୀଥ ସିକ୍ତ କୁସୁମ ସୌରଭେ-
କିମ୍ବା ସାନ୍ଧ୍ୟ ଧ୍ରୁବ ତାରାରୂପେ ନୀଳନଭେ-
କ୍ଳାନ୍ତ ଶାନ୍ତ ଦେହେ ଘୋର ନିଦ୍ରା ସମୟରେ-
ସଞ୍ଚରେ କି ପ୍ରେମମୟ ସୁଖଦ ସ୍ୱପ୍ନରେ?
ନାହିଁ ନାହିଁ, ନୁହେ ସେ ତ ଉପଯୁକ୍ତ ସ୍ଥାନଳ
ଅକଳଙ୍କ ପୁଣ୍ୟମୟ ପବିତ୍ର ମହାନ ।
ପବିତ୍ରତା ପୁଣ୍ୟପ୍ରଭା ଯହିଁ ସମବେତ,
ବୁଝେଁ ଅନୁମାନେ ତହିଁ ରହିଥିବ ସେ ତ ।
ପାଷାଣ ପ୍ରତିମା l
ପାଷାଣ ମନ୍ଦିରେ ପାଷାଣ ଦେବତା ବିରାଜିତ ସିଂହାସନେ,
ଆକୁଳ ଅନ୍ତରେ ଭକ୍ତି ବିନୟରେ ପୂଜି କୁସୁମ ଚନ୍ଦନେ,
ହୃଦୟ ଦେବତା ମାନସ ବାସନା ଜଣାଇଲି କେତେଥର;
ପୋଷି କେତେ ଆଶା ମନରେ ଭରସା ଲଭିବି ଦେବତା ବର ।
ଆସେ ନିତି ନିତି ପ୍ରଭୁପଦେ ଭକ୍ତି ରଖି କାତର ନୟନ,
ଅନାଏଁ ଶ୍ରୀମୁଖ ଖଣ୍ଡି ଦେବେ ଦୁଃଖ ଆଶା ଆକୁଳ ଜୀବନେ
ଆହା ବିଡ଼ମ୍ବନା ପ୍ରଭୁଙ୍କ କରୁଣା ଚିହ୍ନ ତ ଦେଖିଲି ନାହିଁ,
ପ୍ରତ୍ୟହ ସମାନ ଦେବତା ବୟାନ ଦେଖୁଛି ନିରେଖି ଚାହିଁ ।
ସେବା ବା ଆରତି ସମୟରେ ମୂର୍ତ୍ତି ଦେଖେଁ ଯେରୂପ ଭାବରେ,
ନ ପୂଜି ଚରଣ କରେ ଦରଶନ ସଦା ସମାନ ରୂପରେ ।
ଆସି ପ୍ରଭୁ ପାଶ ନିୟତ ନିରାଶ ହୋଇ ତଥାପି କାମନା,
କେ ଜାଣେ ବା କେବେ ସୁପ୍ରସନ୍ନ ହେବେ ହରିବେ ହୃଦବେଦନା ।
କେବେ ଭାଳେଁ ମନେ କିପାଁ କି କାରଣେ ସେବିବି ପ୍ରଭୁ ଚରଣ,
କି ଅଲକ୍ଷ ଆଶେ ନିତି ନିତି ଆସେ ପ୍ରାଣ କରେ ଆକର୍ଷଣ ।
କେଉଁ ଜାତି ବର୍ବର?
ରାଗ - ଆଶାବରୀ
‘‘ସୁଜଳା, ସୁଫଳା, ଶସ୍ୟଶ୍ୟାମଳା ପ୍ରକୃତି’’
ଲଲାଟେ, ସୂର୍ଯ୍ୟର ବିନ୍ଦୁ ସୁନ୍ଦର ଆକୃତି ।
ସକଳ ବିଜ୍ଞାନ, ଜ୍ଞାନ, ସକଳ ସୌନ୍ଦର୍ଯ୍ୟ,
ବିଭବ, ସମ୍ପଦ, ବିତ୍ତ, ସକଳ ଐଶ୍ୱର୍ଯ୍ୟ,
ସାମର୍ଥ୍ୟ, ଗୌରବ, ସର୍ବ ଅପରୂପ ଶିରୀ
ସୂର୍ଯ୍ୟ କିରଣରୁ ପ୍ରାପ୍ତ ହୁଏ ବସୁନ୍ଧରୀ ।
ପ୍ରକୃତିର ଶିରୀ ସୂର୍ଯ୍ୟକିରଣ ଯେମନ୍ତ,
ତେସନେ ରମଣୀ ଶିରୀ ଅଟଇ ସତୀତ୍ୱ ।
ବାଳକମାନଙ୍କ ଶିରୀ ଅଟେ ସରଳତା,
ମାନବ ଜାତିର ବାକ୍ୟ ଶିରୀ ମଧୁରତା ।
ପୁରୁଷ ଶ୍ରୀ ଅଟେ ବୀର୍ଯ୍ୟ, ଜାତି ଶିରୀ ଭାଷା,
ଯାହା ଘେନି ଜାତି କରେ ଉନ୍ନତି ପ୍ରତ୍ୟାଶା ।
ଭାଷାହିଁ ଜୀବନୀ ଶକ୍ତି ଜାତିମାନଙ୍କର,
ଯେ ଜାତିର ଭାଷା ହୀନ ସେ ଜାତି ବର୍ବର ।
ଜନନୀ ଉତ୍କଳ ଭାଷା
ରାଗ-ଭୈରବ ଝୁଲା
ମୋ ଜୀବନ ସାର ଧନ ଜନନୀ ଉତ୍କଳ ଭାଷା ।
ଆସ ଗୋ ମା! କରେଁ ପୂଜା ପୂର୍ଣ୍ଣ ହେଉ ପ୍ରାଣ ଆଶା ।
ଭକ୍ତି, ଶ୍ରଦ୍ଧା, ସ୍ନେହ, ମାୟା, ହୃଦୟ ସ୍ୱର୍ଗୀୟ ଧନ,
ଜନନୀ ଗୋ! କୃପା କରି କରୁ ତୁହି ବିତରଣ ।
ଜ୍ଞାନ, ବିଦ୍ୟା, ସୁଖ, ଭାଗ୍ୟ ଯାହା କିଛି ମନୁଷ୍ୟତ୍ୱ,
ଜନନୀ! ପ୍ରସାଦେ ତବ, ଅନୁଭବେଁ ସାରତତ୍ତ୍ୱ ।
ବିଦ୍ୟାହୀନ, ଶକ୍ତିହୀନ, ଦୀନହୀନ, ଅକିଞ୍ଚନ,
ଆହା ମା! କି ଦେଇ ମୁହିଁ ବନ୍ଦିବି ଗୋ ତୋ ଚରଣ ।
ଆତ୍ମଶକ୍ତି ଅନୁସାରେ କରୁଛି ମା ତୋ ବନ୍ଦନା,
ନ ବୁଝିଲି ପାଷଣ୍ଡ ମୁଁ ଏହା ଲୋକ ବିଡ଼ମ୍ବନା ।
ଦେଇ ମା ଗୋ! ଭକ୍ତିପୁଷ୍ପ ସେବିବି ଚରଣ ତୋର,
ହେଉ ପଛେ ସେ ସୁମନ ଗନ୍ଧହୀନ ଅସୁନ୍ଦର ।
ଏତିକି ପ୍ରାର୍ଥନା ମାତଃ! କରୁଅଛ ବାରେ ବାରେ,
ଜୀବନ ଅନ୍ତିମ କାଳ ଗତ ହେଉ ତୋ ସେବାରେ ।
ଭଗ୍ନ ଶିବମନ୍ଦିର
ରାଗିଣୀ-ରସକୁଲ୍ୟା
ବୋଲ ଶିବାଳୟ ବୋଲ ସ୍ୱରୂପ,
କେ କଲା ଏପରି କୁତ୍ସିତ ରୂପ?
ବିଜନେ ବିରଳେ ରହିଛି ଉଭା,
ନାହିଁ ତ ଗୌରବ ବିଭବ ଶୋଭା?
ପୂଜାପାଇଁ ଶଙ୍କରଙ୍କୁ ଯେ
କେବେ କେହି ଭକ୍ତ ସେବା ଅନୁରକ୍ତ
ଆସୁଥିଲେ ଏ ସ୍ଥାନକୁ ହେ?
ତୋ ଦେହରୁ ଚୂନ ଗଲାଣି ଛାଡ଼ି,
ବଟବୃକ୍ଷ ଚେର ଯାଉଛି ମାଡ଼ି,
ବାଜୁଥିଲା ଯହିଁ ଘଣ୍ଟା କଂସାଳ,
ତହିଁ ରାବୁଛନ୍ତି ପେଚା ଶୃଗାଳ,
ଥିଲେ ଯହିଁ ଭକ୍ତମାନେ ହେ,
ଭୀଷଣ ଭୁଜଙ୍ଗେ ଫେଣ ଟେକି ରଙ୍ଗେ
ଖେଳୁଛନ୍ତି ସେହି ସ୍ଥାନେ ହେ ।
ଶିବଚତୁର୍ଦଶୀ ନିଶିରେ ବସି
ଦୀପାବଳୀ ଜାଳି ଗ୍ରାମରୂପସୀ
ହୁଳହୁଳି ଦେଇ ଶଙ୍ଖ ବଜାଇ
ବସିଥାନ୍ତି ଉଜାଗରରେ ଥାଇ,
କରୁଥିଲେ କିଣା ବିକା ହେ
ଚଣା ଭୁଜା ଚୂଡ଼ା ମିଠାଇ ଉଖୁଡ଼ା
ଦୋକାନୀ କରି ଜୀବିକା ହେ ।
ପ୍ରତିଦିନ ଆସୁଥିଲା ତ ମାଳୀ
ଶମ୍ଭୁଶିରେ ଜଳ ଦେବାକୁ ଢାଳି?
ଚମ୍ପାଫୁଲ ବିଲ୍ୱପତ୍ର ଚଢ଼ାଇ
ଭକ୍ତ ମନୋବାଞ୍ଛାପୂରଣ ପାଇଁ,
ଏବେ କି ସେ ଆସେ ଥରେ ହେ?
ସମ୍ପଦ ବେଳରେ ଲୋକ ସମାଦରେ,
ପଚାରେ କେ ବିପଦରେ ହେ?
ଘାଟନାଉଡ଼ିଏ ତୋତେ ଅନାଇ
ଆସନ୍ତି ପଝାରି-ନାଆକୁ ବାହି,
ଏବେ ସେମାନଙ୍କୁ ମାଡ଼ୁଛି ଡର,
ନାଏ ବାଜିବ ବା ଭଙ୍ଗା ପଥର,
ଜଗତରେ ଏହି ରୀତି ହେ
ଭରସା ଆଲୋକ ଥିଲା ଯେଉଁ ଲୋକ,
ମଲେ ହୁଏ ଭୂତ ଭୀତି ହେ ।
ମୋ ଦେହ ସମଷ୍ଟି ମାଂସ ଶୋଣିତ,
ମାଙ୍କଡ଼ା ପଥରେ ତୁହି ନିର୍ମିତ,
ତୋହ ଦଶା ଦେଖି ମାଡ଼ୁଛି ଡର,
କାଳମୁଖେ ମୁହିଁ କେତେ ମାତର,
ଥିଲୁ ମୃତ୍ୟୁଞ୍ଜୟ ସ୍ଥାନ ହେ,
ସେହି ମୃତ୍ୟୁସାଇଁ ଭାସିଗଲେ କାହିଁ,
କେ ରଖିବ ତୋର ମାନ ରେ ।
ଆଗେ ଥିଲା ଶୋଭା ପବିତ୍ର ସ୍ଥାନ,
ଏବେ ଜନଶୂନ୍ୟ କୀର୍ତ୍ତିଶ୍ମଶାନ,
ଆହେ କୀର୍ତ୍ତିମନ୍ତ ଦେଖ ତ ଆସି,
କି କଲାଣି କାଳ କୀର୍ତ୍ତୀ ବିନାଶି,
ପବିତ୍ର ଶୋଭାଭଣ୍ଡାର ହେ
ସେ କାଳ କରାଳ ଭାଙ୍ଗି ବେନି ଫାଳ
କଲାଣି ଯେ ଛାରଖାର ହେ!
ପଡ଼ିଛି ଦେଉଳ ପଥର ବୁଣି,
ପକାଇଛି କାଳ ଦାନ୍ତରେ ଝଣି,
‘‘ମହିମ୍ନଃ ପାରନ୍ତେ’’- ସ୍ତବ ବ୍ରାହ୍ମଣେ
ପଢ଼ି ତୋଷୁଥିଲେ ଭକତଗଣେ,
କାହାନ୍ତି ସେ ବିପ୍ରବର ହେ?
ଦେଉଳ ଫାଟରେ ବାୟୁ ପଶି ଖରେ
ଶୁଣାଉଛି ମନ୍ତ୍ର ସ୍ୱରେ ରେ ।
‘‘ଅଷ୍ଟକୁଳାଚଳ ସପ୍ତ ସମୁଦ୍ର,
ବ୍ରହ୍ମ ପୁରନ୍ଦର ମାର୍ତଣ୍ଡ ରୁଦ୍ର,’’
ତୁମ୍ଭେ ଆମ୍ଭେ କେହି ରହିବା ନାହିଁ,
ଏତେ ହିଂସା ଦ୍ୱେଷ ତେବେ କିପାଇଁ?
ଦେଖ ତହିଁ ତେବେ କିପାଇଁ?
ଦେଖ ତହିଁ ନିଦର୍ଶନ ହେ,
କାହିଁ ଶିବଳୟ ପବିତ୍ର ଆଳୟ
କାହିଁ ଗଲେ ଲଛମନ ହେ ।
ରାଗ - ମଙ୍ଗଳ
‘‘ଗଚ୍ଛ ଗଚ୍ଛ ଗୃହଂ ଗଚ୍ଛ ସ୍ୱସ୍ଥାନେ ପରମେଶ୍ୱରୀ!’’
ସୁଖଦେ ବରଦେ ଦେବୀ ଆସି ଧରାତଳେ
ବର ଦେଇ ଯାଅ ମାତଃ ମାନବମଣ୍ଡଳେ ।
ଭକ୍ତିପୁଷ୍ପ ଦେଇ ମାତଃ କରୁଛି ସମ୍ମାନ,
ଘେନି ଅନୁଚର କର ସ୍ୱସ୍ଥାନେ ପ୍ରସ୍ଥାନ ।
ଦେଇ ହୁଳହୁଳି ଆସ କୁଳବଧୂଗଣେ,
ଭକ୍ତି-ପୁଷ୍ପାଞ୍ଜଳି ଦିଅ ଦେବୀଙ୍କ ଚରଣେ l
ଗଳ-ଲଗ୍ନ-ବାସେ କର ଦେବୀଙ୍କୁ ପ୍ରଣତି,
ମାଗ ବର ଧନୈଶ୍ୱର୍ଯ୍ୟ ସନ୍ତାନ ସନ୍ତତି ।
ପଞ୍ଚଶସ୍ୟ ବିଲ୍ୱପତ୍ର ନବ ଦୁର୍ବାଦଳ
ଦେଇ ମୁଁ ପୂଜିବି ଦେବୀ ଚରଣ- କମଳ ।
ପ୍ରଣତି ମା ଶୈଳସୁତେ ଦାନବନାଶିନୀ ।
ମୋ ପ୍ରତି ହେଉନ୍ତୁ ଭକ୍ତିମୁକ୍ତିପ୍ରଦାୟିନୀ ।
ଆଦିତ୍ୟାଦି ନବଗ୍ରହ ଦିନପାଳଗଣେ!
ଭକ୍ତିଭରେ ହେଉଅଛି ପ୍ରଣତ ଚରଣେ ।
ଗଣେଶାଦି ପାଞ୍ଚ ଦେବ ତାଙ୍କୁ ବାରମ୍ବାର
ବେନି କର ଯୋଡ଼ି କରୁଅଛି ନମସ୍କାର ।
ଶିବପ୍ରିୟେ! ଘେନି ସର୍ବ ଦେବଦେବୀଗଣ
ଦେଉଛି ମେଲାଣି ଯାଅ କୈଳାସଭବନ
ବିସର୍ଜନ ଦେଲି ଏବେ ଯାଆନ୍ତୁ ପ୍ରତିମ
ଗାଉଥିବି ବସି ଜଗନ୍ନାତାଙ୍କ ମହିମା ।
ଲାଗ ଲାଗ
ରାଗ - ବଙ୍ଗଳାଶ୍ରୀ
ଲାଗ ଲାଗ ଲାଗ ଉଠ ଉଠ ଜାଗ
ହେ ଭାଇ ଉତ୍କଳବାସୀ!
ଦେଖ ହେ କିପରି କି କରୁଅଛନ୍ତି
ତୁମ୍ଭ ସର୍ବ ପ୍ରତିବାସୀ ।
ଅଙ୍ଗବଙ୍ଗବାସୀ ପଞ୍ଜାବୀ ପାରଶୀ
ମରହଟ୍ଟା ନିରନ୍ତରେ
ଦୃଢ଼ କରି ବ୍ରତ ଧାବିତ ସନ୍ତତ
ଆତ୍ମଉନ୍ନତି ମାର୍ଗରେ ।
ଦେଖ ଗ୍ରାମ ଗ୍ରାମ ଜୀବନସଂଗ୍ରାମ
ଲାଗିଅଛି ସର୍ବ ସ୍ଥଳେ,
ସେହି ମହାଭାବ କେବଳ ଅଭାବ
ଦେଖୁଛି ମୁଁ ତ ଉତ୍କଳେ
ଆହେ ଭାଇମାନେ! ଶୁଣ ସାବଧାନେ,
ଏହି ଉନ୍ନତି ଯୁଗରେ
ମୃତବତ ହୋଇ ପଡ଼ିବ କି ଶୋଇ
ଅଧମ ଜଡ଼ ରୂପରେ?
ହେ ଉତ୍କଳଭେଣ୍ଡା! ନୁହ ତ ହେ ମେଣ୍ଢା,
ହୋଇ ଶାର୍ଦ୍ଦୂଳସନ୍ତାନ
ଅଧମ ବେଭାରେ ଅନ୍ୟ ଜାତିଠାରେ
ହେଉଅଛ ହୀନମାନ ।
ହେବା ହୀନମାନ ମରଣ ସମାନ
ଜ୍ଞାନ କି ନ କର ଭାଇ?
ଜ୍ଞାନ ସାହସରେ କି ହୋଇ ନ ପାରେ
ଜାପାନକୁ ଦେଖ ଯାଇ ।
ଦିନ ଦିନ ହୋଇ ଯାଏ କାଳ ବହି,
ରହିଛ କାହାକୁ ଚାହିଁ?
ନିଜ କାର୍ଯ୍ୟମାନ ନ କଲେ ସାଧନ
କେ କରିବ ତୁମ୍ଭ ପାଇଁ?
ବଙ୍ଗବାସିମାନେ ବିଲାତ ଜାପାନେ
ଆପଣା ଉନ୍ନତି ପାଇଁ
ଆଣ୍ଟେ ଅଣ୍ଟା ଭିଡ଼ି ଜାହାଜରେ ଚଢ଼ି
କେମନ୍ତ ଅଛନ୍ତି ଧାଇଁ!
ଭୀଷଣ ସାଗର କିଞ୍ଚିତମାତର
ତିଳେ ନାହିଁ ଚିତ୍ତେ ଭୀତି,
କଥା କଥାକରେ ଅତି ସହଜରେ
ଯାଏ ଓଡ଼ିଆଙ୍କ ଜାତି ।
ଅଳସପଣରେ ଅମନୋଯୋଗରେ
ଏ ସୁଯୋଗ ଦେଲେ ଛାଡ଼ି,
ଉନ୍ନତି ଆସନେ ବିଦେଶୀୟମାନେ
ଆଗରେ ବସିବେ ମାଡ଼ି ।
ଉନ୍ନତିର ପଥ ବିଘ୍ନ ଶତ ଶତ
ବେଢ଼ିଅଛି ସ୍ଥଳେ ସ୍ଥଳେ,
ହୋଇ ମହାବଳୀ ଚାଲ ପଦେ ଦଳି
ଉତ୍ସାହ ସାହସ ବଳେ ।
ବଙ୍ଗାଳୀଙ୍କ କାର୍ଯ୍ୟ ଦେଖି କିହେ ଲାଜ
ମାଡ଼ୁନାହିଁ ଆହେ ଭାଇ!
କେଡ଼େ ବଡ଼ଲୋକ ହେଉଛନ୍ତି ଦେଖ
ବିଲାତେ ଜାପାନେ ଯାଇ ।
ଉନ୍ନତି-ପିପାସା ତେଜି କୋଣପଶା
ହୋଇ ବସିଥାଅ ଘରେ,
କିପରି ତୁମ୍ଭର ପୂରିବ ଉଦର
ଏ କଥା ନ ଭାଳ ଥରେ ।
କୁତ୍ସିତ ବେଭାର କେତେ ଦେଶାଚାର
ଘେନି ବସିଅଛ ମୁଣ୍ଡେ,
କଷ୍ଟି-କଷ୍ଟଚୟ ଫେଡ଼ିବା ବିଷୟ
ବେଳେ ନ ଧରିଲ ତୁଣ୍ଡେ ।
କୂଅ-ବେଙ୍ଗ ପରି ଅଛ ଜ୍ଞାନ କରି
ତୁମ୍ଭେ ସବୁ କଥା ଜାଣ,
ଅନ୍ନ ବସ୍ତ୍ରେ ପୁଣି ହୋଇ ଟାଣିଟୁଣି
ଛାଡ଼ୁ ନାହିଁ ମୁହଁ ଟାଣ ।
ଦୁଇ ଚାରି ଜଣ କରିଛନ୍ତି ପଣ
ସମାଜ ସଂସ୍କାରପାଇଁ,
ଆଭୁଡ଼ା ପଡ଼ିଆ ହୋଇଣ କଜିଆ
କିପାଇଁ ଲଗାଅ ଭାଇ?
ବିଧବା ସକାଶେ କେହି ଯେବେ ଆସେ
ବୋଲିବାକୁ ଦୁଇ କଥା,
ତୁମ୍ଭେ ଠେଙ୍ଗା ଧରି ଆସିବ ବାହାରି
ବାଡ଼େଇ ଦେବାକୁ ମଥା ।
ତୁମ୍ଭର କି ଇଷ୍ଟ ବିଧବାଏ କଷ୍ଟ
ପାଇ ମରନ୍ତୁ ଗୃହରେ?
ଅବା ଭ୍ରୁଣହତ୍ୟା କରିଣ ଅଗତ୍ୟା
କାଳି ଦେଉନ୍ତୁ କୁଳରେ?
ବିଧବା କଷ୍ଟରେ ଯେବେ ବିକଳରେ
କେହି ସାଧୁଲୋକ କାନ୍ଦେ,
କରି କଉଶଳ ଦେଇ ବୁଦ୍ଧିବଳ
ତାକୁ ପକାଇବ ଫାନ୍ଦେ ।
ଯେବେ କେହି ଭାଇ ଘରୁ ଭାତ ଖାଇ
କରେ ପରା ଉପକାର,
ତୁମ୍ଭେ ଧାଇଁଯାଇ କରିବ କିପାଇଁ
ତା ଉପରେ ଅତ୍ୟାଚାର?
ଅନାଥା ନିଶ୍ୱାସ ତୁମ୍ଭ ସର୍ବନାଶ
କରିବ ନିଶ୍ଚୟ ଜାଣ,
ଜାଣିଥିବ ବାରେ ଧର୍ମଙ୍କ ଦୁଆରେ
ଭାଙ୍ଗିଯିବ ତୁମ୍ଭ ଟାଣ!
ପତିହୀନା ବାଳା ନ ସହିଣ ଜାଳା
କୁଳେ ଦେଉଛନ୍ତି କାଳି,
ଥାଅ ଆଖି ବୁଜି କଥାଟା ନ ବୁଝି
ବେଳେ ନ ବିଚାର ଭାଳି ।
ବରଷକୁ ଥରେ ହେବ କଟକରେ
ଓଡ଼ିଆଙ୍କ ସମ୍ମିଳନୀ,
ଉତ୍କଳରେ ଯେତେ ଅଛନ୍ତି ପଣ୍ଡିତେ
ଯେତେ ଛନ୍ତି ଜ୍ଞାନୀ ଧନୀ,
ରାଜା ମହାରାଜା ବଣିକ ପରଜା
ସଭା କରିବେ ସେ ସ୍ଥାନେ,
କହି ସବୁ କଥା ତହିଁରୁ ବ୍ୟବସ୍ଥା
ଆସି ନିଅ ତୁମ୍ଭେମାନେ ।
ଆପଣାକୁ ଜ୍ଞାନୀ ଅଛ ପରା ଜାଣି
ସେ ଦିନ ଯାଇଛି ଚାଲି,
ଘରେ ଭାତ ନାହିଁ ତୁଛାଟାରେ ଭାଇ
ଗରଜି ନ ମର ଖାଲି ।
ମୁଁ ହାଟବାହୁଡ଼ା
ରାଗ - ଚକ୍ରକେଳି
ଦେଖିଲି ସଂସାରେ ବସିଛି ହାଟ,
ଲୋକଗହଳରେ ନ ମିଳେ ବାଟ ।
ଦୋକାନ ପସରା ଧାଡ଼ିକି ଧାଡ଼ି,
ବାଟ ଦୁଇ ପାଶ ବସିଛି ମାଡ଼ି ।
ଭୁଲାଇବାପାଇଁ ଗହକି ମନ
ହାଟୁଆଙ୍କ ଦେଖ କେଡ଼େ ଯତନ ।
ହାଟୁଆ ବାଟୁଆ ଅଛନ୍ତି ଧାଇଁ
ହାଟେ କିଣା ବିକା କରିବା ପାଇଁ ।
ହାଟ କରିବାକୁ ବଳିଲା ମନ,
ମାତ୍ରକ ନାହିଁ ତ ହାତରେ ଧନ ।
ବାହାରିଲି ହାଟ ଦେଖିବା ପାଇଁ,
ଦୋକାନମାନଙ୍କୁ ଦେଖିଲି ଚାହିଁ ।
ପାଟି କରୁଛନ୍ତି ଦୋକାନି ମାନେ,
ଆସ ଗହକିଏ ମୋହ ଦୋକାନେ;
ଅଳପ ଲାଭରେ ଛାଡ଼ୁଛ ମାଲ,
ଭଣ୍ଡାଭଣ୍ଡି ନାହିଁ ଚିଜ ଅସଲ ।
ବୁଲି ବୁଲି ହାଟେ ମୁଁ କ୍ରମେ କ୍ରମେ
ଗୋଟାଏ ଦୋକାନେ ଗଲି ପ୍ରଥମେ ।
ଏହି ଦୋକାନଟା ଭାରୀ ଗହଳ,
ଧାଇଁଛନ୍ତି ଲୋକ ଦଳକୁ ଦଳ ।
ହାତେ ବିଶାକାଠି ଦୋକାନୀ ଧରି
ବସିଛନ୍ତି ଯମରାଜାଙ୍କ ପରି ।
ଦୋକାନରେ ମାଲ ନ୍ୟାୟ ବିଚାର,
କିଣେ ସେ କପାଳ ଫାଟେ ଯାହାର ।
ଦୋକାନୀ ବହୁତ ନ କହେ କଥା,
ବସିଛନ୍ତି ପୋତି ତଳକୁ ମଥା ।
ଯୋଡ଼ାଏ ଗହକି ଅଛନ୍ତି ଧାଇଁ,
ଦୋକାନୀଙ୍କଠାକୁ ସଉଦା ପାଇଁ ।
ଦୁଇ ଦଣ୍ଡିଦାର ଛିଡ଼ା ଆଗରେ,
ଡକାପାଡ଼ୁଛନ୍ତି ଭାରୀ ଉଚ୍ଚରେ ।
ସଉଦା ଯେ ନେବ ରହିଣ ତୁନି
ଦଣ୍ଡିବାର କଥା ଯାଉଛି ଶୁଣି ।
ଦୋକାନୀ ପ୍ରଭୁତ ନିଜ ବୁଦ୍ଧିରେ
ଚଉଲିଲେ ମାଲ ଲଅ ନଜୀରେ ।
ଚଉକିରେ ବସି କଲେ ପ୍ରଚାର,
ଏହି ନିଅ ମାଲ ନ୍ୟାୟ ବିଚାର ।
ଜଣେ ଦେଇ ଶଏ ଟଙ୍କା କୋଟ୍ଫିସ୍
କିଣିଲା ବିଚାର ତହୁଁ ଡ଼ିସ୍ମିସ ।
ଜାଣେ କରି ଘରଦ୍ୱାର ବିକିରି
ମାଲ କିଣି ଘରେ ନେଲା ତିକିରି ।
ଦଣ୍ଡିଦାର ଥାଏ ପଛରେ ଧାଇଁ
ବକସିସ ଫିସ ନେବାର ପାଇଁ ।
ଦେଖିଲି ଗୋଟାଏ ଚାଳି ଦୋକାନ,
ଦୋକାନୀର ନାମ ଯେ ଅବଧାନ ।
ଡୋର ଦେଇ ରଖିଅଛି ଗମ୍ଭୀରେ,
ପୋତି ପଡ଼ିଲାଣି ମୂଷାମାଟିରେ ।
ଦେବାପାଇଁ ସେହି ଗୋଦାମଝାଡ଼ି
ତୁଛାଟାରେ ମାଲ ଦେଉଛି ଛାଡ଼ି ।
ପୁରୁଣା ମାଲରେ ଶରଧା ନାହିଁ,
କିଏ ଘେନି ଯିବ ତାହା କିପାଇଁ?
ମାତ୍ରକ ଦେଖିଣ ଫଳ ପାଚିଲା,
ଘେନିଗଲେ ଥୋକେ ବ୍ରାହ୍ମଣ ପିଲା ।
ପଇସା ପାଇବେ କରି ଭରସା
ଖବରକାଗଜ ଲେଖା ବେବସା
କରି ବସିଛନ୍ତି କେତେ ଦୋକାନୀ,
ଦେଖିଲି ସେ ଗୁଡ଼ା ଭାରି ଅଜ୍ଞାନୀ ।
ଯାଚି ଯାଚି ମାଲ ଦିଅନ୍ତି କାଳି,
ଟଙ୍କା ମାଗି ଯାଇ ଖାଆନ୍ତି ଗାଳି ।
ଏପରି ଗହକି ଥୋକେ ଅଛନ୍ତି,
ଆଗ ମୂଲ ଦେଇ ମାଲ ନିଅନ୍ତି ।
ଆହୁରି ଦେଖିଲି, ସବୁ କଥାରେ
ଡରି ମରି ଥାନ୍ତି ଲୋକଙ୍କଠାରେ ।
ମାତ୍ରକ ଯେ ବିକେ ବିଲାତୀ ମାଲ,
ଖାଇ ପିଇ ତାର ଫୁଲିଛି ଗାଲ ।
ତାକୁ ଡରି ଥାନ୍ତି ବହୁତ ଲୋକ,
କାଳେ ବୋଲିଦେବ କଥାପଦକ ।
ଦେଖି ଲାଗିଲାଣି ତାଟଙ୍ଗା ମୋତେ,
ଦେଶୀ ବିଲାତୀର ପ୍ରଭେଦ ଏତେ!
ଦୋକାନ ଦୁଆରେ କେହି ରୂପସୀ
ଆପଣା ସଉଦା ବିକୁଛି ବସି ।
ହସି ହସି ପ୍ରେମସଙ୍ଗୀତ ଗାଇ
ଗହକିମାନଙ୍କୁ ନିଏ ଭୁଲାଇ ।
କୁତସିତ ବ୍ୟାଧି ନିନ୍ଦା ଅଧର୍ମ
ମାଲ ବିକିବାର ତାହାର କର୍ମ ।
ବାପ ଅରଜିଲା ବିତ୍ତକୁ ଦେଇ
କିଣୁଛି ସେ ମାଲ ଭେଣ୍ଡିଆ କେହି ।
ଦେଖିଲି ହାଟରେ କେତେ ମୋଟିଆ,
କେହି ବସିଅଛି, କେହି ବା ଠିଆ ।
କେହି ଲୋକ ଯେବେ ଡାକିବ ଜଣେ,
ଦରଖାସ୍ତ ଧରି ଧାଇଁବେ ପଣେ ।
ମୋଟିଆଙ୍କ ନାମ ଅଟେ ଅମଲା,
ସତେ ସତେ ତାଙ୍କ ବଂଶ ଅମଲା!
ଆଉ ଏକଭଳି ଛନ୍ତି ଦୋକାନୀ,
ସେମାନଙ୍କ ନାମ ଅଟେ କିରାଣୀ ।
ମୁଣ୍ଡ ଗୁଞ୍ଜି ଲେଖୁଥାଆନ୍ତି ବସି,
ବେଳ କାହିଁ କଥା କହିବେ ହସି ।
ଯାହା ସେ ପାଆନ୍ତି ଅଳପ ମୂଲ,
ଘରଖରଚକୁ ନୁହଇ ତୁଲ ।
ପନ୍ଦର ଦିନରେ ସରଇ ଭାତ,
କରଜ ସକାଶେ ବଢ଼ାନ୍ତି ହାତ ।
ପାଆନ୍ତି ସେ କିଛି ଉପରି ବଟା-
ହେଟକିରାଣୀଙ୍କ ଦାନ୍ତନିକିଟା ।
କେତେ ଜଣ କରିଛନ୍ତି ଜୀବିକା,
ତାହାଙ୍କ ବେବସା ଯେ କଥାବିକା ।
ପଇସା ପାଇଲେ ବିକନ୍ତି କଥା,
ବଛାବଛି ନାହିଁ ସତ ବା ମିଥ୍ୟା ।
କାଖେ ଯାକିଛନ୍ତି ଲଅ ନଜୀର,
ଡାକିବା ମାତ୍ରକେ ହେବେ ହାଜିର ।
ବଡ଼ ହୁସିଆର ସେହି ଦୋକାନୀ,
ଆଚ୍ଛା ଦିପଇସା ନିଅଇ ଟାଣି ।
ଦେକାନ ମେଲିଛି ଗୋଟାଏ ଲୋକ,
ପୁରୋହିତ ସେହି ଧର୍ମଯାଜକ ।
ଦହିଚୁଡ଼ା ଭୋଜି କିଛି ଦକ୍ଷିଣା
ମୂଲ ଦେଲେ ହୁଏ ତା ମାଲ କିଣା ।
ତା ଦୋକାନ ମାଲ ଯେବେ ନ ଆଣି,
ସବୁ ଅଟକିବ ବାହା ପୁହାଣି ।
ଆହୁରି ତା ମାଲ ଯେ ପିଣ୍ଡବଢ଼ା,
ପିତୃଲୋକ ପାଇଁ ବହୁତ ଲୋଡ଼ା ।
ଦେଖିଲି ତା ପାଶେ ହୋଇଣ ଠିଆ,
ଦିନୁ ଦିନୁ ହୁଏ ମାଲ ପଡ଼ିଆ ।
ଦେଖିଲି ବସିଛି ଗୋଟେ ଦୋକାନୀ,
ଅନୁମାନ କଲି ହେବ ସେ ଜ୍ଞାନୀ ।
ବୁଢ଼ାଟା ହେଉଛି ସେ ଥୁରୁ ଥୁରୁ,
ପଚାରି ଜାଣିଲି ତା ନାମ ଗୁରୁ ।
ଶାସ୍ତ୍ର କଥା ବିକା ତାହାର କାମ,
ପୁଣି ସେ ବିକଇ ଶ୍ରୀହରି ନାମ ।
ମାଲ ଛାଡ଼ି ଦିଏ ଅଳ୍ପ ମୂଲରେ,
ଗହକି ଅଳପ ତାହା ପାଶରେ ।
ହାଟେ ବୁଲି ବୁଲି ଜନ୍ମିଲା ଜ୍ଞାନ,
ମୁଁ ମଧ୍ୟ ମେଲିଲି ଗୋଟେ ଦୋକାନ ।
ଅରଜୁଅଛନ୍ତି ଲୋକେ ପଇସା,
ମୁଁ ମଧ୍ୟ ପାଇବି କଲି ଭରସା ।
ଝାଡ଼ିଝୁଡ଼ି ଦେଇ ଦୋକାନ ଚାଳ,
ଗୋଦାମେ ଭରିଲି ସାହିତ୍ୟ ମାଲ ।
ବିଲାତୀ ମାଲକୁ ନାହିଁ ତ ପୁଞ୍ଜି,
ଦେଶୀ ମାଲ ଦେଲି ଗୋଦାମେ ଗୁଞ୍ଜି ।
ଛପାଖାନାଠାରୁ ଆଣିଲି କାଳି,
ଲାଭ ହେଲେ ଶୁଝି ଦେବି ମୁଁ ଭାଳି
କାଢ଼ିଆ ମାଲରେ ବହୁତ ଦୋଷ,
କଳନ୍ତର ବଢ଼ି ବୁଡ଼େ ସର୍ବସ୍ୱ ।
ଭୁଲାଇବାପାଇଁ ଗହକି ମନ
ଟାଙ୍ଗି ଦେଲି କାନ୍ଥେ ସେ ବିଜ୍ଞାପନ ।
ପାଟିକରି ଦ୍ୱାରେ ଡାକିଲି ବସି,
ଭଲ ମାଲ ଭାଇ ନିଅ ହେ ଆସି ।
ଅଇଲେ ଗହକି ଶୁଣି ମୋ ଡାକ,
ପଚାରିଲେ ତୁମ୍ଭେ କି ଫଳ ବିକ?
ବୋଇଲି ମୁଁ ଅନୁବାଦ ପୁରାଣ,
ଅଚ୍ଛା ମିଠାଫଳ ଏହାକୁ ଜାଣ ।
ବୋଇଲା ମୋ କଥା ଶୁଣି ଗରାଖ,
ବିରକ୍ତିରେ କରି ଅଳପ ରାଗ ।
ଏଗୁଡ଼ା ସବୁ ତ ପଚା ପୁରୁଣା,
ଏ ସବୁର ମୂଲ ନିହାତି ଊଣା ।
ଯେବେ ଦେବ ତୁମ୍ଭେ ବିନାମୂଲ୍ୟରେ,
କୃପା କରି ନେଇ ଚାଖିବୁଁ ଥରେ ।
ଦେଖାଇଲି ତାକୁ ନେଇ ନଭେଲ,
ବୋଇଲା ସେ କଞ୍ଚା ପୁଚୁରା ବେଲ ।
ପୁଣି ଦେଖାଇଲି ତାକୁ କବିତା,
ବୋଇଲା ଏଗୁଡ଼ା ନିହାତି ପିତା ।
ଗରାଖ ମୁଖରୁ ଏ କଥା ଶୁଣି
ନିଶ୍ୱାସ ପକାଇ ହେଲି ମୁଁ ତୁନି ।
ଭାଳିଲି ମୋହର ସରିଲା ପାଠ,
ଆଉ କରିବି ମୁଁ କଅଣ ହାଟ ।
ବେଭାର ଦେଖୁଛି ଯେ ଲୋକଙ୍କର,
ଦେଶୀ ଜିନିଷରେ ନାହିଁ ଆଦର ।
କେତେ ଲୋକ ଟଙ୍କା ପଇସା ଦେଇ
ଯାଆନ୍ତି ବିଲାତୀ ଜିନିଷ ନେଇ ।
ଆହୁରି ଜାଣନ୍ତୁ ଗୋଟାଏ ମଜା,
ମାଲ କାଳି ନେଲେ ଯୋଡ଼ାଏ ରଜା ।
ଯେଉଁମାନେ ନେଲେ ମାଲ କାଢ଼ିଆ,
ଅବଶ୍ୟ ସେମାନେ ଜାତି ଓଡ଼ିଆ ।
ତୁନିତାନ ହୋଇ ରହିଲେ ଘରେ,
ଚିଠିରେ ଉତ୍ତର ନ ଦେଲେ ଥରେ ।
ଏଡ଼େ ହାଟଟାରେ ଦେଖିଲି ଜଣେ,
ଗରାଖ ବୋଲି ମୁଁ ତାହାକୁ ଗଣେ ।
ଜାଣିଲି ପରା ମୁଁ ସେହି ଚିହ୍ନରା,
ଚିହ୍ନନ୍ତି କେ କାଚ, କେଉଁଟା ହୀରା ।
ବାଛି ବାଛି ନେଲେ ଗୋଟାଏ ଫଳ,
ବହନି କଲି ମୁଁ ଏହା କେବଳ ।
ଲୋକେ ତ ଶୁଣନ୍ତୁ ଏହି ବାରତା,
ଲାଭ ଲୋକସାନ କପାଳ କଥା ।
ଛାପାଖାନା ଡରେ ଲାଭ ନ ଲୋଡ଼ି
ମୂଳେ ମୂଳେ ଦେଲି ମାଲକୁ ଛାଡ଼ି ।
ହେଲେ ହେଉ ପଛେ ବହୁତ ତୁଟି,
ଛାପାଖାନା ଏଣେ ଧରିଛି ତୋଟି ।
ତୁଟି ସହ ମାଲ ବିକିଲେ ବଳେ,
ଏଥିରେ କି ଭାଇ ବଣିଜ ଚଳେ?
ଦେଶୀ ସାହିତ୍ୟ ଯେ ବଣିଜ କଲା,
ଜାଣିଥିବ ସେହି ଲୋକଟା ମଲା ।
ଲାଭ କଥା ଭାଇ ଥାଉ ପଛକୁ
ବୁଡ଼ାଇ ବସିବ ନିଜ ମୂଢ଼କୁ ।
ଭାଳିଲି ହାଟରେ ଥିବି କିପାଇଁ?
ବେଲି ବେଳେ ଚାରି ଆଡ଼କୁ ଚାହିଁ ।
ଗୋଟାଇ ପସରା ବୋଝ ମୁଣ୍ଡାଇ
ଘରମୁହାଁ ହୋଇ ଗଲି ପଳାଇ ।
ଝାଡ଼ିଝୁଡ଼ି ମାଲ ରଖିଲି ଘରେ,
ପଚାରିବ ଦିନେ କେହି ବା ଥରେ ।
ଏଣେ ତ ବୁଡ଼ିଲା ସବୁ ଭରସା,
ଆହୁରି କପାଳେ ଅଛି ଦୁର୍ଦଶା ।
କାଲି ଦୁଆରକୁ ଆସି ପ୍ରିଣ୍ଟର
କରିବ ବହୁତ ସେ ହରବର ।
ତାହାଠାରୁ ମାଲ ଆଣିଛି କାଳି,
ନ ପାଇଲେ ଟଙ୍କା ଦେବ ସେ ଗାଳି ।
ଛାପାଖାନା ଲୋକ ନିହାତି ମନ୍ଦ,
ପଇସା ସକାଶେ ଲଗାନ୍ତି ଦ୍ୱନ୍ଦ ।
ଲେଖିବି କବିତା ଦେବୁ ଛପାଇ,
ପଇସା କିପାଇଁ ନେବୁ ରେ ଭାଇ?
ନିହାତି ତୁ ଯଦି ଛାଡ଼ିବୁ ନାହିଁ,
ରହି ବସି ଦେବି, କଳି କିପାଇଁ?
ଲାଗିଛି ସଂସାର ମଧ୍ୟରେ ହାଟ,
ମାତ୍ରକ ମୋହର ପଡ଼ିଲା ବାଟ ।
ନାହିଁ ଦେହେ ବଳ, ହେଲିଣି ବୁଢ଼ା,
ମୋହ ନାମ ଭାଇ, ହାଟବାହୁଡ଼ା ।
ପ୍ରେମ-ସଙ୍ଗୀତ
ରାଗ - କଳହଂସକେଦାର
ଶୁଣ ଶୁଣ ହେ ଭାଇ ପ୍ରେମ-ସଙ୍ଗୀତ,
ଚିରକାଳ କି ତୁମ୍ଭେ ଥିବ ନିଦ୍ରିତ?
ଜାପାନ ଇଉରୋପ ଆମେରିକାନ
କେମନ୍ତେ ଧରିଛନ୍ତି ସଙ୍ଗୀତତାନ?
(୨)
ଜୀବନ୍ତ ଧର୍ମବଳ ଉଦାର ପ୍ରାଣେ
ଧାବିତ ଦବାନିଶି ସେ ଲୋକମାନେ ।
ରକ୍ଷା କରିବାପାଇଁ ଦେଶ-ଗୌରବ
ତୁମ୍ଭେ କି ଏକାଳରେ ଥିବ ନୀରବ?
(୩)
କୁତ୍ସିତ ଜାତିପ୍ରଥା ପକାଅ ଭାଙ୍ଗି,
ସମର୍ପ ମନ ପ୍ରାଣ ସ୍ୱଦେଶ ଲାଗି ।
ନ ଭୁଲ ଭାଇ ତୁମ୍ଭେ ଆର୍ଯ୍ୟସନ୍ତାନ,
ନ ରହ ନିଶ୍ଚେଷ୍ଟରେ ପଶୁ ସମାନ ।
(୪)
ପବିତ୍ର ଆର୍ଯ୍ୟାବର୍ତ୍ତେ ଆଶ୍ରମ ସ୍ଥାନେ
ଯେ ଶୀତ ଗାଇଥିଲେ ମହର୍ଷିମାନେ,
ଧର ସେ ଗୀତଗାନ ହେ ଭ୍ରାତା ସର୍ବ,
ସେ ମହାବୀଜ ମନ୍ତ୍ର ଆଦି ପ୍ରଣବ ।
(୫)
ମହେଶ ଏକ ପିତା ଶ୍ରୀ ଭଗବାନ,
ସମସ୍ତେ ଆମ୍ଭେମାନେ ତାଙ୍କ ସନ୍ତାନ ।
ଆସନ୍ତୁ ଭାଇ ଭାଇ ମିଳି ସକଳେ
ବିସର୍ଜି ଭେଦବୁଦ୍ଧଇ ମନ ନିର୍ମଳେ ।
(୬)
ବସି ଜନନୀ ମାତୃଭୂମି କୋଳରେ
ମିଳି ସମସ୍ତ ଭାଇ ଏକ ସଙ୍ଗରେ
ପାଞ୍ଚିବା ହେଉ ମାତୃଭୂମି ଉନ୍ନତି,
ଖଣ୍ଡନ ହେଉ ଦେଶବାସୀଦୁର୍ଗତି ।
(୭)
ରହିବ କେତେକାଳ ମଳିନ ବେଶେ?
କୁସଂସ୍କାର ପୂରିତ ଥିବ କି ବେଶେ?
ଆଦର୍ଶ ଦେଖି ଭାଇ ସଭ୍ୟ ଜଗତେ
ଆସନ୍ତୁ ଅଣ୍ଟା ଭିଡ଼ି ଲାଗୁଁ ସମସ୍ତେ ।
(୮)
ହିମାଦ୍ରି ପାଦଦେଶେ ନୈମିଷାରଣ୍ୟେ
ଯେ ଗୀତ ଗାଇଥିଲେ ମହର୍ଷିଗଣେ,
ଧର ହେ ଭାତୃଗଣ ସେ ଗୀତତାନ,
ସଭ୍ୟମଣ୍ଡଳୀ ମଧ୍ୟେ ଲଭ ସମ୍ମାନ ।
ମୋହର ଶତ୍ରୁ
ନିର୍ଭୟ ଚିତ୍ତେ ରହି ପାରିଲି ନାହିଁ-
ବଇରିଦଳ ବେଢ଼ି ଅଛନ୍ତି ଚାହିଁ ଯେ ।
କିଞ୍ଚିତ ମାତ୍ର ହେଲେ ଅସାବଧାନ,
ସହଜେ ଆସି ମୋର ବଧିବେ ପ୍ରାଣ ଯେ ।୧।
ଭୂଗର୍ଭ ବିଳ ମଧ୍ୟେ କୁଣ୍ଡଳୀ ଫଣୀ
ବାରିଦକୋଳେ ଲୁଚିଅଛି ଅଶନି ଯେ ।
ବ୍ୟାଘ୍ର ଭଲ୍ଲୁକ ବନେ, କୁମ୍ଭୀର ଜଳେ,
ଧନଲୋଭେ ପ୍ରାନ୍ତରେ ତସ୍କରଦଳେ ଯେ ।୨।
କେ ଲୋକ ପ୍ରତି କଲେ ମୁଁ ଅତ୍ୟାଚର,
କରିବ ନିଶ୍ଚେଁ ଆସି ମୋତେ ପ୍ରହାର ଯେ ।
ଅସଂଖ୍ୟ ବ୍ୟାଧି ଦେହେ ଛନ୍ତି ପ୍ରଚ୍ଛନ୍ନ
କରିବେ ସହଜରେ ନାଶ ଜୀବନ ଯେ ।୩।
ନ କରେଁ ଭୟ ଏହି ସର୍ବ ଶତ୍ରୁକୁ,
କରିବେ ସିନା ନାଶ ମୋର ଦେହକୁ ଯେ ।
ଦେହ ସକାଶେ ଏତେ ଚିନ୍ତା କିପାଇଁ?
ଯାହା କି ଚିରକାଳ ରହିବ ନାହିଁ ଯେ ।୪।
ତଥାପି ମୁହିଁ ଯେବେ କରେଁ ଯତନ,
ବଇରୀ କରୁଁ ରକ୍ଷା ହେବ ଜୀବନ ଯେ ।
ମାତ୍ର ହୃଦୟ ମୋର ଶତ୍ରୁଙ୍କ ବାସ,
କରିବେ ଆତ୍ମା ଦେହ ଉଭୟ ନାଶ ଯେ ।୫।
ମାତ୍ସର୍ଯ୍ୟ, କାମ, କ୍ରୋଧ, ଲୋଭ ଓ ମୋହ,
ମଦ ପ୍ରଭୃତି ରିପୁ ପ୍ରବଳ ଛଅ ଯେ ।
କରନ୍ତି ନିତ୍ୟେ ମୋହ ହୃଦୟେ ବାସ,
କରିବେ ଆତ୍ମା ସଙ୍ଗେ ଦେହକୁ ନାଶ ଯେ ॥୬।
ସତୀତୀର୍ଥ
ରାଗ - ମଙ୍ଗଳ
ଗୋଲକ ବୈକୁଣ୍ଠ ଊର୍ଦ୍ଧ୍ୱ ଧ୍ରୁବଲୋକ ପାଶେ,
ଶତ ସୂର୍ଯ୍ୟ ବିରାଜିତ ସତୀର ଆବାସେ,
ମାର୍ତଣ୍ଡମୟୂଖମାଳା-ଜ୍ୱାଳା-ବିସ୍ତାରିଣୀ,
ନୁହେଟି ସେ ସ୍ଥାନ ପୁଣି ଆନନ୍ଦଦାୟିନୀ,
ତରୁଣ ଅରୁଣ ଜ୍ୟୋତି ଶୀତଳ କିରଣ,
ପ୍ରସ୍ଫୁଟିତ ପାରିଜାତ ନନ୍ଦନ କାନନ,
ନାହିଁ ଦିବା, ନାହିଁ ନିଶି, ସର୍ବଦା ଆଲୋକ,
ନାହିଁ ଦ୍ୱେଷ, ହିଂସା, କ୍ରୋଧ, ନାହିଁ ଦୁଃଖ, ଶୋକ
ସନ୍ତାପ, ବିଳାପ ନାହିଁ, କଷ୍ଟ, ହାହାକାର,
ବ୍ୟାଧି ବା ଯନ୍ତ୍ରଣା ନାହିଁ, ନାହିଁ ଅନ୍ଧକାର ।
ଯେତେ ସୁଖ ଶାନ୍ତି ବିଦ୍ୟମାନ ବ୍ରହ୍ମାଣ୍ଡରେ,
ସର୍ବ ଦ୍ରବ୍ୟ କେନ୍ଦ୍ରୀଭୂତ ସେ ସତୀ-ତୀର୍ଥରେ,
ନାହିଁ କ୍ଳେଶଲେଶ ଦେଶ ଚିତ୍ତ ବିମୋଚନ
ତନ୍ଦ୍ରାପଟେ ସୁଖସ୍ୱପ୍ନ ଚିତ୍ରିତ ଯେସନ,
ଶାନ୍ତି, ପ୍ରେମ, ମୈତ୍ରୀ, ପ୍ରୀତି, ସ୍ନେହ ଉଲ୍ଲାସରେ
ଚିର, ସ୍ଥିର, ବିଦ୍ୟମାନ ଅଛି ସେ ସ୍ଥାନରେ ।
ଦେବଭୋଗ୍ୟ ସୁଧାଫଳ ପୂର୍ଣ୍ଣ ସେ ଉଦ୍ୟାନ,
ସତୀ ନାରୀମାନଙ୍କର ଅଟେ ବାସସ୍ଥାନ ।
ଅପୂରା ସଙ୍ଗୀତ ଶ୍ରୁତ ହୁଏ ତାନେ ତାନେ,
ଦେବକନ୍ୟାମାନେ ଭ୍ରମୁଥାନ୍ତି ସ୍ଥାନେ ସ୍ଥାନେ ।
ବିରାଜିତ ଉଦ୍ୟାନରେ ରତ୍ନସିଂହାସନ,
ସତୀ ନାରୀମାନଙ୍କର ନିର୍ଦ୍ଦିଷ୍ଟ ଆସନ ।
ପୃଥିବୀ ମଧ୍ୟକୁ ଆସି ଦେବଦୂତମାନେ
ଏକ ସତୀ ଆତ୍ମା ଘେନି ଗଲେ ସେହି ସ୍ଥାନେ ।
ଉପସ୍ଥିତ ହେବା ମାତ୍ରେ ତହିଁ ସତୀ ନାରୀ,
ବାଟ ଓଗାଳିଲା ଆସି ଉଦ୍ୟାନର ଦ୍ୱାରୀ ।
ପୁଚ୍ଛା କଲା ପଢ଼ିଆରୀ ବହୁତ ସମ୍ମାନେ,
କେଉଁ ଗୁଣେ ଆଗୋ ସତୀ! ଆସିଛ ଏ ସ୍ଥାନେ?
ଗେରୁଆ ବସନ ପିନ୍ଧି ଜଟାଭାର ଶିରେ,
ତପସ୍ୟା କି କରିଥିଲ ଅରଣ୍ୟ କୁଟୀରେ?
କରିଛ କି ନିୟମରେ ବ୍ରତ ଉପବାସ?
ଅବା ତୀର୍ଥସ୍ଥାନେ ଯାଇ କରିଥିଲ ବାସ?
କରି ହବିଷ୍ୟାନ୍ନ ଜପମାଳା ଧରି କରେ
ହରିନାମ ଜପିଛ କି ବସି ନିର୍ଜନରେ?
ପ୍ରଥମରେ ଦେଇ ମୋତେ ଆତ୍ମପରିଚୟ
ପ୍ରବେଶ ଉଦ୍ୟାନ ମଧ୍ୟେ, ନାହିଁ କିଛି ଭୟ ।
ସତୀ ଶୁଣି ଏହିପରି ପଢ଼ିଆରୀ କଥା,
ବୋଇଲେ ବିନୟବାକ୍ୟେ ନୁଆଇଁଣ ମଥା ।
ଶୁଣିବାକୁ ଆଜ୍ଞା ହେଉ ଆହେ ଦେବଦ୍ୱାରି!
ଥିଲି ମୁହିଁ ପୃଥିବୀରେ ଏକ ତୁଚ୍ଛ ନାରୀ ।
ଯେତେ ରୂପ ଗୁଣ କଥା ବୋଇଲେ ଆପଣ,
କରି ନାହିଁ ସେହି ସର୍ବ କାର୍ଯ୍ୟ ଆଚରଣ ।
ସ୍ୱାମୀ ପୁତ୍ର କନ୍ୟା ଘେନିଥିଲି ମୁଁ ସଂସାରେ
ନିତ୍ୟ ଚିତ୍ତ ସମର୍ପଣ କରି ପ୍ରଭୁଠାରେ
ଅମଙ୍ଗଳ ବାକ୍ୟ କରେଁ ନାହିଁ ଉଚ୍ଚାରଣ,
ଅପ୍ରମତ୍ତ ଭାବେ ସେବେଁ ସ୍ୱାମୀଙ୍କ ଚରଣ ।
ଗୁରୁଜନେ ପୂଜୁଥିଲି ଦେବତା ସମାନେ,
ଅତିଥିମାନଙ୍କୁ ସେବା କରେଁ ସାବଧାନେ ।
ଅକାରଣେ ଛିଡ଼ା ହୁଏଁ ନାହିଁ ଦାଣ୍ଡଦ୍ୱାରେ,
ଉପହାସ କରେ ନାହିଁ କାହାରି କଥାରେ ।
ନ କରେଁ ଚିତ୍କାର କେବେ ଆଉ ଉଚ୍ଚ ହାସ୍ୟ,
ଅନ୍ୟ ଲୋକ ସଙ୍ଗେ କରେଁ ନାହିଁ ପରିହାସ ।
ଲୋଭ କରେ ନାହିଁ କେଭେ ଅନ୍ୟର ସମ୍ପତ୍ତି,
ମନ୍ଦ କାର୍ଯ୍ୟ ବିଷୟରେ ବଳେ ନାହିଁ ମତି ।
ସ୍ୱାମୀ ଯେ କାଳରେ ମୋର ଥାଆନ୍ତି ବିଦେଶେ,
ସଂସ୍କାର ନ କରେଁ କେଶ ଥାଏଁ ମ୍ଳାନବେଶେ ।
କାହା ସହିତରେ କେବେ ନ କରେଁ କଳହ,
ଏପରି ନ କରେଁ କାର୍ଯ୍ୟ ଯାହା ଭୟାବହ ।
ଭୂରୁଯାଏଁ ପଡ଼ିଥାଏ ମୋହର ଉଢ଼ୁଣା,
ମୋର ବାକ୍ୟ ଯାଏ ନାହିଁ ବାହାରକୁ ଶୁଣା,
କରାଇ ଭୋଜନ ମୁହିଁ ସ୍ୱାମୀଙ୍କୁ ଅଗ୍ରରେ,
ଭକ୍ତିରେ ଭୁଞ୍ଜଇ ତାଙ୍କ ଉଚ୍ଛିଷ୍ଟ ପାତ୍ରରେ ।
ସ୍ୱାମୀକ୍ରୋଧ ବେଳେ ମୁହିଁ ହୋଇଥାଏ ତୁନି,
ପ୍ରତିବାଦ କରେ ନାହିଁ ତାଙ୍କ ବାକ୍ୟ ଶୁଣି ।
ବିପଦରେ ବା ବ୍ୟାଧିରେ ବସି ତାଙ୍କ ପାଶେ
ସାନ୍ତ୍ୱନା କରଇଁ ମିଷ୍ଟବଚନେ ଆଶ୍ୱାସେ ।
ନ ଶୋଇଲେ ସ୍ୱାମୀ ମୁହିଁ ଶୋଏ ନାହିଁ ଆଗ,
ତାହାଙ୍କ ଉଠିବା ପୂର୍ବେ କରେଁ ଶଯ୍ୟା ତ୍ୟାଗ ।
ନ କରନ୍ତି ସ୍ୱାମୀ ମୋର ଯେ ଦ୍ରବ୍ୟ ଆହାର,
ଏକାବେଳେ ମୁହିଁ ତାହା କରେଁ ପରିହାର ।
ସ୍ନେହରେ କରନ୍ତି ସ୍ୱାମୀ ଯେ ଦ୍ରବ୍ୟ ଭୋଜନ,
ଯତ୍ନପୂର୍ବ କରି ରଖେଁ ତାହା ଆୟୋଜନ ।
ସାବଧାନେ କରେଁ ରକ୍ଷା ସ୍ୱାମୀ ଧର୍ମ, ଧନେ,
ନିତ୍ୟ ଦିଏଁ ଧର୍ମଶିକ୍ଷା ପୁତ୍ରକନ୍ୟାଗଣେ ।
ସ୍ୱାମୀ ଗୁପ୍ତ କଥାମାନ ନ ବୋଲେଁ କାହାକୁ,
ସ୍ୱାମୀ ଅସାକ୍ଷାତେ ଯାଏ ନାହିଁ ଅନ୍ୟଠାକୁ ।
ମନ୍ଦକାର୍ଯ୍ୟେ କେବେ ମୋର ବଳେ ନାହିଁ ମତି,
ଦ୍ୱାରିକୁ ଏ ସର୍ବ କଥା ବୋଲୁଛନ୍ତି ସତୀ,
ଶୁଭିଲା ଏକାଳେ ଆକାଶରୁ ଦେବବାଣୀ,
ଆସ ଆସ ଭିତରକୁ ସତୀଠାକୁରାଣୀ!
ଯେଉଁଠାରେ ଛନ୍ତି ଅନୁସୂୟା ଅରୁନ୍ଧତୀ,
ତାଙ୍କ ପାଶ ସିଂହାସନେ ବସ ତୁମ୍ଭେ ସତୀ ।
ଜାପାନ
ହେ ଜାପାନ! ତୁମ୍ଭ ପୂର୍ବ ଅଞ୍ଚଳ ଇଂଲଣ୍ଡ,
ଦେଖାଇଲ ଜଗତକୁ ମହିମା ପ୍ରଚଣ୍ଡ ।
ଇୟୁରୋପ ସଭ୍ୟତମ ରାଜନ୍ୟ ସକଳ
ଚକିତ ବିସ୍ମିତ ଦେଖି ତବ ବାହୁବଳ ।
ଦେଖାଇଲ ଯେଉଁ ଚିତ୍ର ରୁଷିୟା ସମରେ,
ଇତିହାସ ସାକ୍ଷ ଦେବ ସୁବର୍ଣ୍ଣ ଅକ୍ଷରେ ।
ଏକପୁତ୍ରା ବୃଦ୍ଧା ମାତା ଦେଶରକ୍ଷାପାଇଁ
ପ୍ରାଣତ୍ୟାଗ କରି ପାରେ, ନିଦର୍ଶନ କାହିଁ?
ସ୍ୱାମୀକୁ ଯୁବତୀ ଭାର୍ଯ୍ୟା ଅସ୍ତ୍ରରେ ମଣ୍ଡାଇ
ପଠାଇ ବୋଲୁଛି, ଯାଅ ଶତ୍ରୁ ମାର ଯାଇ ।
ସ୍ପାଟାର ରମଣୀ କିବା କ୍ଷତ୍ରିୟ ଅଙ୍ଗନା
ଥିଲେ ଏହିପରି, ଇତିହାସେ ଅଛି ଜଣା ।
ହଳଧରି କୁଳବତୀ କରୁଅଛି ଚାଷ,
ପଠାଏ ପୁରୁଷେ ଶତ୍ରୁ କରିବାକୁ ନାଶ ।
ହେ ଜାପାନ! ଦେଶପ୍ରେମ ଦିଅ ଶିକ୍ଷାଦାନ,
ନ ଭୁଲ ଭାରତବର୍ଷ ବୁଦ୍ଧଜନ୍ମସ୍ଥାନ ।
ଶ୍ରୀମତୀ ମାଧବୀ ଦେବୀ
ରାଗ - ମଙ୍ଗଳ
ପରମବୈଷ୍ଣବୀ ନୀଳାଚଳ-ନିବାସିନୀ,
ଶ୍ରୀମତୀ ମାଧବୀ ଦେବୀ ବୃଦ୍ଧା ତପସ୍ୱିନୀ ।
ଶିଖୀ ମହାନ୍ତିର ଭଗ୍ନୀ କରଣ ଅଙ୍ଗନ,
ଉତ୍କଳର ଏକମାତ୍ର ରମଣୀମଣ୍ଡନା ।
ତୁମ୍ଭର କବିତା ଶୁଣି ବୈଷ୍ଣବମଣ୍ଡଳୀ
ହରାଇ ଚେତନା ପଡ଼ିଯାନ୍ତି ପ୍ରେମେ ଢଳି ।
ତୁମ୍ଭର ପ୍ରତିଭା ବହୁଦୂର ପ୍ରସାରିଣୀ,
ବୈଷ୍ଣବମଣ୍ଡଳେ ପୂଜନୀୟା ତବସ୍ୱିନୀ ।
ଆଗୋ ମହାଦେବୀ! ଥିଲା ତୁମ୍ଭ ହସ୍ତାକ୍ଷର
ମୁକ୍ତାମାଳା ସମାନରେ ପରମ ସୁନ୍ଦର ।
ଶ୍ରୀଚୈତନ୍ୟଦେବ ହୋଇ ପ୍ରେମେ ବିମୋହିତ
ଶୁଣନ୍ତି ଆନନ୍ଦମନେ ତୁମ୍ଭର ସଙ୍ଗୀତ ।
ଶ୍ରୀପ୍ରତାପରୁଦ୍ର ଉତ୍କଳର ମହାରାଜ;
ଆଶ୍ଚର୍ଯ୍ୟ ମଣନ୍ତି ଦେବୀ! ଦେଖି ତୁମ୍ଭ କାର୍ଯ୍ୟ
ମହାତ୍ମା ପ୍ରତାପରୁଦ୍ର ରାଜରାଜେଶ୍ୱର
ତପସ୍ୱିନୀ! ତୁମ୍ଭଠାରେ ଯୋଡ଼ିଥିଲେ କର ।
ପ୍ରଭୁ ଶ୍ରୀଚୈତନ୍ୟ କରି ପ୍ରତିଜ୍ଞା ଲାଘନ
କରିଥିଲେ ମାଧବୀଙ୍କ ଶ୍ରୀମୁଖ ଦର୍ଶନ ।
ଶତାବ୍ଦୀ ଶତାବ୍ଦୀ ଗତ ହେଲା ଉତ୍କଳରେ,
ନ ଜନ୍ମିଲେ ନାରୀ ଦେବୀ! ତୁମ୍ଭ ସମାନରେ ।
ଶ୍ରୀ ପ୍ରତାପରୁଦ୍ର କିମ୍ବା ମହାତ୍ମା ଚୈତନ୍ୟ
କରୁଥିଲେ ମାଧବୀକୁ ଦେବୀ ତୁଲ୍ୟ ମାନ୍ୟ ।
ପାଣ୍ଡିତ୍ୟେ, କବିତ୍ୱେ, ବ୍ରତେ, ତପ ଆଚରଣେ,
ମାଧବୀ ସମାନେ ଜନ୍ମି ନାହିଁ ନାରୀ ଜଣେ ।
ପୁରାଣେ ଶୁଣିଛି କେତେ ତପସ୍ୱିନୀ କଥା,
ତୁମ୍ଭେ ଥିଲ ତପସ୍ୱିନୀ! ପରମ ଦେବତା ।
ଗୋସ୍ୱାମୀ ଗୋବିନ୍ଦ ଦାସ, ଜଗନ୍ନାଥ ଦାସ
ବୈଷ୍ଣବୀୟ ଗ୍ରନ୍ଥ କରିଅଛନ୍ତି ପ୍ରକାଶ ।
କରଣମହିଳା ତୁମ୍ଭେ, ଓଡ଼ିଆଣୀ ଜାତି,
ଲଭି ଯାଇଅଛି ବଙ୍ଗେ କବିକୁଳ ଖ୍ୟାତି ।
ଭାଷା, ଭାବ ଭଙ୍ଗୀ, ପୁଣି ରଚନାପ୍ରଣାଳୀ,
ସରଳତା ମଧୁରତା ଦେଇଅଛ ଢାଳି ।
ପଦର ବିନ୍ୟାସ ଦେଖି ରଚନାର ଠାଣି
କେ ବୋଲିବ ଲେଖିଅଛି ଜଣେ ଓଡ଼ିଆଣୀ?
ଯେତେକ ଗୋସ୍ୱାମୀ ପଦାବଳୀ ରଚୟିତା,
ସେମାନଙ୍କ ମଧ୍ୟେ ଥିଲ ପରମ ପୂଜିତା ।
ଯେପ୍ରକାର ଲେଖିଅଛ ଚୈତନ୍ୟଚରିତ,
ପାଠ କରି ହୋଇଯାଏଁ ମୋହିତ ଚକିତ ।
ଜଗନ୍ନାଥ, ଚଣ୍ଡିଦାସ ଗୀତ ଅଛି ଶୁଣା,
ତୁମ୍ଭ ଗୀତ ତାଙ୍କଠାରୁ ନୁହେ କିଛି ଊଣା ।
ତୁମ୍ଭ ଗୀତ ଯେତେବେଳେ ଗାଏଁ ଠାକୁରାଣୀ,
କାହା ଗୀତ ଗାଉଅଛି ନ ପାରଇଁ ଜାଣି ।
ଏମନ୍ତ ଯେ ଦେବୀ ଜନ୍ମିଥିଲ ଉତ୍କଳରେ,
ଦେଶବାସୀ ଲୋକେ ମୁଖେ ନ ଧରନ୍ତି ଥରେ ।
ଅଯତ୍ନ କରିବା ଯୋଗୁଁ ସ୍ୱଦେଶନିବାସୀ,
ତୁମ୍ଭର କବିତା କେତେ ଯାଇଅଛି ଭାସି ।
ବିଲୁପ୍ତ ସଙ୍ଗୀତ କେତେ ରାଷ୍ଟ୍ର ବିପ୍ଳବରେ,
ବହୁତ ବିଲୁପ୍ତ ଦେଶବାସୀ ଅଯତ୍ନରେ ।
ଚିହ୍ନନ୍ତି ଅମୂଲ୍ୟ ଧନ ଗୁଣଗ୍ରାହୀ ଜନେ,
କେତେକ ସଙ୍ଗୀତ ରଖିଅଛନ୍ତି ଯତନେ ।
ତୁମ୍ଭର କବିତା ଭକ୍ତ ସାଧୁ ହୃଦୟରେ
ଚିତ୍ରିତ ରହିଛି, ଥିବ ଯୁଗ ଯୁଗାନ୍ତରେ ।
ସାହସରେ ଦୃଢ଼ରୂପେ ବୋଲିପାରେଁ ମୁହିଁ,
ଯଶ ଧ୍ୱଂସକାରୀ କାଳ ନ ପାରିବି ଛୁଇଁ ।
ନରାଧମ, ଅକିଞ୍ଚନ ଫକୀରମୋହନ
ମହାଦେବୀ! ଭକ୍ତିଭାବେ ବନ୍ଦେ ଶ୍ରୀଚରଣ ।
ସେହି ନାମ
ରାଗ – ଚକ୍ରକେଳି
କେତେଥର ବସି ବସି ନିର୍ଜନେ
ବିଚାର କରିଛି, ଆପଣା ମନେ,
ସ୍ୱପନ ସମାନ ସଂସାର ରାଜ୍ୟ,
ଆସିବା ଯିବା’ ତ ଏହାର କାର୍ଯ୍ୟ ।
ଭସାଇ ଯାଇଛି ମୋତେ ଯେ ଦୁଃଖେ,
ନ ଧରିବି ଆଉ ସେ ନାମ ମୁଖେ,
ପାସୋରି ପାରିଲି କାହୁଁ ମୁଁ ତାକୁ,
ଧରିଛି ଆଣ୍ଟରେ ପ୍ରାଣ ଆତ୍ମାକୁ,
ଛାୟା କାୟା ପରି ଯାହା ସମ୍ବନ୍ଧ,
କୁସୁମରେ ଥିବ କୁସୁମ ଗନ୍ଧ ।
ମୁଁ ତାକୁ ଛାଡ଼ିଛି, ସେ କାହୁଁ ଛାଡ଼େ?
ଜୀବନ ଥିଲେ କି ନିଦ ନ ମାଡ଼େ?
ଆପଣେ ଆସିଲେ ଆସୁ ମନକୁ,
ଭଜି ହେବି କିପାଁ ସେହି ନାମକୁ?
ଅନୁଭୂତି
ରାଗ - ଭୂପାଳ
ଦେଖୁଛି କି ଆଜି ଜାଗ୍ରତ ସ୍ୱପନ?
କି ଦେଖି କିପାଇଁ ବିମୋହିତ ମନ?
ଗୁପତ ମରମେ ସୁପତ ବାସନା
ସଫଳ ସାମନେ କିପାଁ ଯାଏ ଜଣା?
ସହସା କିପାଇଁ ଅଗୀତ ରାଗିଣୀ
ଅନୁଭବ କରେଁ ଚିତ୍ତବିମୋହିନୀ?
ତିମିର ଆକରୁ ଅମୂଲ୍ୟ ରତନ,
ନବ ଯଉବନ ବିଳାସ ଜୀବନ,
ଅତୀତ ବସନ୍ତ କୋକିଳକାକଳୀ,
ନିର୍ବାଣ ପ୍ରଦୀପ ଉଡ଼ିଲା କି ଜଳି?
ସତ ସ୍ୱର୍ଗବାସ ସ୍ୱରଗର ଜ୍ୟୋତି,
ହୃଦୟ ମନ୍ଦିର ମଉନ ଆରତି,
କିପାଁ ଦେଖେ ଆଜି ମାନସନେତ୍ରରେ?
ଆଶାର ଛଳନା ଭେଟିବି ସ୍ୱର୍ଗରେ ।
ଉତ୍କଳ ଯୁବକ
(ଚକ୍ରକେଳି ବାଣୀ)
ଶୁଣ ହେ ଉତ୍କଳବାସୀ ଯୁବକେ!
କି ବୋଲୁଅଛନ୍ତି ତୁମ୍ଭକୁ ଲୋକେ!
ଓଡ଼ିଆ ଅଧମ ଜାତି ଭାରତେ,
ବହୁତ ସେ ଊଣା ମାନ ମହତ୍ତ୍ୱେ ।
ଓଡ଼ିଆ ଜାତିର ନାହିଁ ସାହସ-
ରଟୁ ନାହିଁ କି ହେ ଏ ଅପଯଶ?
କିପାଇଁ ରଟିଲା ଏହି ଅଖ୍ୟାତି,
କିପାଇଁ ଲୋକଙ୍କ ଏ ଭୁଲ ଭ୍ରାନ୍ତି?
କିଛି ହେଲେ ମୂଳ ଥିବ କଥାରେ,
‘‘ନିଆଁ ନ ଥିଲେ କି ଧୂଆଁ ବାହାରେ?’’
କରି ପାରୁ ନାହିଁ ଜୀବନ ବ୍ରତ
ଅରଜିବା ପାଇଁ ମାନ ମହତ୍ତ୍ୱ!
କୋଣପଶା ହୋଇ ରହିଛ ଘରେ
ବିଦେଶ ନ ଯାଅ ଜୀବନ ଡରେ ।
ଭାରତେ ବିଖ୍ୟାତ ଥିଲେ ଯେ ଜାତି,
ନୁହ କି ହେ ତୁମ୍ଭେ ତାହାଙ୍କ ନାତି?
କେଉଁ ମନ୍ତ୍ର ପଢ଼ି ସେ ବୀରମାନେ
ଥିଲେ ସୁବିଖ୍ୟାତ ଐଶ୍ୱର୍ଯ୍ୟେ ମାନେ?
ତୁମ୍ଭେମାନେ ସେହି ମନ୍ତ୍ର ପାସୋରି
ରହିଅଛ ଘରେ ଅଧମ ପରି!
ନାହିଁ ଚିତ୍ତ ହାତେ ନାହିଁ ସହାୟ,
ନ ଥାଉ, ନାହିଁ କି ବୁଦ୍ଧି ଉପାୟ?
ସହାୟ ସମ୍ପଦ ବୁଦ୍ଧି ସାହସ,
ବିଶେଷେ ଧର୍ମକୁ ମଣ ସର୍ବସ୍ୱ ।
ବାହାରି ପଡ଼ ତ ତୁଛା ହାତରେ,
ସବୁ ମିଳିଯିବ ବୁଦ୍ଧି ବଳରେ!
ସଂସାର-ସମରେ ନ ହୁଅ ଭୀତ,
ସବୁ ବାଧା ବିଘ୍ନ ହେବ କିଞ୍ଚିତ ।
ଲକ୍ଷ୍ୟ ରଖି ଏକ ଉଚ୍ଚ ବିଷୟେ
ସାହସ ବିକ୍ରମେ ଲାଗ ନିର୍ଭୟେ ।
ହେଉନ୍ତୁ ଦେଶରେ ସମସ୍ତେ ଚଳି,
କୁସଂସ୍କାର ପଦେ ପକାଅ ଦଳି ।
କର ମନ ମଧ୍ୟେ ଏପରି ପଣ,
ଦେହପାତ ଅବା କାର୍ଯ୍ୟସାଧନ ।
ଦେଶ ଦେଶାନ୍ତରେ ହେଲେ ଯିବାକୁ,
ଯାଅ ଚାଲି ଡର ନାହିଁ କାହାକୁ ।
ସଳଖ ବାଟରେ ଯାନ୍ତି ସମସ୍ତେ,
ବିଘ୍ନ ବାଧା ମାଡ଼ି ଯାନ୍ତି ମହତେ ।
ସାଧି ବଡ଼ କାର୍ଯ୍ୟ ବୁଦ୍ଧି ବଳରେ
ଆଦର୍ଶ ପୁରୁଷ ହୁଅ ଦେଶରେ ।
ପାଇଛ ଦୁର୍ଲଭ ମାନବ ଜନ୍ମ,
କାର୍ଯ୍ୟରେ ନ ହୁଅ ପଶୁ ଅଧମ ।
ଉତ୍କଳ ଜନନୀ ଅଛନ୍ତି ଚାହିଁ,
କର କିଛି କାର୍ଯ୍ୟ ତାହାଙ୍କପାଇଁ
ଶୁଣ ଶୁଣ ବାପା ମୋ ନିବେଦନ,
ସାଧିବ କର୍ତ୍ତବ୍ୟ ଦେଇ ଜୀବନ ।
ପଛଘୁଞ୍ଚା ଦେଲେ କାର୍ଯ୍ୟ ସାଧନେ,
କିବା ପ୍ରୟୋଜନ ସେହି ଜୀବନେ?
ଯାଇଛି ସେ ଦିନ ପଛକୁ ଯାଉ,
ଚିନ୍ତା କଲେ ତାହା କି ହେବ ଆଉ?
ବର୍ତ୍ତମାନ କାର୍ଯ୍ୟେ ହୁଅ ତତ୍ପର,
ନ କର ହେ ଭବିଷ୍ୟତ ନିର୍ଭର ।
ସଂକଳ୍ପରେ ସିଦ୍ଧି ଲଭିବ ସର୍ବ,
ଜଗତେ ମହିମା ଅଟେ ଦୁର୍ଲଭ ।
‘‘ମହାଜନୋ ଯେନ ଗତଃ ସ ପନ୍ଥା’’
ମନେ ଘୋଷ ଏହି ପ୍ରାଚୀନ କଥା ।
ସେ ପଦାଙ୍କ ଚିହ୍ନି ଗମରେ ବୀରେ,
ଅବଶ୍ୟ ମିଳିବ ଯଶୋମନ୍ଦିରେ ।
ବସନ୍ତମାଳତୀ, ଫୁଲ୍ଲ କୁମୁଦିନୀ,
ତୁ କି ସାରଦା ମଲ୍ଲିକା?
କେଉଁ ତପୋବଳେ ପାଇଛିରେ ତୋତେ?
କୁଳବଧୂ ପ୍ରାଣାଧିକା!
ଆଶୀର୍ବାଦ କରେଁ, ଆରେ ମୋ କଲ୍ୟାଣୀ ।
ସୁଖେ ରହ ମୋହ ଘରେ,
କରୁଛି କାମନା, ତୋହ ପରି ବଧୂ
ପାଏଁ ଜନ୍ମଜନ୍ମାନ୍ତରେ ।
କବିତା ବିହଗୀ
ରାଗ - ମଙ୍ଗଳ
ଭଗବତୀ ବୀଣାପାଣି ଶ୍ରୀହସ୍ତପାଳିତା,
ତ୍ରିଭୁବନସଞ୍ଚାରିଣୀ ବିହଗୀ କବିତା ।
ଆଶ୍ରମରେ ଧ୍ୟାନମଗ୍ନ ବାଲ୍ମୀକି ମହର୍ଷି
ମାନସ-ମନ୍ଦିରେ ନୀଡ଼ ନିରମିଲେ ବସି ।
ସେ ଅମରୀ ବିହଗୀର କଳ୍ପନା ଜନନୀ,
ପ୍ରତିଭା ମାନସଭୂଷା, ଧାତ୍ରୀସ୍ୱରୂପିଣୀ ।
ସପ୍ତ ସ୍ୱର ସପ୍ତ ପକ୍ଷ, ଅକ୍ଷର ଦେହରେ,
କୁତୂହଳେ ବିହରିଲେ ମହର୍ଷି ହସ୍ତରେ ।
ଛନ୍ଦ ଅଳଙ୍କାରେ ଅଙ୍ଗ କରି ବିମଣ୍ଡନ
ଏଥୁଅନ୍ତେ ଭୁମଣ୍ଡଳେ କଲେ ବିଚରଣ ।
ମହର୍ଷି ବ୍ରହ୍ମର୍ଷିଗଣେ ସରସ୍ୱତୀକୂଳେ,
ସାମବେଦ ଗାଇଥିଲେ ଦେବୀ ଅନୁକୂଳେ ।
ସୁଧାମୟ ଇତିବୃତ୍ତ ସ୍ୱର୍ଗ ସମାଚାର,
ମାନବମଣ୍ଡଳେ କଲେ ଜଗତେ ପ୍ରଚାର ।
ନୀଳମଣି ବିଦ୍ୟାରତ୍ନ
ରାଗ- ମଙ୍ଗଳ
ସାମାନ୍ୟ ବ୍ରାହ୍ମଣପୁତ୍ର ଆହେ ନୀଳମଣି,
ଉତ୍କଳର ପ୍ରିୟ ଶ୍ରେଷ୍ଠ ପୁତ୍ରରୂପେ ମଣି ।
ଭାଷାରାଜ୍ୟେ ଛିନ୍ନ ଭିନ୍ନ ଥିଲା ଏ ଉତ୍କଳ,
ବାନ୍ଧିଲ ଏକତା ସୂତ୍ରେ ତୁମ୍ଭେ ହିଁ କେବଳ ।
ଉତ୍କଳ ବିଧବାପାଇଁ ଆକୁଳ ଜୀବନେ
କାନ୍ଦିଅଛି, କନ୍ଦାଇଣ ଦେଶବାସିଗଣେ ।
କଳ୍ପଲତା ସମ୍ମିଳନୀ ଉତ୍କଳ ଦେଶରେ,
ପ୍ରଥମରେ ଉପ୍ତ ବୀଜ ତୁମ୍ଭ ହୃଦୟରେ ।
ଦେଶହିତ ବ୍ରତେ ସମର୍ପଣ କରି ଚିତ୍ତ
ଶୁଣାଇଲ ଉତ୍କଳକୁ ଜାତୀୟ ସଙ୍ଗୀତ ।
ତୁମ୍ଭର ପତ୍ରିକା ଲିଭିଅଛି ଉଚ୍ଚ ସ୍ଥାନ,
ତୁମ୍ଭେ ଏକା କରି ଜାଣ କବିଙ୍କୁ ସମ୍ମାନ ।
ମାତୃଭାଷା ହୁଅ ନୀଳମଣି ବିଦ୍ୟାରତ୍ନ ।
ରାମରଥ କଥା
ନାସଦାନି ହାତେ ଘେନି ରାମ ରଥେ
ବୁଲି ଶାସନ ଦାଣ୍ଡରେ,
ଭାରି ପାଟି କରି ବୋଇଲେ ଏପରି
ଶୁଣିଛଟିକି ହେ କରେ ।
କାଲି ମୁହିଁ ଭାଇ ଦହିଚୁଡ଼ା ଖାଇ
ଯାଇଥିଲି ତନ୍ତି ସାଇ,
ବୋଲା ବୋଲି ଥୋକେ ହେଉଛନ୍ତି ଲୋକେ
ଶୁଣିଲି ସେଠାକୁ ଯାଇ ।
କାଗଜରେ ଛାପା ହୋଇଅଛି ବାପା
ରାଣ୍ଡମାନେ ହେବେ ବାହା ।
ଆସି କଳିକାଳ ଘୋଟିଲା ଜଞ୍ଜାଳ,
ଶୁଣିବାକୁ ହେଲା ଏହା!
କଳିକାଳେ ଧର୍ମ ଛାଡ଼ିଯିବ ବୋଲି
ଲେଖା ଯା ଅଛି ଶାସ୍ତ୍ରରେ,
ଆହେ ବିଶୁ କରେ ସଂସାର ମଧ୍ୟରେ
ଦେଖାଗଲା ପ୍ରତ୍ୟକ୍ଷରେ
ରାଣ୍ଡ ବାହା କଥା ସାତ ପୁରୁଷରୁ
କେହି କେବେ ଶୁଣି ନାହିଁ,
କଳି ପରା ଶେଷ ହେବାରୁ ଏକଥା
ଏବେ ଶୁଣା ଗଲା ଭାଇ!
ଅଶୀ ବରଷର ପାଣୁ ପାଣିଗ୍ରାହୀ
ମୋତେ ବୋଲିଥିଲେ ଦିନେ,
ତାଙ୍କ ପିଲାକାଳେ ଥିଲା ଯେତେ କଥା
ଏଣିକି ହେଲାଣି ଭିନେ ।
ଆଜି କାଲି ଲୋକେ ଦେବତା ବ୍ରାହ୍ମଣ
କେହି ମାନିବାର ନାହିଁ,
ଦେଖୁଛ ତ ଭାଇ, ଏଣିକି ବ୍ରାହ୍ମଣେ
ଚାକରି କଲେଣି ଯାଇ ।
ବୁଢ଼ୀ ଟୋକୀ କରି ଦେଢ଼ପଣ ରାଣ୍ଡ
ଅଛନ୍ତି ତ ଶାସନରେ,
ସାତପୁରୁଷରୁ କେହି କି ହେ ଜଣେ
ବାହା ହୋଇଅଛି ଥରେ?
ବିରାଡ଼ିକୁ ପଘା ରାଣ୍ଡକୁ ତ ଲଗା
ନାହିଁ ଶାସ୍ତ୍ରେ ଅଛି ଲେଖା,
ରାଣ୍ଡ ଯିଏ ହେଲା ତା କଥା ସରିଲା,
ତାହାପାଇଁ କିପାଁ ଦକା ।
ଗଲା ପୁଷ ମାସ ମିଛୁ ମିଶ୍ରଙ୍କର
ଦୁଇଟା ରାଣ୍ଡ ଝିଆରୀ
ତିଳ ରଥଙ୍କର ସାନ ରାଣ୍ଡ ଝିଅ
ଘରୁ ତ ଗଲା ବାହାରି ।
ଜଗନ୍ନାଥ ରଥ- ଘର ହଟହଟା
କଥା ନିତି ଯାଏ ଶୁଣା,
ଯାହାଁ ଯାହାଁ ରାଣ୍ଡ ତାହାଁ ତାହାଁ କାଣ୍ଡ
କଥାଟା ଅଛି ପୁରୁଣା ।
ତାହା ବୋଲି କି ହେ ରାଣ୍ଡ ବାହା ହେବେ
କୁଳ ଧରମକୁ ଛାଡ଼ି?
ହରି ହରି ହରି!!! ଶୁଣିବାକୁ ହେଲା
କଳି ଆସୁଅଛି ମାଡ଼ି!
ରାଣ୍ଡ ବାହା ହେଲେ ଆଉ କେହି କିପାଁ
ଦେବେ ବ୍ରାହ୍ମଣଭୋଜନ,
ତାହା ହେଲେ ନନା ଏକାବେଳକରେ
ଉଠିଯିବ ଅରଜନ ।
ଶୁଣିଲା ବେଳରୁ ଏହି କଥାଟା ମୁଁ
ବୁଲାଇ ଦେଉଛି ମଥା,
ବହିଚୁଡ଼ା ଯେବେ ବନ୍ଦ ହୋଇଯିବ,
ସରିଲା ବ୍ରାହ୍ମଣ କଥା!
ରମ୍ଭାକୁ ଗୋଟାଏ ପଣ୍ଡିତ ଆସିଛି
ବାହାର କରିଛି ଶାସ୍ତ୍ର,
କାଶୀ କରେ ଯାଇ ଶୁଣି ଆସିଛନ୍ତି
ଚାରିଦିନ ହେଲା ମାତ୍ର ।
ସେ କହୁଛି ପରା ପରାଶର ମୁନି
ଦେଇଛି ଶାସ୍ତ୍ର ବିଧାନେ,
ଏକାଦଶୀ ଛାଡ଼ି ପିନ୍ଧି ଶଙ୍ଖା ଶାଢ଼ୀ
ବାହା ହେବେ ରାଣ୍ଡମାନେ ।
କହୁଛି ପଣ୍ଡିତ ଶାସ୍ତ୍ରରେ ଲିଖିତ-
ନଷ୍ଟେ ମୃତେ ପ୍ରବଜିତେ,
କ୍ଳୀବ ବା ପତିତ ହେଲେ ସ୍ୱାମୀ, ନାରୀ
ବିଭା ହେବେ ଶାସ୍ତ୍ରମତେ ।
କିରସ୍ତାନି ପାଠ ଶୁଣିଲେ ଆଉ କି
ଚଳିବ ବୋଲ ସଂସାର?
କେ କରିବ ଏହି କୁଳବୁଡ଼ା କାମ
ଛାଡ଼ି ପୁରୁଣା ବେଭାର!
ଜାଣନ୍ତି ସମସ୍ତେ ଥିଲେ ପାଣୁ ରଥେ
ଭାରି ଥିଲା ତାଙ୍କ ଜ୍ଞାନ,
ପଢ଼ିଥିଲେ ସେହି ବ୍ୟାକରଣ ସନ୍ଧି
ଚାରି ବର୍ଗ ଅଭିଧାନ ।
ସେହି ରଥେ ଥିଲେ ଆଜି ଚାଲିଯାଇ
ଚାରି ଶ୍ଳୋକ ଦେଲେ ଝାଡ଼ି,
ବାଟ ନ ଦିଶନ୍ତା ପଳାଇ ଯାଆନ୍ତା
ସେ ପଣ୍ଡିତ ରମ୍ଭା ଛାଡ଼ି ।
ଆହେ ରଘୁ ରଥେ ବୋଲୁଅଛି ସତେ
ସେହି ବୋଲୁଥିଲେ ତେବେ,
ଯେତେ ମନ୍ଦ ହେଉ କୁଳାଚାର ଧର୍ମ
ଛାଡ଼ିଦେବ ନାହିଁ କେଭେଁ ।
ଏଡ଼େ ପଣ୍ଡିତଟା ବୋଲିଥିଲେ ଯାହା
ତାହା କି ହେବ ଅମାନ୍ୟ?
ରାଣ୍ଡ ବାହା କଥା ଯେମନ୍ତ ନ ଚଳେ
ତୁମ୍ଭେ ଥିବ ସାବଧାନ ।
ଆଜିକାଲି ନନା ଭେଣ୍ଡିଆଗୁଡ଼ାକ
ଇସ୍କୁଲରେ ପାଠ ପଢ଼ି
ବାପ ଦାଦା କାଳ ଚାଲି ଚରଣକୁ
ସବୁ ଦେଉଛନ୍ତି ତଡ଼ି ।
ରାଣ୍ଡ ବାହାଦେଲେ ପୂଜା ପାଠ ସବୁ
ଏକାବେଳେ ଯିବ ଉଠି ।
ଆସ ସବୁ ପଡ଼ି ପଣ୍ଡିତକୁ ତଡ଼ି
ଦେବା ଧରି ତାହା ଚୁଟି ।
ଗୋବିନ୍ଦନ୍ଦାନ୍ନା, ଗଦା କକା, ଦୁହେଁ କାଲି
ଆସିଥିଲେ ମୋର ପାଶେ,
ବୋଲି ଯାଇଛନ୍ତି ଶାସନ ମଧ୍ୟରେ
ସଭା କରିବା ସକାଶେ ।
ଶାସନରେ ଯେତେ ବ୍ରାହ୍ମଣ ଅଛନ୍ତି
କରିବା ଗୋଟାଏ ସଭା,
ରାଣ୍ଡ ଝିଅ ବହୂ ବେଶ୍ୟା ହୋଇ ଯାଉ
ତାହାକୁ ନ ଦେବା ବିଭା ।
ଚନ୍ଦ୍ରପ୍ରଭାର ନିର୍ଜଳା ଏକାଦଶୀ
ବିଚିତ୍ର ଘଟଣା ଏକ ଶୁଣନ୍ତୁ ସମସ୍ତେ,
ବୋଇରାଣି ଶାସନରେ ଥିଲେ ବିଶୁ ରଥେ ।
ଗଲା ମାଘମାସେ ବୁଢ଼ୀ ମଲା ବାତଜ୍ୱରେ,
ଷାଠିଏ ବରଷ ରଥ ବୁଢ଼ା କାନ୍ଦି ମରେ ।
ଦେଢ଼ମାସଯାଏଁ ରଥେ ନ ଖାଇଲେ ଭାତ,
ସବୁବେଳେ ବସିଥାନ୍ତି ଗାଲେ ଦେଇ ହାତ ।
ତିନି ଗୋଟା ଭେଣ୍ଡା ପୁଅ ଦୁଇ ଝିଅ ଆଉ,
ଗୋଟାଏ ବାଡ଼ୁଅ ପୁଅ ଘରେ ଦୁଇ ବହୂ ।
ରଥଙ୍କୁ ଅଳପ ଧଇଁକାଶ ଗଲା ଜଣା,
ଏଥିପାଇଁ ଖାନ୍ତି ନିତି ଆପୁ ଦୁଇ ଅଣା ।
ବାଟିଏ ଅକରା ଭୂଇଁ ଅଛି ବୁଢ଼ା ହାତେ,
ଆଚ୍ଛା ନିତି ଘର ଚଳିଯାଏ ଶାଗ ଭାତେ ।
ଯଜମାନ ଘର ପୁଣି ବହୁତ ଭରସା,
ବାହା ପୁଆଣିରେ ଆଚ୍ଛା ମିଳେ ଦିପଇସା ।
ଆଟୁ ଘର ପାଶେ ଅଛି ଗୁରୁଡ଼ିଏ ଧାନ,
ଗ୍ରାମରେ କରନ୍ତି ମଧ୍ୟ ସମସ୍ତେ ସମ୍ମାନ ।
ଏହିପରି ଚାଲିଗଲା ଦୁଇ ଚାରି ମାସ,
ବୁଢ଼ାକୁ ଆସିଲା ମାଡ଼ି ପେଲା ଧଇଁକାଶ ।
ଦିନେ ଦିନେ ହେଲେ ଖିଆପିଆରେ ବଖଡ଼,
ଭାରି ଖପା ହୁଏ ବୁଢ଼ା ପାଟି କରେ ବଡ଼ ।
ଦିନେ ବୁଢ଼ା ବସି କଲା ମନରେ ବିଚାର,
ଏହି ପୁଅ ଝିଅ ସବୁ କିଏ ବା କାହାର?
କେ ହୋଇ ପାରିବ ସେହି ଘରଣୀ ସମାନ,
ମନ ଜାଣି କିଏ ଖଣ୍ଡେ ଭାଙ୍ଗିଦେବ ପାନ?
ବିଭା ହେବି ନିଶ୍ଚେଁ ଏକ କନ୍ୟା କାହୁଁ ଆଣି,
ଅଚଳବେଳରେ ହେଲେ ପୋଷେ ଦେବ ପାଣି ।
ମନ ଜାଣି ଦିନେ ହେଲେ ବାଢ଼ିଦେବ ଭାତ,
ବାଧକା ବେଳରେ ଗୋଡ଼େ ବୁଲାଇବ ହାତ ।
ଏତେ କଥା ବୁଢ଼ା ଭାଳି ଆପଣା ମନରେ,
କନ୍ୟାଟିଏ ଖୋଜିଲା ସେ ଅତି ଗୁପତରେ ।
ବହୁତ ତଲାସ କଲେ ରଥେ ସେଥିପାଇଁ,
ବ୍ରାହ୍ମଣମାନଙ୍କ ଘରେ ବଡ଼ କନ୍ୟା କାହିଁ?
ଦୁଇ ଚାରି ଜଣ ଭଣ୍ଡ କହି ସଟା ବଟା,
ନେଲେ ରଥଠାରୁ ଟଙ୍କା ଆଠ ଦଶ ଗୋଟା ।
ଅବଶେଷେ ବିଶ୍ୱ ରଥେ ପାଇଲେ ସନ୍ଧାନ,
ଖୁବ ଆଚ୍ଛା କନ୍ୟାଟାଏ ହେଲେ ମଧ୍ୟ ସାନ ।
ରାମଚନ୍ଦ୍ର ମିଶ୍ର ଘର ପାର୍ବତୀପୁରରେ,
ଆଠ ବରଷର ଝିଅ ଅଛି ତାଙ୍କ ଘରେ ।
ସାଆନ୍ତ ବ୍ରାହ୍ମଣ ମିଶ୍ରେ କୁଳେ ବଡ଼ ଟାଣ,
ମର୍ଯ୍ୟାଦାରେ କେହି ନାହିଁ ତାହାଙ୍କ ସମାନ ।
ମିଶ୍ରଙ୍କର ଝିଅ ନାମ ଅଟେ ଚନ୍ଦ୍ରପ୍ରଭା,
ସ୍ଥିର ହେଲା ବିଶୁ ରଥେ ହେବେ ତାଙ୍କୁ ବିଭା ।
ଛିଣ୍ଡିଲା ଦୁଇଶ ଦଶ ଟଙ୍କା କନ୍ୟାସୁନା,
ଦେବେ ପୁଣି ବିଦ ମୁଦି ଖଡ଼ୁ ନାକଗୁଣା ।
ରୋକଠୋକ ଦେବେ ଟଙ୍କା ନାହିଁ କାଳିବାସୀ,
ବିଭା ହେବେ ରଥେ କନ୍ୟା ବାପଘରେ ଆସି ।
ମାତ୍ର ରଥଙ୍କର ହାତେ ନାହିଁ ଏତେ ଟଙ୍କା,
ଏଥିପାଇଁ ଜାତ ହେଲା ମନେ ଭାରି ଶଙ୍କା ।
ମାଥୁରି ସାହୁଙ୍କୁ ରଥେ ଲେଖିଦେଲେ ଗୋଜା,
ଭୂମିଯାକ ବନ୍ଧା ଦେଇ ଆଣିଲେ କରଜା ।
ପୁଅ ଝିଅମାନେ ଶୁଣି ଲଗାଇଲେ କଳି,
ମାତ୍ର ନ ଶୁଣିଲା ବୁଢ଼ା ଭାରି ହେଲା ଚଳି ।
କନ୍ୟାବାପ କନ୍ୟାପଣ ଟଙ୍କା ନେଲେ ବାନ୍ଧି,
ସଁପି ଦେଲା କନ୍ୟାମାତା କେତେ କାନ୍ଦି କାନ୍ଦି ।
ଆଠ ବରଷର ଝିଅ କିଛି ଜାଣେ ନାହିଁ,
ବିଚାରିଲା ମାଆ ଏତେ କାନ୍ଦୁଛି କିପାଇଁ?
ଡୋଲିରେ ବସାଇ ରଥେ ଆଣିବାର ବେଳେ,
ତେତେବେଳେ ଚନ୍ଦ୍ରପ୍ରଭା କାନ୍ଦିଲା ବିକଳେ ।
କନ୍ୟା ଦେଖି ପୁଅ ଝିଅ ଝିଆରୀ ସମସ୍ତେ,
ରୁଣ୍ଡ ହୋଇ ବିକଳରେ କାନ୍ଦିଲେ ପରସ୍ତେ ।
କି କରିବେ ଚାରା ନାହିଁ, ପୁଣି ବୁଢ଼ା ଡ଼ରେ,
ମହତ୍ତ୍ୱକୁ ଢାଙ୍କି କନ୍ୟା ପୂରାଇଲେ ଘରେ ।
ଆହା ଆହା ଏ କି ହେଲା ଏ କି ସର୍ବାନାଶ!
ଦିନୁ ଦିନୁ ବଳିଗଲା ରଥ ଧଇଁକାଶ ।
ରଥେ ତ ଧଇଲେ ବରଷେକେ ଯମଦାଣ୍ଡ,
ନଅ ବରଷରେ ଚନ୍ଦ୍ରପ୍ରଭା ହେଲା ରାଣ୍ଡ ।
ଆଜିଠାରୁ ସେ ବିଧବା କରିବ ହବିଷ,
ନ ଖାଇବ ଭଲଭଲ ଦ୍ରବ୍ୟ ବା ଆମିଷ ।
ନ ପିନ୍ଧିବ ଭଲ ଲୁଗା ନ ଖାଇବ ପାନ,
ଏହିପରି ଅଛି ପରା ଶାସ୍ତ୍ରରେ ବିଧାନ
ନିର୍ଜଳା ରହିବ ଏକାଦଶୀ ଦିବସରେ,
ମୁନିମାନେ ଲେଖିଯାଇଅଛନ୍ତି ଶାସ୍ତ୍ରରେ ।
ଯେ ଦେଇଛି ବିଧି ବିଧବାର ବିଭାପାଇଁ,
ସେ ଋଷିଟା ଭାରି ମୂର୍ଖ, କିଛି ଜାଣେ ନାହିଁ ।
ଷାଠିଏ ବରଷ ବୁଢ଼ା ବିଭା ହୋଇ ପାରେ,
ବାଳକା ସକାଶେ ଶାସ୍ତ୍ର ବିଧାନ ବାହାରେ ।
ହେ ସମାଜ! କରୁଅଛ ଯେଉଁ ଅତ୍ୟାଚାର,
ନିଶ୍ଚୟ ହେବଟି ପରଲୋକରେ ବିଚାର ।
ଆକାଶେ ଅଛନ୍ତି ଧର୍ମ, ନ ଯାଅ ପାସୋରି,
ଦିବା ନିଶି ଜଗିଛନ୍ତି ଧର୍ମ ଦଣ୍ଡ ଧରି ।
ଯେ କଷ୍ଟଟା ଦେଉଅଛ ନିର୍ଦୋଷୀ କନ୍ୟାକୁ,
ନିଶ୍ଚୟ ନିଶ୍ଚୟ ହେବ ଫଳ ଭୁଞ୍ଜିବାକୁ ।
ବୁଢ଼ା ବିଭା ବେଳେ ଥିଲ ମୁଖେ କନା ଢାଙ୍କି,
ରାଣ୍ଡ ବେଳେ ବାହାରିଲ କାଖେ ଶାସ୍ତ୍ର ଯାକି!
ଧନ୍ୟ ଧନ୍ୟ ହେ ସମାଜ! ଜୁହାର ତୁମ୍ଭଙ୍କୁ,
ଜୁହାରୁଛି ପୁଣି ତୁମ୍ଭ ବିଧି ବିଧାନକୁ!
ଜାଣିଥିବ ଚନ୍ଦ୍ର ପ୍ରଭା ପ୍ରତ୍ୟେକ ନିଶ୍ୱାସ
କରି ପକାଇବ କେତେ କୁଳକୁ ବିନାଶ ।
କର୍ତ୍ତବ୍ୟ ପାଳନ
ରାଗ-ମଙ୍ଗଳ
ଏକ ଦୁଇ କରି ଦିନ ଯାଉଅଛି ବହି,
କିପାଇଁ ନୀରବ ହୋଇ ଅଛ ବସି ରହି?
କର୍ତ୍ତବ୍ୟସାଧନ ସେ ତ ପ୍ରକୃତ ଜୀବନ,
ଆଳସ୍ୟେ ସମୟ କ୍ଷେପ ଆତ୍ମାର ଦହନ ।
ପୃଥିବୀ ଦେଇଛି ଯେତେ ଦ୍ରବ୍ୟ ତୁମ୍ଭ ପାଇଁ,
ବିଚାର ତ ପରିଶୋଧ କରିଛ କି ନାହିଁ?
ଶୈଶବକାଳରେ ଥିଲ ତୁମ୍ଭେ ଅସମର୍ଥ,
ତୁମ୍ଭର ଯା ଲୋଡ଼ୀ ପୃଥ୍ୱୀ ଦେଇଛି ସମସ୍ତ ।
ଯୌବନ ଅର୍ଦ୍ଧେକ ପ୍ରାୟ ଯିବ ତ ନିଦ୍ରାରେ,
ପୁଣି ଅସମର୍ଥ ହେବ ବୃଦ୍ଧ ଅବସ୍ଥାରେ ।
ଯେତେକାଳ ପାଇଥିଲ ସମର୍ଥ ଜୀବନ,
ବିଚାର ତ କରିଛ କି କର୍ତ୍ତବ୍ୟ ସାଧନ?
ଦିନ ଯାଏ ଧୀରେ ଧୀରେ ଭାଳିଛ ମନରେ,
ଅନାଥ ପଛକୁ ଯାଏ କେତେ ଚଞ୍ଚଳରେ!
ଶାନ୍ତିର ଗୌରବ
ରାଗ - ମଙ୍ଗଳ
କର ହିଂସା ଦିଅ ଗାଳି ମନକୁ ଯା ଆସେ,
ମୁଁ ତ ଆଉ ଯାଉ ନାହିଁ ପ୍ରତିହିଂସା ପାଶେ ।
ଜୀବନଟାଯାକ ପ୍ରତିହିଂସା ଘେନି ପରା
କରି ବସିଥିବି ଭାଇ ବଣିଜ ପସରା?
ପ୍ରତିହିଂସାନଳ ଜାଳି ମନେ ପ୍ରଥମରେ
ହାଣିବ ବିଷାକ୍ତ ବାଣ ଆନ ହୃଦୟରେ!
ଏଥିରୁ ଯା ଜାତ ସୁଖ, ଗଲାଣି ତ ଜଣା,
ବିସର୍ଜନ ଦେଇଅଛି ମନୁ ସେ ମନ୍ତ୍ରଣା ।
ଏକାବେଳେ ଭାଙ୍ଗିଛି ତ ମନରୁ ସେ ଭ୍ରାନ୍ତି,
ବିତିଲାଣି ଜୀବନରେ, କି ସୁଖ ଯେ ଶାନ୍ତି ।
ମିତ୍ରତା, କରୁଣା, ସ୍ନେହ, ପ୍ରୀତି, ଶାନ୍ତିପଣ,
ଅବହେଳା କଲେ ଏହା ନାହିଁ ପରିତ୍ରାଣ ।
ଜୀବନ-ସନ୍ଧ୍ୟାରେ କରିଅଛି ଅନୁଭବ,
ଅହିଂସା ପରମଧର୍ମ ଶାନ୍ତିର ଗୌରବ ।
ସତୀ ଲୁକ୍ରେସିୟା