ଷଷ୍ଠ ସର୍ଗ — ପ୍ରଣୟ-ଚିଟାଉ — ଚିନ୍ତାମଣି ମହାନ୍ତି · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ଷଷ୍ଠ ସର୍ଗ
(ମୃଗ ପ୍ରତି ମୃଗତୃଷ୍ଣା)ପାରିବ କି ଚିହ୍ନି ଏବେ, ହେ ପଶ୍ଚତାପସ,କମଜନୟନ, ବନ-ସରସୀ-କମଳ,ରୌଦ୍ରରାଜକନ୍ୟା ଦୀନା ଏ ମୃଗତୃଷ୍ଣାକୁସମ୍ବତ୍ସର ଅନ୍ତେ, ଘେନ ପ୍ରଣତ ମୋହର ।ହେ କୁରଙ୍ଗ, ପଶ୍ଚକୁଳ-ମହର୍ଷିପ୍ରବର,ଦେବରାଜ୍ୟୁ ଅବତୀର୍ଣ୍ଣ ତୁମ୍ଭ ଲାଗି ମୁହିଁ,ସ୍ୱଭାବେ ମୁଁ ଦେବକନ୍ୟା, ବୁଯେ ରାଜଜେମା;ମାତ୍ର ମୋ ହୃଦୟ ତୁମ୍ଭ ଚିର-ରାଜଧାନୀ ।ଘୃଣନ୍ତି ଅମରେ ଧରା, ଅପବିତ୍ର ହେତୁ,ତେଣୁ ନ ଛୁଅଁନ୍ତି ତାହା, ହୋଇ ସୂଦ୍ଧା ମୁହିଁତ୍ରିଦିବବାସିନୀ, ଆସେଁ ତୁମ୍ଭପାଇଁ ମର୍ତ୍ତ୍ୟେ,ତବ ଅବସ୍ଥାନ ହେତୁ ଏ ମହୀମଣ୍ଡଳେମଣେ ମୁଁ ପାବନ ତୀର୍ଥ-ସ୍ୱର୍ଗୁ ଗରୀୟାନ ।ବଡ଼ ଦୁଃଖିନୀ ମୁଁ, ଦୁଃଖେ ହୋଇଛି ମୋ ହୃଦଭୀଷଣ ସମାଧିକ୍ଷେତ୍ର-ଆଶା ଆକାଙ୍କ୍ଷାର ।କି ଦୁଃଖେ ଦୁଃଖିତ ମୁହିଁ, ଶୁଣିବ କି ତାହା ?ଶୁଣ ତେବେ, ଲଙ୍ଘି ଧୈର୍ଯ୍ୟ-ପ୍ରାଚୀର ମୋହରକେବଣ ଅଭୁତ ଚୋର, ପଶି ହୃଦ-ଦୁର୍ଗେଅଲକ୍ଷିତେ, ଘେନିଗଲା ମନ-ଧନେ ହାୟ !ନୁହେ ସେ ସାମାନ୍ୟ ଚୋର, କି କହିବି ବନ୍ଧୁ,ତା ଦେହେ ସହସ୍ର ଆଖି, ସହସ୍ରାକ୍ଷ ଯଥା,ବାୟୁ ପ୍ରାୟ ଗତି ତାର, ନ ରହି ସେ ଗ୍ରାମେନିବସେ ଗହନ ବନେ, ତପଃପ୍ରାଣ ପ୍ରାୟ ।କି ସୁନ୍ଦର ତନୁ ତାର, କି ସୁନ୍ଦର ମୂଖ,କନକ କାକତ ପ୍ରାୟ ଚଟୁକ ଲଲାଟ,ନୟନ-ଲାବଣ୍ୟଲୀଳା, ଉପମାର ଧନ,ଶିରେ ବେନି ଚାରୁଜଟା, ଯଥା ବହୁଶାଖ-ଶତାବରୀ ଲଟା, ଶୋଭେ କିରୀଟ ସଦୃଶ ।ସ୍ୱଭାବେ ସେ ଋଷି, ପୁଣି ବହେ ଋଷ୍ୟ ନାମ,ଭୁଞ୍ଜେ ଚୁଣ, ଜାଣେ ନାହିଁ ହିଂସା ଦ୍ୱେଷ କ୍ରୋଧ,ହେଉ ପଛେ ତସ୍କର ସେ; ମାତ୍ର ମହାପ୍ରାଣ,ପର ପାଇଁ ଆତ୍ମଦାନେ ନୁହେଁ ସେ କୁଣ୍ଠିତ,ଆଚରନ୍ତି ମାଂସେ ତାର ନରେ ପିତୃଶ୍ରାଦ୍ଧ,କେହି ବା ଉଦରଶ୍ରାଦ୍ଧ, ପୁଣ୍ୟାଜିନେ ତାରରଚନ୍ତି ତାପସକୁଳ ଆସନ, ବସନ ।ଏଡ଼େ ବଡ଼ଲୋକ ହୋଇ ହରିଲା ମୋ ଚିତ୍ତ,ଦେଖିଲେ ତାହାକୁ, ଦୃଢେ ପକାନ୍ତି ମୁଁ ବାନ୍ଧିପ୍ରେମ-ଡ଼ୋରେ, ଶତଖିଏ ବଳା, ଶତଫେରେ,ଏହି ଶାସ୍ତି, ପ୍ରେମରାଜ୍ୟ-ଶାସ୍ତି, ଶାସ୍ତ୍ର-ସିଦ୍ଧ,ମଧୁର କଠୋର ଶାସ୍ତି ପ୍ରେମିକର ପ୍ରାପ୍ୟ ।ଏତିକିରେ ନୋହି କ୍ଷାନ୍ତ, ପ୍ରତିଲୋମକୁପେବିନ୍ଧିଣ କଟାକ୍ଷ-ଶର, ତୀକ୍ଷ୍ଶ ଅସିଧାର,କରି ତାକୁ ଅବସନ୍ନ, ଚିରି ଏ ହୃଦୟ,
ରଖି ତହିଁ ମନଚୋରେ, ଦିଅନ୍ତି ତା ସିଇଁ,
ଚୌରଭୀତି ଭଙ୍ଗ ଆଶେ କୃପଣ ଯେସନ
ରଖି ମୁଦ୍ରା ଉପାଧାନେ, ସିଇଁଦିଏ ମୁଖ ।
ସେହି ତୋର ମୋ ଆତ୍ମାର ଆରାଧ୍ୟ ଦେବତା,
ସେହି ମୋ ମନର ମନ, ଜୀବନର ଧ୍ୟାନ,
ଏ ପୋଡ଼ା-ନେତ୍ରର ନେତ୍ର, ଧମନୀର ରକ୍ତ,
ସେହି ମୋ ଆଶାର ଆଶା, ପିଣ୍ଡ ଏ ଛାୟାର ।
ସେହି ମୋ ହୃଦୟ-ବନ-ବିହାରୀ କୁରଙ୍ଗ,
ହେ କୁରଙ୍ଗ, ମଣ ନାହିଁ ଏ ଉକ୍ତି ମୋ ବ୍ୟଙ୍ଗ,
ସୁନ୍ଦର ସୂମନ ସେହୁ ମୋ ଆଶା-ଲତାର,
ଚିନ୍ତା-ରତ୍ନାକର ରତ୍ନ, ସଯତ୍ନରକ୍ଷିତ ।
ଶୂନ୍ୟ ଏ ହୃଦୟ ମୋର ସେ ଚୋର ବ୍ୟତୀତ,
ନୀରବ ଜୀବନ ଯନ୍ତ୍ର, ଆଶା ଅଚେତନ,
ହୋଇଅଛି ନିର୍ବାସିତ ଅଧରରୁ ହାସ,
ନିଷପ୍ରଭ ସତତ ଆତ୍ମା, ବିଚ୍ଛେଦ ଛାୟାରେ ।
କିଏ ସେହି ଚୋର, ମୃଗ, ପାରିବ କି କହି,
ନ କହିଲେ ଜାଣିବି ମୁଁ ତୁମ୍ଭେ ସେହି ଚୋର ।
ବିରହର ତପ୍ତଶ୍ୱାସେ ନିର୍ମାଣିଛି ମୋତେ
ଧାତା, ବାଷ୍ପମୟୀ କରି, ଜଡ଼ାଇ ଅଭାବେ,
ଅଜ୍ଞାତ ଅଭାବ, ପ୍ରାଣେ କରେଁ ଅନୁଭବ,
ଦେଖୁଛି ସଂସାରେ ସବୁ ଅଛି ପୂର୍ବପରି,
ମାତ୍ର ଏକା ନାହି ମୋର ଖୋଜିବା ପଦାର୍ଥ,
ନାହିଁ ମୋର ଚିନ୍ତାଶକ୍ତି, ନାହିଁ ଆଉ ଆତ୍ମା,
କେବଳ ହୃଦୟ ଘେନି ଅଛି ମୁଁ ସଂସାରେ,
ଖୋଜୁଛି ସେ ହୃଦୟରେ ହୃତ ଧନ ମୋର,
କିନ୍ତୁ କି ଆଶ୍ଚର୍ଯ୍ୟ, ଯାହା ନ ଖୋଜେଁ, ତା’ ପାଏଁ,
ଆଉ ଯାହା ଖୋଜେ, ତା ପାଏ ନାହିଁ ସ୍ୱପ୍ନେ ।
ନ ଫୁଟେ ନନ୍ଦନବନେ ମୋ ବାଞ୍ଛିତ ଫୁଲ,
ନାହିଁ ମୋ ଈପ୍ସିତ ରତ୍ନ କୁବେର ଭଣ୍ଡାରେ,
ମୋ ବାଞ୍ଛିତ ସୂଖ ନାହିଁ ସ୍ୱପ୍ନେ-କଳ୍ପନାରେ,
ଲୋଡ଼ୁଛି ମୁଁ ଯେ ଆଲୋକ, ନାହିଁ ତା’ ଜ୍ୟୋତିଷ୍କେ
ସତ୍ୟବନ୍ତ ହୃଦେ କିମ୍ବା ସୂକର୍ମି-କର୍ମରେ ।
କେତେ ବା କହିବି ଆଉ, ବୁଝିଲ କି, ଏଣ,
କି ଦ୍ରବ୍ୟ ଖୋଜେ ମୁଁ ସଦା, ନ ପାରିଲେ ବୁଝି
କହେଁ ଶୁଣ, ତୁମ୍ଭେ ଏକା ସେ ଦୁର୍ଲ୍ଲଭ ଧନ ।
ଅଥବା ବୋଲିବ ତୁମ୍ଭେ-ଭାବୁଛି ଏସନ,
‘‘କଥାରେ କି ଚିନ୍ତେ ଚୂଡ଼ା, ଦୁରାଶା ପଶ୍ଚାତେ
ଧାଇଁଲେ କେବଳ ଲାଭ ଦୁଃଖ ଅବସାଦ,
ଜଳ ବିନା ଧୂମ୍ରପାନେ ମେଣ୍ଟେ କି ପିପାସା ?’’
କିନ୍ତୁ ନାଥ, କି କହିବି ଅଜ୍ଞା ଅବଳା ମୁ,
ତୁମ୍ଭେ ବିଜ୍ଞ, ଜ୍ଞାନଯୋଗୀ, କି ଅଜ୍ଞାତ ତବ,
ବୁଝ ଭାବି ପ୍ରେମ-ତୃଷ୍ଣା ମେଣ୍ଟେ କି ସଲିଳେ,
ଲୋଡ଼େ ସିନା ପ୍ରେମ-ତୃଷ୍ଣା ଅନ୍ତରର ଭାବ,
ଆବର ପ୍ରାଣର ଭାଷା, ସ୍ନେହଶ୍ରଦ୍ଧାବୋଳା,
ନୁହନ୍ତି ଦେବତା ତୁଷ୍ଟ ଖାଦ୍ୟେ ଅବା ଧନେ,
ତୁଷ୍ଟ ସେ ଭକ୍ତିରେ ସିନା, ଅଦ୍ରବ୍ୟବିଶେଷ ।
ଭାଷା ଭାବଠାରୁ ବଳି କି ଅଛି ବା ପ୍ରେମ,
ପ୍ରେମକୁ ଯେ ଜନ ମଣେ ବିଳାସସାମଗ୍ରୀ
କିମ୍ବା ପାପ ଉପାଦନ-ଇନ୍ଦ୍ରିୟ ତୃପ୍ତିର,
ଗଜମୁର୍ଖ ସେହୁ, ନାହିଁ କାଣ୍ଡଜ୍ଞାନ ତାର,
ପ୍ରେମରାଜ୍ୟ ପ୍ରଜାପଣେ ନୁହେ ସେ ଭାଜନ ।
ପ୍ରଣୟ ପବିତ୍ର ସୁଧା ପ୍ରଣୟ ଦେବତ୍ୱ
ନୁହେଁ ତାହା କେଉଁ କାଳେ ସ୍ୱାର୍ଥ-କଳୁଷିତ,
ଆଶା ପଛେ ଧାଇଁ ମନ ଲଭେ ଯେଉଁ ସୁଖ,
ଜାଣେ ତାହା ଭୁକ୍ତଭୋଗୀ, ଦେଖ ଭାବି ତୁମ୍ଭେ
ସାଫଲ୍ୟେ ନ ଥାଏ ସୂଖ, ଥାଏ ସେ ଆଶାରେ,
ସହ୍ୟ ହୁଏ, ପ୍ରିୟବର, ଆଶାର ଯନ୍ତ୍ରଣା,
ହୃଦୟଶୂନ୍ୟତା, ମାତ୍ର, ଅସହ୍ୟ ସର୍ବଥା ।
ବାଞ୍ଛା ମୋର ଚିରଦିନ ସେବିବି ସେ ପଦ,
କିନ୍ତୁ ନାଥ, କି କରିବି କି ଚାରା ବା ମୋର,
ରହିବାକୁ ଦୁଇ ମାସ ସମ୍ବତ୍ସର ମଧ୍ୟେ
ମର୍ତ୍ତ୍ୟପୁରେ, ମୋହୋ ପ୍ରତି ବିଧିର ଆଦେଶ,
ଅଲଙ୍ଘ୍ୟ ବିଧିର ବିଧି, କେ ଲଙ୍ଘିବ ବଳେ ?
ବିଚିତ୍ର ବିଧାନ ତାର, ଦିନକେ ମଉଳେ
ଫୁଲ-ବନସ୍ପତି-କନ୍ୟା-ବନ-ଖଣି-ମଣି,
ସୂଷମା-ମୁକୁଟ-ଝରା ସ୍ୱର୍ଣ୍ଣ ସୌଦାମିନୀ
ଜାତ ମାତ୍ରେ ଲଭେ ମୃତ୍ୟୁ, ଚାରୁ ଇନ୍ଦ୍ରଧନୁ,
ବର୍ଣ୍ଣକୁଳ-ଅଧିରାଜ, ମିଳାଏ କ୍ଷଣକେ ।
କରିଛି ଚନ୍ଦନ ଫୁଲେ ଗନ୍ଧହୀନ ଯେହୁ,
ଇକ୍ଷୁଦଣ୍ଡେ ଫଳହୀନ, ନିର୍ଗନ୍ଧ ଜ୍ୟୋସ୍ନାକୁ,
କେଉଁ କଥା ଅସମ୍ଭବ ସେ ବିଧି ପକ୍ଷରେ ?
ସ୍ୱଳ୍ପାୟୁ ସୂନ୍ଦର ମାତ୍ରେ ସୃଷ୍ଟିରେ ତାହାର,
ସ୍ୱଳ୍ପାୟୁ ଯେସନ ଦୁଷ୍ଟ ମନେ ଧର୍ମଭାବ,
ଆବର ଅପୁର୍ଣ୍ଣ ସବୁ-ସୂଖ ଆଶା ଆଦି,
କେବଳ ସମ୍ପୁର୍ଣ୍ଣ, ତାହା ଅକ୍ଷୟ ବିଧାନ ।
ଦିବାଯାମୀ ତୁମ୍ଭ ପାଇଁ ଝୁରେ ଏ ନୟନ,
ଝୁରେ ଯଥା ଶ୍ରାବଣର କାଦମ୍ବିନୀ ସଦା,
ସ୍ମୃତି ଆଣି ପାଠ କରେ ବିରାଟ ତାଲିକା
ଅତୀତ ସୂଖର, କାନ୍ତ, କରି ଅନାଥିନୀ,
ଏକାକିନୀ ଏ ଦାସୀକି ଛାଡିଗଲ ତୁମ୍ଭେ,
ମାତ୍ର ଗଲା ନାହିଁ ସ୍ମୃତି, ସେହି ମୋ ସଙ୍ଗିନୀ ।
ଆଶ୍ରା କରି ମୋତେ, ପୁଣି ଦହୁଛି ମୋ ପ୍ରାଣ,
ବୁର୍ଜନ ପଥିକ ଯଥା ଆଶ୍ରି ପାନ୍ଥଶାଳେ,
ଜାଳେ ତାକୁ ଭାଙ୍ଗି ପୁଣି ରନ୍ଧନ ସମୟେ,
ଯଥାର୍ଥ, ଯନ୍ତ୍ରଣାପ୍ରଦ ଇତରବନ୍ଧୁତା,
ମାତ୍ର ସେହି ରଖିଅଛି ବଞ୍ଚାଇ ମୋ ପ୍ରାଣ ।
ଇଚ୍ଛା କରେ ମରିବାକୁ; ମାତ୍ର ମରେ ନାହିଁ,
ମଲେ ଆଉ ନ ଦେଖିବି ତୁମ୍ଭ ସୌମ୍ୟ ମୁଖ,
ନ ସେବିକି ପଦ, ତେଣୁ ତେଜେ ସେ ବାସନା ।
କି କହିବି ଦୁଃଖ କଥା, ହେ କୁରଙ୍ଗବର,
ଶୁଣି ତା କାନ୍ଦିବ ନିଶ୍ଚେ କୁରଙ୍ଗୀ ତୁମ୍ଭର,
ହେଲେ ସୁଦ୍ଧା ମହାଶତ୍ରୁ ସପତ୍ନୀ ମୁ ତାର,
କାନ୍ଦେ ସେ ବିପକ୍ଷ ଦୁଃଖେ, ଯେ ହୃଦୟବାନ,
ରାବଣ ପରମ ଅରି ରାମଚନ୍ଦ୍ରଙ୍କର,
ଯାହା ପାଇଁ ଦାଶରଥି ହେଲେ ହୃତପତ୍ନ,
ମରିଲେ କର୍ବୁରବୃନ୍ଦ ଅର୍ବୁଦ ଅର୍ବୁଦ,
ବୀରପ୍ରସ୍ତ ସ୍ୱର୍ଣ୍ଣଲଙ୍କା ହେଲା ଛାରଖାର,
କାନ୍ଦିଲେ ମୃତ୍ୟୁରେ ତାର ରବିକୁଳ-ଚୂଡ଼ା ।
କି ନ କଲା ଦୁର୍ଯ୍ୟୋଧନ, କୁରୁକୁଳ-ଗ୍ଳାନି,
ଅତ୍ୟାଚାର ପାଣ୍ଡବଙ୍କ ପ୍ରତି, କଲା ପଣ
କରିବାକୁ ଅପାଣ୍ଡବ ଧରଣୀମଣ୍ଡଳେ,
କୁଳଲକ୍ଷ୍ମୀ, ସତୀଲକ୍ଷ୍ମୀ ଦ୍ରୌପଦୀକୁ ଆଣି
(ହାୟରେ କି ଲଜ୍ଜା, ଦୁଃଖେ ନେତ୍ରେ ଆସେ ଅଶ୍ରୁ)
ରାଜସଭା ମଧ୍ୟେ, କଲା ବିବସନା ଦୃଷ୍ଟ,
ସେ ଦାରୁଣ ଅପମାନ ପ୍ରତିଶୋଧ ବେଳେ
ପ୍ରହାରିଲେ ପଦ ଯେବେ ଭୀମ ମହେଷ୍ୱାସ
ଦର୍ପୋନ୍ନତ ଶିରେ ତାର, କୁରୁକ୍ଷେତ୍ର ରଣେ,
କାନ୍ଦିଲେ ତା ଦେଖି ତେବେ ସୂଧୀ ଯୁଧିଷ୍ଠିର,
ଧର୍ମବୀର, ଦୟାବୀର, ଶାନ୍ତ, ସତ୍ୟବୀର ।
ଯେ ପ୍ରେମ ହସାଏ, ନାଥ, କନ୍ଦାଏ ସେ ପ୍ରେମ,
ଯେ ଯାହାକୁ ପ୍ରେମ କରେ, କାନ୍ଦେ ତା ଅଭାବେ,
ମାତ୍ର ଯେ ପ୍ରେମିକ କରେ ଜଗତକୁ ପ୍ରେମ,
କାନ୍ଦେ କି ସେ, ଅଭାବରେ-ବ୍ୟକ୍ତିବିଶେଷର ?
ପ୍ରେମ ହେଲେ ସୀମାବଦ୍ଧ, ହୁଏ ଦୁଃଖପ୍ରଦ,
ସୀମାବଦ୍ଧ ମୋର ପ୍ରେମ, ଏକା ତୁମ୍ଭ ଭିନ୍ନ
ନ ହୁଏ ସେ ସ୍ରଧାବିତ କାହା ପ୍ରତି ଭବେ,
ତେଣୁ ମୁହିଁ କାନ୍ଦେ ଦୁଃଖେ ତୁମ୍ଭରି ଅଭାବେ,
ଚିହ୍ନି ଜାଣେ ପ୍ରଣୟ ଯେ, କାନ୍ଦି ଜାଣେ ସେହି,
ପ୍ରେମ-ରାଜ୍ୟେ ଅଚିହ୍ନରା କାନ୍ଦିବ କା ଲାଗି ?
ବସନ୍ତ-ବାର୍ଦ୍ଧକ୍ୟ-କାଳୁଁ ଆସି, ଚାରୁନେତ୍ର,
ଖୋଜୁଛି ତୁମ୍ଭଙ୍କୁ ମୁହିଁ ପ୍ରାନ୍ତରେ ପ୍ରାନ୍ତରେ,
ମାତ୍ର କାହିଁ ନ ମିଳିଲା ଭେଟ, ଆଜିଯାଏଁ ।
ଆନ ପ୍ରଣୟିନୀ ତବ-ସାଗରସଙ୍ଗିନୀ,
ଥିବ ପରା ଅଙ୍କେ ତାର, ଭାବି ଏହା ମନେ
ଗଲି ତାହା କତି, ରହି ବାଲୁକା ପୁଲିନେ
ଚାହିଁଲି ତାହାର ସ୍ୱଚ୍ଛ ସଲିଳ-ଦର୍ପଣେ,
ନ ଦେଖିଲି କାହିଁ ତବ ମୂର୍ତ୍ତି-ପ୍ରତିବିମ୍ବ,
କେବଳ ନିଜକୁ ଦେଖି ସେ ମୁକୁର ମଧ୍ୟେ
କ୍ଷୁର୍ଣ୍ଣ ମନେ ତହୁଁ ନାଥ, ଆସିଲି ମୁଁ ଫେରି ।
ଶେଷେ ଉଠି ଗିରିଚୁଡ଼େ-ଅନମ୍ବରଚୁମ୍ବୀ,
ଚାହିଁଲି ଚୌଦିଗେ ବ୍ୟଗ୍ରେ, ଦିଶିଲା ନିମ୍ନରେ
ଅନନ୍ତ ସୁଷମାସ୍ତୁତ ଅନନ୍ତ କାନନ,
ପୂର୍ଣ୍ଣ ତାହା ବିହଗାଳି-ଗୀତେ, ପୂର୍ଣ୍ଣ ଯଥା
ଧନିକ ବିଳାସସଭା-ରତ୍ନ-ଅଳଙ୍କୃତା,
ପିକବାଣୀ-ବାମାକଣ୍ଠ ସମୁଥିତ ଗାନେ ।
ଭ୍ରମୁଛନ୍ତି କେତେ ପଶୁ ବନେ ଇତସ୍ତତଃ
ଗର୍ଜେ ତାହିଁ ଜନ୍ତୁ-ଯମ ଭୀଷଣ ଶାର୍ଦ୍ଦୂଳ
ଫୁଲାଇ ଶରୀର କ୍ରୋଧେ, ବୁଲାଇ ଲାଙ୍ଗୁଳ,
ମହା ଅମଙ୍ଗଳ ହେତୁ ଧୂମକେତୁ ପ୍ରାୟ ।
ଶୁଣି ସେ ଗର୍ଜନ, ରୁଦ୍ର ବିରାଟ ବିକଟ
ଥରି ଉଠେ ଗିରିବନ ହୋଇ ଥର ଥର ।
କାହିଁ ବା ଗହ୍ୱରେ ସୁପ୍ତ ସିଂହ-ଗଜାରାତି,
ସ୍ୱଭାବେ ସେ ବନରାଜ, ଯାଏ ରାଜନିଦ୍ରା
ସତର୍କ, କ୍ଷଣିକ, ଯେବେ ଚାହିଁଦିଏ ଥରେ
ରକ୍ତାକ୍ତ ଅଳସ ନେତ୍ରେ-ଅର୍ଦ୍ଧନିମୀଳିତ,
ଲୁଚନ୍ତି କେ କାହିଁ ତେବେ ଅଗ୍ରବର୍ତ୍ତୀ ଜୀବେ ।
ନାହିଁ ତାର ତିଳେ ମାତ୍ର ଭୟ ବା ଭ୍ରୁକ୍ଷେପ,
ଉଦାର ନିର୍ଭୀକଚେତା, ନୃପତି ଯେସନ,
ନାହିଁ ତା’ ଇତର ଦୃଷ୍ଟି, ଦେଖିଲେ ତା ମୂର୍ତ୍ତି,
ପିଣ୍ଡରୁ ପରାଣ ଯାଏ ତକ୍ଷଣେ ବାହାରି ।
କାହିଁ ଅବା ଯୂଥନାଥ-ଭୀମ ଦନ୍ତାବଳ
ବିମନ୍ଥେ କାନନ-ସିନ୍ଧୁ, ମନ୍ଦରାଦ୍ରି ପ୍ରାୟ
କାହିଁ ବା ବରାହବରେ ଟେକି ତୀକ୍ଷ୍ଣ ସଟା,
ରତ ବର ଆହବରେ, ଦଶନ ଘର୍ଷଣେ
ଝଡ଼ିପଡ଼େ ଅଗ୍ନି କଣା, ଦେଖି ମାଡ଼େ ଭୟ ।
କମ୍ପୁଛି ଭଲ୍ଲୁକ ଜ୍ୱରେ, -ତୀକ୍ଷ୍ଣଦୀର୍ଘନଖ,
କଣ୍ଠ ଡାକେ ଘଡ଼ ଘଡ଼, କଫରୋଗୀ ପ୍ରାୟ ।
ଭମୁଛନ୍ତି ଗଣ୍ଡା, ଗଣ୍ଡା ଗଣ୍ଡା, ଖଣ୍ଡାଧାରୀ,
ଏହିପରି କେତେ ଜନ୍ତୁ ଭମନ୍ତି କାନ୍ତାରେ,
କେ ପାରିବ କଳି ତାହା; କିନ୍ତୁ କି ଆଶ୍ଚର୍ଯ୍ୟ,
ହେ ରଙ୍କୁ ତୁମ୍ଭର ଏହି ପ୍ରଣୟ-ରଙ୍କୁଣୀ
ନ ଦେଖିଲା କାହିଁ ତୁମ୍ଭ ପଙ୍କଜ-ଆନନେ ।
ପଚାରିଲି ତହୁଁ ଦ୍ରୁମେ, ହେ ଲତାବଲ୍ଲଭ,
ବହ ତୁମ୍ଭେ ବିଶ୍ମହିତେ ପ୍ରାଣ, କଳେବର,
ପୁଣି ସମଦର୍ଶୀ, କର ଛେଦକକୁ ସୁଦ୍ଧା
ଛାୟାଦାନେ ତୃପ୍ତ, ସୁସ୍ଥ, ଯାଏ ବହୁଦୂର
ଦୃଷ୍ଟି ତବ, ଘେନି ମୋର ମିନତି ଆରତି,
ହେ ପରୋପକାରବ୍ରତି, କୃପା-ସ୍ୱର୍ଗ ଦେବ,
ମୋ କାନ୍ତ ସନ୍ଦେଶ କହି ସାର୍ଥକ ସେ ବ୍ରତ ।
ଚିହ୍ନ ତ ମୋ କାନ୍ତେ ତୁମ୍ଭେ, ବନବ୍ରାହ୍ମଣ ସେ,
ନିବାସ ତାଙ୍କର ତୁମ୍ଭ ପୁଣ୍ୟ ଛାୟା ତତେ,
ଦେଖିଥିବ ନିଶ୍ଚେ ତାଙ୍କୁ, କହ ଦୟା ବହି ।
ଶୁଣି ମୋ ଗୁହାରି ତରୁ, କହିଲା କି କଥା,
ଶାଖା-ହସ୍ତ ଠାରି, ତାହା ନ ପାରିଲି ବୁଝି,
ସ୍ୱଭାବେ ମୁଁ ଦେବଦାତା, ଚିର ଅମାୟିକା,
କେମନ୍ତେ ବୁଝିବି ନରପୁରର ସଙ୍କେତ,
ନରପୁର କୂଟମାୟା ଦେବେ ଅଗୋଚର ।
ଏଥୁଅନ୍ତେ ଧୀର ଗୀରେ ପୁଚ୍ଛିଲେ କୁସୁମେ-
ଅଳିପ୍ରିୟେ, ଚିହ୍ନିଛୁ ତୁ ମୋ ହୃଦୟନାଥେ,
କସ୍ତୂରୀନାଭ ସେ, ଲାଗି ସେ କସ୍ତୂରୀଗନ୍ଧ
ତୋ ଶରୀରେ, ବଢ଼ାଇଛି ଗୌରବ ତୋହର,
କହ, କାହିଁଛନ୍ତି ତୋର ସେ ସୌଭାଗ୍ୟଦାତା ।
ହା ଦୁର୍ଦୈବ, କି ଲେଖିବି ତୁମ୍ଭଙ୍କୁ ପ୍ରାଣେଶ,
ଶୁଣି ମୋ ଭାରତୀ ଭ୍ରଷ୍ଟା ଉଠିଲାକ ହସି
କର କର ହୋଇ ପତ୍ର ମରମର ଛଳେ,
ହସି ହସି ଗଲା ଗଡ଼ି, ହାସ୍ୟ ପଛେ ହାସ୍ୟ,
ତାହା ପଛେ ହାସ୍ୟ ପୁଣି ହାସ୍ୟ, ପୁଣି ହାସ୍ୟ,
ହସିଲା ମରିବା ଯାଏଁ ଏକ ନିଃଶ୍ୱାସରେ ।
କି ନିର୍ବାକ୍ ବ୍ୟଙ୍ଗ, କେଡ଼େ ନିଷ୍ଠୁର ବିଦ୍ରୂପ
ଦୁଷ୍ଟାର, ସ୍ୱଭାବେ ସେ ତ ବାରବିଳାସିନୀ,
ସହଜେ ନିର୍ଲଜ୍ଜା, ତାର ହାସ୍ୟ ହିଁ ଜୀବିକା,
କେବେ ବାସ ବିଷ୍ଣୁ ବକ୍ଷେ, କେବେ ଶମ୍ଭୁଶିରେ
କେବେ ବା ଗଣେଶ ପଦେ, କି ଲଜ୍ଜା ତାହାର ?
ଯେଉଁ ନଷ୍ଟା, ଅବିଦ୍ୟାରେ ମହାବିଦ୍ୟାବତୀ,
ଘୃଣିତ କୁଗୁରୁ ପୁଣି ପାପ କୁବିଦ୍ୟାର,
କାହିଁ ଗତି ତାର, ଧିକ୍ ଧିକ୍ ତା ଜୀବନେ ।
ହୋଇ ମୁଁ ବିରକ୍ତ ତାର ହୀନ ବ୍ୟବହାରେ
ବାହୁଡ଼ି ତା ପାଶୁ, ପୁଣି ପୁଚ୍ଛିଲି ଅନିଳେ,
ରୁରୁରଥ, ମହାସତ୍ତ୍ୱ ମହାଦାତା ତୁମ୍ଭେ,
ନ ଯାଉ ପଛକେ କେହି ଗନ୍ଧ ଗ୍ରହଣାଥେ
ପୁଷ୍ପ ପାଶେ, ବଳେ ବଳେ ନେଇ ତୁମ୍ଭେ ଗନ୍ଧ
ଦେଇ ଆସ ଗୃହେ ତାର, ଖୋଜି ଖୋଜି ତାକୁ
ଦିଅ ମୋତେ ସ୍ୱାମିଦାନ, ଘେନି ମୋ ଯାଚଞା,
ସ୍ୱାମୀ ମୋର ତୁମ୍ଭ ଦାସ, ମୁଁ ତୁମ୍ଭର ଦାସୀ,
କର ଅନୁଗ୍ରହ ଦୀନେ, ସେବକ-ବତ୍ସଳ !
ଭାଷିଲେ ଜଗତପ୍ରାଣ, ପାଗଳିନୀ ତୁହି
ମରୀଚିବେ, ବୃଥା ଖୋଜୁ ଏଣେ ତେଣେ କାନ୍ତେ,
ଖୋଜ ନିଜ ପ୍ରାଣ ମଧ୍ୟେ, ପାଇବୁ ନିଶ୍ଚୟ ।
କିନ୍ତୁ ହାୟ, କାହିଁ ପ୍ରାଣ, ଖୋଜିବି ତହିଁରେ,
ସେ ତ ଅଛି ତୁମ୍ଭ ପାଶେ, ନ ଆସେ ଡାକିଲେ,
ଆସ ତୁମ୍ଭେ, ଆସ ପ୍ରଭୁ, ପ୍ରାଣ ଘେନି ମୋର ।
ଦେଖିଲି କୁସ୍ୱପ୍ନ ଦିନେ, ହାୟ କି କହିବି,
ସକଳ ଆପଦ ତବ ଯାଉ ମୋ ଉପରେ,
କେମନ୍ତେ କହିବି ସେହି ଅମଙ୍ଗଳ କଥା,
ସ୍ମରିଲେ ତା ଏବେ ସୁଦ୍ଧା ଶୁଖିଯାଏ ଆତ୍ମା,
ଦେଖିଲି ସ୍ୱପନେ ଏକ ଦୂରନ୍ତ କିରାତେ,
ଯମଦୂତ ପ୍ରାୟ ଉଭା ଧନୁର୍ବାଣ କରେ,
ବାତାୟୁ, ଗତାୟୁ ହୋଇ ପଡ଼ିଅଛ ତୁମ୍ଭେ,
ବହୁଛି ରୁଧିର-ଧାରା ଅସ୍ତ୍ରକ୍ଷତ ଅଙ୍ଗୁ,
ସୁଖ-ସ୍ମିତ-ମୁଖ ତବ ହୋଇଛି ବିବର୍ଣ୍ଣ,
ଦେଖି ତାହା ପଡ଼ିଲି ମୁଁ ମୂର୍ଚ୍ଛାଯାଇ ତହିଁ,
ତହିଁ ପରଦିନ ଦେବ ମଧ୍ୟାହ୍ନ ମାର୍ତ୍ତଣ୍ଡ
ଛୁଆଇଁ ସୁବର୍ଣ୍ଣକର ଉଠାଇଲେ ମୋତେ ।
ବ୍ୟାକୁଳ ମୁଁ ତୁମ୍ଭ ପାଇଁ ସତତ ହେ ରାମ-
କାନନ-ଅଯୋଧ୍ୟାପୁର-ନେତ୍ର ଅଭିରାମ,
ପ୍ରଦାନି ଦର୍ଶନ, ପ୍ରଭୁ, ଚିରରାମପ୍ରାଣା-
ଅଗର୍ଭଜା, ଏ ଦାସୀକି କର ଭାଗ୍ୟବତୀ ।
ସପ୍ତମ ସର୍ଗ
(କୋକିଳ ପ୍ରତି ରସାଳକଳିକା)ଦର୍ଶନପ୍ରାର୍ଥିନୀ ଆଜି, ପିକକୁଳ-ପତି,ତୁମ୍ଭର ଏ ଦାସୀ-ଚିର ସମାଧିନିମଗ୍ନ-ଯୋଗିବର-ସହକାର-ବାଳିକା କଳିକା ।ପେଷିଲି ପ୍ରଣୟ-ପତ୍ର, ତବ ଦର୍ଶନରଅଗ୍ରୀମ ମୂଲ୍ୟ ଏ, ମଧୁବନ୍ଧୁ, ଜାଣେ ମୁହିଁ,ଉତ୍କଷ୍ଟ ଦ୍ରବ୍ୟର ମୂଲ୍ୟ ହୁଏ ସମଧିକ,ଜାଣେ ସୁଦ୍ଧା ମୋର ଏହି କ୍ଷୁଦ ଲିପିମୂଲ୍ୟଅତି ଊଣା, ମୋ ବାଞ୍ଛିତ ଦ୍ରବ୍ୟ ତୁଳନାରେ,ହିମାଳୟ ତୁଳନାରେ ରେଣୁକଣା ଯଥା,କିନ୍ତୁ ପ୍ରଣୟ ତ ନିଶ୍ଚେ ସ୍ୱର୍ଗୀୟ ସମ୍ପଦ,ତାହାରି ପରଶ ହେତୁ, ମୋର ଏ ବିଶ୍ୱାସ-ହେବ ଏହା ତବ ପାଶେ ଆଦୃତି, ଗୃହୀତ ।ହେ ଦେବତା, ତୁମ୍ଭ ବିନା ମୋ ହୃଦ-ମନ୍ଦିରହୋଇଛି ଦେବତାଶୂନ୍ୟ, ନ ଜାଣ କି ନାଥତୁମ୍ଭେ ଯେ ମୋ ମୃତ ପ୍ରାଣ ଅମୃତର ଦାନ ।ପକ୍ଷୀ ତୁମ୍ଭେ, ଏଥରକ ପାଇଲେ ତୁମ୍ଭଙ୍କୁରଖିବି ମୁଁ ପକ୍ଷୀ ଭାବେ ହୃଦୟ-ପିଞ୍ଜରେବନ୍ଦୀ କରି ଚିରକାଳ ଭୁଞ୍ଜାଇବି ନିତିସୁପକ୍ୱ ପ୍ରଣୟ-ଫଳ, ଅମୃତୁ ମଧୁର,ପିଆଇବି ସୁଶୀତଳ ଭକ୍ତି-ଗଙ୍ଗାଜଳବସିଛି ମୁଁ ସୁକୁନ୍ତଳା, ଚୂତର୍ଷି-ଦୁହିତା,ତୁମ୍ଭ ପ୍ରତୀକ୍ଷାରେ ବନେ, ଶକୁନ୍ତଳା ପ୍ରାୟ-ଧରାଧନ୍ୟା, ବରବର୍ଣ୍ଣା, କନ୍ୱର୍ଷି-କନ୍ୟକା,ଅଛନ୍ତି ସଙ୍ଗରେ ପ୍ରିୟ ସହଚରୀଦ୍ୱୟ-ପ୍ରିୟମ୍ବଦା ମଧୁକରୀ, ପୁଣି ହରିଦ୍ରାଙ୍ଗୀଚିର ଅନସୂୟା, ବେନି ପ୍ରାଣାଧିକା ମୋର,ଆସ ଏବେ ତୁମ୍ଭେ ତ୍ୱରା, ଦୁଷ୍ମନ୍ତ ପରାୟେଅମୂଲ୍ୟ ଭୁଷଣ-ମଣି ଭାରତମାତାର,ହେ ଗନ୍ଧର୍ବବର, କର ପରିଗ୍ରହ ମୋତେଗାନ୍ଧର୍ବ ବିବାହେ ତବ କୌଳିକ ନିୟମେ ।ନୁହେଁ ତୁମ୍ଭେ ମର୍ତ୍ତ୍ୟବାସୀ, ଦେବୋଦ୍ୟାନ ଭିନ୍ନସମ୍ଭବେ କି ଦେବପୁଷ୍ପ ଅଦେବ-ରାଜ୍ୟରେ,ହେ ବସନ୍ତପ୍ରିୟ, ଆସି ବସନ୍ତ ସହିତେଚାଲିଯାଅ ତାହା ପଛେ-ଅଜ୍ଞାତପାବନକେବଣ ସୁନ୍ଦର ରାଜ୍ୟେ, ସେ ରାଜ୍ୟେ କି ପ୍ରଭୁ,ସ୍ନେହ ପ୍ରୀତି ଶ୍ରଦ୍ଧା ମୈତ୍ରୀ ସକଳ ସୁନ୍ଦର ?ଜଳ ସ୍ଥଳ ଅନ୍ତରୀକ୍ଷ ସକଳ ସୁନ୍ଦର ?ରାଜା ପ୍ରାୟ ହୋଇ ତୁମ୍ଭେ ସୁଖରେ କାତର,ଆସି ବନଭ୍ରମଣରେ ପଥ ହୁଡି ଅବାଅତର୍କିତେ ଏ ପ୍ରବାସେ ହୁଅ ଉପସ୍ଥିତ,ପାରନ୍ତି ସକଳେ ହୋଇ ଦୁଃଖରେ କାତର,ସୁଖେ ଯେ କାତର ହୁଏ, ସୁଖୀ ସେ ତୁଲ୍ୟତେ ।ତୁମ୍ଭ ପଥଭ୍ରମ, ହୁଏ ମୋ ପକ୍ଷରେ ଶୁଭା,ତେଣୁ ମୁ ତୁମ୍ଭଙ୍କୁ ଲଭେ, କିନ୍ତୁ କି କହିବି,ଭାଗ୍ୟ ତ ହାବେଳୀ ବାଣ, ଉଠିବାବେଳେ ସେଉଠେ ଅନ୍ତରୀକ୍ଷ-ବକ୍ଷ ବିହାରି ପ୍ରଖରେ,ପତନ ସମୟେ ତଥା କରି ଶବଛିନ୍ନବାୟୁ-ଜାଲ,ପଡି ତଳେ ଦ୍ୱିଗୁଣ ବ୍ୟଥାରେହୋଇଯାଏ ବିଚୁର୍ଣ୍ଣିତ ତିଳ ଏକ ହୋଇ,ପାଇ ମୁଁ ତୁମ୍ଭଙ୍କୁ ନାଥ, ରଙ୍କନିଧିରୂପେ,ଦ୍ୱିଦିନେ ହରାଇ ବସେ ଦୁର୍ଦୈବବିଧାନେ ।ହାୟ, ସେହି ଭୁଡସ୍ମୃତି, ନ ହୁଏ ସମ୍ଭାଳିକରୁଛି ସେ ହୃଦୟରେ କୋଟି ବଜ୍ର ଭେଦ ।କି ନିଷ୍ଠୁର ତୁମ୍ଭେ, ପ୍ରିୟ, ଆସୁଛ ହୃଦୟେ,ମାତ୍ର ଆସୁ ନାହିଁ କିପାଁ ସମ୍ମୁଖକୁ ଥରେ ।କେତେ ବ୍ୟଥା କାରାରୁଦ୍ଧ ହୋଇଛି ହୃଦୟେ,କେତେ ଯେ ହେଉଛି ଦଗ୍ଧ ଏ ପାଗଳ ପ୍ରାଣ,କହିବି କା’ ଆଗେ ତାହା, ଶୁଣିବ ବା କିଏ,ତୁମ୍ଭ ବିନା ଅଭାଗୀର କେ ଅଛି ସମ୍ବଳ !ନାହିଁ ଯେଉଁ ଦେଶେ ଚିର ବସନ୍ତ ସୁଷୁମା,ନାହିଁ ଚିର ମଳୟର ଅମୃତ ହିଲ୍ଲୋଳ,ଯା ସଂସର୍ଗେ ପରିଣତ ଚରୁଏ ଚନ୍ଦନେ,ପରଶ-ପରଶେ ଯଥା ଲୌହ ବାରବାନୀ,ନାହିଁ ଯହିଁ ପ୍ରତିଭାର ଆଦର ଗୌରବ,ନାହିଁ ସତ୍ୟ-ପୂଜା, ନାହିଁ ସ୍ୱାର୍ଥବଳିଦାନ,ଜାଣେ ମୁଁ ସେ ଦେଶେ ନୁହେଁ ତବ ଚିରବାସ,ତଥାପି ଯା ଥରେ ପ୍ରଦାନ ଦର୍ଶନ,ସେ ତୁମ୍ଭର କୃପା-ମୋର ପ୍ରାକ୍ତନର ବର ।କଳକଣ୍ଠ, ମୌନ ତୁମ୍ଭେ ଜମ୍ଭୁ ରସ ପାନେ,ରୁଦ୍ଧକଣ୍ଠ, ରୁଦ୍ଧକଣ୍ଠ ଦଧିପାନେ ଯଥା,ଆସ ନାଥ, ପିଅ ମୋର ପୁଣ୍ୟାମୃତ ରସ,ଜଡ଼ତା-ବ୍ୟାଧିର ତାହା ଅବ୍ୟର୍ଥ ଔଷଧ,ତକ୍ଷଣେ ଫିଟିବ କଣ୍ଠ, ବଚ ପାନେ ଯଥାଶୁକକଣ୍ଠ-ଝୁଣାଗନ୍ଧ-ଆଘ୍ରାଣେ ନୀରବ ।ବିଜେ ମଧୁରାଜ ଏବେ ବସୁନ୍ଧରା ଦୁର୍ଗେ,ପଦ୍ମିନୀ ମିଶାଇଲାଣି ମଳୟ ନିଃଶ୍ୱାସେନିଜର ନିଃଶ୍ୱାସ ଧାରା-ସ୍ନିଗ୍ଧ ସୁରଭିତ,ଫୁଟିଲାଣି ବନେ ଫୁଲ, ଆହା, ତନୁ ତାର,ହୋଇଛି ରଚିତ ଯେହ୍ନେ ଚନ୍ଦ୍ରିକା-ସୁହାସେ ।ଚୌଦିଗ ମଧୁର ଏବେ, ମଧୁର ଯେସନସୁଖ-ସ୍ୱପ୍ନ-ସ୍ମୃତି, କିମ୍ବା ମାତୃ-ତିରସ୍କାର,ଯାଉଛି ବରଷି କେତେ ମଧୁ ପରେ ମଧୁ-ଶୋଭାଶିରେ ଶୋଭା, ମାତ୍ର ପିକ, ତୁମ୍ଭ ବିନାସେ ଶୋଭା ଅଶୋଭା, ପ୍ରାଣହୀନ, ଆତ୍ମାଶୂନ୍ୟ,ପ୍ରତିମାବିହୀନେ ଯଥା ମଣିମୟ ମେଢ଼ ।ମାନୁ ନାହିଁ ଧରଣୀକି ସେ ନୀରସ ଶୋଭା,ନ ମାନେ ଅଦିନ ଫୁଲ ପାଦପେ ଯେସନ ।ଶୁଣେ ବହୁ ପକ୍ଷିସ୍ୱର, ମାତ୍ର ପ୍ରାଣେଶ୍ୱର,ତାହା ଖାଲି କର୍ଣ୍ଣଦାହୀ ଭାଷା, ନାହିଁ ତହିଁମଧୁରତା, କୋମଳତା, ମୋହମାଦକତାତୁମ୍ଭ ସ୍ୱର ଭଳି, କିମ୍ବା ନାହିଁ ଦେବଭାବଅଥବା କମନୀୟତା, ଶୁଶ୍ରୁଷା ଆବେଗ ।କି ସୁନ୍ଦର ସ୍ୱର ତବ ହେ ଗାୟକରାଜ,ଅଛି ତହି ଏକାଧାରେ ସହସ୍ର ବୀଣାରମଧୁର ଝଙ୍କାର, ଦେବ, ଶୁଣିଲେ ସେ ସ୍ୱରହୃଦୟ ଆସାଢ଼ ଯନ୍ତ୍ର ହୁଏ ସଞ୍ଚାଳିତସବେଗେ ସଶଦ୍ଦେ, କେଡ଼େ ମଧୁର ପୁଣି ସେ,ନାହିଁ ସେ ମାଧୁରୀ, ଆହା, ବିଶୁଦ୍ଧ ଗୋଦୁଗ୍ଧେ,କିମ୍ବା କାବ୍ୟରସେ, ଅବା ଶିଶୁର ସଙ୍ଗୀତେ,ଏ ଭଳି ମଧୁର ସ୍ୱର ଥିଲେ ତ୍ରିପିଷ୍ଟପେ,ପ୍ରତେ ହୁଏ ଥାନ୍ତା ନାହିଁ ସୁଧାର ଆଦର ।‘‘ଗନ୍ଧର୍ବ’’ ଅଭିଧା ତବ ସ୍ୱାର୍ଥ ହେ ଗାୟକସ୍ୱରଶିଳ୍ପୀ, ସ୍ୱର ତବ ଉପମାରେ ଗଢ଼ା,ମଧୁର ରଚନା, ଛନ୍ଦ, ମଧୁର ମୂର୍ଚ୍ଛନା-ହେ କାନନ-କବିବର, ସଙ୍ଗୀତେ ତୁମ୍ଭର ।ନାହିଁ ତହି ଅଳଙ୍କାର ପାରିପାଟ୍ୟଛଟା,ନାହିଁ ଶବ୍ଦ ଆଡ଼ମ୍ବର, ଭାଷାର ଚାତୁରୀ,କିମ୍ବା ଅର୍ଥଜଟିଳତା ଶିରୋବ୍ୟଥାମୟୀ,ଅଛି ଯାହା ଶୁଣିବ କି, ଶୁଣ, ଅଛି ତହି-ସହଜ ସରଳ ଭାବ, ଅପୂର୍ବ ମାଧୁରୀ,ସଜୀବା ମୋହନୀ ଶକ୍ତି, ଆଉ ଯାହା ଅଛି,ନାହିଁ ତା କାହିଁରେ, ସେ ଯେ କେବଣ ପଦାର୍ଥ,କହିବି କେମନ୍ତେ ତାହା, ନାହିଁ ତାର ସଂଜ୍ଞାସଂଜ୍ଞାକୋଷେ, ଅସାଧ୍ୟ ସେ ଶବ୍ଦ ରଚକର ।ହୁଏ ତହିଁ ପ୍ରାଣ ହୁ ହୁ, ବହେ ହୃଦ-ବନେଉଚ୍ଚାଟ-ଝଟିକା, ପୁଣି ଜାତ ହୁଏ ଦେହେନିଷ୍କମ୍ପ ସ୍ପନ୍ଦନ, ଦେବ, କି ପଦାର୍ଥ ତାହାବୁଝି ଏତିକିରୁ ତୁମ୍ଭେ-ଅନନ୍ତ ଶାବ୍ଦିକ ।ସରି ନୁହେଁ ତିଳେ ହେଲେ ସେ ଗୀତ ପଦକୁବିଶ୍ୱର ସଙ୍ଗୀତ ଶାସ୍ତ୍ର-ବିରାଟ, ଅକଳ,ଗୋଟିଏ ବର୍ଣ୍ଣର ମାତ୍ର ମାଧୁରୀ ତାହାରନାହିଁ ନାହିଁ କୋଟି କୋଟି ସୂଧା-ପାରାବାରେ,ସେ ଗୀତର ଉଚ୍ଚାରଣ-ତ୍ରୁଟିବିଚ୍ୟୁତିରୁଝରେ ସୁଦ୍ଧା ସୁଧା-ଉତ୍ସ, ସହସ୍ର ଧାରାରେ ।କେତେ ଥର ଇଚ୍ଛା କରେ ପଚାରିବ ବୋଲି,ମାତ୍ର ପୋଡ଼ା ଭୁଲା ମନ ଭୁଲିଯାଏ ତାହା,ହେ ପ୍ରାଣେଶ, କିପାଁ କହ ‘କୁ’ ‘କୁ’ ବୋଲି ସଦା,ଜଗତେ କି ସକଳ ‘କୁ’ ତୁମ୍ଭର ବିଚାରେ ?ନାହିଁ ନାହିଁ, ଅଛି ସୁ କୁ ଏକାଧାରେ,ଯେଉଁ ଅଗ୍ନି ଦହେ ଗୃହ, ସେହି ଅଗ୍ନି ପୁଣିକରେ ଗୃହ ଆଲୋକିତ-ପାକ କରେ ଅନ୍ନ;ଜଳର ଜୀବନ ନାମ, ରଖେ ସେ ଜୀବନ,ବରନ୍ତି ମରଣେ ଜୀବେ ସେହି ଜଳେ ବୁଡ଼ି;ସୁଖାଦ୍ୟରେ ପରିପୁଷ୍ଟ ହୁଏ କଳେବର,ମାତ୍ର ମାତ୍ରାଧିକ୍ୟେ ଆଣେ ଅଜୀର୍ଣ୍ଣରୋଗେ ସେ;ଚମ୍ପକେ ସୁଗନ୍ଧ ସହ ନିବସେ ତିକ୍ତତା,ଫଣୀ ମଣିଚୁଡ଼, କିନ୍ତୁ ତୀବ୍ର ବିଷାକର ।‘କୁ’ ସୁଦ୍ଧା ତ ଆବଶ୍ୟକ ସଂସାରବିଧାନେ,‘କୁ’ ନ ଥିଲେ ଥାଆନ୍ତା କି ସୁର ଗୌରବ ?‘ସୁ’ ହେଉ ‘କୁ’ ହେଉ ଅବା, ଉଭେ କ୍ଷଣସ୍ଥାୟୀକ୍ଷଣସ୍ଥାୟୀ ଯୁଦ୍ଧରତ ଯୋଦ୍ଧାଶିର ଯଥା,କିମ୍ବା ଯଥା ଜ୍ଞାନିହୃଦେ ସନ୍ଦେହର ଛାୟା,କ୍ଷଣସ୍ଥାୟୀ ଭବ, ହାୟ, କ୍ଷଣସ୍ଥାୟୀ ମଧ୍ୟେକି ଫଳ ବା ସୁ କୁ ବାଛି, କିଫଳ ସେ ଚର୍ଚ୍ଚା ।ଆଉ ଏକ କଥା ହେଳି ହୁଏଁ ମୁଁ ତାଟଙ୍କା,ରଖ ନାହି ନାଥ, ତୁମ୍ଭେ ହ୍ରସ୍ୱଦୀର୍ଘ ଭେଦ-ବ୍ୟାକରଣ ଶାସ୍ତ୍ରସିଦ୍ଧ, ବାକ୍ୟ ଉଚ୍ଚାରଣେ,ଦୀର୍ଘ ଉଚ୍ଚାରଣ କର ହ୍ରସ୍ୱ ‘‘କୁ’’ ବର୍ଣ୍ଣର ।ବୁଝିଲି ବୁଝିଲି, ତୁମ୍ଭେ ମହାଭାଷାବିଦ,ହ୍ରସ୍ୱ ଦୀର୍ଘ ଭେଦରକ୍ଷା ଉଚିତ ସର୍ବଥା,ମାତ୍ର ତାହା ଅସୁନ୍ଦର କଥିତ ଭାଷାରେ,ଭାଷାବାସ୍ପକନ୍ୟା, ଅତଃ ଶୂନ୍ୟକଳେବରା,ବିସ୍ତୃତି ତାହାର ମାତ୍ର ଅନନ୍ତ ଅପାର,ଅଗାଧ ମହିମା ତାର ପବମାନ ପ୍ରାୟ,କେ ରୋଧିବ ଆଶୁଗତି ଗତି, କେ ରଖିବଅସୀମେ ସମୀମ କରି, ଜାଣି ଏହା ତୁମ୍ଭେ,ପ୍ରଦାନିଛ ତାକୁ ଚିରମୃକ୍ତ ସ୍ୱାଧୀନତା,ଭ୍ରମି ସେ ବିମୁକ୍ତ ସ୍ଥାନେ, ସେବି ମୁକ୍ତ ବାୟୁ,ହେଉଅଛି ପରିପୁଷ୍ଟ, ପ୍ରବଳ, କର୍ମିଷ୍ଠ ।ବ୍ୟାକରଣ ଲୌହଚାପେ ଦୃଢ଼େ ଚାପି ତାକୁକରିବାକୁ ବିକଳାଙ୍ଗ, ନୁହେଁ ତୁମ୍ଭ ମତ,ସୁନ୍ଦରୀ ପ୍ରସ୍ତୁତ ଆଶେ ନିଷ୍ଠୁର ଚୈନିକେବାନ୍ଧିଣ ବାଳିକା ପଦ, ଅର୍ପି ତାକୁ ହାୟ,ପ୍ରାଣନ୍ତକ କଷ୍ଟ, ଶେଷେ ଗଢ଼ୁ ଗଢ଼ୁ ଦିଅଁ,ପକାନ୍ତି ବାନର ଗଢ଼ି, ତହୁଁ ଅଭାଗିନୀଆଜନ୍ମ ଅପୂର୍ଣ୍ଣ ପାଦେ ଭୁଞ୍ଜେ ଶୋଭାସୁଖ,ଯେ ଶୋଭା ଯନ୍ତ୍ରଣାମୟୀ, ଜୁହାର ତା ପାଦେ ।ପିକ, ତୁମ୍ଭେ ଜାତିସ୍ମର, ଜନ୍ମି ମାତୃଗୃହେ,ବାୟସୀ କୋଳରେ ହୋଇ ଲାଳିତ ପାଳିତ,ସ୍ୱଗୋତ୍ର ସୁମରି ଶେଷେ ମିଶ ସୁସମାଜେ,ଦ୍ୱାପରେ ଯେସନ କୃଷ୍ଣ-ବୁଷ୍ଣୀକୁଳୋଷ୍ଣୀଷ,ଚଟୁଳଚନ୍ଦ୍ରକଚୁଳ ଗୋକୁଳଚନ୍ଦ୍ରମା,ଜନ୍ମି ବସୁଦେବ ଗୃହେ, ବଢ଼ି ନନ୍ଦ ଗୃହେ,ଲଗାଇ ଅଛେଦ୍ୟ ମାୟା ଗୋପଗୋପୀପ୍ରାଣେ,ପ୍ରକାଶି ଅନନ୍ତ ଲୀଳା, ହାୟ, ଲୀଳାମୟ,ରମିଲେ ମଥୁରାପୁରେ ଅତ୍ରୁର ସହିତେ,କରି ନିରାନନ୍ଦ ନନ୍ଦଗୃହ, ଲଦି ଦେଇଶୋକ-ଶୈଳ ଯଶସ୍ୱିନୀ ଯଶୋଦାହୃଦୟେ,ରାଧାପ୍ରାଣ ତୀବ୍ର ବାଧା କହିଲେ ନ ସରେ ।ଆସୁଅଛି ଦୋଳପର୍ବ, ଆସ ନାଥ ତ୍ୱରା,ଖେଳିବା ଅବିର ଖେଳ ରାଧାକୃଷ୍ଣ ପ୍ରାୟ,ରଚିଛି ମୁଁ କୁଞ୍ଜକୁଟୀ, ବସ ଆସି ତହିଁ,ଦୋଳାଇବ ସମୀରଣ ମଧୁରେ ମଧୁରେ,ଜ୍ୟୋସ୍ନାକୁ କରିବା ଫଗୁ, ହେବା ଫିଙ୍ଗାଫିଙ୍ଗି,ଧରି ତୁମ୍ଭେ ଜ୍ୟୋସ୍ନାମୁଠେ, ବୋଳିଦେବ ଆଣିସୁଆଗେ ମୋ ମୁଖେ, ହସି ହସି ତହୁଁ ମୁହଁନେବି ତାର ପ୍ରତିଶୋଧ, ଫିଙ୍ଗି ନେତ୍ରେ ଫଗୁ,ଆଛାଦିବି ପତ୍ର-କରେ ନିଜ ନେତ୍ର ପୁଣି,ମର୍ତ୍ତ ହେବା ଇଚ୍ଛାସୁଖେ ଆନନ୍ଦ ଉତ୍ସବେ ।ପ୍ରାଣକାନ୍ତ, କି ସୁନ୍ଦର ଚାରୁକାନ୍ତି ତବ,ନୀଳକାନ୍ତେ ଗଢ଼ା, ନେତ୍ର ପଦ୍ମରାଗନିଭ,କହେ ସେହୁ କେତେ ନବଭାଷା-ସୁଧାମଖାମୌନଗିରେ, ଗାଏ ପୁଣି ନୀରବେ ସେ କେତେପ୍ରାଣର କବିତା ମୋର-ବସନ୍ତ ରାଗରେ ।ବହେ ତାର ଅନ୍ତରାଳେ ସ୍ନେହ-ମନ୍ଦାକିନୀ,ପ୍ରଣୟ-ଯମୁନା, ପୁଣି ଶ୍ରଦ୍ଧା ସରସ୍ୱତୀ,ପୁଣ୍ୟତୀଥ ମୋ ପକ୍ଷେ ତା, ତ୍ରିବେଣୀସଙ୍ଗମ,ସ୍ନାନି ତହିଁ ନେତ୍ର ହୁଏ ପବିତ୍ର, ସାର୍ଥକ ।କି ସୁନ୍ଦର ରାସ୍ୟ ହାସ୍ୟ ସୁନ୍ଦର ବଦନେ,ପିଏଁ ସେହି ହାସ୍ୟ ସୁଧା ନେତ୍ର-ତୁଣ୍ଡେ ମୁହିଁ,ବଡ଼ ଦୁଷ୍ଟା କୁଜ୍ଝଟିକା, ପରିଶ୍ରୀକାତରା,ବେଳେବେଳେ ଆଛାଦି ସେ ସେ ଶୋଭା ସମ୍ପଦେସାଧେ ମୋ ସହିତେ ହାୟ, ନିରର୍ଥକ ଦାଉ,ଦୁର୍ଜନ ସ୍ୱଭାବ-କରେ ବଳେ ପଶି କଳି ।କେତେ ବ୍ୟଥା କେତେ ବ୍ୟଙ୍ଗ ସହେ ଏ ପରାଣମୋରି, ଶୁଣିଲେ ତା’ ତୁମ୍ଭେ ପାରିବ କି ପ୍ରଭୁଧେର୍ଯ୍ୟ ଧରି, ଯେଣୁ ତୁମ୍ଭେ ମୋ ଦୁଃଖରେ ଦୁଃଖୀ ।କୁସୁମ-ସୁରଭି-ସ୍ନାତ କାନନେ ନିବସିସମୀରଣ, ବାଇ ମୁକ୍ତଛିଦ୍ର ବଂଶ ବଂଶୀଚମକାଏ ହିଆ ମୋର, ତହୁଁ ମଧୁକରୀକହେ ଆସି କାନେ ତବ ଆଗମନ ବାର୍ତ୍ତା,କିନ୍ତୁ ନାଥ, ସବୁ ମିଥ୍ୟା, ସବୁ ପ୍ରତାରଣା,ସେ ସ୍ୱର ତ ନୁହେଁ କେବେ ତବ ସ୍ୱର ଭଳି,ହୁଏ କି ହେ ଉଚ୍ଚାରିତ ଚଣ୍ଡାଳ ମୁଖରେପବିତ୍ର ସଂସ୍କତ ଶ୍ଳୋକ, ଅମର-ଗୌରବ ।ଆଶା ଆସି ଗଢ଼ିଦିଏ ତହୁଁ ଅତି ଖରେକଳ୍ପନାର ସିଂହାସନ ବୈଫଲ୍ୟ-ଶ୍ମଶାନେ,କିନ୍ତୁ ବନ୍ଧୁ, କି କହିବି, କହିବି, ନ ପୁରୁ ମୁହୂର୍ତ୍ତ,ନୈରାଶ୍ୟ ଆଘାତେ ତାହା ହୁଏ ଧୂଳିସାତ ।ମୋହରି ସମ୍ପଦ ଆଶା, ନାଶେ ଶେଷେ ମୋତେ,ବନ୍ୟାବତୀ ତରଙ୍ଗିଣୀ ନିଜ ସମ୍ପଦରେନିଜେ ମଗ୍ନ ହୋଇ ସିନା ହରାଏ ନିଜକୁ !କି କରିବି, ଅବଳା ମୁଁ, ଅସ୍ତ୍ର ମୋର ଅଶ୍ରୁ,ଅକ୍ଷମ ସେ ଶତ୍ରୁ ସଙ୍ଗେ ଶତ୍ରୁତା ସାଧନେ,ନୀରବେ ସକଳ ସହେଁ କପାଳେ ଆଦରି ।ହସିବ ଏ କଥା ଶୁଣି ତୁମ୍ଭେ ପ୍ରାଣନାହା,ମଣିବ ବାତୁଳା ମୋତେ,କିନ୍ତୁ କି କରିବି,କରିଅଛି ଆଶା ମୋତେ, ଜ୍ଞାନପାଗଳିନୀ,ଆଶା ଯାର କେବେ ହେଲେ ହୁଏ ନାହିଁ ପୂର୍ଣ୍ଣ,ସ୍ୱଭାବେ ପାଗଳ ସେହୁ, ଆବର ଯାହାରପୂର୍ଣ୍ଣ ହୁଏ ଅଳ୍ପ ଆଶା, ଅପୂର୍ଣ୍ଣ ଅଧିକ,ତତୋଽଧିକ ପାଗଳ ସେ, ବଡ଼ ହତ ଭାଗ୍ୟ,ଅନୁକ୍ଷଣ ପୂର୍ଣ୍ଣ ହୁଏ ଆଶାରାଶି ଯାର,ତାଠାରୁ ପାଗଳ ବଳି ନାହିଁ ଏ ପ୍ରପଞ୍ଚେଏହି ତିନି ପାଗଳରେ ପୂର୍ଣ୍ଣ ଏ ଧରଣୀ ।ତୁମ୍ଭର ପ୍ରଣୟସ୍ମୃତି କରିଛି ପାଗଳ,ତା ସଙ୍ଗେ ମିଶିଛି ଆଶା, ଉଚ୍ଚାଟ ଆକାଙ୍କ୍ଷା,ଗୋଟିକୁ ତ ବଳ ନାହିଁ, ତିନି ଶତ୍ରୁ ମୋର,‘‘ଏକ ରାମେ ରକ୍ଷା ନାହିଁ, ଲକ୍ଷ୍ମଣ ଦୋସର’’କାହାକୁ ମୁଁ ସମ୍ଭାଳିବି କ୍ଷୁଦ୍ର ପ୍ରାଣା ନାରୀ,ଅନାୟତ୍ତେ ତାଙ୍କର ମୁଁ ହୋଇଛି ପାରିଧି ।ଏତିକି ଯଥେଷ୍ଟ, ପ୍ରଭୁ, କି କାର୍ଯ୍ୟ ବାହୁଲ୍ୟେ,ଜାଣିବ ମୋ ଦୁଃଖ ତୁମ୍ଭେ, ଯେଣୁ ବେନି ହୃଦଗଢ଼ା ଏକ ଉପାଦାନେ, ତେଣୁ ମୋ ଯାତନାହେବ ହେ ବିମ୍ବିତ ତବ ହୃଦୟ-ଦର୍ପଣେ ।ବସନ୍ତ ଚୋରତ୍ନ ତେଜି ପ୍ରକାଶ୍ୟରେ ଏବେକରୁଅଛି ରାଜପଣ ଦେବ ବିକ୍ରମରେସୃଷ୍ଟିରାଜ୍ୟେ, ମଣ୍ଡିଲାଣି ରାଜଧାନୀ ତାରଅନନ୍ତ ବିଭବେ, ବର୍ଷେ ଯହୁଁ ଦେଖ ତହିବିଭବ ବିଭବ ପରେ, ଅଜସ୍ରଧାରାରେ ।ଲାଗିଅଛି ସୁଷମାର କୋଟି ମହୋତ୍ସବ-ଚାରିଦିଗେ, ଚାରିକୋଣେ, ଉର୍ଦ୍ଧ୍ୱେ ଅଧୋଦେଶେଖେଳୁଛି ସୁଷମା କାହିଁ, ନାଚୁଛି ବା କାହିଁ,କାହିଁ ବା ହସୁଛି ବସି ମଧୁରେ ମଧୁରେ;ଆସ ନାଥ ଯୋଗ ଦେବା ଦୁହେଁ ସେ ଉତ୍ସବେ ।ହିମଦଗ୍ଧା କମଳିନୀ, ବସନ୍ତ ଦର୍ଶନେଉଠୁଛି ଅଙ୍କୁରି ସରେ, ସରୋବର-ଲକ୍ଷ୍ମୀ,ମୋ ପ୍ରାଣ ବସନ୍ତ ତୁମ୍ଭେ, ବିଜେ ହୁଅ ଖରେନିରେଖି ତୁମ୍ଭଙ୍କୁ, ନାଥ, ଦଗ୍ଧ ପ୍ରାଣ ମୋରଉଠିବ କଞ୍ଚେଇ ତଥା, ଧରି ଏହି ଆଶା,ପ୍ରେରିଲି ଏ କ୍ଷୁଦ୍ର ପତ୍ର ଛାମୁକୁ ତୁମ୍ଭର,ନ ଧରିବ ଲିପିଦୋଷ-ଆଜ୍ଞା ଅବଳାର,ଅଯୋଗ୍ୟ, ହୃଦୟହୀନ ସମାଲୋଚୀ ପ୍ରାୟ,ବିଡ଼ାଚ୍ଚଧର୍ମୀ ସେ, ଖୋଜେ ଆମିଷର ଗନ୍ଧ,ମାତ୍ର କେବେ ପଶେ ନାହିଁ ଶର୍କରା ସମୀପେ ।ଆସ ନାଥ, ଆସ ବେଗେ, ଘେନି ମୋ ମିନତି,ଆନନ୍ଦ-ମିଳନାଶ୍ରୁରେ ଧୋଇଦେବି ପାଦ ।