ପିଲାଖେଳ
ଚିନ୍ତାମଣି ମହାନ୍ତି
୧୮୬୭–୧୯୪୩
- ସଂକଳନ: ବ୍ରଜରେଣୁ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୩୭
- ସ୍ଥିତି
- ସାର୍ବଜନୀନ (Public domain)
ସ୍ମୃତି ଆଜି ମୋତେ ଆଣି ଦେଇଅଛିଅତୀତ ବାଳୁତ କାଳ,ବାଳକ ପରି ମୁଁ ଖେଳରେ ମାତିଛିଘେନି ଫୁଲପତ୍ରଡାଳ । ୧ ।ଏତିକି ସମ୍ବଳ ଘେନି ଜଗନ୍ନାଥପୂଜିବି ତୁମ୍ଭରି ପାଦ,ପୂଜା ନୁହେଁ ଏହା - ପିଲାଖେଳ ମୋରବାଳୁତ-ସୁଲଭ ଶାଦ । ୨ ।ଆଦରେ ଜନକ ଗ୍ରହନ୍ତି ଯେସନଶିଶୁଦତ୍ତ ଧୂଳି-ଅନ୍ନଘେନାହେଉ ଦେବ ସସ୍ନେହେ ମୋହରଅଦ୍ରବ୍ୟ ପୂଜା ତେସନ । ୩ ।ଭକ୍ତିହୀନ ନୁହେ ଏ ପୂଜା ମୋହରହେଲେହେଁ ହୀନ ସମ୍ଭାର,ନୁହେଁ ଏହା ମୋର ସହିତ ୧ ତୁମ୍ଭଙ୍କୁକିସ ବା ଅଛି ଉବାର ୨ । ୪ ।୧- ବଡ଼େଇ, ଢମ । ୨ - ଅଜଣା ।ସରଳ ଶିଶୁର ପ୍ରାଣର ଜଣାଣ -ମନ୍ତ୍ର ହେଉ ନାରାୟଣ,ଫୁଲ ଆଞ୍ଜୁଳାକ ହେଉ ମୋ ପୂଜାରଷୋଡ଼ଶ ଉପକରଣ । ୫ ।ବାଳଖେଳ ପରି ବାଳକାଳ କେଡ଼େମଧୁର ହେ ଘନଶ୍ୟାମ,ତହୁଁ ବଳି ସିନା ଅଧିକ ମଧୁରବାଳ ତୁଣ୍ଡେ ତୁମ୍ଭ ନାମ । ୬ ।ଚିନ୍ତାମଣି କହେ ବାଳ କାଳ ଆଉଫେରି ତ ଆସିବ ନାହିଁ,ଆଶୀର୍ବାଦ କର ବାଳଭାବ ମୋରଫେରିଆସୁ ଭାବଗ୍ରାହୀ ! ୭ ।
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ