ପିକର ଆଦ୍ୟ ଗୀତ
ପଣ୍ଡିତ · ୧୮୮୬–୧୯୫୬
- ସଂକଳନ: ଚୟନ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୨୧୨
- ସ୍ଥିତି
- ସାର୍ବଜନୀନ (Public domain)
କେତେ କେତେ ଦିନ ଯାଇଛି, ରେ ପିକ,ବିତି ଏ ଜୀବନେ ମୋର ;ନିମିଷକ ଲାଗି ଲୋଡ଼ା ନାହିଁ ଏ ଯେସୁଧାବାଣୀ ତୋ କଣ୍ଠର ।ଶ୍ରାବଣ ଅସରା ଟପ ଟପ ଟପଢାଳିଦିଏ କାହୁଁ ଆଣି;ନଈ ନାଳ ପୂରି ବହି ଯାଉଥାଏବରଷାର ବଢ଼ିପାଣି ।କୁଆଁର ପୁନିଅଁ ଜହ୍ନର ଆଲୁଏମନ ସନମାନେ ହସି,କୁମାର କୁମାରୀ ଜୁଆ ଖେଳ କେତେଆନନ୍ଦେ ଥାଆନ୍ତି ବସି ।ବିଲ ମାଳେ ରବି ପାଟଳ ବସନେକନକ କେଦାର ଶିରୀହସ ହସ ମୁଖେ କାଟି ଚଷାପୁଅରଖଇ ଯତନ କରି ।ଶୀତ ସାୟାହ୍ନର ଚୁଲି ଚଉପାଶେକୁଟୀର କୁସୁମପନ୍ତି–ବୁଢ଼ୀ ମାଆ ତୁଲେ ଖେଳନ୍ତି ପିଲାଏନାନା କଉତୁକେ ମାତି ।ଯେତେ ଯେତେ ସୁଖ ଏଭଳି ମହୀରେସରଗ ସମ୍ପଦ ଜିଣି,ଦିନେ ତହିଁ ପିକ ଲୋଡ଼ି ମୁଁ ନାହିଁ ରେତୋର ଏ ମୋହନ ବାଣୀ ।ଆଜି ଏବେ ବହେ ମୃଦୁଳ ମଳୟ,କି ଦୂର ବିଦେଶୁ ଆସି,ଅବନୀ ଆକାଶେ ପୀୟୂଷ କମ୍ପନେନବ ମଧୁ ପରକାଶି ।ଡାଳେ ଡାଳେ ଆଜି ବନ ଉପବନେସ୍ୱରଗ ସମ୍ପଦ ବଳିନବୀନ ମାଧୁରୀ ଏ ଯେତେ ତରୁଣକିଶଳୟେ ଉଠେ ଢଳି ।ସୁମନେ ସୁମନେ ହୃଦ ବିନିମୟେଉଛୁଳେ ସୋହାଗ ସୁଧା;ଏକଇ ଏ ଖେଳ ପ୍ରତି ଖେଳେ ଆଜିସରଗେ ମିଶେ ବସୁଧା ।ଏ ସକଳ ମେଳେ ନ ଖେଳେ ନିମିଷେକାହାର ଚପଳା ଶିରୀ,ସରଗ ମରତ ପୀୟୂଷ ସଙ୍ଗୀତେଏ କି ତାନ ଯାଏ ଛିଡ଼ି ?କେତେ କେତେ ଦିନ ଯାଇଛି, ରେ ପିକ,ବିତି ଏ ଜୀବନେ ମୋର;ନିମିଷକ ଲାଗି ଲୋଡ଼ି ନାହିଁ ଏ ଯେସୁଧାବାଣୀ ତୋ କଣ୍ଠର ।ଗାଆ ଆଜି ଗାଆ କାନନ ଅତିଥି,ଅଦେହ ଅମୃତ କେଳି;ଶୂନ୍ୟରୁ ଉଛୁଳି ଶୂନ୍ୟ ଅନ୍ତରୀକ୍ଷେଯାଉ ଏ ତଡ଼ିତ ଖେଳି ।
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ
ଅମୃତନିଧି ଚଉତିଶା
ଦୀନକୃଷ୍ଣ ଦାସ
ଓଗାଳ ଖଣ୍ଡ ପ୍ରଥମ ଭାଗ
ଅଚ୍ୟୁତାନନ୍ଦ ଦାସ