ନୂଆଗଡ଼ ବନ୍ଦୋବସ୍ତ
୧୭୮୧–୧୮୬୬
- ସଂକଳନ: ସାତ କଳା
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୩୦
- ସ୍ଥିତି
- ସାର୍ବଜନୀନ (Public domain)
ବନ୍ଦୋବସ୍ତରେ ଯଦୁମଣି ନିଜର ଲେଖ ସନନ୍ଦମାନ ଗୃହଦାହରେ ହରାଇ କିଛି ମାତ୍ର ଦେଖାଇ ନ ପାରି ତା ୨୯।୫।୧୮୫୨ ରେ ଗୋଟିଏ ଦରଖାସ୍ତ ଆଗତ କଲେ । ସରକାରୀ ଅଫିସରୁ ଅଣାଯାଇଥିବା ନକଲ ଏଠାରେ ଦିଆଯାଉଛି ।
ନ. ୭୦ ରୋଜନାମଚା
ଦରଖାସ୍ତ ଫିଦାବି ଯଦୁମଣି ମହାପାତ୍ର । ସା । ଇଟାମାଟି । ଇ । କିଲେ ନୟାଗଡ଼ ମୁତାହିକେ । ଜି । କଟକ ଏହି କି ଯେ କିଲା ମଜକୁର ଅତି ବଡ଼ ରଜା, କିଲା ମଜକୁରର ତଫସିଲ ମୋଉଜାମାନଙ୍କରୁ ଆମ୍ଭଙ୍କୁ ଅନୁଗ୍ରହ କରି ତଳ ତଫସିଲ ମୁତାବକ ମାଫି ଜାଗିରି ତଳେ ସନନ୍ଦ ଲେଖି ଦେବାରୁ ଆମ୍ଭେ ପୂର୍ବରୁ ମତାଜିମାନଙ୍କୁ ଅବଧି ବିନାକରରେ ଦଖଲ କରୁଅଛୁଁ । ବନ୍ଦୋବସ୍ତ ନିମନ୍ତେ ତଳ ତଫସିଲ ନମ୍ବରରେ ତଫସିଲ ଅନୁସାରେ ଜମି ଜନରଲ ବହିରେ ଦାଏର ହୋଇଥିବା ଯୋଗୁଁ ଆମ୍ଭଙ୍କୁ ସନନ୍ଦ ତଲବ ହୋଇଥିଲା । ଏଥକୁ ରଜାଙ୍କ ଲେଖିଦିଆ ଦସ୍ତାବିଜମାନ ଆମ୍ଭ ଘରଜଳିରେ ଜଳି ଯାଇଥିବାରୁ ଏ ଦରଖାସ୍ତ ଶ୍ରୀ ହଜୁରରେ ଗୁଜାରୀ ପ୍ରାର୍ଥନା କରୁଅଛୁଁ କି ମୋହଠାରୁ ଦଖଲକାରୀର ସବୁତି ନିଆଯାଇ ମତାଜି ମଜକୁରକୁ ମାଫି ଜାଗିରି ତଳେ ମୋହ ଦଖଲରେ ପୂର୍ବବତ୍ ବାହାଲ ରଖିବାର ଆଜ୍ଞା ହେଉ ।
ସମ୍ବନ୍ଧିତ ରଚନା
ନାଟ୍ୟରସୂର ଉଦାହରଣ
ଯଦୁମଣି ମହାପାତ୍ର
ଚିଲିକା ହ୍ରଦ
ମଧୁସୂଦନ ରାଓ