ମୁଁ ବୈରାଗୀ
ଉତ୍କଳ ବ୍ୟାସ କବି · ୧୮୪୩–୧୯୧୮ · ରାଧାନାଥ ଯୁଗ
- ସଂକଳନ: ଅବସର ବାସରେ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୨୧୪
- ସ୍ଥିତି
- ସାର୍ବଜନୀନ (Public domain)
ଭାଗବତ ବୃତ୍ତହୋଇଛି ଜୀବନ ଅତୀତ, ବାର୍ଦ୍ଧକ୍ୟ ଏବେ ଉପସ୍ଥିତ ।ସଂସାର ସୁଖ ଦୁଃଖ ସର୍ବ କଲି ଜୀବନେ ଅନୁଭବ ।କୁଟୁମ୍ବ ଜ୍ଞାତିଗଣ ସଙ୍ଗେ କାଟିଲି କାଳନାନାରଙ୍ଗେ ।ଯେ ମୋର ଥିଲା ଦେହ ଛାୟା, ଯାଇଛ କାଟି ଦେଇ ମାୟା ।ଜଗତ ସମ୍ମାନ ପ୍ରତିଷ୍ଠା, ଏବେ ସେ ସର୍ବ ମଣେ ବିଷ୍ଠା ।ମୋହିତ ନ ହେବି ମୁଁ ଧନେ, ଇଚ୍ଛା ମୋ ନାହିଁ ଉପାର୍ଜନେ ।ଯେ ଦ୍ରବ୍ୟ ମୋର ପ୍ରୟୋଜନ, ଦେଇ ତ ଛନ୍ତି ନାରାୟଣ ।ମସ୍ତକ କେଶ ହେଉ ଅଠା, ହେବ ତ ହେଉ ପଛେ ଜଟା ।କୃତ୍ରିମ ସନ୍ନ୍ୟାସୀ ପ୍ରକାର ବହିବି ନାହିଁ ଜଟାଭାର ।ଆଉ ପାଉଁଶ ଅବା ଧୂଳି ଦେହରେ ହେବି ନାହିଁ ବୋଳିହେବାର ବିଭୂତି ଭୂଷଣ, କିଛି ତ ନ ଦେଖେଁ କାରଣ ।ତେବେ ମୋ ଦେହରକ୍ଷାପାଇଁ, ବିଶେଷ ଯତ୍ନ କିଛି ନାହିଁ ।ମିଳିବ ଖାଦ୍ୟ ଯେ ପ୍ରକାର, ଆନନ୍ଦେ କରିବି ଆହାର ।ଏ ଦେହ ପ୍ରଭୁଙ୍କ ମନ୍ଦିର, ଏ କଥା କରିଅଛି ସ୍ଥିର ।ଇଚ୍ଛାରେ ନ କରିବି ନଷ୍ଟ, ଘଟୁ ପଛକେ ଯେତେ କଷ୍ଟ ।ଲୋଡ଼ିବି ନାହିଁ ମୋ ଜୀବନ, ଅଥବା ଅକାଳ ମରଣ ।ବହିବି ଚିତ୍ତ ମଧ୍ୟେ ଶାନ୍ତି, ନ ହେବି କେଭେ ଆତ୍ମଘାତୀ ।କେ ମୋର ପୁତ୍ର କେ ବା ମିତ୍ର, ସଂସାର ଅତୀବ ବିଚିତ୍ର ।ବନ୍ଧୁ କୁଟୁମ୍ବ ପ୍ରଭୁ ମୋର, କେବଳ ମୁହିଁ ପ୍ରଭୁଙ୍କର ।କିପାଇଁ ଯିବି ବନବାସେ? ପ୍ରଭୁ ତ ଛନ୍ତି ମୋହ ପାଶେ ।ସନ୍ତତ ବସି ମୁଁ ନିର୍ଜନେ ଗୁଣିବି ପ୍ରଭୁ ନାମ ମନେ ।କଲେକ କେହି ଅତ୍ୟାଚାର, କରିବି ମୁଁ ସାଧୁ ବେଭାର ।ମୋ ପକ୍ଷେ ସମସ୍ତ ପବିତ୍ର, ନାହାନ୍ତି ମୋର ଶତ୍ରୁମିତ୍ର ।ଉତ୍କଳ ମୋର ଜନ୍ମସ୍ଥାନ, ସେବା କରିବି ଦେଇ ପ୍ରାଣ ।ବୋଲନ୍ତୁ ଯେଉଁ କଥା ଯେବା, କରିବି ଜନ୍ମଭୂମି ସେବା ।କରିବି ଦେଶ ପାଇଁ ଯତ୍ନ, କଦାଚ ନ ହେବି କୃତଘ୍ନ ।ହରି ମୋ ଧନ ହରି ଧ୍ୟାନ, ଜ୍ଞାତି କୁଟୁମ୍ବ ହରି ଧନ ।ବୋଲ ଦେ ଭାଇ ସର୍ବ ଜନ- ବୈରାଗୀ ଫକୀରମୋହନ ।
ସମ୍ବନ୍ଧିତ ରଚନା
ଗୋଟିଏ ପ୍ରାର୍ଥନା
ଫକୀରମୋହନ ସେନାପତି
ବୃକ୍ଷବାଟିକା
ଫକୀରମୋହନ ସେନାପତି
ମୋ- ମୋହନ ବଂଶୀ
ଫକୀରମୋହନ ସେନାପତି
କ୍ଷଣିକ
ଫକୀରମୋହନ ସେନାପତି