ମୋ ସଙ୍ଗୀତ
୧୮୮୮–୧୯୫୩
- ସଂକଳନ: କଲ୍ଲୋଳ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୯୪
- ସ୍ଥିତି
- ସାର୍ବଜନୀନ (Public domain)
ସଙ୍ଗୀତ ମୋ ଜୀବନ ସାଥୀ;ମୋ ଅନ୍ଧ ନୟନ ଆଗେ,ନାନା ଛନ୍ଦେ, ନାନା ରାଗେ,ତାହାର ମୂରତି ଜାଗେ, ଦିବସ ରାତି ।ସ୍ୱପନେ- ମୋ ସନେ ଏକାସେ କହେ କଥା ।ଗୋପନେ- ଗୋପନେ ବୁଝେମରମ ବ୍ୟଥା ।ସେହି ବନ୍ଧୁ- ସେହି ମୋ ସଖା,ମୋହର ତାପିତ ପ୍ରାଣେଶାନ୍ତିର ଅମୃତ ଆଣେକେତେ କଥା କହି ପ୍ରୀତି-ପୀୟୁଷ ସଖା ।ଆକୁଳେ ଲୋଡ଼ଇଁ ଯେବେପାଶେ ଆସେ ଧାଇଁ;ଅସରନ୍ତି ପ୍ରୀତିଦ୍ୱାର ଅବାରିତ, ମୁକ୍ତାତାରସଦା ମୋହ ପାଇଁ ।ତାଳ, ମାନ; ଲୟ ରୂପୀ, ନିତ୍ୟ ନବ ନବମାନସ ମୋହନ ତାର ଚାରୁ ଅବୟବ,ନାହିଁ ଯାର କଠୋର ତୀବ୍ରତା,କିନ୍ତୁ ଅଛି ସ୍ନିଗ୍ଧ ମାଦକତା;ସେ ସୁନ୍ଦର, ସେ ମଧୁର ଛବି(ମୁଁ) ଅପାର ବିସ୍ମୟେ ମୁଗ୍ଧ ହୃଦେ ଅନୁଭବି ।ସେ ଝଙ୍କାରେ କେତେ ଶାନ୍ତି, କେତେ ଉନ୍ମାଦନା !କେତେ ପୁଣି ମଧୁର-ବେଦନା !ସେ ଆଲୋକେ କେତେ ଶୀତଳତାସ୍ପନ୍ଦନେ ସ୍ପନ୍ଦନେ ତାରରାଶି ରାଶି ସୁଧା ଧାରଝରି ଆସେ, କି ପୁଲକ, କେତେ ପବିତ୍ରତା !ସେ ପରଶେ ସରସତା କେତେ !ହର୍ଷ କେତେ, ତୃପ୍ତି କେତେ, କୋମଳତା କେତେ !ସେ ନିଶ୍ୱାସେ କେତେ ଫୁଲ ଫୁଟେ !ବିକଶଇ କେତେ କିଶଳୟ !କେତେ ବହେ ମଧୁଗନ୍ଧୀ ମଧୁର ମଳୟ !କୁସୁମର ଡେଣା ବିଞ୍ଚି ପ୍ରଶାନ୍ତ ଆକାଶେ,ଉଡ଼ି ଉଡ଼ି ଆସି ବସି ପାଶେ,ସଂସାରର ଆବିଳତା, କ୍ଷୁଦ୍ରତାର ପାରେଦୂରେ, ବହୁଦୂରେ ନିଏ ତୋଳି ସ୍ୱର୍ଗଦ୍ୱାରେ ।ମହାଭାବେ ମଜାଇ ଅନ୍ତର,କରେ ଚିତ୍ତ ତନ୍ମୟ ବିଭୋର,ଭୁଲାଏ ରଡ଼ିକେ ମାୟା ମର ଜଗତର ।ବୁଡ଼ିଯାଏ ସତ୍ତା ଆତ୍ମାରାମେ,ବିଳସେ ମୁକ୍ତିର ସୋତେ ଚିଦାନନ୍ଦ ଧାମେ ।
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ