ମାୟା-ମଶାରି
ଚିନ୍ତାମଣି ମହାନ୍ତି
୧୮୬୭–୧୯୪୩
- ସଂକଳନ: ବ୍ରଜରେଣୁ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୧୨
- ସ୍ଥିତି
- ସାର୍ବଜନୀନ (Public domain)
ମାୟା-ମଶାରିର ମଧ୍ୟରେବନ୍ଦୀ ଜୀବନ-ମଶା,ଉଦ୍ଧାରର ବାଟ ନ ପାଇଉଡିଯାଏ ତା ହଂସା ।ଜୀବନ ବିକଳେ ମଶାରି -ଗର୍ଭେ ବୁଲୁଛି ଘୂରି,ହୃଦୟରୁ ତାର ଧଇର୍ଯ୍ୟକାଳ ନେଇଛି ତୁରି ।ଘଣ ଘଣ ସ୍ୱରେ କାନ୍ଦୁଛିକିଛି ବୁଦ୍ଧି ନ ପାଇ,ଟେକିଦିଅ ପ୍ରଭୁ ମଶାରିମଶା ଯାଉ ପଳାଇ ।ଜୀଇ ଥାଉଁ ଥାଉଁ ମରଣହୋଇସାରିଛି ତାର,ମଡା ଦେହଟାରେ ନ କରଆଉ ଖଣ୍ଡା ପ୍ରହାର ।କାହିଁକି ବା ତୁମ୍ଭେ ଟାଙ୍ଗିଛମାୟା-ମଶାରି ଖଣ୍ଡି,କି ପୌରୁଷ ଲଭ ହରି ହେସୃଷ୍ଟ ଜୀବକୁ ଦଣ୍ଡି ।କାଢ଼ିଦେଇ ତାକୁ ସମ୍ବରପ୍ରଭୁ ମାୟାର ଢ଼େଉ,ମୁକ୍ତ ନଭତଳେ ବିଚରିଜୀବ ସବଳ ହେଉ ।ବନ୍ଦିଶାଳୁ ମୁକ୍ତ ନ କଲେଉଡିଯିବ ତା ଜୀବ,ପୂଣ୍ୟନାମେ ତବ ସନ୍ତାନ-ହତ୍ୟା ପାପ ଲାଗିବ ।ଜାଣୁଁ ଜାଣୁଁ କିପାଁ ଅର୍ଜିବଏତେ ଅପକୀରତି,କବି କହେ ତାହା ସନ୍ତାନ -ପ୍ରାଣେ ବାଧିବ ଅତି ।
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ