ମନ - ମୂର୍ଖ
ଚିନ୍ତାମଣି ମହାନ୍ତି
୧୮୬୭–୧୯୪୩
- ସଂକଳନ: ବ୍ରଜରେଣୁ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୨୯
- ସ୍ଥିତି
- ସାର୍ବଜନୀନ (Public domain)
ମାତିଛୁରେ ମନମୂର୍ଖ କାହା କଥାରେ,ନାହିଁ ତ ରେ ବ୍ୟଥୀ କେହି ତୋହ ବ୍ୟଥାରେ । ୦ ।ସତେ ଗଜମୂର୍ଖ ତୁ ତ,କରଣି ତୋର ଅଦ୍ଭୁତ,ସୁନା କଳସ ଢ଼ାଳୁଛୁ ପର ମଥାରେ । ୧ ।ପ୍ରାଣମଣି ମଣୁ ଯାକୁ,ସେ ତ ଖଣ୍ଟ ମହାଡାକୁ,ଶତ୍ରୁ ଜନେ ମିତ୍ର ଜ୍ଞାନ କରୁ ବୃଥାରେ । ୨ ।ହସ କାନ୍ଦ ଭଲ ମନ୍ଦ,ଭାଇ ବନ୍ଧୁର ସମ୍ବନ୍ଧ,ମୃଗଭୁଲା ମୃଗତୃଷ୍ଣା ପ୍ରାୟ ମିଥ୍ୟାରେ । ୩ ।ମାୟା ଶିଖାଣରେ ପରା,ଛାଇକି ମଣୁଛୁ ଖରା,ଖରାକୁ ମଣୁଛୁ ପୁଣି ଛାଇ ତଥାରେ । ୪ ।ଖାଇ ତୁ ମୋହ-ମାଦକ,ଡ଼େଉଁଛୁ ରେ ଫକଫକ,ହେଳୁଛୁ କି ପଡିଲୁଣି କି ହୀନସ୍ତାରେ । ୫ ।କାହା ଲାଗି କରି ଚିନ୍ତା,ସ୍ୱଭାବ କଲୁଣି ପିତା,କିଏ ତୋତେ କିଣିଦେବ ମୁକ୍ତି ଶସ୍ତାରେ । ୬ ।ଆଶ୍ରାକର ହରିପଦ,ସେହିଟି ସୁଖ ସମ୍ପଦ,ସେହି ଏକା ଜ୍ଞାତିଗୋତ୍ର ପିତାମାତାରେ । ୭ ।କବି କହେ ମନ-ମୂର୍ଖ,ନ ମଣ ରେ ଦୁଃଖେ ସୁଖ,ଆତ୍ମୀୟ ସ୍ୱଜନ ଖାଲି କଥା-କଥାରେ । ୮ ।
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ