ମଧୁମକ୍ଷିକା
ଭକ୍ତକବି · ୧୮୫୩–୧୯୧୨ · ରାଧାନାଥ ଯୁଗ
- ସଂକଳନ: ବାଳବୋଧ
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୩୨୨
- ସ୍ଥିତି
- ସାର୍ବଜନୀନ (Public domain)
ବାସୁଦେବ – ବାପା, ଆଜି କେତେଗୁଡ଼ାଏ ମାଛି ଆମର ବାଡ଼ି ଆମ୍ଭଗଛର ଡାଳରେ ଜମା ହୋଇ ଭଣଭଣ ଶବ୍ଦ କରିଅଛନ୍ତି । ମା’କହିଲେ, ମହିମାଛି ଗଛରେ ମହୁଫେଣା କରୁଛନ୍ତ । ତୁ ସେଠାକୁ ଯା’ନା, ମହୁମାଛି କାମୁଡ଼ି ଦେବେ । ବାପା, ମତେ ମହୁମାଛିକଥା କହ ।
ବାପା –ହଉ, ବସ୍, ମୁଁ ମହୁଫେଣାଟା ଦେଖି ଆସେ ।
ବାସୁ – (ବାପା ଫେରିଆସିଲାରୁ) ବାପା, ହାତରେ କ’ଣ ଧରିଚ ?
ବାପା –ମହୁଫେଣାରୁ ତିନୋଟି ମାଛି ଆଣିଚି । ମାଛ ତିନୋଟି ତିନି ରକମର । ପୁରୁଷ ବା ଅଣ୍ଡିରା ମାଛି, ସ୍ତ୍ରୀ ବା ମାଈ ମାଛି ଓ ନପୁଂସକ ମାଛି । ଏଇଟା ପୁରୁଷ ମାଛି । ଏହାର ଦେହଟା ମୋଟା । ପଛଆଡ଼ୁ ଚେପ୍ଟା । ଆଉ ଏଇଟା ମାଈ ମାଛି । ଏହାକୁ ରାଣୀମାଛି ବି କହନ୍ତି-।-ଏଇଟା ସବୁ ପୁରୁଷ ମାଛିଠାରୁ ବଡ଼ ଓ ଏହାର ବଛଆଡ଼ଟା ଲମ୍ବା ଓ ମୁନିଆ । ରାଣୀମାଛି ଡିମ୍ବ ପ୍ରସବ କରେ । ପୁଣି ଏ ମାଛିଟା ସବୁଠାରୁ ସାନ । ଆଉ ଏଇଟା ପୁରୁଷ ବି ନୁହେଁ, ସ୍ତ୍ରୀ ବି ନୁହେଁ; ସେଥିପାଇଁ ନପୁଂସକ କହନ୍ତି । ଏଇ ମାଛତିମାନେ ବଡ଼ ପରିଶ୍ରମୀ । ଏମାନେ ମହୁଫେଣା କରନ୍ତି । ଫୁଲରୁ ମଧୁ ଆଣି ଫେଣାରେ ରଖନ୍ତି ଓ ରାଣୀମାଛିର ସେବା କରନ୍ତି । ପୁରୁଷ ମାଛିମାନେ ବଡ଼ ଅଳସୁଆ, କିଛି କାମ କରନ୍ତି ନାହିଁ; ମହୁ ବି ଆଣନ୍ତି ନାହିଁ । କେବଳ ଫେଣାରେ ଥିବା ମହୁକୁ ଖାଇପିଇ ବସିଥାନ୍ତି । ଗୋଟିଏ ମହୁଫେଣାରେ ଗୋଟିଏ ରାଣୀମାଛି ଥାଏ । ରାଣୀମାଛିକୁ ଅନ୍ୟ ମହୁମାଛିମାନେ ଖୁବ୍ ମାନନ୍ତି ।
ବାସୁ –ମହୁଫେଣାରେ ପୁରୁଷ ମାଛି କେତେ ଓ ପରିଶ୍ରମୀ ମାଛି କେତେ ଥା’ନ୍ତି ?
ବାପା –ମୁଁ ତ ଗଣିନାହିଁ; ଠିକ୍ କରି କହିପାରିବି ନାହିଁ । ପୁରୁଷମାଛିର ସଂଖ୍ୟା ବହୁତ ବେଶି ।
ବାସୁ –ମହୁମାଛିମାନେ କିପରି କେଉଁଠାରେ ମହୁ ଆଣନ୍ତି ?
ବାପା –ମହୁମାଛି ମୁହଁରେ ଗୋଟାଏ ଶୁଣ୍ଢ ଅଛି ଓ ତାହାର ପେଟରେ ଥଳି ଅଛି । ସେମାନେ ଶୁଣ୍ଢରେ ଫୁଲ ଭିତରେୁ ମହୁ ଆଣି ଜିଭରେ ଚାଟିନେଇ ପେଟରେ ଥଳିରେ ସଞ୍ଚୟ କରି ରଖନ୍ତି; ପରେ ତାହାକୁ ଉଗାରିପକାଇ କିଛି ଖାଇଦିଅନ୍ତି ଓ କିଛି ମଧୁଚକ୍ର ବ ମହୁଫେଣାରେ ସଞ୍ଚୟ କରି ରଖନ୍ତି । ମହୁମାଛିମାନେ ମହୁ ଖାଇଲେ ତାଙ୍କ ଦେହରୁ ଗରମ ବାହାରେ ।
ବାସୁ –ବାପା, ମହୁମାଛିମାନେ କିପରି ମହୁଫେଣା କରନ୍ତି ?
ବାପା –ମହୁମାଛି ଦେହରୁ ଯେଉଁ ଗରମ ବାହାରେ, ସେଇଥିରେ ସେମାନେ ମଧୁଚକ୍ର ବା ମହୁଫେଣା ନିର୍ମାଣ କରନ୍ତି । ମଧୁଚକ୍ର ଦେଖିଲେ ତୁ ଆଶ୍ଚର୍ଯ୍ୟ ହୋଥଯିବୁ । ମୁଁ ଗୋଟାଏ ଘରେ ରଖିଚି । (ମଧୁଚକ୍ର ଆଣି) ଦେଖି, ଏଥିରେ କେତେ ଖୋପ ଅଛି । ପ୍ରତି ଖୋପରେ ମୁଖ ଛଅକୋଣିଆ । ଖୋପଗୁଡ଼ିକ ସତେ ଯେପରି ମାପ କରି ଅଛନ୍ତି । ଧନ୍ୟ ମହୁମାଛିଙ୍କର ବୁଦ୍ଧି । ମହୁମାଛିମାନେ ଖୋପ ଭିତରେ ଡିମ୍ବ ଓ ମହୁ ରଖନ୍ତି ।
ସମ୍ବନ୍ଧିତ ରଚନା
ଚିଲିକା ହ୍ରଦ
ମଧୁସୂଦନ ରାଓ
ମନୁଷ୍ୟର ଧର୍ମବୁଦ୍ଧି
ମଧୁସୂଦନ ରାଓ