କୁରରୀ
ଚିନ୍ତାମଣି ମହାନ୍ତି
୧୮୬୭–୧୯୪୩
- ସଂକଳନ: କଳ୍ପନାକୁଞ୍ଜ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୯୬
- ସ୍ଥିତି
- ସାର୍ବଜନୀନ (Public domain)
କାହିଁକି ଝୁରୁଛୁ ପକ୍ଷୀ, ବସି ସାରାଦିନହୋଇ ଅତି ଉତ୍ତରଳ ଶୋକର ଅଧୀନ ।ବିଷାଦ କରୁଣା ସ୍ନେହ ବାତ୍ସଲ୍ୟ ମମତା,ଆଭାସିଉଠୁଛି ତୋର ବିଳାପୁ ସର୍ବଥା ।ଡାକୁଛୁ ‘‘ଉଠ ରେ ପୁତା’’ ଉଚ୍ଚରେ କାହାକୁ,ଏଡ଼େ କି ବଧିର କିଏ ନ ଶୁଭେ ତାହାକୁ ।ଅଥବା ଗତାୟୁ ତୋର ହୃଦୟର ଧନ,ତେଣୁ ଅନ୍ତର୍ଭେଦୀ ସ୍ୱରେ କରୁଛୁ କ୍ରନ୍ଦନ ।ନୈରାଶ୍ୟ କୈବଲ୍ୟମୟ କରୁଣ-ସଙ୍ଗୀତ,ଶୁଣି ତୋର ବିଦ୍ରବେ କି ଭବେ କାହା ଚିତ୍ତ ।କେହି କି ଲୋ ପଦେ କେବେ ଅର୍ପିଛି ସାନ୍ତ୍ୱନା,ସ୍ୱାର୍ଥପର ସଂସାରକୁ ସେ ରୀତି ତ ମନା ।ଶୋକର ତୁ ପ୍ରିୟଶିଷ୍ୟା ପିଟି ଶୋକଛାଟପଢ଼ାଉ ସେ ଥିବ ସଦା ତୋତେ ଶୋକପାଠନ ଝୁର ନ ଝୁର ଆଉ ନିରୀହା କୁରରୀ,ଢାଳିବେ ତୋ ପ୍ରାଣେ ସୁଧା ଦୟାମୟ ହରି ।
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ