କୁହେଳିର ପ୍ରାବଲ୍ୟ
କବିବର · ୧୮୪୮–୧୯୦୮ · ରାଧାନାଥ ଯୁଗ
- ସଂକଳନ: ଟିପାଖାତା
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୯୨
- ସ୍ଥିତି
- ସାର୍ବଜନୀନ (Public domain)
ଗିରିପାଦଦେଶରେ ଅନେକ ଧଅ ବୃକ୍ଷ, ବଂଶକୁଞ୍ଜ, ପୁଷ୍ପିତ ଶାଳାଦି । ୨-୩ ଘଣ୍ଟା ମଧ୍ୟରେ ଶୀତର ନିସ୍ତବ୍ଧତାରୁ ଚାତକ ଆର୍ତ୍ତସ୍ୱନ । ଗୁରୁଣ୍ଡି, ହାମୋଡ଼ି, ବସି, ଖସି, ଗଡ଼ି କରଣେ ଶିଳାରେ ତେରଛରେ ଖସି । ଏବେ ଶିମୁଳି, ପାଟଳୀ, ପଳାଶ, ଧାତକୀ, ତିଳକ ପ୍ରଭୃତିର ଶୋଭା । କୋକିଳର ରାବ । ଶିଖରରେ ଏ ରୂପ ଏ ସ୍ୱର ନାହିଁ । ସୁଗନ୍ଧ ଦବଳ ପୁଷ୍ପଯୁକ୍ତ ଅମୃତଫଳପ୍ରସ ଘୁରୁଡୁ ଉପରେ ନାହିଁ । ଆମ୍ର ପ୍ରଭୃତି ବୃକ୍ଷ ପର୍ବଶିଖରରେ ନାହିଁ ।
କେନ୍ଦୁ ଅଛି, ମାତ୍ର ୩ ଘଣ୍ଟା ପରେ ଲାବଣ୍ୟବତୀକରୋପମ ପଲ୍ଲବଧାରୀ କେନ୍ଦୁ ଦେଖିଲି । ମାଲ୍ୟଗିରି ଶୃଙ୍ଗରେ ସେ କେନ୍ଦୁ ଯେ ନିତାନ୍ତ ବିଳାସବାସନାବର୍ଜିତ । ଫଳତଃ ମାଲ୍ୟଗିରି ଦୁର୍ଗା ପ୍ରତିମା ପଞ୍ଜର ପରି ।
ତ୍ତମଶ୍ଳୋକର ପୁଣ୍ୟ ସଂକୀର୍ତ୍ତନ
କରିବାକୁ ଏହି ଗିରି ସେ ଭାଜନ ।
ଏ ସଂକୀର୍ତ୍ତନରେ କେବଳ ପାର୍ଥିବ ଭୂତଗ୍ରାମ ଯୋଗେ ଦେବେ ନାହିଁ । ମେଘଦଳ ଏହାର ମାର୍ଦ୍ଦଳିକ, ତାରା ନକ୍ଷତ୍ର ଏହାର ମଶାଲଚି । ଦେବଦଳ ଏବଂ ଅପ୍ସରାମାନେ ଏଥିରେ ଯୋଗ ଦିଅନ୍ତି । ସ୍ୱୟଂ ବ୍ୟୋମକେଶ ଏବଂ ଗୌରୀ ଏଥିରେ ତାଣ୍ଡବ ନୃତ୍ୟ କରନ୍ତି ।
ପୁଷ୍ପିତ ତିଳକର କି ଅପୂର୍ବ ଶୁଭ୍ର ଶୋଭା । ପ୍ରକୃତିର ଝୁଟା । ଶିଖରରେ ପୀତ ପକ୍ୱ ପର୍ଣ୍ଣ, ପାଦରେ ତାମ୍ର କିଶଳୟ, କିମ୍ବା ଶୁଭ୍ର ଶାଳ, ତିଳକ, ରଙ୍ଗବର୍ଣ୍ଣ ଧାତକୀ ଭୂଆଁପୀଢ଼ ପାବୁଡ଼ି ଦେଶ ପ୍ରଭୃତିର ବଡ଼ ବଡ଼ ଶୈଳ ହିଡ଼ପରି ମାଲ୍ୟଗିରି ଶିଖରରୁ ଦିଶେ ।
ଗଜଫିକାର । ରୁକ୍ଷ ତୀକ୍ଷ ଗୋଜ – crag, ନାଗକେଶର ବନ ବସନ୍ତରେ ପୁଷ୍ପିତ ପୁଷ୍ପ- ନାଗକେଶର, ଘୁରୁଡୁ, ଧାତକୀ, ପଳାଶ, ଶାଳ୍ମଳୀ, ତିଳକ ।
ମାଲ୍ୟଗିରି- ମହାଭାରତ ପରି । ଯାହା ଭାରତରେ ନାହିଁ, ତାହା ଭାରତରେ ନାହିଁ । ଯାହା ମାଲ୍ୟଗିରିରେ ନାହିଁ, ତାହା ଓଡ଼ିଶାରେ ନାହିଁ ।
ସମ୍ବନ୍ଧିତ ରଚନା
ମନୁଷ୍ୟର ଧର୍ମବୁଦ୍ଧି
ମଧୁସୂଦନ ରାଓ
ଦ୍ୱିତୀୟ ପ୍ରସ୍ତାବ
ମଧୁସୂଦନ ରାଓ