କ୍ଷମାପ୍ରାର୍ଥନା
୧୮୬୭–୧୯୪୩
- ସଂକଳନ: ବ୍ରଜରେଣୁ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୭୦
- ସ୍ଥିତି
- ସାର୍ବଜନୀନ (Public domain)
ନମୋନମଃ ଜଗନ୍ନାଥ ଜଗତମୋହନ,ନୀଳାଚଳଚୂଳେ ସ୍ଥାପି ରତ୍ନ-ସିଂହାସନ,ଦେବ-ଚକ୍ରବର୍ତ୍ତିପଣେ,ବିଜୟ ତେତିଶ କୋଟି ଦେବତା ଗହଣେ । ୧ ।ମର୍ତ୍ତ୍ୟକୁ କରିଛ ସ୍ୱର୍ଗ ତୁମ୍ଭେ ହେ ସାକ୍ଷାତ,ଶ୍ରୀକ୍ଷେତ୍ର ହୋଇଛି ‘‘ମର୍ତ୍ତ୍ୟ-ବୈକୁଣ୍ଠ’’ ଅଖ୍ୟାତପ୍ରଭୁ ତୁମ୍ଭେ ହରଘଡ଼ି,ଛପନ କୋଟି ଜୀବଙ୍କୁ ବାଣ୍ଟୁଅଛ ପଡି । ୨ ।ଅକାରଣେ ମୂର୍ଖପଣେ ବହି ମନେ ରୋଷ,କହିଛି ତୁମ୍ଭଙ୍କୁ କଟୂ, ଦେଇଛି ମୁଁ ଦୋଷ,ଏବେ ସେହି ଅନୁତାପ,ଜାଳୁଛି ମୋ ପ୍ରାଣେ ଢ଼ାଳି ଅଗ୍ନି-ଅଭିଶାପ । ୩ ।ମାଗି ନାହିଁ ଭଲ ମୁହିଁ ମାଗିଅଛି ଶଲ,ତୁମ୍ଭେ ଯା ଦେଇଛ ଯାଚି ସେହି ଏକା ଭଲ,ଏବେ ବୁଝିଲିଣି ଭ୍ରମ,ଚିହ୍ନିଲିଣି କେ ଅଧମ କିଏ ସେ ଉତ୍ତମ । ୪ ।ଅଜ୍ଞାନେ ନିନ୍ଦିଛି ପ୍ରଭୁ କରୁଛି ସ୍ୱୀକାର,କ୍ଷମାକର କ୍ଷମାମୟ କୃପାପାରାବାର,ଆର୍ତ୍ତେ ଯୋଡି ବେନି ହାତ,ମାଗୁଛି ଛାମୁରେ ଏହି ଭିକ୍ଷା ବିଶ୍ୱନାଥ ! ୫ ।ଏତିକିରେ ଏ ଦେହର ଘଟୁ ଅବସାନ,ମିଶିଯାଉ ଜଳେ ସ୍ଥଳେ ପବନେ ଏ ପ୍ରାଣ,ଆଶାପୂର୍ଣ୍ଣ ସବୁକ୍ଷେତ୍ରେ,ଚାହିଁଛି ସେ ଶୁଭଲଗ୍ନେ ଉପବାସିନେତ୍ରେ । ୬ ।ଦାସବତ୍ସଳ ହେ ହରି ଦୟା କର ଦାସେ,ହସି ହସି ଚାଲିଯିବି ଯେହ୍ନେ ତୁମ୍ଭ ପାଶେ,ଦିଅ ପଦରେଣୁ ଶିରେ,ମିଶିଯାଉ ଆତ୍ମା ତୁମ୍ଭ ଅନନ୍ତ ଜ୍ୟୋତିରେ । ୭ ।ଚିନ୍ତାମଣି କହେ - ବାରମ୍ବାର ଆସି ଯାଇ,ଥକିଲିଣି, ସେ କଷ୍ଟରୁ କର ପ୍ରଭୁ ତ୍ରାହି,କୃପା ବହି ମହାବାହୁ,ରଖ ମୋତେ କରି ଏବେ ପୟରେ କଠାଉ । ୮ ।
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ