କୃଷକ ସଙ୍ଗୀତ
ସ୍ୱଭାବ କବି · ୧୮୬୨–୧୯୨୪ · ରାଧାନାଥ ଯୁଗ
- ପଢ଼ିବା ସମୟ
- ୫୨ ମିନିଟ୍
- ଶବ୍ଦ
- ୮୨୫୮
- ସ୍ଥିତି
- ସାର୍ବଜନୀନ (Public domain)
ଅନ୍ନର ମହିମାଧନ୍ୟ ମହାପ୍ରଭୁ ହେ ଆଗେ ସୃଜି ଅନ୍ନତା’ ଉତ୍ତାରେ ସୃଜିଲ ଜୀବଜନ୍ତୁଗଣଅନ୍ନ ବିନା ଜୀବନ ନ ପାରଇ ରହିଅନ୍ନ ବିନା ପ୍ରାଣୀଙ୍କ ଜୀବନ ନିରତେହୁଏ ଦହି ହେ ॥
ଅନ୍ନ ଘେନି ରହିଛି ଅଖିଳ ସଂସାରଅନ୍ନ ବିନା ଜଗତେ ଉଠେ ହାହାକାରଅନ୍ନ ଘେନି ପୃଥିବୀ ସ୍ୱରଗ ସମାନଅନ୍ନ ବିନା ପୃଥିବୀ ସତେ ତ ହୁଅନ୍ତାଶମଶାନ ହେ ॥
ଅନ୍ନ ଘେନି ମାନବ ଗୃହ ସୁଖମୟଅନ୍ନହୀନ ଗୃହଟି ଦୁଃଖର ନିଳୟଅନ୍ନ ଯୋଗେ ହୁଅନ୍ତି ଦାରା ସୁତ ଧନଅନ୍ନ ବିନା ସମସ୍ତେ କରନ୍ତି ଯମକୁଆଲିଙ୍ଗନ ହେ ॥
ଅନ୍ନ ଘେନି ପରଜା ଅନ୍ନ ଘେନି ରାଜାଅନ୍ନ ଘେନି ବଜାଇ ଆନନ୍ଦର ବାଜାଅନ୍ନ ଘେନି ସକଳ ବସନ ଭୂଷଣଅନ୍ନହୀନେ ସକଳେ ପଳାନ୍ତି ଗୃହରୁତତକ୍ଷଣ ହେ ॥
ଅନ୍ନ ବଳେ ସୁନ୍ଦର ଉଚ୍ଚ ଅଟ୍ଟାଳିକାଅନ୍ନ ଥିଲେ ସୁନ୍ଦର ଫୁଲର ମାଳିକାଅନ୍ନ ବଳେ ମାନବ ଶରୀର ସୁନ୍ଦରଅନ୍ନହୀନେ ମାନବ ବଦନ କୁତ୍ସିତଭୟଙ୍କର ହେ ॥
ଅନ୍ନ ପାଇଁ ମାନବ ବୁଲଇ ଭୁବନେଅନ୍ନ ପାଇଁ ବିହଙ୍ଗ ଉଡ଼ଇ ଗଗନେପଶୁ ଅନ୍ନ ନିମନ୍ତେ ବୁଲେ ବନେ ବନେଅନ୍ନ ବିନା ଜଗତେ କେହି ତ ନ ପାରେରହି କ୍ଷଣେ ହେ ॥
ଅନ୍ନ ପାଇଁ ଆନନ୍ଦେ ମୀନ ଖେଳେ ଜଳେକୀଟମାନେ ଖେଳନ୍ତି ଆନନ୍ଦେ ଭୂତଳେଅନ୍ନ ପାଇଁ ରହିଛି ନଦୀ ସରୋବରରହିଅଛି ସାଗର ସୈକତ ଗହନଗିରିବର ହେ ॥
ଅନ୍ନ ପାଇଁ ସଲିଳ ଲୀଳା କରେ ହଂସବୃକ୍ଷେ ଭାଷେ କୋକିଳ ଅନ୍ନ କରି ଧ୍ୱଂସଅନ୍ନ ପାଇଁ ଖେତରେ ଖେଳଇ ଖଞ୍ଜନଯହିଁ ଦେଖ ଆନନ୍ଦ ଆମୋଦ ତହିଁରେଅଛି ଅନ୍ନ ହେ ॥
ଅନ୍ନ ଦେବା ନିମନ୍ତେ ରହିଅଛି ଧରାଅନ୍ନ ଦେବା ନିମିତ୍ତ ଲାଗୁଅଛି ଖରାଅନ୍ନ ଦେବା ନିମନ୍ତେ ମେଘ ବରଷଣଅନ୍ନ ଦେବା ନିମନ୍ତେ ଜଗତେ ବହୁଛିସମୀରଣ ହେ ॥
ଅନ୍ନ ଦେବା ନିମନ୍ତେ ଚନ୍ଦ୍ର ସୁଧାକରଅନ୍ନ ଦେବା ନିମନ୍ତେ ପଡ଼ଇ କାକରଅନ୍ନ ଦେବା ନିମନ୍ତେ ରଜନୀ ବାସରଅନ୍ନ ଦେବା ନିମନ୍ତେ ଜଗତେ ଛ’ଋତୁସମ୍ବତ୍ସର ହେ ॥
ଯହିଁ ଅନ୍ନ ତହିଁରେ ଲକ୍ଷ୍ମୀଙ୍କ ନିବାସଯହିଁ ଲକ୍ଷ୍ମୀ ତହିଁରେ ବିଷ୍ଣୁଙ୍କ ବିଳାସଯହିଁ ବିଷ୍ଣୁ ତହିଁରେ ସକଳ ମଙ୍ଗଳଅନ୍ନ ବିନା ନା ଲକ୍ଷ୍ମୀ ନା ବିଷ୍ଣୁ କାହିଁ ବାଶୁଭଫଳ ହେ ॥
ଯାହାକୁ ଯା’ ଅନ୍ନ ସେ ତା’ କରେ ଭକ୍ଷଣଅନ୍ନ ବିନା ନ ହୁଏ ଶରୀରରକ୍ଷଣଅନ୍ନ ଏକା ଅଟଇ ବିଶ୍ୱ ମୂଳାଧାରଏକ ବାକ୍ୟେ ସମସ୍ତେ ଗାଅ ହେ ଅନ୍ନରଜୟକାର ହେ ॥
ଅନ୍ନ ଘେନି ଜ୍ଞାନ ଯେ ଅନ୍ନ ଘେନି ଧ୍ୟାନଅନ୍ନ ଘେନି ମହତ୍ତ୍ୱ ଅନ୍ନ ଘେନି ମାନବିଦ୍ୟା ବୁଦ୍ଧି ଅନ୍ନରେ ଅନ୍ନରେ ବିଜ୍ଞାନଅନ୍ନ ନାହିଁ ଯହିଁରେ ମହୀରେ ସେ ଏକାମରୁସ୍ଥାନ ହେ ॥
କୃଷିର ଗୌରବକୃଷି ସିନା ସଂସାରେ ସଭ୍ୟତାର ମୂଳକୃଷି ଏକା ସକଳ ଜୀବିକାର ଚୂଳଯେଉଁ କାଳେ ମାନବ ନ ଥିଲା ତା’ ଜାଣିମାଂସ ଖାଇ ବନରେ, ମନରେ ହୋଇ ନଥିଲା ଜ୍ଞାନୀ ହେ ॥
ପିନ୍ଧୁଥିଲା ବୃକ୍ଷର ବକଳ ପତରତହୁଁ ହେଲେ ଅଧିକ ଅଜିନ ମାତରରହୁଥିଲା କାକର ଶୀତ ବାତ ସହିବଞ୍ଚୁଥିଲା କେବଳ ଜଙ୍ଗଲ ଶୁଖିଲାକାଠ ଦହି ହେ ॥
କୃଷି କଲା ନରକୁ ଦିବ୍ୟ ଅନ୍ନ ଦାନଶୀତ ରକ୍ଷା ନିମନ୍ତେ ବସ୍ତ୍ର ଉପାଦାନଅନ୍ନ ପାଇ ମାନବ ତେଜି ପଶୁ-ଦ୍ୱେଷବସ୍ତ୍ର ପିନ୍ଧି ରହିଲା, ବହିଲା ସୁନ୍ଦରସଭ୍ୟ ବେଶ ହେ ॥
ବୁଲୁଥିଲା ମାନବ ଦେଶ ଦେଶାନ୍ତରକୃଷି ତାକୁ କହିଲା ରହ କରି ଘରସ୍ଥାୟୀ ଘରେ ଥିବାରୁ ସ୍ଥିର ହେଲା ମନତେବେ ସିନା କରିଛି ମାନବ ଉନ୍ନତିସଂସାଧନ ହେ ॥
ରହିବାରୁ ମାନବ କୃଷି ଆଶା କରିଘର କଲା ନିର୍ମାଣ ତେଜି ଗିରି ଦରୀଘରେ ଖରା ବରଷା କଷ୍ଟ ହେଲା ନାଶଶୀତ ନାଶ ନିମନ୍ତେ ରାତିରେ କାର୍ପାସେକଲା ଆଶ ହେ ॥
କ୍ରମେ କ୍ରମେ ମନେ ତା’ ଉପୁଜିଲା ଜ୍ଞାନବଟି କଲା ଛଣରେ ଦଉଡ଼ି ନିର୍ମାଣଗୁନ୍ଥି ଗୁନ୍ଥି କୌଶଳେ କଲା ଅଖା ପଟିଲଜ୍ଜା ମାନ ରଖିବା ଶିଖିଲା ତହିଁରେଢାଙ୍କି କଟି ହେ ॥
କପାଶିରୀ ବନାଇ କଲା ସୂତ୍ରୀକାରକଲା ମୋଟା ପିନ୍ଧଣା ତହିଁରେ ତିଆରବୁଦ୍ଧିରୁ ତା’ ପ୍ରତିଭା କ୍ରମେ ଜାତ ହେଲାରଚିବାକୁ ବସନ ତା’ ଯୋଗ ନ କଲାଅବହେଳା ହେ ॥
ଦେଲା ତାକୁ ପ୍ରତିଭା ବିବିଧ ଉପାୟବସ୍ତ୍ର ଲାଗି ରଚିଲା ଯନ୍ତ୍ର ସମୁଦାୟବସ୍ତ୍ର ପିନ୍ଧି ହୃଦେ ତା’ ଜନ୍ମିଲା ଉଚ୍ଚାଟଉଚ୍ଚାଟ ତା’ ଲୋଡ଼ିଲା ସକଳ ପ୍ରକାରସୁଖ ବାଟ ହେ ॥
ବସ୍ତ୍ର ଭଳି ମାନବ ନ ପିନ୍ଧିଲା ଚର୍ମନରଭାବ ଜାଣିଲା ତେଜି ପଶୁଧର୍ମଚର୍ମେ କଲା ନିର୍ମାଣ ପଦ ଆବରଣକଲା ତପ୍ତ ବାଲୁକା ଶୀତଳ ଭୂମିରେବିଚରଣ ହେ ॥
ପ୍ରତିଭାକୁ ପୂଜିଲା ପାଇ ତାର ଗୁଣଯାହା କଲା ହେଲା ସେ ତହିଁରେ ନିପୁଣଯେତେ ଯେତେ ବୁଝିଲା ଅଧିକ ଅଭାବତେତେ ତେତେ ଲୋଡ଼ି ତା’ ଉପାୟ ସକଳକଲା ଲାଭ ହେ ॥
ଜାଣିଲେସେ ଦେହ ତା’ କରିବାକୁ କର୍ମମନ ତାର ପାଳିବା ପାଇଁ ନରଧର୍ମଧର୍ମବଳେ ବଢ଼ିଲା ନର ପରାକ୍ରମପ୍ରତିଭାର ପ୍ରଭାବେ କ୍ରମରେ ହେଉଛିଦେବ ସମ ହେ ॥
ତହୁଁ ନର ଲୋଡ଼ିଲା କେ ଅଛି ଈଶ୍ୱରଦେଉଛି କେ ପ୍ରତିଭା ପ୍ରତି କେ ବିଶ୍ୱରସୂର୍ଯ୍ୟ କିଏ କେ ଚନ୍ଦ୍ର କିଏ ତାରାଗଣଖୋଜି ଖୋଜି ବିବିଧ ଧରମ କରୁଛିନିରୂପଣ ହେ ॥
ଦେଖୁଛୁଁ ଯା’ ଜଗତେ ବିଚିତ୍ର ବ୍ୟାପାରସବୁ ନର ପ୍ରତିଭା ହସ୍ତ କାରବାରପ୍ରତିଭାର ଜନମ-ଭୂମି ନର ମନ,କୃଷି ଏକା କରୁଛି ମାନବ ମାନସବରଧନ ହେ ॥
ଛାଡ଼ିଦେଲେ କୃଷିକି ସବୁ ହେବ ନାଶନ ମିଳିବ ଗ୍ରାସ ଯେ ନ ମିଳିବ ବାସକାହିଁ ଯିବ ସଭ୍ୟତା ଭବ୍ୟତା ସକଳଅନାହାରେ ମାନବ ମରିବ ହୋଇଣକଲବଲ ହେ ॥
ଘୃଣା କୃଷିକର୍ମକୁ ନ କର ରେ ଭାଇ,ଯା’ର ଖାଇ ଜୀବନ, ତାର ଗୁଣ ଗାଇକୃଷି କଲେ ଉନ୍ନତ ସକଳ ଉନ୍ନତିକୃଷି ବିନା ନା କନ୍ଥା ନା ପନ୍ଥା କାହିଁ ବାଅନ୍ୟ ଗତି ହେ ॥
କହୁଅଛି ଅବନୀ ଯେତେ ମୋତେ ଚଷଦେଉଥିବି ସୁଫଳ ହୋଇ କେତେ ବଶହେବ ତୁମ୍ଭ ସକଳ ମଙ୍ଗଳ ମୋ’ ତୋଷେତା’ ନ କଲେ ନିଶ୍ଚୟ ମୋ ରୋଷେ ମରିବନିଜ ଦୋଷେ ହେ ॥
ମେଘ ବୋଲୁଅଛି ମୁଁ ଦେଉଅଛି ଜଳକୃଷି କର ମାନବ ଲଭିବୁ ସୁଫଳବୋଲୁଅଛି ବଳଦ ମୁହିଁ ତୋର ସାହାଚଷି ଯା’ ନ ପାରିବୁ ମାନବ, ମୁଁଚଷିଦେବି ତାହା ହେ ॥
ଶସ୍ୟ ବୋଲେ ମୁଁ ଅଛି ମାନବ ନିମନ୍ତେଶତେ ଗୁଣେ ଫଳିବି ବୁଣିଦେଲେ ମତେତେବେ ସୁଦ୍ଧା କୃଷିକି ନ କର ମାନବବୁଲି ବୁଲି ଉଦର ପୋଷିଲେ ପ୍ରତ୍ୟକ୍ଷସେ ଦାନବ ହେ ॥
ବିନା ଶ୍ରମେ ଯେ ଅନ୍ନ କରଇ ଆହାରପଶୁଠାରୁ ନିକୃଷ୍ଟ ଜୀବନ ତାହାରପାଇଅଛୁ ଉତ୍ତମ ଅବୟବମାନଭିକ୍ଷା କରି ମାନବ କାହିଁକି ହେଉଛୁହୀନମାନ ହେ ॥
ଭୂମି ଯଦି ନାହିଁ ତୋ’ ରହିପାରୁ ଗୁତବଳିଯିବ ତୋହର ଉଦରୁ ତୋ’ ଭୂତିକଉଣସି ଶ୍ରମକୁ ନ କରିବୁ ଲାଜପରିଶ୍ରମ କଦାପି ନୁହଇ ଭିକ୍ଷାହୁଁନୀଚ କାର୍ଯ୍ୟ ହେ ॥
ଗୁତିଠାରୁ ଭିଖାରି ଶତଗୁଣେ ହୀନଭିକ୍ଷା କେବେ ନୁହଇ ଉଚ୍ଚ ଜାତି ଚିହ୍ନଉଚ୍ଚ ସେହୁ ଯାହାର ଉଚ୍ଚ ଥାଏ ଜ୍ଞାନଶ୍ରମ କଲେ ମାନବ କଦାପି ନ ପାରେହୋଇ ସାନ ହେ ॥
ନ ଦିଅ ରେ ମାନବ କପାଳର ଦୋଷପୂରିଅଛି ପୃଥିବୀ ଚଷି ପେଟ ପୋଷଆୟ ଜାଣି ସର୍ବଦା କରୁଥିବ ବ୍ୟୟଶ୍ରମ କର ନ ଥିବ ଜୀବନେଉଦରଜ୍ୱାଳା ଭୟ ହେ ॥
ଗୁତି ଅଟେ ସମାଳେ ସାହୁ ସହକାରୀତା’ ମାନ୍ୟରେ ସମାନ ନୁହଇ ଭିଖାରିବଳ ଥାଉଁ ଯେ ନର ଭିକ୍ଷା ମାଗିବୁଲେହେବ ସିନା ତାହାର ତୁଳନା କେବଳଦସ୍ୟୁ ତୁଲେ ହେ ॥
ଜାତି ଯାଏ ଯେ ଦେଶେ ଧଇଲେ ଲଙ୍ଗଳଭିଖ ମାଗି ଖାଇବା ଜୀବନ ସମ୍ବଳପଣ୍ଡିତଙ୍କୁ ଦିଅନ୍ତି ମୂର୍ଖେ ଆଶୀର୍ବାଦଋଷିମାନେ ଧରନ୍ତି ରାସଭଙ୍କ ପାଦଭିଖାରିଙ୍କି ପୂଜନ୍ତି ଅତି ସମାଦରେପ୍ରତିଭାକୁ ନ ଚିହ୍ନି ପେଲନ୍ତି ପାଦରେକୁଳବଳେ ହୁଅନ୍ତି ନ ପଢ଼ି ପଣ୍ଡିତଶ୍ରମ କଲେ ସମାଜେ ହୁଅନ୍ତି ଦଣ୍ଡିତମାନ ଯାଏ ନାରୀଙ୍କ ଆଲୋକେ ରହିଲେସେ ଦେଶରେ ଯଦ୍ୟପି ବର୍ଷିବ ଅମୃତଆଉ କେଉଁ ଦେଶର ମାନବେ ରହିବେଜୀବନ୍ମୁ ତ ହେ ॥
କୃଷି ତୋର ବେଦ ରେ କୃଷି ତୋ’ ପୁରାଣକୃଷି ବିନା ରହି ନ ପାରଇ ପରାଣକୃଷି ଘେନି ନୃପତି କୃଷି ଘେନି ସଭ୍ୟକୃଷି ବଳେ ଆୟୁ ଶ୍ରୀ ସମ୍ପଦ ସକଳହୁଏ ଲଭ୍ୟ ହେ ॥
କୃଷକର ଆତ୍ମକଥାଚଷା କହେ ଖେଳି ମୁଁ ନ ଜାଣଇଁ ପଶାତହିଁ ପାଇଁ କେତେ ବା ଶୁଣେ ଲୋକହସାପଶା ଖେଳି ଯା’ ହେଲା ପାଣ୍ଡବଙ୍କ ଦଶାସେହି କଥା ସୁମରି ନ ମରି ଉଡ଼ି ମୋଯାଏ ହଂସା ହେ ॥
ପଶା ଖେଳି ସଉକେ ବସି ବାବୁମାନେଟେକୁଛନ୍ତି ରାଜ୍ୟକୁ ସ୍ୱରଗ ସମାନେନ ଜାଣି ମୁଁ ପଇଲେ ବୋଲେ ପରାଦଶସବୁ ଜାଣି ବାବୁଏ ପଶାରେ କିଣନ୍ତିମହାଯଶ ହେ ॥
ଟାଣିଥାନ୍ତି ପଶାରେ ଅପସରା ମନକେବେ ସୁରାଳୟକୁ କରନ୍ତି ଗମନବଷା ଛାର କେମନ୍ତେ ବୁଝିବି ସେ ମିଠାକାମ କରେଁ ଖରାରେ ଧରାରେ, ଖାଇଣପୋଡ଼ପିଠା ହେ ॥
ଉଠଇଁ ମୁଁ ରଜନୀ ଦୁଇ ଘଡ଼ି ଥାଏଗୋରୁ ନେଇ ଯତନେ ଗୋଚରେ ଚରାଏଉଠି ମୋର ଘରଣୀ ଆଗେ ଝାଡ଼ି ଦ୍ୱାରତହୁଁ କରେ ଯତନେ ଗୋରୁଙ୍କ ଗୁହାଳପରିଷ୍କାର ହେ ॥
ଗୁହାଳଟି ଥାଏ ମୋ ରନ୍ଧାଘର ପରିଗୋରୁଙ୍କୁ ମୁଁ ମଣଇ ନିଜ ଭାଇ ସରିଖାଇଛିଁ ମୁଁ ତା’ ମା’ର ଗୋରସ ଛଡ଼ାଇତେଣୁ ସେ ତ ଧରମ-ନୀତିରେ ସଂସାରେମୋର ଭାଇ ହେ ॥
ମୋ ନିମନ୍ତେ କରେ ସେ ବଡ଼ ପରିଶ୍ରମମୁଁ ଯେ କର୍ମ୍ମେ ଅକ୍ଷମ, ସେ ତହିଁରେ କ୍ଷମନିଜେ ଖାଇ ପୁଆଳ ମୋତେ ଦିଏ ଧାନସୋଦର ମୋ କରି ନ ପାରଇ ତା’ ପରିସ୍ନେହ ଦାନ ହେ ॥
ପ୍ରହାରିଲେ ମୁଁ ଦୁଷ୍ଟ ମନେ ସେ ନ ଧରେରାତି ଦିନ ନ ବାରି ପରିଶ୍ରମ କରେମୋ କାର୍ଯ୍ୟରେ ବରଷା ଖରା ନ ଗଣଇମୋ ପଦାର୍ଥ ସହିତ ଆନନ୍ଦେ ମୋତେହିଁନିଏ ବହି ହେ ॥
ଅତି ସ୍ନେହେ ଶୁଣଇ ମୁଁ ଗାଇଲେ ଗୀତମୁଁ ଖାଇଲେ ଭାତ ସେ ମଣ୍ଡେ ହୁଏ ପ୍ରୀତମୁହିଁ ରଖି ଚାଉଳ କୁଣ୍ଡା କଲେ ଦାନଭାଇ ସେ ମୋ ଉଦାର ନିଜକୁ ମଣଇଭାଗ୍ୟବାନ ହେ ॥
ଯାହା ମାତା ବାବୁଙ୍କୁ କରେ କ୍ଷୀର ଦାନନ ଜାଣନ୍ତି କି କରେ ତାହାର ସନ୍ତାନଦିନୁ ଦିନ କେମନ୍ତ ହେଉଛି ତା’ ଦଶାଘର ବୁଡ଼ିଲାଣି ଏଣେ ସେ ଛାଡ଼ନ୍ତିନାହିଁ ପଶା ହେ ॥
ମୁହିଁ ସିନା ନ ଜାଣେ ଷୋଳ ଦୁଣେ ଆଠବାବୁମାନେ ପଢ଼ି ତ ଛନ୍ତି ସବୁ ପାଠମୁଣ୍ଡ ଟେକି ଅଛନ୍ତି ରାଜଦରବାରେବୁଦ୍ଧି ଦେଉଅଛନ୍ତି ଲୋକଙ୍କୁ ସକଳକାରବାରେ ହେ ॥
ସତ କରି କୁହନ୍ତୁ ଖା’ନ୍ତି କି ନା ଭାତ ?କାହା ହାତେ ହେଉଛି ଭୂମିରୁ ତା’ ଜାତନେତ୍ରେ ପଡ଼ୁଅଛି କି ତାହାଙ୍କ ଦୁର୍ଦ୍ଦଶାକିହିଁ ଦେଖିପାରିବେ ସେ ଆଡ଼େ ଲାଗି ତଅଛି ପଶା ହେ ॥
ଗୋରୁ ହେଉଅଛନ୍ତି ଦିନୁ ଦିନ ସାନମିଳୁ ନାହିଁ ମହୀରେ ଚରିବାକୁ ସ୍ଥାନନ ରଖିଲି ଗୋଚର ମୁଁ ଚଷା ଅଧମପାଠ ପଢ଼ି ବାବୁଏ କାହିଁକି ମାନନ୍ତିନାହିଁ ଧର୍ମ ହେ ॥
ଦେଖନ୍ତୁ ତ କେଉଁଠି ଛନ୍ତି କେତେ ଷଣ୍ଢଷଣ୍ଢ ବିନା ସକଳ ଚେଷ୍ଟା ହେବ ପଣ୍ଡବାପ ଜାଣି ହେବେ ତ ସନ୍ତାନ ସନ୍ତତିବାବୁମାନେ କାହିଁକି ବୁଝିବେ ପଶାରେଥିଲେ ମତି ହେ ॥
ଗୋରୁ ଚର୍ମ ବିକି ତ ରଖୁଅଛ ଟଙ୍କାଧର୍ମେ ଚାହିଁ ବଦନ ହେଉନ ନାହିଁ ବଙ୍କାସେ ଟଙ୍କାରେ କାହିଁକି ନ କିଣ ଗୋଚରସେ ଟଙ୍କାରେ କାହିଁକି ନ କିଣ ବଳିଷ୍ଠବୃଷବର ହେ ॥
ବିଦେଶରୁ ବୃଷଭ ନ ଆଣ ରେ ଭାଇମରିଯିବେ ଏଠାରେ ସୁଖାଦ୍ୟ ନ ପାଇଦେହେ ତାଙ୍କ ନ ଯିବ ଏଠା ଖାଦ୍ୟ ଜଳଝୁରି ଝୁରି ଜନମଭୂମିକି ହେବେ ସେକଲବଲ ହେ ॥
ବାଛି ବାଛି ଏଠାରେ ବତ୍ସ ଷଣ୍ଢ କରନିଜ ଦେଶେ ହେବେ ସେ ପୁଷ୍ଟ କଳେବରବୋମ୍ବାଇର ଆମ୍ବକୁ ଏଠାରେ ରୋପଣ-କରି ଫଳ ସେପରି କହ ତ ପାଇଛକେତେ ଜଣ ହେ ॥
ଭୂମି ପଞ୍ଚମାଂଶ ମୋ’ ରଖିଛିଁ ପଡ଼ିଆସେହିଠାରେ ମୋ ଗୋରୁ ହୋଇଥାନ୍ତି ଠିଆତହିଁ ଘାସ ଚରନ୍ତି ତେଜି ମୂତ୍ରମଳକୂପଟିଏ ଅଛି ମୋ’ ତହିଁରୁ ତାହାଙ୍କୁଦିଏଁ ଜଳ ହେ ॥
କୂପେ ମୋର ନ ପଶେ ବାହାରିଆ ଜଳକୁଟା ପତ୍ର ନ ପଡ଼େ ତା’ ଜଳ ନିର୍ମଳତହୁଁ ଜଳ କାଢ଼ି ମୁଁ କରେଁ ଦାନ୍ତକାଠିମୁଢ଼ି ପିଠା ଯା’ ଥାଏ ଅଣ୍ଟିରେ ଚଳାଏତହିଁ ପାଟି ହେ ॥
ବେଳ ଉଦି ପୃଥିବୀ ଦିଶିଲେ ଉଜ୍ଜ୍ୱଳଖେତ କର୍ମେ ଲଗାଇଥାଏଁ ଦେହବଳଗୋରୁଏ ମୋ ହୁଅନ୍ତି କେବେ ସହକାରୀକେବେ ଅବା ହୁଏ ମୁଁ ଏକାକୀ କୋଦାଳି-କୋଡ଼ିଧାରୀ ହେ ॥
ଅଛି ଆମ୍ବ ମହୁଲ ତରୁ ମୋର ଆଟେବାପା କହିଥିବାରୁ ତା’ ଡାଳ ନ କାଟେଁକର୍ମ ଶେଷେ ଆଶ୍ରଲଁ ତାଙ୍କ ଛାୟାତଳଆସି ଧିରେ ସମୀର ଦେହକୁ କରେ ମୋସୁଶୀତଳ ହେ ॥
ଖରାବେଳେ ଗୋରୁଏ ଖରାରେ ନ ଚରିଶୋଇଥାନ୍ତି ସେ ତରୁତଳ ଆଶ୍ରା କରିନାନା ଜାତି ବିହଙ୍ଗ ସେ ବୃକ୍ଷରେ ବସିକରିଥାନ୍ତି ସଙ୍ଗୀତ କେତେ ମୋ ଖେତକୁପରଶଂସି ହେ ॥
ଘରଣୀ ମୋ ଗୋବର ଗୁହାଳରୁ ବହିଖେତେ କରିଥାଏଁ ଯେ କୁଣ୍ଡ ଦିଏ ତହିଁମିଶିଥାଏ ଗୋବରେ ପୁଆଳ ବା ଘାସଛାଡ଼ିଥାନ୍ତି ଗୋରୁଏ ନ କରି ଯା’ ଗ୍ରାସକୁଣ୍ଡରେ ନ ପଡ଼ିବ ସୂର୍ଯ୍ୟଙ୍କ ନଜରବୋଲି ତାର ଉପରେ ଯତନ ବନାଇଥାଏଁ ଘର ହେ ॥
କୁଣ୍ଡ ରସ ଭାସ୍କର ନ ପାରନ୍ତି ଟାଣିଧୋ ନେଇ ନ ପାରେ ବରଷାର ପାଣିକେବେ କେବେ କୁଣ୍ଡକୁ ଓଲଟପାଲଟକରି ତାର ଗର୍ଭକୁ କାଢ଼ିଦିଏ ବାଟପଶିଯାନ୍ତି ତହିଁକି ଆଲୋକ ପବନକରନ୍ତି ସେ କୁଣ୍ଡର ଖତକୁ ସରସସଜୀବନ ହେ ॥
ସେ ଖତକୁ ସମୟେ ପକାଏଁ ମୋ ଖେତେଫଳ ପାଏଁ ଅଧିକ ଖତ ଦିଏଁ ଯେତେଖାଦ୍ୟ ବିନା କେହି କି ଆସେ ଉପକାରେତା’ ଜାଣି ମୁଁ ଭୂମିକି ଖୁଆଏ ବିବିଧପରକାରେ ହେ ॥
ଯେତେ ଯେତେ ଭୂମିରେ ଉପୁଜନ୍ତି ଘାସଘଷିଦେଲେ ମରି ସେ ହୁଅନ୍ତି ତା’ ଗ୍ରାସଚଷିଦେଲେ ଭୂମିରେ ପଶଇ କାକରପଶେ ପୁଣି ତହିଁରେ ଦିବାକର-କରସେହିମାନେ ଦିଅନ୍ତି ଜୀବନୀ ଶକତିତହିଁ ପାଇଁ ହୁଅଇ ରଜନୀ ଉଦନ୍ତଛାୟାପତି ହେ ॥
ଭୂମି ଚଷିବାରେ ମୋ ନାହିଁ ଅବହେଳାନ ଜାଣଇ ନକ୍ଷତ୍ର ତିଥି ବାର ବେଳାଯେବେ ଯେବେ ବର୍ଷଣ ତେବେ ମୋ କର୍ଷଣତେବେ ଏକା କରୁଛିଁ ଭୂମିରୁ ସୁଫଳଆକର୍ଷଣ ହେ ॥
ହୃଷ୍ଟପୁଷ୍ଟ ଗରିଷ୍ଠ ହୁଏ ଯେତେ ଫଳତାହାଙ୍କୁହିଁ ବିହନ ରଖଇଁ କେବଳଭଲ ବୀଜ ଥିବାରୁ ଗଜା ହୁଏ ଭଲଭଲ ଫଳ ବହୁତ ଫଳଇ ନାହିଁ ତା’ଅମଙ୍ଗଳ ହେ ॥
ଜଳ ଏକା ଭୂମିର ପରମ ଆଶ୍ରୟଖେତ ମୁଣ୍ଡେ କରିଛି ଏକ ଜଳାଶୟଆବଶ୍ୟକ ସମୟେ ବରଷା ନ ହେଲେସେହି ଜଳ ଆଣି ମୋ ଖେତରେ ମଡ଼ାଏଁତେତେବେଳେ ହେ ॥
କରିଅଛି ପ୍ରତ୍ୟେକ ଡୁଳୀ ସମତଳସମ ଭାବେ ତହିଁରେ ରହିଥାଏ ଜଳସମ ଭାବେ ସର୍ବତ୍ର ଦେଇଥାଏଁ ଖତହକାହକି ହୋଇଣ ସୁଫଳ ଦିଅନ୍ତିସେ ସମସ୍ତ ହେ ॥
ବାରମାସ ଖେତେ ମୋ ଲାଗିଥାଏ କାମମାସେ ପକ୍ଷେ କେବେହେଁ ନ ଥାଏ ବିଶ୍ରାମଖେତ ମୋର ଲକ୍ଷ୍ମୀର ବିପୁଳ ଭଣ୍ଡାରଦେଉଅଛି ଅଶନ ବସନ ଇତ୍ୟାଦିବାରମ୍ବାର ହେ ॥
ଦେଖିବାକୁ ଖେତ ମୋ’ ଯେମନ୍ତ ସୁନ୍ଦରରହିବାକୁ ମୋହର ସଦା ସୁଖକରଭିନ୍ନ ଭିନ୍ନ ଋତୁରେ ଭିନ୍ନ ଭିନ୍ନ ଶସ୍ୟପତ୍ର ଫୁଲ ଫଳର ଶୋଭାରେ କରନ୍ତିମୋତେ ବଶ ହେ ॥
କାମ ମୋର ଖେତରେ, ଖେତରେ ବିଶ୍ରାମବିଶ୍ରାମିଲେ ଏକାନ୍ତେ ଗାଏଁ ହରିନାମଗାନ ମୋର ଉଠିଲେ ଖେତ ପକ୍ଷୀମାନେନୀରବରେ ନିଶ୍ଚଳେ ମୋ ଗାନ ଶୁଣନ୍ତିଏକଧ୍ୟାନେ ହେ ॥
ମୋହୋ ଗାନ ଥମିଲେ ଉଠେ ତାଙ୍କ ଗାନମଧୁ ଭରି ଉଠାନ୍ତି ଯେ ଯାହାର ତାନଡାଳେ ଡାଳେ ବିହରି ଖେଳିବୁଲି ମୁଦେଈଶ୍ୱରଙ୍କ ବିଚିତ୍ର ମହିମା ସ୍ମରାନ୍ତିମୋର ହୃଦେ ହେ ॥
ତହିଁ ସେ ମୋ ବାନ୍ଧବ ମୁଁ ତାହାଙ୍କ ମିତପରସ୍ପରେ ଶୁଣାଉଁ ନିଜ ନିଜ ଗୀତଖେତେ ତାଙ୍କ ମୋହର ସମ ଅଧିକାରଭୋଗକରୁଁ ତହିଁର ପଦାର୍ଥ ଯହିଁରେଇଚ୍ଛା ଯା’ର ହେ ॥
କେବେ କେବେ ଆଣନ୍ତି ସଙ୍ଗରେ ଅତିଥିଅତିଥିଙ୍କି ଚାହିଁ ମୋ’ ବଢ଼ିଥାଏ ପ୍ରୀତିପକ୍ଷୀଏ ମୋ’ କରନ୍ତି କେତେ ଉପକାରଖାଇଯାନ୍ତି ମୋ’ ଶସ୍ୟ ବଇରୀ କୀଟଙ୍କୁବାରମ୍ବାର ହେ ॥
ରାତି ପାଞ୍ଚ ଦଣ୍ଡ ମୁଁ ନିତି ପଢ଼େ ପାଠପୋଥିମାନେ ମୋ ଗୁରୁ ମୁହିଁ ତାଙ୍କ ଚାଟଦେଖୁଛିଁ ମୋ’ ହେଉଛି ମଙ୍ଗଳ ଅଶେଷମାନି ଚଳୁଥିବାରୁ ସତତ ପୋଥିଙ୍କଉପଦେଶ ହେ ॥
ପଢ଼ିଥିଲି ଅଳପ ବାଳୁତ କାଳରେପଶି ଯେବେ ନ ଥିଲି ଗୃହ-ଜଞ୍ଜାଳରେଯେଉଁଦିନୁ ରହିଲି ଗୁରୁଗୃହ ଛାଡ଼ିରାତିରେ ମୋ ହାତରେ କଲମ, ଦିବସରେକୋଡ଼ି ବାଡ଼ି ହେ ॥
ଆଖୁଚାଷଚଷା କହେ ଅମୃତ ଉପୁଜେ ମୋ’ ଘରେତହିଁ ପାଇଁ ଶ୍ରମକୁ ବରଣ ମୁଁ କରେଶ୍ରମ ଏକା ଅଟଇ ଅମୃତ-ଜନନୀଶ୍ରମ ମୋର ଜୀବନ-ସଙ୍ଗିନୀ କି ଦିନକି ରଜନୀ ହେ ॥
ଯେଉଁ ଭୂମି ପଡ଼ିଆ ରଖିଥାଏଁ ଥରେତାକୁ କରେଁ ସରସ ପଡ଼ିଆ ଖତରେମାଣକରେ କୁଶାରି ଦ୍ୱାଦଶ ହଜାରରୋପିଦେଲେ ଯେମନ୍ତ ବଢ଼ଇ ସେ କଥାନ ପଚାର ହେ ॥
ମାଣ ଯଦି ନ ବୁଝ ତା’ ଏକ ଏକରପଢ଼ିଛ ତ ଇଂରାଜୀ ବୁଝିବ ଏଥରଯେତେ ଶ୍ରମ କରଇଁ କୁଶାରି ଚାଷରେପଶାଖେଳା ବାବୁ କି ବୁଝିବେ ନ ଥିଲେମୋ ପାଶରେ ହେ ॥
ଶୁଣ ବାବୁ କହିବି ଆଖୁ ଚାଷ କଥାପାଣି ଟାଣି ଟାଣି ମୁଁ ହୋଇଯାଏଁ ଅଥାଅନର୍ଗଳ ଶରୀରୁ ବହୁଥାଏ ଝାଳବାହୁବଳେ ପାଣି ମୁଁ ଉଠାଏଁ ତହିଁରେଖରାକାଳ ହେ ॥
ସହକାରୀ ଭାଇ ମୋ ବଳଦ ସହିତେଚଷେଁ ଆଗ ଭୂମିକି ଫଗୁଣ ଚଇତେହୋଇଗଲେ ସକଳ ମାଟି ଧୂଳି ପରିତହୁଁ କରେଁ ଡୁହୁରି ଡୁହୁରି ସ୍ୱହସ୍ତେକୋଡ଼ି ଧରି ହେ ॥
ରୋପେଁ ତହିଁ କୁଶାରି ବୀଜ ଖଣ୍ଡ ଖଣ୍ଡଅବା ଲମ୍ବଭାବରେ ଗୋଟା ଗୋଟା ଦଣ୍ଡତା’ ଉତ୍ତାରେ ତହିଁରେ ତେଣ୍ଡିଦିଏଁ ପାଣିମାଟି ଶୁଖି ଯେମନ୍ତ ନ ମରେ ଏମନ୍ତକାଳ ଜାଣି ହେ ॥
ହସି ହସି ବୀଜରୁ ଅଙ୍କୁରେ ପତରଅଭିନବ ଶ୍ୟାମଳ କୋମଳ ସୁନ୍ଦରତାହା ଦେଖି ଆନନ୍ଦେ ପୂରଇ ମୋ ମନଦେଖିଦେଲେ ଚାତକ ଯେସନ ଗଗନେନବ ଘନ ହେ ॥
ବଢ଼ି ହୁଏ ପତର ଖଣ୍ଡା ଖଣ୍ଡା ପରିଖୋଳିଦିଏଁ ମୂଳର ମାଟି ଯତ୍ନ କରିବହି ଯାଉଥାଏ ମୋ ଦହୁ ଘର୍ମଧାରବାଜୁଥାଏ ତହିଁରେ ପତ୍ର-ଖଣ୍ଡାଧାରବୀର ପରି ସହି ତା’ ଅମ୍ଳାନବଦନେଲାଗିଥାଏ କର୍ମର ସାଧନେ ସିଦ୍ଧିରଆସ୍ୱାଦନେ ହେ ॥
ବଢ଼ୁଥାଏ କୁଶାରି ଉଠୁଥାଏ ଦଳମୂଳ ମାଟି ଶୁଖିଲେ ଦେଉଥାଏଁ ଜଳଯାବତ ନ ପଡ଼ଇ ବରଷାର ଧାରଲାଗିଥାଏ ତାବତ ତା’ ସହ ମୋହରକାରବାର ହେ ॥
ବଢ଼ି ପିଣ୍ଡ ହେଲେ ତା’ ମୋହଠାରୁ ଉଚ୍ଚବାନ୍ଧିଦିଏଁ ତା’ ଅଙ୍ଗେ ତାର ପତ୍ରଗୁଚ୍ଛତହୁଁ ବଢ଼ି ଉଠିଲେ ବାଉଁଶ ସମରେଭୟ ହୁଏ ପଡ଼ିବ ପବନ-ସମରେପାଞ୍ଚ ସାତ ମିଶାଇ ବାନ୍ଧିଦିଏଁ ଦଳପୋତିଦିଏଁ ବଳିଷ୍ଠ ବାଉଁଶ ଦେବାକୁତାକୁ ବଳ ହେ ॥
ଯାହା ସଙ୍ଗେ ଯେ ରହେ ତା’ ଗୁଣ ସେ ପାଏବଢ଼ନ୍ତି ମୋ କୁଶାରି ବାଉଁଶ ପରାଏଆକୃତିରେ ନ ହୁଏ ପ୍ରକୃତି ସମାନଶୁଖିଯାଏ ବାଉଁଶ ମୋ ଆଖୁ ହୁଅଇରସବାନ ହେ ॥
ଯେତେବେଳେ ବହୁତ ପଡ଼ଇ କାକରପାଚିଯାଏ ପତର କୁଶାରିଯାକରଅଗଯାଏ ମଧୁର ରସ ଯାଏ ପୂରିପଗଯାକ କରନ୍ତି ମୋ ହୃଦ ଆନନ୍ଦବଳେ ଜୁରି ହେ ॥
ଶୁଖିଯାଉଥାଏ ତା’ ଅଙ୍ଗ ପତ୍ରମାନଶିର ପତ୍ର ସୁବର୍ଣ୍ଣ ମୁକୁଟ ସମାନକୀଟ-ଦନ୍ତଘାତରୁ ହେବ ଅଙ୍ଗ ରକ୍ଷାବୋଲି ଶୁଖା ପତ୍ରରେ ବନାଇଥାଏଁ ତା’ଅଙ୍ଗରଖା ହେ ॥
ତେତେବେଳେ ମନରେ ହୁଏ ମୋର ଆଶକରିଦେବେ ଏବେ ମୋ ଦାରିଦ୍ର୍ୟ ବିନାଶସତେ ଦଳ ଦଳ ସେ ଘୋର ଶୀତ ରାତ୍ରେଘଣଶ-ବୀର ସଙ୍ଗରେ ଯୁଦ୍ଧକୁ ହୁଅନ୍ତିନୀତ ଦାତ୍ରେ ହେ ॥
ଚଳନ୍ତି ସେ ନିଃଶଙ୍କେ ଆରୋହି ଶକଟଘଣା ଦେଖି ସେ ଦଳେ ମଣଇ ସଂକଟସେନାପତି କରଇ ସମର ବାହନଚକ୍ରବ୍ୟୂହ ବିରଚି ମହିଷ ଭ୍ରମଇଘନ ଘନ ହେ ॥
ଶୁଣି ଘଣାବୀରର ସଗର୍ବ ଗର୍ଜନବିଚାରନ୍ତି ସେ ଗର୍ବ କରିବେ ଗଞ୍ଜନଦଳ ଦଳ ଯୁଝିଲେ ନ ରହିବ ଟେକବୋଲି ଘଣା ସହିତ ମୋ ବୀରେ ଯୁଝନ୍ତିଏକ ଏକ ହେ ॥
ଧର୍ମ ରଖି ନ କରି ମରଣକୁ ଭୟଦେଇ ନିଜ ଶରୀର ଆଣନ୍ତି ମୋ ଜୟହାଡ଼ ତାଙ୍କ ଯୁଝଇ ଅନଳରେ ପଶିରସ ରଣେ ନାଚଇ ଭୀଷଣ ଅନଳଶିରେ ବସି ହେ ॥
ନ ବୁଝନ୍ତି ସମସ୍ତେ ସେ ତତ୍ତ୍ୱ ନିଗୂଢ଼ବୋଲିଥାନ୍ତି କୁଶାରି ରସ ହେଲା ଗୁଡ଼ଇକ୍ଷୁ ସେ ଯେ ଇକ୍ଷ୍ୱାକୁ-ବଂଶୀ ପରି ବୀରରଣେ ପ୍ରାଣ ଦେବାରେ ଯେ ଲାଭ ବୁଝନ୍ତିଏବେ ଧୀର ହେ ॥
ଜୀବନେ ଯା’ ଆଖୁର ଥିଲା ମଧୁ ଗୁଣଗୁଡ଼େ ଘନ ହୋଇ ତା’ ହେଲା ପାଞ୍ଚଗୁଣବଞ୍ଚିଥିଲେ ସେସବୁ ନ ପଶି ସମରେମଲେ ଅଳ୍ପ ପଛରେ, ସଂସାରେ ଯେ ଜନ୍ମେସେ ତ ମରେ ହେ ॥
ଭଙ୍ଗାଯାଇ ପାଦେ କେ ଚୋଷାଗଲା ଦନ୍ତେଖଣ୍ଡ ଖଣ୍ଡ ହେଲା କେ ବିହନ ନିମନ୍ତେଘଣା-ରଣେ ଯେ ମଲା ରହିଲା ତା’ ଯଶଗୁଡ଼ ଚିନି ନବାତ ସ୍ୱରୂପେ ପ୍ରସରିଦିଗ ଦଶ ହେ ॥
ଦେହ ଦେଲା ମୋ ଆଖୁ କରି କର୍ମ ସିଦ୍ଧିତହିଁ ପାଇଁ ତାହାକୁ ସୃଜିଥିଲା ବିଧିସେହି ଧର୍ମ ତା’ ଠାରୁ କରିଛି ମୁଁ ଶିକ୍ଷାକର୍ମେ ଶେଷ କରିବି ଜୀବନ, ଧରିଛିତାର ଦୀକ୍ଷା ହେ ॥
ଯେ ଦେଇଛି ଏ ଦେହ ତାର ଜୟ ପାଇଁକାଳ-ଘଣା ପାଖକୁ ଯାଉଅଛି ଧାଇଁଯେ ଦେଇଛି ଜୀବନ ନିଜେ ହସ୍ତେ ଧରିଘଣା ମୁଖେ ଦେବ ମୋ ଶରୀରକୁ ଭରିହାଡ଼ ମୋର ଯୁଝିବ ଭୀଷଣ ଅନଳେପୁଣ୍ୟ ରସ ଥିଲେ ମୋ ନାଚିବ ଅନଳବକ୍ଷସ୍ଥଳେ ହେ ॥
କୀର୍ତ୍ତି ମୋର ଯଦ୍ୟପି ଥିବ ମଧୁମୟତେବେ ହେବ ଅଧିକ ମଧୁର ନିଶ୍ଚୟହେବି ଯେବେ ଅଳସ କରମକୁ ଡରିରହି ତ ନ ପାରିବି ଜଗତେ ଏମାଂସପିଣ୍ଡ ଧରି ହେ ॥
ବଢ଼ିଥାଏ ନଳିତା ଆଖୁ ପାଶେ ପାଶେଖରାକାଳେ ରସନା ତୋଷିବାରେ ଆସେଆନ ତରକାରିକି ନ ଲୋଡ଼େ ମୋ ଭାତସବୁ ଛାଡ଼ି ପ୍ରଥମେ ପକାଏଁନଳିତାଶାଗେ ହାତ ହେ ॥
କାଉଁରିଆ ବଢ଼ଇ ଆଖୁ ସଙ୍ଗେ ସଙ୍ଗେଶରଦରେ ନୟନ ତୋଷେ ଫୁଲ ରଙ୍ଗେରହିଥାଏ ଚୌଦିଗ କରି ଆବରଣବୀର ଅଙ୍ଗେ ଯେସନ କୋମଳ ବସନଆଭରଣ ହେ ॥
ଦେହ ତେଜି ହେମନ୍ତେ ଦେଇଯାଏ ଚର୍ମଚର୍ମ ତାର କରେ ମୋ ଦଉଡ଼ିର କର୍ମଅସ୍ଥିରେ ତା’ ଅସ୍ଥିର ହୁଏ ଅନ୍ଧକାରତାହା ଯୋଗୁଁ ସମୟେ ପ୍ରଦୀପ ନ ହୁଏଦରକାର ହେ ॥
କାଉଁରିଆ ସହିତେ ଲାଗିଥାଏ ଭେଣ୍ଡିନାମ ସିନା ତାହାର ନୁହଇ ସେ ଭେଣ୍ଡିଭେଣ୍ଡିଫଳ ତିଉଣ ବଡ଼ ରୁଚିକରପୋଡ଼ିଦେଲେ ପଖାଳ ସହଜେ ଚଳେ ମୋପିଲାଙ୍କର ହେ ॥
ଶିମ୍ବ ଲାଗିଥାଏ ମୋ ଆଖୁ ବାଡ଼ି ବାଡ଼େଶୀତେ ଶୋଭେ ସୁନ୍ଦର ଫୁଲେ ଚାରିଆଡ଼େଫଳ ଦିଏ ମୋତେ ସେ ଶୀତ ଶେଷ ଯାଏଶ୍ୟାମରୂପେ ସଭିଙ୍କ ମରଣ ପରେ ସେମରିଯାଏ ହେ ॥
ଥାଏ ଲଙ୍କାମରିଚ ବାଇଗଣ ଗଛଛାଡ଼ି ତ ନ ପାରନ୍ତି କୁଶାରିର ପଛଶିମ୍ବ ଲଙ୍କାମରିଚ ଭେଣ୍ଡି ବାଇଗଣନିଜେ ଖାଇ ଖୁଆଇ ପରକୁ ଅରଜେଁଚାରି ପଣ ହେ ॥
କନ୍ଦା ହେବା ପାଇଁ, ମୋ କୁଶାରି ବାଡ଼ିରେଉଠିଥାଏ ଶିମିଳି ଡୁହୁରୀ ଆଡ଼ିରେଡାଳ କରି ରୋପଣ ବାଳ ବୟସରେଖୋଳିଦେଲେ ଶିମିଳି ପଇସା ଆଣି ମୋଦିଏ ଘରେ ହେ ॥
କାବୁଲ ମୋ ସତତ ଆଖୁ ସହଚରଆଖୁ ଗଲେ ଜୀବନ ହୁଏ ତା’ ଦୁର୍ଭରବେଗେ ବେଗେ ଜୀବନ କରିବାକୁ ଶେଷକଞ୍ଚାଫଳ ପ୍ରଦାନ କରଇ ବିଶେଷକେତେ ଫଳ ନ ସରି ପାଚିଯାଏ ଶୁଖିଦାଲିରୂପେ ବ୍ୟଞ୍ଜନ ହୋଇ ସେ ଲୋକଙ୍କୁକରେ ସୁଖୀ ହେ ॥
ଭୂମି ବିଭାଗଭୂମି ନାନା ଶ୍ରେଣୀର ଅଛି ମହୀତଳେଭୂମିଯୋଗ୍ୟ ଶସ୍ୟରେ ଭଲ ଫଳ ଫଳେଲୋକ ଜାଣି ଯେମନ୍ତ କଲେ ବ୍ୟବହାରଉପକାର ହୁଅଇ ନ ହେଲେ ନିଶ୍ଚୟଅପକାର ହେ ॥
କାହାକୁ କି ଯୋଗ୍ୟତା ନ ଜାଣେ ଯେ ଜନଏ ସଂସାରେ ନୁହେ ସେ କର୍ମର ଭାଜନଏଣୁ ଇଚ୍ଛାକରେ ଯେ କରିବାକୁ କର୍ମପ୍ରଥମରେ ଜାଣିବା ଉଚିତ କାହାରକେଉଁ ଧର୍ମ ହେ ॥
ଭୂମି ଅଛି ପ୍ରଥମ ଶ୍ରେଣୀରେ ବାହାଲ,ଦ୍ୱିତୀୟରେ ବେରଣା, ତୃତୀୟରେ ମାଲଆଉଯାକ ଚତୁର୍ଥ ଶ୍ରେଣୀରେ ସେ ଆଟତାଙ୍କ ମଧ୍ୟେ ସରସ ନୀରସ ଜ୍ଞାନହିଁକୃଷିପାଠ ହେ ॥
ନରେ ଯଥା ପ୍ରଥମ ଶ୍ରେଣୀରେ ବ୍ରାହ୍ମଣଦ୍ୱିତୀୟରେ କ୍ଷତ୍ରିୟ ତିଜେ ବୈଶ୍ୟଗଣଚତୁର୍ଥରେ ଶୂଦ୍ର ସେ ବିବିଧ ପ୍ରକାରନିଜ ନିଜ କର୍ମରେ କରନ୍ତି ସମାଜଉପକାର ହେ ॥
ଯହିଁ ଜଳ ପ୍ରଚୁର ବାହାଲ ତା’ ଜାଣସେହି ଏକା ବ୍ରାହ୍ମଣ ଯହିଁ ଦିବ୍ୟ ଜ୍ଞାନଢିପ ହେଲେ ବାହାଲ ହୋଇଯାଏ ଆଟଶୂଦ୍ର ହୁଏ ବ୍ରାହ୍ମଣ ନ କଲେ ଉତ୍ତମବେଦପାଠ ହେ ॥
ବାହାଲରୁ ନିଊନ ବେରଣାରେ ଜଳଜଳ ତାର ବଢ଼ାଏ ବାହାଲର ବଳବ୍ରାହ୍ମଣକୁ ପୋଷଇ କ୍ଷତ୍ରିୟର ବାହାବାହାଲକୁ ବେରଣା, ବିପ୍ରକୁ କ୍ଷତ୍ରିୟସଦା ସାହା ହେ ॥
ଭଟା ଭୂମି ବାନ୍ଧିଲେ ତହିଁ ରହେ ଜଳଚାରିପାଖ ତାହାର ପ୍ରାୟ ସମତଳତା’ ଜଳକୁ ଲଭନ୍ତି ବାହାଲ ବେରଣାତେବେ ହୋଇଥାନ୍ତି ସେ ଉତ୍ତମ ସରସକ୍ଷେତ୍ରେ ଗଣା ହେ ॥
କି ବ୍ରାହ୍ମଣ କି ଅବା କ୍ଷତ୍ରିୟ କେବଳବୈଶ୍ୟ ଧନେ କରନ୍ତି ସ୍ୱବଳ ପ୍ରବଳବୈଶ୍ୟ ଧନ ଅଭାବେ ନ ପାରନ୍ତେ ଚଳିକିହିଁ ପାଠ ପଢ଼ନ୍ତେ କେମନ୍ତେ ହୁଅନ୍ତେମହାବଳୀ ହେ ॥
ସବୁଠାରୁ ଉଚ୍ଚକୁ ଆଟ କହେ ଚଷାଅନ୍ୟ ଭୂମି ଜଳକୁ ନାହିଁ ତା’ ଭରସାଯାହା ପାଏ କରଇ ଅପରଙ୍କୁ ଦାନଧନ୍ୟ ତାର ମହତ୍ତ୍ୱ ତଥାପି ହୁଅଇଫଳବାନ ହେ ॥
ଶୂଦ୍ର ସେବା କରଇ ଅନ୍ୟ ତିନି ବର୍ଣ୍ଣେଶୂଦ୍ର ହୁଏ ପୋଷକ ତାହାଙ୍କ ଜୀବନେନିଜ କର୍ମଲବ୍ଧ ଧନେ ପେଟ ପୋଷେନିଜେ ରହି ଆନନ୍ଦେ ଅପର ସଭିଙ୍କିତହିଁ ତୋଷେ ହେ ॥
ଆଟ ହୁଏ ବାହାଲ ପାଏ ଯେବେ ଜଳଆଟ ଗର୍ଭେ ଫଳଇ ବାହାଲର ଫଳଶୂଦ୍ର ଲଭେ ଦ୍ୱିଜତ୍ୱ ପାଏ ଯେବେ ଜ୍ଞାନଚଷା ତାର ଭୂପାଳ ସେ ଏକା ବଢ଼ାଏତା’ ସମ୍ମାନ ହେ ॥
ବାହାଲର ଧାନଟି ବ୍ରାହ୍ମଣର ଯୋଗ୍ୟବେରଣାର ଧାନଟି କ୍ଷତ୍ରିୟର ଭୋଗ୍ୟବୈଶ୍ୟ ଶୂଦ୍ର ଖାଇଲେ ମାଳ ଆଟ ଧାନନିଜ ନିଜ କର୍ମରେ ହୁଅନ୍ତି ସକ୍ଷମବଳବାନ ହେ ॥
କି ଭୂମି କି ମାନବ ସମସ୍ତେ ବିଷମକେ ଉତ୍ତମ ମଧ୍ୟମ କେ ଅବା ଅଧମଯତ୍ନବଳେ ସମସ୍ତେ ହୋଇଥାନ୍ତି ଭଲଉତ୍ତମହିଁ ଯତନବିହୀନେ ଦିଅଇମନ୍ଦ ଫଳ ହେ ॥
ଥାଏ ଭୂମି ମଧ୍ୟରେ ବରଛା ବା ଖାରୀହେଲେ ତହିଁ ଯତନ ମିଳେ ଫଳ ଭାରିନରେ ଥା’ନ୍ତି ପ୍ରତିଭାଶାଳୀ ବୁଦ୍ଧିମନ୍ତଯତ୍ନ ହେଲେ ଯା’ ଫଳ ଦିଅନ୍ତି ନ ହୁଏକରି ଅନ୍ତ ହେ ॥
ଜଳ ଥିବା ମାତ୍ରକେ ବାହାଲେ ନ ଗଣକୁଳେ ଜନ୍ମ ମାତ୍ରକେ ନ ହୁଏ ବ୍ରାହ୍ମଣଜଳ ଥାଇ ଯହିଁରେ ନ ମିଳଇ ଫଳକୁଳେ ଜନ୍ମ ଯଦ୍ୟପି ନାହିଁ ବିଦ୍ୟା ବଳନୁହଇ ସେ ବାହାଲ, ବ୍ରାହ୍ମଣ ସେ ନୁହେନାମ ତାଙ୍କ ସାର୍ଥକ ନୁହଇ ପତିତସିନା ଦୁହେଁ ହେ ॥
ଆଦ୍ୟ ତିନି ଭୂମିରେ ହୋଇଥାଏ ଧାନଆଦ୍ୟ ତିନି ବର୍ଣ୍ଣରେ ଥାଏ ବିଦ୍ୟା ଜ୍ଞାନଆଟେ ଫଳ ଫଳଇ ଅନେକ ପ୍ରକାରଶୂଦ୍ରମାନେ ବିବିଧକର୍ମରେ କରନ୍ତିଉପକାର ହେ ॥
ହୁଏ ଏକ ଭୂମିରେ ଭିନ୍ନ ଭିନ୍ନ ଫଳହୁଏ ଏକ କୁଟୁମ୍ବେ ଭିନ୍ନ ଭିନ୍ନ ବଳକେଉଁ ଫଳ କାହିଁରେ ହୁଅଇ ଉତ୍ତମକିଏ କେଉଁ କାର୍ଯ୍ୟରେ ମାନବ ହୋଇ ତଥା’ନ୍ତି କ୍ଷମ ହେ ॥
ଧାନଚାଷଜଗତରେ ଦୁର୍ଲ୍ଲଭ ଅମୂଲ୍ୟ ସମୟସମୟକୁ ଜଗିଲେ ସବୁଠାରୁ ଜୟସମୟକୁ ଯେ ଲୋକ କରେ ଅବହେଳାଏ ସଂସାର-ସାଗର-ତରଙ୍ଗେ ବୁଡ଼ାଏକର୍ମଭେଳା ହେ ॥
ସମୟରେ ଶୟନ ସମୟେ ଭୋଜନସମୟରେ କର୍ମ ଯେ ସମୟେ ଅର୍ଜ୍ଜନବିତିଗଲେ ସମୟ ସବୁ ହୁଏ ହାନିଏଣୁ ଜଗି ସମୟ ସକଳ ସମ୍ପାଦିଥାଏ ଜ୍ଞାନୀ ହେ ॥
ସମୟରେ ଭୂମିକି କରିଥିବ ଚାଷସମୟରେ ନିର୍ମାଣ କରିଥିବ ବାସକରିଥିଲେ ସମୟେ ସବୁ ଆୟୋଜନକର୍ମେ ସିଦ୍ଧି ସୁଫଳ ସୁଯଶ ଲଭନ୍ତିସର୍ବଜନ ହେ ॥
ସାଜିଥିବ ବଳଦ ବିହନ ଲଙ୍ଗଳବୃଷ୍ଟି ହେଲେ ଭୂମିରେ ଚାଲୁଥିବ ହଳଜ୍ୟେଷ୍ଠ ମାସ ବୁଣିବ ନୋହୁଣୁ ବରଷାସବୁଠାରୁ ଉତ୍ତମ ଖରଡ଼ି ବୋଲନ୍ତିତାକୁ ଚଷା ହେ ॥
ହଳ ଥିବ ଚଳାଇ ବୁଣିବା ଉପରେଢାଙ୍କିଥିବ ବୀଜକୁ ଉତ୍ତମ ରୂପରେଦିଶୁଥିଲେ ବୀଜ ତା’ ଖାଇଦେବ ପକ୍ଷୀତାହାର ସେ ଆହାର ଜଗତେ ପାରିବନାହିଁ ରଖି ହେ ॥
ଅନ୍ୟ କ୍ଷେତ୍ରେ ପ୍ରଥମେ ବରଷିଲେ ଜଳବୁଣିଦେବ ବତୁରୀ ଚଳାଇ ଲଙ୍ଗଳବୁଣା ପରେ ତାକୁହିଁ ଚଷିଦେବ ଥରେଭଲ ଗଜା ହୁଏ ତା’ ପ୍ରଥମ ଜଳରେଉତ୍ତାପରେ ହେ ॥
ହୋଇଗଲେ ପ୍ରଥମେ ବରଷା ପ୍ରବଳଡୁଲୀ ଗର୍ଭେ ଯଦ୍ୟପି ରହିଯିବ ଜଳଯୋତି ଥରେ ଭୂମିକି କରିଣ କର୍ଦ୍ଦମବୁଣିଦେବ ‘ଟବକା ବତୁରୀ’ ତା’ ନୁହେଅନୁତ୍ତମ ହେ ॥
ଅନ୍ୟରୂପେ ଧାନକୁ ହାଣ୍ଡିରେ ଗଜାଇଯୋତି ଭୂମି କର୍ଦ୍ଦମ ଉପରେ ସଜାଇବିଞ୍ଚିଦେବ କର୍ଦ୍ଦମ ପିଠି ଗଜା ଧାନତଳେ ଯାଏ ଚୋର ତା’ ଉପରେ ଉଠନ୍ତିଗଜାମାନ ହେ ॥
ପୃଷ୍ଠେ ବୁଣା ଧାନକୁ ବୋଲନ୍ତି ଅଛରାହୁଏ ତାହା ପକ୍ଷୀଙ୍କ ଭୋଜନପସରାତହିଁ ପାଇଁ କୃଷକ ଥିବ ସାବଧାନେପକ୍ଷୀ ତଡ଼ିପାରନ୍ତି ଆନନ୍ଦେ ତୁମ୍ଭରପିଲାମାନେ ହେ ॥
ନ ବୁଣିବ ଧାନକୁ ଅତିହିଁ ବହଳନ କରିବ ଅଥବା ଅତିହିଁ ବିରଳଯେତେ ଦୂରୁ ମୂଳ ତା’ ରସ ଆଣିପାରେରଖିଥିବ ନଜର ତେତିକି ଅନ୍ତରେରଖିବାରେ ହେ ॥
ଏକ ବୀଜୁଁ ଉଠଇ ଅନେକ ଅଙ୍କୁରଭାବି ବୀଜ କରିବ ପରସ୍ପରେ ଦୂରରସ ପାଇଁ ନ ହେବେ ପରସ୍ପରେ ମାଡ଼ଗୃହ-ଦ୍ୱନ୍ଦ୍ୱେ ଆହାର ନିମନ୍ତେ ମରିବେହେଲେ ଗାଢ଼ ହେ ॥
ଧାନଗଛ ନୋହୁଣୁ ଆଣ୍ଠୁର ସମାନଅବା ଅଧ ଆଣ୍ଟୁରୁ ନୋହିଥିବ ସାନପ୍ରାୟ ଅର୍ଦ୍ଧ-ଅଙ୍ଗ ତା’ ଥିବ ଜଳେ ମଜ୍ଜିସୁକାନ୍ତିରେ ନୟନ ହେଉଥିବ ରଞ୍ଜିସେ ସମୟେ ତାହାକୁ ଭଲରୂପେ ଯୋତି-ଦେଲେ ନାଚି ନାଚି ସେ ଜଳରେବିକାଶିଥାନ୍ତି ଜ୍ୟୋତି ହେ ॥
ଥିଲେ ତାଙ୍କ ମୂଳର ମାଟି ମୁଣ୍ଡା ମୁଣ୍ଡାନିଜ ହସ୍ତେ ତା’ କରିଦେବ ଗୁଣ୍ଡା ଗୁଣ୍ଡାତାହାହେଲେ ସ୍ୱଚ୍ଛନ୍ଦେ କରି ଅବସ୍ଥାନତୁମ୍ଭ ହିତ କାମନା କରିବେ ଉଲ୍ଲାସେଗଛମାନ ହେ ॥
ଖରଡ଼ି କି ବତୁରୀ ଅଥବା ଅଛରାପହ୍ଲା ଥିବ ପକାଇ ଅପୁଚ୍ଛା ପଚରାକରିଥିବ ଘାରୀ କି ସାରରେ ସରସରସ ପାଇ ପହ୍ଲାଏ ଲଭିବେ ହରଷନ ଡରିବ ପହ୍ଲାକୁ ରଖିବାକୁ ଘନେବଢ଼ନ୍ତି ସେ ଶୈଶବେ ସରସ ଜୀବନେପହ୍ଲାସବୁ ହେଲାରୁ ଅର୍ଦ୍ଧ ଅର୍ଦ୍ଧ ହସ୍ତମୂଳେ ଜଳ ମଡ଼ାଇ ଉପାଡ଼ି ରଖିବସେ ସମସ୍ତ ହେ ॥
ବିଡ଼ା ବାନ୍ଧିଥିବ ତା’ ମୁଠିଏ ପ୍ରମାଣଧୋଇଦେବ ଜଳେ ତା ଜନ୍ମ ମାଟିମାନଯେଉଁ କ୍ଷେତେ ରୋପିବ ଭରି ଦେଇ ଜଳଆଗେ ଦେବ କପର ତା’ ପରେ ଲଙ୍ଗଳଘାସ ଲଟା ସକଳ ହୋଇଯିବ କାଦଚଳି ଚଳି ଲଙ୍ଗଳ ପଡ଼ି ପଡ଼ି ପାଦଶେଷ ପୁଣି ତହିଁରେ କପର ଚଳାଇଗୋଟି ଗୋଟି ବିରଳେ ପହ୍ଲାକୁ ରୋପିବଚଷାଭାଇ ହେ ॥
ଯେତେବେଳେ ଯେମନ୍ତ ପାଇଥିବ ପାଗତେତେବେଳେ ସେ କର୍ମ କରିଥିବ ଆଗଚାଲିଥିଲେ ସମୟ ଲୋଡ଼ିଲେ ନ ମିଳେଆଗ କାର୍ଯ୍ୟ ପଛକୁ କଦାପି ରଖିବନାହିଁ ତିଳେ ହେ ॥
ଏକମାତ୍ର ଜଳ ତ କୃଷିର ଭରସାତୁମ୍ଭ ପାଇଁ ଟାକି ତ ନଥିବ ବରଷାବରଷିଲା ମାତ୍ରକେ କରିନେବ କାମସିଦ୍ଧି ଯଦି ନ ମିଳେ ସାଧନେ ଜାଣିବବିଧି ବାମ ହେ ॥
ଅତି ବୃଷ୍ଟି ଅବୃଷ୍ଟି ଉଭୟ ସମାନତହିଁ ପାଇଁ ସର୍ବଦା ଥିବ ସାବଧାନଜଳ ଛାଡ଼ିଦେବାକୁ ରଖିଥିବ ପଥଥିବ ଜଳଭଣ୍ଡାର ଯହିଁରେ ଚଳିବମନୋରଥ ହେ ॥
ଆଟ ଧାନ ଦାଇଲେ ରହେ ଯେଉଁ ମୂଳଉଚ୍ଚ ଥିବ ଦଶ କି ଦ୍ୱାଦଶ ଆଙ୍ଗୁଳଯତନରେ ରଖିଲେ ସେହି ମୂଳମାନପୁଣି ଫୁଟି ପତର ଫଳଇ ଆହୁରିଥରେ ଧାନ ହେ ॥
ସେହି ଧାନ ବୁଣିଲେ ଆଗତ ବରଷଗଛମାନ ତାହାର ହୁଅନ୍ତି ସରସନ ମରଇ ଅଳପ ବରଷିଲ ଜଳମୂଳ ପଶି ଗଭୀରେ ଉପରେ ଫଳଇଭଲ ଫଳ ହେ ॥
ଧାନ ଚାଷ କରିବ ଯଦ୍ୟପି ସ୍ୱହସ୍ତେଲାଗିଥିବ ତହିଁରେ କୁଟୁମ୍ବ ସମସ୍ତେତେବେ ଧାନ ତୁମ୍ଭଙ୍କୁ ଯୋଗାଇବ ଅନ୍ନଗୁତି କଲେ ସମସ୍ତ ଲାଭଟି ଖାଇ ତଯିବ ଅନ୍ୟ ହେ ॥
ଖେତ ଥିବ ଯଦ୍ୟପି ଅତ୍ୟନ୍ତ ଉର୍ବରମଣିଥିବ ପ୍ରାପତ ଦେବଦତ୍ତ ବରଖେତ ମୁଣ୍ଡେ ପ୍ରଚୁର ରହିଥିବ ପାଣିମାଡ଼ୁଥିବ ଖେତକୁ ବେଳ କାଳ ଜାଣିଗୋତି ପୋଷି ସେ ଖେତ ଦେବ ଗ୍ରାସ ବାସତା’ ନ ହେଲେ ଚାଷଟି ସମୟେ କରିବସର୍ବନାଶ ହେ ॥
କରିଥିବ ଶରମ ଅରଥ ଖରଚଉଠିଥିବ ଉତ୍ତମ ରୂପେ ଧାନଗଛତହୁଁ ଯେବେ ନ ହେବ ବାରି ବରଷଣଧାନ ମରି ତୁମ୍ଭର ପ୍ରାଣକୁ କରିବକରଷଣ ହେ ॥
ଚଣାଶରଦର ଅନ୍ତିମେ ଶାରଦୀୟ ଧାନମଧ୍ୟେ ଚଣା କର୍ଦ୍ଦମେ ବୁଣିବା ବିଧାନଧାନକଟା ସମୟେ ଲତା ଥାଏ ଉଠିବଢ଼େ ପଛେ ସ୍ୱଚ୍ଛନ୍ଦେ ଫୁଲ ଯାଏ ଫୁଟିମାଘ ମାସସରିକି ଫଳେ ହୋଇ ଭରାଫଗୁଣରେ ଦେଇ ତା’ ସ୍ୱାମୀକୁତେଜଇ ବସୁନ୍ଧରା ହେ ॥
ଆଟ ଧାନ କାଟିଲେ ଆଟ ଚଷି ପୁଣିମୁଗ ବ୍ରୀହି କୋଳଥ ତହିଁ ପାର ବୁଣିତହିଁ ଯଦି କରିବ ନଳିତାର ଚାଷଭୂମି ହେବ ସରସ ବଳଦେ ବଞ୍ଚିବେପାଇ ଗ୍ରାସ ହେ ॥
ନଳିତାର ବକଳ ହୁଏ ଭଲ ପଟବିକି ତଡ଼ିପାରିବ ଦୁର୍ଭିକ୍ଷ ସଙ୍କଟଯେଉଁ ଦ୍ରବ୍ୟ ବଦଳେ ମିଳିପାରେ ଟଙ୍କାତାହା ଥିଲେ ଅଶନ ବସନ ଅଭାବେନାହିଁ ଶଙ୍କା ହେ ॥
ଆଟ ଧାନେ ଅଳପ ମିଳିଥାଏ ଫଳପେସୋଆରୀ ଧାନଟି ଆଟ ଧାନେ ଭଲକଟା ଗଛୁ ଜନମି ଫଳିଲେ ସେ ଧାନବାହାଲରୁ ବଳି ସେ ଫଳଇ ଅଧିକପରିମାଣ ହେ ॥
ସୋରିଷର ସହିତ ଚଣା ଯଦି ବୁଣଦୁହେଁ ବଢ଼ି ଦିଅନ୍ତି ଫଳ ଦୁଇ ଗୁଣଆଗ ପାଚି ସୋରିଷ ହୋଇଯିବ କଟାମାସକର ଉତ୍ତାରେ ପାଚିଣ ଶୁଖିବଚଣାଲଟା ହେ ॥
ଖମ୍ବଆଳୁ ଶିମୁଳୀ ଆଳୁ ମୁଗଫଳୀଓଲ କନ୍ଦା ମାଟିର ତଳେ ଥାଏ ଫଳିମକା ଆଉ ଝାଞ୍ଜଡ଼ା ହରିଣ ଗହମଅଳ୍ପବୃଷ୍ଟି ହେଲେହେଁ ଫଳଇ ଉତ୍ତମଏମାନଙ୍କୁ ସମୟେ କରିଥିବ ଚାଷଧାନ ଯଦି ମରିବ ଏଥିରେ ନ ହେବହତ-ଆଶ ହେ ॥
ଖମ୍ବଆଳୁ ରୋପିବ ବଇଶାଖ ମାସେଖୋଳିବ ତା’ ପଉଷ ମାଘ ଯେବେ ଆସେଖମ୍ବଆଳୁ ବିଲାତି ଆଳୁର ବଦଳେଖାଇବାକୁ ସମସ୍ତେ ସମୟେ ଉତ୍ତମରୂପେ ଚଳେ ହେ ॥
ଶିମୁଳୀର କଲମ ତିନି ତିନି ହାତେଭୂମି ଚଷି ଉତ୍ତମ ରୋପିଦେବ ଗାତେଲଗାଇବ କଲମ ଫଗୁଣ ମାସରେଜଳ ରହି ନ ଦେବ ତାହାର ପାଶରେଦୁଇ ହାତୁ ଅଧିକ ନ ବଢ଼ିବ ଗଛଅଗ ଭାଙ୍ଗିଦେଲେ ତା ନ ବଢ଼ି ରହିବହୋଇ ଘଞ୍ଚ ହେ ॥
ମୁଗଫଳୀବାଲିଆ କି ପଥରମୟ ଯେଉଁ ଆଟହଳ ବଳେ ତାହାକୁ ଚଷିଦେବ ଆଣ୍ଟମୁଗଫଳୀ ରୋପିବ ଚାଖଣ୍ଡ ଅନ୍ତରେମାଣକରେ କୋଡ଼ିଏ ସେରର ଭିତରେଗଛ ତାର ଉଠିଲେ ଅର୍ଦ୍ଧ ହସ୍ତ ସରିକୋଦାଳିରେ ମୂଳକୁ ତା’ ପାଖ ମାଟିରେଦେବ ଭରି ହେ ॥
ଭଲ ମାଟି ଭିତରେ ହେଲେ ମୁଗଫଳୀସେରେ ବୀଜ ଷାଠିଏ ସେରୁ ଯିବ ବଳିଅବରଷା ସମୟେ କରିବ ଏ ଚାଷଫଳ ତାର ଆଦାୟ କରିବା ଲଗାଇତିନି ମାସ ହେ ॥
ପାଞ୍ଚ ସେର ଫଳିଲେ ଦୁଇ ସେର ତେଲପିଡ଼ିଆକୁ ବଳଦ ଖାଏ ଦୁହିଁ ବେଳତେଲ ମାଖି ପାରିବ କରିପାର ପିଠାପିଠା ତାର ଲାଗିବ ତୁଣ୍ଡକୁ ଘୃତରପରି ମିଠା ହେ ॥
ଓଲଓଲ ଅଛି ଏମନ୍ତ ଜିଭରେ ଲାଗିଲେଗଲୁ ତାର ନ ଯାଏ ଜଣା ତହିଁ ତିଳେସାତ ମାସେ ମିଳଇ ତାର ଭଲ କନ୍ଦକ୍ଷତି ତାର କରି ନ ପାରଇ ବରଷାହେଲେ ମନ୍ଦ ହେ ॥
ମକାଜ୍ୟେଷ୍ଠମାସେ ଗହୀରା ଜମି ଥିବ ଚଷିମେଘ ଦେବ ଯେ ଦିନ ଉତ୍ତମ ବରଷିସେହି ଦିନ ମକାକୁ ବୁଣିବ କ୍ଷେତରେଧାଡ଼ି କରିଥିବ ତା’ ହାତକ ଅନ୍ତରେମଞ୍ଜିମାନ ପୋତିବ ଅର୍ଦ୍ଧ ଅର୍ଦ୍ଧ ହସ୍ତେତେବେ ଗଛ ସ୍ୱଚ୍ଛନ୍ଦେ ବଢ଼ିବ ଫଳିବଭଲମତେ ହେ ॥
ମକା ଗଛ ଉଠିଲେ ଆଣ୍ଠୁ ପରିମାଣମାଟି ଖୋଳି ଆବରି ଦେବ ମୂଳମାନମାଟି ବଳେ ବଢ଼ଇ ହୋଇ ସେ ଉଷତଉଷତରେ ସୁପୁଷ୍ଟ ଫଳହିଁ ଦିଅଇଶତ ଶତ ହେ ॥
ଝାଞ୍ଜଡ଼ା ବା ଦେବଧାନ୍ୟଦେବଧାନ୍ୟ ମାନ୍ଦ୍ରାଜିମାନଙ୍କ ସମ୍ବଳଗୋରୁ ଖାଏ ତା’ ଗଛ, ନର ଖାଏ ଫଳବୃଷ୍ଟି ବିନା ନ ହେଲେ ଧାନ ନୋହିଁ ତୁନିଦଶହରା ମାସରେ ଖେତରେ ଏ ଧାନଦେବ ବୁଣି ହେ ॥
ହରିଣ ଗହମଯେଉଁ ଭୂମି ତୁମ୍ଭର ସବୁଠୁ ଅଧମତହିଁ ନେଇ ବୁଣିବ ହରିଣ ଗହମମାର୍ଗଶିର ପୁଷରେ ଏହା ବୁଣିପାରବିଂଶ ଗୁଣ ଫଳି ସେ କରିବ ଦୁର୍ଭିକ୍ଷଦୁଃଖୁଁ ପାର ହେ ॥
ଜେରୁସାଲେମ୍ ଆର୍ଟିଚୋକ୍ଜେରୁସାଲେମ୍ ଆର୍ଟିଚୋକ୍ ଦିଏ ଯେଉଁ ମୂଳସ୍ୱାଦୁ ତାର ମହୀରେ ଅଟଇ ଅତୁଳନ ମରଇ ସେ ଗଛ ମନ୍ଦ ବରଷାରେନ ଡରଇ ଅଧିକ ବର୍ଷିଲେ ରସାରେମୂଳେ ତାହାର ଜଳ ନ ରହିଲେ ହେଲାଜଳ ଦୂରକରଣେ କଦାପି କରିବନାହିଁ ହେଳା ହେ ॥
ଜମି ଚଷି ବୈଶାଖେ ସାଜି ଭଲ ଖତେମୂଳମୁଖୀ ରୋପିବ ଦେଢ଼ ଦେଢ଼ ହସ୍ତେଗଛ ହେଲେ ଆଷାଢ଼େ ଚାରିପାଖ ଖୋଳିମାଟି ସବୁ ମୂଳରେ ଦେବ ତାର ତୋଳିମାର୍ଗଶିର ମାସରେ ଗଛ ଗଲେ ଶୁଖିଖୋଳି ବଡ଼ ମୂଳ ତା’ ଖାଇବ, ବିହନହେବ ମୁଖୀ ହେ ॥
ମାର୍ଗଶିରେ ରୋପିଲେ ଅଲଗା ଖେତରେଜଳ ଦେବ ତହିଁରେ ମାସକରେ ଥରେସମୟେ ତା’ ମୂଳର ମାଟି ଦେବ ତୋଳିଚଇତରେ ସେ ଗଛ ଶୁଖିଲେ ମୂଳକୁନେବ ଖୋଳି ହେ ॥
କନ୍ଦମୂଳମୂଳ ଥିବ ଜଗାଇ ଆଷାଢ଼ ଶ୍ରାବଣେଲତା ବଢ଼ିଥିବ ତା’ ଜଳ ବରଷଣେକାର୍ତ୍ତିକରେ କରଷି ମାଳ ଅବା ଆଟଧାଡ଼ି ଧାଡ଼ି ରଖିବ ଜଳ ଯିବା ବାଟସେହିରୂପେ ରଖିବ ହିଡ଼ ଧାଡ଼ି ଧାଡ଼ିଲତା ଗଣ୍ଡି ହିଡ଼ରେ ପୋତିଲେ ବଢ଼ି ତା’ଯିବ ମାଡ଼ି ହେ ॥
ଜଳ ଦେବ ତହିଁରେ ସମୟ ସମୟଲତା ବଢ଼ି ଦିଶିବ ସୁପଲ୍ଲବମୟପତ୍ରମାନ ପାଚିଲେ ଫଗୁଣ ଶେଷରେମୂଳ ଖୋଳି ପାଇବ ପୃଥୁଳ କନ୍ଦା ତା’ବିଶେଷରେ ହେ ॥
ଉଲି ବା ପିଆଜକାରତିକ ଅଥବା ମାର୍ଗଶିର ମାସଆରମ୍ଭରେ ହଳରେ ତିନି ଚାରି କାସଭୂମି ଚଷି କରିବ ଡୁହୁରି ଡୁହୁରିକାଦ ହେବ ଗରଭ ପାଣି ଦେଲେ ପୂରିରୋପିଦେଲେ ବିହନ ଉଲି ସାନ ସାନଧଣ୍ଡାମାନ ଉପୁଜି ତହିଁରେ ଫୁଟିବଫୁଲମାନ ହେ ॥
ସେହି ଫୁଲ ନୟନ ମନ ଆଗେ ରଞ୍ଜିଖରା ଶୀତ ବାତରେ ପାଲଟିବ ମଞ୍ଜିବେଳେ ବେଳେ ମୂଳରେ ପାଉଥିବ ଜଳମଞ୍ଜି ପାଚି ଆଗତ ନିମନ୍ତେ ବିହନହେବ ଭଲ ହେ ॥
ଶୁଖାମାଟି ଡୁହୁରି କରି ତହିଁ ଉଲି-ମଞ୍ଜି ପହ୍ଲା ପକାଇ ସିଞ୍ଚିଦେବ ଧୂଳିଧୂଳିଶୁଖା ଗୋବର ବାଲୁକା ସହିତମିଶା ହୋଇଥିବାର ଅବଶ୍ୟ ବିହିତତା’ ଉତ୍ତାରେ ତାହାକୁ ମାଡ଼ିଦେଇ ପାଦେଜଳ ଦେଲେ କ୍ରମଶଃ ଅଙ୍କୁର ଉଠିବଅପ୍ରମାଦେ ହେ ॥
ସେ ଅଙ୍କୁର ଉଠିଲେ ଚାରି ଛ’ ଅଙ୍ଗୁଳଜଳ ଦେଇ ଉପାଡ଼ି ଦେବ ଧରି ମୂଳଅନ୍ୟଠାରେ କାଦୁଅ ଡୁହୁରି ଭିତରେଗୋଟି ଗୋଟି ରୋପିବ ମୁଠିକ ଅନ୍ତରେବେଳେବେଳେ ମଡ଼ାଇ ଦେଉଥିବ ପାଣିତେବେ ଭଲ ପିଆଜ ପ୍ରଚୁର ପାଇବବେଳ ଜାଣି ହେ ॥
ବାଇଗଣଶ୍ରାବଣର ଆଦ୍ୟେ ବା ଚରମ ଆଷାଢ଼େବାଇଗଣ ବୁଣିବ ଭୂମି ଚଷି ଗାଢ଼େଆଶ୍ୱିନରେ ସେସବୁ ଗଛକୁ ଉପାଡ଼ିରୋପିଦେବ ଅନ୍ୟତ୍ର କରି ଧାଡ଼ି ଧାଡ଼ିଆଗୁଁ ସେହି ଭୂମିକି ଚଷିଥିବ ଭଲହାତେ ହାତେ ଅନ୍ତରେ ରୋପିବ ସକଳପାଣି ଦେଲେ ମୃତ୍ତିକା ଯାଉଥିବ ବସିକୋଦାଳିରେ ଖୋଳିବ ଲଙ୍ଗଳରେ ଚଷିଦୁଇ ମାସେ ଧରି ସେ ଫୁଲ ସଙ୍ଗେ କଷିଫଳ ଦେବ ବହୁତ ନଡ଼ିଆ ବେଲକୁଚାହିଁ ହସି ହେ ॥
ଲଙ୍କାମରିଚକଲେ ଲଙ୍କାମରିଚ ବାଇଗଣ ପରିତୋଷେ ଲମ୍ବ ପୃଥୁଳ ଫଳ ଦାନ କରିପାଚି ଫଳ ସୁରଙ୍ଗ ହୁଏ ଅତି କଟୁକଟୁ ହୋଇ ରସନା ରଞ୍ଜରେ ପଟୁଶାଳୀ-ଗାଳି ପରାଏ ଆଦର ତାହାରଘରେ ଘରେ ବ୍ୟଞ୍ଜନେ ବ୍ୟଞ୍ଜନେ ସର୍ବଦାବ୍ୟବହାର ହେ ॥
ଆଳୁରଖିଥିବ ବିହନ ଭଲ ଭଲ ଆଳୁଶୁଷ୍କ ଗୃହେ ମଞ୍ଚାରେ ବର୍ଷା ପୂର୍ବକାଳୁଅନ୍ଧାରିଆ ସ୍ଥାନରେ ବାଲିର ଉପରେପାଉଥିବ ପବନ ତହିଁ ଯେ ରୂପରେବଡ଼ ଆଳୁ ସତ୍ୱର ଯାଇଥାଏ ପଚିଏଣୁ ବାଛି ମଧ୍ୟମ ଭଳି ଥିବ ସଞ୍ଚିଯେଗୁଡ଼ିକ ତହିଁରୁ ଯାଉଥିବ ସଢ଼ିଫିଙ୍ଗିଦେବ ସେସବୁ ଦେଖିଲା ମାତ୍ରକେସେହି ଘଡ଼ି ହେ ॥
ଯଦି ଆଳୁ ବିହନ ନ ରଖିବ ନିଜେଚାଷ ପୁଣି କରିବ ଅଙ୍କୁରିତ ବୀଜେଦେଖିନେବ ଯହିଁରେ ଗଜା ଥିବ ଉଠିବଡ଼ ଆଳୁ ନେବାରେ ନ କରିବ ତ୍ରୁଟିଘର ମଧ୍ୟେ ରଖିବ ଓଦା ବାଲି ପରେଅଧା ଅଧା ଥିବ ତା ବାଲିର ଭିତରେବଢ଼ୁଥିବ ଅଙ୍କୁର ତମେ ବାୟୁ ପାଇତେଣେ ଭୂମି ତିଆରି କରିବଲଗାଇବାର ପାଇଁ ହେ ॥
ଗାଢ଼େ ଭୂମି ଚଷିବ ଆଠ ଦଶ ଥରମଧ୍ୟେ ମଧ୍ୟେ ତହିଁରେ ଚଳାଇ କପରପଚା ସଢ଼ା ଗୋବର ଅବା ଘୋଡ଼ାଲଣ୍ଡିଗୁଣ୍ଡ କରି ଭୂମିକି ଦେଇଥିବ ମଣ୍ଡିଦୁଇ ଏକ ଗଜାରେ ଆଳୁ କରି ଖଣ୍ଡଲଗାଇଲେ ବିହନ ତୁମ୍ଭର ନ ହେବଶ୍ରମ ପଣ୍ଡ ହେ ॥
ଅର୍ଦ୍ଧହସ୍ତ ଅନ୍ତରେ କରି ଧାଡ଼ି ଧାଡ଼ିରୋପିଦେବ ବିହନ ନବାଙ୍ଗୁଳ ଛାଡ଼ିଦେଖିନେବ ଦଶ କି ପନ୍ଦର ଦିନରେଗଛ ଉଠି ନ ଯିବ ଖରା ପବନରେଆଶ୍ୱିନର ଖରାରେ ଶୁଖିଗଲେ ମାଟିଭୂମି ଦେବ ଭିଜାଇ ଜଳରେ ତ୍ରିହସ୍ତେବାଟ କାଟି ହେ ॥
ଗଛ ଯେବେ ଉଠିବ ଅର୍ଦ୍ଧହସ୍ତ ସମଚାପିଦେବ ମୂଳକୁ ମାଟିରେ ପ୍ରଥମଚୂର୍ଣ୍ଣକରି ପିଡ଼ିଆ ମାଟିର ଉପରେସିଞ୍ଚିଦେବ ଯତନେ ଖତ ସ୍ୱରୂପରେପୁଣି ଦିନା ପନ୍ଦର ଗଲେ ଥରେ ଥରେଦେଉଥିଲେ ସଲିଳ ଗଛ ତା’ ଉଠଇସତେଜରେ ହେ ॥
ଆଳୁ ଖେତ ସତତ ରହିବ ଉଶ୍ୱାସଜଳ ମାଡ଼ି ନ ଯିବ ନ ଉଠିବ ଘାସଜଳନାଳୀ ରଖିବ ଦୁଇ ଧାଡ଼ି ପରେଭିଜୁଥିବ ମାତ୍ରକ ମୂଳ ସେ ଜଳରେଆଶ୍ୱିନରେ ରୋପିଲେ ମାଘ ଫଗୁଣରେଖୋଳିଦେଲେ ଆଳୁକୁ ପାଇବ ଦଶରଦ୍ୱିଗୁଣରେ ହେ ॥
ଆଖୁ କୋବି ବୋକତା ହୋଇପାରେ ଯହିଁଆଳୁ ଯଦି ରୋପିବ ନିଶ୍ଚେ ହେବ ତହିଁଶୁଖିଗଲେ ମୃତ୍ତିକା ଦେଉଥିବ ଜଳଖୋଳିନେବ ଯେ କାଳେ ଶୁଖିଯିବ ଜଳଆଳୁଚାଷ କରିବ ହୋଇ ସାବଧାନକ୍ଷତି ହେଲେ ତା’ ଖତ ତୁମ୍ଭଙ୍କୁ ପ୍ରଚୁରଦେବ ଧାନ ହେ ॥
ଅନ୍ୟ ସ୍ଥଳେ ରୋପିଲେ ଦେବ ବହୁ ଖତଘୋଡ଼ାଲଣ୍ଡି ଦେଢ଼ଶ’ ମହଣ ପର୍ଯ୍ୟନ୍ତଅବା ଜଡ଼ା ପିଡ଼ିଆ ତିରିଶ ମହଣଘୋଡ଼ାଲଣ୍ଡି ତ୍ରିଗୁଣେ ଗୋମୟକୁ ଗଣଏଥୁଁ ଏକ ଖତକୁ ଜମି ଏକ ମାଣେଦେଲେ ଆଳୁ ହୁଅଇ ସରସ ଅଧିକପରିମାଣେ ହେ ॥
କୋବିକୋବି ପହ୍ଲା ବୁଣିବ ଭାଦ୍ରବ ଆଶ୍ୱିନେଅର୍ଦ୍ଧହସ୍ତ ଗଭୀର ବାକସେ ବା ଟିନେଭଲ ମାଟି ସହିତ ଖତ ଗୁଣ୍ଡ କରିଯତନରେ ଉଶ୍ୱାସେ ଆଗେ ତହିଁ ଭରିବୁଣିଦେବ ବିହନ ଚଉକ ଅନ୍ତରେବୁଣିଦେବ ବିହନ ଚଉକ ଅନ୍ତରେଢାଙ୍କିଦେବ ମୃତ୍ତିକା ପତର ଖତରେରଖିବ ତା’ ପୂରବ ଦିଗ ବାରଣ୍ଡାରେଅଙ୍କୁରିଲେ ଅଙ୍କୁର ପାଉଁଶ ଛିଞ୍ଚାଡ଼ିଦେବ ବାରେ ହେ ॥
ଯଦି ତହିଁ ଦେଖିବ ଗଜା ରସ ଲାଗିଲାଲ ଚାଣ୍ଟି ଅଥବା ପୋକ ଥିବ ଲାଗିପୁଣି ଦେଲେ ତହିଁରେ ପାଉଁଶ ଛିଞ୍ଚାଡ଼ିଚାଣ୍ଟି ପୋକ ତହିଁରୁ ପଳାଇବେ ଛାଡ଼ିଶୁଖିଗଲେ ମୃତ୍ତିକା ଦେଉଥିବ ଜଳଦୁଇ ତିନି ଦିବସ ଅନ୍ତରେ ସେ ଜଳଦେବା ଭଲ ହେ ॥
କୋବି-ଖେତ ଚଷିବ ଆଳୁ-ଖେତ ପରିଖତ ମଧ୍ୟ ସେରୂପେ ଦେଇଥିବ ଭରିଫୁଲକୋବି ଯେପରି ସେହିପରି ବନ୍ଧାଏକ ହସ୍ତ ଅନ୍ତରେ ଲଗାଇବ ମନ୍ଦାରୋପିଦେବ ମନ୍ଦାକୁ କରି ଧାଡ଼ି ଧାଡ଼ିଧାଡ଼ି ତଳ ନାଳରେ ସମୟେ ଜଳହିଁଯିବ ମାଡ଼ି ହେ ॥
ବର୍ଷୁଥିବ ଅଳପ, ଅଥବା ବାଦଲ-କାଳ ଦେଖି ରୋପିବ ସେ ପହ୍ଲାସକଳଖରା ଯଦି କରିବ ରୋପଣର ପରେଢାଙ୍କିଦେବ ସାରୁ ବା କଦଳୀପତରେସାତ ଦିନ ଖରାରେ ହେବ ଆଚ୍ଛାଦନକରୁଥିବେ ରାତ୍ରରେ ଶୀତଳ ଶିଶିରଆସ୍ୱାଦନ ହେ ॥
ଆଳୁ ପରି କୋବିରେ ଜଳ ଦେଲେ ଚଳେମୂଳ ମାଟି ଭିଜିବ ନ ବୁଡ଼ିବ ଜଳେମୂଳ ମାଟି ଉପରିଭାଗ ଥିଲେ ଶୁଖିଜଳେ ଓଦା ହେଲେ ତା’ କୋବି ହୁଏ ସୁଖୀଜଳ ଦେଲା ଉତ୍ତାରେ ସାତ ଦିନେ ଥରେମାଟି ଦେଲେ ଉଶ୍ୱାସି କୋବିଏ ବଢ଼ନ୍ତିତରତରେ ହେ ॥
ଚଷି ଖେତେ ଯଦ୍ୟପି କର କୋବି ପହ୍ଲାଉଚ୍ଚ ହେବ ଚା’ ଖଣ୍ଡେ ଭୂମିଠାରୁ ତଳାବୁଣି ଦେଇ ଉପରେ ଢାଙ୍କିବ ଚାଞ୍ଚରଅଙ୍କୁରିଲେ ରାତିରେ ପଡ଼ିବ କାକରଛାଡ଼ିଦେଲେ ରଜନୀ ଦିନ ଦୁଇ ଘଡ଼ିବାକୀ ସାରା ଦିବସ ତହିଁରେ ଚାଞ୍ଚରଥିବ ପଡ଼ି ହେ ॥
ରଜନୀରେ ବରଷା ନ ପାରଇ ସହିବରଷିଲେ ଚାଞ୍ଚର ଢାଙ୍କିଦେବ ତହିଁଶୁଖିଗଲେ ମୃତ୍ତିକା ଦେବ ଯଦି ଜଳସେ ସମୟେ ଚାଞ୍ଚର ଉଠାଇ ଥୋଇବଅନ୍ୟ ସ୍ଥଳ ହେ ॥
ସୋରିଷ କି ମହୁଲ ଲିମ୍ବ ଅବା ଜଡ଼ାପିଡ଼ିଆକୁ ମଣନ୍ତି ପୋକମାନେ କଡ଼ାମୂଳରେ ସେ ପିଡ଼ିଆ ଦେଇଥିଲେ ଚୂରିପୋକମାନେ ପକାନ୍ତି ଗଛକୁ ନ କରିହୁରିଜୁରି ହେ ॥
ଜାଳିଦିଏ ପିଡ଼ିଆ ଗଛ ଥିଲେ ସାନଦେବ ଜାଣି ବଢ଼ିଲେ କୋବିଗଛମାନପିଡ଼ିଆର ଗୁଣ୍ଡରେ ମିଶିଥିବ ମାଟିପାଇ ତାର ସୁଆଦ ବଢ଼ନ୍ତି କୋବିଙ୍କିଦେଲେ ବାଣ୍ଟି ହେ ॥
ବନ୍ଧା ଓଳ ଲୋଡ଼ନ୍ତି କାଦ ମାଟି ଖାଲିଫୁଲକୋବି ଲୋଡ଼ଇ ଯହିଁ ମିଶା ବାଲିବାଲିମାଟି ପକାଇଲେ ହୋଇ ପରଫୁଲ୍ଲହୃଷ୍ଟପୁଷ୍ଟ ହୋଇଣ ବିକଶେ ସୁମିଷ୍ଟସ୍ଥୂଳ ଫୁଲ ହେ ॥
ଫାଲଗୁନ ମାସରେ ଦୁଇ ଫୁଟ ପ୍ରସ୍ଥଦୁଇ ଫୁଟ ଗଭୀର ଖୋଳିଦେଇ ଗର୍ତ୍ତତଳ ଜମି ଉଶ୍ୱାସି ରଖି ଜଳନାଳୀକୋବି ଯଦି ରୋପିବ କରି ଦୁଇ ଧାଡ଼ିପୁଣି ଥରେ ଲାଗିବ ଯଦି କୋବି ଚାଷେସୁଖେ କରି ବ୍ୟଞ୍ଜନ ଖାଇବ ବୈଶାଖଜ୍ୟେଷ୍ଠ ମାସେ ହେ ॥
ପଟୋଳଯେଉଁ ଖେତେ ପଡ଼ଇ ବଢ଼ିଜଳ ପଟୁସେହି ଭୂମି ପଟୋଳ ଉତ୍ପାଦନ ପଟୁତାହା ବିନା ବାଲିଆ ଖେତେ ଦେଇ ସାରଚଷିଦେବ ଉତ୍ତମ ଚାରି ପାଞ୍ଚ ବାରକାର୍ତ୍ତିକରେ ତହିଁରେ ଚାରି ଚାରି ହାତଛାଡ଼ିଦେଇ ଖୋଳିବ ଏକ ଏକ ଗାତଗାତମାନ ରଖିବ କରି ଧାଡ଼ି ଧାଡ଼ିଗାତଗର୍ଭେ ପଟୋଳ ବିହନ ଦ୍ୱିଖଣ୍ଡିଦେବ ଗାଡ଼ି ହେ ॥
ପରିପକ୍ୱ ଲତାର ଗଣ୍ଠିଭାଗ ଚାହିଁଖଣ୍ଡ ଖଣ୍ଡ ବିହନ ଆଣିବଟି ତହିଁଚାରି ଚାରି ଆଙ୍ଗୁଳେ ହେବ ଏକ ଖଣ୍ଡତାକୁ ଆଣି ରୋପିବ ସେ ଗଛ କଦାପିନୁହେ ପଣ୍ଡ ହେ ॥
ଫଳବନ୍ତ ଲତାରୁ ମିଳେ ବହୁ ଫଳଅଫଳନ୍ତା ଅଳ୍ପ ରଖିଥିବା ଭଲଦୁହେଁ ବହି ରହିବେ ସ୍ତ୍ରୀ-ପୁରୁଷ ଭାବଏକା ସ୍ତିରୀ ଲତିକା ରହିଲେ ନ ହୁଏଭଲ ଲାଭ ହେ ॥
ରୋପି ଗାତ ଭିତରେ କୁଟା ଦେବ ଭରିତହିଁ ଗାତ ଉଷୁମ ରହିବ ଯେପରିସିଞ୍ଚିଦେଲେ ସଲିଳ ଦ୍ୱିଦିନ ଉତ୍ତାରେଉଠିଯିବ ଅଙ୍କୁର ନିଶ୍ଚୟ ଭିତରେସେ ଲତାରେ ହେ ॥
ମାର୍ଗଶିରେ ଦେଖିବ କ୍ଷେତ୍ର ଲତାମୟପୂରିଯିବ ଆନନ୍ଦେ କୃଷକ ହୃଦୟସେତେବେଳେ ଭୂମିକି କୋଦାଳିରେ ଖୋଳିଧାଡ଼ି ଧାଡ଼ି ଚା’ଖଣ୍ଡେ ହୁଡ଼ା ଦେବ ତୋଳିତାହାପରେ ଫଗୁଣେ ଜଳ ଦେଲେ ଥରେଫଳ ଦେବେ ସେ ଲତାସକଳ ପାଇବଚଇତରେ ହେ ॥
ନ ଲୋଡ଼ଇ ପଟୋଳ ଅତିଶୟ ଜଳଯଦି ହେବ ନାହିଁ ତା’ ଜୀବନ ବିକଳଫଳ ଦେବ ପ୍ରତ୍ୟହ ପୂର୍ଣ୍ଣ ସାତ ମାସନେଇପାରେ ସ୍ୱଚ୍ଛନ୍ଦେ ଚଳାଇ କୃଷକଗ୍ରାସ ବାସ ହେ ॥
ଆଶ୍ୱିନରେ ଯଦ୍ୟପି ଚଷି କେତେ ଥରତୃଣ ଗୁଳ୍ବସକଳ କରିବ ଅନ୍ତରପୂର୍ବପରି ତାହାର ବାନ୍ଧିଦେବ ହୁଡ଼ାପୁଣି ଦେବ ଅଙ୍କୁର ମୂଳ ନୋହି ବୁଢ଼ାବୃଦ୍ଧି ଲଭି କ୍ରମଶଃ ବିକଶିତ ବଲ୍ଲୀଫଳ ଦେବ ପ୍ରଚୁର ପଟୋଳ ପ୍ରଥମବର୍ଷ ଭଳି ହେ ॥
ପଟୁ ଯଦି ନ ପଡ଼େ ଦ୍ୱିତୀୟ ବରଷପଟୋଳକୁ ସେ ଭୂମି ନ ହୁଏ ସରସତହିଁ ପାଇଁ ତହିଁରେ ବୁଣିଦେଲେ ଖାରବଢ଼ି ଲତା ପଟୋଳ ସୁଫଳ ଫଳଇଭାର ଭାର ହେ ॥
କଦଳୀଲମ୍ବ ପ୍ରସ୍ଥ ଗଭୀର ଦୁଇ ଦୁଇ ହାତକୁଟା ଦେବ ଜଳାଇ ଆଗେ ଖୋଳି ଗାତଆଠ ହାତ ଅନ୍ତରେ ରୋପିଲେ କଦଳୀଗଛ ବଢ଼ି ସତ୍ୱର ବେଗେ ଥାଏ ଫଳିକଲେ ଜ୍ୟେଷ୍ଠ ଶେଷ ବା ଆଷାଢ଼େ ରୋପଣପତ୍ର ମେଲି ଉଠଇ ଲଭି ବରଷଣପୁଣି ତାହା ମୂଳରୁ ଗଜାମାନ ଉଠିକେଣ୍ଡା କେଣ୍ଡା ସୁଫଳ ଦେବାରେ କରନ୍ତିନାହିଁ ତ୍ରୁଟି ହେ ॥
ଅଦା ଅବା ହଳଦୀ ଗଛଛାୟା ତଳେଲଗାଇଲେ ଫସଲ ହୋଇଥାଏ ଭଲେଏକ ଖେତେ ହଳଦୀ ଅଦା ଆଉ ରମ୍ଭାସାନ ବଡ଼ ମିଶ୍ରଣେ କରିଥିବେ ସଭାନ କରିବ କାହାରି କେହି ଅପକାରବାଣ୍ଟି ଖାଉଥିବେ ସେ ସଲିଳ ପାଇବେଯେତେ ବାର ହେ ॥
ଯେତେ ଗଛେ ପାରିବ ସଲିଳ ଯୋଗାଇତେତେ ଗଛ କଦଳୀ ଦେବଟି ଲଗାଇକଦଳୀର ନିକଟେ ଯୁଈ ଜାଈ ମଲ୍ଲୀଆଉ କିଛି ସୁରଭି କୁସୁମର ବଲ୍ଲୀରୋପିଦେଲେ ଏକେ ତ ପାଇବ ସୁବାସଫୁଲ ମୂଲ୍ୟ ଲାଭରେ ନ ହେବ ନିରାଶଫୁଲ ଗଛ ଯଦ୍ୟପି ଥରେ ଥିବ ଲାଗିବହୁଦିନ ଥାଇ ସେ କରିବ ତୁମ୍ଭଙ୍କୁସଉଭାଗୀ ହେ ॥
ଲତା ଫଳଜହ୍ନି ଫୁଟିକାକୁଡ଼ି କଲରା କାଙ୍କଡ଼ବୈଶାଖରେ ବୁଣିଲେ ଲତା ହୋଇ ବଡ଼ଆଗ ହୋଇ ପ୍ରସବିଥାନ୍ତି ବହୁ ଫଳଖରାଯାଏ ଯତନେ ଯୋଗାଇପାରିବଯଦି ଜଳ ହେ ॥
ଲତା ଲୋଡ଼େ ଆଶ୍ରୟ କବିତା ପରାଏଯାହା ପାଏ ନିକଟେ ତାକୁ ଧରିଥାଏଲତା ବଢ଼ି ଉଠିବ ଧରି ଯା’ର ଅଙ୍ଗପୋତିଥିବ ନିକଟେ ଯେମନ୍ତେ ପାଇବତାର ସଙ୍ଗ ହେ ॥
ଲାଉ ପାଣିକଖାରୁ କଖାରୁ ଏମାନବଡ଼ ଫଳ ଦିଅନ୍ତି ବ୍ୟାପି ବହୁ ସ୍ଥାନଗୃହ ଛାଦ ପାଇଲେ ନ ପାରନ୍ତି ଛାଡ଼ିପାଇଗଲେ ପ୍ରଶସ୍ତ ମଣ୍ଡୁଆ ପ୍ରସରିଯା’ନ୍ତି ମାଡ଼ି ହେ ॥
ଧନିଆ ଆଡ଼ିଜିରା ଆଉ ଧନିଆ କର କି ନ ଚାଷତହିଁ କିଛି ଅଧିକ ନ ଲାଗେ ଆୟାସକରିଥିବ ତାହାଙ୍କ ପଡ଼ୋଶୀ ଜୁଆଣିବୁଣିଦେଲେ ଅଧିକ ନ ମାଗନ୍ତି ପାଣିଆଗ ଯୁଗ ସରସ କରିବେ ବ୍ୟଞ୍ଜନକରିଦେବ ଶେଷଟି ଅଜୀର୍ଣ୍ଣ ବିକାରବିଭଞ୍ଜନ ହେ ॥
ମୁଗଭାଦ୍ର ଆଦ୍ୟେ ଆଟକୁ ଚଷିଦେବ ଥରେମରିଯିବ ଯେ ଗଛ ଥିବ ସେ ଆଟରେଭାଦ୍ର ପ୍ରାନ୍ତେ ପୁନଶ୍ଚ ତିନି ଚାରି ମାସଚଷି ମୁଗ ବୁଣିଲେ କୃଷକ ସୁଫଳେଥିବ ଆଶ ହେ ॥
ଢାଙ୍କିଦେବ ବିହନ ଚଷି ପୁଣି ଥରେଚଳାଇବ କପର ତହିଁର ଉପରେସାତ ଆଠ ହାତରେ ଲଙ୍ଗଳର ଗାରଦେବ ତହିଁ ତଳକୁ ନିଃସରି ପଡ଼ିବବୃଷ୍ଟିଧାର ହେ ॥
ବୁଣାବେଳେ ମୃତ୍ତିକା ଥିବ ଜଳହୀନନ ବର୍ଷିବ ତା’ ପରେ ତିନି ଚାରି ଦିନଗଛ ହେବ ଚାରି ଛ’ ଆଙ୍ଗୁଳ ଅନ୍ତରେନିଶ୍ଚେ ମୁଗ ପୁଡ଼ୁଗ ବାନ୍ଧିବ କୃଷକସେ ବତ୍ସରେ ହେ ॥
ଆଠ ଦଶ ଦିବସ ଅନ୍ତରେ ବରଷାହେଉଥିଲେ ମୁଗରେ ରଖିବ ଭରସାଅତି ବରଷଣ କି ଅତି ବରଧନହେଲେ ଗଛ କରଇ ଫଳର ଆଶାକୁମରଦନ ହେ ॥
ଦୁଇ ତିନି ବରଷ ଉତ୍ତାରେ କାକରଖାଇ ଗଛ ହୁଅଇ ଫଳଇ ଆକରଫଳସବୁ ଶୁଖିଲେ ଗଛକୁ କଢ଼ାଇଶୁଖାଇଣ ଖରାରେ ଖଳାରେ ମଡ଼ାଇଦେଲେ ଡାଳ ପତର ଭାଙ୍ଗିବ ସକଳସବୁ କଲେ ଅନ୍ତର ତଳରେ ରହିବମାତ୍ର ଫଳ ହେ ॥
ବ୍ରୀହି ଆଦିମୁଗବୁଣା ନିୟମେ କିଛି ଦିନ ଆଗକହିଥାନ୍ତି କୃଷକେ ବ୍ରୀହି ବୁଣା ପାଗବ୍ରୀହି ସଙ୍ଗେ କୋଳଥ ବୁଣିଥିବ ରାଶିଦେଖିଥିବ ଯେମନ୍ତେ ବରଷା ପାରିବନାହିଁ ଗ୍ରାସି ହେ ॥
ମୁଗ ସମେ ସୋରିଷ ଚଷା ଭାଇ ବୁଣଫୁଲେ ନେତ୍ର ତୋଷିବ ଫଳି ବହୁ ଗୁଣଜଡ଼ା ବୋଲେ ସୋରିଷ ସଙ୍ଗେ ଜନମିବିବଡ଼ ହୋଇ ଫଳିବି ତାଠାରୁ ହୋଇଣଦୀର୍ଘଜୀବୀ ହେ ॥
ଗହମବର୍ଷା ଶେଷ କରିବ ଗହମର ଚାଷକୂପଜଳ ଉପରେ ତା’ ଜୀବନ ଆଶଫଳିଥାଏ ଗହମ ଧାନଠାରୁ ବଳିହେଲେ ଧାନ ମରୁଡ଼ି ଗହମ ଖାଦ୍ୟରେଯିବ ଚଳି ହେ ॥
ବାଲିମିଶା ଭୂମିକି ଚଷି ବାରମ୍ବାରବାଟ ଥିବ ଲାଗିବାପାଇଁ ଜଳଧାରଦିନ ଦଶ ପନ୍ଦରେ ଦେଉଥିଲେ ଜଳତିନି ଚାରି ମାସରେ ଗହମ ପ୍ରଚୁରଦେବ ଫଳ ହେ ॥
ଭଲ ଖାଦ୍ୟ ହୁଅଇ ଗହମ ଅଟାରେଚାଉଳର ଚୂନାକୁ ବଳେ ସେ ମିଠାରେରୁଟି କରି ଖାଇଲେ କି ଧନୀ ଗରିବଦୁର୍ଭିକ୍ଷର କବଳୁ ନିଶ୍ଚୟ ତରିବପୁରି ଲୁଚି ହାଲୁଆ ମୋହନଭୋଗରେବାବୁମାନେ ଚଳିବେ ନବାତ ଘିଅରସଂଯୋଗରେ ହେ ॥
ସାରୁ ଆଦିସାରୁ ଅଦା ହଳଦୀ ପାଳୁଅ ବିହନଭୂମି ଚଷି ଆଷାଢ଼େ ରୋପିବ ବହନଅନୁମାନି ରଖିବ ତାହାଙ୍କ ଅନ୍ତରଘଞ୍ଚ ଯେହ୍ନେ ନ ହେବ କନ୍ଦା କି ପତରଗଛମାନ ଯେମନ୍ତ ହେବ ଧାଡ଼ି ଧାଡ଼ିଜଳ ମଧ୍ୟ ମୂଳରେ ନ ବସିବ ମାଡ଼ିମାଟି ଖୋଳି ଚଢ଼ାଇ ଦେଇଥିବ ମୂଳେଘାସ କାଢ଼ି ଫୋପାଡ଼ି ଦେଉଥିବ ଦୂରେତିନି ମାସ ଉତ୍ତାରେ ପାଚିଲେ ପତରଖୋଳିନେଲେ କୃଷକ ତା’ ମୂଳ ପାଇବବହୁତର ହେ ॥
ବରଗୁଡ଼ି ଝୁନୁଙ୍ଗା ବରଷାର ଆଦ୍ୟେଜନ୍ମ ଲଭି ଫଳର ବର୍ଷା ଶେଷ ପାଦେମଧ୍ୟେ ତାକୁ ବିହୁଡ଼ି ଘାସ କଲେ ଦୂରଲମ୍ବି ଶାଖା ପ୍ରଶାଖା ଫଳଇ ପ୍ରଚୁରସାନ ବଡ଼ ହୋଇ ସେ ଦୁହେଁ ଦୁଇ ଜାତିକିନ୍ତୁ ସମ ସମୟେ ସମାନ ମାଟିରେହୋଇଥାନ୍ତି ହେ ॥
ଶ୍ରାବଣରେ ଗୁଆର-ଶିମ୍ବ ଥିଲେ ଲାଗିରସନାରେ କୁମାର ପୂର୍ଣ୍ଣିମାକୁ ଲାଗିକରିଥାଏ ମୁଖର ତୋଷ ସମ୍ପାଦନହରିଥାଏ ଉଦରଜ୍ୱାଳାହିଁ ସଙ୍ଗରେଘେନି ଅନ୍ନ ହେ ॥
କାଉଁରିଆକାଉଁରିଆ ଚାଷରେ ଅଛି ବହୁ ଲାଭପଟ ତାର ଘୁଞ୍ଚାଏ ଅନେକ ଅଭାବଉଚ୍ଚ ଆଉ ପଥରମୟ ଯେଉଁ ସ୍ଥାନଭଲରୂପେ ବଢ଼ଇ ତାହା ଗଛମାନଏକ ଏକ ଏକରେ ବାର ତେର ସେରମଞ୍ଜି ଦେଲେ ପ୍ରଫୁଲ୍ଲେ ବଢ଼ଇ ପ୍ରସାରିତଳେ ଚେର ହେ ॥
ବଇଶାଖ ଜ୍ୟେଷ୍ଠରେ ଭୂମି ଚଷି ଭଲମଞ୍ଜି ବୁଣି ତହିଁରେ ଦେଉଥିବ ଜଳବରଷାର କାଳକୁ ଅର୍ଦ୍ଧହସ୍ତ ସମଗଛ ଥିଲେ ବୃଷ୍ଟିରେ ବଢ଼ଇ ଉତ୍ତମଯେତେବେଳେ ସୁନ୍ଦର ଦିଶିବ ସେ ଫୁଲେଜଳେ ଦେବ ବୁଡ଼ାଇ କାଚିଣ ଗଛରଚୂଳେ ମୂଳେ ହେ ॥
ସାତ ଆଠ ଦିବସେ ସଢ଼ିଗଲେ ଜଳେପାଟମାନ କାଢ଼ିବ ଧରିଆଣି ସ୍ଥଳେଗୋଛା ଗୋଛା କରି ତା’ ଜଳେ ଧୋଇ ଧୋଇଶୁଖାଇବ ତପନ-କିରଣରେ ଥୋଇଶୁଖି ହେବ କୋମଳ ଉଜ୍ଜ୍ୱଳ ଧବଳସିକା, ଜୁତା, ଦଉରା, ବୁନ୍ଧୁଆ ଯା’ କରହେବ ଭଲ ହେ ॥
ବିଡ଼ା ବିଡ଼ା ବାନ୍ଧି ଯା’ କରିବ ବିକ୍ରୟମୂଲ୍ୟ ତାର ବହୁତ ମିଳିବ ନିଶ୍ଚୟପଟ ବିକି ସମୟେ ପିନ୍ଧିପାର ପାଟପାଟ ହେଲେ ମନରେ ବଢ଼ଇ ଉଚ୍ଚାଟଚଷା ଭାଇ ପାଟକୁ ନ କରିବ ମନକପା ଧୋତି, ବରଖୀ କିଣିବ ସ୍ୱଦେଶୀସୁବସନ ହେ ॥
କିଛି ଗଛ ତହିଁରୁ ରଖିବ ବିହନଫୁଲ ବେଳେ ତାକୁ ନ କାଟିବ ବହନଫଳ ହୋଇ ସକଳ ଯିବ ଯେବେ ପାଟିମୂଳ କାଟି ରଖିବ ମଞ୍ଜି ବାଛି ବାଛିମୂଳ କାଟି ପଟକୁ କରିବ ଅନ୍ତରସଢ଼ାଇଣ ତା’ ଗଛ ଦିବସ ପନ୍ଦରକି ସତର ହେ ॥
ଛଣଛଣ ଦିଏ ଯେପରି ସରୁ ସରୁ ପଟଚାଷେ ମଧ୍ୟ ତାହାର ବେଶି ନାହିଁ କଷ୍ଟକାଉଁରିଆ ଅପେକ୍ଷା ବେଶି ତାର ମୂଲ୍ୟକୁସଂସ୍କାର ତାହାର ଅଛି ପ୍ରତିକୂଳନ କରନ୍ତି ସେ ଚାଷ ଲୋକେ ନୀଚ ମଣିଯେ କରିଛି ସହଜେ ସୁନ୍ଦର ଆଣୁଛିଟଙ୍କା ଗଣି ହେ ॥
କପାସବୁ ଚାଷ ସମାନ ଏକା କପା ଚାଷକପା ବିନା ଲୋକଙ୍କୁ ନ ମିଳଇ ବାସଖାଦ୍ୟ ବିନା ମାନବ ଦୁଇ ଚାରି ଦିନବଞ୍ଚିପାରେ, ନ ପାରେ ମୁହୂର୍ତ୍ତେ ହୋଇସେ ବାସହୀନ ହେ ॥
ଭାରତକୁ କାର୍ପାସ ପଳାଇଛି ଛାଡ଼ିନ ପାରିଲା ଦେଇ ସେ ବିଦେଶକୁ ଧାଡ଼ିକପାଚାଷ ସ୍ୱଦେଶେ ନ ପାରିଲେ କରିଭାବି ଦେଖ ଭାଇ ହେ ସମୟେ ହେବ ତପଶୁ ସରି ହେ ॥
ହୁଏ ଯଦି ‘‘ଈଶ୍ୱର ନ କରନ୍ତୁ ତାହା’’ଜର୍ମାନୀର ଉତ୍ପାତେ ଘଟିଅଛି ଯାହାତହୁଁ ବଳି ଆସିବ ଭୀଷଣ ବିପଦବିଦେଶର ଜାହାଜ ହୋଇଯିବ ବନ୍ଦମିଳିବ କି ଭାରତନିବାସୀଙ୍କି ବାସକେତେ ଦିନ ବଞ୍ଚିବ ଅନ୍ଧାର କୋଣରେକରି ବାସ ହେ ॥
ପିନ୍ଧି କି ହେ ପାରିବ ପଶୁଙ୍କ ଚରମଅବା ନେବ କି କୁମ୍ଭ-ପଟିଆ ଧରମବସିଥିଲେ କି ହେବ ଟଙ୍କାମୁଣା ଧରିଅବା ନୋଟ କାଗଜେ ବେଗ୍ମାନ ଭରିକରି ଯଦି ନ ପାର କପା ଉପାର୍ଜନକରିଥାଅ ଆଗହୁଁ ସଭ୍ୟତା ଭବ୍ୟତାବିସର୍ଜନ ହେ ॥
ବସିଥିଲେ ବାବୁଏ ମଉଜେ ଆରାମେକପା ଦେଖା ନ ଦେବ କୃଷକଙ୍କ ଗ୍ରାମେଦେଶୀ କପା କୃଷିରେ ବେଶି ନାହିଁ ଲାଭତହିଁ ପୁଣି ତା’ ଭଳି ଭୂମିର ଅଭାବବିଦେଶୀୟ କପାରେ ସରଜି ସଙ୍କରଭଲ ଭଲ କପାର ଉନ୍ନତି ସାଧନବେଗେ କର ହେ ॥
ଦେଶୀ କପା ମଧ୍ୟରେ ସବୁଠାରୁ ଭଲଦେବ କପା ସ୍ୱନାମ କରିଛି ସଫଳତା’ ତୂଳାର ସୂତା ହିଁ କୋମଳ ସରସଗଛ ବଞ୍ଚେ ଦଶରୁ ପନ୍ଦର ବରଷତାକୁ ଯଦି ଲଗାଇ ଦେଇପାର ଥରେଯତନରେ ରଖିଲେ ସୁଫଳ ଲଭିବନିଶ୍ଚିନ୍ତରେ ହେ ॥
ଚାରିମାସ ଆଗରୁ ଭୂମି ବାରମ୍ବାରଚଷିଥିଲେ ମାଟିହିଁ ହୋଇଥାଏ ସାରଖତ ଯଦି ଦେବ ସେ ଲୋଡ଼ିଥାଏ ଖାରସଢ଼ା ଘାସେ ବଳ ତ ବଢ଼ିଥାଏ ତାରପହ୍ଲା ଥିବ ଲଗାଇ ବଇଶାଖ ମାସେଚାରି ଚାରି ହାତରେ ରୋପିବ ବରଷାକାଳ ପାଶେ ହେ ॥
ଚୂନ ହାଡ଼ଗୁଣ୍ଡ କି ହାଡ଼ର ଉଷମଖତ ହୁଏ କପାର ନିମନ୍ତେ ଉତ୍ତମଯେ ଭୂମିରେ ଅଧିକ ଭାଗ ଥାଏ ଚୂନହୋଇଯାଏ ଅଧିକ ସରସ ସେ ଖେତେଦେଲେ ଲୁଣ ହେ ॥
କର ଯଦି ଅନୁଚ୍ଚ ସାନ କପା ଚାଷଚଷିଥିବ ଭୂମିକି ତିନି ଚାରି କାସବୁଣିଦେବ ମଞ୍ଜିକି ଦେଢ଼ ଦେଢ଼ ହାତେଧାଡ଼ି ଧାଡ଼ି ସଳଖେ ତିନି ଇଞ୍ଚ ଗାତେଜ୍ୟେଷ୍ଠ ମାସ ଶେଷରେ ବରଷାର ଆଗେଜଳ ରହି ନ ଦେବ କାର୍ପାସ ଖେତରେଗଛଲାଗେ ହେ ॥
ଖାଲି ରଖି ନ ଦେବ ଦେବ କପାତଳମୁଗଫଳୀ ତହିଁରେ ହୋଇଥାଏ ଭଲଭୂମି ହୁଏ ସରସ ମରି ସଢ଼େ ଘାସଲାଭ ଦେବ ଗୋଟିଏ ଖେତେ ଦୁଇ ଚାଷଆଦ୍ୟ ଦୁଇ ବରଷ ହୋଇଗଲେ ଗତତୃତୀୟରେ ଲାଗିବ ପଡ଼ିଆ ଗୋବରସଢ଼ା ଖତ ହେ ॥
ସବୁଠାରୁ ‘ସି-ଆଇଲାଣ୍ଡ’ କପା ଭଲକର ତାକୁ ସ୍ୱଦେଶୀ ରଚି କଉଶଳଦେବ କପା ସଙ୍ଗରେ ପାରିଲେ ମିଶାଇଦୁହେଁ ଦେବେ ସୁଫଳ ସ୍ୱକୀୟ ସୁଗୁଣଅନୁଯାୟୀ ହେ ॥
ଯେତେବେଳେ ଗଛରେ ଉପୁଜିବ ଫୁଲକାଟିଦେବ ତାହାର ପୁଂକେଶରମୂଳହେଲେ ଅନ୍ୟ ଗଛରେ ପୁଷ୍ପ ବିକଶିତପୁଂକେଶର ପରାଗ ମହୁରେ ମିଶ୍ରିତକରିଦେବ ଅନ୍ୟର ଗରଭକେଶରେକରିଥିବ ବିନାଶ ଯାହାର ଫଳକୁପ୍ରଥମରେ ହେ ॥
ଏହି ସୂତ୍ରେ ଘେନି ସେ ପରସ୍ପର ଗୁଣଭଲ ଫଳ ପ୍ରଦାନେ ହୁଅନ୍ତି ନିପୁଣଚାରି ପାଞ୍ଚ ବରଷ ବାଛି ତାର ମଞ୍ଜିଚାଷ କଲେ ନିକୃଷ୍ଟ କପାରେ ନ ହେବଆଉ ଗଞ୍ଜି ହେ ॥
ପାନପୂରିଲାଣି ଏ ଦେଶ ପର୍ଣ୍ଣସେବୀ ଲୋକେଶୁଭ୍ରଦନ୍ତ କେବଳ ରହିଛନ୍ତି ଥୋକେଚଷାଘରୁ ଆରମ୍ଭି ରାଜ-ଦରବାରସବୁଠାରେ ରହିଛି ପୂର୍ଣ୍ଣ ଅଧିକାରଗେଙ୍ଗୁଟିର ପାଉଁଶ ସୁବର୍ଣ୍ଣର ଚୂର୍ଣ୍ଣକରୁଛନ୍ତି ସାଦରେ ପର୍ଣ୍ଣର ପବିତ୍ରତନୁ ପୂର୍ଣ୍ଣ ହେ ॥
ରମ୍ଭାପତ୍ର ଆରମ୍ଭି ସୁବର୍ଣ୍ଣ ବାସନନାନାକାରେ ହୁଅନ୍ତି ପର୍ଣ୍ଣର ଆସନପାନ ଧରି ହାଟକୁ ଚାଲଇ ହାଟୁଆକେହି ଜାକେ କାଖରେ ପାନର ବଟୁଆବାବୁମାନେ ଚାଲନ୍ତି ପାନ ଧରି ଯେବେଗଲେ ବନ୍ଧୁଘରକୁ ବାନ୍ଧବ ସମ୍ମାନେପାନ ଦେବେ ହେ ॥
ପାନ ପ୍ରତି ରହିଛି ସମସ୍ତଙ୍କ ଆଶକରୁଛନ୍ତି ଅଳପ ଲୋକ ତାର ଚାଷକର ଭାଇ ସତ୍ୱର ପାନର ବରଜଟଙ୍କା ତହିଁ ହଜାର ହଜାର ଅରଜକର ଯଦି ବରଜ ଭୂମି ଏକ ମାଣେଲାଭ ହେବ ବର୍ଷକେ ହଜାରୁ ଅଧିକପରିମାଣେ ହେ ॥
ଥରେ ଯଦି କରିବ ପାନର ବରଜବିଂଶ ବର୍ଷ ନ ହେବ ଲତାର ହରଜମଧ୍ୟେ ମଧ୍ୟେ ବରଜ କରି ମରାମତବରଷକୁ ବରଷ ଦେଉଥିବ ଖତସୁକୁମାରୀ ବଲ୍ଲରୀ ସହେ ନାହିଁ ଖରାଛାଇଥିବ ବରଜ ପା’ ତଳେ ଦିଶିବଯେହ୍ନେ ତରା ହେ ॥
ମାଟି ଥିବ ଦୋମିଶା ବରଣ କାଳିଆଅବା ବାଲି ମିଶ୍ରିତ ସରସ ନାଲିଆଜମି ରହୁ ନ ଥିବ ବରଷାର ଜଳଗ୍ରୀଷମରେ ସଜଳ କରୁଥିବ ତଳତହିଁ ପାଇଁ ନିକଟେ ଥିବ ଜଳାଧାରନାଗବଲ୍ଲୀ ସଲିଳବିହୀନେ ନ ସହେକାରାଗାର ହେ ॥
ଘାସ ଗୁଳ୍ବ ଭୂମିରୁ ଉପାଡ଼ି ସକଳଦହିଦେବ ଶୁଖିଲେ ଲଗାଇ ଅନଳଖୋଳିଦେଲେ ଭୂମିକି ଟେଳା ହେବ ରୁଣ୍ଡଭାଙ୍ଗି ଭାଙ୍ଗି ଟେଳାକୁ କରିଦେବ ଗୁଣ୍ଡଏ ମୁଣ୍ଡରୁ ସେ ମୁଣ୍ଡ ହେବ ସମତଳବହିଯିବ ଯେମନ୍ତେ ତହିଁରେ ଲଗାଇଦେଲେ ଜଳ ହେ ॥
ସାତ ହସ୍ତ ବାଉଁଶ ଛଅ ଛଅ ହାତେପୋତି ଠିଆ କରିବ ଦୁଇ ହାତ ଗାତେଚଉଦିଗେ ଉପରେ ଦେବ ଖଡ଼ ତାଟିଅବା ଦେବ ସଜାଇ ଧଣ୍ଡିଚାର କାଠିଚିରି ଚିରି ବାଉଁଶ କରି ଖାଡ଼ି ଖାଡ଼ିଗାଡ଼ିଦେବ ହାତକେ ହାତକ ଦ୍ୱିହସ୍ତେଧାଡ଼ି ଧାଡ଼ି ହେ ॥
ପାଞ୍ଚ ପାଞ୍ଚ ଗଣ୍ଠିରେ ପାନ ଲତା କାଟିତିନି ତିନି ଗଣ୍ଠିରେ ଢାଙ୍କିଦେବ ମାଟିଢାଙ୍କିଦେବ ତାହାକୁ ଖଜୁର ପତରେଶୁଷ୍କ ଥିଲେ ସଲିଳ ସିଞ୍ଚିଦେବ ଥରେଲତାମାନ କ୍ରମଶଃ ହେଲେ ଅଙ୍କୁରିତଢାଙ୍କିଥିବା ଖଜୁର ପତର କରିବଅନ୍ତରିତ ହେ ॥
କ୍ରମେ କ୍ରମେ ଅଙ୍କୁର ଯାଉଥିବ ବଢ଼ିବାଉଁଶର ଖାଡ଼ିକି ଯାଉଥିବ ଚଢ଼ିଖଣ୍ଡ ଖଣ୍ଡ ପନାସି ତୃଣେ ହୋଇ ବନ୍ଦୀଉଠୁଥିବ ଉର୍ଦ୍ଧ୍ୱକୁ ଖାଡ଼ି ଖାଡ଼ି ଛନ୍ଦିଯେତେବେଳେ ଛୁଇଁବ ଉପର ଛାଉଣିଦେବ ତାକୁ ନୁଆଇଁ ତଳକୁ ଛୁଇଁବାଯାଏପୁଣି ହେ ॥
ତଳ ଛୁଇଁ ପୁନଶ୍ଚ ଉଠିବ ସେ ଚୂଳେମାଟି ମନ୍ଦା ଚଢ଼ାଇ ଦେବ ଅନ୍ୟ ମୂଳେପାଚିଗଲେ ସେ ଅନ୍ୟ ମୂଳର ପତରତିନି ଅବା ଚାରୋଟି କରିବ ଅନ୍ତରବାରମ୍ବାର ହୁଏ ତା ଉତ୍ଥାନ ପତନଶାଖାମାନ ବିହନ ହୁଅନ୍ତି କରିଲେକରତନ ହେ ॥
ପୁଷ୍କରିଣୀ ଯେ କାଳେ ଯାଇଥାଏ ଫାଟିଆଣିଥିବ ତହିଁରୁ ଶୁଖା ପଙ୍କ ମାଟିଇଟା ଆଉ ଗେଙ୍ଗୁଟି କରିଥିବ ଗୁଣ୍ଡସୋରିଷର ପିଡ଼ିଆ ତହିଁ କରି ରୁଣ୍ଡତଳେ ପଡ଼ି ଉଠିବା ସମୟରେ ଲତାସେହି ଖତ ପାଇଲେ ବଢ଼ଇ ସମ୍ପାଦିକୁଶଳତା ହେ ॥
ଯେତେବେଳେ ଖରାରେ ଶୁଖିଯିବ ତଳମୂଳେ ମୂଳେ ଢାଳିବ କଳସୀରେ ଜଳମୂଳ ଉଚ୍ଚ ଅଙ୍ଗରେ ଯାଉଥିବ ପାଣିତଳେ ଜଳ ମଡ଼ାଇ ଦେଲେ ବି ନହୁଏକିଛି ହାନି ହେ ॥
ଧସା ରୋଗ ଅଥବା ପୋକ ହେଲେ ପାନେଘସି ଧୂଆଁ ପାଇଲେ ପଳାନ୍ତି ସେମାନେଘସି ନିଆଁ ଉପରେ ପାତ୍ରରେ ଗନ୍ଧକଦେଲେ ହୁଏ ରୋଗର ସେ ପ୍ରତିବନ୍ଧକକାର୍ତ୍ତିକରେ ଲଗାନ୍ତି ପାନର କଲମପାର ଯଦି ଶ୍ରାବଣେ ଲଗାଇ ତହିଁରୁସେ ଉତ୍ତମ ହେ ॥
ଦେଖ ଏକ ଏକର ଖେତେ ପାନଚାଷେଅର୍ଦ୍ଧକୋଟି ପତର ହେବ ବାର ମାସେହଜାରକୁ ଯଦ୍ୟପି ହେବ ପାଞ୍ଚ ଅଣାଏକ ଲକ୍ଷେ ଅନ୍ତତଃ ତ୍ରିଂଶ ଟଙ୍କା ଗଣାବିକିପାର ପଞ୍ଚାଶ ଲକ୍ଷ ଯେବେ ପାନଠନ୍ ଠନ୍ ହଜାରେ ପାଞ୍ଚଶ’ ଟଙ୍କାଟିଗଣି ଆଣ ହେ ॥
ଚାରି ଶତ ଖରଚ ଟଙ୍କା ଯେବେ ଧରତେବେ ଲାଭ ତୁମ୍ଭର ହଜାରୁ ଉପରଭଲ ପତ୍ର ଅଧିକ ମୂଲ୍ୟ ନାଗବଲ୍ଲୀହେଲେ ଲାଭ ତହିଁରୁ ନ ଯିବ କି ବଳିସ୍ଥାନ କାଳ ବିଚାରି କଲେ ପରିଶ୍ରମପୋଷି ପାଞ୍ଚ ନିଜର କୁଟୁମ୍ବ ପୋଷଣେହେବ କ୍ଷମ ହେ ॥
ଅତି ଖରା ‘କରା’ରେ ନାଶ ହୁଏ ପାନହୋଇପାର ଖରାର ପାଇଁ ସାବଧାନଉପାୟକୁ ତୁମ୍ଭର ‘‘କରା’’ ଗଲେ ବଳିନ ଭାଜିବ ଦଇବ ସର୍ବତ୍ର ସର୍ବଦାଅତି ବଳୀ ହେ ॥
ପାନ ହେଲେ ଅଳପ ବଢ଼ଇ ତା’ ମୂଳଲାଭ ଦିଏ ଦଇବ ହୋଇ ପ୍ରତିକୂଳଶୁଭମୟ ବିଧିର କର୍ମ ସମୁଦାୟଗାଳିଦିଏ ମାନବ ନ ବୁଝି ବିଧିରଅଭିପ୍ରାୟ ହେ ॥
ମୂଳା ଭାଜି ଅନେକ କୃଷି ଅଛି ରହିଗୋଟି ଗୋଟି କରି ତା’ କେତେ ହେବ କହିଫଳ ମୂଳ ସକଳ ଅବନୀରୁ ଜାତହେବ ମାତ୍ର ଲୋଡ଼ିଲେ କୃଷିବିଧି ଜ୍ଞାତକଲେ ତାହା ଯତନେ ହେବ ଉପାର୍ଜନନ ପଚାରି ନ କରି ରହିବା ଲୋକଟିଅଭାଜନ ହେ ॥
କରିଥିବ କୃଷକ ଗୋଟିଏ ଉଦ୍ୟାନରୋପିଥିବ ବିବିଧ ଫଳବୃକ୍ଷମାନରୋପିଥିବ ଅଥବା କରି ଇତସ୍ତତଃନିଜ ଖେତେ ଯେମନ୍ତ ଥିବ ସେ ସମସ୍ତବୃକ୍ଷମାନେ କରନ୍ତି ନାନା ଉପକାରଫଳ ତାଙ୍କ ଉଦର ଯନ୍ତ୍ରଣା ନାଶନେଉପଚାର ହେ ॥
ଆମ୍ବ ଲେମ୍ବୁ ପଣସ ବଢ଼ିଆଳ ବେଲରସାଞ୍ଜନ ମହୁଲ ମାୟା ନାରୀକେଳରୋପିଥିଲେ ଏ ଆଦି ପାଦପ ସକଳସମୟରେ ତୁମ୍ଭଙ୍କୁ ଦେଉଥିବେ ଫଳଫଳ ଖାଇ ଖୁଆଇ ଅରଜିବ ଧନଆଉ ମଧ୍ୟ କରିବ ଭୂମିର ସାରସ୍ୟସମ୍ପାଦନ ହେ ॥
ପତ୍ରମାନ ତାଙ୍କର କ୍ଷେତ୍ରେ ପଡ଼ି ପଡ଼ିଖତ ହେବ ବରଷା ସଲିଳରେ ସଢ଼ିଚେରସବୁ ଗଭୀର ତଳୁ ରସ ଟାଣିଯୋଗାଇବ ଉପର ମୃତ୍ତିକାକୁ ଆଣିଗ୍ରୀଷ୍ମବେଳେ ତଳକୁ କରିବେ ଶୀତଳଶୀତବେଳେ କାକର ନିବାରି ଭାଙ୍ଗିବେଶୀତବଳ ହେ ॥
ରୋପିଥିବ ପୂର୍ବରୁ ହୋଇ ସାବଧାନଅଙ୍ଗ ଅନୁରୂପରେ ଥିବ ବ୍ୟବଧାନକରିଥିବ ଏମନ୍ତ ଅଲଗ ଅଲଗନ ଲାଗିବ ଏକରେ ଆରେକର ଅଙ୍ଗବଢ଼ି ତାଙ୍କ ଶରୀର ହେବ ସୁବିଶାଳଉପରକୁ ଉଠିବେ ପ୍ରସାରି ଚୌଦିଗେଶାଖା ଡାଳ ହେ ॥
ଆଗେ ଭୂମି ପ୍ରଶସ୍ତ ଗଭୀର ଖନନକରି କୁଟା ପତର କରିବ ଦହନତହିଁ ରୋଗକୀଟାଣୁ ଲଭିବେ ମରଣତାହା ପରେ କରିବ ପାଦପ ରୋପଣଗାତେ ଥିଲେ ପକାଇ ଅସ୍ଥି କେତେ ଖଣ୍ଡଫଳ ହୁଏ ମଧୁରତର ଯେହ୍ନେ ଖଣ୍ଡଖତ ମାଟି ମିଶାଇ ଗାତେ ଦେଲେ ଭରିବୃକ୍ଷମାନେ ଉଠିବେ ଉଲ୍ଲାସେପଲ୍ଲବମାନ ଧରି ହେ ॥
ନ ପାରିବେ ପଶୁଏ କରି ଅହଙ୍ଗାନିକଣ୍ଟାବାଡ଼ ସେ ରୂପେ ଦେଇଥିବ ଜାଣିବୃକ୍ଷମାନେ କ୍ରମଶଃ ଉଠି ବିଷ୍ଣୁପଦେଯଥାକାଳେ ସୁଫଳ ଦେବେ ନିରାପଦେଫଳ ଭୋଗ କରିବ ନିଜେ ଆଜୀବନପରେ ଭୋଗ କରିବେ ସପୁତ୍ର ପଉତ୍ରପରିଜନ ହେ ॥
ବୃଥା ଛାଡ଼ି ନ ଦେବ ତରୁ ଛାୟାତଳତହିଁ ମଧ୍ୟ ହୁଅଇ ଉତ୍ତମ ଫସଲମୃଗଫଳୀ ପାଳୁଅ ପିପ୍ପଳି ହଳଦୀଛାୟାତଳେ ବଢ଼ନ୍ତି ପତ୍ରେ ପତ୍ର ଲଦିପୁଣି ଗୋଲମରିଚ ଲଭି ଛାୟା ତଳକରିଥାଏ ଜୀବନଧାରଣ ଉତ୍ତମଦିଏ ଫଳ ହେ ॥
ବରଷାର ମଧ୍ୟେ ବା ଶିଶିର ଶେଷରେରୋପିଥିବ ପାଦପମାନ ବିଶେଷରେବରଷାରେ ଜଳଦ ଦେଇଥାଏ ନୀରବସନ୍ତରେ ମିଳଇ ରସ ଅବନୀରଜଳ ଦେଇ ଯତନ କରିବ ଗ୍ରୀଷମେନିତି ନିତି ବିଲୋକି ସେନେହେ ପୋଷିବଶିଶୁସମେ ହେ ॥
ଗୋ-ରକ୍ଷଣଚଷା ଚାଷ କରଇ ଥାଏ ଯେବେ ହଳହଳ ଏକା ଅଟଇ କୃଷକର ବଳହଳ ଯା’ର ଗୃହରେ ଥାଏ ବଳବନ୍ତଖେତ ତାର ସ୍ୱଭାବେ ତା ପାଇଁ ହୁଅଇଫଳବନ୍ତ ହେ ॥
ପ୍ରଥମରେ କରିବ ଗାଈ ନିର୍ବାଚନଗାଈ କରେ ବତ୍ସର ବଳ ନିଷ୍ପାଦନକ୍ଷୀଣଗ୍ରୀବା ପଶ୍ଚର୍ଦ୍ଧ ପୃଥୁଳ ଯାହାରଲୋଡ଼ୁଥିବ ସତତ ନିଜର ଆହାରଛୋଟ ଛୋଟ ଚରଣ ଶରୀର କୋମଳପୁଚ୍ଛଗୁଚ୍ଛ ପୃଥୁଳ ଛୁଏଁ ମହୀତଳଗତି ଯା’ର ମନ୍ଥର ସ୍ୱଭାବହିଁ ଶାନ୍ତଦେଶୀ ଗାଈ ସେପରି ଦେଖିଲେ କିଣିବନୋହି ଭ୍ରାନ୍ତ ହେ ॥
ଗାଈ ଅନୁରୂପରେ ଥିବ ତାର ବୃଷବୃଷ ବଡ଼ ଯଦ୍ୟପି ଗାଈ ହେବ କୃଶଯେତେବେଳେ ହେବ ତା’ ପ୍ରସବ ସମୟବଡ଼ ବତ୍ସା ଦେବାକୁ ହେବ ତା’ ଯାତନାଅତିଶୟ ହେ ॥
ଦୁଗ୍ଧବତୀ ନ ସହେ ଆତପ ପବନବରଷାରେ ତାହାର ହୁଅଇ କଷଣବରଷାରେ ଖରାରେ ନ ଛାଡ଼ିବ ଗାଈରଖିଥିବ ଯତନେ ଯହିଁ ଥିବ ଛାଇରାତ୍ରେ ତାକୁ ରଖିବ ପରିଷ୍କୃତ ଘରେତଡ଼ିଦେବ ମଶାଙ୍କୁ ଖରସି କୁହୁଳାକରି ଖରେ ହେ ॥
ରାତ୍ର ତିନି ଘଡ଼ିରୁ ଚରାଇବ ଥରେତିନି ଘଡ଼ି ଛାଡ଼ିବ ସେରୂପେ ଦିନରେକାଟି କାଟି ଅଥବା ବରକୋଳି ଦଳକପା ମଞ୍ଜି ସହିତ ଦେବ ତା’ କବଳଯେତେ ଖାଦ୍ୟ ଖାଇବ ଚତୁର୍ଗୁଣ ଜଳପିଇବାକୁ ପାଇଲେ ସେ ଗାଈ ଗୋରସଦିଏ ଭଲ ହେ ॥
ଗୁଡ଼ ରବିଭୂସି ବା ପିଡ଼ିଆ ଲବଣଖାଦ୍ୟ ଦେଇ ଗାଈକି କରିବ ଦୋହନମୁଗ୍ଧ ହୋଇ ଭୋଜନେ ପ୍ରକାଶି ହରଷଦୁଗ୍ଧବତୀ ଦିଅଇ ଅଧିକ ଗୋରସଏକ ଲୋକ ଦୋହନ କଲେ ନିତି ନିତିଚିହ୍ନି ଦିଏ ଗୋରସ ଅଧିକ ମନରୁତେଜି ଭୀତି ହେ ॥
ଜଡ଼ା ତେଲ ମର୍ଦ୍ଦନ କରିଦେବ ଥରେଚିର ଛାଡ଼ି ପହ୍ନାରେ ଦୋହନ ଅନ୍ତରେଦୋହୁଥିବ ଅଧିକ ଦୁଧ କରି ଶେଷବତ୍ସ ପାଇଁ ମନରେ ନ ଚିନ୍ତିବ ଲେଶ !ଛାଡ଼ିଦେବ ବତ୍ସକୁ ଦୋହନ ଅନ୍ତରେପରିମାଣ ଦୁଗ୍ଧର ବାଛୁରୀ ପାନରେବୃଦ୍ଧିକରେ ହେ ॥
ନ ରଖିବ ବଳଦ ଗାଈ ଏକ ଘରେନ ଛାଡ଼ିବ ଚରିବା ପାଇଁ ତା’ ସଙ୍ଗରେଖରା ଧାରା ବଳଦ ନିତି ସହି ସହିରହିଥିଲେ ପାରିବ ସିନା ବୋଝ ବହିକରିଥିଲେ ଶ୍ରମକୁ ବଳଦ ଅଭ୍ୟାସହେବ ସିନା କରମ ଦେବାକୁ ସକ୍ଷମବାର ମାସ ହେ ॥
ଯେତେବେଳେ ଗାଈଟି ହେବ ଦୁଗ୍ଧହୀନଖାଇବାକୁ ସ୍ୱତନ୍ତ୍ର ଦେବ ପ୍ରତିଦିନଅର୍ଦ୍ଧସେର ପିଡ଼ିଆ ଅବା କପାମଞ୍ଜିଦୁଇ ସେର କୁଟା ବା ଭୂସି ଥିବ ଖଞ୍ଜିତାହା ଖାଇ ଗାଈଟି ହେଉଥିବ ସୁଖୀଚିନ୍ତା କିଛି କରିବ ନାହିଁ ତା’ ଶରୀରଗଲେ ଶୁଖି ହେ ॥
ତିନି ଚାରି ଦିବସ ପ୍ରସବିବା ଆଗେଖାଦ୍ୟ ଦେବ ଗାଈକି ଅତି ଅନୁରାଗେଅଧା ସେର କରିକି ସିଦ୍ଧ ଯବଧାନଗୁଡ଼ ତହିଁ ମିଶିବ ପାଏ ପରିମାଣଫେଣୀ ଅବା ସୋରିଷ ତେଲ ଦଶ ତୋଳାପାଞ୍ଚ ତୋଳା ଲବଣ ସେସବୁ ସଙ୍ଗରେହେବ ଗୋଳା ହେ ॥
ତହିଁ ହୁଏ ଗାଈଟି ଗୋରସଶାଳିନୀଦେଉଥାଏ ଯେମନ୍ତ ତାହାଠାରୁ ଜିଣିପ୍ରସବର ଉତ୍ତାରେ ଚାରି ପାଞ୍ଚ ଦିନକରିଦେବ ଜଳୀୟ ଭୋଜନବିହୀନତହିଁ ତାକୁ ଭୋଜନ ଦେବ ଯେଉଁ ମତତଳେ ତାର ବର୍ଣ୍ଣନା କରୁଛି କରିବହୃଦଗତ ହେ ॥
ଘାସ କୁଟା ମାତର ଦୁଇ ତିନି ବିଡ଼ାଅର୍ଦ୍ଧସେର ଗହମ ଭୂସି ତହିଁ ଭିଡ଼ାଗୁଡ଼ ଦେବ କୋଡ଼ିଏ ମେଥି ପାଞ୍ଚ ଭରିଦୁଇ ଦୁଇ ଛଟାଙ୍କି ତଇଳ ଅଦା ହିଁଦେବ ଭରି ହେ ॥
ତହିଁ ପରେ ଚାଉଳ ଖୁଦ ଆଉ ବିରିଦୁଧ ଗୁଡ଼ ସହିତ କରିଦେବ ଖିରିପାଞ୍ଚ ସାତ ଦିବସ ଭୋଜନ କରାଇଦେଲେ ଅତି ଉତ୍ତମ ଗୋରସ ନିଶ୍ଚୟଦେବ ଗାଈ ହେ ॥
ତହିଁ ପରେ ପାଞ୍ଚ କି ସାତ ବିଡ଼ା ଘାସବିରି ସେରେ ଅବଶ୍ୟ ଦେବ ତାକୁ ଗ୍ରାସଅର୍ଦ୍ଧସେର ସରିକି ଚାଉଳର ଖୁଦପାଏ ଗୁଡ଼ ସହିତ ଖାଇଲେ ବଢ଼ିବତାର ମୁଦ ହେ ॥
ଏକୋଇଶ ଦିବସ ଶେଷ ଯାଏ ଗାଈକଦାପି ନ ଦୋହିବ ମାନବର ପାଇଁପିଇଲାରୁ ବାଛୁରୀ ଯେତେ କ୍ଷୀର ହେବଦୁହିଁ ଦୁହିଁ ଗାଈକି ଖାଇବାକୁ ଦେବଗୁଡ଼ ବିରି ଚାଉଳ ଖୁଦକୁ ମିଶାଇରାନ୍ଧିଦେଲେ କ୍ଷୀରକୁ ଆନନ୍ଦେ ସେ ଗାଈଦେବ ଖାଇ ହେ ॥
ଗୋରୁ ଥିବ ଯେକାଳେ ଆସନ୍ନପ୍ରସବାଅଳ୍ପ ଦିନ ପ୍ରସୂତି ହୋଇଥିବ ଅବାନ କରିବ ତାହାକୁ ସ୍ଥାନରୁ ଅନ୍ତରବିଂଶ ଦିନ ବୟସ ନ ହେଲେ ବତ୍ସରଯଦି ରଖି ନ ପାର ଗାଈକି ସେ ଭାବେନିଶ୍ଚେ ହେବ ନିରାଶ ତା’ଠାରୁ ପ୍ରଚୁରକ୍ଷୀରଲାଭେ ହେ ॥
ମାସେ ଯାଏ ବାଛୁରୀ ଯେତେ କ୍ଷୀରପାନକରିପାରେ ତାହାକୁ କରୁଥିବ ଦାନତିନି ମାସ ଖଣ୍ଡରେ ଫେଷିର ପିଡ଼ିଆଷଡ଼ମାସ ପର୍ଯ୍ୟନ୍ତ ନ ଯିବ ପଡ଼ିଆଖାଉଥିବ ଘାସହିଁ ଅଳ୍ପ ଅଳ୍ପ କରିତାହା ପରେ ବଢ଼ିବ ଗୋଚରେ ବିଚରିଚରି ଚରି ହେ ॥
ଯେତେବେଳେ ବଳଦ କରୁଥିବ ଶ୍ରମଦେଉଥିବ ତାହାକୁ ଭୋଜନ ଉତ୍ତମଭୁସା କୁଟା ପିଡ଼ିଆ କପାମଞ୍ଜି ଆଦିପେଟ ଭରି ଖାଇଲେ ହେବ ନାହିଁ ବ୍ୟାଧିଶ୍ରମ ବିନା ଯେ କାଳେ ରହିଥିବ ଖାଲିଘାସ ପତ୍ର ଖାଇବ କେବଳ ଗୋଚରେବୁଲଚାଲି ହେ ॥
ହେବ ଯଦି ଗୋରୁର ଆହାର ବଦଳକ୍ରମେ କ୍ରମେ କଲେ ତା’ ହୋଇଥାଏ ଭଲଏକା ଥରେ ଛାଡ଼ିଲେ ପୂର୍ବର ଆହାରରୋଗ ଆସି ଉପୁଜେ ଶରୀରେ ତାହାରଦେବ ତାକୁ ଉତ୍ତମ ପରିଷ୍କାର ପାଣିଚଟାଇବ ସୈନ୍ଧବ ଲବଣ ତେମନ୍ତବେଳ ଜାଣି ହେ ॥
ଅତିଶୟ ଖରା କି ଅତି ଶୀତକାଳେଯତନରେ ଗୋରୁଙ୍କୁ ରଖିବ ଗୋଶାଳେସାତ ହାତ ଉନ୍ନତ ଥିବ ଗୋରୁଘରଏକ ଏକ ରହିବେ ଛ’ ହାତ ଅନ୍ତରଆଗ ପଛ ଓସାର ସାଢ଼େ ତିନି ହାତନ ବାଜିବ ତପତ ଅବା ଶୀତ ବାତମଳ ମୂତ୍ର ପ୍ରତ୍ୟହ ଦେଉଥିବ ଧୋଇଖତ ପାଇଁ ତାହାକୁ ଅନ୍ତରେ ଗର୍ତ୍ତରେଦେବ ଥୋଇ ହେ ॥
ମହିଷୀଙ୍କି ରଖିବ ଗାଈଙ୍କ ବିଧାନେଜୀବନରେ ଭିନ୍ନ ତ ନୁହନ୍ତି ସେମାନେଗୋରସ ତ ତାହାଙ୍କ ନୁହେ ଅପାନୀୟମହିଷ ବି ସର୍ବଦା ବଳଦ ସ୍ଥାନୀୟଅଧିକନ୍ତୁ ମହିଷମାନେ ବଳବାନତାଙ୍କ ପାଇଁ ଅଧିକ ଥିବ ସାବଧାନଘାସପତ୍ର କରନ୍ତି ଅଧିକ ଭୋଜନନ ପାରେ ଯା’ ବଳଦ ତହିଁକି ମହିଷପ୍ରୟୋଜନ ହେ ॥
ଉଦ୍ଭିଦ ରୋଗର ପ୍ରତିକାରପୋକ ନାନାପ୍ରକାର ଛନ୍ତି ମହୀତଳେଧାନ ଆଦି ଗଛକୁ ଖାଆନ୍ତି ସକଳେକରିଦେଲେ ଭୂମିକି ବାରମ୍ବାର ଚାଷଦଳ ଦଳ ବିହଙ୍ଗ ଭୁଞ୍ଜି ତା’ ଦିଅନ୍ତିକରି ନାଶ ହେ ॥
ପଶି ପଶି ଭୂମିରେ ତପନ କିରଣନୀରସତା ଭୂମିର କରଇ ହରଣଘାସ ତୃଣ ଉପୁଡ଼ି ପାଲଟନ୍ତି ଖତଭୂମି ହୋଇ ଉଶ୍ୱାସ ଶସ୍ୟକୁ କରଇଫଳବନ୍ତ ହେ ॥
ଦଳ ଦଳ ପତଙ୍ଗ କ୍ଷେତ୍ରରେ ବିଚରିଗଛ ପତ୍ର ଫଳକୁ ଦେଇଥାନ୍ତି ଚରିସ୍ଥାନେ ସ୍ଥାନେ ଖେତର ସନ୍ଧ୍ୟାରେ ଅନଳଜାଳିଦେଲେ ମରନ୍ତି ଯହିଁରେ ଝସାଇଅନର୍ଗଳ ହେ ॥
କାଉଁରିଆ ଶୋଲକୁ ସନ୍ଧ୍ୟା ପରେ ଜାଳିକପା ଆଦି ଗଛର ମଧ୍ୟେ ଗଲେ ଚାଳିକରୁଥିଲେ ଗଛକୁ ଅନଳ ସ୍ପରଶହୋଇଯିବ ଅନଳ ତାପରେ ସବଂଶେକୀଟ ଧ୍ୱଂସ ହେ ॥
ସମ୍ବନ୍ଧିତ ରଚନା
ଅଯୋଧ୍ୟା ଦୃଶ୍ୟ
ଗଙ୍ଗାଧର ମେହେର
ଚିଲିକା
ରାଧାନାଥ ରାୟ
ସୁଭଦ୍ରା
ଚିନ୍ତାମଣି ମହାନ୍ତି
ବୈଦେହୀଶ ବିଳାସ (ଚତୁର୍ଥ ଭାଗ)
ଉପେନ୍ଦ୍ର ଭଞ୍ଜ