କେଦାର ଗୌରୀ
କବିବର · ୧୮୪୮–୧୯୦୮ · ରାଧାନାଥ ଯୁଗ
- ପଢ଼ିବା ସମୟ
- ୬ ମିନିଟ୍
- ଶବ୍ଦ
- ୮୮୧
- ସ୍ଥିତି
- ସାର୍ବଜନୀନ (Public domain)
ହେମାଚଳ ଶିରେ ଲଲାଟ କେଶରୀରଚିଲେ ରମ୍ୟ ନଗରଉତ୍କଳ ଭୁବନେ ଦେଶେ ଦେଶେ ଖ୍ୟାତହେଲା ଭୁବନ-ଈଶ୍ୱର ।ବିନ୍ଦୁ ସରୋବର ଚାରିପାଶେ ସୌଧ;ସୌଧ ଅନ୍ତେ ଘୋର ବନ;ଇନ୍ଦୁ ଚାରିଦେଗେ ଧଳା ମେଘମାଳାନୀଳ ଗଗନ ଯେସନ ।କେଦାର ଗୌରୀ କିଶୋର କିଶୋରୀଥିଲେ ଭୁବନ ଈଶ୍ୱରେ,ତରୁଣୀ-ତିଳକ ଗଉରୀ, ତରୁଣତିଳକ କେଦାର ନରେ ।ସୁନ୍ଦର ପଣକୁ ନାହିଁ ପଟାନ୍ତରଏକକୁ ଆରେକ ବିନା;ବାଳୁତ କାଳରୁ ଦୁହେଁ ଦୁହିଙ୍କରହୃଦୟ ମୂଲ୍ୟରେ କିଣା ।ପାଖ ପଡ଼ିଶା ସେ ବେନି, କାନ୍ଥ ହେଲାବେନି ମଧ୍ୟେ ଅନ୍ତରାଳ,ଦାରୁଣ କାନ୍ଥକୁ ଅନ୍ତକ୍ଷଣ ଶାପଦେଲା ପ୍ରେମ ଅସମ୍ଭାଳ ।କାନ୍ଥକୁ ବଳିଣ ହେଲେ ନିଦାରୁଣବେନିଙ୍କର ଗୁରୁଜନେ,ମଙ୍ଗଳ-ନିର୍ବନ୍ଧ ଅନ୍ଧ ହୋଇ ଭାଙ୍ଗିଦେଲେ ଅତି ବିଜ୍ଞ ପଣେ ।ବେନି ହୃଦୟରେ ଖରତର ହୋଇଜଳିଲା ପ୍ରୀତି ଅନଳ;ମର୍ଯ୍ୟଦା ପ୍ରକୃତି- ପଥେ ଦେଲେ ବାଧାଫଳେ ସିନା ଏହି ଫଳ ।ଭେଟ ସମ୍ଭାଷଣ ବାରିଲେ ବାରଣମାନେ କି ପ୍ରେମିକ ମନ ?ସୁକ୍ଷ୍ମକୁ ସ୍ଥୁଳରେ ପଥ ଓଗାଳିଲେସ୍ଥୁଳ କି ତହିଁ ଭାଜନ ?ନିର୍ମାଣ ଦିନରୁ ପ୍ରାଚୀର-ସନ୍ଧିରେରନ୍ଧ୍ର ଥିଲା ଅଲକ୍ଷରେ,ତରୁଣ ତରୁଣୀ ଝୁରୁଥାନ୍ତି ତହିଁକରୁଣ ଅସ୍ଫୁଟ ସ୍ୱରେ ।ପ୍ରଣୟ ଉଚ୍ଛ୍ୱାସ ବେଗେ ବହୁଥିଲାଗୁପତେ ସେ ରନ୍ଧ୍ରପଥେବାଧା ପାରି ସିନା ସାଧଇ ପୀରତିନିଜ କାର୍ଯ୍ୟ ଏହି ମତେ ।ରବି ଅସ୍ତ ହେଲେ ବ୍ୟସ୍ତ ଦୁହେଁ ଯାଇବସନ୍ତି ସେ ରନ୍ଧ୍ର ପାଶେ,ବେନିଙ୍କ ବଦନ ଆପ୍ଳୂତ ହୁଅଇବେନିଙ୍କର ଶୋକ ଶ୍ୱାସେ ।କହନ୍ତି କାନ୍ଥକୁ- ‘‘ନିଦାରୁଣ ! ଏଥିକେଉଁ ବଡ଼ପଣ ତୋର ?ତନୁରୁ ତନୁକୁ ଅନ୍ତର କରି ତୁଲଭିବୁ ଦୁଷ୍କୃତି ଘୋର ।ତନୁ ମେଳେ ବାଧା ଦେଇ ଆଚରିଲୁଭଗାରିପଣ ଆମ୍ଭର,ଲବେ ଦେଇ ଦ୍ୱିଧା ଚୂମ୍ବନ ସୁବିଧାବିଧାନେ ସୁଦୟା କର !ସାଧିଅଛୁ ହିତ କାନ୍ଥ ତୁ ବହୁତଋଣୀ ଆମ୍ଭେ ତୋହଠାରେବେନିଙ୍କ ବଚନ ବେନିଙ୍କ ଶ୍ରବଣେଆସଇ ତୋହ କୃପାରେ ।ଏହିରୂପେ ଝୁରି ଚତୁର ଚତୁରୀମେଲାଣି ନିଅନ୍ତି ଦୁଃଖେ,ଯେ ଯାହା ପାଖରେ ଚୁମ୍ବ ଦେଉଥାନ୍ତିପ୍ରେମ ଭୋଳେ ରନ୍ଧ୍ର ମୁଖେ ।କେତେଦିନ ଅନ୍ତେ ବେନିଏ ଏକାନ୍ତେଏ ମନ୍ତ୍ରଣା କଲେ ସାର,ପ୍ରେମର ସନ୍ୟାସୀ ସନ୍ୟାସିନୀ ହୋଇଦୁହେଁ ଯିବେ ଦେଶ ପାର ।ନଗର ପ୍ରାନ୍ତରେ ନିର୍ମଳ ନିର୍ଝରକୁଟଜ ବନ ବେଷ୍ଟିତ,ବେନିଙ୍କର ଭେଟ ତହିଁ ହେବ ବୋଲିବେନିଏ କଲେ ନିଶ୍ଚିତ ।ଅସ୍ତଗାମୀ ରବି- ବିଭା ଝଟକିଲାବଡ଼ ଦେଉଳ ତ୍ରିଶୂଳେ,ଭାର୍ଗବୀ ପୁଳିନୁ ହଂସରାଳୀ ଉଡ଼ିଗଲେ ଖଣ୍ଡଗିରି ଚୂଳେ ।ବିନ୍ଦୁ ସରୋବରେ ସିନ୍ଦୁର ଲହରୀଖେଳିଲା ମନ୍ଦ ସମୀରେ,ରଥାଙ୍ଗ ମିଥୂନ ଦୀପଦଣ୍ଡି ଛାଡ଼ିଗଲେ ବିପରୀତ ତୀରେ ।ତିମିର ରଜନୀ ଘୋଟିଲା ଅବନୀଫୁଟିଲେ ତାରା ଗଗନେ,ବନେ ଉପବନେ କୁସୁମ ଫୁଟିଲାବାସ ଚହଟି ପବନେ ।ଅନ୍ଧାରେ ବାହାରି ପଙ୍ଖେରୁହ ମୁଖୀସଙ୍କେତ ସ୍ଥଳକୁ ଗଲା,ପ୍ରେମରେ ମଜ୍ଜିଲେ ଅସାଧ୍ୟ ସାଧନହେଳେ କରନ୍ତି ଅବଳା ।କୁଟୀଳ କେଶୀ କୂଟଜ ମୂଳେ ବସିକାନ୍ତକୁ ରହିଲା ଚାହିଁ,ପ୍ରୀତିରେ ଢାଳିଛି ମନ ପ୍ରାଣବୋଳାଆନ କଥା ମନେ ନାହିଁ ।ଚୌଦିଗେ ଅନ୍ଧାର, ହୃଦାକାଶ ତାରରାଜେ ପ୍ରେମ ସୁଧାକର,କଣ୍ଟକ କାନନ ପୁଷ୍ପ-ଉପବନକଲା-ପ୍ରେମ-ବାଜିଗର ।ଉଇଁଲାଣି ଶଶୀ ଅନ୍ଧକାରରାଶିଛାଡ଼ି ପଳାଏ ଗଗନ,ବାରୁଣୀ ତିଳକ ପ୍ରାୟେ ଦିଶେ ଦେଖଲିଙ୍ଗରାଜ ନିକେତନ ।ସହସା ଭୀଷଣ ଶାର୍ଦ୍ଦୂଳ ଆସିଲାମୃଗ ମାରି ସେ ନିର୍ଝରେ,ଶୋଣିତେ ଆପ୍ଳୁତ ନଖଦନ୍ତ ତାରମୁଖରୁ ଶୋଣିତ କ୍ଷରେ ।ବ୍ୟାଘ୍ର ଦେଖି ଭୀରୁ ଗହ୍ୱର ଭିତରେଲୁଚିଲା ଭୟ ବିହ୍ୱଳେ,ତରତରେ ଯାଉ ଉତ୍ତରୀୟ ଦେହୁଖସି ପଡ଼ିଲା ଭୁତଳେ ।ଜଳ ପିଇ ବନେ ବାହୁଡ଼ନ୍ତେ ବ୍ୟାଘ୍ରଭେଟିଲା ସେହି ବସନ,ରକ୍ତ-ଲିପ୍ତ ମୁଖେ ଖଣ୍ଡ ଖଣ୍ଡ କରି,ପକାଇଲା ସେହି କ୍ଷଣ ।ବ୍ୟଗ୍ରେ ଚାଣ୍ଡେ ଆଗୁଁ ମାର୍ଗରେ କେଦାରଦେଖିଲା ବ୍ୟାଘ୍ର ପାହୁଲ,ଗୌରୀ କଥା ଭାଳି ଅନିଷ୍ଟ ଶଙ୍କାରେହୃଦୟ ହେଲା ଆକୁଳ ।ସଙ୍କେତ ସ୍ଥଳରେ ରକ୍ତାକ୍ତ ଓଢ଼ଣାଭେଟି ପଡ଼ିଗଲା କ୍ରମେ,ତୁଟିଲା ଛଟକେ ହୃଦୟର ତନ୍ତ୍ରୀଶଲ୍ୟ ଫୁଟିଲା ମରମେ ।ଗୌରୀକି ସମ୍ବୋଧି କହେ ବୀର କାନ୍ଦି'ଆହାରେ ପରାଣେଶ୍ୱରୀ,ତୋ ନିଧନଭାଗୀ ମୁହିଁ ସିନା, ଯେଣୁନ ଆସିଲି ବେଗ କରି ।ଶ୍ୱାପଦ ସଙ୍କୁଳ ବନକୁ ନିଶିରେପ୍ରାଣାଧିକାକୁ ପେଷିଲି,ଧିକ ଏ ପ୍ରାଣକୁ ! ଛାର ପ୍ରାଣ ନେଇକିମ୍ପା ଭବନେ ବସିଲି ?ମୋତେ ମାରିବାକୁ ଦୁଃଖୁଁ ତାରିବାକୁନାହିଁ କି ବନେ ଶାର୍ଦ୍ଦୂଳ ?କରେ ଏ କୃପାଣ ଥାଉଁ କିମ୍ପା ମୁହିଁହେଉଛି ଏଡ଼େ ଆକୁଳ ?ଆଦରେ କେଦାର ହୃଦେ ଜଡ଼ାଇଲାରୁଧିରେ ଆର୍ଦ୍ର ଓଢ଼ଣା,ଝର ଝର ବାରି ନୟନୁ ଝରିଲାସରିଲା ସର୍ବ ବାସନା ।କୃପାଣ ଉଦରେ ଭୁଷିଦେଇ ପୁଣିନିଜ କରେ ନେଲା କାଢ଼ି,ରକ୍ତସ୍ରୋତେ ତିନ୍ତି ଅବଶେ ଅବନୀତଳେ ପଡ଼ିଲା କଚାଡ଼ି ।ଗହ୍ୱରୁ ବାହାରି ଗୌରୀ ସୁକୁମାରୀମିଳିଲା ଆସି ତକ୍ଷଣ,ଭେଟ ନ ପାଇ ନିରାଶେ ଯିବ ବନ୍ଧୁଏ ଭାବେ ମନ ଉଚ୍ଛନ୍ନ ।ଚମକି ଦେଖିଲା ଚନ୍ଦ୍ରନନୀ ବାଳାପୁଂସ ପଡ଼ିଛି ଅଗ୍ରତେ,ମୃତ୍ୟୁ-ଯନ୍ତ୍ରଣାରେ କମ୍ପୁଛି ଶରୀରରୁଧୀର ଝରି ସନ୍ତତେ ।ରମ୍ଭାପତ୍ର ପ୍ରାୟେ ଥରିଲା ରମ୍ଭୋରୁସ୍ତମ୍ଭିତେ ହେଲା ସେ ଉଭା,ମନପ୍ରାଣ ଯାକୁ ଦେଇଛି ନିରେଖିଦେଖିଲା ସେ ସେହି ଯୁବା ।ମୁଣ୍ଡେ କର ମାରି ବିଧିକି ଧିକ୍କାରିଧରାରେ ଲୋଟିଲା ଧନୀ,କାନ୍ତ ତନୁ କୋଳେ ଧରି ଦୁଃଖ ଭୋଳେଚୁମ୍ବଦେଲା ଚନ୍ଦ୍ରାନନୀ ।ଗଦଗଦ ସ୍ୱରେ କାନ୍ଦି କହେ ବାଳାଏ ଥିଲା ମୋ ଭାଗ୍ୟେ ପୁଣ,ଏ କି ପ୍ରାଣନାଥ ! କି ଦୋଷ କଲି ମୁଁ ?କିମ୍ପା ହେଲ ନିଦାରୁଣ ?ତୁମ୍ଭ ବିନୁ ଗତି ନାହିଁ ଏ ଜଗତେବିକା ମୁଁ ତୁମ୍ଭ ପୟରେ,ପୟରେ ପଡ଼ି ମୁଁ କାତରେ ଡାକୁଛିଅନାଅ ଦାସୀକି ଥରେ ।ଚିରପରିଚିତ ବୀଣାଜିଣା ବାଣୀପ୍ରାଣମିତଣୀର ଶୁଣିଚାହିଁଲା କେଦାର, ଅନନ୍ତ ନିଦ୍ରାରେମୁଦିଲା ନୟନ ପୁଣି ।ଗଉରୀ କଷଣ ଏକାଳେ ଯେସନତାକୁ କି ଅଛି ବଚନ ?ଅନୁମାନ ପରା- ଭବମାନେ ଏଥିଅନୁଭବ ହିଁ ଭାଜନ ।ନିଜ ଉତ୍ତରୀୟ କାନ୍ତ ହୃଦେ ଦେଖିଜାଣିଲା ସବୁ ବୃତ୍ତାନ୍ତ,ଆତ୍ମଘାତୀ ହେଲା ପ୍ରାଣନାଥ ତାରଭ୍ରମରେ ପଡ଼ି ଏକାନ୍ତ ।କାନ୍ଦି କହେ ବାଳା- ‘‘କର୍ମେ ଏହା ଥିଲାଦୈବ କଲା ଏତେ ସରି !ପ୍ରେମ ଭ୍ରାନ୍ତ ହୋଇ ପ୍ରାଣ ଦେଲେ କାନ୍ତମୁଁ କି ଥିବି ପ୍ରାଣ ଧରି ।ଅମୁଲ୍ୟ ଜୀବନ ଏ ଛାର ଜୀବନହେତୁ କଲେ ବିସର୍ଜନସଙ୍ଖାଳି ହରାଇ ପ୍ରାଣରଙ୍କ ହେବମୁଁ କି ଏଡ଼େ ଅଭାଜନ ?ପରଲୋକ ପଥେ କାନ୍ତ ପାଦ ଚିହ୍ନଯିବି ମୁହିଁ ଅନୁସରିମୃତ୍ୟୁ ଘଟାଇଲା ଏ ବିରହ, ମୃତ୍ୟୁକରିଦେବ ସହଚରୀ ।"ଏକାମ୍ର-ଈଶ୍ୱର ପ୍ରଭୁ ଦିଗମ୍ବରପାଦପଦ୍ମ ଧ୍ୟାୟି ଚିତ୍ତେ,ସାହସ ବିନ୍ଧିଲା ହୃଦୟେ ଅବଳାପ୍ରାଣ ଦେବ କାନ୍ତ ପ୍ରୀତେ ।ଧନ୍ୟ ସେ ପ୍ରିତୀକି ! ମରନ ରୀତିକିପ୍ରିତୀ ଯେ ପାରଇ ଜିଣିଶିରିଷମୃଦୁଳା ଲବଣୀପିତୁଳାପ୍ରୀତି କଲା ସାହସିନୀ ।ପଡ଼ିଲା କୃପାଣ- ମୁନେ ମହାବେଗେମୃତ କାନ୍ତ-ମୁଖ ଧ୍ୟାୟି,ବକ୍ଷୋରୁହ ସନ୍ଧି ତଳେ ଫୁଟି ଅସ୍ତ୍ରପୃଷ୍ଠେ ବାହାରିଲା ଯାଇ ।ସ୍ୱପ୍ନାଦେଶ ପାଇ ଉଷାଯୋଗେ ଯାଇଲଲାଟକେଶରୀ ବୀର,ଦେଖିଲେ ଯୁଗଳ କିଶୋରୀ କିଶୋରଶୋଇଛନ୍ତି ଝର ତୀର ।ସନ୍ଧ୍ୟାରାଗ ବୋଳା ରଥାଙ୍ଗ ମିଥୁନମୃତ କି ନବ ବିଚ୍ଛେଦେ ?ଶ୍ରୀମୁଖ ଲାବନ୍ୟ ଦିଶେ ସୁପ୍ରସନ୍ନମୃତ୍ୟୁ ଛୁଇଁ ନାହିଁ ଖେଦେ ।ବନ ଦେବତାଏ ବନ ପୁଷ୍ପ ତୋଳିଢାଳିଛନ୍ତି ବେନିପରେ,ଦେବେ ଯଥା ପ୍ରେମ ମହିମା ବୁଝନ୍ତିତା କାହୁଁ ବୁଝିବେ ନରେ ।ବେନୀଙ୍କର ଗୁଣ ସ୍ମରି ଝୁରିହେଲେଏକାମ୍ର ନଗର ଲୋକେ,ବେନିଙ୍କ ଅନ୍ତିମ- ମଣ୍ଡନ ବିହିଲେଜରଜର ହୋଇ ଶୋକେ ।ବେନିଙ୍କ ଅନଳ- ସଂସ୍କାର କରାଇଦେଉଳ ତୋଳାଇ ତହିଁ,ବେନିଙ୍କ ନାମରେ ପ୍ରତିମା ସ୍ଥାପିଲେନରପତି ଆଜ୍ଞା ବହି ।