କହ କହ ମୋର ନାମ ବହନ
ମଧୁସୂଦନ ରାଓ
ଭକ୍ତକବି · ୧୮୫୩–୧୯୧୨ · ରାଧାନାଥ ଯୁଗ
- ସଂକଳନ: ଶିଶୁବୋଧ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୯୨
- ସ୍ଥିତି
- ସାର୍ବଜନୀନ (Public domain)
ନିତି ନିତି ପୂର୍ବ ଦିଗରେ ଉଇଁ,
ସମସ୍ତ ଆକାଶ ବୁଲଇ ମୁହିଁ ।
ଅନ୍ଧାର ପଳାଏ ମୋର ଉଦୟେ,
ପେଚକ ଲୁଚଇ ମୋହରି ଭୟେ ।
ମୁଁ ଜାଗିଲେ ଜାଗ ତୁମ୍ଭେ ସକଳେ,
ନ ଚିହ୍ନଇ ମୋତେ କେ ଭୂମଣ୍ଡଳେ ?
ପାଇ ମୋ ଆଲୁଅ ମୋହରି ତେଜ,
ସଂସାର ଉଜ୍ଜ୍ୱଳ ଦିଶଇ, ହେଜ ।
କେ ମୋର ତେଜକୁ ପାରିବ ସହି ?
ମୁଁ ସବୁ ଜଗତ ପାରଇ ଦହି ।
ଜଳେ ସ୍ଥଳେ ପଡ଼େ ମୋର କିରଣ,
ଉଜ୍ଜ୍ୱଳ ସୁନ୍ଦର ଦିଶେ ଭୁବନ ।
ମୋ ଲାଗି ବଢ଼ନ୍ତି ତରୁଲତାଏ,
ସରୋବରେ ପଦ କି ଶୋଭା ପାଏ !
ପଶୁ ପକ୍ଷୀ କୀଟ ପତଙ୍ଗଗଣ
ମୋ ଯୋଗୁଁ କରନ୍ତି ପ୍ରାଣ ଧାରଣ ।
ଦେଖିଅଛ ମୋତେ ହେ ଶିଶୁଗଣ,
କହ ତେବେ ମୋର ନାମ ବହନ ।
ସମ୍ବନ୍ଧିତ ରଚନା
ମନୁଷ୍ୟର ଧର୍ମବୁଦ୍ଧି
ମଧୁସୂଦନ ରାଓ
ଦ୍ୱିତୀୟ ପ୍ରସ୍ତାବ
ମଧୁସୂଦନ ରାଓ
ତୃତୀୟ ପ୍ରସ୍ତାବ
ମଧୁସୂଦନ ରାଓ
ବର୍ତ୍ତମାନ ଶିକ୍ଷାପ୍ରଣାଳୀ
ମଧୁସୂଦନ ରାଓ