ଯୁଗ୍ମ କୁସୁମ
ଉତ୍କଳ ବ୍ୟାସ କବି · ୧୮୪୩–୧୯୧୮ · ରାଧାନାଥ ଯୁଗ
- ସଂକଳନ: ଅବସର ବାସରେ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୫୮
- ସ୍ଥିତି
- ସାର୍ବଜନୀନ (Public domain)
ମଙ୍ଗଳଏ ସଂସାର ମହାରଣ୍ୟେ ନିକୁଞ୍ଜେ ନିଭୃତେଫୁଟିଥିଲେ ଦୁଇଗୋଟି ପୁଷ୍ପ ଏକବୃନ୍ତେ ।ବିଧି ବିଡ଼ମ୍ବନା କିମ୍ବା ଦୁର୍ଭାଗ୍ୟର ଫଳେଗୋଟିଏ କୁସୁମ ଖସି ପଡ଼ିଗଲା ତଳେ ।ରହିଛି ଗୋଟିଏ ପୁଷ୍ପ ବିଶୀର୍ଣ୍ଣ ମଳିନ,ହେଉଛି ସେ ଦିନୁଁ ଦିନୁଁ ଶୁଷ୍କ ଶୋଭାହୀନ ।ଦୁଇଟି କୁସୁମ ଯେବେ ଝୁଲୁଥିଲେ ଡାଳେ,କେତେ ବା ସୌଭାଗ୍ୟ ଥିଲା ତାହାଙ୍କ କପାଳେ ।ନ ଥିଲା କଦାଚ ହୃଦେ କାଳିମା ବିଷାଦ,ସଦା ପ୍ରଫୁଲ୍ଲିତ ମନ ସର୍ବଦା ଆହ୍ଲାଦ ।ଧୀରେ ଧୀରେ ବହେ ଯେବେ ଶୀତଳ ପବନ,ଦୋହଲି ଦୋହଲି ନାଚୁଥାନ୍ତି ବେନି ଜନ ।ପବନ ପ୍ରତାପ କେତେ ନିଦାଘ ଉତ୍ତାପଜନମାଇ ପାରେ ନାହିଁ ମନରେ ସନ୍ତାପ ।ସୁଖେ ଦୁଃଖେ ସାହା ଦୁହେଁ ହୋଇ ପରସ୍ପରେଜୀବନ ଯାପନ କରୁଥିଲେ ଆନନ୍ଦରେ ।ସୁଶୀତଳ ପ୍ରାତଃକାଳ ମଳୟ ସମୀରେଦୁହେଁ ତାଳେ ତାଳେ ନାଚୁଥିଲେ ଧୀରେ ଧୀରେ ।ଅଇଲା ଦୂରନ୍ତ କାଳକୀଟ ବୃନ୍ତ ଭେଦି,ଗୋଟିଏ କୁସୁମ ତହୁଁ ପକାଇଲା ଛେଦି ।ଗୋଟିଏ ପଡ଼ିଲା ତଳେ ଆନଗୋଟି ଡାଳେ,କଲେ କି ବିଧାତା! ତାଙ୍କ ବିଧାନ କପାଳେ !ପୃଥିବୀ ତ ନୁହେ ସ୍ୱର୍ଗ, ସୁଖମୟ ସ୍ଥାନ !ସୁଖ ଦୁଃଖ ବିମିଶ୍ରିତ ବିଧିର ବିଧାନ !ରହିଲା ଯେ ପୁଷ୍ପଗୋଟି-ଯାବତ ଜୀବନଭୂପତିତ ପୁଷ୍ପପାଇଁ କରିବି ରୋଦନ !ଯେ କାଳେ ସେ ପୁଷ୍ପ ହେବ ଭୂତଳେ ପତିତ,ଦୁଇଟି କୁସୁମ ପୁଣି ହେବେ ସମ୍ମିଳିତ ।
ସମ୍ବନ୍ଧିତ ରଚନା
ଗୋଟିଏ ପ୍ରାର୍ଥନା
ଫକୀରମୋହନ ସେନାପତି
ବୃକ୍ଷବାଟିକା
ଫକୀରମୋହନ ସେନାପତି