ଜୀର୍ଣ୍ଣ ମନ୍ଦିର
ଚିନ୍ତାମଣି ମହାନ୍ତି
୧୮୬୭–୧୯୪୩
- ସଂକଳନ: କଳ୍ପନାକୁଞ୍ଜ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୭୫
- ସ୍ଥିତି
- ସାର୍ବଜନୀନ (Public domain)
ଗାଉଛୁ ଜୀର୍ଣ୍ଣ ମନ୍ଦିର ନୀରବେ କି ଗୀତ,ପ୍ରତିକ୍ଷଣ ଉପୁଜାଇ ପତନର ଭୀତି ।ନୂଆ ନୂଆ ଦିନ କେତେ ସୁଧା-ଶୁକ୍ଳ-ବାସ-ପିନ୍ଧି କରୁଥିଲୁ ବିଧୁ- କରେ ଉପବାସ ।ଏବେ ସେ ସମ୍ପଦକାଳ ସରିଗଲା ଢାଳେ,ଆବରିଲେ ଅଙ୍ଗ ତୋର ଚାଳ ଶଇବାଳେ ।ଏ ଅବସ୍ଥା ଅବଲୋକି ଗର୍ଭସ୍ଥ ଦେବତା,ଇଚ୍ଛିଲେଣି ତେଜିବାକୁ ତୋହର ମମତା ।ସମୟ-ସଂଗ୍ରାମେ ଲଭି ଘୋର ପରାଜୟ,କ୍ରମେ କ୍ରମେ ବିକଳାଙ୍ଗ ହେଲୁ ଦେବାଳୟ ।ସରିଯିବ ସତ୍ତା ଆଉ ଦୁଇ ଦିନ ପରେ,ଯିବୁ ନଶ୍ୱରତା-ଛବି ଦେଖାଇ ଲୋକରେ ।ତୋହ ପରି ସିନା ଜୀବ- ଶରୀର-ମନ୍ଦିର,ଅନିତ୍ୟ ଅସାର ପୁଣି ଭଙ୍ଗୁର ଅସ୍ଥିର ।
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ