ହୁକୁମ ହେଲା କି
୧୭୮୧–୧୮୬୬
- ସଂକଳନ: ସାତ କଳା
- ପଢ଼ିବା ସମୟ
- ୩ ମିନିଟ୍
- ଶବ୍ଦ
- ୪୯୪
- ସ୍ଥିତି
- ସାର୍ବଜନୀନ (Public domain)
ମୁଦାଲା ନାମରେ କିଛି ଟଂକୀ ଲେଖାଯାଉଅଛି କି ନାହିଁ
ସିରସ୍ତା ତଦାରକ କିଆଯାଉ । ତା ୨୯ ହି ମଇ ସନ୍ ୧୮୫୨
ଆଜି ଦିନ ମୁଦାଲା ଦଖଲକାରୀ ସାବୁତି ନିମନ୍ତେ ମୁସମିଆନ କୃପାସିନ୍ଧୁ ମିଶର ଓ ଗଙ୍ଗାଧର ସାନ୍ତରା, ସା: ଇଟାମାଟି ଗୃହାମାନଙ୍କୁ ହାଜର ଆଣିବାରୁ ସୁକୃତ ପ୍ରମାଣେ ସେମାନଙ୍କୁ ଓ ରାଜାଙ୍କ ତରଫ କାରପରଦାଜ୍ ଗୌରାଙ୍ଗ ଛୋଟରାଙ୍କୁ ପଚରା ଯିବାରେ ଜାହେର ହେଲା କି ମୁଦାଲାର କବି ମାନନ୍ତି ଓ ପାଷାଣ ପ୍ରତିମା ଇତ୍ୟାଦି କାରିଗିରଂ କର୍ମ୍ମ ତୟାରି କରିବାରେ କ୍ଷମତା ଥିବା ହେତୁ ସାବକ ରାଜା ଅନୁଗ୍ରହ କରି ଏ ଦରଖାସ୍ତ ଲେଖିତ ଜମିକୁ ଜାଗିରି ସୁରତ ମୁଦାଲାଙ୍କୁ ଦେଇଅଛନ୍ତି । ତଦ୍ ଅନୁସାରେ ମୁଦାଲା ୫୦ ବର୍ଷ ହେଲା ଏ ଜମିକୁ ମାଫି ଜାଗିରି ସ୍ୱରୂପେ ଦଖଲ ଅମଳ କରୁଅଛି । ପୁନଶ୍ଚ ମୁଦାଲାକୁ ପଚରା ଗଲା କି ମୌଜେ ବାଉଁଶିଆପଡ଼ା ଜମି ପ୍ରତି ଟ ୭୧ ମୌଜେ ଖମାରିସାହି ଜମିର ଟ ୮।୯୫ ଜମା ପଟୁଆରି କାଗଜରେ ଲେଖାଯାଇଥିବା ପ୍ରଯୁକ୍ତ ତୁ କିପରି ମାଫି ସୁରତ ଦଖଲ କରିବାର ଆପଣା ଦରଖାସ୍ତରେ ଲେଖିଅଛୁ ? ଜବାବ ଦେଲା କି ମୁଁ କେଭେଁ କାହାକୁ କିଛି ଟଙ୍କା ନ ଦେଇ ମାଫି ସୁରତ ଦଖଲ କରୁଅଛି । ଏ ବାଦ ମୌ ଖମାରିସାହି କରଣ ଲକ୍ଷ୍ମଣ ମଙ୍ଗରାଜ ମୌଜେ ବାଉଁଶିଆପଡ଼ା କରଣ ଗୋପାଳ ବିଶ୍ୱାସ ପଟ୍ଟନାୟକ ହାଜର ଥିବାରୁ ପଚାରିବାରେ ମୁଦାଲା କେଭେଁ କିଛି ଟଙ୍କୀ ଓଗେର ନ ଦେବାର ଓ ପଟୁଆରି କାଗଜରେ ଏ କିଲା ମଜକୁର ମୁତାବକ ଜମିର ଭିଆଣ ଜମାଲେଖା ହୋଇଥିବାର ଜାହେର କଲେ । ଯେହେତୁ ମୁଦାଲା ନାମରେ ମୌଜା ଇଟାମାଟିରେ ମା ୦।୩୪ ଓ ମୌଜେ ବାଉଁଶିଆପଡ଼ାରେ ମା ୫।୧୫ ଓ ମୌଜେ ଗଦାଧରପ୍ରସାଦରେ ମା ୬।୦ ଓ ମୌଜେ କଣ୍ଟାବଣିରେ ମା ୦।୦ ଓ ମୌଜେ ଖମାରିସାହିରେ ମା ୫।୧୮ ଜମି ଜରିବ ହୋଇଅଛି । ଯଦ୍ୟପି ମୁଦାଲା ଏ ଜମିର ଦସ୍ତାବିଜ୍ ଘର ଜଳିରେ ଜଳିଯିବା ଇଜହାରରେ ଦରପେଶ ନ କଲା, କିନ୍ତୁ ମୌଜା ମଜକୁରମାନଙ୍କ ପଟୁଆରି କାଗଜରେ ଉକ୍ତ ଜମିମାନ ମୁଦାଲା ଜାଗିର ତଳେ ଦରଜ ଥିବାରୁ ଶାବକ ରଜା ଜମି ମଜକୁରମାନ ଜାଗିର ସୁରତ ମୁଦାଲାକୁ ଦତ୍ତ କରିଥିବାର ସାଫ୍ ପ୍ରକାଶ ଓ ମୁଦାଲା କରାବତିଆ ଗୁହାମାନେ ଓ ରାଜାଙ୍କ ତରଫ୍ କାର ପରଦାଜ୍ ମୁଦାଲାର କବିତା ଶକ୍ତି ଓ କାରିଗିରୀ କ୍ଷମତା ଥିବାରୁ ସାବକରଜା ଅନୁଗ୍ରହ କରି ଉକ୍ତ ଜମି ଜାଗିରି ସ୍ୱରୂପେ ମୁଦାଲାକୁ ଦେଇଥିବାରୁ ମୁଦାଲା ଅନେକ ଦିନୁଁ ମାଫି ଜାଗିରି ସ୍ୱରୂପେ ଭୋଗ ଦଖଲ କରି ଆସିବାର ଜାହେର କରୁଅଛନ୍ତି । ଯଦ୍ୟପି ମୌ ବାଉଁଶିଆ ପଡ଼ା ଓ ମୌ ଖମାରିସାହି ପଟୁଆରି କାଗଜରେ ଉପର ଲେଖିତ ଅନୁସାରେ ଟ 10/9 ଜମା ଲେଖାଯାଏ ମାତ୍ର ମୌଜା ମଜକୁରମାନଙ୍କ କରଣମାନଙ୍କୁ ପଚରା ଯିବାରେ ମୁଦାଲା କେଭେ କିଛି ଟଙ୍କା ନ ଦେବାର ଏ ପଟୁଆରି କାଗଜରେ ଏକିଲ୍ଲା ଦସ୍ତୁର ମୁତାବକ ଭିଆଣ ଜମା ଲେଖା ହୋଇଥିବାର ଜାହେର ମଧ୍ୟ ଖନ ଗୌତି କାରଜିମାନଙ୍କ ଦାଖଲ କିଆ କାଗଜରେ କି ସେମାନେ ସମଗ୍ର ଟଙ୍କୀ ଉସୁଲ କରନ୍ତି । ମୁଦାଲା ନାମରେ କିଛି ଟଙ୍କୀ ଲେଖାଯାଉ ନାହିଁ । ଏଣୁ କରି ଉପର ଲେଖିତ ଜମିମାନଙ୍କୁ ଶାବକ ବଦସ୍ତୁର ଜାଗିରି ମାଫି ସ୍ୱ ରୂପେ ମୁଦାଲା ଦଖଲରେ ବାହାଲ ରଖିବାର ବିହିତ ହୋଇ
ହୁକୁମ ହେଲା କି
ଉପର ଲେଖିତ ଜମିମାନ ସାବକ ଦସ୍ତୁର ମୁତାବକ ଜାଗିରି ମାଫି ସରୁପେ ମୁଦାଲା ଦଖଲରେ ବାହାଲ ରଖାଯାଇ ଏ ମୋକଦ୍ଦମାର କାଗଜାତ୍ ମଞ୍ଜୁରୀ ଆଶାରେ ଶ୍ରୀଯୁକ୍ତ ରାଜମାନ ଓ୍ୟାଲା ସାନ ସୁପ୍ରନଡ଼ଣ୍ଟ ସାହେବଙ୍କ ହଜୁରକୁ ଭେଜାଯାଉ । ୨୫ ହି ଯୁନ ୧୮୫୨ ମସିହା ।
ଶ୍ରୀ ସାହେବ ସୁପ୍ରନଡ଼ଣ୍ଟ କିଲାଜାତ
ସାହେବଙ୍କ ଇଜିଲାସରେ ହୁକୁମ ହେଲା କି
ତହସିଲଦାର ରାଏ ମଞ୍ଜୁର, ନଥି ଉଆପସ ପଠାଯାଉ ।
୨୨ ହି ନଓମ୍ବର ୧୮୫୨ ମସିହା
ଦସ୍ତଖତ ଇଙ୍ଗେରଜି ସାହେବ ସୁପ୍ରନଡ଼ଣ୍ଟ
କିଲାଜାତ
ଆଜିଦିନ ଖୋଦ୍ ମୁଦାଲା ହାଜର ହୋଇ ଫଏସଲାର ନକଲ ଚାହିବାର ହୁକୁମ ହେଲାକି ୟେ ଫଏସଲାର ନକଲ ମୁଦାଲାକୁ ଦିଆଯାଉ । ୬ ତାରିଖ ଜନୋରି ସନ୍ ୧୮୫୩ ମସିହା ।
୭ ୟେ ବାରଶି
ଯଦୁମଣି ମହାପାତରର ପ୍ରମାଣ
ଏହି ସମୟରେ ନିଜର ପୋଷ୍ୟପୁତ୍ର ତାଳଧ୍ୱଜକୁ ସେ ନୂଆଗଡ଼ ଶତ୍ରୁଘ୍ନ ମହାପାତ୍ରଙ୍କ କନ୍ୟା କମଳାକୁ ଏକାନ୍ତ ନିରାଡ଼ମ୍ଭର ଭାବରେ ବିବାହ ଦେଲେ । କମଳାର ଏକମାତ୍ର ପୁତ୍ର ‘ବାଳକୃଷ୍ଣ’ କୁ ସେ ଜୀବଦ୍ଦଶାରେ ଦେଖି ନିଜକୁ ଧନ୍ୟ ମନେ କରୁଥିଲେ । ନାତିକୁ ଦେଖିଲେ ଚଉରାଶି ନର୍କରୁ ଉଦ୍ଧାର ମିଳେ, ଏପରି ଧାରଣା ତାଙ୍କର ନ ଥିଲେ ମଧ୍ୟ ସେ ମନୋବୃତ୍ତି ତାଙ୍କଠି ବୟସକ୍ରମେ ସଞ୍ଚରି ଯାଇଥିଲା ।
ସମ୍ବନ୍ଧିତ ରଚନା
ନାଟ୍ୟରସୂର ଉଦାହରଣ
ଯଦୁମଣି ମହାପାତ୍ର
ଚିଲିକା ହ୍ରଦ
ମଧୁସୂଦନ ରାଓ