ହିମାଚଳେ ଉଦୟ-ଉତ୍ସବ — ମଧୁସୂଦନ ରାଓ · ସ୍ୱର୍ଣ୍ଣଲିପିସଫଳ ହୋଇଲା ଆଜି ବ୍ୟାକୁଳ ବାସନା,ଯାମିନୀର ଶେଷ ଯାମେ ଜାଗିଲା ଚେତନା ।ପ୍ରାଚୀ ଚକ୍ରବାଳେ ସୂକ୍ଷ୍ମ ପ୍ରଭାର ପ୍ରକାଶସେ ବ୍ରାହ୍ମ ମୁହୂର୍ତ୍ତେ ବକ୍ଷେ ଧରିଲା ଆକାଶ ।ସେ ଉଦାର ସୂକ୍ଷ୍ମଜ୍ୟୋତି ସଞ୍ଚରିଲା ଚାଣ୍ଡେଊର୍ଦ୍ଧ୍ୱଲୋକେ ନୀଳକାନ୍ତ ଗଗନର ଦାଣ୍ଡେ ।ମୁକ୍ତାର ପାଣ୍ଡୁର ଛଟା କି ଦିବ୍ୟ ଛଟକେଭେଦି ଦିଗ୍ବଳୟ-ରେଖା ଦ୍ୟୁଲୋକ ଝଟକେ ।ଉଠି ଯେହ୍ନେ ହୀରକର ସୋପାନେ ସୋପାନେହସ ହସ ମୁଖେ ଉଷା ଉଇଁଲେ ବିମାନେ ।ଏ ଅମୃତ ଲଗ୍ନେ ଉଭା ହୋଇ ଗିରି-କକ୍ଷେଉଦୟ-ଉତ୍ସବ ଲୀଳା ଦେଖିଲି ପ୍ରତ୍ୟକ୍ଷେ ।ଏବେ ଦ୍ୟାବା-ପୃଥିବୀର ପରିଣୟୋତ୍ସବଚିର ପୁରାତନ ପୁଣି ନିତ୍ୟ ନବ ନବ ।ଜ୍ୟୋତିର ପରମାଶ୍ଚର୍ଯ୍ୟ ଲୀଳାର ବିଳାସେଲାବଣ୍ୟର ଇନ୍ଦ୍ରଜାଲ ପ୍ରକଟେ ଆକାଶେ ।ଚାରିଆଡ଼େ କେତେ ପାଦଶୈଳ ଟେକି ଶିରକି ପୁଣ୍ୟ ପ୍ରତୀକ୍ଷା-ଭରେ ନିସ୍ତବଧ ସ୍ଥିର !ମହା ମହିମାରେ ସେଥି ମଧ୍ୟେ ସର୍ବୋପରିଉତ୍ତରେ କାଞ୍ଚନଜଙ୍ଗା ଶୁଭ୍ର ମୂର୍ତ୍ତି ଧରିହିମଗୌର ପଞ୍ଚଶୃଙ୍ଗେ ଭେଦି ମହାକାଶପାବନ ପଞ୍ଚାଗ୍ନି ବ୍ରତ ଅଙ୍ଗିରା-ସଙ୍କାଶମହା ପ୍ରକୃତିର ମହା ପୁରୋହିତ ବେଶେରାଜଇ ଶାଶ୍ୱତ ଶ୍ୱେତ ହିମାନୀ-ପ୍ରଦେଶେ ।ସହସା ରହସ୍ୟମୟ ମହାମହୋଲ୍ଲାସେସେ ଜ୍ୟୋତି ଉଠିଲା ଜଳି ପରାଚୀ ଆକାଶେ,ପଶ୍ଚିମର ଦୂରତମ ଅତଳ ପାତାଳେଘଉଡ଼ାଇ ଶର୍ବରୀର ଘନ ତମୋଜାଲେ ।ଗିରିର ସ୍ଫଟିକ-ଗୌର ଯଜ୍ଞ-ବେଦି ପରେଜଳି ଉଠିଲା କି ଅଗ୍ନି ନଭୋମଣ୍ଡଳରେ !ସେ ଜ୍ୟୋତି ପରଶେ ଆହା ସେ ପରମ କ୍ଷଣେଧବଳ ତୁଷାରମୟ ସେ ଊର୍ଦ୍ଧ୍ୱ ଭୁବନେଅରୁଣ କିରଣ ସ୍ପର୍ଶେ ଶୁକ୍ଳ ଶତଦଳ,ଅବା ଭକ୍ତିଯୋଗେ ଭକ୍ତ-ପ୍ରାଣ ସୁବିମଳ,ଯେସନ ଉଠଇ ଫୁଟି ମହାପୁଲକରେତେସନ ସେ ନୀଳକାନ୍ତ ଗଗନ-ସାଗରେକି ଦିବ୍ୟ ବିବର୍ତ୍ତେ ଆହା କି ପରମୋଲ୍ଲାସେ,ଚିନ୍ମୟ ଶୋଭାର ଯେହ୍ନେ ଉତ୍ସବ-ଉଚ୍ଛ୍ୱାସେପାଷାଣ ହିମାଦ୍ରି ଗୌର କାନ୍ତିରେ ଭାସ୍ୱରବିକଶି ଉଠିଲା ପୁଣ୍ୟତେଜେ ଗୌରତର ।ଚାହୁଁ ଚାହୁଁ ଅରୁଣିତ ଉଦୟାଦ୍ରି ତଟେବିରାଜି ରାଜୀବ-ରୁଚି ମୟୂଖ ପ୍ରକଟେ ।ନିଃଶେଷରେ ନୈଶତମଃ ବିନାଶି ସତ୍ୱରେରବି ଅବତୀର୍ଣ୍ଣ ପ୍ରାଚୀ-ଆଶା-ଆକାଶରେ ।ଅରୁଣ କିରଣରୂପ ଅତୁଲ୍ୟ ତୂଳୀରେ
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶାଗୋପାଳକୃଷ୍ଣ ପଟ୍ଟନାୟକ ଗୋପାଳକୃଷ୍ଣ ପଟ୍ଟନାୟକ
ନନ୍ଦକିଶୋର ବଳ
ଉନ୍ମୀଳିଲା ମହାଚିତ୍ର ନଗେନ୍ଦ୍ରମୌଳିରେ ।
ଇନ୍ଦ୍ରନୀଳେ ପଦ୍ମରାଗ-ପରାଗ ମିଶାଇ
ଅବା ପଦ୍ମେ ଇନ୍ଦୀବର-ରୁଚିକୁ ରସାଇ
କିମ୍ବା କିଶଳୟ ରୁଚି ରସାଣି ସିନ୍ଦୂରେ
ରଞ୍ଜିଲା ଗିରୀନ୍ଦ୍ରଶିର ମହାପ୍ରଭା-ପୁରେ ।
ସହସା ଉଛୁଳି ଦିବ୍ୟ ସୁଷମା-ତରଙ୍ଗେ
ସେ ପ୍ରଭା-ପ୍ରବାହ ବେଗେ ବୁଡ଼ାଇଲା ରଙ୍ଗେ
ଉଷାର ମୁକ୍ତାଭଜ୍ୟୋତି-ବିମ୍ବିତ ରୁଚିରେ
ହିମ୍ରାଦିର ସ୍ଫଟିକାଭ ବିଶାଳ ଶରୀରେ ।
ପୁଣି କି ରହସ୍ୟମୟ ବିପୁଳ ପୁଲକେ
ସେ ନଗେନ୍ଦ୍ର କ୍ଷଣେ ଅବଲୋକି ଊର୍ଦ୍ଧ୍ୱଲୋକେ
ଥରି ଉଠିଲାକ ଯେହ୍ନେ ମହାପ୍ରେମାବେଶେ
ସାଶୀର୍ବାଦ ଭାନୁ-ଚୁମ୍ବ ଲଭି ଭାଲ-ଦେଶେ ?
ପୁଣି ଚାହୁଁ ଚାହୁଁ ପରିବର୍ତ୍ତ ଅଭିନବ
ଦେଖ ଦେଖ କି ଅଦ୍ଭୁତ ଜ୍ୟୋତିର ବିଭବ ।
ତପତ କାଞ୍ଚନ କରେ କାଞ୍ଚନଜଙ୍ଗାର
ଧବଳ ଶିଖର-ଚୟ ଦିଶେ ମହୋଦାର ।
ସେହି ପାଟଳିମା କାହିଁ ଗଲା ସ୍ୱପ୍ନପ୍ରାୟେ
ସୁବର୍ଣ୍ଣ-ଲହରୀ ମାଡ଼ି ଗଲା ଗିରିକାୟେ ।
ଉଚ୍ଛ୍ୱସି ଉଠିଲା ଗିରି-ବକ୍ଷ ଆନନ୍ଦରେ,
କ୍ରମେ ଓହ୍ଲାଇଲା ଜ୍ୟୋତି ଭୂଧରେ ଭୂଧରେ ।
ପୂରୁବେ ଦକ୍ଷିଣେ ପୁଣି ପଶ୍ଚିମେ ଉତ୍ତରେ
ଶତ ଶତ କ୍ରୋଶବ୍ୟାପୀ ଶତ ମହୀଧରେ ।
କନକ କିରଣାସାରେ ସ୍ନାତ କଳେବର
ପିନ୍ଧିଲେ ଧବଳ ମେଘ ପବିତ୍ର ଅମ୍ବର,
ଚଉତାଇ ରଖିଥିଲେ ଯାହା ଯତନରେ
ପାର୍ବତୀ ପ୍ରକୃତି ଦେବୀ ନିଜ ଗନ୍ତାଘରେ ।
ଏହିପରି ସୁଶୋଭିତ ହୋଇ ଶୁକ୍ଳାମ୍ୱରେ
ନମିଲେ ଭାସ୍କର-ପଦେ ସକଳ ଭୂଧରେ ।
ଦେଖି ଏହି ମହାଭୂତ ଉଦୟ-ଉତ୍ସବ
ଜ୍ୟୋତିର ପରମାଶ୍ଚର୍ଯ୍ୟ ଶୋଭାର ବିଭବ,
ଏ ଦେହର ଅଙ୍ଗେ ଅଙ୍ଗେ ପ୍ରତିଲୋମକୂପେ
ସଞ୍ଚରିଲା ନବପ୍ରାଣ ମହାହର୍ଷ-ରୂପେ,
ସେହି ପ୍ରାଣ ଅପରୂପ ତାଳ ମାନ ଲୟେ
ସହସା ଉଠିଲା ନାଚି ମହାଭାବୋଦୟେ ।
ଅହେତୁକ ଅମାୟିକ ମହାପ୍ରେମଭରେ
ପାର୍ବତୀ ପ୍ରକୃତି ସଙ୍ଗେ ମାହେନ୍ଦ୍ର ଯୋଗରେ
ଏ ଜୀବନ ଗଲା ମିଶି ଅପୂର୍ବ ମିଳନେ
ନିବିଡ଼ ପ୍ରେମର ନବ ବିବାହ-ବନ୍ଧନେ ।
ଏ ଅକୂଳ ହୃଦସିନ୍ଧୁ ଆକୁଳ ତରଙ୍ଗେ
ହିରଣ୍ମୟୀ ଶରଣ୍ମୟୀ ପ୍ରକୃତିର ସଙ୍ଗେ
ସଙ୍ଗତ ମଙ୍ଗଳଲଗ୍ନେ ସେ ମହାସଙ୍ଗମେ
ସେ ପରମ, ତୀର୍ଥେ ଯହିଁ ମରମେ ମରମେ
ଜଡ଼ଜୀବ ସମ୍ମିଳିତ ଅଚ୍ଛେଦ୍ୟ ବନ୍ଧନେ
ବିଶ୍ୱନାଡ଼ି-ମୂଳାଧାର ଅନାଦି-ଚରଣେ,
ମୋ ପ୍ରାଣ ବିଲୀନ ହେଲା ପ୍ରକୃତିର ପ୍ରାଣେ,
ପକୃତିର ପ୍ରାଣ ଉଚ୍ଛ୍ୱସିତ ମୋ ପରାଣେ,
ଦୁହେଁ ମିଶି କି ଅଦ୍ଭୁତ ଦିବ୍ୟ-ପରିଣୟେ
ପରିଣତ ସ୍ୱୟମ୍ବରା କୁମାରୀ-ହୃଦୟେ ।
ଶତ ଶତ ଶରତର ଶୁଭ୍ର ଶତଦଳେ
ଗ୍ରଥିତ ଯେ ବରମାଲ୍ୟ ହୃଦୟ-ଯୁଗଳେ,
ସେହି ବରମାଲ୍ୟ ଘେନି ଯୁଗଳ ହୃଦୟ,
ମୃଣ୍ମୟର ତିରୋଧାନେ ନିଃଶେଷେ ଚିନ୍ମୟ,
ଦ୍ୱୈତ-ଅଦ୍ୱୈତର ଅନୁଭବ ମହୋତ୍ସବେ,
ପବିତ୍ରିତ ଜୀବନର ଅପୂର୍ବ ଗୌରବେ,
ଉଦାର ଗମ୍ଭୀର ସ୍ତବ୍ଧ ମୁଗ୍ଧ ପ୍ରେମାବେଶେ
ଅନାଇଲା ପରାତ୍ପର ପତି ପରମେଶେ,
ଅନାଇ ରହିଛି ମହାବ୍ୟୋମେ ଯଥା ସତୀ
ସାଗର-ଅମ୍ବରା ମହାଦେବୀ ବସୁମତୀ,
କିରଣ-କିରୀଟୀ ରବି-ବିମ୍ବେ କିମ୍ବା ଯଥା
ଅନାଏ ପଦ୍ମିନୀ ପଦ୍ମମୟୀ ଟେକି ମଥା ।
ପ୍ରକୃତି-ସଙ୍ଗତେ ମିଳି ଯହୁଁ ଏହି ପ୍ରାଣ
ଅନୁଭବି କି ଅଦ୍ଭୁତ ଅମୃତ ଆହ୍ୱାନ
ଅନାଇଲା ପ୍ରେମନେତ୍ରେ, ସେ ପ୍ରେମ-ନିଧାନ
ସେ ଅନ୍ତରତମ ସଖା ନିଖିଳ-ନିଦାନ
ଅନନ୍ତ ପ୍ରେମରେ ମଗ୍ଧ ସ୍ନିଗ୍ଧ ଆକର୍ଷଣେ
ଅଲକ୍ଷିତେ ପାଶେ ପ୍ରାଣ ଟାଣିନେଲେ କ୍ଷଣେ
ରୋମାଞ୍ଚେ ପୂରିଲା ତନୁ, ପୁଲକେ ପରାଣ ।
ମର୍ମରି ଉଠିଲା ମର୍ମ-ଭେଦୀ ସ୍ତବଗାନ
ଉତ୍ସପ୍ରାୟେ ଉତ୍ସାରିତ ବିଦାରି ପାଷାଣ
ନୃତ୍ୟଗୀତ କଲ୍ଲୋଳିତ ନିତ୍ୟବହମାନ ।
ବୋଇଲି, ହେ ପ୍ରାଣସ୍ୱାମି, ଆହେ ଅନୁପମ,
ଧନ୍ୟ ହେଲା ଆଜି ଏ ଅଧମ ପ୍ରାଣ ମମ ।
ଅନନ୍ତ ଅପାର ତବ ପ୍ରାଣେ ପ୍ରାଣ-ରାଣ
ମିଳିଛି ନିଭୃତେ ଆଜି ଏ ମୋର ପରାଣ ।
ଅନନ୍ତ ସଙ୍ଗତେ ମୋର ଅନନ୍ତ ମିଳନ,
ମର୍ମେ ମର୍ମେ ପୁଲକିତ ସର୍ବଦେହ ମନ ।
କି ଅପୂର୍ବ କି ରହସ୍ୟମୟ ପରଶରେ
ଭରୁଅଛି ସର୍ବପ୍ରାଣ ମହାହରଷରେ ।
କି ନନ୍ଦନ-ଗନ୍ଧ ପ୍ରାଣ–ନିକୁଞ୍ଜ ନିବାସେ
ସ୍ଫୁରୁଅଛି ଋତୁରାଜ ବସନ୍ତ ଉଚ୍ଛ୍ୱାସେ ।
ହେ ଅନାଦି ହେ ଅନନ୍ତ ରସ–ପ୍ରସ୍ରବଣ,
ମୋର ଆଦି ଅନ୍ତ ରସେ ରସେ ନିମଗନ ।
ଆଜି ମୋର ନେତ୍ରୋତ୍ସବ, ଶ୍ରୀନେତ୍ରେ ତୁମ୍ଭର
ନିମଗନ ମୁଗ୍ଧ ଦୃଷ୍ଟି ଏ ମୋ ନୟନର ।
ଦେଖଇ ଏ ପ୍ରଭାତର ଦ୍ୟୁଲୋକେ ଭୂଲୋକେ
ପୂର୍ଣ୍ଣ ଏ ନିଖିଳ ତବ ଆଲୋକେ ଆଲୋକେ ।
ଦଶଦିଗେ ବିରାଜିତ ମହାସ୍ୱର୍ଗପୁରୀ,
ଦଶଦିଗେ ପ୍ରକାଶିତ ବିବାହ-ମାଧୁରୀ !
ସତୀତ୍ୱ-ବିଭବେ ପୁଣି ସତୀତ୍ୱ-ଗୌରବେ
ଧନ୍ୟ ମୋ ଜୀବନ ତବ ଜୟ-ଅନୁଭବେ ।
ଏ ନିଖିଳ ବିଶ୍ୱ ଆଜ ନିଜସ୍ୱ ମୋହର,
ଏ ବିଚିତ୍ର ଏ ସୁକାନ୍ତ ଧରଣୀ-ଅମ୍ବର ।
ଆଜି ମୋ ଶ୍ରବଣୋତ୍ସବ, ଏ ପ୍ରାଣ-କନ୍ଦରେ
କି ଅମୃତରାଗିଣୀରେ କି ମହାଛନ୍ଦରେ
ଏ ପ୍ରାଣ-ବୀଣାରେ ତବ ଶ୍ରୀକର-ପରଶେ
ଗାୟତ୍ରୀ ଓଁକାରମୟୀ ଧ୍ୱନିତ ରଭସେ ।
ବଂଶୀଧ୍ୱନି ଶୁଣୁଛି ମୁଁ ପ୍ରାଣର ଶ୍ରୀହରି,
‘‘ମୋହରି ମୋ ହରି ତୁହି, ମୋହରି ମୋ ହରି ।’’
ଅଣୁରେ ଅଣୁରେ, ନାଥ, ଏ ମହାବିଶ୍ୱର
ବାଜୁଅଛି ଅନାହତ ବୀଣା ବଂଶୀସ୍ୱର ।
ପ୍ରାଣେ ପ୍ରତିଧ୍ୱନି ତାର ଉଠୁଛି ସଞ୍ଚରି
‘‘ମୋହରି ମୋ ହରି ତୁହି, ମୋହରି ମୋ ହରି ।’’
କି ଆଉ କହିବି ବିଶ୍ୱଦେବ ପ୍ରାଣଧବ,
ନିତ୍ୟ ଲାଗିଥାଉ ଏହି ମହାମହୋତ୍ସବ ।
ମୋର ଆଶା-ଆକାଙ୍କ୍ଷାର ଅତଳ ବିତଳ
ତବ ସତ୍ତ୍ୱ-ରସେ ପୂର୍ଣ୍ଣ, ସାର୍ଥକ, ସଫଳ ।
ହେଉ ସଦା ସତୀତ୍ୱର ପରମ ବିଶ୍ୱାସେ
ଦିବ୍ୟଜ୍ଞାନ-ଶୁଦ୍ଧପ୍ରୀତି-ପୁଣ୍ୟର ବିଳାସେ ।
କାଳର ଆରମ୍ଭ ଆଗୁଁ ହେ ପରମବର,
ବରିଅଛ ଅକିଞ୍ଚନ ଏ ପ୍ରାଣ ମୋହର ।
ପରମ ବରେଣ୍ୟ, ଏବେ ଏ କ୍ଷୁଦ୍ର ଜୀବନ
ପରମ ଶ୍ରୀପଦ ତବ ବରୁ ଅନୁକ୍ଷଣ ।
ମନୁଷ୍ୟର ଧର୍ମବୁଦ୍ଧିମଧୁସୂଦନ ରାଓ ଦ୍ୱିତୀୟ ପ୍ରସ୍ତାବମଧୁସୂଦନ ରାଓ ମଧୁସୂଦନ ରାଓ