ହାତୀ
ଚିନ୍ତାମଣି ମହାନ୍ତି
୧୮୬୭–୧୯୪୩
- ସଂକଳନ: ବ୍ରଜରେଣୁ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୧୬
- ସ୍ଥିତି
- ସାର୍ବଜନୀନ (Public domain)
ଏ ବାଟେ ଗଲା କି କଳା ହାତୀଟିଏ ।ଦେଖିଛ କି କେହି କହିଦିଅ,ନନ୍ଦରାଜାଙ୍କର ଗୁଣ୍ଠୁଣୀ ହାତୀ ସେଯଶୋଦା ରାଣୀଙ୍କ ପ୍ରାଣପ୍ରିୟ । ୦ ।ଝଲି ଝଲି ଚାଲେ ହାତୀ,ଖେଳିବୁଲେ ଦିନରାତି,ବଢ଼ିଛି ହାତୀଟି ଖାଇ ଖାଇ ନିତିଅଧାମ ଲବଣୀ ସର ଘିଅ । ୧ ।ଭକ୍ତି - ଶିକୁଳିରେ ଛନ୍ଦା,ଭାବ - ସ୍ତମ୍ଭେ ହୁଏ ବନ୍ଧା,ନ ଦେଖି ତାହାକୁ ଅନ୍ଧ ହୋଇଯାନ୍ତିକ୍ଷଣେ ଗୋପପୁର ପୁଅଝିଅ । ୨ ।ହାତୀଟି ଅତି ଉତ୍ତମ,ଦୃଷ୍ଟ ଦୁର୍ଜନର ଯମ,କୁଟ ପାଞ୍ଚି ତାକୁ ମଲେ ତାହା ହାତେକଂସ ସେନାପତି ଦୁଷ୍ଟାତ୍ମୀୟ । ୩ ।ହାତୀକି ଯେ କରେ ଆଶା,ହରିଯାଏ ତା’ ପିପାସା,ହାତୀପାଦୁ ଝରେ ଯେଉଁ ମହାମୃତଭକ୍ତିଭାବ ଭୋଳେ ତାକୁ ପିଅ । ୪ ।କବି ଡ଼ାକେ ହାତ ପାତି,ଆସ ରେ କାଳିଆ ହାତୀ,ଖୋଜି ଖୋଜି ତୋତେ ହାଲିଆ ହେଲିଣିତୁ ଯେ ମୋର ପ୍ରଭୁ ଅଦ୍ୱିତୀୟ । ୫ ।
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ