ଗୋ-ଜାତି
ଚିନ୍ତାମଣି ମହାନ୍ତି
୧୮୬୭–୧୯୪୩
- ସଂକଳନ: କଳ୍ପନାକୁଞ୍ଜ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୭୬
- ସ୍ଥିତି
- ସାର୍ବଜନୀନ (Public domain)
କେଉଁ ଦେବ ଗୋରୁରୂପେ ଜନମି ଧରାରେ,ଅହରହ ରତ ଅଛି ନର ଉପକାରେ ।କୃଷୀବତ ବଣିକର ସହାୟ ସମ୍ପଦ,ଆଦର୍ଶ ସଂଯମୀ ପଶୁ- ମହର୍ଷି ବଳଦ ।ମାତା ସମ ଗାଭୀ, କରି ଦୁଗ୍ଧ-ସୁଧା ଦାନ,ବାଲ୍ୟକାଳେ ରକ୍ଷାକରେ ମାନବର ପ୍ରାଣ ।ପବିତ୍ର କାର୍ଯ୍ୟରେ ଲାଗେ ଗୋମୁତ୍ର ଗୋମୟ,ପୁଣି ତହିଁ ଧରାଦେହେ ହୁଏ ବଳୋଦୟ ।ଅସ୍ଥି ଚର୍ମ ଶୃଙ୍ଗ ଗୋରୁ କରି ବିତରଣ,ମରି ସୁଦ୍ଧା ଲୋକହିତ କରେ ସଂସାଧନ ।ଅନୁଭବି ଗୋଜାତିର ଉପକାରମାନ,ପୁଜୁଥିଲେ କୃଷ୍ଣ ତାଙ୍କୁ ଦେବତା ସମାନ ।ପରମ ଦେବତା ସେହୁ କି ଅଛି ସଂଶୟ,ଗବାଳୟ ଅଟେ ନିଶ୍ଚେ ତୀର୍ଥ, ଦେବାଳୟ ।
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ