ଗର୍ଦ୍ଦଭର ଆତ୍ମହତ୍ୟା
ଭକ୍ତକବି · ୧୮୫୩–୧୯୧୨ · ରାଧାନାଥ ଯୁଗ
- ସଂକଳନ: ବାଳବୋଧ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୨୦୦
- ସ୍ଥିତି
- ସାର୍ବଜନୀନ (Public domain)
ମନୁଷ୍ୟପରି ଇତର ଜନ୍ତୁ ବା ପଶୁମାନଙ୍କର ମଧ୍ୟ ମାନମର୍ଯ୍ୟାଦା ଜ୍ଞାନ ଅଛି । ସେମାନେ ଆମ୍ଭମାନଙ୍କ ପରି ଦୁଃଖସୁଖ ଅନୁଭବ କରନ୍ତି ଏବଂ ପରକୁ ବିପଦରେ ପଡ଼ିବାର ଦେଖିଲେ ତାହାକୁ ଉଦ୍ଧାର କରିବାର ଚେଷ୍ଟା କରନ୍ତି । ଅନେକ ପଶୁଙ୍କର ଦୟା, ପ୍ରଭୁଭକ୍ତି ଓ ପରୋପକାରର କଥା ତୁମ୍ଭେମାନେ ଶୁଣିଥିବ-। ବର୍ତ୍ତମାନ ଗୋଟିଏ କଥା କୁହାଯିବ । ତାହା ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବ-।
ପଶ୍ଚିମରେ ଫ୍ରାନ୍ସ ଦେଶରେ ପାରିସ୍ ନାମରେ ଗୋଟିଏ ବଡ଼ ସହର ଅଛି । ଏକ ସମୟରେ ସେଠାରେ ଜଣକର ଗୋଟିଏ ଗଧଥିଲା । ସେ ତାହାକୁ ଦିନଯାକ ଭାର ବୁହାଇ ରାତିରେ ଏଣେତେଣେ ଚରିବାକୁ ଛାଡ଼ିଦିଏ । ତାହାର ମୁନିବ ଆହାର ନ ଦେଇ ପ୍ରତିଦିନ ପାହାର ଦେବାଟି ଭଲ ଜାଣେ । ଗଧ ପ୍ରଭୁର ଏପରି ଅତ୍ୟାଚାର ଆଉ ସହି ନପାରି ମନେ ମନେ ପ୍ରାଣ ହରାଇ ଦେବାକୁ ବିଚାର କଲା ଏବଂ ଦିନକରେ ସେହି ନଗର ନିକଟରେ ଥିବା ସୀନ୍ ନଦୀକୂଳରେ ଯାଇ ଉପସ୍ଥିତ ହେଲା । ଗଧ ସେଠାରେ ଗାଧୋଇବା ତୁଠ ଛାଡ଼ିଦେଇ କିଛି ଦୂରରେ ଗଣ୍ଡକୁ ଡେଇଁ ପଡ଼ିଲା । ଭାଗ୍ୟକୁ ସେଠାରେ ଗୋଟିଏ କୁକୁର ଗାଧୋଉଥିଲା । ସେ ଗଭୀର ଜଳରେ ଗଧକୁ ଏପରି ଝାସଦେବାର ଦେଖି ହଠାତ୍ ପାଣିରେ ପହଁରିଯାଇ ତାହା କାନ କାମୁଡ଼ି ଧରି କୂଳକୁ ଟାଣି ଆଣିଲା; ମାତ୍ର ଗଧ ଏଥିରେ ସନ୍ତୁଷ୍ଟ ନ ହୋଇ ପୁନରପି ଝାସ ଦେବାକୁ ମନେ ମନେ ସ୍ଥିରକଲା ଏବଂ କିଛିକ୍ଷଣ ତୁନିହୋଇ ରହି ହଠାତ୍ କୁକୁରର ଅଜ୍ଞାତରେ ସେହି ଗୁଣ୍ଡକୁ ଡେଇଁ ପଡ଼ିଲା । ଏଥର ମଧ୍ୟ କୁକୁର ତାହାକୁ ଉଦ୍ଧାର କରିବାକୁ ପଛେ ପଛେ ଗଲା । ଗଧ ସେଥିରେ ବିରକ୍ତ ହୋଇ ପଛ ଗୋଡ଼ରେ ତାହାକୁ ନାତେ ମାରି ଉତ୍ତମ ଶିକ୍ଷାଦେଲା । କୁକୁର ବ୍ୟଥା ପାଇ ଫେରିଆସିଲା । ଗଧ ସେହି ଭଗୀର ଜଳରେ ବୁଡ଼ିମଲା ।
ସମ୍ବନ୍ଧିତ ରଚନା
ଚିଲିକା ହ୍ରଦ
ମଧୁସୂଦନ ରାଓ
ମନୁଷ୍ୟର ଧର୍ମବୁଦ୍ଧି
ମଧୁସୂଦନ ରାଓ
ଦ୍ୱିତୀୟ ପ୍ରସ୍ତାବ
ମଧୁସୂଦନ ରାଓ
ତୃତୀୟ ପ୍ରସ୍ତାବ
ମଧୁସୂଦନ ରାଓ