ଗଲା
ଫକୀରମୋହନ ସେନାପତି
ଉତ୍କଳ ବ୍ୟାସ କବି · ୧୮୪୩–୧୯୧୮ · ରାଧାନାଥ ଯୁଗ
- ସଂକଳନ: ଅବସର ବାସରେ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୮୭
- ସ୍ଥିତି
- ସାର୍ବଜନୀନ (Public domain)
ଛିଡ଼ିଗଲା ବୀଣା ତାର,କେତେ ମନୋହରେ, କେଡ଼େ ଆବେଗରେ,ଦେଉଥିଲା ସେ ଝଙ୍କାର,ଛିଡ଼ିଗଲା ବୀଣା ତାର ।୨କୁସୁମ ପଡ଼ିଛି ଝଡ଼ି,କେଡ଼େ ସୌରଭରେ, କେଡ଼େ ସୌନ୍ଦର୍ଯ୍ୟରେ,ଝୁଲୁଥିଲା ତାହା କଢ଼ି,କୁସୁମ ପଡ଼ିଛି ଝଡ଼ି ।୩ପାହିଯାଇଛି ତ ରାତି,ନୀଳ ଆକାଶରେ, କେଡ଼େ ବିମଳରେ,ଲିଭାଇ ଚାନ୍ଦିମା ଭାତି,ପାହିଯାଇଛି ତ ରାତି ।୪ନୀରବ ମୋହନ ବଂଶୀ,କେମନ୍ତ ସୁସ୍ୱନ, ମନ ଉଚ୍ଚାଟନ,ଶୁଣୁଥିଲି ମୁହିଁ ବସି,ନୀରବ ମୋହନ ବଂଶୀ ।୫ଲିଭିଗଲା ଦୀପାବଳୀ,ପଳାଇ ଅନ୍ଧାରେ ଶୟନ ଆଶାରେଥିଲା ଜୀବନସଙ୍ଖାଳି,ଲିଭିଗଲା ଦୀପାବଳୀ ।୬ଯାଇଛି ବସନ୍ତ ବାୟୁ,ଶୀତଳ ହିଲ୍ଲୋଳ ଜୀବନ ଶୀତଳକରିବ କି ଆସି ଆଉ?ଯାଇଛି ବସନ୍ତ ବାୟୁ ।
ସମ୍ବନ୍ଧିତ ରଚନା
ଗୋଟିଏ ପ୍ରାର୍ଥନା
ଫକୀରମୋହନ ସେନାପତି
ବୃକ୍ଷବାଟିକା
ଫକୀରମୋହନ ସେନାପତି
ମୋ- ମୋହନ ବଂଶୀ
ଫକୀରମୋହନ ସେନାପତି
କ୍ଷଣିକ
ଫକୀରମୋହନ ସେନାପତି