ଦୁଃଖୀ
ପଣ୍ଡିତ · ୧୮୮୬–୧୯୫୬
- ସଂକଳନ: ଚୟନ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୨୦୦
- ସ୍ଥିତି
- ସାର୍ବଜନୀନ (Public domain)
ଦୁଇ ଦିନେ ତାରେ ନ ମିଳେ ମୁଠିଏଉଦର ପୂରାଇବାକୁ;ଚିରା କନା ଖଣ୍ଡି ବେଢ଼ାଇ ଉଦାସେ,ଭୂଷଣ କରିଛି ତାକୁ ।ଗଆଁରୁ ଗାଆଁକୁ ବୁଲି ସେ ଯାଉଛିବଦନ ପୁଲକେ ଚାଲି,ଅଧର ଯୁଗଳୁ ଦୁଃଖୀ ପରାଣରଅମୃତ ବାରିଧି ଢାଳି ।ଗଛ ଛାଇ ତଳ ମୃତ୍ତିକା ତଳପେଶୋଉଛି ସପନେ ମଜ୍ଜି,ଡାଳୁ ଡାଳୁ ଅଙ୍ଗେ ବରଷି ଯାଉଛିସୁମନ କଳିକାରାଜି ।ପର ସୁଖଶିରୀ ପରାଣ ସମ୍ପଦେନୟନ କମ୍ପନେ ହସି,ନିମିଷକ ଦୁଃଖ ଭାଳେଣି ଦେଖିଲେ,ନିଜେ ଭାଳୁଥାଏ ବସି ।କାନନ ଉଢ଼ାଳେ ପିକ କଣ୍ଠ ତାନଶୁଣଇ ଶ୍ରବଣ ଡେରି,ତଟିନୀ ଅସ୍ଫୁଟ ସଙ୍ଗୀତେ ମଜ୍ଜଇଜାଗ୍ରତ ସପନେ ଭୁଲି ।ଶଇଳ ଶ୍ୟାମଳ ଶିଖରେ ଆରୋହିପାଷାଣ ଶକଳେ ମିଶି,ଅବନୀ ଗଗନ ମୋହନ ମାଧୁରୀପରାଣେ ଘେନଇ ବସି ।ବନ ତରୁ ଲତା ଫଳ ମୂଳ ଯେତେଲୋଟି ଯାଉଥାଏ ବନେ,ଭୁଞ୍ଜି ତା ହରଷେ, ବନ ଝର ପାଣିପିଅଇ ଉଷତ ମନେ ।ରଜା ମରିଯାଇ ଅରାଜକ ଦିନେନିଖିଳ ରାଇଜ ଯେବେ,କିଏ ରାଜା ହେବ ବସିବ ଗାଦିରେଭାଳେଣି ପଡ଼ିଲା ଭବେ ।ହାତୀ ବୁଲୁଥିଲା ଗାଆଁ ବିଲ ବନେକନକ କଳସ ଧରି,କେ ଅଛି ପାତର ରାଜଗାଦିକି, ସେଶିରେ ତାର ଦେବ ଢାଳି ।ଶୋଇଛି ଦୁଃଖୀଟି ମୁଦି ବେନି ଡୋଳାମୃତ୍ତିକା ତଳପେ ଆହା,ବାହୁ ଉପାଧାନେ ମଥା ଅବରୋହି;ବିଟପୀ ଢାଳଇ ଛାୟା ।ସୁଲୁ ସୁଲୁ ବୋହି ଯାଉଛି ପବନ,ଧୀରେ ତା ପରଶି ତନୁ;କଳ ଗୀତେ ଢଳି ଯାଏ ନିର୍ଝର, ତାଭାଳେଣି ଆହରି ମନୁ ।ଭାଙ୍ଗିଲା ତା ନିଦ, ଢାଳି ସେ କଳସସପନ ନିହିତ ଶିରେ;ବସାଇ ଦୁଃଖୀକି ପୃଷ୍ଠ ସିଂହାସନେପୁଲକେ ଫେରିଲା ପୁରେ ।
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ