ଦୀନଜନ ଜଣାଣ ଚଉତିଶା
ବିଦଗ୍ଧ କବି · ୧୭୫୭–୧୮୦୬
- ପଢ଼ିବା ସମୟ
- ୩ ମିନିଟ୍
- ଶବ୍ଦ
- ୫୧୧
- ସ୍ଥିତି
- ସାର୍ବଜନୀନ (Public domain)
(ରାଗ-ଶୋକ କାମୋଦୀ)କୃପାସିନ୍ଧୁ-ଦୀନବନ୍ଧୁ-ଶ୍ରୀଛାମୁରେଜଣାଉଛି ଅପରାଧୀ ଦୀନଖେଦ-ଜଳଧିରେ ଭାସି ମୁଁ ଯାଉଛିତ୍ରାହିକର ହୋଇ ସୁପ୍ରସନ୍ନଆହେ ଗିରିଧର,ଘୋଷଣା ବାଜୁଛି ତିନିପୁର,ଉଡ଼ୁଛି କେତନ ପତିତପାବନଶରଣସୋଦର ବିଶ୍ୱମ୍ଭର।୧।ଚରାଚର-ଚରଚାଇତ ଚଞ୍ଚଳା-ପତି ଚଉବର୍ଗଦାନୀ ତୁମ୍ଭେଛାଡ଼ି ସବୁ ଆଶା କରିଛି ଭରସାଏହି ଗୁଣମାନ ଧରି ଦମ୍ଭେଆହେ ଜନାର୍ଦ୍ଦନ,ଝଟତି ନହେଲେ ସୁପ୍ରନ୍ନ,ନିର୍ମଳ ଯଶ-କଳାନିଧି ଅଙ୍କରେକଳଙ୍କ ଲାଗିଯିବଟି ଜାଣ।୨।ଟାଣକରି କହୁଥାଇ ମହାପ୍ରଭୁଅଖିଳ କୋଟି ବ୍ରହ୍ମଣ୍ଡେଶ୍ୱରଠିକେ ଏଥର ନିଶ୍ଚୟ ହସିବେଟିପ୍ରଭୁଙ୍କର ଦେଖି ଅବିଚାରଆହେ ଡରହରା,ଢାଳେ କଲ ମୋତେ ପର ପରା,ଅସହଣୀ ଜନ ତୁଣ୍ଡେ ଶୁଣାଯିବପ୍ରଭୁ ହେଲେ ଅନୁଗତମରା।୩।
ଭାବାର୍ଥ- (୧-୩) କବି ଏଠାରେ ଦୀନଜନ ବନ୍ଧୁ, ପରମେଶ୍ୱରଙ୍କୁ ପ୍ରାର୍ଥନା କରି କହୁଛନ୍ତି- ହେ କୃପାସିନ୍ଧୁ, ଦୀନବନ୍ଧୁ, ତୁମ ଶ୍ରୀଛାମୁରେ ଏ ଅପରାଧୀ ଦୀନ ଦୁଃଖ ଜଣାଉଛି । ଦୁଃଖ ଯନ୍ତ୍ରଣାର ସାଗରରେ ମୁଁ ଭାସି ଯାଉଛି । ସୁପ୍ରସନ୍ନ ହୋଇ ମୋତେ ଉଦ୍ଧାର କର । ହେ ଗିରିଧର, ତୁମର ମହିମା ତିନିପୁରରେ ଘୋଷିତ । ହେ ଶରଣ ରକ୍ଷକ ପ୍ରଭୁ ବିଶ୍ବମ୍ବର, ତୁମର ପତିତପାବନ ବାନା ବିଶ୍ୱବ୍ରହ୍ମାଣ୍ଡରେ ଉଡ଼ୁଛି । ହେ ପ୍ରଭୁ କମଳାର ପତି, ଚଉବର୍ଗ ଦାତା, ସମସ୍ତ ଆଶା ଛାଡ଼ି ତୁମ ପାଦ ତଳେ ଆଶ୍ରୟ ନେବାକୁ ମନ ମଧ୍ୟରେ ଦମ୍ଭ ବାନ୍ଧିଛି । ହେ ଜନାର୍ଦ୍ଦନ, ମୋ ପ୍ରତି ସୁପ୍ରସନ୍ନ ହୁଅ-। ଏହା ନ ହେଲେ ତୁମର ନିର୍ମଳ ଯଶ ଚନ୍ଦ୍ର ଦେହରେ କଳଙ୍କ ଲାଗିଯିବ । ହେ ଅଖିଳକୋଟି ବ୍ରହ୍ମାଣ୍ଡ ଈଶ୍ୱର, ହେ ମହାପ୍ରଭୁ, ମୁଁ ଦୃଢ଼ ଭାବରେ କହୁଛି, ପ୍ରଭୁ ଯଦି ଅକରୁଣା କରନ୍ତି, ଦୀନଜନର ଡାକ ନ ଶୁଣନ୍ତି, ତେବେ ଜଗତଜନ ନିଶ୍ଚୟ ହସିବେ । ହେ ପ୍ରଭୁ ଭୟନିବାରଣକାରୀ, ମୋତେ ପର କରି ଦେଉଛ । ଏହା ଶୁଣିଲେ ଜଗତର ଲୋକେ କହିବେ, ପ୍ରଭୁ ଅନୁଗତ ଲୋକଙ୍କୁ ମାରୁଛନ୍ତି-।
ତାପତ୍ରୟହରା ମୁକତି ପସରାଅଗାଧ ସମୁଦ୍ର ମହାମେରୁସ୍ଥାଣୁର ଗର୍ବ ଲବକେ ଦଳିପାରଟିକାକେ ଦୂବକୁ କର ଦାରୁଆହେ ଦୀନତ୍ରାଣଧ୍ରୁବ-ପ୍ରହଲାଦ-ନିସ୍ତାରଣ,ନୃପ ନହୁଷ ଅଜାମିଳ ବ୍ୟାଧରମିତ୍ରତାଭାବ କରିଛ ଜାଣ।୪।ପାଞ୍ଚାଳୀ ହରିଣୀ ଗଜ ଆଦି ଜାଣିଆରତେ ଡାକିଲେ ସଙ୍କଟରେଫଣୀ ପୁଣ୍ଡରୀକ ବେଶଛଦ୍ମ କାକଗତି ଦେଲ ଦ୍ରୋହ କଲାଠାରେଆହେ ବିଶ୍ୱମ୍ଭର,ଭକ୍ଷିଲ ଶବରୀଚଖା ଫଳ,ମନ୍ଦୋଦରୀ ଇଳା ଅହଲ୍ୟା ପିଙ୍ଗଳାମାନଙ୍କୁଟି ପରା ଗତି ଦେଲ।୫।
ଭାବାର୍ଥ- (୪-୫) ହେ ପ୍ରଭୁ ମୁକ୍ତିଦାତା, ତାପତ୍ରୟ ବିନାଶକ, ଅଚଳ ମହିମାର ଅଧୁକାରୀ, ମହାମେରୁ । ଅଗତିର ଗତି ତୁମେ । ଦମ୍ଭୀ, ଗର୍ବୀ, ଅହଙ୍କାରୀର ଗର୍ବକୁ ତୁମେ ନିମିଷକ ମଧ୍ୟରେ ଦଳି ଦେଇପାର । ଦୂବକୁ ଟେକି କାଠରେ ପରିଣତ କରି ଦେଇପାର । ହେ ଦୀନ ତ୍ରାଣକର୍ତ୍ତା, ଜଗତ ଜନଙ୍କ ଦୁଃଖ ନିସ୍ତାରଣକାରୀ ! ଧ୍ରୁବ, ପ୍ରହଲ୍ଲାଦଙ୍କୁ ନିସ୍ତାର କରି ସ୍ୱର୍ଗ ଲୋକରେ ବସାଇଛି । ଅବିବେକୀ ରାଜା ନହୁଷ, ମହାପାପୀ ଅଜାମିଳ ସହିତ ମିତ୍ରତା ଭାବ ଆଚରଣ କରି ସେମାନଙ୍କୁ ତାରିଛି ।
ଘୋର ବିପଦରେ ପଡ଼ି ଦ୍ରୌପଦୀ, ହରିଣୀ, ଗଜ ଭଳି କେତେ ଦୁଃଖୀ ତୁମକୁ ଡାକିଛନ୍ତି-। ତୁମରି ଠାରେ ସର୍ପ, ଗଜ, ଛଦ୍ମବେଶୀ କାକ ଦ୍ରୋହ କରିଛନ୍ତି । ଅଥଚ ତୁମେ ତୁମର ଉଦାରଗୁଣ ଦ୍ୱାରା ସେମାନଙ୍କୁ ମୁକ୍ତି ଦେଲ । ହେ ବିଶ୍ୱମ୍ଭର, ଦରିଦ୍ର ଜନର ବନ୍ଧୁ ! ଶବରୀର ଅଇଁଠାଫଳକୁ ଖାଇଛ, ମନ୍ଦୋଦରୀ, ଇଲା, ଅହଲ୍ୟା, ପିଙ୍ଗଳ, ତାରା ପ୍ରଭୃତିଙ୍କୁ ଗତି ଦେଇଛି ।
ଜାମ୍ବବାନ ବଳୀ ମୟ ସୁଗ୍ରୀବରବିଭୀଷଣର ତ ସୁଖଦାନୀରଙ୍କ ଦାମୋଦର ସୁଦାମ ସୁବଳମିତ୍ରତା ଭାବକୁ ଅଛ ଘେନିଆହେ ଲୋକନାଥ,ବିଦୂରର ବାଞ୍ଛା କଲ ସ୍ୱାର୍ଥ,ଦରିଦ୍ରକୁଳ ତିଳକ ସୁଦାମରପୂର୍ଣ୍ଣ କରିଦେଲ ମନୋରଥ।୬।ଶମନପୁରରୁ ଗୁରୁପୁତ୍ର ଆଣିଅନ୍ଧକୁ ଦ୍ୱନ୍ଦ୍ୱରେ ଚକ୍ଷୁ ଦେଲସେ ମହିମାମାନ ଏବେ କେଣେ ଗଲାଶ୍ରୀହସ୍ତ ଚକ୍ର କି ହଜାଇଲଆହେ ହୃଷୀକେଶ,କ୍ଷମା କର ଦୀନଜନ ଦୋଷ,ଅଭୟ ଚରଣେ ଶରଣ ପଶୁଛିଅଭିମନ୍ୟୁର ପୁରାଅ ଆଶ।୭।
ଭାବାର୍ଥ- (୬-୭) ହେ ଦୀନଜନ ବାନ୍ଧବ ପ୍ରଭୁ ! ବାଳୀ, ସୁଗ୍ରୀବ, ହନୁମାନ, ମୟ ବିଭୀଷଣ ପ୍ରଭୃତିଙ୍କ ସୁଖଦାତା । ସୁଦାମା, ସୁବଳ ସହିତ ମିତ୍ରତା ଭାବକୁ ଆଚରିଛି । ହେ ଲୋକନାଥ, ବିଦୁରର ମନୋବାଞ୍ଛାକୁ ପୂର୍ଣ୍ଣ କଲ, ଦରିଦ୍ର କୁଳତିଳକ ସୁଦାମାର ମନୋରଥ ପୂର୍ଣ୍ଣ କରିଛ । ତୁମେ ମହାନ୍ । ଯମପୁରରୁ ଗୁରୁପୁତ୍ରଙ୍କୁ ଫେରାଇ ଆଣିଛି । ଦ୍ୱନ୍ଦ୍ୱ ଛଳରେ ବ୍ରାହ୍ମଣର ଅନ୍ଧପୁଅକୁ ଚକ୍ଷୁ ଦାନ କରିଛ । ସେ ମହିମାସବୁ ଏବେ କୁଆଡ଼େ ଗଲା ? ଶ୍ରୀହସ୍ତରୁ ଚକ୍ର କ’ଣ ହଜିଗଲା କି ? ହେ ହୃଷୀକେଶ, ଏ ଦୀନଜନର ଦୋଷକୁ କ୍ଷମାକର । ତୁମର ଅଭୟ ଚରଣରେ ମୁଁ ଶରଣ ପଶୁଛି । ଦୀନ ଅଭିମନ୍ୟୁର ମନୋବାଞ୍ଚକୁ ପୂର୍ଣ୍ଣ କର ।
ସମ୍ବନ୍ଧିତ ରଚନା
କୋକିଳ ଚଉତିଶା
ଅଭିମନ୍ୟୁ ସାମନ୍ତସିଂହାର
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ
ଅମୃତନିଧି ଚଉତିଶା
ଦୀନକୃଷ୍ଣ ଦାସ